Pakistan economic crisis - The Sakala

ଦେବାଳିଆର ଦ୍ବାରଦେଶରେ ପାକିସ୍ତାନ: ପାଖରେ ରହିଛି ମାତ୍ର ୨୧ ଦିନ ଚାଲିପାରିବା ଭଳି ଅର୍ଥ, ବିକ୍ରି କରିପାରେ ପରମାଣୁ ଅସ୍ତ୍ର
ଇସ୍ଲାମାବାଦ୍: ଘୋର ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ପାକିସ୍ତାନ ଏବେ ଦେବାଳିଆ ହେବାର ଦ୍ବାର ଦେଶରେ ପହଞ୍ଚିଛି। ଯଦି ପାକିସ୍ତାନ ଦେବାଳିଆ ହୋଇଯାଏ ତେବେ ସାରା ବିଶ୍ବ ପାଇଁ ଆଉ ଏକ ସଙ୍କଟ ଛିଡା ହେବ। ପାକିସ୍ତାନ ପାଖରେ ଆଉ ମାତ୍ର ୨୧ ଦିନ ଚାଲିପାରିବା ଭଳି ଅର୍ଥ ବାକି ରହିଛି। ଦେଶ ପାଖରେ ୨୫ ହଜାର କୋଟି ଟଙ୍କାର ବୈଦେଶିକ ମୁଦ୍ରା ଭଣ୍ଡାର ରହିଛି। ଏହି ଅର୍ଥରେ ଦେଶ କେବଳ ୩ ସପ୍ତାହ ପର୍ଯ୍ୟନ୍ତ ଆମଦାନୀ କରିପାରିବ। ପାକିସ୍ତାନ ଏତେ ମାତ୍ରାରେ ଋଣ କରିଛି ଯେ, ଏହା ତାହାର ଜିଡିପିର ୮୦ ପ୍ରତିଶତ ସହିତ ସମାନ ହେବ। ଅପରପକ୍ଷେ ଦେଶ ନିକଟରେ ଋଣ ପରିଶୋଧ କରିବାର କୌଣସି ଉପାୟ ଆଉ ନାହିଁ। ଏପରି ସ୍ଥିତିରେ ପାକିସ୍ତାନ ନିଜ ପାଖରେ ଥିବା ପରମାଣୁ ଅସ୍ତ୍ର ବିକ୍ରିକରି ଅଭାବ ମେଣ୍ଟାଇବାକୁ ଚେଷ୍ଟା କରିପାରେ ବୋଲି ଏଭଳି ଏକ ରିପୋର୍ଟ ପ୍ରକାଶ ପାଇଛି।

ଏମିତିକି ପାକିସ୍ତାନ ଇରାନକୁ ୟୁରାନିୟମ ବିକ୍ରି କରିବାକୁ ଚେଷ୍ଟା ଚଳାଇଥିବା ମଧ୍ୟ ଜଣାପଡିଛି। ଏହି ଖବର ଜଣାପଡିବା ପରେ ଅନ୍ତର୍ଜାତୀୟ ଆଟେମିକ୍ ରିସର୍ଚ୍ଚ ଏଜେନ୍ସିର ମୁଖ୍ୟ ରାଫେଲ ମୋରିୟାନୋ ଗ୍ରାସୀ ପାକିସ୍ତାନ ଗସ୍ତ କରିଛନ୍ତି। ତାଙ୍କ ସହ ଏହି ଗସ୍ତରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରହିଛନ୍ତି। ଏହାକୁ ନେଇ ଭାରତର ଚିନ୍ତା ମଧ୍ୟ ବଢ଼ିଛି। ଯଦି ପାକିସ୍ତାନ ଦେବାଳିଆ ହୁଏ ତେବେ ଦେଶରେ ଅରାଜକତା ବ୍ୟାପିବ। ଏହାଫଳରେ ଆତଙ୍କବାଦୀଙ୍କ ହାତକୁ ପରମାଣୁ ଅସ୍ତ୍ର ଚାଲିଯିବାର ଭୟ ରହିଛି। ଏଥିଯୋଗୁ ଭାରତ,ଆମେରିକା ଏବଂ ଅନ୍ୟ ୟୁରୋପୀୟ ରାଷ୍ଟ୍ରଗୁଡିକ ବିପଦରେ ପଡିପାରନ୍ତି।

