Chandrayaan-3 - The Sakala
ୱାଶିଂଟନ:  ପୁଣି ନୂଆ ଆଶା ସଞ୍ଚାର ହୋଇଛି। ଚନ୍ଦ୍ରରେ ଥିବା ଭାରତର ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର (ବିକ୍ରମ) ପୁଣି କାର୍ଯ୍ୟକ୍ଷମ ହୋଇଛି। ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାକୁ ଏହି ବଡ଼ ସଫଳତା ମିଳିଛି। ଏଜେନ୍ସି ବିକ୍ରମ ସହ ଯୋଗାଯୋଗ ସ୍ଥାପନ କରିବାରେ ସଫଳ ହୋଇଛି। ଏବେ ବିକ୍ରମରେ ଲାଗିଥିବା ଲେଜର ରିଫ୍ଲେକ୍ଟର ଆରେ (ଏଲଆରଏ) ବିଶ୍ବର ଅନ୍ୟ ଚନ୍ଦ୍ର ଅଭିଯାନ ପାଇଁ ମାର୍ଗଦର୍ଶକ ପାଲଟି ଯାଇଛି। ସୂଚନା ଅନୁଯାୟୀ ଚନ୍ଦ୍ରକୁ ପ୍ରଥମ ଥର ପାଇଁ ପରିକ୍ରମା କରୁଥିବା ନାସାର ଏକ ମହାକାଶ ଯାନ ବିକ୍ରମ ଉପରେ ଲେଜର ପକାଇ ଥିଲା। ପରେ ଏହା ପ୍ରତିଫଳନ ହୋଇ ମହାକାଶ ଯାନକୁ ସଙ୍କେତ ଦେଇଥିଲା। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଶୁକ୍ରବାର ଏହି ସୂଚନା ଦିଆଯାଇଛି।
ନାସାର ଲୁନାର ଅର୍ବିଟର (ଏଲଆରଓ) ଡିସେମ୍ବର ୧୨ ତାରିଖରେ ବିକ୍ରମର ରିଫ୍ଲେକଟର ଦେଇଥିବା ସିଗ୍‌ନାଲକୁ ଗ୍ରହଣ କରିଥିଲା। ଏଲ୍‌ଆରଓ ଏହାକୁ ବ୍ୟବହାର କରି ଲେଜର ରେଞ୍ଜ୍‌ ହାସଲ କରିଥିଲା। ଚନ୍ଦ୍ରରେ ରାତି ହୋଇଥିବାବେଳେ ଏହି ପରୀକ୍ଷଣ କରାଯାଇଥିଲା। ଏହି ସମୟରେ ଏଲଆରଓ ଚନ୍ଦ୍ରଯାନ-୩ ଅଭିମୁଖେ ବଢୁଥିଲା।
ସୂଚନାଯୋଗ୍ୟ ଯେ ଉତ୍‌କ୍ଷେପଣ ପୂର୍ବରୁ ଚନ୍ଦ୍ରଯାନ-୩ରେ ନାସାର ଏଲ୍‌ଆରଏ ଲଗା ଯାଇଥିଲା। ୨୦ ଗ୍ରାମ ଓଜନର ଏହି ଲେଜର ରେଟ୍ରୋରିଫ୍ଲେକର ଅର୍ଦ୍ଧଗୋଲାକାର। ଏହାର ୮ଟି କୋଣ ରହିଛି। ଏହା ଚନ୍ଦ୍ରକୁ ପରିକ୍ରମା କରୁଥିବା ଯେକୌଣସି ଯାନକୁ ଅଲଗା ଅଲଗା ଦିଗରୁ ଲେଜର ମାଧ୍ୟମରେ ସିଗ୍‌ନାଲ ପଠାଉଛି। ଇସ୍ରୋ ପକ୍ଷରୁ କୁହାଯାଇଛି ଯେ ଏଲ୍‌ଆରଏ ଦୀର୍ଘଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଏହାକୁ ଭୌଗଳିକ ଷ୍ଟେସନ ଏବଂ ଚନ୍ଦ୍ରପୃଷ୍ଠର ମାର୍ଗଦର୍ଶକ ଭାବେ ବ୍ୟବହାର କରାଯିବ। ଏଲ୍‌ଆରଏ ପଠାଉଥିବା ତଥ୍ୟ ସଠିକ୍‌ ଦିଗ ନିର୍ଣ୍ଣୟରେ ସହାୟକ ହେବ। ଏହା ସହିତ ଚନ୍ଦ୍ରର ଗତି, ଗଠନ ଏବଂ ମାଧ୍ୟାକର୍ଷଣ ଶକ୍ତି ବିଷୟରେ ମଧ୍ୟ ସୂଚନା ଦେବ।
ଭାରତକୁ ଚନ୍ଦ୍ରଯାନ-୩ର ଜ୍ଞାନକୌଶଳ ମାଗିଲା ନାସା
ରାମେଶ୍ବରମ: ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩କୁ ସହଜରେ ଅବତରଣ କରି ଭାରତ ଇତିହାସ ସୃଷ୍ଟି କରିଛି। ଭାରତର ଏହି ସଫଳତାକୁ ବିଶ୍ବର ଅନେକ ମହାକାଶ ଏଜେନ୍ସି ସହିତ ଆମେରିକାର ନାସା ମଧ୍ୟ ଭୂୟସୀ ପ୍ରଶଂସା କରିଛି। ଏହି ଏଜେନ୍ସି ଭାରତୀୟ ଜ୍ଞାନକୌଶଳର ପ୍ରଶଂସାରେ ସତମୁଖ ହୋଇପଡ଼ିଛି। ଦିନେ ଯେଉଁ ଦେଶ ଭାରତକୁ ରକେଟ ଇଞ୍ଜିନର ଜ୍ଞାନକୌଶଳ ଦେବାକୁ ମନା କରିଦେଇଥିଲା, ଏବେ ସେହି ଦେଶ ଭାରତକୁ ଜ୍ଞାନକୌଶଳ ମାଗିଛି। ନାସା ବୈଜ୍ଞାନିକମାନେ ଭାରତକୁ ଚନ୍ଦ୍ରଯାନ-୩କୁ ବିକଶିତ କରିବାର ଜ୍ଞାନକୌଶଳ ମାଗିଛନ୍ତି। ଏହାକୁ ଆମେରିକାକୁ ବିକ୍ରି କରିବାକୁ କହିଛନ୍ତି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ର ମୁଖ୍ୟ ଏସ୍‌ ସୋମନାଥ ଏହି ସୂଚନା ଦେଇଛନ୍ତି।
ରାମେଶ୍ବରମରେ ଡ.ଏପିଜେ ଅବଦୁଲ କଲାମଙ୍କ ୯୨ତମ ଜୟନ୍ତୀ ଉପଲକ୍ଷେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ କହିଛନ୍ତି ଯେ ଏବେ ସମୟ ବଦଳି ଯାଇଛି। ଭାରତର ସବୁଠାରୁ ଭଲ ଉପକରଣ ଏବଂ ରକେଟ ବନାଇବାରେ ସକ୍ଷମ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାକାଶ କ୍ଷେତ୍ରକୁ ଘରୋଇ କ୍ଷେତ୍ର ପାଇଁ ଖୋଲିଛନ୍ତି। ଭାରତ ବହୁତ ଶକ୍ତିଶାଳୀ ରାଷ୍ଟ୍ର। ଜ୍ଞାନ ଏବଂ ବୁଦ୍ଧିରେ ଭାରତ ବିଶ୍ବର ସର୍ବଶ୍ରେଷ୍ଠ ଦେଶ ମଧ୍ୟରୁ ଅନ୍ୟତମ। ଇସ୍ରୋ ଚନ୍ଦ୍ରଯାନ-୩କୁ ବିକଶିତ କରି ସାରିବା ପରେ ନାସା-ଜେପିଏଲ (ଜେଟ୍‌ ପ୍ରପଲ୍‌ସନ ଲାବୋରେଟୋରି)ର ବୈଜ୍ଞାନିକଙ୍କୁ ନିମନ୍ତ୍ରଣ କରିଥିଲା। ଏହି ବୈଜ୍ଞାନିକ ବିଶ୍ବର ଅନେକ ରକେଟ ଏବଂ ବହୁତ କଠିନ ଅଭିଯାନକୁ ସଫଳତାର ସହ ଶେଷ କରିସାରିଛନ୍ତି। ନାସା-ଜେପିଏଲ୍‌ର ୫-୬ ଜଣ ବୈଜ୍ଞାନିକ ଇସ୍ରୋ ମୁଖ୍ୟାଳୟକୁ ଆସିଥିଲେ। ଅଗଷ୍ଟ-୨୩ରେ ଚନ୍ଦ୍ରଯାନ-୩ କେମିତି ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ତାହା ଏହି ବୈଜ୍ଞାନିକଙ୍କୁ ବୁଝା ଯାଇଥିଲା। ଡିଜାଇନ, ପ୍ରସ୍ତୁତି ଏବଂ ଗଠନ ବିଷୟରେ ସୂଚନା ଦିଆଯାଇଥିଲା। ଏ ସବୁ ଶୁଣି ଆମେରିକା ବୈଜ୍ଞାନିକ ଚୁପ୍‌ ରହିଥିଲେ। ‘କୌଣସି ମନ୍ତବ୍ୟ ଦେବେ ନାହିଁ’ ବୋଲି କହିଥିଲେ। ସବୁ କିଛି ଭଲ ହେବ ଉଲ୍ଲେଖ କରିଥିଲେ। ଭାରତର ଉପକରଣକୁ ମଧ୍ୟ ପ୍ରଶଂସା କରିଥିଲେ। ଏତେ ଶସ୍ତାରେ କେମିତି ବନାଉଛ ବୋଲି ପଚାରି ଆମେରିକାକୁ ବିକ୍ରି କର ବୋଲି କହିଥିଲେ।
ମହାକାଶ କ୍ଷେତ୍ରରେ ସାମିଲ ହୋଇ ରକେଟ, ଉପଗ୍ରହ ବନାଇବା ପାଇଁ ଇସ୍ରୋ ମୁଖ୍ୟ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି। ଦେଶକୁ ଜ୍ଞାନକୌଶଳ କ୍ଷେତ୍ରରେ ମଜବୁତ ବନାଇବାକୁ କହିଛନ୍ତି। କେବଳ ଇସ୍ରୋ ନୁହେଁ, ମହାକାଶ କ୍ଷେତ୍ରରେ ସମସ୍ତେ କିଛି ନା କିଛି କରିପାରିବେ। ଏବେ ଭାରତରେ ୫ଟି କମ୍ପାନୀ ରକେଟ ଏବଂ ଉପଗ୍ରହ ବନାଉଛନ୍ତି। ଚନ୍ଦ୍ରଯାନ-୧୦ ଭିତରେ ଆପଣମାନଙ୍କ (ଛାତ୍ରଛାତ୍ରୀ) ଭିତରୁ କେହି ବସିପାରନ୍ତି। ଚନ୍ଦ୍ରଯାନ-୧୦ରେ ଭାରତ ପକ୍ଷରୁ ଜଣେ ମହିଳା ମହାକାଶଚାରୀଙ୍କୁ ଚନ୍ଦ୍ରକୁ ପଠାଇ ହେବ।
ଚନ୍ଦ୍ରର ଦକ୍ଷିଣ ମେରୁରେ ହେଲାଣି ସକାଳ, ତଥାପି ନିଦରୁ ଉଠୁନି ବିକ୍ରମ ଓ ପ୍ରଜ୍ଞାନ; ଆକ୍ଟିଭ କରିବାକୁ ଆଜି ପୁଣି ପ୍ରୟାସ କରିବ ଇସ୍ରୋ
ବେଙ୍ଗାଲୁରୁ: ଦୀର୍ଘ ୧୪ ଦିନର ରାତି ପରେ ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟ ଉଦୟ ହୋଇଛି। ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଏବଂ ରୋଭର ଉପରେ ସୂର୍ଯ୍ୟକିରଣ ପଡ଼ିବାରେ ଲାଗିଛି। ନୂଆ କିରଣ ସହିତ ନିଦରୁ ଉଠାଇବା ପାଇଁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଶୁକ୍ରବାର ବିକ୍ରମ ଏବଂ ପ୍ରଜ୍ଞାନ ସହ ଯୋଗାଯୋଗ କରିବାକୁ ପ୍ରୟାସ କରାଯାଇଛି। ଉଭୟଙ୍କ ସ୍ଥିତି ଜାଣିବାକୁ ସିଗ୍‌ନାଲ ପଠା ଯାଇଥିଲା। ମାତ୍ର ରାତି ସୁଦ୍ଧା ବିକ୍ରମ ଏବଂ ପ୍ରଜ୍ଞାନଠାରୁ କୌଣସି ସିଗ୍‌ନାଲ ମିଳିନାହିଁ। ଦୁହିଁଙ୍କ ସହ ଯୋଗାଯୋଗ ପ୍ରତିଷ୍ଠା କରିବାକୁ ପ୍ରୟାସ ଜାରି ରହିଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।
ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ଚନ୍ଦ୍ରଯାନ-୩ ବୈଜ୍ଞାନିକ ପରୀକ୍ଷଣ ଆରମ୍ଭ କରି ଦେଇଥିଲା। ଏହାର ୧୦ ଦିନ ପରେ ରାତି ହେବାରୁ ଇସ୍ରୋ ଗତ ୨ ତାରିଖରେ ରୋଭର ଏବଂ ୪ ତାରିଖରେ ଲ୍ୟାଣ୍ଡରକୁ ସୁରକ୍ଷିତ ସ୍ଥାନରେ ରଖି ‘ସ୍ଲିପ୍ ମୋଡ’କୁ ନେଇ ଯାଇଥିଲା। ତେବେ ଲ୍ୟାଣ୍ଡର ଏବଂ ରୋଭରର ରିସିଭରକୁ ଚାଲୁ ରଖାଯାଇଥିଲା। ସ୍ଲିପ୍ ମୋଡ୍ରେ ରଖିବା ପୂର୍ବରୁ ବ୍ୟାଟେରୀକୁ ଚାର୍ଜ କରାଯାଇଥିଲା। ସୌର ରଶ୍ମି ସିଧାସଳଖ ସୌର ପ୍ୟାନେଲ ଉପରେ ପଡ଼ିବ ଭଳି ଅଞ୍ଚଳରେ ରୋଭରକୁ ରଖା ଯାଇଥିଲା।
