Puri Gajapati Maharaja - The Sakala

ଅଦିନିଆ ରଥଯାତ୍ରା ବନ୍ଦ କରିବା ସବୁଠୁ ବଡ଼ ଆହ୍ୱାନ, ଚୁପ୍‌ ହୋଇ ବସିଗଲେ ଶ୍ରୀଜଗନ୍ନାଥ ପରମ୍ପରାରେ ବଡ଼ ବ୍ୟତିକ୍ରମ ଘଟିବ: ଗଜପତି
ପୁରୀ: ବିଦେଶରେ ଅଦିନିଆ ରଥଯାତ୍ରା ବନ୍ଦ କରିବା ଆଜିର ସମୟରେ ସବୁଠୁ ବଡ଼ ଆହ୍ୱାନ। କୋଟିକୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଜଡ଼ିତ ରଥଯାତ୍ରାରେ ଏଭଳି ଭୟଙ୍କର ବ୍ୟତିକ୍ରମକୁ ଆମେ ସହି ଚାଲିଛେ। କେଉଁ ତିଥିରେ ମହାପ୍ରଭୁଙ୍କ ଆବିର୍ଭାବ ମଣ୍ଡପ ଯାତ୍ରା ହେବ, ସ୍ୱୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ ଏକଥା ମହର୍ଷିଙ୍କ ମାଧ୍ୟମରେ କହିଛନ୍ତି। ଆମେ ଯଦି ଏହାକୁ ମାନିଲେ ନାହିଁ, ବ୍ୟତିକ୍ରମ କଲେ ଯଦି ପ୍ରତିବାଦ କରୁନାହେଁ, ତେବେ ଆମେ କି ଜଗନ୍ନାଥ ସଂସ୍କୃତିର ପ୍ରଚାର କରୁଛେ? ‘ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ’ର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବକୁ ଉଦ୍‌ଘାଟନ କରି ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି ଆହ୍ୱାନ ଦେଇଛନ୍ତି।

ଗଜପତି ମହାରାଜା କହିଥିଲେ, ଅଦିନିଆ ରଥଯାତ୍ରାର ସମାଧାନ ନ କରି ଚୁପ୍‌ ହୋଇ ବସିଗଲେ ଶ୍ରୀଜଗନ୍ନାଥ ପରମ୍ପରାର ବଡ଼ ବ୍ୟତିକ୍ରମ ଘଟିବ। ଭାରତ ବାହାରେ ମନଇଚ୍ଛା ଅଦିନିଆ ରଥଯାତ୍ରା ଚାଲିବ। ସମଗ୍ର ଜଗତରେ ଯଦି ତାଙ୍କର ଯାତ୍ରା ହେଉଛି, ତେବେ ବିଧି, ପରମ୍ପରା, ଶାସ୍ତ୍ର ଆଧାରରେ ହେଉ। ଏହା ଉପରେ ଶ୍ରୀଜଗନ୍ନାଥ ପ୍ରଚାର ପ୍ରତିଷ୍ଠାନ ଗୁରୁତ୍ୱ ଦିଅନ୍ତୁ। ଶ୍ରୀମନ୍ଦିର ପ୍ରଶାସନ ଓ ଆଲୋଚନା ଭିତ୍ତିରେ ଇସ୍କନର ସବୁ ଯୁକ୍ତିକୁ ଆମ ବିଦ୍ୱାନମାନେ ଖଣ୍ଡନ କଲେ। ଶାସ୍ତ୍ର ଅନୁମୋଦିତ ୯୭ ପୃଷ୍ଠାର ମତ ଦେବା ପରେ ମଧ୍ୟ ସବୁ ନିଷ୍ଫଳ ହେଲା। ଏବେ ଧର୍ମଗୁରୁ ତଥା ଆଚାର୍ଯ୍ୟ ଏବଂ ଭକ୍ତମାନେ ଏ ଦିଗରେ କିଛି କରିବାକୁ ପଡ଼ିବ। ଏ ନେଇ ଜାଗରଣ ସୃଷ୍ଟି ହେଉ। ସବୁଠୁ ବଡ଼ ବିଡ଼ମ୍ବନା ହେଉଛି, ଭାରତ ବାହାରେ ହେଉଥିବା ଅଦିନିଆ ରଥଯାତ୍ରାରେ ଆମ ଓଡ଼ିଆମାନେ ସାମିଲ ହେଉଛନ୍ତି, ଦାନ ଦେଉଛନ୍ତି। ସେମାନେ ଯେ ଶାସ୍ତ୍ର ବିରୋଧୀ କାର୍ଯ୍ୟ କରୁଛନ୍ତି, ଏକଥା ବୁଝିବାକୁ ପଡ଼ିବ। ସେମାନଙ୍କ ନିକଟରେ ଏହି ବାର୍ତ୍ତା ପହଞ୍ଚାଇ ଜାଗରଣ ସୃଷ୍ଟି କରିବାକୁ ପଡ଼ିବ ବୋଲି ମତ ରଖିଛନ୍ତି ଗଜପତି ମହାରାଜା।

