Teachers Suspended - The Sakala

ବିନାଛୁଟିରେ ବହୁ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ ରହୁଥିବା ୨୪ ଶିକ୍ଷକଙ୍କୁ ଚାକିରିରୁ ବରଖାସ୍ତ କଲେ ନବରଙ୍ଗପୁର ଜିଲ୍ଲାପାଳ
ନବରଙ୍ଗପୁର: ବିନା ଛୁଟିରେ ବହୁ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିବା ପଡ଼ିଲା ମହଙ୍ଗା । ନବରଙ୍ଗପୁର ଜିଲ୍ଲାରେ ୨୦୧୦ ମସିହାରୁ ଆଜି ପର୍ଯ୍ୟନ୍ତ ଅର୍ଥାତ ଦୀର୍ଘ ୧୨ ବର୍ଷ ମଧ୍ୟରେ କାର୍ଯ୍ୟରେ ଅନୁପସ୍ଥିତ ରହିଥିବା ୨୪ ଜଣ ଶିକ୍ଷକଙ୍କୁ ଚାକିରିରୁ ବିଦା କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ।

ବିନା କାରଣ ଓ ବିନା ଛୁଟି ଦରଖାସ୍ତରେ ଏତେ ଦିନ ଧରି ସେମାନେ କାହିଁକି କାର୍ଯ୍ୟରେ ଯୋଗ ଦେଉ ନଥିଲେ, ସେନେଇ ଖୋଳତାଡ଼ ହୋଇଥିଲା। ଏହାପରେ ଅନୁପସ୍ଥିତ ଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହି ନିର୍ଦ୍ଦେଶକ୍ରମେ ବହୁଦିନ ଧରି ବିନା ଛୁଟିରେ କାର୍ଯ୍ୟରେ ଅନୁପସ୍ଥିତ ରହିଥିବା ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ, କନିଷ୍ଠ ଶିକ୍ଷକ ଓ ଗଣଶିକ୍ଷକଙ୍କ ସଂକ୍ରାନ୍ତରେ ରିପୋର୍ଟ ଦେବାକୁ ନବରଙ୍ଗପୁର ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାର ସମସ୍ତ ବିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ତଦନ୍ତ ପରେ ଜିଲ୍ଲାରେ ୩୧ ଜଣ ଶିକ୍ଷକ ଅନୁପସ୍ଥିତ ଥିବା ନେଇ ଜଣାପଡିଥିଲା।

ବ୍ଲକ ଶିକ୍ଷା ବିଭାଗର ରିପୋର୍ଟକୁ ଆଧାର କରି ଏକ ସପ୍ତାହ ମଧ୍ୟରେ ସମସ୍ତ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ସେଥିରେ ମାତ୍ର ୬ ଜଣ ହିଁ ଅନୁପସ୍ଥିତିର ବିଭିନ୍ନ କାରଣ ଦର୍ଶାଇ ଉତ୍ତର ଦେଇଥିବାରୁ ସେମାନଙ୍କ ଚାକିରି ବଞ୍ଚିଯାଇଛି। ଅନ୍ୟପଟେ କାରଣ ଦର୍ଶାଅ ନୋଟିସ ଜାରି ହେବା ପୂର୍ବରୁ କୋଷାଗୁମୁଡ଼ା ବ୍ଲକର ଜଣେ ଶିକ୍ଷକ ଗତ ଅଗଷ୍ଟ ମାସର ଚାକିରି ଛାଡ଼ି ଦେଇଥିବା ସୂଚନା ମିଳିଛି। ହେଲେ ଅନ୍ୟ ୨୪ ଜଣ ଶିକ୍ଷକ ୧୫ ଦିନ ସୁଦ୍ଧା କୌଣସି ଉତ୍ତର ଦେଇନଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜିଲ୍ଲାପାଳ।