ପାକିସ୍ତାନର ବର୍ତ୍ତମାନର ରସାତଳ ଅର୍ଥନୀତି ସମ୍ପର୍କରେ ସାମାଜିକ କର୍ମକର୍ତ୍ତା ଅହମ୍ମଦ ଆୟୁବ ମୀର୍ଜ୍ଜା କହିଛନ୍ତି ଯେ, ସ୍ଥିତି ଅଧିକ ବିଗିଡିଲେ ପାକିସ୍ତାନ ଲାଗି ଶେଷ ଅସ୍ତ୍ର ହେବ ପରମାଣୁ ଅସ୍ତ୍ର ବିକ୍ରି କରିବା। ଏହା ଜରିଆରେ ପାକିସ୍ତାନ ବିପୁଳ ଅର୍ଥ ସଂଗ୍ରହ କରିପାରିବ। ୧୯୯୧ରେ ଭାରତ ମଧ୍ୟ ସମାନ ସ୍ଥିତିରେ ରହିଥିଲା। ଭାରତ ପାଖରେ ୩ ସପ୍ତାହରୁ କମ୍ ସମୟ ପାଇଁ ଆମଦାନୀ ନିମନ୍ତେ ବୈଦେଶିକ ମୁଦ୍ରା ଭଣ୍ଡାର ରହିଥିଲା। ଉପସାଗରୀୟ ଦେଶଗୁଡିକରେ ଯୁଦ୍ଧ ହେତୁ ତୈଳ ମୂଲ୍ୟ ଆକାଶଛୁଆଁ ହୋଇ ପଡିଥିଲା। ଏଭଳି ପରିସ୍ଥିତିରେ ଭାରତ ନିଜର ଅପ ଖର୍ଚ୍ଚରେ ହ୍ରାସ ଘଟାଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ ଏବଂ ଅର୍ଥମନ୍ତ୍ରୀ ମନମୋହନ ସିଂ ବଜାରକୁ ନିୟନ୍ତ୍ରଣ କରି ଭାରତର ଅର୍ଥନୀତିକୁ ବିଶ୍ୱ ପାଇଁ ଖୋଲି ଦେଇଥିଲେ। ପାକିସ୍ତାନ ମଧ୍ୟ ଭାରତଠାରୁ ଏହି ଶିକ୍ଷା ଗ୍ରହଣ କରିବା ଉଚିତ୍। ଏହି ପରିସ୍ଥିତିରେ ବୋଧହୁଏ ଏହା ହେଉଛି ଏକମାତ୍ର ଉପାୟ।

ହୋଇପାରିଲାନି ଋଣ ଚୁକ୍ତି, ଫେରିଗଲେ ଆଇଏମଏଫ୍ ଟିମ୍; ଦେବାଳିଆ ଘୋଷିତ ହେବ ପାକିସ୍ତାନ
ଇସଲାମାବାଦ(ଏଜେନ୍ସି): ଆର୍ଥିକ ଦୁର୍ଗତିରୁ କାଙ୍ଗାଳ ପାକିସ୍ତାନକୁ ବଞ୍ଚାଇବାକୁ ଶେଷ ପନ୍ଥା ବି ହାତରୁ ଖସିଛି। ‘ଢୋକେ ପି ଦଣ୍ଡେ ବଞ୍ଚିବା ’ ନୀତିରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି(ଆଇଏମଏଫ୍‌)ରୁ କିଛି ଋଣ ଆଣି ସାଂପ୍ରତିକ ସ୍ଥିତିକୁ ମୁକାବିଲା କରିବାକୁ ଆଶା ବାନ୍ଧିଥିବା ପାକିସ୍ତାନ ବିଫଳ ହୋଇଛି। ପାକିସ୍ତାନକୁ ସ୍ବଳ୍ପ ଅର୍ଥ ଯୋଗାଇ ଦେବା ଲକ୍ଷ୍ୟରେ ଗତ ୧୦ ଦିନ ଧରି ପାକିସ୍ତାନ ଆସିଥିବା ଆଇଏମଏଫ୍‌ ଟିମ୍‌ ଫେରିଯାଇଥିଲା ବେଳେ ପାକିସ୍ତାନ ସରକାରଙ୍କ ସହ ସେମାନଙ୍କ ଆଲୋଚନା ବିଫଳ ହୋଇଛି। ଫଳରେ ପାକିସ୍ତାନକୁ ତ୍ବରିତ ଋଣ ମିଳିବା ସମ୍ଭବ ହୋଇପାରିନାହିଁ। ଯାହାକୁ ନେଇ ପାକିସ୍ତାନର ସ୍ଥିତି ଅତ୍ୟନ୍ତ ଜଟିଳ ମୁହାଁ ହୋଇଛି। କହିବାକୁ ଗଲେ ପାକିସ୍ତାନ ପାଇଁ ଗୋଟିଏ ପଟେ ଖାଇ ତ’ ଆଉ ଗୋଟିଏ ପଟେ ଗର୍ତ୍ତ ଭଳି ସ୍ଥିତି ସୃଷ୍ଟି ହୋଇଛି। ଯାହାକୁ ନେଇ ପାକିସ୍ତାନ ସମ୍ପୂର୍ଣ୍ଣ ଦେବାଳିଆ ଘୋଷିତ ହେବା ସ୍ଥିତିକୁ ଚାଲିଆସିଛି।