ବିଶ୍ବ ମହାକାଶ ଗବେଷଣା ଇତିହାସରେ ଗତ ଅଗଷ୍ଟ ୨୩ରେ ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ଯୋଡିଥିଲା ନୂଆ ଫର୍ଦ୍ଦ। ଜୁଲାଇ ୧୪ ରୁ ଚନ୍ଦ୍ର ଅଭିମୁଖେ ଯାତ୍ରା କରିଥିବା ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରାଇ ଇସ୍ରୋ ସାରା ବିଶ୍ବକୁ ସ୍ତମ୍ଭୀଭୂତ କରିଦେଇଥିଲା। ପରବର୍ତ୍ତୀ ସମୟରେ ଏହାର କାର୍ଯ୍ୟକାରିତାକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢିଥିଲା। ଏହିକ୍ରମରେ ଅବତରଣ ପରେ ଚନ୍ଦ୍ରଯାନ ଲ୍ୟାଣ୍ଡର ‘ବିକ୍ରମ’ ଏବଂ ରୋଭର ‘ପ୍ରଜ୍ଞାନ’ ଚନ୍ଦ୍ରପୃଷ୍ଠରୁ ପର୍ଯ୍ୟାୟକ୍ରମେ ପୃଥିବୀ ପୃଷ୍ଠକୁ ପଠାଉଥିବା ତଥ୍ୟ ଏବେ ବୈଜ୍ଞାନିକଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ମନରେ ଉଦ୍ଦୀପନା ଭରିଦେଇଛି। ଏବେ ପ୍ରଜ୍ଞାନ ଶୟନ ମୁଦ୍ରାକୁ ଚାଲିଯାଇଥିବାବେଳେ ପୁଣି ତା’ର ସକ୍ରିୟତାକୁ ନେଇ ଅପେକ୍ଷା ରହିଛି।
ଅଶୋକ ସ୍ତମ୍ଭ, ଇସ୍ରୋର ଚିହ୍ନ ରଖିଲା ପ୍ରଜ୍ଞାନ ( ଅଗଷ୍ଟ -୨୪)
ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରରେ ଅବତରଣ କରିବାର କିଛି ଘଣ୍ଟା ମଧ୍ୟରେ ରୋଭର ପ୍ରଜ୍ଞାନ ବାହାରକୁ ଆସିବା ସହିତ ଏହାର ଅଭିଯାନ ଆରମ୍ଭ କରିଥିଲା। ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ପରେ ଏକ ବିରାଟ ଧୂଳି ଆବରଣ ସୃଷ୍ଟି ହୋଇଥିଲା।ଚନ୍ଦ୍ରର ଅତ୍ୟନ୍ତ ଦୁର୍ବଳ ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ଚନ୍ଦ୍ରପୃଷ୍ଠରେ ସୃଷ୍ଟି ହୋଇଥିବା ଧୂଳି ଆବରଣ ଶୀଘ୍ର ଅପସାରିତ ହୋଇ ନଥିବାରୁ ବିକ୍ରମ ଅବତରଣ କରିବାର ସାଢ଼େ ତିନି ଘଣ୍ଟା ପରେ ରୋଭର ପ୍ରଜ୍ଞାନକୁ ଇସ୍ରୋ ବୈଜ୍ଞାନକମାନେ ବିକ୍ରମକୁ ବାହାରକୁ ଆଣିଥିଲେ। ଏହାପରେ ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଅଶୋକ ସ୍ତମ୍ଭ ଓ ଇସ୍ରୋର ଚିହ୍ନ ଛାଡି ବିଚରଣ କରିବା ଆରମ୍ଭ କରିଥିଲା।ପ୍ରଜ୍ଞାନ ଯେତିକି ଆଗକୁ ବଢୁଥିଲା ଚନ୍ଦ୍ରପୃଷ୍ଠରେ ଅଶୋକ ସ୍ତମ୍ଭ ଓ ଇସ୍ରୋର ଚିହ୍ନ ସେତିକି ଖୋଦିତ ହୋଇଚାଲିଥିଲା। ଏହାର ଫଟୋକୁ ଲ୍ୟାଣ୍ଡର ବିକ୍ରମ ପୃଥିବୀ ପୃଷ୍ଠକୁ ପଠାଇଥିଲା ବେଳେ ଅଗଷ୍ଟ ୨୪ରେ ଇସ୍ରୋ ପକ୍ଷରୁ ଏହାକୁ ସେୟାର କରାଯାଇଥିଲା।
ଇସ୍ରୋ ଜାରିକଲା ରୋଭର୍‌ର ପ୍ରଥମ ‘ମୁନ୍‌ୱାକ୍’ ଫଟୋ ( ଅଗଷ୍ଟ -୨୫)
ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଦୁଇ ଦିନ ପରେ ଅଧିକ ସକ୍ରିୟ ହେବା ସହିତ ରୋଭର୍ ପ୍ରଜ୍ଞାନ ନିଜର ଅଭିଯାନ ଆରମ୍ଭ କରିଦେଇଥିଲା।ଲ୍ୟାଣ୍ଡରରୁ ବାହାରିବା ପରେ ପ୍ରଜ୍ଞାନ ପ୍ରସିଦ୍ଧ ପପ୍ ଡ୍ୟାନ୍ସର ମାଇକେଲ ଜ୍ୟାକସନଙ୍କ ନୃତ୍ୟ ଢଙ୍ଗରେ ‘ମୁନ୍‌ୱାକ୍ (ଚନ୍ଦ୍ରପୃଷ୍ଠରେ ଧିରେ ଧିରେ ଚାଲିବା) କରିଥିଲା। ଯାହାର ଫଟୋ ଅଗଷ୍ଟ ୨୫ ତାରିଖରେ ଇସ୍ରୋ ସେୟାର କରିଥିଲା। ଲ୍ୟାଣ୍ଡର ବିକ୍ରମ ଉଠାଇଥିବା ଏହି ଫଟୋ ସମେତ ଚନ୍ଦ୍ରପୃଷ୍ଠରେ ବିକ୍ରମର ଅବତରଣ କରିବାର ଭିଡିଓ ମଧ୍ୟ ଇସ୍ରୋ ଜାରି କରିଥିଲା।ଏହାବ୍ୟତୀତ ଚନ୍ଦ୍ରପୃଷ୍ଠରୁ ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ଦ୍ବାରା ନିଆଯାଇଥିବା ପ୍ରଥମ ସେଲଫିକୁ ମଧ୍ୟ ଇସ୍ରୋ ‘ଏକ୍ସ’ରେ ସେୟାର କରିଥିଲା। ପ୍ରଜ୍ଞାନ ରୋଭର କଚ୍ଛପ ଗତିରେ ଚନ୍ଦ୍ରପୃଷ୍ଠରେ ବିଚରଣ କରୁଥିବାର ମୁହୂର୍ତ୍ତକୁ କଏଦ କରିଥିଲା ବିକ୍ରମ ଲାଣ୍ଡର।
‘ଶିବଶକ୍ତି’ ନାମରେ ଅବତରଣ ସ୍ଥଳର ନାମକରଣ ( ଅଗଷ୍ଟ -୨୬)
ଚନ୍ଦ୍ରଯାନ-୩ର ଅଦ୍ଭୁତପୂର୍ବ ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୬ରେ ବେଙ୍ଗାଲୁରୁ ଠାରେ ଇସ୍ରୋ ବୈଜ୍ଞାନିକଙ୍କୁ ବଧାଇ ଜଣାଇଥିଲେ। ଆଜାଦି କା ଅମୃତକାଳରେ ଭାରତ ଏଭଳି ସଫଳତା ହାସଲ କରିବା ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଗର୍ବର ବିଷୟ ହେବା ସହିତ ଏହା ଭାରତର ଗବେଷଣା, ନବ ଉନ୍ମେଷ ଏବଂ ଦକ୍ଷତାକୁ ପ୍ରମାଣିତ କରିଛି ବୋଲି ସେ କହିଥିଲେ। ଇସ୍ରୋ ମହିଳା ବୈଜ୍ଞାନିକଙ୍କ ଭୂମିକାକୁ ଭୁରି ପ୍ରଶଂସା କରି ସେ କହିଥିଲେ ଯେ, ମହିଳା ବୈଜ୍ଞାନିକମାନେ ଗବେଷଣା କ୍ଷେତ୍ରରେ ଯେଭଳି ପାରଦର୍ଶିତା ଦେଖାଇପାରିଛନ୍ତି ତାହା ପରବର୍ତ୍ତୀ ପିଢି ପାଇଁ ଉଦାହରଣ ହୋଇ ରହିବ। ଏଥିପାଇଁ ମୋଦୀ ଚନ୍ଦ୍ରଯାନ-୩ ଅବତରଣ କରିଥିବା ସ୍ଥଳକୁ ‘ଶିବଶକ୍ତି’ ନାମରେ ନାମିତ କରାଯାଇଥିବା ଘୋଷଣା କରିଥିଲେ। ଶିବ ଅର୍ଥ ଶୁଭ ଓ ମଙ୍ଗଳ ଏବଂ ଶକ୍ତି ଅର୍ଥ ଦେଶର ନାରୀଶକ୍ତି ବୋଲି ମୋଦୀ କହିଥିଲେ।
ଚନ୍ଦ୍ରପୃଷ୍ଠରେ ଖାତ ଦେଖି ବଦଳାଇଲା ବାଟ ( ଅଗଷ୍ଟ- ୨୭ )
ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା ପରେ ଏହାର ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନର କାର୍ଯ୍ୟ କ୍ରମାଗତ ଭାବେ ସ୍ବାଭାବିକ ରହିଥିଲା। ବିକ୍ରମ ମଧ୍ୟରୁ ରୋଭର ପ୍ରଜ୍ଞାନ ବାହାରକୁ ଆସିବା ପରେ ଚନ୍ଦ୍ରପୃଷ୍ଠରେ ବିଚରଣ କରି ତଥ୍ୟ ସଂଗ୍ରହ ଜାରି ରଖିଥିଲା ବେଳେ ଅବତରଣର ୫ ଦିନ ପରେ ଅର୍ଥାତ୍ ଅଗଷ୍ଟ ୨୭ ତାରିଖରେ ରୋଭର ଏକ ବଡ଼ ଉପଲବ୍ଧି ହାସଲ କରିଥିଲା। ଏହି ଦିନ ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ବିଚରଣ କରିବା ବେଳେ ପ୍ରଥମ ପ୍ରତିବନ୍ଧକକୁ ଅତିକ୍ରମ କରିବାରେ ସଫଳ ହୋଇଥିଲା।ବିଚରଣ ବେଳେ ପ୍ରଜ୍ଞାନ ସାମ୍ନାରେ ଅଚାନକ ଭାବେ ଏକ ୧୦୦ ମିମି ଗଭୀରତାର ଖାତ ପଡ଼ିଥିଲା। କିନ୍ତୁ ପ୍ରଜ୍ଞାନ ଏହାକୁ ଦେଖି ନିଜ ପଥ ପରିବର୍ତ୍ତନ କରିବାକୁ ସକ୍ଷମ ହୋଇଥିଲା ବୋଲି ଇସ୍ରୋ ବୈଜ୍ଞାନିକମାନେ ସୂଚନା ଦେଇଥିଲେ। ପ୍ରାୟ ୩ ମିଟର ଆଗରେ ଏକ ଖାତ ରହିଥିବା କଥା ପ୍ରଜ୍ଞାନ ଜାଣିପାରି ଲ୍ୟାଣ୍ଡର ବିକ୍ରମକୁ ସୂଚନା ଦେଇଥିଲା। ଏହାପରେ ତା’ର ନିର୍ଦ୍ଧାରିତ ପଥକୁ ବଦଳାଯାଇଥିଲା। ଏହାପରେ ପ୍ରଜ୍ଞାନ ନିଜ ବାଟ ବଦଳାଇ ନୂଆ ଦିଗରେ ଯାଉଥିଲା ବୋଲି ଇସ୍ରୋ ବୈଜ୍ଞାନିକମାନେ ସୂଚନା ଦେଇଥିଲେ। ଇସ୍ରୋ ପକ୍ଷରୁ ପ୍ରଜ୍ଞାନ ଯାଉଥିବା ବାଟ ଓ ତା’ ସାମ୍ନାରେ ପଡ଼ିଥିବା ଖାତ ସମ୍ପର୍କିତ ଫଟୋ ମଧ୍ୟ ଜାରି କରାଯାଇଥିଲା। ତେବେ ପ୍ରଜ୍ଞାନର ଏହି କାର୍ଯ୍ୟ ଇସ୍ରୋ ବେଜ୍ଞାନିକମାନଙ୍କ ଆତ୍ମବିଶ୍ବାସକୁ ଆହୁରି ସଶକ୍ତ କରିଥିଲା।
ଚନ୍ଦ୍ରପୃଷ୍ଠର ତାପମାତ୍ରା ରେକର୍ଡକଲା ପ୍ରଜ୍ଞାନ ( ଅଗଷ୍ଟ ୨୮ )
ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ଅବତରଣ କରିବାର ୪ ଦିନ ପରେ ପ୍ରଥମଥର ପାଇଁ ରୋଭର ପ୍ରଜ୍ଞାନ ପୃଥିବୀ ପୃଷ୍ଠକୁ ଚନ୍ଦ୍ର ସମ୍ପର୍କିତ ରିପୋର୍ଟ ପଠାଇବା ସହିତ ଚନ୍ଦ୍ରପୃଷ୍ଠର ତାପମାତ୍ରା ରେକର୍ଡ କରି ଇସ୍ରୋକୁ ପଠାଇଥିଲା। ଯାହାକି ବିଶ୍ବ ମହାକାଶ ଗବେଷଣା ଇତିହାସରେ ପ୍ରଥମ ଥିଲା। ଏହିକ୍ରମରେ ଚନ୍ଦ୍ରପୃଷ୍ଠର ତାପମାତ୍ରା ସମ୍ପର୍କରେ ଆସିଥିବା ରିପୋର୍ଟକୁ ଇସ୍ରୋ ସେୟାର କରିବା ସହିତ ଏ ସମ୍ପର୍କିିତ ଏକ ଗ୍ରାଫ୍ ମଧ୍ୟ ଜାରି କରିଥିଲା। ‘ଚନ୍ଦ୍ରାସ୍ ସରଫେସ୍ ଥର୍ମୋଫିଜିକାଲ ଏକ୍ସପେରିମେଣ୍ଟ’ ନାମରେ ଏହି ଗ୍ରାଫ୍ ଜାରି କରାଯାଇଥିଲା ବେଳେ ଏଥିରେ ଚନ୍ଦ୍ରପୃଷ୍ଠର ଗଭୀରତାକୁ ନେଇ ତାପମାତ୍ରା କେତେ ରହିଛି ତାହା ଉଲ୍ଲେଖ କରାଯାଇଥିଲା। ପ୍ରଜ୍ଞାନରେ ସଂଯୁକ୍ତ ହୋଇଥିବା ସରଞ୍ଜାମ ଦ୍ବାରା ଚନ୍ଦ୍ରପୃଷ୍ଠର ଉପରିସ୍ଥ ଭାଗ ଠାରୁ ଆରମ୍ଭ କରି ଭିତରର କିଛି ଅଂଶ ଯାଏଁ ତାପମାତ୍ରା ରେକର୍ଡ କରାଯାଇଥିଲା। ଏହି ସରଞ୍ଜାମ ଚନ୍ଦ୍ରପୃଷ୍ଠର କିଛି ମାତ୍ରାର ଗଭୀରତାକୁ ଯାଇ ଏଥିରେ ଲାଗିଥିବା ସେନସର୍ ତାପମାତ୍ରା ରେକର୍ଡ କରିଥିବା ଇସ୍ରୋ ପକ୍ଷରୁ କୁହାଯାଇଥିଲା। ଏହି ଅନୁସାରେ ଚନ୍ଦ୍ରପୃଷ୍ଠ ଏବଂ ଏହାର କିଛି ତଳକୁ ତାପମାତ୍ରା ୧୦ ରୁ ୬୦ ଡିଗ୍ରୀ ସେଲସିୟସ ରହିଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା।
