Mayurbhanj - The Sakala

ଟଙ୍କା ପାଇଁ ସମ୍ପର୍କ ହେଲା ତୁଚ୍ଛ... ବଡ଼ଭାଇର ଲୁହା ପାଇପ୍ ମାଡରେ ସାନଭାଇ ମୃତ
ବାରିପଦା: ଭାଇ ହେଲା ଭଗାରୀ, ଲୁହା ପାଇପରେ ମାରି ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ । ହତ୍ୟାକାରୀ ଭାଇ ଗିରଫ। ବାପାଙ୍କ ଟଙ୍କା ପାଇଁ ଦୁଇଭାଇଙ୍କ ମଧ୍ୟରେ ଝଗଡ଼ା ଓ ପିଟାମରା ଆଉ ଶେଷରେ ହତ୍ୟା। ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ଜଣଙ୍କ ହେଲେ ବୀରକିଶୋର ମହାନ୍ତ (୨୩) । ଅଭିଯୁକ୍ତ ବଡ଼ ଭାଇ ରାଜକିଶୋର ମହାନ୍ତ (୩୨)କୁ ଗିରଫ କଲା ସଦର ଥାନା ପୁଲିସ।

ସୂଚନା ମୁତାବକ କିଛିଦିନ ପୂର୍ବରୁ ଏକ ବିଦ୍ୟୁତ୍ ଆଘାତରେ ସେମାନଙ୍କ ବାପା ମହେନ୍ଦ୍ର ମହାନ୍ତ ମୃତ୍ୟୁ ବରଣ କରିଥିଲେ ଏବଂ ପରିବାରକୁ କ୍ଷତିପୂରଣ ବାବଦକୁ ୬ଲକ୍ଷ ଟଙ୍କା ଟଙ୍କା ମିଳିଥିଲା ଏବଂ ଏହି ଟଙ୍କାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ସବୁବେଳେ ଅଶାନ୍ତି ଲାଗିରହିଥିଲା । ଗତକାଲି ବାଇକ୍ କିଣିବା ପାଇଁ ବଡ଼ ଭାଇକୁ ସାନଭାଇ ଟଙ୍କା ମାଗିଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ସହିତ ମାରପିଟ୍ ମଧ୍ୟ ହୋଇଥିଲା । ଏଥିରେ ରାଗିଯାଇ ବଡ଼ଭାଇ ରାଜକିଶୋର ଏକ ଲୁହା ପାଇପ୍ ଆଣି ବୀରକିଶୋରଙ୍କ ମୁଣ୍ଡରେ ଶକ୍ତ ଆଘାତ ଦେଇଥିଲେ । ଯାହାଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ସଦର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି  । ଭଉଣୀ ମନୋରମା ମହାନ୍ତ ଲିଖିତ ଅଭିଯୋଗ କ୍ରମେ ଅଭିଯୁକ୍ତ ବଡଭାଇ ରାଜକିଶୋରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ବାରିପଦା ସଦର ଥାନା ଆଇଆଇସି ସସ୍ମିତା ମହାନ୍ତ କହିଛନ୍ତି ।

ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ, ସ୍ୱାମୀ ଓ ଶାଶୁ-ଶ୍ୱଶୁର ଅଟକ
ବାରିପଦା: ଶାଶୁଘର ବାରଣ୍ଡାରୁ ନବବଧୂଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ମଠଚକ ନିକଟରେ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି । ତେବେ ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟା ରୂପ ଦେବା ନେଇ ଅଭିଯୋଗ ହୋଇଛି । ମୃତ ମହିଳା ଜଣକ ହେଲେ ସ୍ଥାନୀୟ ଅଞ୍ଚଳର କ୍ଷିତୀଶ ପାତ୍ରଙ୍କ ପତ୍ନୀ ଲିଜାରାଣୀ ପାତ୍ର । ବାପଘର ଲୋକଙ୍କ ଅଭିଯୋଗ କ୍ରମେ ଝାରପୋଖରିଆ ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ପ୍ରାଥମିକ ତଦନ୍ତରୁ ପରକୀୟା ପ୍ରୀତି ସନ୍ଦେହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ପକ୍ଷରୁ ସୂଚନା ମିଳୁଥିବା ବେଳେ ମୃତକଙ୍କ ପରିବାର ଲୋକେ ଏହାକୁ ସମ୍ପୂର୍ଣ୍ଣ ରୂପେ ଯୌତୁକଜନିତ ଯୋଜନାବଦ୍ଧ ହତ୍ୟା ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ମୃତକଙ୍କ ବାପା ଦେବେନ୍ଦ୍ର ନାଥ ଘୋଷ ଥାନାରେ ଦେଇଥିବା ଅଭିଯୋଗ ଅନୁଯାୟୀ, ବିବାହ ପରଠାରୁ ହିଁ ଶାଶୁଘର ଲୋକେ ଅଧିକ ଯୌତୁକ ବାବଦକୁ ନଗଦ ୧୦ ଲକ୍ଷ ଟଙ୍କା, ଗାଡ଼ି ଏବଂ ଦାମୀ ଆସବାବପତ୍ର ଦାବି କରି ଲିଜାରାଣୀଙ୍କ ଉପରେ କ୍ରମାଗତ ଭାବେ ଅକଥନୀୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଏହି ଘଟଣାକୁ ନେଇ ପୂର୍ବରୁ ଥାନା ପରିସରରେ ଆପୋଷ ବୁଝାମଣା ଓ ସମାଧାନ ମଧ୍ୟ ହୋଇଥିଲା। ତଥାପି ନିର୍ଯାତନା ଥମି ନ ଥିଲା ଏବଂ ଶେଷରେ ଯୌତୁକ ଦାବି ପୂରଣ ନ ହେବାରୁ ତାଙ୍କ ଝିଅକୁ ନିର୍ମମ ଭାବେ ହତ୍ୟା କରି ଫାଶୀରେ ଝୁଲାଇ ଦିଆଯାଇଛି ବୋଲି ସେ ଦୃଢ଼ ଦାବି କରିଛନ୍ତି। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀ କ୍ଷିତୀଶଙ୍କ ସମେତ ଶାଶୁ ଓ ଶ୍ୱଶୁରଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଧୋକା: ବାରିପଦା ଟାଉନ୍ ଥାନା SI ଅଟକ
ମୟୁରଭଞ୍ଜ: ପୁଣି ଖାକିରେ କଳଙ୍କ। SIଙ୍କ ନାଁରେ ଲଭ୍‌-ସେକ୍ସ-ଧୋକା ଅଭିଯୋଗ । ବାରିପଦା ଟାଉନଥାନା କାର୍ଯ୍ୟରତ ସବ-ଇନସପେକ୍ଟର ପ୍ରଭାତ ନାୟକଙ୍କ ନାମରେ ଆସିଛି ସଂଗିନ ଅଭିଯୋଗ। ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଏବଂ ପରବର୍ତ୍ତୀ ସମୟରେ ତାଙ୍କୁ ଧମକ ଦେବା ଅଭିଯୋଗରେ ବାରିପଦା ଟାଉନ୍ ଥାନାର ଜଣେ ସବ୍-ଇନ୍ସପେକ୍ଟର (ଏସଆଇ)ଙ୍କୁ ଅଟକ ରଖାଯାଇଛି ।