ଏହାବ୍ୟତୀତ ଆଉ ମାତ୍ର କିଛି ଦିନ ମଧ୍ୟରେ ପାକିସ୍ତାନବାସୀଙ୍କୁ ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବା ମଧ୍ୟ ସ୍ବପ୍ନ ହୋଇଯିବାର ଆଶଙ୍କା ଦେଖାଯାଇଛି। ଏପରିକି ଏଠାରେ ଶ୍ରୀଲଙ୍କା ଠାରୁ ଆହୁରି ଜଟିଳ ପରିସ୍ଥିତି ଉପୁଜିବା ସହିତ ଗୃହଯୁଦ୍ଧ ଲାଗିଯିବାର ସମ୍ଭାବନାକୁ ଏଡାଇ ଦିଆଯାଇପାରୁନି ବୋଲି ବିଶେଷଜ୍ଞମାନେ ଆକଳନ କରିବା ଆରମ୍ଭ କରିଦେଇଛନ୍ତି।

ପ୍ରକାଶଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ପାକିସ୍ତାନର ମୋଟ ବିଦେଶୀ ଋଣ ପରିମାଣ ୧୭୫ ବିଲିୟନ ଡଲାର ରହିଛି। ଏଥିମଧ୍ୟରୁ ମାସକ ମଧ୍ୟରେ ପାକିସ୍ତାନକୁ ୩.୯ ବିଲିୟନ ଡଲାର ପରିଶୋଧ କରିବାକୁ ରହିଥିଲା ବେଳେ ୩ ମାସ ମଧ୍ୟରେ ୪.୬୩ ବିଲିୟନ ଡଲାର ଏବଂ ବର୍ଷକ ମଧ୍ୟରେ ୨୨ ବିଲିୟନ ଡଲାର ପରିଶୋଧ କରିବାକୁ ପଡ଼ିବ। କିନ୍ତୁ ଋଣ ପରିଶୋଧ କରିବା ତ’ ଦୂରର କଥା,ଦେଶବାସୀଙ୍କୁ ଖାଦ୍ୟ ପଦାର୍ଥ ଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଇବାକୁ ସକ୍ଷମ ହୋଇପାରୁନଥିବା ପାକିସ୍ତାନ ସରକାର ସବୁ ସ୍ତରରେ ନିରାଶ ହେବା ପରେ ଜୀବନ ବଞ୍ଚାଇବାକୁ ଶେଷରେ ଆଇଏମଏଫ୍‌ର ଶରଣାପନ୍ନ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ୭ ବିଲିୟନ ଡଲାର ଋଣ ସହାୟତା ମଧ୍ୟରୁ ତୁରନ୍ତ ୧.୨ ବିଲିୟନ ଡଲାର ଦେବାକୁ ପାକିସ୍ତାନ ଗୁହାରି କରିଥିଲା। ଏହି ପରିମାଣର ଅର୍ଥ ସହାୟତା ଆଣି ସାଂପ୍ରତିକ ସ୍ଥିତିକୁ ମୁକାବିଲା କରିବା ପରେ ପାକିସ୍ତାନ ନିଜର ଅନ୍ୟ କିଛି ବନ୍ଧୁ ରାଷ୍ଟ୍ରଙ୍କ ନିକଟରୁ ଆଉ କିଛି ଋଣ କରିବାକୁ ଯୋଜାନା କରିଥିଲା।

ଏହିକ୍ରମରେ ଆଇଏମଏଫ୍‌ର ଏକ ଟିମ୍‌ ଆଲୋଚନା କରିବାକୁ ପାକିସ୍ତାନରେ ପହଞ୍ଚିଥିଲେ। ହେଲେ ଋଣ ପାଇଁ ଆଇଏମଏଫ୍‌ ଯେଉଁ ସବୁ ସର୍ତ୍ତ ରଖିଥିଲା ତାହାକୁ ସ୍ବୀକାର କରିବା ପାକିସ୍ତାନ ପାଇଁ ଅକଳ୍ପନୀୟ ହୋଇପଡ଼ିଥିଲା। ପାକିସ୍ତାନ ଉପରେ ଆଇଏମଏଫର ଭରସା ନ ଥିବାରୁ ସର୍ତ୍ତ ନ ମାନିବା ଯାଏଁ ଋଣ ମଞ୍ଜୁର କରିବା ଅସମ୍ଭବ କହି ଏହି ଟିମ୍‌ ପାକିସ୍ତାନ ଛାଡିଥିଲେ। ତେବେ ପାକିସ୍ତାନ ପାଇଁ ବିକଳ୍ପ ନ ଥିବାରୁ ଶେହବାଜ୍‌ ସରକାର ଆଇଏମଏଫ ମୁତାବକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।