ଚନ୍ଦ୍ରରେ ବିପୁଳ ଖଣିଜ ପଦାର୍ଥର ସନ୍ଧାନ ( ଅଗଷ୍ଟ ୨୯ )
ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାର ୬ ଦିନ ପରେ ଚନ୍ଦ୍ରଯାନ-୩ ଇତିହାସ ସୃଷ୍ଟି କରିଥିଲା। ଉଭୟ ପ୍ରଜ୍ଞାନ ଏବଂ ବିକ୍ରମ ପରସ୍ପରର ଏବଂ ଚନ୍ଦ୍ରପୃଷ୍ଠର ଫଟୋ ଏବଂ ଭିଡିଓ ଉତ୍ତୋଳନ କରିବା ସହିତ ବୈଜ୍ଞାନିକ ପରୀକ୍ଷଣ ଜାରି ରଖିଥିଲା ବେଳେ ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠର ପରିବେଶକୁ ଆକଳନ କରି ଅନେକ ଶୁଭ ଖବର ଦେବାରେ ଲାଗିଥିଲା। ପୂର୍ବରୁ ଏହା ଚନ୍ଦ୍ରପୃଷ୍ଠର ତାପମାତ୍ରା ରେକର୍ଡ କରି ଇସ୍ରୋକୁ ପଠାଇଥିଲା ବେଳେ ଅଗଷ୍ଟ ୨୯ ତାରିଖରେ ଚନ୍ଦ୍ରରେ ବିପୁଳ ଖଣିଜ ପଦାର୍ଥ ଥିବାର ମଧ୍ୟ ସନ୍ଧାନ କରିଥିଲା।ପ୍ରଜ୍ଞାନରେ ଲାଗିଥିବା ଲେଜର-ଇଣ୍ଡ୍ୟୁସ୍ଡ ବ୍ରେକ୍ଡାଉନ ସ୍ପେକ୍ଟ୍ରୋସ୍କୋପି (ଏଲ୍ଆଇବିଏସ୍) ଉପକରଣ ଚନ୍ଦ୍ରରେ ବୈଜ୍ଞାନିକ ପରୀକ୍ଷଣ କରି ଅମ୍ଳଜାନ, ସଲ୍ଫର, କ୍ୟାଲ୍ସିୟମ, ଆଇରନ୍, ଆଲୁମିନିୟମ, କ୍ରୋମିୟମ, ଟାଇଟନିୟମ, ମାଙ୍ଗାନିଜ, ସିଲିକନ ଥିବା ସ୍ପଷ୍ଟ କରିଥିଲା। ପ୍ରଜ୍ଞାନରେ ଲାଗିଥିବା ଆଲ୍ଫା ପ୍ରାକ୍ଟିସ ଏକ୍ସରେ ସ୍ପେକ୍ଟ୍ରୋସ୍କୋପ (ଏପିଏକ୍ସଏସ୍) ଚନ୍ଦ୍ରରେ ଗନ୍ଧକ ଥିବା ସ୍ପଷ୍ଟ କରିଥିଲା।
ପ୍ରଜ୍ଞାନ ପଠାଇଲା ବିକ୍ରମର ପ୍ରଥମ ଫଟୋ ( ଅଗଷ୍ଟ ୩୦)
ଚନ୍ଦ୍ର ଅଭିଯାନରେ ଅଗଷ୍ଟ ୩୦ ତାରିଖ ଥିଲା ଆଉ ଏକ ସ୍ବର୍ଣ୍ଣିମ ମୁହୂର୍ତ୍ତ। ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ ଅବତରଣ କରିବା ପରେ ଏହାର ଦୁଇଟି ମଡ୍ୟୁଲ ଲ୍ୟାଣ୍ଡର ଏବଂ ରୋଭରର କାର୍ଯ୍ୟଦକ୍ଷତା ସ୍ବାଭାବିକ ଏବଂ ଅତୁଟ ରହିଥିଲା ବେଳେ ଏହି ଦିନ ପ୍ରଥମ କରି ରୋଭର ପ୍ରଜ୍ଞାନ ଫଟୋ ଉଠାଇଥିଲା। ପ୍ରଜ୍ଞାନ ଏହାର ନାଭିଗେସନ୍ କ୍ୟାମେରାରୁ ପ୍ରଥମଥର ପାଇଁ ଲ୍ୟାଣ୍ଡର ବିକ୍ରମର ଚିତ୍ର ଉତ୍ତୋଳନ କରିଥିଲା। ଯାହାକୁ ଇସ୍ରୋ ସେୟାର କରିଥିଲା।ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ ଅବତରଣ କରିବା ପରେ ପ୍ରଥମ କରି ଏହି ଫଟୋ ‘ ଇମେଜ୍ ଅଫ୍ ମିଶନ’ ଭାବେ ବିବେଚିତ ହୋଇଥିଲା। ଏହାପୂର୍ବରୁ ଚନ୍ଦ୍ରପୃଷ୍ଠର ଯେତେ ସବୁ ଫଟୋ ଆସିଥିଲା ସେଗୁଡିକୁ ବିକ୍ରମ ଲ୍ୟାଣ୍ଡର ହିଁ ଉତ୍ତୋଳନ କରିଥିଲା। କିନ୍ତୁ ଅଗଷ୍ଟ ୨୮ରେ ପ୍ରଜ୍ଞାନ ଏହି ଫଟୋ ପଠାଇବା ପରେ ଏହାର ନାଭିଗେସନ୍ କ୍ୟାମେରା ସୂଚାରୁରୂପେ କାର୍ଯ୍ୟ କରୁଛି ବୋଲି ନିଶ୍ଚିତ ହୋଇଥିଲା।
ଶୟନ ମୁଦ୍ରାରେ ପ୍ରଜ୍ଞାନ
ଚନ୍ଦ୍ରରେ ଅବତରଣ କରି ରେକର୍ଡ ସୃଷ୍ଟି କରିଥିବା ଚନ୍ଦ୍ରଯାନ-୩ର ରୋଭର ‘ପ୍ରଜ୍ଞାନ’ ନିଜ ଅଭିଯାନ ଶେଷ କରିଛି। ଏହାକୁ ଚନ୍ଦ୍ରପୃଷ୍ଠର ଏକ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ରାତି ହେବା ସହିତ ରୋଭର ଶୟନ ମୁଦ୍ରାକୁ ଚାଲିଯାଇଛି। ଏଥିରେ ଲାଗିଥିବା ଉଭୟ ପେଲୋଡ ଏପିଏକ୍ସଏସ୍ ଏବଂ ଏଲ୍ଆଇବିଏସ୍ ବନ୍ଦ ହୋଇଯାଇଛି। ଏହି ପେଲୋଡର ତଥ୍ୟ ଲ୍ୟାଣ୍ଡର ‘ବିକ୍ରମ’ ମାଧ୍ୟମରେ ଇସ୍ରୋକୁ ମିଳୁଥିଲା। ପ୍ରଜ୍ଞାନର ବ୍ୟାଟେରୀରେ ଫୁଲ୍ ଚାର୍ଜ ଅଛି। ୨୨ ତାରିଖରେ ଚନ୍ଦ୍ରରେ ପୁଣି ସୂର୍ଯ୍ୟୋଦୟ ହେବ। ଏହି ସମୟରେ ପ୍ରଜ୍ଞାନ ନିଦ ଭାଙ୍ଗିବ ବୋଲି ଆଶା କରାଯାଉଛି। ସୂର୍ଯ୍ୟରଶ୍ମି ପଡ଼ିବା ଭଳି ସ୍ଥାନରେ ପ୍ରଜ୍ଞାନକୁ ରଖା ଯାଇଛି। ସୌର ପ୍ୟାନେଲ ଉପରେ ସୂର୍ଯ୍ୟକିରଣ ପଡିଲେ ଏହା ପୁଣି କାର୍ଯ୍ୟ ଆରମ୍ଭ କରିବ। ଏହାର ରିସିଭରକୁ ଚାଲୁ ରଖାଯାଇଛି। ପ୍ରଜ୍ଞାନ ନିଦ ଭାଙ୍ଗି ନୂଆ ଅଭିଯାନରେ ବାହାରିବ ବୋଲି ଆଶା କରାଯାଉଛି। ନଚେତ ଏହା ଚନ୍ଦ୍ରରେ ଭାରତର ଆମ୍ବାସାଡର ଭାବେ ସବୁଦିନ ପାଇଁ ରହିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।
ଇତିହାସ ରଚିଲା ଭାରତ : ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କଲା ଭାରତର ଚନ୍ଦ୍ରଯାନ-୩
ନୂଆଦିଲ୍ଲୀ : ଇତିହାସ ରଚିଛି ଭାରତ। ମହାକାଶ ଜଗତ ଇତିହାସରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛି। ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ISRO) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।ସନ୍ଧ୍ୟା ୬ଟା ୪ ମିନିଟ୍ ସମୟରେ ଚନ୍ଦ୍ରଯାନ-୩ର ବିକ୍ରମ ଲାଣ୍ଡର୍ ଚନ୍ଦ୍ରର ଦକ୍ଷିଣ ମେରୁରେ ନିରାପଦ ଅବତରଣ ବା ସଫ୍ଟ ଲ୍ୟାଣ୍ଡିଂ କରିଛି। ଇସ୍ରୋର ଚନ୍ଦ୍ରଯାନ-୩  ଲ୍ୟାଣ୍ଡିଂକୁ ଏହାକୁ ୧୪୦ କୋଟି ଭାରତୀୟଙ୍କ ସମେତ ସାରା ବିଶ୍ବର ବୈଜ୍ଞାନିକମାନେ ଚାହିଁ ବସିଥିଲେ।
ଚନ୍ଦ୍ରଯାନ-୩ର ସଫ୍ଟଲ୍ୟାଣ୍ଡିଂକୁ ସମଗ୍ର ବିଶ୍ୱବାସୀ ଉତ୍କଣ୍ଠାର ସହ ଚାହିଁ ରହିଥିଲେ। ଏହି ପ୍ରକ୍ରିୟା ଅତି ଜଟିଳ ଓ ଚ୍ୟାଲେଞ୍ଜପୂର୍ଣ୍ଣ ଥିବା ବେଳେ ସଫଳତାର ସହ କିପରି ଲ୍ୟାଣ୍ଡିଂ ପ୍ରକ୍ରିୟା ଶେଷ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଥିଲା। ଯାହାକୁ ଇସ୍ରୋର ବୈଜ୍ଞାନିକମାନେ ସଫଳତାର ସହ କରିଛନ୍ତି। ସଫ୍ଟଲ୍ୟାଣ୍ଡିଂ ବେଳେ ୪ଟି ପର୍ଯ୍ୟାୟ ଦେଇ ଗତି କରିଥିଲା ଲ୍ୟାଣ୍ଡର୍ । ରଫ୍ ବ୍ରେକିଂ ଫେଜ୍, ଅଲ୍ଟିଚ୍ୟୁଡ୍ ହୋଲ୍ଡ ଫେଜ୍, ଫାଇନ୍ ବ୍ରେକିଂ ଫେଜ୍ ଏବଂ ଟର୍ମିନାଲ୍ ଡିସେଣ୍ଟ ଫେଜ୍ । ଇସ୍ରୋ ବୈଜ୍ଞାନିକଙ୍କ ସୂଚନା ଅନୁସାରେ, ୫ଟା ୪୫ ମିନିଟରେ ଅବତରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଚନ୍ଦ୍ରପୃଷ୍ଠରୁ ୩୦ କିଲୋମିଟର ଉଚ୍ଚତାରେ ଖୁବ୍ ଦ୍ରୁତ ଗତିରେ ଯାଉଥିଲା ଲ୍ୟାଣ୍ଡର୍। ଏହାର ବେଗ ଥିଲା ସେକେଣ୍ଡ ପ୍ରତି ୧.୬୮ କିଲୋମିଟର। ତେଣୁ ଏହାର ବେଗ କମ୍ କରିବା ପାଇଁ ୪ଟି ଯାକ ଥ୍ରଷ୍ଟର ଇଞ୍ଜିନ ଚାଲୁ କରାଯାଇଥିଲା।
୩୦ କିଲୋମିଟର ଉଚ୍ଚତାରୁ ଏହା ସିଧା ରଫ୍ ବ୍ରେକିଂ ପର୍ଯ୍ୟାୟରେ ଖସିଆସିଥିଲା ୭.୫ କିଲୋମିଟର ଉଚ୍ଚତା ଯାଏଁ। ଏହାପରେ ଲ୍ୟାଣ୍ଡର ଯେତେବେଳେ ଚନ୍ଦ୍ରପୃଷ୍ଠରୁ ମାତ୍ର ୬.୮ କିଲୋମିଟର ଉଚ୍ଚରେ ଥିଲା, ସେତେବେଳେ କେବଳ ୨ଟି ପର୍ଯ୍ୟାୟ ଚାଲୁ ରହିଥିଲା ଏବଂ ବାକି ୨ଟିକୁ ବନ୍ଦ କରିଦିଆଯାଇଥିଲା। ସେତେବେଳେ ଲ୍ୟାଣ୍ଡରର ବେଗ ୪ ଗୁଣ ହ୍ରାସ ପାଇ ସେକେଣ୍ଡ ପ୍ରତି ମାତ୍ର ୩୫୦ ମିଟର କରାଯାଇଥିଲା । ଏହାପରେ ୮ଶହ ମିଟର ଅଲ୍ଟିଚ୍ୟୁଡରେ ଏହାର ବେଗ ଶୂନ କରାଯାଇ ସିଧା ତଳକୁ ଖସାଇବା ଆରମ୍ଭ କରାଯାଇଥିଲା।  ଫାଇନ୍ ବ୍ରେକିଂ ଫେଜ୍ ପରେ ଶେଷ ପର୍ଯ୍ୟାୟରେ ଲ୍ୟାଣ୍ଡର ଯେତେବେଳେ ଚନ୍ଦ୍ରପୃଷ୍ଠରୁ ମାତ୍ର ୧୦ ମିଟର ଉଚ୍ଚତାରେ ଥିଲା, ସେତେବେଳେ ଏହା ନିଜେ କ୍ୟାମେରା ଓ ସେନ୍ସର ମାଧ୍ୟମରେ ପରଖି ଥିଲା ଯେ ତଳେ କୌଣସି ପଥର କିମ୍ବା ଗର୍ତ୍ତ ଅଛି କି ନାହିଁ। ଯାହା ପରେ ସଫ୍ଟଲ୍ୟାଣ୍ଡି କରିଥିଲା।