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ମାଧ୍ୟମରେ ଏସଆଇ ପ୍ରଭାତ କୁମାର ନାୟକଙ୍କ ସଂସ୍ପର୍ଶରେ ଆସିଥିଲେ। ଏହାପରେ ଏସଆଇ ଜଣକ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଦୀର୍ଘ ଦିନ ଧରି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଯେତେବେଳେ ମହିଳା ଜଣକ ବିବାହ କରିବାକୁ ଜିଦ୍ ଧରିଥିଲେ, ସେତେବେଳେ ଅଭିଯୁକ୍ତ ଏସଆଇ ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏପରିକି ସେ ମହିଳାଙ୍କଠାରୁ ଟଙ୍କା ନେବା ସହ ନିଜ ସର୍ଭିସ୍ ପିସ୍ତଲ ଦେଖାଇ ଜୀବନରୁ ମାରିଦେବାର ଧମକ ଦେଇଥିଲେ ବୋଲି ପୀଡ଼ିତା ନିଜ ଏତଲାରେ ଦର୍ଶାଇଛନ୍ତି। ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ମହିଳା ଜଣକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଏହି ଘଟଣାକୁ ନେଇ ସଦର ଏସଡିପିଓ ପ୍ରଭାତ କୁମାର ମଲ୍ଲିକ କହିଛନ୍ତି ଯେ, ପୁରୀର ଜଣେ ମହିଳା ଏସଆଇଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ ବାରିପଦା ଟାଉନ୍ ଥାନାରେ କେସ୍ ନମ୍ବର ୫୪୨ (ଅଗଷ୍ଟ ୨୨, ୨୦୨୬) ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି।

ବାରିପଦାରେ ଆନ୍ତଃରାଜ୍ୟ ବସଷ୍ଟାଣ୍ଡ ନିର୍ମାଣ ପାଇଁ ସମୂହ ଗଛକଟା ଘଟଣା: ଏନଜିଟିରେ ପୁଣି ଘୁଞ୍ଚିଲା ତାରିଖ, ନଭେମ୍ବର ୨୪ରେ ପରବର୍ତ୍ତୀ ଶୁଣାଣି
ବାରିପଦା: ସ୍ଥାନୀୟ ପାଲବଣି ଠାରେ ପ୍ରସ୍ତାବିତ ଆନ୍ତରାଜ୍ୟ ବସଷ୍ଟାଣ୍ଡ ନିର୍ମାଣ ପାଇଁ ବ୍ୟାପକ ମାତ୍ରାରେ ଗଛକାଟିବା ଘଟଣାକୁ ନେଇ ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି)ରେ ରୁଜୁ ମାମଲା କେସ ନଂ ୨୧୩/ଇଜେଡ/୨୦୨୫ର ଶୁଣାଣି ହୋଇଛି ।  ସମସ୍ତ ସରକାରୀ ନିୟମକୁ ଉଲଂଘନ କରାଯାଇ ପରିବେଶକୁ କ୍ଷତି ପହଞ୍ଚାଉଥିବା ଉପରୋକ୍ତ ପ୍ରକଳ୍ପ ବିରୋଧରେ ଅଭିଯୋଗକାରୀ କଂଗ୍ରେସ ଯୁବନେତା ପ୍ରମୋଦ କୁମାର ହେମ୍ବ୍ରମ ଏନଜିଟିର ଦ୍ବାରସ୍ଥ ହୋଇଥିଲେ । ତାଙ୍କ ପକ୍ଷରୁ ଉପସ୍ଥାପିତ ସମସ୍ତ ତଥ୍ୟପ୍ରମାଣକୁ ଭିତ୍ତି କରି କୋଲକତାସ୍ଥିତ ଇଷ୍ଟର୍ଣ୍ଣ ବେଞ୍ଚର ଜୁଡିସିଆଲ ମେମ୍ବର ବିଚାରପତି ଅରୁଣ କୁମାର ତ୍ୟାଗି ଓ ଏକ୍ସପୋର୍ଟ ମେମ୍ବର ଇଶ୍ବର ସିଂ ସମୟର ଅଭାବକୁ ନେଇ ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୪କୁ ରଖିଛନ୍ତି ବୋଲି ଆଇନଜୀବୀ ଶଙ୍କର ପ୍ରସାଦ ପାଣିଙ୍କ ସୁତ୍ରରୁ ଜଣାପଡିଛି ।