ଆଇଏମଏଫ୍ ପାକିସ୍ତାନ ସରକାରଙ୍କୁ ତୁରନ୍ତ ଟିକସ ବୃଦ୍ଧି ସହିତ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ଏବଂ ଦୁର୍ନୀତି ବିରୋଧୀ ପଦକ୍ଷେପ ନେବାକୁ କହିଥିଲେ। ସେହି ଅନୁସାରେ ପାକିସ୍ତାନରେ ସବୁ ସାମଗ୍ରୀ ଉପରେ ପୁଣି ଟିକସ ବୃଦ୍ଧି କରାଯିବା ସହିତ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ଘୋଷଣା କରାଯାଇଛି। ଫଳରେ ପୂର୍ବରୁ ବିଦ୍ୟୁତ୍‌ ପ୍ରତି ୟୁନିଟ୍‌ ପିଛା ରହିଥିବା ୧୨.୫୦ ଟଙ୍କା ଏବେ ୧୪ ଟଙ୍କାରେ ପହଞ୍ଚିଛି। ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି କରି ପାକିସ୍ତାନ ସରକାର ଅନ୍ୟୂନ ୨୦,୦୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା କରିଛନ୍ତି। ସେହିପରି ପନି ପରିବା ଠାରୁ ଆରମ୍ଭ କରି ଡାଲି, ଚାଉଳ ଏବଂ ଅଟା ମୂଲ୍ୟ ମଧ୍ୟ ଆକାଶ ଛୁଆଁ ହୋଇଛି। ଇତିମଧ୍ୟରେ ପାକିସ୍ତାନର ମୁଦ୍ରାସ୍ଫୀତି ୪୦ ପ୍ରତିଶତରେ ପହଞ୍ଚିଛି। ତେବେ ସବୁ ସ୍ଥିତିକୁ ବିଚାର କରାଗଲେ ପାକିସ୍ତାନ ମାତ୍ର କିଛି ଦିନ ମଧ୍ୟରେ ଦେବାଳିଆ ଘୋଷିତ ହେବ ଏବଂ ଏଥିପାଇଁ ଅବଗଣନା ଆରମ୍ଭ ହୋଇଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଅଟା, ଗ୍ୟାସ୍‌ ପରେ ପାକିସ୍ତାନରେ ଘୋର ବିଜୁଳି ସଙ୍କଟ; ୧୨ ଘଣ୍ଟା ଅନ୍ଧାରରେ ଦେଶ
ଇସଲାମାବାଦ(ଏଜେନ୍ସି): ଘୋର ଅର୍ଥନୈତିକ ସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନରେ ବର୍ତ୍ତମାନ ଉତ୍କଟ ବିଜୁଳି ସଙ୍କଟ ଦେଖାଦେଇଛି। ପ୍ରଥମେ ଦେଶରେ ଅଟା, ପରେ ଗ୍ୟାସ୍ ଏବଂ ପେଟ୍ରୋଲର ଅଭାବ ଏବଂ ବର୍ତ୍ତମାନ ବିଦ୍ୟୁତ୍ ସଙ୍କଟ ପାକିସ୍ତାନରେ ଷଳାକଙ୍କ ସାମାଜିକ ସ୍ଥିତିକୁ ଦୋହଲାଇ ଦେଇଛି। ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଏକ ବଡ଼ ଭାଗ ସୋମବାର ସକାଳୁ ଅନ୍ଧକାରରେ ବୁଡି ରହିଛି। ଦେଶ ଆଜି ଦୀର୍ଘ ୧୨ ଘଣ୍ଟା ଧରି ଅନ୍ଧାରରେ ରହିଥିଲା। ଇସଲାମାବାଦ୍‌ଠାରୁ ଆରମ୍ଭ କରି କରାଚି, ଲାହୋର, ରାୱଲପିଣ୍ଡି ସବୁଠି ବିଜୁଳି ସେବା ବନ୍ଦ ରହିଥିଲା। ପାକିସ୍ତାନର ନ୍ୟାସନାଲ୍‌ ଗ୍ରୀଡ୍‌ରେ ସମସ୍ୟା ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଉଛି। ଏହି ସମୟରେ ଦେଶକୁ ଇଟାଲୀ ଗ୍ୟାସ୍‌ ଯୋଗାଣ ବନ୍ଦ କରିବାକୁ ରୋକଠୋକ୍‌ ଭାବେ ମନା କରିଦେଇଛି।

