Snowfall - The Sakala

କାଶ୍ମୀରରେ ପ୍ରବଳ ତୁଷାରପାତ: ଶ୍ରୀନଗର ବିମାନବନ୍ଦରରେ ଉଡ଼ାଣ ବାତିଲ, ଜାମ୍ମୁ-ଶ୍ରୀନଗର ରାଜପଥ ବନ୍ଦ
ଜାମ୍ମୁକାଶ୍ମୀର: କାଶ୍ମୀରରେ ପ୍ରବଳ ତୁଷାରପାତ । କାଶ୍ମୀର ଉପତ୍ୟକାରେ ଋତୁର ପ୍ରଥମ ପ୍ରବଳ ତୁଷାରପାତ ଯୋଗୁଁ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ପ୍ରତିକୂଳ ପାଗ ଯୋଗୁଁ ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସମସ୍ତ ବିମାନ ଚଳାଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଥିବାବେଳେ ପ୍ରବଳ ବରଫପାତ ହେତୁ ଉପତ୍ୟକାକୁ ଦେଶର ଅନ୍ୟାନ୍ୟ ଭାଗ ସହ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥକୁ ମଧ୍ୟ ବନ୍ଦ କରାଯାଇଛି।

ପାଗ ଖରାପ ହେବା କାରଣରୁ ରନୱେ ବରଫାଚ୍ଛନ୍ନ ହୋଇପଡିଛି, ଫଳରେ ବିମାନ ଉଡ଼ାଣ ଅସମ୍ଭବ ହୋଇପଡିଛି। ସ୍ପାଇସଜେଟ୍ (SpiceJet) ଏବଂ ଏୟାର ଇଣ୍ଡିଆ (Air India) ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ବିମାନ କମ୍ପାନୀଗୁଡିକ ଯାତ୍ରୀମାନଙ୍କୁ ସାହାଯ୍ୟ କରିବା ସହ ରିଫଣ୍ଡ କିମ୍ବା ବୁକିଂ ପରିବର୍ତ୍ତନ ପାଇଁ "ପ୍ଲାନ-ବି" (Plan B) ର ସୁବିଧା ଯୋଗାଇ ଦେଉଛନ୍ତି। ପାଗରେ ସାମାନ୍ୟ ସୁଧାର ଆସିଲେ ଉଡ଼ାଣ ଆରମ୍ଭ ହେବ ବୋଲି ଆଶା କରାଯାଉଛି।

ପ୍ରବଳ ବରଫପାତ ଯୋଗୁଁ କାଶ୍ମୀର ସହ ସଡକ ପଥର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

*   NH-44 (ଜାମ୍ମୁ-ଶ୍ରୀନଗର ରାଜପଥ): ନବଯୁଗ ଟନେଲ ଏବଂ ରାମସୁ ଅଞ୍ଚଳରେ ରାସ୍ତା ଅତ୍ୟନ୍ତ ପିଛିଳ ଥିବାରୁ ଏବଂ ବରଫ ଜମି ରହିବାରୁ ଉଭୟ ପାର୍ଶ୍ୱରୁ ଯାନବାହାନ ଚଳାଚଳ ବନ୍ଦ କରାଯାଇଛି।
*   ଅନ୍ୟାନ୍ୟ ରାସ୍ତା: ମୁଘଲ ରୋଡ୍ ଏବଂ ସିନ୍ଥାନ୍ ଟପ୍ ଭଳି ବିକଳ୍ପ ରାସ୍ତାଗୁଡିକ ମଧ୍ୟ ବନ୍ଦ ରହିଛି। ଜମ୍ମୁ-କାଶ୍ମୀର ଟ୍ରାଫିକ ପୋଲିସ ଯାତ୍ରୀମାନଙ୍କୁ ରାସ୍ତାର ସ୍ଥିତି ନ ଜାଣି ଯାତ୍ରା ନ କରିବାକୁ ପରାମର୍ଶ ଦେଇଛନ୍ତି।