ସୂଚନାଯୋଗ୍ଯ, ପୂର୍ବରୁ ୩୦ ମାର୍ଚ୍ଚ  ୨୦୨୬ ତାରିଖରେ ଦିଆଯାଇଥିବା ନିର୍ଦେଶ ଅନୁଯାୟୀ ରେସପଣ୍ଡେଣ୍ଟ ନମ୍ବର ୪ ସତ୍ୟପାଠ ଦାଖଲ କରିନଥିବାରୁ ଟ୍ରିବ୍ୟୁନାଲ ପୁନର୍ବାର ଏକ ସପ୍ତାହ ସମୟ ଦେଇଥିଲେ । ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୧ତାରିଖରେ ହେବ ବୋଲି ରାୟରେ ପ୍ରକାଶ ପାଇଥିଲା । ତଦୁଯାୟୀ ବିଚାର ଆରମ୍ଭ ହୋଇଥିଲା । ତେବେ ସମୟ ଅଭାବରୁ ପରବର୍ତ୍ତୀ ଶୁଣାଣିକୁ ନଭେମ୍ବର ୨୪କୁ ରଖାଯାଇଛି । ଏହି ଘଟଣାରେ ପ୍ରତିବାଦୀ ଓଡ଼ିଶା ସରକାର ଓ ଅନ୍ୟାନ୍ୟଙ୍କ ପକ୍ଷରୁ ଏଡିଜେ ସବିତା ରଞ୍ଜନ ପଟନାୟକ ପରିଚାଳନା କରୁଥିଲେ । ମାମଲାଟି ପରିବେଶ ସମ୍ବନ୍ଧୀୟ ହେବାରୁ ରାଜ୍ୟରେ ବ୍ୟାପକ ଚର୍ଚ୍ଚାର ବିଷୟ ହୋଇଛି। ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି। ଏହି ମାମଲାରେ ଅନ୍ୟ ପ୍ରତିବାଦୀ ଭାବେ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ, ମୟୂରଭଞ୍ଜ ଜିଲ୍ଲାପାଳ, ବାରିପଦା ବନଖଣ୍ଡ ଅଧିକାରୀ, ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟର ମୁଖ୍ୟ ଉପନିର୍ଦ୍ଦେଶକ, ରାଜ୍ୟ ରାସ୍ତା ଓ ପରିବହନ ବିଭାଗର ପରିଚାଳନା ନିର୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ସୂଚନା ଥାଉକି, ପାଲବଣୀ ଠାରେ ୫.୧୧ଏକର ଜମିରେ ପ୍ରସ୍ତାବିତ ଆନ୍ତରାଜ୍ୟ ବସଷ୍ଟାଣ୍ଡ ନିର୍ମାଣ ପାଇଁ ୨୦୨୫ ଡିସେମ୍ବର ମାସ ୧୭ତାରିଖରୁ ଗଛକଟା ଆରମ୍ଭ ହୋଇଥିଲା । ୧୭୮୯ଟି ଗଛ କଟାଯିବା ପାଇଁ ବନବିଭାଗ ଅନୁମତି ଥିବା ବେଳେ ଅଭିଯୋଗ ଅନୁସାରେ ୫ହଜାରରୁ ଉର୍ଦ୍ଧ୍ବ ଗଛକଟା ସରିଛି । ଏହାକୁ ନେଇ ପ୍ରଥମେ ଭଞ୍ଜସେନା ବିରୋଧ ଆରମ୍ଭ କରିଥିବା ବେଳେ ସୁପ୍ରିମକୋର୍ଟର ଆଇନଜୀବୀ ଆକାଶ ଶର୍ମା ଘଟଣାର ପ୍ରତିବାଦ କରି ଜଡିତ ଅଧିକାରୀଙ୍କୁ ପକ୍ଷଭୁକ୍ତ ପୂର୍ବକ ଉଚ୍ଚ ନ୍ୟାୟାଳୟରେ ଏକ ମାମଲ ରୁଜୁ ପାଇଁ ଆବେଦନ କରିଛନ୍ତି । ସେହିପରି ମୟୂରଭଞ୍ଜ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡି ଗଛକଟା ବନ୍ଦ ସାଙ୍ଗକୁ ପ୍ରକଳ୍ପ ଜଙ୍ଗଲ ବିହୀନ ସ୍ଥାନକୁ ସ୍ଥାନାନ୍ତର ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ମାମଲା ଏନଜିଟିରେ ବିଚାରାଧୀନ ରହିଛି। ଅଭିଯୋଗ କାରୀ ଶ୍ରୀ ହେମ୍ବ୍ରମଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ପାଣି ଯୁକ୍ତି ରଖିଥିଲେ ଯେ, ସହରୀ ବନୀକରଣ ଜରିଆରେ ପାଲବଣି ଠାରେ ୧୦ଏକର ଜାଗାରେ ୧୨ହଜାର ଗଛ ଲାଗିଥିଲା । ରକ୍ଷଣାବେକ୍ଷଣ ପରେ ସମସ୍ତ ଗଛ ବଞ୍ଚିଥିଲା ବୋଲି ସେତେବେଳେ ଖର୍ଚ୍ଚ ଉପସ୍ଥାପନରେ ବିଭାଗ ଦେଖାଇ ଥିଲା । ତେବେ ୫.୧୧ଏକର ଜମିରେ ଗଛ କାଟିବା ପୂର୍ବରୁ ବନବିଭାଗ ୧୭୮୯ଟି ଗଛ କଟାଯିବା ପାଇଁ ଅନୁମତି ଦେଇଥିଲା । ମାତ୍ର ଗଛ କଟିବା ପରେ ପ୍ରମାଣ ନଷ୍ଟ ପାଇଁ ପ୍ରଥମେ ଗଛ ମୂଳଗଣ୍ଡି ପୋଡି ନଷ୍ଟ ଉଦ୍ୟମ ପରେ ଗଣ୍ଡିରୁ ପୁନର୍ବାର ଗଜା ବାହାରିବା ପରେ ଜେସିବି ଲଗାଇ ମୂଳ ଉପୁଡା ଯାଇଛି । ଏଣୁ ବହୁ ସଂଖାରେ ଗଛ କଟାଯାଇଛି ବୋଲି ସେ ଦର୍ଶାଇଛନ୍ତି । ତତସହିତ ବିବାଦୀୟ ସ୍ଥାନ ଠାରୁ ୨୦୦ମିଟର ଦୂରରେ ପର୍ଯ୍ୟାପ୍ତ ଖୋଲା, ଅନାବାଦି ସରକାରୀ ଜମି ଥିବା ବେଳେ ଏଠାରେ ଗଛ କଟାଯିବା ଉଚିତ ନଥିଲା ବୋଲି ସେ କହିଛନ୍ତି ।

ଅପହରଣ ଉଦ୍ୟମ ପଣ୍ଡ! ଦୁର୍ବୃତ୍ତ ଦେଇଥିବା ନିଶା ଚୋକଲେଟ୍ ଖାଇ ୩ ଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ବାରିପଦା: ସ୍କୁଲ୍‌ରେ ନିଶା ଚକୋଲେଟ୍‌ ଖାଇ ୩ ଛାତ୍ରୀ ଅସୁସ୍ଥ । ଅପହରଣ ଉଦ୍ଦେଶ୍ୟରେ କିଛି ଦୁର୍ବୃତ୍ତ ଦେଇଥିବା ନିଶା ଚକୋଲେଟ୍‌ ଖାଇ ଛାତ୍ରୀମାନେ ଅସୁସ୍ଥ ହୋଇଥିବା ସୂଚନା । ଅସୁସ୍ଥ ଓ ଚେତାଶୂନ୍ୟ ହୋଇଥିବା ଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ବୁରୁପଳସା ସ୍କୁଲ ପରିସରରୁ ତିନି ଜଣ ପ୍ରାଥମିକ ସ୍କୁଲ ଛାତ୍ରୀଙ୍କୁ ନିଶା ଚୋକଲେଟ୍ ଦେଇ ଅପହରଣ ପାଇଁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ବୁରୁପଳସା ପ୍ରାଥମିକ ବିଦ୍ୟାଳୟ ପରିସରରେ ପିଲାମାନେ ଖେଳୁଥିବା ସମୟରେ, ଏକ ସ୍କୁଟିରେ ତିନି ଜଣ ଯୁବକ ଆସି ପହଞ୍ଚିଥିଲେ। ସେମାନେ ବଳପୂର୍ବକ ତିନି ଜଣ ଛାତ୍ରୀଙ୍କୁ ନିଶା ଯୁକ୍ତ ଚୋକଲେଟ୍ ଖୁଆଇବାକୁ ଚେଷ୍ଟା କରିଥିଲେ। ଛାତ୍ରୀମାନେ ଏହାକୁ ଖାଇବାକୁ ମନା କରିବାରୁ, ଦୁର୍ବୃତ୍ତମାନେ ସେମାନଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ। ଚୋକଲେଟ୍ ଖାଇବା ପରେ ତିନି ଜଣଯାକ ଛାତ୍ରୀ ଅଚେତ ହୋଇ ପଡ଼ିଥିଲେ। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ଲୋକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ସହାୟତାରେ ସେମାନଙ୍କୁ ତୁରନ୍ତ ବହଳଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ପରେ ସେମାନଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଚାପି ହୋଇ ମହିଳା ମୃତ
ବୈଶିଙ୍ଗା: ଲଗାଣ ବର୍ଷା ହେଲା କାଳ । କାନ୍ଥ ଭୁଶୁଡ଼ି ଚାଲିଗଲା ମହିଳାଙ୍କ ଜୀବନ । ପ୍ରବଳ ବର୍ଷାରେ ଓଦା ହୋଇ ଦୁର୍ବଳ ପଡ଼ିଥିବା କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ମହିଳାଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ମୃତକ ହେଲେ ବୈଶିଙ୍ଗା ଥାନା ଅଧୀନ ଭୁଡୁରୁବଣି ଗ୍ରାମର ଭଗବାନ ଓଝାଙ୍କ ସ୍ତ୍ରୀ ଶୈଳ ଓଝା (୫୩)। ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଭୋଜନ ସାରି ଭଗବାନ ଓ ତାଙ୍କ ସ୍ତ୍ରୀ ଶୈଳ ଘର ବାରଣ୍ଡାରେ ଥିବା ତେଜରାତି ଦୋକାନ ନିକଟରେ ଶୋଇଥିଲେ। ମଧ୍ୟରାତ୍ରିରେ ଲଗାଣ ବର୍ଷା ଯୋଗୁଁ ଦୁର୍ବଳ ହୋଇପଡ଼ିଥିବା ପାଖ କାନ୍ଥ ହଠାତ୍‌ ଭୁଶୁଡ଼ି ଉଭୟଙ୍କ ଉପରେ ପଡ଼ିଥିଲା।

କାନ୍ଥ ତଳେ ଚାପି ହୋଇ ଭଗବାନ ସାମାନ୍ୟ ଆହତ ହୋଇଥିବା ବେଳେ ଶୈଳଙ୍କ ଛାତି ଉପରେ କାନ୍ଥର ଏକ ବଡ଼ ଅଂଶ ପଡ଼ିଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ବୈଶିଙ୍ଗା ଡାକ୍ତରଖାନାକୁ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେଠାରୁ ରେମୁଣାସ୍ଥିତ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଶୈଳଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିବାବେଳେ ଗାଁରେ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି।

ମଦ ମାଫିଆଙ୍କ ସହିତ ମଧୁଚନ୍ଦ୍ରିକା ଅଡିଓ ଭାଇରାଲ: ଚିତ୍ରଡା ଫାଣ୍ଡି ଅଧିକାରୀ ନିଲମ୍ବିତ
ବାରିପଦା: ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଧୀନ ଚିତ୍ରଡା ଫାଣ୍ଡି ଅଧିକାରୀ ଭୀମସେନ ମଲ୍ଲିକ ନିଲମ୍ବିତ । ନିଜ କର୍ତ୍ତବ୍ୟରେ ଅବହେଳା ପାଇଁ ଅଭିଯୋଗ ପରେ ତାଙ୍କ ବିରୋଧରେ ଉଚ୍ଚସ୍ତରୀୟ ତଦନ୍ତ ଚାଲିଥିଲା । ମଦ ମାଫିଆଙ୍କ ସହିତ ମଧୁଚନ୍ଦ୍ରିକା ଅଡିଓ ଭାଇରାଲ ଅଭିଯୋଗକୁ ନେଇ ବେତନଟୀ ଏସଡିପିଓ ମୀନତି ବିଶ୍ବାଳ ତଦନ୍ତ ପରେ ତାଙ୍କ ବିରୋଧରେ ଅଭିଯୋଗ ସତ୍ୟତା ଜଣାପଡିବା ପରେ ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଠୁପାଲ୍ଲୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି ।