କ୍ୱେଟା ଏବଂ ଗୁଦୁ ମଧ୍ୟରେ ଉଚ୍ଚ-ଟେନସନ୍ ଟ୍ରାନ୍ସମିସନ୍ ଲାଇନ୍‌ରେ ତ୍ରୁଟି ଯୋଗୁଁ ସୋମବାର ପାକିସ୍ତାନର ବିଭିନ୍ନ ସହରରେ ବିଦ୍ୟୁତ ସେବା ବନ୍ଦ ରହିଥିଲା। ଏଥିଯୋଗୁ ଇସଲାମାବାଦ, ରାୱଲପିଣ୍ଡି ,ଲାହୋର, ମୁଲତାନ ଏବଂ କରାଚି ସହ ବେଲୁଚିସ୍ତାନ ପ୍ରଦେଶର ୨୨ଟି ସହରରେ ବିଦ୍ୟୁତ କାଟ୍‌ ହୋଇଛି। ଲାହୋରର ମଲ୍ ରୋଡ୍, କେନାଲ ରୋଡ୍ ଏବଂ ଅନ୍ୟାନ୍ୟ ଅଞ୍ଚଳର ଲୋକମାନେ ବିଦ୍ୟୁତ୍ କାଟ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ସେହିପରି ସିନ୍ଧ, ଖାଇବର ପାଖ୍‌ତୁନଖୱା, ପଞ୍ଜାବ ପ୍ରଦେଶ ଆଦିରେ ବିଦ୍ୟୁତ ବିଭ୍ରାଟ ଦେଖାଦେଇଛି। ପାକିସ୍ତାନର ବିଭିନ୍ନ ଅଞ୍ଚଳର ଲୋକମାନେ ସୋସିଆଲ ମିଡିଆରେ ବିଦ୍ୟୁତ ବିଭାଗର ବିଫଳତା ବିଷୟରେ ସୂଚନା ଦେଉଛନ୍ତି। ପାକିସ୍ତାନରେ ଅନେକ ମାସ ହେବ ବିଦ୍ୟୁତ୍ ଯୋଗାଣ ଅବସ୍ଥା ଖରାପ। ଦୀର୍ଘ ସମୟ ଧରି ବିଦ୍ୟୁତ କାଟ୍‌କୁ ଏଡାଇବା ଏବଂ ବିଦ୍ୟୁତ ଅଭାବର ମୁକାବିଲା ପାଇଁ ପାକିସ୍ତାନ ସରକାର ବଜାରକୁ ରାତି ୮ଟାରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅପରପକ୍ଷେ ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ୧୯୭୧ ପରଠାରୁ ଦେଶ ସବୁଠାରୁ ଖରାପ ଅର୍ଥନୈତିକ ବିପର୍ଯ୍ୟୟ ଦେଇ ଗତି କରୁଛି। ସେଠାରେ ଖାଦ୍ୟ ସାମଗ୍ରୀ ଏବଂ ଔଷଧର ବହୁତ ଅଭାବ ଦେଖାଦେଇଛି। ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ୪.୫୬ ବିଲିୟନ ଡ଼ଲାରକୁ ଖସିଆସିଛି, ଯାହା ୯ ବର୍ଷ ମଧ୍ୟରେ ଏହାର ସର୍ବନିମ୍ନ ସ୍ତର। ଏହି କାରଣରୁ କେବଳ ତିନି ସପ୍ତାହ ଧରି ସାମଗ୍ରୀ ଆମଦାନୀ ହୋଇପାରିବ। ଆଇଏମ୍‌ଏଫ୍‌ଠାରୁ ଋଣ ପାଇବାରେ ବିଳମ୍ବ ହେଉଛି। ସେଠାରେ ପରିସ୍ଥିତି ଏପରି ହୋଇଛି ଯେ ଦେଶରେ ନିର୍ବାଚନ କରିବାକୁ ଟଙ୍କା ମଧ୍ୟ ନାହିଁ।

ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ପାକିସ୍ତାନର ବିତ୍ତୀୟ ନିଅଣ୍ଟ ୪୩ ପ୍ରତିଶତରେ ପହଞ୍ଚିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦେଶରେ ଜରୁରୀ ଦ୍ରବ୍ୟର ମୂଲ୍ୟ ଆକାଶଛୁଆଁ ହୋଇଛି। ବିଶେଷକରି ଅଟା ମୂଲ୍ୟ ସାଧାରଣ ଲୋକଙ୍କ କ୍ଷମତା ବାହାରରେ ରହିଛି। ପ୍ରକଳ ବନ୍ୟା ଯୋଗୁଁ ଦେଶରେ ଗହମ ଫସଲ ନଷ୍ଟ ହୋଇଯାଇଛି। ରୁଷ-ୟୁକ୍ରେନ ଯୁଦ୍ଧ ପରିସ୍ଥିତିକୁ ଆହୁରି ଖରାପ କରିଦେଇଥିଲା।ଡଲାର ତୁଳନାରେ ପାକିସ୍ତାନୀ ଟଙ୍କାର ବିନିୟମ ମୂଲ୍ୟ ୨୨୯ସ୍ତରରେ ପହଞ୍ଚିଛି। ଦେଶରେ ଡଲାରର ବହୁତ ଅଭାବ ରହିଛି।

ଇଟାଲୀ ଗ୍ୟାସ୍‌ ଯୋଗାଣ ବନ୍ଦ କରିବାକୁ ରୋକଠୋକ୍‌ ଭାବେ ମନା କରିବା ପରେ ଏହି କାରଣରୁ ସେଠାରେ ଗ୍ୟାସ ସଙ୍କଟ ଦେଖାଦେଇପାରେ। ଦେଶକୁ ଏହି ପରିସ୍ଥିତିରୁ ମୁକ୍ତ କରିବା ପାଇଁ ପାକିସ୍ତାନ ସରକାର ୨୪ ତମ ଥର ପାଇଁ ଆଇଏମଏଫରୁ ଋଣ ନେବାକୁ ଚେଷ୍ଟା କରୁଛନ୍ତ, କିନ୍ତୁ ଏଥିପାଇଁ ଆଇଏମ୍ଏଫ୍ ରଖିଥିବା ସର୍ତ୍ତ ଗ୍ରହଣ କରିବା ପାକିସ୍ତାନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ। ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିବାକୁ ଆଇଏମଏଫ ପାକିସ୍ତାନ ସରକାରଙ୍କୁ କହିଛି। ଯଦିଓ ୟୁଏଇ ଏହି ସଙ୍କଟରେ ପାକିସ୍ତାନକୁ ଏକ ବିଲିୟନ ଡଲାରର ଅତିରିକ୍ତ ଋଣ ଦେଇଛି। ଏପରିସ୍ଥଳେ ପାକିସ୍ତାନର ସବୁଠାରୁ ଧନୀ ବ୍ୟକ୍ତି ମିୟା ପାଶା ତାଙ୍କ ସରକାରଙ୍କୁ ଭାରତ ସହ ପ୍ରତିବନ୍ଧକରୁ ଦୂରେଇ ରଖି ସୀମା ଖୋଲିବାକୁ ଅନୁରୋଧ କରିଛନ୍ତି।

ଘୋର ଆର୍ଥିକ ସଙ୍କଟ ମଧ୍ୟରେ ପାକ୍‌ ସରକାର, ଘାରିଛି ଋଣ ଖିଲାପକାରୀ ହେବାର ଭୟ
ଇସ୍‌ଲାମାବାଦ୍‌: ଦିନକୁ ଦିନ ଖରାପ ହେବାରେ ଲାଗିଛି ପାକିସ୍ତାନର ଆର୍ଥିକ ଅବସ୍ଥା। ଘୋର ଆର୍ଥିକ ସଙ୍କଟ ମଧ୍ୟରେ ଏବେ ପାକ୍‌ ସରକାରଙ୍କୁ ଘାରିଛି ଋଣ ଖିଲାପକାରୀ ହେବାର ଭୟ। ପାକିସ୍ତାନ ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ଦେଶ ଏବେ ଋଣ ଖିଲାପକାରୀ ହେବାର ଆଶଙ୍କା ବଢ଼ିବାରେ ଲାଗିଛି। ରିପୋର୍ଟ ଅନୁଯାୟୀ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ବିଗତ ୮ ବର୍ଷର ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି। ଏହି ହ୍ରାସ ପାକିସ୍ତାନ ସରକାର୍କ ଚିନ୍ତା ବଢ଼ାଇଦେଇଛି। ଦେଶ ନିକଟରେ ଗଚ୍ଛିତ ଥିବା ବୈଦେଶିକ ମୁଦ୍ରାଭଣ୍ଡାର ଶେଷ ହେବାରେ ଲାଗିଛି, ଯାହା ପାକିସ୍ତାନ ଋଣ ଖିଲାପକାରୀ ହେବାର ଆଶଙ୍କା ବୃଦ୍ଧି ଘଟାଉଛି। ଅନ୍ୟପକ୍ଷରେ, ଯଦି ପାକିସ୍ତାନକୁ ଏଭଳି ପରିସ୍ଥିତିରେ ଋଣ ଖିଲାପରୁ ବର୍ତ୍ତିବାକୁ ହେଲେ ଅନ୍ୟ ଦେଶରୁ ଅଧିକ ଋଣ ନେବାକୁ ପଡିବ, ଯାହାର ବଝେ ଆଗାମୀ ଦିନରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରକୁ ଆହୁରି ଦୁର୍ବଳ କରିଦେବ ବଶଲି ଆଶଙ୍କା କରାଯାଉଛି। ଆହୁରିମଧ୍ୟ ପାକିସ୍ତାନରେ ଏକ ଏଲପିଜି ସିଲିଣ୍ଡର ଦର ୧୦,୦୦୦ ଟଙ୍କା ପହଞ୍ଚିଛି। ପରିସ୍ଥିତି ଏପରି ସ୍ଥିତିରେ ପହଞ୍ଚିଛି ଯେ ବିଦ୍ୟୁତ୍ ଏବଂ ପେଟ୍ରୋଲିୟମ ଉତ୍ପାଦ ସଞ୍ଚୟ କରିବାକୁ ସରକାର ଶୀଘ୍ର ବଜାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୨୦ ମସିହାରେ ଶ୍ରୀଲଙ୍କାରେ ଦେଖାଦେଇଥିବା ଅବସ୍ଥା ବର୍ତ୍ତମାନ ପାକିସ୍ତାନରେ ଦେଖିବାକୁ ମିଳିଛି।

ବାସ୍ତବରେ ଚଳିତ ସପ୍ତାହରେ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାରରେ ହ୍ରାସର ମୁଖ୍ୟ କାରଣ ହେଉଛି ଅନ୍ୟ ଦେଶଠାରୁ ନିଆଯାଇଥିବା ଋଣ କିସ୍ତିର ପେମେଣ୍ଟ ଚଳିତମାସରେ କରାଯାଇଛି। ବର୍ତ୍ତମାନ ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କର ବୈଦେଶିକ ମୁଦ୍ରା ଭଣ୍ଡାର ୮ ବର୍ଷର ସର୍ବନିମ୍ନ ୫.୫ ବିଲିୟନ ଡ଼ଲାରରେ ପହଞ୍ଚିଛି। ଏହି କାରଣରୁ ଦେଶ ସମ୍ମୁଖରେ ଋଣ ଖିଲାପକାରୀ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି। ଅର୍ଥନୀତି ପରିଚାଳନା ପାଇଁ ସରକାରଙ୍କ ଉଦ୍ୟମ ସତ୍ତ୍ୱେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ ପାଇଛି। ଡନ୍ ର ରିପୋର୍ଟ ଅନୁଯାୟୀ, ଷ୍ଟେଟ ବ୍ୟାଙ୍କ ଅଫ୍ ପାକିସ୍ତାନ (ଏସବିବି)ର ବୈଦେଶିକ ମୁଦ୍ରା ଭଣ୍ଡାର ୩୦ ଡିସେମ୍ବର ୨୦୨୨ରେ ଶେଷ ହୋଇଥିବା ସପ୍ତାହରେ ୫.୫୭୬ ବିଲିୟନ ଡ଼ଲାରକୁ ହ୍ରାସ ପାଇଛି, ଯାହାକି ବିଗତ ଆଠ ବର୍ଷର ସର୍ବନିମ୍ନ ସ୍ତରରେ ରହିଛି। ଋଣ ପରିଶୋଧ କରିବା ପାଇଁ ପାକ୍‌ ସରକାର ଏସ୍‌ବିପିର ବୈଦେଶିକ ମୁଦ୍ରା ଭଣ୍ଡାରରୁ ୨୪.୫କୋଟି ଡଲାର ପ୍ରତ୍ୟାହାର କରିଛନ୍ତି। ଏହି କାରଣରୁ, ପାକିସ୍ତାନ ସରକାରଙ୍କ ଆଗରେ ଋଣ ଖିଲାପକାରୀ ହେବାର ଏକ ଗୁରୁତର ବିପଦ ମାଡି ଆସୁଛି। ଏହି ସମୟରେ ପାକିସ୍ତାନ ପରବର୍ତ୍ତୀ ଋଣ କିସ୍ତି ପାଇବା ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ସହିତ ଆଲୋଚନା ଆରମ୍ଭ କରିବାକୁ ଅନେକ ଚେଷ୍ଟା ଚଳାଇଛି।

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଦେଶ ବର୍ତ୍ତମାନ କଠିନ ସମୟ ଦେଇ ଗତି କରୁଛି। ସେଠାରେ ପେଟ୍ରୋଲ-ଡିଜେଲ, ଖାଦ୍ୟ ସାମଗ୍ରୀ, ରନ୍ଧନ ଗ୍ୟାସ ଏବଂ ବିଦ୍ୟୁତର ଅଭାବ ଦେଖାଦେଇଛି। ଦେଶରେ ମୁଦ୍ରାସ୍ଫୀତି ଆକାଶଛୁଆଁ ହେଉଛି। ସୋମବାର ପାକିସ୍ତାନ ପରିସଂଖ୍ୟାନ ବ୍ୟୁରୋ ଦ୍ବାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୦୨୨ରେ ଦେଶରେ ସିପିଆଇ ଭିତ୍ତିକ ମୁଦ୍ରାସ୍ଫୀତି ହାର ୨୪.୫ ପ୍ରତିଶତକୁ ବୃଦ୍ଧି ପାଇଛି। ଏକ ବର୍ଷ ପୂର୍ବେ ସମାନ ଅବଧିରେ ଏହା ୧୨.୩ ପ୍ରତିଶତ ରହିଥିଲା। ରିପୋର୍ଟ ଅନୁଯାୟୀ, ଅଧିକାଂଶ ଜରୁରୀ ଅତ୍ୟାବଶ୍ୟକ ସାମଗ୍ରୀ ସାଧାରଣ ଲୋକଙ୍କ ପାଖରେ ପହଞ୍ଚୁଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୁଦ୍ରାସ୍ଫୀତି ହାର ଅର୍ଥ ମନ୍ତ୍ରାଳୟର ୨୧ ରୁ ୨୩ପ୍ରତିଶତ ଲକ୍ଷ୍ୟଠାରୁ ଅଧିକ। ଦେଶରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟରେ ୫୫.୯୩ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି। ଚାହିଦା ଏବଂ ଯୋଗାଣର ଅଭାବ ହେତୁ ଏହି ପରିସ୍ଥିତି ଦେଫଖାଦେଇଛି। ପାକିସ୍ତାନରେ ଗତ ଏକ ବର୍ଷରେ ପିଆଜ ଦର ୪୧୫ ପ୍ରତିଶତ ବୃଦ୍ଧି ପାଇଛି। ଏଥି ସହିତ ଗତ ବର୍ଷ ତୁଳନାରେ ଚା ୬୪ ପ୍ରତିଶତ ଏବଂ ଗହମ ୫୮ପ୍ରତିଶତ ମହଙ୍ଗା ହୋଇଛି। ଘିଅ ଏବଂ ଖାଇବା ତେଲର ମୂଲ୍ୟରେ ୩୨ ପ୍ରତିଶତ ବୃଦ୍ଧି ଘଟିଛି। ତେେବ କ୍ଷୀର ଏବଂ ଚାଉଳ ମୂଲ୍ୟ ଯଥାକ୍ରମେ ୨୬% ଏବଂ ୪୭ ବ୍ୟୟବହୁଳ ହୋଇଛି ।