ନୂଆଦିଲ୍ଲୀ : ଭାରତ ଆଜି ମହାକାଶ ଜଗତରେ ଇତିହାସ ସୃଷ୍ଟି କରିବାକୁ ଯାଉଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ISRO) ମିଶନ ଚନ୍ଦ୍ରଯାନ-୩ ଆଜି ସନ୍ଧ୍ୟାରେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ। ଏହି ମୁହୂର୍ତ୍ତକୁ ସମଗ୍ର ବିଶ୍ୱ ଅପେକ୍ଷା କରିଛି।ସନ୍ଧ୍ୟା ୬ଟା ୪ ମିନିଟ୍ ସମୟରେ ଚନ୍ଦ୍ରଯାନ-୩ର ବିକ୍ରମ ଲାଣ୍ଡର୍ ଚନ୍ଦ୍ରର ଦକ୍ଷିଣ ମେରୁରେ ନିରାପଦ ଅବତରଣ ବା ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଯାଉଛି । ଏହାକୁ ୧୪୦ କୋଟି ଭାରତୀୟଙ୍କ ସମେତ ସାରା ବିଶ୍ବର ବୈଜ୍ଞାନିକମାନେ ଚାହିଁ ବସିଛନ୍ତି । ଚନ୍ଦ୍ରଯାନ ଅବତରଣର ସିଧାପ୍ରସାରଣ ଇସ୍ରୋର ଓ୍ବେବସାଇଟ୍, ଇସ୍ରୋ ୟୁଟ୍ୟୁବ ଓ ଫେସବୁକ ପେଜରେ ଦେଖିହେବ । ସେହିପରି ଜାତୀୟ ପ୍ରସାରଣ ସେବା ଦୂରଦର୍ଶନରେ ବି ଏହାର ସିଧାପ୍ରସାରଣ କରାଯାଉଛି ।
ଚନ୍ଦ୍ରଯାନ-୩ର ସଫ୍ଟଲ୍ୟାଣ୍ଡିଂକୁ ସମଗ୍ର ବିଶ୍ୱବାସୀ ଉତ୍କଣ୍ଠାର ସହ ଚାହିଁ ରହିଥିବା ବେଳେ ଏହା କିପରି ସମ୍ଭବ ହେବ ତାକୁ ନେଇ ମନରେ ରହିଛି ଅସମାହିତ ପ୍ରଶ୍ନ । ଏହି ପ୍ରକ୍ରିୟା ଅତି ଜଟିଳ ଓ ଚ୍ୟାଲେଞ୍ଜପୂର୍ଣ୍ଣ ଥିବା ବେଳେ ସଫଳତାର ସହ କିପରି ଲ୍ୟାଣ୍ଡିଂ ପ୍ରକ୍ରିୟା ଶେଷ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ସଫ୍ଟଲ୍ୟାଣ୍ଡିଂ ବେଳେ ୪ଟି ପର୍ଯ୍ୟାୟ ଦେଇ ଗତି କରିବ ଲ୍ୟାଣ୍ଡର୍ । ରଫ୍ ବ୍ରେକିଂ ଫେଜ୍, ଅଲ୍ଟିଚ୍ୟୁଡ୍ ହୋଲ୍ଡ ଫେଜ୍, ଫାଇନ୍ ବ୍ରେକିଂ ଫେଜ୍ ଏବଂ ଟର୍ମିନାଲ୍ ଡିସେଣ୍ଟ ଫେଜ୍ । ଇସ୍ରୋ ବୈଜ୍ଞାନିକଙ୍କ ସୂଚନା ଅନୁସାରେ, ୫ଟା ୪୫ ମିନିଟରେ ଅବତରଣ ପ୍ରକ୍ରିୟା ଆରମ୍ଭ ହେବା ବେଳେ, ଚନ୍ଦ୍ରପୃଷ୍ଠରୁ ୩୦ କିଲୋମିଟର ଉଚ୍ଚତାରେ ଖୁବ୍ ଦ୍ରୁତ ଗତିରେ ଯାଉଥିବ ଲ୍ୟାଣ୍ଡର୍। ଏହାର ବେଗ ଥିବ ସେକେଣ୍ଡ ପ୍ରତି ୧.୬୮ କିଲୋମିଟର। ତେଣୁ ଏହାର ବେଗ କମ୍ କରିବା ପାଇଁ ୪ଟି ଯାକ ଥ୍ରଷ୍ଟର ଇଞ୍ଜିନ ଚାଲୁ କରାଯିବ ।
୩୦ କିଲୋମିଟର ଉଚ୍ଚତାରୁ ଏହା ସିଧା ରଫ୍ ବ୍ରେକିଂ ପର୍ଯ୍ୟାୟରେ ଖସିଆସିବ ୭.୫ କିଲୋମିଟର ଉଚ୍ଚତା ଯାଏଁ। ଏହାପରେ ଲ୍ୟାଣ୍ଡର ଯେତେବେଳେ ଚନ୍ଦ୍ରପୃଷ୍ଠରୁ ମାତ୍ର ୬.୮ କିଲୋମିଟର ଉଚ୍ଚରେ ଥିବ, ସେତେବେଳେ କେବଳ ୨ଟି ପର୍ଯ୍ୟାୟ ଚାଲୁ ରହିବ ଏବଂ ବାକି ୨ଟିକୁ ବନ୍ଦ କରିଦିଆଯିବ। ସେତେବେଳେ ଲ୍ୟାଣ୍ଡରର ବେଗ ୪ ଗୁଣ ହ୍ରାସ ପାଇ ସେକେଣ୍ଡ ପ୍ରତି ମାତ୍ର ୩୫୦ ମିଟର ଥିବ। ଏହାପରେ ୮ଶହ ମିଟର ଅଲ୍ଟିଚ୍ୟୁଡରେ ଏହାର ବେଗ ଶୂନ ହୋଇଯିବ ଏବଂ ଏହା ସିଧା ତଳକୁ ଖସିବା ଆରମ୍ଭ କରିବ। ଫାଇନ୍ ବ୍ରେକିଂ ଫେଜ୍ ପରେ ଶେଷ ପର୍ଯ୍ୟାୟରେ ଲ୍ୟାଣ୍ଡର ଯେତେବେଳେ ଚନ୍ଦ୍ରପୃଷ୍ଠରୁ ମାତ୍ର ୧୦ ମିଟର ଉଚ୍ଚତାରେ ଥିବ, ସେତେବେଳେ ଏହା ନିଜେ କ୍ୟାମେରା ଓ ସେନ୍ସର ମାଧ୍ୟମରେ ପରଖିବ ଯେ, ତଳେ କୌଣସି ପଥର କିମ୍ବା ଗର୍ତ୍ତ ଅଛି କି ନାହିଁ । ଯଦି ସବୁକିଛି ଠିକ୍ ଥାଏ, ତେବେ ଏହା ସଫ୍ଟଲ୍ୟାଣ୍ଡ କରିବ, ନଚେତ ଆଉ ଏକ ସ୍ଥାନକୁ ବାଛିବ ।
ଇସ୍ରୋର ମୁନ୍‌ ମିଶନର ସମ୍ପୂର୍ଣ୍ଣ କାହାଣୀ
ଚନ୍ଦ୍ରଯାନ -୧ ଭାରତର ପ୍ରଥମ ଚନ୍ଦ୍ର ମିଶନ ଥିଲା। ୨୦୦୮ ମସିହା ଅକ୍ଟୋବର ୨୨ ତାରିଖ ସକାଳ ୬ଟା ୨୨ ମିନିଟରେ ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୧୧ଦ୍ୱାରା ଏହି ଯାନର ପ୍ରକ୍ଷେପଣ କରାଯାଇଥିଲା । ନଭେମ୍ବର ୮ରେ ଏହି ଯାନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା ଏବଂ ଅଗଷ୍ଟ ୨୦୦୯ ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ଥିଲା । ଏହି ଚନ୍ଦ୍ରଯାନ -୧ରେ ଭାରତ, ଆମେରିକା, ବ୍ରିଟେନ, ଜର୍ମାନୀ, ସ୍ୱିଡେନ ଏବଂ ବୁଲଗେରିଆ ଦ୍ବାରା ନିର୍ମିତ ୧୧ ଟି ବୌଜ୍ଞାନିକ ଉପକରଣ ରହିଥିଲା। ​​ଯାହା ରାସାୟନିକ, ମିନେରାଲୋଜିକାଲ୍ ଏବଂ ଭୌଗୋଳିକ ମ୍ୟାପିଂ ପାଇଁ ୧୦୦ କିଲୋମିଟର ଉଚ୍ଚରେ ଚନ୍ଦ୍ରକୁ ପରିକ୍ରମା କରିଥିଲା। ମିଶନର ସମସ୍ତ ଗରୁତ୍ବପୁର୍ଣ୍ଣ ଦିଗଗୁଡିକର ସଫଳ ସମାପ୍ତି ପରେ, ମେ ୨୦୦୯ରେ କକ୍ଷପଥ ପରିସରକୁ ୨୦୦ କିଲୋମିଟରକୁ ବୃଦ୍ଧି କରାଯାଇଥିଲା। ସମ୍ପୂର୍ଣ୍ଣ ଚନ୍ଦ୍ରଯାନ୧ ମିସନରେ ପାଖାପାଖି ୩୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା
୨୨ ଅକ୍ଟୋବର ୨୦୦୮: ସକାଳ ୬ଟା ୨୨ ମିନିଟରେ ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୧୧ଦ୍ୱାରା ଚନ୍ଦ୍ରଯାନର ପ୍ରକ୍ଷେପଣ କରାଯାଇଥିଲା ।
୨୩ ଅକ୍ଟୋବରରୁ ୪ ନଭେମ୍ବର ୨୦୦୮: ଏହି ସମୟ ମଧ୍ୟରେ ଚନ୍ଦ୍ରଯାନ ପୃଥିବୀ ଚାରିପଟେ ଘୁରୁଥିବା ସମୟରେ ଏହାର ପରିକ୍ରମଣ କକ୍ଷପଥକୁ ୫ଥର ବଦଳାଯାଇ ଊର୍ଦ୍ଧକୁ ନିଆଯାଇଥିଲା ।
୮ ନଭେମ୍ବର ୨୦୦୮: ଅପରାହ୍ନ ୪ଟା ୫୧ମିନିଟରେ ଚନ୍ଦ୍ରଯାନକୁ ସଫଳତାର ସହ ଚନ୍ଦ୍ରର କକ୍ଷପଥରେ ଅବସ୍ଥାପିତ କରାଯାଇଥିଲା ।
୯ ନଭେମ୍ବରରୁ ୧୨ ନଭେମ୍ବର ୨୦୦୮: ଏହି ସମୟ ମଧ୍ୟରେ ଚନ୍ଦ୍ର ଚାରିପଟେ ଘୁରୁଥିବା ଚନ୍ଦ୍ରଯାନର ପରିକ୍ରମଣ କକ୍ଷପଥକୁ ୪ଥର ବଦଳାଯାଇ ଚନ୍ଦ୍ରର ନିକଟତର କରାଯାଇଥିଲା ।
୧୪ ନଭେମ୍ବର ୨୦୦୮: ସନ୍ଧ୍ୟା ୮ଟା ୩୧ ମିନିଟରେ ଚନ୍ଦ୍ରଯାନରୁ ଅଲଗା ହେଇ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା “ମୁନ୍ ଇମ୍ପାକ୍ଟ ପ୍ରୋବ”( ଚନ୍ଦ୍ରର ପୃଷ୍ଠଭୂମି ଏବଂ ବାୟୁମଣ୍ଡଳର ତଥ୍ୟ ସଂଗ୍ରହ ପାଇଁ ଇସ୍ରୋଦ୍ୱାରା ନିର୍ମିତ ସ୍ୱୟଂଚାଳିତ ଉପକରଣ) ।
୨୯ ଅଗଷ୍ଟ ୨୦୦୯: କୌଣସି କାରଣ ଯୋଗୁଁ ଚନ୍ଦ୍ରଯାନ ସହ ସମ୍ପର୍କ ହେଇପାରିଲା ନାହିଁ, ତେଣୁ ଆନୁଷ୍ଠାନିକ ଭାବେ ଏହି ଅଭିଯାନର ସମାପ୍ତି ଘୋଷଣା କରାଯାଇଥିଲା ।
ଚନ୍ଦ୍ରଯାନ -୧ ଅଭିଯାନର ଲକ୍ଷ୍ୟ
ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏକ ଯାନକୁ ଚନ୍ଦ୍ର କକ୍ଷପଥରେ ପହଞ୍ଚାଇ ପରିକ୍ରମଣ କରାଇବା ।
ଚନ୍ଦ୍ରରେ ଜଳର ସନ୍ଧାନ ।
ଚନ୍ଦ୍ରପୃଷ୍ଠର ଅନୁଧ୍ୟାନ, ବିଶେଷ କରି ରସାୟନ ପଦାର୍ଥର ଅଧ୍ୟୟନ ।
ଯଦିଓ ଅଭିଯାନଟି ଶୀଘ୍ର ସମାପ୍ତ ହୋଇଯାଇଥିଲା, ଏହି ସମୟ ସୁଦ୍ଧା ଏହା ୯୫% ଲକ୍ଷ୍ୟ ହାସଲ କରିସାରିଥିଲା ।
ଚନ୍ଦ୍ରଯାନ -୨