ରାଇରଙ୍ଗପୁର ଉପଖଣ୍ଡରେ ବର୍ଷା ବିତ୍ପାତ; କାନ୍ଥ ଭୁଷୁଡି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
ବାରିପଦା: କାନ୍ଥ ଭୁଷୁଡି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଅଞ୍ଚଳରେ ବର୍ଷା ବିତ୍ପାତ ବ୍ୟାପକ କ୍ଷୟକ୍ଷତି ରଚିଛି । ଲଗାଣ ବର୍ଷାରେ କାନ୍ଥ ଭୁଷୁଡି ସ୍ତ୍ରୀର ଜୀବନ ଚାଲିଯାଇଥିବାବେଳେ ସ୍ୱାମୀ ଗୁରୁତର ଆହାତ ହୋଇଛନ୍ତି । ବାଦାମପାହାଡ ଥାନା ଅନ୍ତର୍ଗତ  ଚୁଆପାଣି ପଞ୍ଚାୟତର ଛଣୁଆ- ବଡ଼ସାହିର ବୀରଭଦ୍ର ମହାନ୍ତ (୫୨) ଓ ତାଙ୍କ ସ୍ତ୍ରୀ ହେମଲତା ମହାନ୍ତ(୪୫) ସୋମବାର ରାତିରେ ଖାଇପିଇ ଶୋଇଥିଲେ । ତେବେ ରାତି ସାରା ଲଗାଣ ବର୍ଷା ପାଇଁ ପ୍ରାୟ ୩ଟା ସମୟରେ ପଡୋଶୀ ଘରର କାନ୍ଥ ଭୁଷୁଡି ବୀରଭଦ୍ରଙ୍କ କାନ୍ଥ ଉପରେ ପଡ଼ିଯାଇଥିଲା । ଫଳରେ ଦୁଇଟି କାନ୍ଥ ଉଭୟ ଦମ୍ପତିଙ୍କ ଉପରେ ଚାପି ହୋଇଯାଇଥିଲା ।

ଉଭୟଙ୍କୁ ଜେସିବି ସାହାଯ୍ୟରେ ଉଦ୍ଧାର କରି ବାଦାମପାହାଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ହେମଲତାଙ୍କୁ ମୃତ ଘୋଷଣା କରିଥିଲେ । ବୀରଭଦ୍ରଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ବାଦାମପାହାଡ ଥାନାରେ ଏକ ଅପମୃତ ମାମଲା ରୁଜୁ ହୋଇଛି । ତେବେ ଏଭଳି କାନ୍ଥ ବିଭିନ୍ନ ସ୍ଥାନରେ ଭୁଶୁଡ଼ି ଥିବା ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ ଗତ ୨୪ଘଣ୍ଟାରେ ବହଳଦା ବ୍ଲକ ଅଞ୍ଚଳରେ ସର୍ବାଧିକ ୨୭୩ ମିମି ବର୍ଷା ହୋଇଥିବା ବେଳେ ରାଇରଙ୍ଗପୁରରେ ୨୦୭ ମିମି ରେକର୍ଡ ହୋଇଛି । ଏହା ବ୍ୟତିତ ଜାମଦାରେ ୧୨୪ ମିମି, ବାଙ୍ଗିରିପୋଷିରେ ୧୧୨.୪ ମିମି ଏବଂ ବିଜାତଳାରେ ୧୦୭ ମିମି ବର୍ଷା ହୋଇଥିବା ଜଣାପଡ଼ିଛି। ​ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ତିରିଂରେ ୯୬.୨ ମିମି, ସାରସକଣା ଓ ବିଶୋଇରେ ୯୨ ମିମି ଲେଖାଏଁ ବୃଷ୍ଟିପାତ ରେକର୍ଡ ହୋଇଛି । ଜିଲ୍ଲାର ଅନ୍ୟ ବ୍ଲକ ଅଞ୍ଚଳ ଗୁଡିକରେ ବୃଷ୍ଟିପାତ ଯଥେଷ୍ଟ କମ୍ ରହିଛି । ​ଲଗାଣ ବର୍ଷା ଯୋଗୁଁ ତଳିଆ ପୋଲ ଗୁଡିକ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି ।

ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମୟୂରଭଞ୍ଜକୁ ରେଡ୍ ୱାର୍ଣ୍ଣିଂ, ୧୯ତାରିଖ ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ବାରିପଦା: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ବଜ୍ରପାତ ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ପୂର୍ବାନୁମାନ କରାଯାଇଛି। ତେବେ ଲଘୁଚାପ ଜନିତ ଲଗାଣ ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ଭୟର ବାତାବରଣ ଦୂର ହୋଇଛି। ଜିଲ୍ଲାରେ ବର୍ଷାର ପରିମାଣ କମିଥିବା ବେଳେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର କୌଣସି ଆଶଙ୍କା ନାହିଁ ବୋଲି ଜିଲ୍ଲାପାଳ ହେମକାନ୍ତ ସୟ ସୂଚନା ଦେଇଛନ୍ତି। ଜନସାଧାରଣ ଆତଙ୍କିତ ନହେବାକୁ ସେ ନିବେଦନ କରିଛନ୍ତି।

ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ୧୬ ଓ ୧୭ ତାରିଖ ପାଇଁ ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିଲା। ବିଶେଷ କରି ପଶ୍ଚିମ ମୟୂରଭଞ୍ଜର କରଞ୍ଜିଆ ଉପଖଣ୍ଡ (କରଞ୍ଜିଆ, ଯଶିପୁର, ରରୁଆଁ, ଶୁକୃଳି) ସମେତ ଠାକୁରମୁଣ୍ଡା ଓ ଶିମିଳିପାଳ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଶିମିଳିପାଳ ଉପରମୁଣ୍ଡରେ ଗତକାଲି ରାତିରେ ପ୍ରାୟ ୧୨୮ ମିମି ବର୍ଷା ରେକର୍ଡ କରାଯାଇଥିଲେ ହେଁ ସକାଳୁ ବର୍ଷା କମିଛି। ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବର୍ତ୍ତମାନ ୨୫.୫ ମିଟରରେ ରହିଛି, ଯାହାକି ଚେତାବନୀ ସଙ୍କେତଠାରୁ ବହୁତ ତଳେ। ଫଳରେ ବାରିପଦା ପୌରାଞ୍ଚଳ କିମ୍ବା ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ନାହିଁ। ସେହିପରି ଶିମିଳିପାଳ ଓ ଗୁଡଗୁଡ଼ିଆ ଅଞ୍ଚଳର ବର୍ଷା ପାଣି ଦେଓ ନଦୀ ଦେଇ ବୈତରଣୀକୁ ନିଷ୍କାସିତ ହେଉଛି। ଡୁକୁରା ଓ ଖୁଣ୍ଟା ଅଞ୍ଚଳରେ ବର୍ଷା ଯୋଗୁଁ ଗଙ୍ଗାହାର ନଦୀ ଫୁଲିଛି। ବାଙ୍ଗିରିପୋଷି ନିକଟସ୍ଥ କାଳିଆମି ପୋଲ ତଳେ ବୁଢାବଳଙ୍ଗ ପାଣି ଅଧାରୁ କମ୍ ସ୍ତରକୁ ଖସିଆସିଛି।

ବାରିପଦା ପୌରାଞ୍ଚଳରୁ ଜଳବନ୍ଦୀ ସମସ୍ୟା ଦୂର ହୋଇଛି। ଶୁନଗଡିଆ ଅଞ୍ଚଳରେ ରେଳ ଧାରଣା ପ୍ରାୟ ୫୦ ମିଟର ଦବିଯାଇଥିବାରୁ ଏସ୍.ପି.ଙ୍କ ସହ ଜିଲ୍ଲାପାଳ ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆଗୁଆ ସତର୍କତା ଭାବେ ଓଡ୍ରାଫ୍ (ODRAF) ଓ ଏନଡିଆରଏଫ୍ (NDRF) ଟିମ୍ ବଡ଼ସାହି, ବେତନଟୀ ଏବଂ ରାସଗୋବିନ୍ଦପୁରରେ ମୁତୟନ ଅଛନ୍ତି। ପୂର୍ବ ବନ୍ୟାର କ୍ଷୟକ୍ଷତି ଆକଳନ ପାଇଁ କୃଷି ସର୍ଭେ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଘରଭଙ୍ଗା ଓ ରିଲିଫ୍ ସହାୟତା ରାଶି ତୁରନ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଇବା ପାଇଁ ବିଡିଓ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ତଥା ମୟୂରଭଞ୍ଜ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ/କର୍ମଚାରୀଙ୍କ ଛୁଟି ୧୯ତାରିଖ ପର୍ଯ୍ୟନ୍ତ ବାତିଲ କରିଛନ୍ତି । ସେହିପରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁସାରେ ଜିଲ୍ଲା ଶିକ୍ଷାଧିକାରୀ ସୋମବାର ଦିନ ଜିଲ୍ଲାର ସମସ୍ତ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଛୁଟି ରହିଛି । ତେବେ ଛାତ୍ରଛାତ୍ରୀଙ୍କ ପାଇଁ ପାଠପଢ଼ା ବନ୍ଦ ରହିବାକୁ ଥିବା ବେଳେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଅଣ-ଶିକ୍ଷଣ କର୍ମଚାରୀ ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟରେ ଉପସ୍ଥିତ ରହି ନିଜର ଦାୟିତ୍ୱ ତୁଲାଇବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଡିଏସଡବ୍ଲୁଓ ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ର ବନ୍ଦ ଘୋଷଣା ପରେ କେନ୍ଦ୍ର ଗୁଡିକ ବନ୍ଦ ଅଛି । ସମ୍ଭାବ୍ୟ ପ୍ରବଳ ବର୍ଷା ଓ ଜଳବନ୍ଦୀ ସ୍ଥିତିକୁ ଏଡ଼ାଇବା ପାଇଁ ସାଧାରଣ ଲୋକଙ୍କୁ ସତର୍କ ରହିବା ସହ ନିରାପଦ ସ୍ଥାନରେ ଆଶ୍ରୟ ନେବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଭାରି ବର୍ଷା ପାଇଁ ବାରିପଦାରେ ଦବିଲା ରେଳ ଧାରଣା, ବାଙ୍ଗିରିପୋଷି-ରୁପସା ରେଳପଥରେ ରେଳଚଳାଚଳ ଠପ୍
ବାରିପଦା: ମୟୁରଭଞ୍ଜରେ ଭାରି ବର୍ଷା ଜାରି । ପ୍ରବଳ ବର୍ଷା ଯୋଗୁଁ ବାରିପଦା ଷ୍ଟେସନବଜାର-ଶୁନଗଡ଼ିଆ ନିକଟରେ ରେଳଧାରଣା ଦବିଥିବାରୁ ରେଳ ଚଳାଚଳ ବନ୍ଦ ପଡିଛି । ଲଗାଣ ବର୍ଷାର ପ୍ରଭାବରେ ବାରିପଦା ଷ୍ଟେସନବଜାର-ଶୁନଗଡ଼ିଆ ନିକଟରେ ପ୍ରାୟ ୫୦ ମିଟର ରେଳଧାରଣା ଦବିଯାଇଛି। ଫଳରେ ରେଳ ବିଭାଗ ପକ୍ଷରୁ ବାଙ୍ଗିରିପୋଷି-ରୁପସା  ରୁଟ୍‌ରେ ରେଳ ଚଳାଚଳକୁ ସାମୟିକ ଭାବେ ବନ୍ଦ ରଖାଯାଇଛି।

