Hit and Run Case - The Sakala

ଚନ୍ଦ୍ରଶେଖରପୁରରେ କାର୍‌ ଚଢ଼ାଇ ହତ୍ୟା ପଛର ବଡ଼ ଖୁଲାସା: ତ୍ରିକୋଣୀୟ ପ୍ରେମରୁ ହୋଇଥିଲା ରାସ୍ତାରେ ମର୍ଡର
ଭୁବନେଶ୍ବର: ଚନ୍ଦ୍ରଶେଖରପୁରରେ କାର୍‌ ଚଢ଼ାଇ ହତ୍ୟା ପଛରେ ନୂଆ ଟୁଇଷ୍ଟ । ଦୁର୍ଘଟଣା ନୁହେଁ ବରଂ ପ୍ରେମ ପାଇଁ ସାଙ୍ଗକୁ ମାରିଦେଲା ସାଙ୍ଗ। ପ୍ରେମ ପାଇଁ ପ୍ରେମିକଙ୍କ ମଧ୍ୟରେ ବିବାଦ ନେଇଛି ହତ୍ୟାର ରୂପ । ତ୍ରିକୋଣୀୟ ପ୍ରେମରୁ କାର୍‌ ଚଢ଼ାଇ ହତ୍ୟା କରାଯାଇଛି କହିଲେ ଡିସିପି । ମୃତ ବରେନ୍ୟ ରାଉତରାୟଙ୍କ ପ୍ରେମିକାକୁ ପୂର୍ବରୁ ଭଲ ପାଉଥିବା ପ୍ରେମିକ ଘଟାଇଛି ଏପରି ଜଘନ୍ୟ କାଣ୍ଡ। ଯୋଜନାବଦ୍ଧ ଭାବେ ମିଳିମିଶି ହତ୍ୟା କରିଛନ୍ତି ହତ୍ୟାକାରୀ । ଆଚାର୍ଯ୍ୟ ହରିହର କଲେଜ ଛକରେ ଘଟିଥିବା ଦୁର୍ଘଟଣା ପଛର ହତ୍ୟାର ପ୍ରମାଣ ପାଇବା ସହ ପାଞ୍ଚ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ପୋଲିସ।

ସୂଚନାଯୋଗ୍ୟ, ମେ ୨୯ ତାରିଖ ବିଳମ୍ବିତ ରାତିରେ ନୀଳାଦ୍ରି ବିହାର ଏଟିଏମ୍ ଛକ ନିକଟରେ ଏକ ବାଇକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା ଦ୍ରୁତଗାମୀ ଥାର୍ ଗାଡ଼ି । ବାଇକରେ ଥିଲେ ୩ ଜଣ ଯୁବକ । ଧକ୍କା ଏତେ ଜୋରଦାର ଥିଲା ଯେ ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ମୃତ ଯୁବକଙ୍କ ଘର ଖୋର୍ଦ୍ଧା ଜିଲ୍ଲା କାଇପଦର ଅଞ୍ଚଳର । ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିଲେ। ପ୍ରଥମରୁ ଏହା ଦୁର୍ଘଟଣା ପରି ମନେ ହେଉଥିଲା। କିନ୍ତୁ ପରିବାର ଲୋକଙ୍କ ଅଭିଯୋଗ ପରେ ଚନ୍ଦ୍ରଶେଖରପୁର ପୋଲିସ ଆରମ୍ଭ କରିଥିଲା ତଦନ୍ତ।

ଆହତ ଓ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା ପରେ ଏହା ହତ୍ୟା ବୋଲି ସନ୍ଦେହ କରିଥିଲା ପୋଲିସ। କୌଣସି ବିଳମ୍ବ ନକରି ଦୁର୍ଘଟଣା ଘଟାଇଥିବା ଅଭିଯୁକ୍ତ ଯେପରି ଖସି ଯାଇନପାରିବେ, ସେଥିପାଇଁ ପୂରା ଲାଗିପଡ଼ିଥିଲା। ରାତାରାତି ସବୁ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା ପୋଲିସ। ତଦନ୍ତରୁ ଜଣାପଡ଼ିଲା, ଏହା ଦୁର୍ଘଟଣା ନୁହେଁ ବରଂ ସଂଘବଦ୍ଧ ହତ୍ୟା।

ପ୍ରେମ ବ୍ୟାପାରକୁ ନେଇ ଲସି ଦୋକାନରେ ଗଣ୍ଡଗୋଳ ହୋଇଥିଲା। ବାଇକରେ ଆସିଥିବା ମୃତକ ଓ ତାଙ୍କ ସହଯୋଗୀ ଆଉ ଅଭିଯୁକ୍ତଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କିନ୍ତୁ ଏହାର କିଛି ସମୟ ପରେ ବାଇକରେ ଫେରୁଥିବା ବେଳେ ଅଭିଯୁକ୍ତମାନେ ଥାର୍ ଗାଡିରେ ସେମାନଙ୍କ ପିଛା କରିଥିଲେ। ଶେଷରେ ବାଇକ୍ ଆରୋହୀଙ୍କୁ ରାସ୍ତାରେ ଗାଡି ଚଢ଼ାଇ ହତ୍ୟା କରିଥିଲେ। ସେହିପରି ମୃତକଙ୍କ ଭଉଣୀ କହିଛନ୍ତି- ଭାଇର ହତ୍ୟା ପଛରେ ତା'ର ସାଙ୍କମାନଙ୍କ ହାତ ରହିଛି। ଏମିତିକି ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ପିଲାଦିନର ବନ୍ଧୁ। ପ୍ରଥମେ ତାଙ୍କୁ ମାରପିଟ୍ କରିଥିଲେ। ତା'ପରେ ଗାଡ଼ି ଚଢ଼ାଇ ହତ୍ୟା କରିଥିଲେ।

ଦିଲ୍ଲୀ ହିଟ୍‌ ଆଣ୍ଡ ରନ୍‌ ମାମଲା: ଦୁର୍ଘଟଣା ପରେ କାରତଳେ ଅଞ୍ଜଳି ଫସିଥିବା ଜାଣି ବି ଗାଡ଼ି ଅଟକାଇ ନଥିଲେ ଅଭିଯୁକ୍ତ
ନୂଆଦିଲ୍ଲୀ: ଦୁର୍ଘଟଣା ପରେ କାରତଳେ ଅଞ୍ଜଳି ଫଶିରହିଥିବା ଜାଣି ମଧ୍ୟ ଗାଡ଼ିକୁ ଅଟକାଇ ନଥିଲେ ଅଭିଯୁକ୍ତମାନେ । ଦିଲ୍ଲୀ ହିଟ୍‌ ଆଣ୍ଡ ରନ୍‌ ମାମଲାରେ କିଛି ଏପରି ବଡ଼ ଖୁଲ୍ଲାସା କରିଛନ୍ତି ଖୋଦ ଅଭିଯୁକ୍ତମାନେ । ଅଭିଯୁକ୍ତମାନଙ୍କୁ ଜଣାଥିଲା କି ଦୁର୍ଘଟଣା ପରେ ଅଞ୍ଜଳି ଗାଡିତଳେ ଫସି ଯାଇଛନ୍ତି ବୋଲି । ହେଲେ ଭୟରେ ସେମାନେ ଗାଡି ନଅଟକାଇ ଆଗକୁ ଆଗକୁ ଯାଇଥିଲେ । ଏହି କ୍ରମରେ ସେମାନେ ଗାଡିକୁ ଗୋଟିଏ ରାସ୍ତାରେ ନନେଇ ଏପଟ ସେପଟ କରିଥିବା କଥା ମଧ୍ୟ ମାନିଛନ୍ତି । ଏହାସହିତ ସେମାନେ ମଦ ନିଶାରେ ଚୁର ହୋଇଥିବାବେଳେ ନା ଗାଡିକୁ ଅଟକାଇଥିଲେ, ନା ଅଞ୍ଜଳିଙ୍କ ଜୀବନ ବଞ୍ଚାଇଥିଲେ । ଏନେଇ ପୋଲିସ ଆଗରେ ସ୍ୱୀକାର କରିଛନ୍ତି ଗିରଫ ଅଭିଯୁକ୍ତମାନେ ।

ଅଭିଯୁକ୍ତମାନଙ୍କୁ ପଚରା ଉଚରା ବେଳେ ସେମାନେ କହିଛନ୍ତି କି, ଗାଡ଼ି ତଳୁ ଅଞ୍ଜଳିଙ୍କୁ କାଢ଼ିଲେ ହତ୍ୟା ମାମଲାରେ ଫସିବା ଭୟ ଥିଲା, ତେଣୁ ଦୁର୍ଘଟଣା ପରେ ଅଭିଯୁକ୍ତମାନେ ଅଞ୍ଜଳିଙ୍କୁ କାଢି ନଥିଲେ । ସେମାନେ କହିଛନ୍ତି କି, ଦୁର୍ଘଟଣା ପରେ ସେମାନେ ଭୟଭୀତ ହୋଇପଡିଥିଲେ । ଏଣୁ ଗାଡିକୁ ଏପଟ ସେପଟ କରି ଅନେକ ବୁଲାଇଥିଲେ । ଏହାସହ କେତେବେଳେ ଅଞ୍ଜଳି କାର ତଳୁ ବାହରିଯିବ ତାହାକୁ ଅପେକ୍ଷା କରିଥିଲେ ।

ଅନ୍ୟପଟେ ଅଭିଯୁକ୍ତମାନେ ପ୍ରଥମେ ପୋଲିସକୁ କହିଥିଲେ କି କାର ଭିତରେ ଉଚ୍ଚସ୍ୱରରେ ମ୍ୟୁଜିକ ବାଜୁଥିବାରୁ ତାଙ୍କୁ କିଛି ଶୁଭାଯାଇ ନଥିଲା । ହେଲେ ଏବେ ଏହା ମିଥ୍ୟା ବୋଲି ସ୍ୱୀକାର କରିଛନ୍ତି ଅଭିଯୁକ୍ତମାନେ । ସେମାନେ ପୋଲିସକୁ ଭ୍ରମିତ କରିବାକୁ ଏଭଳି କହିଥିବା କଥା ମଧ୍ୟ ସ୍ୱୀକାର କରିଛନ୍ତି ।