ଉତ୍ସବରେ ସ୍ୱାମୀ ମାଧବାନନ୍ଦ ସରସ୍ୱତୀ ମହାରାଜ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀଜଗନ୍ନାଥ ତତ୍ତ୍ୱ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ। ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ମହନ୍ତ ରାମକୃଷ୍ଣ ଦାସ ମହାରାଜ, କେନ୍ଦ୍ରୀୟ ସଭାପତି ସଚ୍ଚିଦାନନ୍ଦ ଦାସ ବାବାଜୀ ଓ ମହାସଚିବ ଡ. ନରେଶ ଚନ୍ଦ୍ର ଦାଶ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ପ୍ରଫେସର୍‌ ବ୍ରଜକିଶୋର ସ୍ୱାଇଁଙ୍କୁ ଜାତୀୟସ୍ତରୀୟ ଶ୍ରୀଜଗନ୍ନାଥ ଚେତନା ପ୍ରତିଭା ସମ୍ମାନ, ବିଶିଷ୍ଟ ଲେଖକ ପ୍ରାବନ୍ଧିକ ଗବେଷକ ଡ. ଉମେଶ ଚନ୍ଦ୍ର ଚିହ୍ନରାଙ୍କୁ ଜାତୀୟସ୍ତରୀୟ ଶ୍ରୀଜଗନ୍ନାଥ ଚେତନା ଗବେଷକ ସମ୍ମାନ, ଓଡ଼ିଶାର ପ୍ରଥିତଯଶା କଥାବାଚକ ଶ୍ରୀଜଗନ୍ନାଥ ଚେତନାର ଅନନ୍ୟ ପ୍ରଚାରକ ଡ. ଆଶୁତୋଷ ପ୍ରସାଦ ମିଶ୍ରଙ୍କୁ ଜାତୀୟସ୍ତରୀୟ ଶ୍ରୀଜଗନ୍ନାଥ ଚେତନା ପ୍ରଚାରକ ସମ୍ମାନ, ଶ୍ରୀଜଗନ୍ନାଥ ମନ୍ଦିର କଲମପୁର କଳାହାଣ୍ଡି ଓ ଶ୍ରୀଜଗନ୍ନାଥ ମନ୍ଦିର ବିଶାଖାପାଟଣାଙ୍କ ଜାତୀୟସ୍ତରୀୟ ଶ୍ରୀଜଗନ୍ନାଥ ଚେତନା ସଂଗଠକ ସମ୍ମାନ ପ୍ରଦାନ କରାଯାଇଥିଲା।

ଏହି ଉତ୍ସବରେ ପ୍ରତିଷ୍ଠାନର ମୁଖପତ୍ର ‘ଶ୍ରୀଜଗନ୍ନାଥ ଚେତନା-୧୫’ ଲୋକାର୍ପଣ ହୋଇଛି। ଡ. ଅସିତ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସୁଦର୍ଶନ ନାୟକ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଚିବ ସନ୍ତୋଷ କୁମାର ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର, ହରେକୃଷ୍ଣ ପ୍ରତିହାରୀ ଓ ସୂର୍ଯ୍ୟନାରାୟଣ ମହାପାତ୍ର ପରିଚାଳନା କରିଥିଲେ।

ଖୋଲିଲା ଭିତର ରତ୍ନଭଣ୍ଡାର, ସ୍ଥିତି ଅନୁଧ୍ୟାନ କଲେ ଗଜପତି ମହାରାଜ
ପୁରୀ: ଖୋଲିଲା ଭିତର ରତ୍ନଭଣ୍ଡାର। ରତ୍ନଭଣ୍ଡାର ଭିତରକୁ ଯାଇ ଅନୁଧ୍ୟାନ କଲେ ଗଜପତି ମହାରାଜ। ଆଜି ସଂଧ୍ୟା ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରାଯିବ ବୋଲି କହିଛନ୍ତି ଗଜପତି ମହାରାଜ। ଭିତର ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସନ୍ଧ୍ୟା ସୁଦ୍ଧା ଭିତର ରତ୍ନଭଣ୍ଡାର ସ୍ଥାନାନ୍ତରିତ ପ୍ରକ୍ରିୟା ସଂମୂର୍ଣ୍ଣ ହେବା ନେଇ ଆଶା କରାଯାଉଛି । ଏହାସହିତ ବାହାର ରତ୍ନଓ ଅଳଙ୍କାର ସ୍ଥାନାନ୍ତରିତ ହୋଇଥିବା ଫୁଲ ଓ ଚାଙ୍ଗୁଡା ଘର ବି ବୁଲି ଅନୁଧ୍ୟାନ କରିଛନ୍ତି ଗଜପତି । ସବୁ କିଛି ସୁରକ୍ଷିତ ରହିଥିବା ଗଜପତି କହିଛନ୍ତି ।  ଭିତର ରତ୍ନଭଣ୍ଡାରର ସବୁ କିଛି ସ୍ଥାନାନ୍ତରଣ କରିବା ପରେ ଏହାକୁ ହାଇ ଟେକନୋଲୋଜି ଅନୁଯାୟୀ ତା ଭିତର ତନତନ କରି ଯାଞ୍ଚ କରାଯିବ । ଯେତେବେଳେ ପ୍ରଶାସନ ଏହି ନିଷ୍ପତ୍ତିରେ ପହଞ୍ଚିବ ଯେ ଏହା ଭିତରେ ଆଉ କିଛି ନାହିଁ । ସେତେବେଳେ ଏଏସଆଇକୁ ଉଭୟ ରତ୍ନଭଣ୍ଡାର ହସ୍ତାନ୍ତର କରାଯିବ ।

ଗଜପତି ମହାରାଜଙ୍କ ସହ ମୋଟ ୧୧ ଜଣିଆ କମିଟି ସଦସ୍ଯ ଭଣ୍ଡାର ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ତାଙ୍କ ସହ ଯାଇଥିଲେ ଓଡ୍ରାଫ ଟିମ ଓ ଅଗ୍ନିଶମ ବାହିନୀ। ଭିତରକୁ ନିଆଯାଇଛି ଅକ୍ସିଜେନ ସିଲିଣ୍ଡର ଓ ଆଧୁନିକ ସରଞ୍ଜାମ। ଭିତରକୁ ଯାଇଛନ୍ତି ସ୍ନେକ ହେଲପଲାଇନ ସଦସ୍ଯ। ସକାଳ ୯ଟା ୫୧ରେ ଖୋଲିଲା ଭିତର ରତ୍ନ ଭଣ୍ଡାର। ଶ୍ରୀମନ୍ଦିର ଭିତରକୁ ନିଆଯାଇଥିଲା ୪ଟି ଲକ୍ ବ୍ରେକର। କମିଟି ଅଧ୍ଯକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଓ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଅରବିନ୍ଦ ପାଢୀ ଉପସ୍ଥିତ ଥିଲେ। ସ୍ଥିତି ଦେଖି ତତକାଳ ନିଷ୍ପତ୍ତି ନିଆଯିବ କହିଛନ୍ତି କମିଟି ଅଧ୍ଯକ୍ଷ ଜଷ୍ଟିସ ରଥ। ପୂର୍ବଥର ରତ୍ନଭଣ୍ଡାରକୁ ଯାଇଥିଲେ ଗଜପତି ମହାରାଜଙ୍କ ପ୍ରତିନିଧି।

ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା: ପୁରୀ ଗଜପତି ମହାରାଜ
ପୁରୀ: ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା । ୫ ଦିନ ଧରି ଚାଲିବ ପୂଜାର୍ଚ୍ଚନା । ଏ ନେଇ ଆଜି ଗଜପତି ମହାରାଜା ସୂଚନା ଦେଇଛନ୍ତି। ଆଜି ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା ପରେ ସୂଚନା ଦେଇଛନ୍ତି ଗଜପତି ମହାରାଜ । ଶ୍ରୀସେତୁ, ଜଗନ୍ନାଥ ବଲ୍ଳଭ ପାର୍କିଂ କାର୍ଯ୍ୟ ବୁଲ ଅନୁଧ୍ୟାନ କରିଥିଲେ। ନିର୍ମାଣ କାର୍ଯ୍ୟ ଦେଖି ସନ୍ତୋଷ ବ୍ୟକ୍ତ କରିଛନ୍ତି ଗଜପତି ମହାରାଜ । ଡିସେମ୍ବର ସୁଦ୍ଧା ସରିବ ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ, ତୀର୍ଥଯାତ୍ରୀ କେନ୍ଦ୍ରର କାମ । ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏ ବଡ଼ଦାଣ୍ଡର ସମ୍ପ୍ରସାରଣ ହେବ ।

ଖବର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ଗତ ଶନିବାର ବଡିଭୋରରୁ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ତ୍ଵରାନ୍ଵିତ କରି ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହା ନୂଆବର୍ଷରେ ଭକ୍ତ ମାନଙ୍କୁ ନୂଆ ଅନୁଭବ ଦେବ ବୋଲି ସେ ମତ ବ୍ୟକ୍ତ କରିଥିଲେ।

ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ଗୁଡିକର ପୁନରୁଦ୍ଧାର କାମ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ। ପରିକ୍ରମା ପ୍ରକଳ୍ପ କାମରେ ଜଗନ୍ନାଥ ସଂସ୍କୃତି ସହ ଜଡିତ ବିଭିନ୍ନ ଦେଶୀୟ ବୃକ୍ଷ ଓ ଗୁଳ୍ମ ଲଗାଇବାକୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ ଓ ସେ ଶ୍ରୀମନ୍ଦିର ଚାରି ଦ୍ଵାର କାମ ମଧ୍ୟ ବୁଲି ଦେଖିଥିଲେ।

ପୁରୀ ଶ୍ରୀନହରରେ ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ
ପୁରୀ: ପୁରୀ ଶ୍ରୀନଅରରେ ପାରମ୍ପରିକ ରୀତିରେ ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି । ଏହି ଅବସରରେ ଗଜପତି ମହାରାଜା ସିଂହାସନ ଆହରଣ କରିବା ସହ ଅଭିଷିକ୍ତ ମଧ୍ୟ ହୋଇଥିଲେ। ଆଜି ରବିବାର ମାଘମାସର ପୁଷ୍ୟା ନକ୍ଷତ୍ର ପଡୁଥିବାରୁ ଶ୍ରୀନଅରରେ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଗଜପତିଙ୍କ ରାଜାଭିଷେକ କରାଯାଇଛି । ଷୋଳ ଶାସନ ବ୍ରାହ୍ମଣ ଓ ୩୨ କରବାଡ ପ୍ରତିନିଧି ଗଜପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି ।

ପଞ୍ଚଦେବତା ପୂଜାଠାରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ । ପରେ ଶାସ୍ତ୍ରୀୟ ପୂଜା, ରାମଭିଷେକ ନୀତି ପରେ ପୁଷ୍ୟା ନକ୍ଷତ୍ର ଯୋଗରେ ଗଜପତି ମହାରାଜଙ୍କର ଅଭିଷେକ କରାଯାଇଛି । ଗଜପତି ମହାରାଜାଙ୍କ ଶୁଭ ଓ ମଙ୍ଗଳପ୍ରଦ ଶାସନ ସହ ରାଷ୍ଟ୍ରର କଲ୍ୟାଣ ପାଇଁ ଏହି ନୀତି ପାଳନ କରାଯାଇଛି । ପୁରୀ ଶ୍ରୀନହରରେ ଏହି ପୁଷ୍ୟାଭିଷେକ ପାଇଁ ଏକ ଭକ୍ତି ଏବଂ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ନୀତି ପରେ ମହାରାଜାଙ୍କୁ ବ୍ରାହ୍ମଣମାନେ ଆଶିଷ ପ୍ରଦାନ କରିଥିଲେ ।

କୁହାଯାଏ, ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ପୁଷ୍ୟା ନକ୍ଷତ୍ରରେ ଅଯୋଧ୍ୟାରେ ରାଜଗାଦି ଆରୋହଣ କରିଥିଲେ । ସେହି ପରମ୍ପରା ଅନୁସାରେ, ପ୍ରଥମେ ଗଜପତି ମହାରାଜଙ୍କ ରାଜାଭିଷେକ କରାଯାଇଥାଏ । ଗଜପତିଙ୍କୁ ପଇତାଲାଗି କରିବା ପରେ ଷୋଳଶାସନର ପ୍ରତିନିଧି ମନ୍ତ୍ର ପାଠ କରି ମହାରାଜଙ୍କ ପୁଷ୍ୟାଭିଷେକ କରିଥିଲେ । ନଡିଆ, ଗୁଆ, ତାମ୍ର ପଇତା ଭେଟିଦେଇଥିଲେ । ଏଥିରେ ଷୋଳଶାସନର ବ୍ରାହ୍ମଣମାନଙ୍କୁ ମଧ୍ୟ ମହାରାଜଙ୍କ ପକ୍ଷରୁ ମହାପ୍ରସାଦ ଭେଟି ଦିଆଯିବାର ବିଧି ରହିଛି । ପୁଷ୍ୟାଭିଷେକରେ ଷୋଳଶାସନ ବ୍ରାହ୍ମଣ, ବିଭିନ୍ନ ମଠାର ମଠାଧୀଶ ଓ ସାଧୁସନ୍ଥଙ୍କ ସମାଗମ ହୋଇଥିଲା ।