ସୂଚନା ଅନୁଯାୟୀ, ରବିବାର ପୁରୀ-ବାଙ୍ଗିରିପୋଷି ସୁପରଫାଷ୍ଟ ଟ୍ରେନ୍ ବାଙ୍ଗିରିପୋଷି ଯିବା ପରେ ରାତିରେ ଡିଏମ୍‌ୟୁ ଟ୍ରେନ୍ ଯାତାୟାତ ସମୟରେ ରେଳଧାରଣା ଦବିଥିବା ଜଣାପଡ଼ିଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ରେଳ ମେଣ୍ଟେନାନ୍ସ ବିଭାଗ ପକ୍ଷରୁ ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି। ମଧ୍ୟରାତ୍ରିରୁ ରେଳ କର୍ମଚାରୀମାନେ ଘଟଣାସ୍ଥଳରେ ରହି ମରାମତି କାମ ଜାରି ରଖିଛନ୍ତି।

ଅନ୍ୟପକ୍ଷରେ, ରେଳଧାରଣା ତଳେ ଥିବା ମାଟି ଏବେ ମଧ୍ୟ ଦବିଯାଉଥିବା ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି। ସମୟୋଚିତ ଭାବେ ଏହି ତ୍ରୁଟି ଚିହ୍ନଟ ହୋଇନଥିଲେ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିପାରିଥାନ୍ତା ବୋଲି ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି। ବର୍ତ୍ତମାନ ରେଳଧାରଣାର ମରାମତି ସହ ଟ୍ରାକ୍‌ର ସ୍ଥିତି ଯାଞ୍ଚ କରାଯାଉଛି। ମରାମତି ସମ୍ପୂର୍ଣ୍ଣ ହେବା ପରେ ରେଳ ଚଳାଚଳ ସ୍ୱାଭାବିକ ହେବ ବୋଲି ଜଣାପଡ଼ିଛି।

ମୟୂରଭଞ୍ଜରେ ଲାଗିରହିଛି ଭାରି ବର୍ଷା: ବନ୍ୟା ପରିସ୍ଥିତି ଯୋଗୁଁ ଅନେକ ରାସ୍ତା ବିଚ୍ଛିନ୍ନ, ୩ମୃତ
ବାରିପଦା: ଜିଲ୍ଲାରେ ଲାଗି ରହିଥିବା ଭାରି ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ବୁଡାବଳଙ୍ଗ ନଦୀ ବନ୍ୟା ଯୋଗୁଁ ବଡ଼ସାହି-ବେତନଟୀ, ମାଣତ୍ରୀ-ବେତନଟୀ ଓ ବୈଶିଙ୍ଗା-ମାଣତ୍ରୀ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ସାନନଦୀ ବନ୍ୟା ଯୋଗୁଁ ରାସଗୋବିନ୍ଦପୁର-ଅମର୍ଦ୍ଦାରୋଡ ରାସ୍ତା ମଧ୍ୟ ବିଚ୍ଛିନ୍ନ ହୋଇଛି।

ଗତରାତିରେ ସାନନଦୀ ସେତୁ ପାରି ସମୟରେ ଏକ ପିକଅପ୍ ଭ୍ୟାନ ଭାସିଯାଇଥିଲା। ଅଗ୍ନିଶମ ବାହିନୀ ଚାଳକ ଓ ହେଲ୍ପରଙ୍କୁ ଉଦ୍ଧାର କରିଛି । ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଶଙ୍କରେଇ ନାଳରୁ ଭାସି ଆସିଥିବା ଏକ ଅଜଣା ମୃତଦେହ ଚଢେଇପାହାଡ଼ିରୁ ଉଦ୍ଧାର କରାଯାଇଛି। ବିଶୋଇ ଥାନା ଖଡମବେଡା ଗ୍ରାମରେ ନିଜ ଘର ସାମନାରେ ଥିବା କୃତ୍ରିମ ଜଳାଶୟରେ ବୁଡ଼ି ୯ ବର୍ଷୀୟ ଏକ ବାଳକର ମୃତ୍ୟୁ ହୋଇଛି। ବଡ଼ସାହି ବ୍ଲକରେ ମାଛ ଧରିବାକୁ ଯାଇ ଜଣେ ଯୁବକ ବନ୍ଧପାଣିରେ ଭାସି ମୃତ୍ୟୁ ବରଣ କରିଛନ୍ତି। ବାଙ୍ଗିରିପୋଷିରେ ପୋଲ ପାରି ସମୟରେ ଭାସିଯାଇ ଗଛ ଡାଳରେ ଆଶ୍ରୟ ନେଇଥିବା ଅନ୍ୟ ଜଣେ ଯୁବକଙ୍କୁ ଓଡ୍ରାଫ୍ ଦଳ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।

ବର୍ଷା, ବନ୍ୟା ଓ ଜଳବନ୍ଦୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ହେମକାନ୍ତ ସଏ ଆଜି ମଧ୍ୟ ମୟୂରଭଞ୍ଜର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏହି ସାବଧାନତାମୂଳକ ପଦକ୍ଷେପ ନିଆଯାଇଛି।

ଜିଲ୍ଲାର ୨୨ଟି ବ୍ଲକ ଏହି ବର୍ଷା ଓ ବନ୍ୟାର ପ୍ରଭାବରେ ପଡ଼ିଛି। ବଡ଼ସାହି, ବେତନଟୀ, ବାରିପଦା, ବାଙ୍ଗିରିପୋଷି, ବହଳଦା, ଗୋପବନ୍ଧୁନଗର, ଖୁଣ୍ଟା, କୁସୁମୀ, କୁଳିଅଣା, କରଞ୍ଜିଆ, ଠାକୁରମୁଣ୍ଡା, ତିରିଂ, ରାସଗୋବିନ୍ଦପୁର, ଶାମାଖୁଣ୍ଟା, ଜାମଦା, ଯଶିପୁର, ଶୁଲିଆପଦା, ରାଇରଙ୍ଗପୁର, ଶୁକୃଳି, ରରୁଆଁ, ମୋରଡ଼ା ଓ ବିଜାତଳା ଆଦି ବ୍ଲକରେ ଜଳବନ୍ଦୀ ପରିସ୍ଥିତି ଦେଖାଦେଇଛି। ଅନେକ ସ୍ଥାନରେ ବର୍ଷା ଓ ବନ୍ୟା ଜଳ ରାସ୍ତା ତଥା ପୋଲ ଉପରେ ପ୍ରବାହିତ ହେବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି।