ଚନ୍ଦ୍ରଯାନ-୨ ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ଥିଲା । ଚନ୍ଦ୍ରଯାନ-୧ର ସଫଳତା ପରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ବା ଇସ୍ରୋଦ୍ୱାରା ଏହି ମିଶନର ପରିକଳ୍ପନା କରାଯାଇଥିଲା । ଏହାର ପୂର୍ବବର୍ତ୍ତୀ ଅଭିଯାନ ଚନ୍ଦ୍ରଯାନ-୧ ପରି ଚନ୍ଦ୍ରଯାନ-୨ ସାଇଣ୍ଟିଫିକ୍‌ ପେଲୋଡ୍‌ ସହିତ ଏକ ମୁନ୍-ଅର୍ବିଟର ଚନ୍ଦ୍ର ଚାରିପଟେ ପ୍ରଦିକ୍ଷଣ କରିଥିଲା । ଯୋଜନା ମୁତାବକ ଚନ୍ଦ୍ରଯାନ-୨ ଚନ୍ଦ୍ରର କକ୍ଷ ପଥରେ ପହଞ୍ଚିବା ପରେ, ପ୍ରଜ୍ଞାନ ରୋଭରକୁ ନେଇ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ଏକ ଅପେକ୍ଷାକୃତ ଉଚ୍ଚ ମଇଦାନରେ ଅବତରଣ କରିବାକୁ ଚେଷ୍ଟା କରିଥିଲା । ଚନ୍ଦ୍ର ଭୂମିପୃଷ୍ଠକୁ ଅବତରଣ କରିବାବେଳେ ବିକ୍ରମ ଲ୍ୟାଣ୍ଡରଟି ନିର୍ଦ୍ଧାରିତ କକ୍ଷପଥରୁ ବିଚ୍ୟୁତ ହୋଇଥିଲା ଏବଂ ଚନ୍ଦ୍ରପୃଷ୍ଠରୁ ୨.୧ କିଲୋମିଟର ଉଚ୍ଚତାରେ ଥିବା ସମୟରେ ଇସ୍ରୋ ସହ ସମସ୍ତ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା। ଅର୍ବିଟର ଜରିଆରେ ପ୍ରାପ୍ତ ଥର୍ମାଲ୍ ଅପଟିକାଲ ଚିତ୍ରକୁ ଅନୁଧ୍ୟାନ କରି ବିକ୍ରମ ଲ୍ୟାଣ୍ଡର ହାର୍ଡ ଲ୍ୟାଣ୍ଡିଙ୍ଗ୍ କରିଛି ବୋଲି ବୋଲି ଇସ୍ରୋ ମୂଖ୍ୟ କେ. ଶିବନ ମତବ୍ୟକ୍ତ କରିଥିଲେ।ଲ୍ୟାଣ୍ଡିଂର ୧୪ ଦିନ ମଧ୍ୟରେ ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ ପାଇଁ ଇସ୍ରୋ ଏବଂ ନାସା ପକ୍ଷରୁ ଉଦ୍ୟମ କରାଯାଇଥିଲା। କିନ୍ତୁ କୌଣସି ସଫଳତା ହାସଲ ହୋଇନଥିଲା।  ଅନ୍ୟପକ୍ଷରେ ଚନ୍ଦ୍ରଯାନ-୨ର ଅର୍ବିଟର୍‌ ଅତି କମରେ ୭.୫ ବର୍ଷ ଧରି ଜହ୍ନ ଚାରିପଟେ ପରିକ୍ରମା କରିବା ସହ ଏଥିରେ ଥିବା ଅୱଲୋହିତ (infrared) କ୍ୟାମେରାଦ୍ୱାରା ଜହ୍ନର ଦକ୍ଷିଣ ମେରୁ ଅଞ୍ଚଳରେ ଜଳ କିମ୍ବା ବରଫର ଚିହ୍ନଟ କରିବାକୁ ଚେଷ୍ଟା କରାଯାଇଥିଲା।
ଦ୍ୱିତୀୟ ଚନ୍ଦ୍ର ଅଭିଯାନ ୨୦୧୮ ମାର୍ଚ୍ଚରେ ହେବାକୁ ଇସ୍ରୋ ପ୍ରଥମେ ସ୍ଥିର କରିଥିଲା । ପରେ ସେହିବର୍ଷ ଅପ୍ରେଲ ଓ ପରେ ଅକ୍ଟୋବରକୁ ଘୁଞ୍ଚିଥିଲା।୨୦୧୮ ଜୁନ ୧୯ରେ ଏକ ବୈଷୟିକ ସମୀକ୍ଷା ପରେ ୨୦୧୯ ମଧ୍ୟଭାଗରେ ଚନ୍ଦ୍ର ଅଭିଯାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପୁଣି ୨୦୧୯ ଫେବୃଆରୀରେ ପରୀକ୍ଷଣ ବେଳେ ଲ୍ୟାଣ୍ଡରର ଦୁଇଟି ଗୋଡରେ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ଶେଷରେ ୨୦୧୯ ଜୁଲାଇ ୧୫ ତାରିଖ ରାତି ୨ଟା ୫୧ ମିନିଟରେ ଉତକ୍ଷେପଣ କରାଯିବାକୁ ସ୍ଥିର କରାଯାଇଥିଲା । ଶ୍ରୀହରିକୋଟା ପ୍ରକ୍ଷେପଣ କେନ୍ଦ୍ରରୁ ଶକ୍ତିଶାଳୀ ରକେଟ୍‌ ଜିଏସ୍‌ଏଲ୍‌ଭି ଏମ୍‌କେ-୩କୁ ବ୍ୟବହାର କରି ଚନ୍ଦ୍ରଯାନ-୨କୁ ପଠାଯିବାର କାର୍ୟ୍ୟକ୍ରମ ରହିଥିଲା ଉତ୍‌କ୍ଷେପଣ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଅଚାନକ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏହାକୁ ସ୍ଥଗିତ କରାଗଲା ।
୨୨ ଜୁଲାଇ ୨୦୧୯: ୨୨ ଜୁଲାଇ ସୋମବାର ଦିନ ୨ଟା ୪୩ ବେଳେ ରକେଟ୍‌ ଜିଏସ୍‌ଏଲ୍‌ଭି ଏମ୍‌କେ-୩ ସହାୟତାରେ ସଫଳତାର ସହ ପ୍ରକ୍ଷେପଣ କରାଯାଇଥିଲା ।
୨ ସେପ୍ଟେମ୍ବର ୨୦୧୯: ଯୋଜନାନୁସାରେ ସେପ୍ଟେମ୍ବର ୨ ତାରିଖରେ ବିକ୍ରମ ଲ୍ୟାଣ୍ଡର, ମୁନ ଆର୍ବିଟରରୁ ଅଲଗା ହୋଇଯାଇଥିଲା ଓ ଚନ୍ଦ୍ର ଚାରିପଟେ ୨ କିମି ପ୍ରତି ଘଣ୍ଟା ବେଗରେ ପରିକ୍ରମା କରିଥିଲା ।
୭ ସେପ୍ଟେମ୍ବର ୨୦୧୯: ୭ ସେପ୍ଟେମ୍ବର ରାତ୍ର ୧ଟା ୫୩ ମିନିଟରେ ଅନୁଭୁମିକ (horizontal) ବେଗ ୪୮ ମିଟର ପ୍ରତି ସେକେଣ୍ଡ ଏବଂ ଉଲମ୍ବ (vertica) ବେଗ ୬୦ ମିଟର ପ୍ରତି ସେକେଣ୍ଡରେ ଚନ୍ଦ୍ର ଭୂମିପୃଷ୍ଠକୁ ଅବତରଣ କରିବାବେଳେ, ଚନ୍ଦ୍ରପୃଷ୍ଠରୁ ୨.୧ କିଲୋମିଟର ଉଚ୍ଚତାରେ ଥିବା ସମୟରେ ବିକ୍ରମ ଲ୍ୟାଣ୍ଡରରୁ ଇସ୍ରୋକୁ ସମସ୍ତ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା ଏବଂ ବିକ୍ରମ, ନିର୍ଦ୍ଧାରିତ କକ୍ଷପଥରୁ ବିଚ୍ୟୁତ ହୋଇ ପାଖାପାଖି ଏକ କିଲୋମିଟର ଦୂରରେ ଦୁର୍ଘଟଣାଯୁକ୍ତ ଅବତରଣ କରିଥିଲା । ଚନ୍ଦ୍ରଯାନ-୨ର ଅନ୍ତିମ ୫ ପ୍ରତିଶତ ବିଫଳ ହୋଇଥିଲା । ଅନ୍ୟପକ୍ଷରେ ଚନ୍ଦ୍ରଯାନ-୨ର ଅର୍ବିଟର୍‌ ଅତି କମରେ ଏକ ବର୍ଷ ଧରି ଜହ୍ନ ଚାରିପଟେ ପରିକ୍ରମା କରିବ ଏବଂ ଏଥିରେ ଥିବା ଅୱଲୋହିତ କ୍ୟାମେରାଦ୍ୱାରା ଜଳ କିମ୍ବା ବରଫର ଚିହ୍ନ ଖୋଜିବାକୁ ଚେଷ୍ଟା କରିଥିଲା।
ଚନ୍ଦ୍ରଯାନ -୩
ଚନ୍ଦ୍ରଯାନ-୩ ହେଉଛି ଭାରତୀୟ ମହାକାଶ ଗବେଷଣା ସଂଗଠନ, ଇସ୍ରୋଦ୍ୱାରା ତୃତୀୟ ଚନ୍ଦ୍ର ଅନୁସନ୍ଧାନ ଅଭିଯାନ । ଏଥିରେ ଚନ୍ଦ୍ରଯାନ-୨ ଭଳି ଲ୍ୟାଣ୍ଡର ଓ ରୋଭର ରହିଥିଲେ ହେଁ ଏଥିରେ ପରିକ୍ରମଣକାରୀ (ଅର୍ବିଟର) ନାହିଁ । ଏହାର ପ୍ରୋପଲ୍ସନ୍ ମଡ୍ୟୁଲ୍ ଏକ ଯୋଗାଯୋଗ ରିଲେ ସାଟେଲାଇଟ୍ ଭଳି ଆଚରଣ କରେ । ମହାକାଶଯାନ ୧୦୦ କିଲୋମିଟର ଚନ୍ଦ୍ର କକ୍ଷପଥରେ ରହିବା ପର୍ଯ୍ୟନ୍ତ ପ୍ରୋପଲସନ ମଡ୍ୟୁଲ ଲ୍ୟାଣ୍ଡର ଏବଂ ରୋଭର ବହନ କରିଥାଏ ।
ଚନ୍ଦ୍ରଯାନ-୨ ପରେ ସଫ୍ଟ ଲ୍ୟାଣ୍ଡିଂ ଗାଇଡେନ୍ସ ସଫ୍ଟୱେୟାରରେ ଶେଷ ମୁହୂର୍ତ୍ତରେ ସଫ୍ଟ ଲ୍ୟାଣ୍ଡିଂ ଗାଇଡେନ୍ସ ସଫ୍ଟୱେୟାରରେ ତ୍ରୁଟି ଯୋଗୁଁ ସଫଳ କକ୍ଷପଥ ପ୍ରବେଶ ପରେ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ ପ୍ରୟାସ ବିଫଳ ହେବା ପରେ ଆଉ ଏକ ଚନ୍ଦ୍ର ଅଭିଯାନ ପ୍ରସ୍ତାବ ଦିଆଯାଇଥିଲା।ଥ୨ଧ ଏହି ଅଭିଯାନକ୍ରମେ ୨୦୨୪ ମସିହାରେ ଜହ୍ନର ଦକ୍ଷିଣ ମେରୁରେ ରୋଭର (ଚନ୍ଦ୍ର ଉପରେ ବୁଲାବୁଲି କରି ତାହାର ମାଟିର ନମୁନା ସଂଗ୍ରହ କରିବା) ଏବଂ ଏକ ଲ୍ୟାଣ୍ଡର (ଚନ୍ଦ୍ର ଉପରେ ଓଲ୍ହାଇବା) ପଠାଯାଇ ନିରୀକ୍ଷଣ କରାଯିବ ।
ଏହି ଅଭିଯାନଟି ନୂତନ ଭୂମି ଅନୁଧ୍ୟାନ ସହିତ ଜଡ଼ିତ କଳାକୌଶଳ ଯଥା ଯାନ ପରିବହନ ଏବଂ କିଛି ଶହ କିଲୋଗ୍ରାମ ଓଜନର ଆସବାବପତ୍ର ସହିତ ମେରୁ ସ୍ଥାନରେ କିପରି ଦୀର୍ଘସ୍ଥାୟୀ ରାତ୍ରଯାପନ ହୋଇପାରିବ ତାହା ଉପରେ ଅଧିକ ଅନୁଧ୍ୟାନ କରିବ । ସମ୍ଭାବିତ ପାଣିର ଖୋଜା, ନମୁନା ସଂଗ୍ରହ ଏବଂ ତଦନ୍ତ ମୁଖ୍ୟତଃ ଏହି ଅଭିଯାନର ଲକ୍ଷ୍ୟ ହୋଇପାରେ । ଅନ୍ୟାନ୍ୟ ଅନ୍ତରୀକ୍ଷ ସଂସ୍ଥାଗୁଡ଼ିକରୁ ପେଲୋଡ ବା ଆସବାବପତ୍ର ନେବାକୁ ପ୍ରସ୍ତାବ ଦିଆଯିବ । ୧୪ ଜୁଲାଇ ୨୦୨୩ ତାରିଖରେ ଚନ୍ଦ୍ରଯାନ-୩କୁ ସଫଳତାର ସହିତ ଏଲଭିଏମ୩ ଏମ୪ ରକେଟଦ୍ୱାରା କକ୍ଷପଥରେ ସ୍ଥାପନ କରାଯାଇଥିଲା ।
ସୁରକ୍ଷିତ ଏବଂ ସଫଳ ଅବତରଣ କରିବ ଚନ୍ଦ୍ରଯାନ-୩: ବିଫଳତାରୁ ମିଳିଛି ଶିକ୍ଷା,ସଫଳତା ନେଇ ବୈଜ୍ଞାନିକ ଆଶାବାଦୀ
ନୂଆଦିଲ୍ଲୀ : ଭାରତର ମହତ୍ତ୍ବାକାଂକ୍ଷୀ ଚନ୍ଦ୍ର ଅଭିଯାନ ଉପରେ ସାରା ବିଶ୍ବର ନଜର ରହିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ଅବତରଣ ପାଇଁ ପ୍ରସ୍ତତି ଆରମ୍ଭ ହୋଇଛି । ଅଭିଯାନ ସଫଳତା ନେଇ ବୈଜ୍ଞାନିକ ଆଶାବାଦୀ ଅଛନ୍ତି। ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ସଫଳତାର ସହ ସୁରକ୍ଷିତ ଭାବେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବୋଲି ସମ୍ପୂର୍ଣ୍ଣ ଭରସା ରହିଛି। ଚନ୍ଦ୍ରଯାନ-୨ର ବିଫଳତାରୁ ଶିକ୍ଷା ଗ୍ରହଣ କରି ଇସ୍ରୋ ଚନ୍ଦ୍ରଯାନ-୩ରେ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କରିଛି। ମହାକାଶ ବିଜ୍ଞାନୀ ଆରସି କପୁର କହିଛନ୍ତି ଯେ ଚଳିତ ଥର ଆଲ୍ଗୋରିଦମକୁ କାର୍ଯ୍ୟମୁକ୍ତ ରଖାଯାଇଛି। ଲ୍ୟାଣ୍ଡରରେ ଲାଗିଥିବା ଯନ୍ତ୍ରପାତିକୁ ପୂର୍ବାପେକ୍ଷା ଅଧିକ ମଜବୁତ ବନା ଯାଇଛି। ଏହା ଅବତରଣ ସମୟରେ ସେକେଣ୍ଡ ପିଛା ୩ ମିଟର ବେଗରେ ଛିଡ଼ା ହୋଇପାରିବ।
ପୂର୍ବାପେକ୍ଷା ଏହାର ଓଜନ ୨୫୦ ଗ୍ରାମ ବୃଦ୍ଧି କରାଯାଇଛି। ଏଥିରେ ଅତିରିକ୍ତ ଇନ୍ଧନ ରହିଛି। ତେଣୁ ଅବତରଣ ସମୟରେ କୌଣସି ସମସ୍ୟା ହେବ ନାହିଁ। ଅବତରଣର ୧୫ରୁ ୨୦ ମିନିଟ ପୂର୍ବରୁ ଲ୍ୟାଣ୍ଡର ବିକ୍ରମ ସ୍ବୟଂକ୍ରିୟ ମୋଡ୍ରେ ଥିବ। ଏହି ସମୟରେ ବିକ୍ରମକୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ। ଏହି ସମୟ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ସଫଳତାର ସହ ଅବତରଣ ପାଇଁ ଆବଶ୍ୟକ ସମସ୍ତ ଜ୍ଞାନକୌଶଳ ଲ୍ୟାଣ୍ଡରରେ ରହିଛି। ଏବେ ଚନ୍ଦ୍ରଯାନ-୩ ଚନ୍ଦ୍ରର କକ୍ଷରେ ପରିକ୍ରମା କରୁଛି। ସେ ବୁଧବାର ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଏହା ପୂର୍ବରୁ ସମସ୍ତ ଯନ୍ତ୍ରପାତି ଏବଂ ଚନ୍ଦ୍ର ବାତାବରଣର ଯାଞ୍ଚ ହେବ। ଯଦି କିଛି ସମସ୍ୟା ରୁହେ ତେବେ ପରେ ପୁଣିଥରେ ଅବତରଣ କରିବ।
ଇସ୍ରୋର ୱେବସାଇଟ, ୟୁଟ୍ୟୁବ୍ ଚ୍ୟାନେଲ, ଫେସ୍ବୁକ ଏବଂ ଡିଡି ନ୍ୟାସନାଲରେ ଅବତରଣର ପ୍ରସାରଣ କରାଯିବ। ଆଜି ସନ୍ଧ୍ୟା ୫ଟା ୨୭ରୁ ଏହା ଆରମ୍ଭ ହେବ। ୪ଟି ପର୍ଯ୍ୟାୟରେ ଲ୍ୟାଣ୍ଡର ଅବତରଣ କରିବ। ଯଦି ପ୍ରଥମ ଯୋଜନା ବିଫଳ ହୁଏ ତେବେ ଇସ୍ରୋ ପ୍ଲାନ ‘ବି’ ମଧ୍ୟ ପ୍ରସ୍ତୁତ କରି ରଖିଛି। ଚନ୍ଦ୍ରପୃଷ୍ଠରେ ବିରାଟକାୟ ପଥର କିମ୍ବା ଖାଲ ପଡ଼ିଲେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। କିନ୍ତୁ ବିଶାଳ ଖାଲ ଏବଂ ପାହାଡିଆ ସ୍ଥାନର ମୁକାବିଲା ପାଇଁ ମଧ୍ୟ ଇସ୍ରୋ ବ୍ୟବସ୍ଥା କରିଛି। ଶେଷ ମୂହୁର୍ତ୍ତରେ ଅବତରଣ ପ୍ରକ୍ରିୟା ଅଗଷ୍ଟ ୨୭କୁ ଘୁଞ୍ଚା ଯାଇପାରେ। ଯଦି ଖାଲ ବଡ଼ ଏବଂ ଗଭୀର ହୋଇ ନ ଥିବ ତେବେ ସହଜରେ ଯାନ ଅବତରଣ କରିପାରିବ। ଲ୍ୟାଣ୍ଡର ଏବଂ ରୋଭରକୁ ପର୍ଯ୍ୟାପ୍ତ ଶକ୍ତି ମିଳିବ। ଚନ୍ଦ୍ରରେ ପର୍ଯ୍ୟାପ୍ତ ସୂର୍ଯ୍ୟକରଣ ପଡୁଥିବା ସମୟରେ ଚନ୍ଦ୍ରଯାନ-୩ର ଅବତରଣ ସମୟ ଧାର୍ଯ୍ୟ କରାଯାଇଛି। ଅବତରଣ କ୍ଷେତ୍ରର ପରିସର ମଧ୍ୟ ବୃଦ୍ଧି କରାଯାଇଛି। ଗୋଟିଏ ସ୍ଥାନରେ ଅବତରଣ ନ ହୋଇପାରିଲେ ଯାନ ଅନ୍ୟତ୍ର ଅବତରଣ କରିବ। ଏଥିପାଇଁ ୧୦ ବର୍ଗ କିମି ସ୍ଥାନ ଧାର୍ଯ୍ୟ କରାଯାଇଛି। ସଫଳତା ପାଇଁ ଲ୍ୟାଣ୍ଡରର ସେନ୍ସରର ଯାଞ୍ଚ କରାଯାଉଛି। ଏକ୍ସେଲେରୋମିଟର ପ୍ୟାକେଜ, କା-ବ୍ୟାଣ୍ଡ ଅଲ୍ଟିମିଟର, ଲ୍ୟାଣ୍ଡର ପୋଜିସନ ଡିଟେକ୍ସନ କ୍ୟାମେରା, ଲେଜର ଅଲ୍ଟିମିଟର, ଲେଜର ଡପଲର ଭେଲୋସିମିଟର ଆଦି ଉପକରଣର ଯାଞ୍ଚ କରାଯାଉଛି। ସବୁଠିକ୍ ଭାବେ କାର୍ଯ୍ୟ କରୁଛନ୍ତି।
ଚନ୍ଦ୍ରଯାନ-୩ ର ସଫଳ ଅବତରଣ ପାଇଁ ପୂଜାର୍ଚ୍ଚନା ସହ ସାମୁହିକ ପ୍ରାର୍ଥନା
ଭଦ୍ରକ: ବିଶ୍ୱର ନଜର ଏବେ ଚନ୍ଦ୍ରଯାନ-୩ ଉପରେ। ଆଜି ସଫଳ ଲ୍ୟାଣ୍ଡିଙ୍ଗ ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏବେ ସବୁଠି ସଫଳତା କାମନା କରାଯାଉଛି । ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ସହ ସାମୁହିକ ପ୍ରାର୍ଥନା ଓ ଦୀପ ଦାନ କରାଯାଉଛି । ଭଦ୍ରକ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଚନ୍ଦ୍ରଯାନ-୩ ର ସଫଳ ଲ୍ୟାଣ୍ଡିଙ୍ଗ କାମନା କରି ସାମୁହିକ ପାର୍ଥନା କରିଛନ୍ତି । ସମସ୍ତ ସଦସ୍ୟ ଭଦ୍ରକ ସହରର ଲୋକନାଥ ମନ୍ଦିର ଠାରେ ଏକାଠି ହୋଇ ଚନ୍ଦ୍ରଯାନ-୩ ର ସଫଳ ଲ୍ୟାଣ୍ଡିଙ୍ଗ ସହ ଭାରତବର୍ଷର ବୈଜ୍ଞାନିକଙ୍କ ନିମନ୍ତେ ସାମୁହିକ ପାର୍ଥନା କରିଛନ୍ତି । ପରେ ସାମୁହିକ ଭାବେ ବାବା ଲୋକନାଥଙ୍କ ନିକଟରେ ଦୀପଦାନ ମଧ୍ୟ କରିଛନ୍ତି।
ବାଲୁକା କଳାରେ ଇସ୍ରୋକୁ ଶୁଭକାମନା ଜଣାଇଲେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
ପୁରୀ: ଭାରତର ମହତ୍ତ୍ବାକାଂକ୍ଷୀ ଚନ୍ଦ୍ର ଅଭିଯାନ ଉପରେ ସାରା ବିଶ୍ବର ନଜର ରହିଛି। ଆଜି ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ-୩ । ଏଥିପାଇଁ ବାଲୁକା କଳାରେ ଇସ୍ରୋକୁ ଶୁଭକାମନା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।
ALL THE BEST 🇮🇳 #Chandrayan3
My students created a sand art on #Chandrayaan 3 with the message "Jai Ho @isro , at Puri beach in Odisha. pic.twitter.com/SDbL8kpbEt
— Sudarsan Pattnaik (@sudarsansand) August 22, 2023
ଚନ୍ଦ୍ରଯାନ ୩କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ । ପୁରୀ ନିଳାଦ୍ରୀ ବେଳାଭୂମିରେ ପ୍ରାୟ ୧୦ଟନ୍ ବାଲିରେ ୧୫ ଫୁଟ୍ ଲମ୍ବ ଓ ୧୦ ଫୁଟ ଉଚ୍ଚତାର ଆକର୍ଷଣୀୟ ବାଲୁକାକୃତି ସେ ନିର୍ମାଣ କରିଛନ୍ତି । ଏଥିରେ ଚନ୍ଦ୍ରାୟନ-୩ କକ୍ଷ ପଥ ଅତିକ୍ରମ କରି କିଭଳି ଚନ୍ଦ୍ରରେ ଅବତରଣ କରିବ ତାହାର ନିଖୁଣ ଭାବେ ପ୍ରଦର୍ଶିତ କରାଯାଇଛି।
ଭାରତ ରଚିବ ଇତିହାସ: ଆଜି ଜହ୍ନରେ ଲେଖିବ ନାଁ, ସଫଳତା ପାଇଁ ସବୁଠି ଚାଲିଛି ପୂଜାର୍ଚ୍ଚନା
ନୂଆଦିଲ୍ଲୀ: ଚନ୍ଦ୍ରରେ ଅବତରଣ କରି ଭାରତ ଇତିହାସ ସୃଷ୍ଟି କରିବାକୁ ଯାଉଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଚନ୍ଦ୍ରଯାନ-୩ ଆଜି ସନ୍ଧ୍ୟା ୬ଟା ୪ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚନ୍ଦ୍ରଯାନ-୩ର କାର୍ଯ୍ୟକଳାପ ଉପରେ ଇସ୍ରୋର ଇଞ୍ଜିନିୟର ଏବଂ ବୈଜ୍ଞାନିକମାନେ ତୀକ୍ଷ୍ଣ ନଜର ରଖିଛନ୍ତି। ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ-୩ ଉପରେ ସାରା ବିଶ୍ବର ନଜର ରହିଛି। ରୁଷର ଚନ୍ଦ୍ରଯାନ ଲୁନା-୨୫ ବିଫଳତା ପରେ ସାମାନ୍ୟ ଚିନ୍ତା ବୃଦ୍ଧି ପାଇଛି। ହେଲେ ଭାରତୀୟ ବୈଜ୍ଞାନିକ ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ସମ୍ପୂର୍ଣ୍ଣ ଆଶାବାଦୀ ଅଛନ୍ତି।
ଚନ୍ଦ୍ରଯାନର ସଫଳତା ପାଇଁ ସବୁଠି ପୂଜାର୍ଚ୍ଚନା କରାଯାଉଛି। ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ଯଜ୍ଞ କରାଯାଉଛି। ବନାରସର କାମାଖ୍ୟା ମନ୍ଦିରରେ ଯଜ୍ଞ କରାଯାଉଛି ଏବଂ ଲକ୍ଷ୍ନୌର ଇସ୍‌ଲାମିକ ସେଣ୍ଟର ଅଫ୍ ଇଣ୍ଡିଆରେ ଲୋକେ ନମାଜ ପଢୁଛନ୍ତି। ମଧ୍ୟପ୍ରଦେଶ ଖରଗୋନର ପ୍ରସିଦ୍ଧ ସିଦ୍ଧନାଥ ମହାଦେବ ମନ୍ଦିରରେ ପୂଜା ଏବଂ ଆଳତୀ କରାଯାଇଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ସଫ୍ଟଲ୍ୟାଣ୍ଡିଂ କରିବାରେ ସଫଳ ହେବ ବୋଲି ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ କହିଛନ୍ତି। ସମୟ ସମୟରେ ଚନ୍ଦ୍ରଯାନର ସବୁ ସିଷ୍ଟମକୁ ଯାଞ୍ଚ କରାଯାଉଛି। ସବୁ କିଛି ଭଲଭାବେ କାମ କରୁଛି। ଲ୍ୟାଣ୍ଡର ଅବତରଣ ପାଇଁ ପ୍ରସ୍ତୁତ ହୋଇ ରହିଛି। ଏହି ଅଭିଯାନ ସଫଳ ହେଲେ ଭାରତ ଚନ୍ଦ୍ର ବିଜୟ କରିଥିବା ବିଶ୍ବର ଚତୁର୍ଥ ରାଷ୍ଟ୍ର ହୋଇଯିବ। ମାତ୍ର ଦକ୍ଷିଣ ମେରୁରେ ଯାନ ଅବତରଣ କରିଥିବା ବିଶ୍ବର ପ୍ରଥମ ରାଷ୍ଟ୍ର ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକାରୁ ଚନ୍ଦ୍ରଯାନର ଅବତରଣ ଦେଖିବେ। ସେ ଏବେ ବ୍ରିକ୍ସ ସମ୍ମିଳନୀ ପାଇଁ ଜୋହାନ୍ସବର୍ଗରେ ଅଛନ୍ତି।
ଏହା ସହିତ ଚନ୍ଦ୍ରଯାନ-୩ ଚନ୍ଦ୍ରର ନୂଆ ଫଟୋ ପଠାଇଛି। ଇସ୍ରୋ ଏହି ଫଟୋକୁ ସେୟାର କରିଛି। ଚନ୍ଦ୍ରଠାରୁ ୭୦ କିମି ଦୂରରେ ଥିବା ସମୟରେ ଲ୍ୟାଣ୍ଡର ପୋଜିସନ ଡିଟେକ୍ସନ କ୍ୟାମେରା (ଏଲ୍ପିଡିସି) ଏହି ଫଟୋ ଉଠାଇ ଥିଲା। ଭାରତୀୟ ବଂଶୋଦ୍ଭବ ତଥା ଆମେରିକା ମହାକାଶଚାରୀ ସୁନିତା ୱିଲିୟମ୍ସ ମଧ୍ୟ ଚନ୍ଦ୍ରଯାନ-୩ର ସଫଳତାକୁ ଚାହିଁ ବସିଛନ୍ତି। ସେ ଏହି ମୂହୁର୍ତ୍ତକୁ ଉତ୍ସୁକତାର ସହ ଚାହିଁ ରହିଥିବା କହିଛନ୍ତି। ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡରକୁ ୧୫ରୁ ୧୭ ମିନିଟ ଲାଗିବ। ଏହି ସମୟ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଏହି ଅବଧିକୁ ‘୧୫ ମିନିଟ୍ସ ଅଫ୍ ଟେରର (ଭୟର ୧୫ ମିନିଟ)’ କୁହାଯାଇଥାଏ। ଅବତରଣର ୨ ଘଣ୍ଟା ପୂର୍ବରୁ ଲ୍ୟାଣ୍ଡର ସବୁ କିଛି ଯାଞ୍ଚ କରିବ। ମଡ୍ୟୁଲ ଏବଂ ଚନ୍ଦ୍ରମାର ସ୍ଥିତିକୁ ଦେଖି ଅବତରଣ କରିବ କି ନାହିଁ ବୋଲି ସ୍ଥିର କରିବ। ଯଦି ସବୁ କିଛି ଠିକ୍ ନ ରୁହେ ତେବେ ଅଗଷ୍ଟ ୨୭ରେ ପୁଣିଥରେ ଅବତରଣ କରାଯିବ। ଶେଷ ଥର ପାଇଁ ରବିବାର ରାତି ୧ଟା ୫୦ ମିନିଟରେ ଚନ୍ଦ୍ରଯାନର କକ୍ଷ ପରିବର୍ତ୍ତନ କରାଯାଇଥିଲା। ଏହି ସମୟରେ ଚନ୍ଦ୍ରଯାନ ଚନ୍ଦ୍ରଠାରୁ ସର୍ବନିମ୍ନ ୨୫ ଏବଂ ସର୍ବାଧିକ ୧୩୪ କିମି ଦୂରରେ ଥିଲା।
ନୂଆଦିଲ୍ଲୀ : ଭାରତର ମୁନ୍‌ ମିଶନ୍‌ ସଫଳ ହେବାକୁ ଆଉ ମାତ୍ର କିଛି ଘଣ୍ଟାକୁ ଅପେକ୍ଷା। ଦିନେ ପରେ ଚନ୍ଦ୍ରକୁ ଛୁଇଁବ ଚନ୍ଦ୍ରଯାନ-୩। ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରଯାନ -୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ରୁଷର ମୁନ୍ ମିଶନ ଫେଲ୍ ମାରିବା ପରେ ଭାରତର ଚନ୍ଦ୍ର ଅଭିଯାନ ଉପରେ ଏବେ ସାରା ବିଶ୍ୱର ନଜର ରହିଛି । ୨୩ ତାରିଖକୁ ସାରା ଦେଶ ଉତ୍ସୁକତା ସହ ଅପେକ୍ଷା କରିଛି ।
ଶନିବାର ବିଳମ୍ବିତ ରାତ୍ରୀରେ ଲ୍ୟାଣ୍ଡରର ଦ୍ଵିତୀୟ ଡି-ବୁଷ୍ଟିଂ ପରେ ଆହୁରି ହ୍ରାସ ପାଇଛି ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଅର୍ବିଟ । ଚନ୍ଦ୍ରଠାରୁ ସର୍ବନିମ୍ନ ଦୂରତା ୨୫ କିଲୋମିଟର ଓ ସର୍ବାଧିକ ଦୂରତା ୧୩୪ କିଲୋମିଟରକୁ ଖସି ଆସିଛି । ଏଥିସହ ଆରମ୍ଭ ହୋଇଛି ଲ୍ୟାଣ୍ଡିଂ ପ୍ରକ୍ରିୟା । ବର୍ତ୍ତମାନ ଚନ୍ଦ୍ରରେ ରାତି ଅଛି । ୨୩ ତାରିଖର ସୂର୍ଯ୍ୟୋଦୟକୁ ଅପେକ୍ଷା ରହିଛି । ୨୩ ତାରିଖ ସଂଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ର ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩ । ୨୫ କିଲୋମିଟର ଉଚ୍ଚତାରୁ ଅବତରଣ ପ୍ରକ୍ରିୟା ଆରମ୍ଭ ହେବ ।
ଜହ୍ନରେ ଚନ୍ଦ୍ରଯାନ-୩କୁ ସ୍ୱାଗତ କଲା ଚନ୍ଦ୍ରଯାନ-୨
ମିଶନ ଚନ୍ଦ୍ରଯାନରେ ଇସ୍ରୋକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳୁଛି । ଭାରତର ଏହି ମିଶନ ଲଗାତାର ବିନା ବାଧାରେ ଆଗକୁ ବଢ଼ିଚାଲିଛି । ଧୀରେ ଧୀରେ ଚନ୍ଦ୍ରରେ ଅବତରଣ କରିବାର ସମୟ କମି କମି ଚାଲିଛି । ଏହାରି ମଧ୍ୟରେ ଚନ୍ଦ୍ରଯାନ-୩କୁ ନେଇ ବଡ଼ ଅପଡେଟ୍ ଦେଇଛି ଇସ୍ରୋ। ଇସ୍ରୋ କହିଛି ଯେ, ଚନ୍ଦ୍ରଯାନ-୨ର ଅର୍ବିଟର ସହ ଚନ୍ଦ୍ରଯାନ-୩ର ସଫଳତାପୂର୍ବକ ସମ୍ପର୍କ ସ୍ଥାପନ ହୋଇଛି । ଚନ୍ଦ୍ରାଯାନ-୨ର ଅର୍ବିଟର ଚନ୍ଦ୍ରାଯନ-୩କୁ ସ୍ୱାଗତ କରିଛି ।
ଇସ୍ରୋ ପକ୍ଷରୁ ଏକ ଟୁଇଟ୍ କରି ଲେଖାଯାଇଛି ଯେ, ‘ସ୍ୱାଗତମ୍ ବନ୍ଧୁଟ୍ଟ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡରକୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିଛି ଚନ୍ଦ୍ରଯାନ-୨ ଅର୍ବିଟର । ଏବେ ଦୁହିଁଙ୍କ ମଧ୍ୟରେ ଦୁଇପଟୁ ଯୋଗାଯୋଗ ସ୍ଥାପନ ହୋଇଛି। ଏହାଫଳରେ ବେଙ୍ଗାଲୁରୁସ୍ଥିତ ମିସନ ଅପରେସନ କପ୍ଲେକ୍ସ (ଏମଓଏକ୍ସ) ପାଖର ଲ୍ୟାଣ୍ଡର ମଡ୍ୟୁଲ ସହ ଯୋଗାଯୋଗ କରିବାକୁ ଏକାଧିକ ରାସ୍ତା ଖୋଲିଯାଇଛି ।
ସଫଳତାର ସହ ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩
ଚନ୍ଦ୍ରଯାନ-୩ ସଫଳ ଉତକ୍ଷେପଣ ପରଠୁ ବର୍ତ୍ତମାନ ଯାଏଁ କିଛି ଅସୁବିଧା ହୋଇନଥିବା ବେଳେ ଆଗକୁ ମଧ୍ୟ କିଛି ଅସୁବିଧା ହେବନାହିଁ। ଆଗାମୀ ୨୩ ତାରିଖ ସଂଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ସଫ୍ଟ ଲ୍ୟାଣ୍ଡିଂ କରିବା ନେଇ ଇସ୍ରୋ ପକ୍ଷରୁ ଦମ୍ଭୋକ୍ତି ପ୍ରକାଶ କରାଯାଇଛି। ଇସ୍ରୋ କହିଛି ଚନ୍ଦ୍ରଯାନ-୨ ସମୟରେ ଯାହା ସମସ୍ୟା ଥିବା ତାହା ଆଉ ହେବନାହିଁ। ଚନ୍ଦ୍ରଯାନ-୨ର ଲ୍ୟାଣ୍ଡିଂ ସମୟର ଶେଷ କିଛି ମିନିଟରେ ଯେଉଁ ବିପଦ ଦେଖାଦେଇଥିଲା ତାହାକୁ ଦୂର କରାଯାଇଛି। ଅବତରଣ ସମୟରେ ସେହି ସମସ୍ତ ବିକଳ୍ପ ଉପଲବ୍ଧ ହେବ, ଯାହା କୌଣସି ଜରୁରୀକାଳୀନ ପରିସ୍ଥିତିରେ ସୁରକ୍ଷିତ ଅବତରଣ ପାଇଁ ବ୍ୟବହୃତ ହୋଇପାରିବ।  ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରଯାନ-୩ର ନିରାପଦ ଏବଂ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଯେତିକି ସମୟ ପାଖେଇ ଆସୁଛି। ଇସ୍ରୋ ପକ୍ଷରୁ ମଧ୍ୟ ସେତିକି ପ୍ରସ୍ତୁତି ହେଉଛି। ଆମର ବୈଜ୍ଞାନିକ ମାନେ ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି ବୋଲି ଇସ୍ରୋ କହିଛି।
ଅନ୍ୟପଟେ ଦୁନିଆର ଅନେକ ଦେଶର ଆଖି ଏବେ ଭାରତର ଚନ୍ଦ୍ରଯାନ-୩ ଉପରେ ରହିଛି। ବିଶେଷକରି ଋଷ, ଆମେରିକା ଏବଂ ଚୀନ୍ ‘ଚନ୍ଦ୍ରୟାନ୍-୩’ର ସଫ୍ଟ ଲ୍ୟାଣ୍ଡିଂ ଉପରେ ଦୃଷ୍ଟି ରଖିଛନ୍ତି। ଏହାର କାରଣ ହେଉଛି, ଏହି ତିନୋଟି ଦେଶ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂରେ  ସଫଳତା ହାସଲ କରିଛନ୍ତି। ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମରେ ଏଭଳି ଏକ ‘ରେସ୍କ୍ୟୁ ମୋଡ୍’ ରହିଛି, ଯାହା ସବୁ କିଛି ଭୁଲ୍ ହେଲେ ମଧ୍ୟ ଅବତରଣ କରିବାରେ ସହାୟକ ହେବ। ଚନ୍ଦ୍ରଯାନ-୨ ବିଫଳ ହେବା ପରେ ଚନ୍ଦ୍ରଯାନ-୩ରେ ଅନେକ ସୁଧାର କରାଯାଇଛି ଏବଂ ଏହା ସୁରକ୍ଷିତ ଭାବେ ଅବତରଣ କରିବ ଏଥିରେ କୌଣସି ସନ୍ଦେହ ନାହିଁ।
‘ଚନ୍ଦ୍ରଯାନ-୩’ ପାଇଁ ଫ୍ଲାଟ ସାଇଟ୍ ଚୟନ କରାଯାଇଛି
ଚନ୍ଦ୍ର ପୃଷ୍ଠରେ ପରିବେଶ ପରିଷ୍କାର ଅଟେ। ସେଠାରେ ପ୍ରଦୂଷଣର କୌଣସି ନାହିଁ। ଯଦି ଏପରି କଣିକା ଥାଏ, ଏହା ବାୟୁରେ ଜଳିଯାଏ। ଏହି କାରଣରୁ,  ଯେ କୌଣସି ବସ୍ତୁ ସେଠାକୁ ଆସେ, ଏହା ସିଧାସଳଖ ଚନ୍ଦ୍ର ପୃଷ୍ଠକୁ ଆଘାତ କରେ। ଯେତେବେଳେ କୌଣସି ବସ୍ତୁ ସିଧାସଳଖ ଧକ୍କା ହୁଏ, ଏହା ମଧ୍ୟ ବିଛାଡି ହୋଇପଡେ। ଚନ୍ଦ୍ରରେ ପ୍ରବାହିତ ଜଳ ନାହିଁ, ତେଣୁ ସେଠାରେ ଥିବା ଗର୍ତ୍ତଗୁଡ଼ିକ ପୂର୍ଣ୍ଣ ହୁଏ ନାହିଁ । ଏଣୁ ଚନ୍ଦ୍ରଯାନ-୩ ପାଇଁ ଏକ ଫ୍ଲାଟ ସାଇଟ୍ ଚୟନ କରାଯାଇଛି। ଯଦିଓ ସେହି ସମୟରେ କିଛି ପଦାର୍ଥ ଚନ୍ଦ୍ରଯାନ ଆଡକୁ ଆସେ, ତେବେ ଚନ୍ଦ୍ରଯାନର ସନ୍ତୁଳନ ଖରାପ ହେବାକୁ ଦିଆଯିବ ନାହିଁ । ସେହି ସମୟର ଫଟୋଗ୍ରାଫି ଜାରି ରହିବ। ଯଦି ଲ୍ୟାଣ୍ଡିଂ ସ୍ଥାନରେ ଅଧିକ କୌଣସି ପ୍ରତିବନ୍ଧକ ଥାଏ, ତେବେ ଚନ୍ଦ୍ରାୟନ-୩ ର ଦିଗ ପରିବର୍ତ୍ତନ ହେବ। ଇସ୍ରୋ କହିଛି ଆମର ବୌଜ୍ଞାନିକମାନେ ଦୀର୍ଘ ସମୟ ଧରି ଏହାର ଅଭ୍ୟାସ କରିଛନ୍ତି, ଯେଉଁଠାରେ କିଛି ଅସୁବିଧା ହେବ ତୁରନ୍ତ ତାହର ନିରାକରଣ ହେବ।
ଏଥି ସହିତ ଚନ୍ଦ୍ରଯାନ-୩ରେ ଏକାଧିକ ଥ୍ରଷ୍ଟର ବା ଗତିରୋଧକ ଖଂଜା ଯାଇଛି । ଯାହା ଲ୍ୟାଣ୍ଡ କରିବା ସମୟରେ ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ବିରୋଧରେ କାମ କରିବ ଏବଂ ଲ୍ୟାଣ୍ଡରକୁ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସହାୟକ ହେବ । ଲ୍ୟାଣ୍ଡର ଅବତରଣ କରିବା ପରେ ସେଥିରୁ ପ୍ରଜ୍ଞାନ ରୋଭର ବାହାରି ଯାଇ ଚନ୍ଦ୍ରପୃଷ୍ଠର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ସୂଚନା ପଠାଇବ । ଏହା ୧୪ ଦିନ ପର୍ଯ୍ୟନ୍ତ କାମ କରିବ । ଏପଟେ ପ୍ରପଲସନ ମଡ୍ୟୁଲ ବର୍ଷ ବର୍ଷ ଧରି ସୌରମଣ୍ଡଳ ବାହାରେ ଥିବା ଗ୍ରହ ସମ୍ପର୍କରେ ତଥ୍ୟ ପଠାଇବ । ଯାହାକୁ ଆଧାର କରି ସେଠାକାର ସ୍ଥିତି ବସବାସ ଉପଯୁକ୍ତ କି ନୁହେଁ ବୈଜ୍ଞାନିକମାନେ ଗବେଷଣା କରିବେ ।
୨୦୦୮ରେ ଚନ୍ଦ୍ରଯାନ-୧, ୨୦୨୩ରେ ଚନ୍ଦ୍ରଯାନ-୩
୨୦୦୮ରେ ଯେବେ ଚନ୍ଦ୍ରଯାନ-୧ ତଥ୍ୟ ପଠାଇଥିଲା । ସେତେବେଳେ ଏହାକୁ ଆଧାର କରି ପ୍ରଥମେ ନାସା ଚନ୍ଦ୍ରପୃଷ୍ଠରେ ବରଫର ଉପସ୍ଥିତି ବାବଦରେ ଘୋଷଣା କରିଥିଲା । କିନ୍ତୁ ଏଥର ଚନ୍ଦ୍ରଯାନ ୩ ସହ ଏଭଳି ହେବ ନାହିଁ । କାରଣ ଏଥର ଚନ୍ଦ୍ରଯାନ୩ରେ କୌଣସି ବିଦେଶୀ ଉପକରଣ ବା ଟେକ୍ନୋଲୋଜି ବ୍ୟବାହାର କରାଯାଇନାହିଁ । ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ଅବତରଣ ସବୁଠୁ ଗୁରୁତ୍ୱପୂର୍ଣ୍ଣ କାରଣ ଆଜିଯାଏଁ ଏହି ସ୍ଥାନରେ କୌଣସି ଦେଶର ପହଞ୍ଚିପାରିନାହିଁ । ଏହି କ୍ଷେତ୍ରରେ ବିଶାଳ ଗହ୍ୱର ସବୁ ରହିଛି । ଯେଉଁଠାରେ ସୂର୍ଯ୍ୟକିରଣ କେବେବି ପଡେନାହିଁ । ତେଣୁ ଏଠାରୁ କିଛି ନୂଆ ତଥ୍ୟା ମିଳିବାର ସମ୍ଭାବନା ଅନେକ ରହିଛି । ତେଣୁ ଏଭଳି ଏକ ବିରଳ ଅବତରଣ ଉପରେ ଏବେ ସାରା ବିଶ୍ୱର ନଜର ରହିଛି ।
ଅନ୍ୟପଟେ ୨୦୧୯ରେ ଇସ୍ରୋ ଚନ୍ଦ୍ରଯାନ-୨ ପଠାଇଥିଲା। କିନ୍ତୁ ଶେଷ ମୁହୁର୍ତ୍ତରେ ଏହା ବିଫଳ ହୋଇଥିଲା। ଚନ୍ଦ୍ରଯାନ-୨ ବିଫଳ ହେବାର କାରଣ ଥିଲା ବିକ୍ରମ ଲ୍ୟାଣ୍ଡର ଏହାର ଗତିକୁ ନିୟନ୍ତ୍ରଣ କରିପାରିନଥିଲା ଏବଂ ଓଲଟି ପଡ଼ିଥିଲା । ଏହା ଆଲଗୋରିଦମର ବିଫଳତା ଥିଲା, ଯାହାକୁ ବର୍ତ୍ତମାନ ସଂଶୋଧନ କରାଯାଇଛି । ଚନ୍ଦ୍ରଯାନ-୩ରେ  ବିକ୍ରମ ଲ୍ୟାଣ୍ଡରର ଗୋଡ଼କୁ ଆହୁରି ମଝବୁତ କରାଯାଇଛି । ପୁଣି ଏପରି ବ୍ୟବସ୍ଥା କରାଯାଇଛି ଯେ, କିଛିବି ପ୍ରତିବନ୍ଧକ ଆସିଲେ ବି ତାହା ସୁରକ୍ଷିତ ଅବତରଣ କରିବ ।
ଚନ୍ଦ୍ରଠାରୁ ମାତ୍ର ୨୫ କିଲୋମିଟର ଦୂରରେ ଲ୍ୟାଣ୍ଡର୍ ବିକ୍ରମ : ୨ୟ ‘ଡିବୁଷ୍ଟିଙ୍ଗ୍‌’ ସଫଳ, ୨୩ ତାରିଖରେ କରିବ ସଫ୍ଟ ଲ୍ୟାଣ୍ଡିଂ
ନୂଆଦିଲ୍ଲୀ : ଆଉ ପାଦେ ଆଗେଇଲା ଇସ୍ରୋର ଚନ୍ଦ୍ରଯାନ-୩। ଶନିବାର ବିଳମ୍ବିତ ରାତ୍ରୀରେ ଲ୍ୟାଣ୍ଡରର ଦ୍ୱିତୀୟ ଡିବୁଷ୍ଟିଙ୍ଗ୍‌ ସଫଳ ହୋଇଛି। ଡିବୁଷ୍ଟିଙ୍ଗ୍‌ ଫଳରେ ଚନ୍ଦ୍ରଯାନ ବେଗ ହ୍ରାସ ପାଇବା ସହ ଚୂଡ଼ାନ୍ତ କକ୍ଷପଥ ପରିବର୍ତ୍ତନ ସମ୍ପନ୍ନ ହୋଇଛି। ଏନେଇ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ଲ୍ୟାଣ୍ଡର୨୫x୧୩୪ କିଲୋମିଟର କକ୍ଷପଥରେ ଚନ୍ଦ୍ରକୁ ପରିକ୍ରମା କରୁଛି। ଇସ୍ରୋ କହିଛି ଯେ ବର୍ତ୍ତମାନ ଲ୍ୟାଣ୍ଡର ମଡ୍ୟୁଲର ଆଭ୍ୟନ୍ତରୀଣ ପରୀକ୍ଷଣ କରାଯିବ ଏବଂ ଚନ୍ଦ୍ରରେ ନିର୍ଦ୍ଧାରିତ ଅବତରଣ ସ୍ଥାନରେ ସୂର୍ଯ୍ୟୋଦୟ ହେବା ପର୍ଯ୍ୟନ୍ତ ଅପେକ୍ଷା କରାଯିବ। ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୫.୪୫ରେ ଚନ୍ଦ୍ରରେ ଅବତରଣ କରିବ।
ଇସ୍ରୋ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି କକ୍ଷ ପଥରୁ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଲ୍ୟାଣ୍ଡର୍ । ଦୁଇ ଦିନ ତଳେ ଲ୍ୟାଣ୍ଡରର ପ୍ରଥମ ଡିବୁଷ୍ଟିଙ୍ଗ୍‌ ହୋଇଥିଲା। ଏବେ ରହିଲା ଶେଷ ଅଗ୍ନି ପରୀକ୍ଷା। ଆସନ୍ତା ୨୩ ତାରିଖରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବ। ତା’ ଭିତରୁ ରୋଭର୍ ବାହାରି ୧୪ ଦିନ ଲାଗି ଚନ୍ଦ୍ରପୃଷ୍ଠରେ ବିଚରଣ କରିବ। ଏହି ସମୟରେ ଚନ୍ଦ୍ରପୃଷ୍ଠ କେଉଁ ପଦାର୍ଥରେ ତିଆରି ତାହା ଖୋଜିବ । ଏହା ସହିତ ଜଳର ମଧ୍ୟ ସନ୍ଧାନ ମଧ୍ୟ କରିବ।
ସୂର୍ଯ୍ୟୋଦୟକୁ କାହିଁକି ଅପେକ୍ଷା କରାଯାଇଛି।
ଚନ୍ଦ୍ରରେ ଗୋଟିଏ ଦିନ ପୃଥିବୀରେ ୧୪ ଦିନ ସହିତ ସମାନ । ବର୍ତ୍ତମାନ ଚନ୍ଦ୍ରରେ ରାତି ହୋଇଛି। ୨୩ ଅଗଷ୍ଟରେ ସୂର୍ଯ୍ୟୋଦୟ ହେବେ । ସୂର୍ଯ୍ୟୋଦୟ ପରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ପକ୍ରିୟା ଆରମ୍ଭ କରାଯିବ। ଏହାର କାରଣ ହେଉଛି ଲ୍ୟାଣ୍ଡର ସୂର୍ଯ୍ୟୋଲୋକରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାକୁ ଚେଷ୍ଟା କରିବ ଯାହା ଦ୍ବାରା ରୋଭର ସେଠାରେ ଉନ୍ନତ ଅନୁସନ୍ଧାନ କରିପାରିବ ଏବଂ ଉନ୍ନତ ଚିତ୍ର ପଠାଇବ ।
ସେପଟେ ବର୍ତ୍ତମାନ ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂ ସବୁଠୁ ବଡ଼ ଆହ୍ବାନ ହୋଇଛି। କାରଣ ଲ୍ୟାଣ୍ଡର ମଡ୍ୟୁଲକୁ ଚନ୍ଦ୍ରରେ ଅବତରଣ କରିବାର ସବୁଠାରୁ ବଡ ଆହ୍ବାନ ହେଉଛି ଅବତରଣ ପୂର୍ବରୁ ଏହାକୁ ଫୋଲ୍ଡ କରିବା। ଇସ୍ରୋ ଅଧ୍ୟକ୍ଷ କହିଛନ୍ତି ଯେ ଯେତେବେଳେ ଲ୍ୟାଣ୍ଡର୍ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ, ଏହା ଏକ ଭୂସମାନ୍ତର ସ୍ଥିତିରେ ରହିବ କିନ୍ତୁ ଅବତରଣ କରିବା ପୂର୍ବରୁ ଏହାକୁ ୯୦ ଡିଗ୍ରୀ ସେଲସିୟସରେ ବୁଲାଇ ଭୂଲମ୍ବ ହେବାକୁ ପଡିବ। ଯଦି ଏହା ସଫଳତାର ସହିତ କରାଯାଏ, ତେବେ ଚନ୍ଦ୍ରରେ ଲ୍ୟାଣ୍ଡରର ସଫଳ ଅବତରଣ କରିବାର ସମ୍ଭାବନା ବଢିବ। ଅନ୍ୟପଟେ ଯଦି ଅଗଷ୍ଟ ୨୩ରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଚନ୍ଦ୍ରଯାନ-୩ ସଫଳ ହୁଏ ତେବେ ଏକ୍ଷେତ୍ରରେ ଆମେରିକା, ପୂର୍ବତନ ସୋଭିଏତ ଋଷ ଓ ଚୀନ ପରେ ଭାରତ ହେବ ଚତୁର୍ଥ ରାଷ୍ଟ୍ର । ସେହିପରି ଚନ୍ଦ୍ର ଚାରିପାଖେ ଘୂରି ପୃଥିବୀର ଜଳବାୟୁ ଗବେଷଣା କରିବ ପ୍ରପଲସନ ମଡ୍ୟୁଲ ।
ରୁଷ୍‌ର ମହାକାଶଯାନ ‘ଲୁନା-୨୫’ରେ ଯାନ୍ତ୍ରିକ ତ୍ରୁଟି
ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପୂର୍ବରୁ ଶନିବାର ଦିନ ରୁଷ୍‌ର ‘ଲୁନା-୨୫’ର କକ୍ଷପଥ ପରିବର୍ତ୍ତନ କରାଯାଉଥିବା ବେଳେ ଅସ୍ବାଭାବିକ ପରିସ୍ଥିତି ବା ବୈଷୟିକ ଅସୁବିଧା ସୃଷ୍ଟି ହୋଇଥିଲା ବୋଲି ରୁଷୀୟ ମହାକାଶ ଏଜେନ୍‌ସି ‘ରସ୍‌କସ୍‌ମସ୍‌’ କହିଛି।ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ‘ରସ୍‌କସ୍‌ମସ୍‌’ କହିଛି, ‘ପ୍ରୋବ୍‌’କୁ ପ୍ରାକ୍‌ ଅବତରଣକାଳୀନ କକ୍ଷପଥକୁ ପରିବର୍ତ୍ତନ କରିବା ଲାଗି ‘ଥ୍ରଷ୍ଟ୍‌’କୁ ରିଲିଜ୍‌ କରାଯାଇଥିଲା। ଏଭଳି କରାଯିବା ବ‌େଳେ ‘ଅଟୋମେଟିକ୍‌ ଷ୍ଟେସନ୍‌’ର ‘ବ‌ୋର୍ଡ’ରେ ଅସ୍ବାଭାବିକ ଅବସ୍ଥା ସୃଷ୍ଟି ହୋଇଥିଲା। ଫଳତଃ ନିର୍ଦ୍ଧାରିତ ସମୟରେ କକ୍ଷପଥ ପରିବର୍ତ୍ତନ କରାଯାଇ ପାରିଲା ନାହିଁ। କିନ୍ତୁ, ଉପରୋକ୍ତ ଅସୁବିଧା ଯୋଗୁଁ ‘ଲୁନା-୨୫’ର ଚନ୍ଦ୍ରାବତରଣରେ ବିଳମ୍ବ ହେବ କି, ନାହିଁ, ସେ ବିଷୟରେ ‘ରସ୍‌କସ୍‌ମସ୍’ କିଛି କହିନାହିଁ। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ, ସୋମବାର ଦିନ ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଥିବା ‘ବୋଗସ୍‌ଲସ୍କାଏ’ ଗହ୍ବରରେ ଏହା ଅବତରଣ କରିବା କଥା।