ପ୍ରଶାସନ ପକ୍ଷରୁ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜୌରୀ ଏବଂ ପୁଞ୍ଚ ଜିଲ୍ଲାରେ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡିକୁ ବନ୍ଦ ଘୋଷଣା କରାଯାଇଛି। ଜରୁରୀକାଳୀନ ପରିସ୍ଥିତି ପାଇଁ ପୁଞ୍ଚରେ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି ଏବଂ ଲୋକମାନଙ୍କୁ ବରଫ ଅତଡା ଖସିବା (Avalanche) ସମ୍ଭାବନା ଥିବା ଅଞ୍ଚଳରୁ ଦୂରେଇ ରହିବାକୁ ଅନୁରୋଧ କରାଯାଇଛି।

ଏହି ତୁଷାରପାତ ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି। ତ୍ରିକୂଟ ପାହାଡରେ ଥିବା ମାତା ବୈଷ୍ଣୋ ଦେବୀଙ୍କ ପୀଠରେ ଚଳିତ ବର୍ଷର ପ୍ରଥମ ବରଫପାତ ଦେଖିବାକୁ ମିଳିଛି। ତେବେ ଖରାପ ପାଗ ଯୋଗୁଁ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଗୁଲମାର୍ଗ, କୁପୱାରା ଏବଂ ସୋପିଆନ୍‌ରେ ମଧ୍ୟ ପ୍ରବଳ ବରଫପାତ ହୋଇଛି।

ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଶୁକ୍ରବାର ଦିନ ତୁଷାରପାତର ପ୍ରକୋପ ସର୍ବାଧିକ ରହିବ। ଶନିବାର ସକାଳ ସୁଦ୍ଧା ଏହା ହ୍ରାସ ପାଇବାର ସମ୍ଭାବନା ଥିଲେ ମଧ୍ୟ, ଜାନୁଆରୀ ୨୬ ତାରିଖରେ ଏକ ନୂତନ ପଶ୍ଚିମା ଝଡ଼ (Western Disturbance) ଆସିବାର ପୂର୍ବାନୁମାନ କରାଯାଇଛି, ଯାହା ପୁନର୍ବାର ବର୍ଷା ଓ ବରଫପାତର କାରଣ ସାଜିପାରେ।

ଶୀତରେ ଥରୁଛି ସାରା ମୟୂରଭଞ୍ଜ; ଶିମିଳିପାଳରେ ପାରଦ ଶୂନ ଡିଗ୍ରୀ, ଜନଜୀବନ ଅସ୍ତବ୍ୟସ୍ତ
ବାରିପଦା: ଅସହ୍ୟ ଶୀତରେ ଥରୁଛି ସାରା ଓଡିଶା । ପ୍ରବଳ ଜାଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରବଳ ଥଣ୍ଡାରେ ଥରୁଛି ଶିମିଳିପାଳ । ଶିମିଳିପାଳରେ ଚଳିତ ବର୍ଷ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ଗତ ୪୮ଘଣ୍ଟା ମଧ୍ୟରେ ପାରଦ ୮ଡିଗ୍ରୀ ତଳକୁ ଖସି ଶୂନ ତାପମାତ୍ରାରେ ପହଞ୍ଚିଛି । ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଦିନତମାମ ଘଣ୍ଟାକୁ ୧୭କି.ମି ବେଗରେ ଉତ୍ତରା ପବନ ପ୍ରବାହିତ ହେଉଥିବାରୁ ହାଡଭଙ୍ଗା ଶୀତକଷ୍ଟ ଜିଲ୍ଲାତମାମ ଅନୁଭୂତ ହେଉଛି । ଏପରିକି କୋହଲା ପାଗ ସହିତ କୁହୁଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଶୀତର ପ୍ରଭାବ ପାଇଁ ଦିନରାତି ଲୋକେ ଶୀତବସ୍ତ୍ର ଘୋଡାଇ ରହୁଛନ୍ତି । ସନ୍ଧ୍ୟା ସମୟରେ ନିଆଁ ଜାଳି ଶୀତକଷ୍ଟ ଲାଘବ କରୁଛନ୍ତି ।

ଜିଲ୍ଲାର ୨୬ଟି ବ୍ଲକ ମଧ୍ୟରୁ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୫ରୁ ୮ଡିଗ୍ରୀ ପାଖାପାଖି ରହୁଛି । ଶିମିଳିପାଳର ଉପରବାରହା କାମୁଡା ରେଞ୍ଜରେ ସୋମବାର ସର୍ବନିମ୍ନ ତାପମାତ୍ରା ୮ଡିଗ୍ରୀ ଓ ଚହଲାରେ ୯ଡିଗ୍ରୀ ଥିବା ବେଳେ ମଙ୍ଗଳବାର ପାରଦ ଖସିଯାଇ ୩ ଡିଗ୍ରୀରେ ପହଞ୍ଚିଥଲା । ମାତ୍ର ଗତ ରାତିରେ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀ ହୋଇଛି । ଏହି ଦୁଇଟି ସ୍ଥାନରେ ସକାଳେ ଘାସ ଓ ଗଛପତ୍ରରେ ପଡିଥିବା ତୁହିନର ଆସ୍ତରଣ ତୁଷାରପାତର ଭ୍ରମ ସୃଷ୍ଟି କରିଛି ।

ଗତ ରାତିରେ ଶିମିଳିପାଳର ତାପମାତ୍ରା ୦° ସେଲସିଅସ୍‌କୁ ଖସିଯାଇ ଏକ ବିସ୍ମୟକର ମୋଟା ତୁହିନର ଚାଦର ସୃଷ୍ଟି କରିଛି।  ଶିମିଳିପାଳରେ ଏପରି ତୁହିନର ଆସ୍ତରଣ (ଫ୍ରଷ୍ଟ) ଦୃଶ୍ୟ ଶୀତଳ ଲହରୀ ସମୟରେ ସୃଷ୍ଟି ହୋଇଛି । ଯାହା ପ୍ରକୃତିର ଏକ ଅପୂର୍ବ ସୌନ୍ଦର୍ଯ୍ୟ  ।

ହିମାଚଳରେ ବଦଳୁଛି ପ୍ରକୃତିର ନିୟମ, ଗ୍ରୀଷ୍ମରେ ତୁଷାରପାତ
ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛି। ଏହାର କୁପ୍ରଭାବ ମନୁଷ୍ୟ ସହିତ ପ୍ରକୃତି ଉପରେ ପଡୁଛି। ହିମାଚଳ ପ୍ରଦେଶରୁ ଏହାର ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି। ଚଳିତ ବର୍ଷ ଏହି ରାଜ୍ୟରେ ପ୍ରକୃତିର ନିୟମ ବଦଳି ଯାଇଛି। ହିମାଳୟ କ୍ଷେତ୍ରରେ ତୁଷାରପାତର ଧାରାରେ ପରିବର୍ତ୍ତନ ହୋଇଛି। ଶୀତ ଦିନ ପରିବର୍ତ୍ତେ ଖରା ଦିନେ ଅଧିକ ତୁଷାରପାତ ହୋଇଛି। ଶୀତ ଋତୁରେ ପାହାଡରେ ନାମମାତ୍ର ବରଫ ପଡିଛି। ଡିସେମ୍ବରରୁ ଫେବୃଆରୀ ମଧ୍ୟରେ ବରଫ ଆଚ୍ଛାଦିତ ଅଞ୍ଚଳ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ତେବେ ଏପ୍ରିଲରେ ପ୍ରବଳ ବରଫ ପଡିଛି। ଏହା ସତ୍ତ୍ବେ ଶୀତ ଋତୁରେ ବରଫ ଆଚ୍ଛାଦିତ ଅଞ୍ଚଳ ୧୦ ପ୍ରତିଶତ ହ୍ରାସ ପାଇଛି। ହିମାଚଳ ପରିବେଶ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ (ହିମକାଷ୍ଟ)ର ଷ୍ଟେଟ୍‌ ସେଣ୍ଟର ଅନ୍‌ କ୍ଲାଇମେଟ ଚେଞ୍ଜିଂ ଦ୍ବାରା କରାଯାଇଥିବା ନୂଆ ସର୍ବେକ୍ଷଣରୁ ଏହି ତଥ୍ୟ ମିଳିଛି। ରିପୋର୍ଟରେ ତାପମାତ୍ରା ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ହିମାଳୟ କ୍ଷେତ୍ରରେ ତାପମାତ୍ରା ବୃଦ୍ଧି ଯୋଗୁଁ ଗତ କିଛି ବର୍ଷ ହେଲା ବରଫ ଆଚ୍ଛାଦିତ ଅଞ୍ଚଳ ହ୍ରାସ ପାଇବାରେ ଲାଗିଛି। ବରଫ ମଧ୍ୟ ଦ୍ରୁତ ଗତିରେ ତରଳିବାରେ ଲାଗିଛି। ପ୍ରଥମ ଥର ପାଇଁ ସିମ୍‌ଲାରେ ତୁଷାରପାତ ହୋଇନାହିଁ। ଏଥିପାଇଁ ରିପୋର୍ଟରେ ଇ-ଭେଇକିଲ ଏବଂ ଅକ୍ଷୟ ଶକ୍ତି ବ୍ୟବହାର ଲାଗି ପରାମର୍ଶ ଦିଆଯାଇଛି।

ରିପୋର୍ଟ ଅନୁଯାୟୀ ଅକ୍ଟୋବରରୁ ଏପ୍ରିଲ ମଧ୍ୟରେ ଚେନାବ ନଦୀ ଅବବାହିକାରେ ୦.୩୯ ପ୍ରତିଶତ, ବ୍ୟାସ ନଦୀରେ ୬.୯ ପ୍ରତିଶତ, ରାବୀରେ ୨୨.୪୨ ପ୍ରତିଶତ ଏବଂ ସତ୍‌ଲୁଜ ନଦୀ ଅବବାହିକାରେ ବରଫ ଆଚ୍ଛାଦିତ ଅଞ୍ଚଳ ୧୪.୬୧ ପ୍ରତିଶତ ହ୍ରାସ ପାଇଛି। ସାଧାରଣତଃ ଏପ୍ରିଲରେ ବରଫ ତରଳି ଥାଏ। କିନ୍ତୁ ଚଳିତ ବର୍ଷ ବିପରୀତ ହୋଇଛି। ଏପ୍ରିଲରେ ପ୍ରବଳ ତୁଷାରପାତ ହୋଇଛି। ଏହା ବରଫ ଏବଂ ହିମ ଆଚ୍ଛାଦିତ ଅଞ୍ଚଳ ପାଇଁ ସଞ୍ଜିବନୀ ସାବ୍ୟସ୍ତ ହୋଇଛି। ଏହି ତୁଷାରପାତ ଯୋଗୁଁ ୨୦୨୧-୨୨ ତୁଳନାରେ ଚେନାବ ଅବବାହିକାରେ ବରଫ ଆଚ୍ଛାଦିତ ଅଞ୍ଚଳ ୮୫ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ବ୍ୟାସ ନଦୀରେ ୫୧ ପ୍ରତିଶତ, ରାବୀରେ ୩୧ ପ୍ରତିଶତ ଏବଂ ସତଲୁଜ ଅବବାହିକାର ୪୩ ପ୍ରତିଶତ ଅଞ୍ଚଳ ବରଫରେ ଢାଙ୍କି ହୋଇ ରହିଛି। ହିମାକାଷ୍ଟର ଷ୍ଟେଟ୍‌ ସେଣ୍ଟର ଅନ୍‌ କ୍ଲାଇମେଟ୍‌ ଚେଞ୍ଜିଂ ଉପଗ୍ରହ ଚିତ୍ର ମାଧ୍ୟମରେ ଚିନାବ, ରାବୀ, ସତଲୁଜ ଏବଂ ବ୍ୟାସ ନଦୀ ଅବବାହିକାରେ ଏହି ସର୍ବେକ୍ଷଣ କରିଥିଲା। ବରଫ ଆଚ୍ଛାଦିତ ଅଞ୍ଚଳ ହ୍ରାସ ପଞ୍ଜାବ, ହରିୟାଣା, ଦିଲ୍ଲୀ ଏବଂ ରାଜସ୍ଥାନ ପାଇଁ ଖରାପ ସଙ୍କେତ ସାବ୍ୟସ୍ତ ହୋଇପାରେ। ତେବେ ଖରାଦିନେ ପ୍ରବଳ ତୁଷାରପାତ ହେବା ଯୋଗୁଁ ସାମାନ୍ୟ ଆଶ୍ବସ୍ତି ମିଳିଛି। ବରଫ ଆଚ୍ଛାଦିତ ଅଞ୍ଚଳ ସଂଖ୍ୟା ହ୍ରାସ ପାଇଛି। ଏଥିଯୋଗୁଁ ଏବେ ନଦୀ ନାଳରେ ପର୍ଯ୍ୟାପ୍ତ ପାଣି ରହିଛି।

ଦାରିଙ୍ଗବାଡ଼ିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ
କନ୍ଧମାଳ : ଦାରିଙ୍ଗବାଡ଼ିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ। ୭ ଡ଼ିଗ୍ରୀ ତଳକୁ ଖସିଲା ତାପମାତ୍ରା। ଆଜି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ଚଳିତ ବର୍ଷର ପ୍ରଥମ ତୁଷାର ପାତ ଦେଖାଯାଇଛି । ଶନିବାର ଦିନ ୮ ଡ଼ିଗ୍ରୀ ତାପମାତ୍ରା ରହିଥିବା ବେଳେ ରବିବାର ୭ ଡ଼ିଗ୍ରୀରେ ପହଁଚିଛି। ଯାହାକି ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ଭାବେ ରେକର୍ଡ଼ କରାଯାଇଛି। ଏଥି ସହ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ହୋଇଛି। ଦାରିଙ୍ଗବାଡ଼ି ସମେତ ମାଜିଷ୍ଟ୍ରେଟ ରେସିଡେଣ୍ଟ ସମ୍ମୁଖ ପାଳ ଉପରେ, ସିକପାଟା ଯିବା ରାସ୍ତା ନିକଟରେ, କୁତୁବାଡ଼ି, ଡୁଲୁରି ନିକଟରେ ଥିବା ପାଣି ଟାଙ୍କି ପାର୍ଶ୍ଵରେ, ଦାରିଙ୍ଗବାଡ଼ିର ଆଭ୍ୟନ୍ତରୀଣ ଅଞ୍ଚଳରେ ତୁଷାରପାତ ହୋଇଥିବା ଜଣାପଡିଛି। ତୁଷାର ପାତ ଦେଖିବାକୁ ବିଭିନ୍ନ ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି।

ପର୍ଯ୍ୟଟକଙ୍କ ମନରେ ଖୁସି ଆଣିଦେଇଛି ଏହି ତୁଷାର ପାତ। ତେବେ ତୁଷାରପାତ ଯୋଗୁଁ ଅଞ୍ଚଳରେ ଅଧିକ ଜାଡ଼ ଅନୁଭୂତ ହେଉଛି ଫଳରେ ଲୋକେ କାମଧନ୍ଦାକୁ ମଧ୍ୟ ଯାଇ ପାରୁନାହାନ୍ତି। ଅନ୍ୟ ପକ୍ଷରେ ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍ ରେ ମଧ୍ୟ ଭିଡ଼ ଜମିବାରେ ଲାଗିଛି, ରାତି ହେଲେ ପାରଦ ଖସୁଛି। ଘର ଭିତରେ ଅସମ୍ଭାଳ ଶୀତ ହେଉଛି। ସକାଳୁ ସକାଳୁ ଲୋକମାନେ ଦେହକୁ ଫୁର୍ତି ରଖିବା ପାଇଁ ମର୍ନିଂ ୱର୍କ କରୁଛନ୍ତି। ପାର୍କ ଗୁଡ଼ିକରେ ଭିଡ଼ ଜମୁଛି। ଗରିବ ଓ ଶ୍ରମଜୀବୀ କର୍ମକ୍ଷେତ୍ରକୁ ଯାଇ ପାରୁନାହାନ୍ତି। ସେପଟେ ଶୀତର ମଜା ଉଠାଇବା ପାଇଁ ଦାରିଙ୍ଗବାଡ଼ିର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଗୁଡ଼ିକରେ ପର୍ଯ୍ୟଟକ ସୁଅ ଛୁଟିଛି।