ଏହି ପରିସ୍ଥିତିରେ ୨୮ଟି ଗ୍ରାମ ପଞ୍ଚାୟତ ଓ ୪୫ଟି ଗ୍ରାମ ପ୍ରଭାବିତ ହୋଇଛି। ଏପର୍ଯ୍ୟନ୍ତ ପ୍ରାୟ ୧,୭୩୫ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ୨୧୫ଟି ଘର କ୍ଷତିଗ୍ରସ୍ତ ହୋଇଛି। ଏଥିମଧ୍ୟରୁ ଦୁଇଟି କୁଡ଼ିଆ ଓ ୧୧ଟି ଗୁହାଳ ରହିଛି। ପ୍ରଶାସନ ପକ୍ଷରୁ ୧୦ଟି ଆଶ୍ରୟସ୍ଥଳୀ ଖୋଲାଯାଇଛି ଏବଂ ୧୪ଟି ସ୍ଥାନରେ ବିପନ୍ନ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆବଶ୍ୟକ ସ୍ଥାନରେ ବିଦ୍ୟାଳୟଗୁଡ଼ିକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରିବାକୁ ବିଡିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷା କମିଥିଲେ ହେଁ ଉପମୁଣ୍ଡରୁ ଆସୁଥିବା ଜଳ ଯୋଗୁଁ ନଦୀମାନଙ୍କରେ ବନ୍ୟା ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଛି। ଜିଲ୍ଲାପାଳ, ଏସପି ସମେତ ସମସ୍ତ ଅଧିକାରୀ ବିଭିନ୍ନ ଅଞ୍ଚଳ ଗସ୍ତ କରି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି।

ଉତ୍ତର ଓଡ଼ିଶାରେ ଘନଉଛି ବନ୍ୟା ବିପଦ: ଫୁଲୁଛି ନଦୀ, ଲଗାଣ ବର୍ଷାରେ ଜଳମଗ୍ନ ଅନେକ ଅଞ୍ଚଳ
ଭୁବନେଶ୍ୱର: ଦୁଇ ଦିନ ଧରି ଲଗାଣ ବର୍ଷା କାରଣରୁ ଉତ୍ତର ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ହଠାତ୍ ବୃଦ୍ଧି ପାଇଛି। ଏହାଫଳରେ ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ୱର ଏବଂ କେନ୍ଦୁଝର ଜିଲ୍ଲାର ବ୍ୟାପକ ଅଞ୍ଚଳରେ ବନ୍ୟା ଆଶଙ୍କା ଉପୁଜିଛି। ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଆଖୁଆପଦା ଠାରେ ବିପଦ ସଙ୍କେତ ୧୮.୩୩ ମିଟର ଥିବାବେଳେ ସକାଳ ୭ଟା ସୁଦ୍ଧା ଜଳସ୍ତର ୧୯.୩୧ ମିଟରରେ ପ୍ରବାହିତ ହେଉଥିଲା। ଚଳିତ ବର୍ଷ ବୈତରଣୀରେ ଏହା ହେଉଛି ଚତୁର୍ଥ ବନ୍ୟା। ଏହାର ପ୍ରଭାବରେ ଭଣ୍ଡାରିପୋଖରୀ, ଧାମନଗର ଏବଂ ଚାନ୍ଦବାଲି ବ୍ଲକ ପ୍ରଭାବିତ ହେବାର ଆଶଙ୍କା ରହିଛି। ସେହିପରି ଶାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଇ ରାଜମୁକୁନ୍ଦପୁର ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

ମୟୂରଭଞ୍ଜର ବାରିପଦା ସହରରେ ବୁଢ଼ାବଳଙ୍ଗ ନଦୀର ବନ୍ୟାଜଳ ପ୍ରବେଶ କରିଛି, ଯାହାଦ୍ୱାରା ଜିଲ୍ଲାର ୨୨ଟି ବ୍ଲକ ପ୍ରଭାବିତ ହୋଇଛି। ରସଗୋବିନ୍ଦପୁରର ସରୁମୂଳା ପୋଲ ଉପରେ ୪ ଫୁଟ୍ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଅନ୍ୟପକ୍ଷରେ, ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକର ମଥାନୀ ଠାରେ ଜଳକା ନଦୀର ବିପଦ ସଙ୍କେତ ୬.୫୦ ମିଟର ଥିବାବେଳେ ଏହା ୭.୮୪ ମିଟରରେ ପ୍ରବାହିତ ହେଉଛି। ଫଳରେ ଏହି ବ୍ଲକର ୧୭ଟି ପଞ୍ଚାୟତର ପ୍ରାୟ ୯୦ଟି ଗାଁ ଜଳମଗ୍ନ ହେବାର ଆଶଙ୍କା ଦେଖାଦେଇଛି।

କେନ୍ଦୁଝର ଜିଲ୍ଲାର ଯୋଡ଼ା, ଚମ୍ପୁଆ ଏବଂ ଆନନ୍ଦପୁର ଦେଇ ପ୍ରବାହିତ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି। ଆନନ୍ଦପୁର ଠାରେ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସୁନା ନଦୀରେ ବନ୍ୟା ଯୋଗୁଁ ଯୋଡ଼ା ପୌରାଞ୍ଚଳର ଅନେକ ୱାର୍ଡ ଜଳମଗ୍ନ ହୋଇଯାଇଛି ଏବଂ କିଛି ମାଟିଘର ଭାଙ୍ଗିଯାଇଥିବା ସୂଚନା ମିଳିଛି। ସେରେଣ୍ଡା ନିକଟସ୍ଥ ରାଜ୍ୟ ରାଜପଥ ଏବଂ କେତେକ ଜାତୀୟ ରାଜପଥ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି।

ନିରବଚ୍ଛିନ୍ନ ବର୍ଷା ଏବଂ ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ବିପଦପୂର୍ଣ୍ଣ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି।