Deloitte - The Sakala

୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ: ଡେଲଏଟ୍
ନୂଆଦିଲ୍ଲୀ: ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ। ଏଥିପାଇଁ ଭାରତକୁ ବାର୍ଷିକ ହାରରେ ୮-୯ ପ୍ରତିଶତ ଅଭିବୃଦ୍ଧି ହାସଲ କରିବାକୁ ପଡ଼ିବ ବୋଲି ଅନ୍ତଃରାଷ୍ଟ୍ରୀୟ ଏଜେନ୍ସି ଡେଲଏଟ୍ କହିଛି। ଏଜେନ୍ସିର ଦକ୍ଷିଣ ଏସିଆର ସିଇଓ ରୋମାଲ୍ ଶେଟ୍ଟୀ କହିଛନ୍ତି ଯେ, ‘ଚାଇନା ପ୍ଲସ୍ ୱାନ୍’ ରଣନୀତିରୁ ଭାରତ ଉପକୃତ ହୋଇପାରିବ। କାରଣ ଏଠାରେ ଉପଲବ୍ଧ କାର୍ଯ୍ୟର ପରିମାଣ ଏବଂ ଆକାର ଅନ୍ୟ କୌଣସି ଦେଶ ଦେଇପାରିବ ନାହିଁ। ସେ କହିଛନ୍ତି ଯେ ଭାରତର ମହାକାଶ କ୍ଷେତ୍ରରେ ପୂର୍ବରୁ ୨୦୦ ଷ୍ଟାର୍ଟଅପ୍ ରହିଛି ଏବଂ ୨୦୪୦ ସୁଦ୍ଧା ଏଥିରେ ୧୦୦ ବିଲିୟନ ଆମେରିକୀୟ ଡଲାରର ପୁଞ୍ଜିନିବେଶ ଆସିପାରେ।

ଏକ ବିକଶିତ ଅର୍ଥନୀତି ହେବା ପାଇଁ ଅନ୍ତତଃ ୨୦୪୭ ପର୍ଯ୍ୟନ୍ତ ୮-୯ ପ୍ରତିଶତ ହାରରେ ବୃଦ୍ଧି ହେବା ଆବଶ୍ୟକ ବୋଲି ଶେଟ୍ଟୀ କହିଛନ୍ତି। ଏପରିକି ଦେଶକୁ ମଧ୍ୟମ ଆୟ ସ୍ତରରୁ ଅତିକ୍ରମ କରିବାକୁ ପଡିବ। ଏହି ଗତିରେ ଅଭିବୃଦ୍ଧି ସହଜ ନୁହେଁ। ଦୁନିଆରେ ବହୁତ କମ୍ ଦେଶ ଅଛନ୍ତି ଯେଉଁମାନେ ବାର୍ଷିକ ୮-୯ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବାକୁ ସକ୍ଷମ ଅଟନ୍ତି। ନିକଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନିକଟ ଭବିଷ୍ୟତରେ ଭାରତ ଶ୍ରେଷ୍ଠ ୩ ଅର୍ଥନୀତି ମଧ୍ୟରେ ରହିବ। ଆମେରିକା, ଚୀନ୍, ଜାପାନ ଏବଂ ଜର୍ମାନୀ ପରେ ଭାରତ ବର୍ତ୍ତମାନ ବିଶ୍ୱର ୫ମ ବୃହତ୍ ଅର୍ଥନୀତି। ବହୁରାଷ୍ଟ୍ରୀୟ କମ୍ପାନୀଗୁଡିକ ‘ଚାଇନା ପ୍ଲସ୍ ୱାନ୍’ ଉପରେ ଧ୍ୟାନ ଦେଉଛନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ। ଯେତେବେଳେ କମ୍ପାନୀଗୁଡିକ ସେମାନଙ୍କର ଉତ୍ପାଦନକୁ ଚୀନ୍ ବ୍ୟତୀତ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେବେ, ସେତେବେଳେ ଉପକୃତ ହେବେ। ସେ କହିଛନ୍ତି ଯେ ଅଶୋଧିତ ତୈଳ ଆମଦାନୀ ଭାରତ ଆଗରେ ସବୁଠାରୁ ବଡ ଆହ୍ବାନ ହୋଇଛି।

ଆଜିଠୁ ରାଜ୍ୟରେ କାର୍ଯ୍ୟ ଆରମ୍ଭ କରିବ ଆଇଟି କମ୍ପାନୀ ଡିଲଏଟ୍, ଉଦ୍‌‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିବ ଡିଲଏଟ୍‌‌ କମ୍ପାନୀ। ବିଶ୍ୱର ଏହି ପ୍ରମୁଖ ଆଇଟି କମ୍ପାନୀ ଭୁବନେଶ୍ୱରର ନୂଆ ଆଇସିଓଏମ୍‌‌ସି ବିଲ୍ଡିଂରେ ନିଜର ସାମର୍ଥ୍ୟ ବୃଦ୍ଧି କେନ୍ଦ୍ର ଖୋଲିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟାଳୟକୁ ଆଜି ଉଦ୍‌‌ଘାଟନ କରିବେ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭିକେ ପାଣ୍ଡିଆନ୍‌‌ ବେଙ୍ଗାଲୁରୁରେ ଆୟୋଜିତ ଇନ୍‌‌ଭେଷ୍ଟର୍ସ ମିଟ୍‌‌ ଡିଲଏଟ୍‌‌ର ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ଓଡ଼ିଶା ଆସିବା ପାଇଁ ନିମନ୍ତ୍ରଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନେ ସକରାତ୍ମକ ମତ ଦେଇଥିବା ବେଳେ ଏବେ ଏହା ପୂରଣ ହେବାକୁ ଯାଉଛି। ମେକ୍‌‌ଇନ୍‌‌ ଓଡ଼ିଶାର ତୃତୀୟ ସଂସ୍କରଣରେ ଆସିଥିବା ବହୁ କମ୍ପାନୀ ଆଗକୁ ଓଡ଼ିଶା ଆସି ନିଯୁକ୍ତି ସୃଷ୍ଟି କରିବେ ବୋଲି ମତାମତ ରଖିଛନ୍ତି। ଏଥିପାଇଁ ରାଜ୍ୟରେ ଭିତ୍ତିଭୂମି ଉନ୍ନତିକରଣ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ କେମିତି ବଡ଼ ଆଇଟି କମ୍ପାନୀ ଓଡ଼ିଶା ଆସିବାକୁ ମନ ବଳାଇବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ଯାହାଦ୍ୱାରା ଆଇବିଏମ, ହାପିଏଷ୍ଟ ମାଇଣ୍ଡ୍‌‌ସ, ଇନ୍‌‌ଞ୍ଚର ଟେକ୍‌‌, ଇନୋଭେୟାର ଟେକ୍‌‌, ପର୍ଫମ୍‌‌ଲିଟିକ୍ସ, ଓପେକ୍ସ ଆମେରିକା, ବର୍ଣ୍ଣଟେକ୍‌‌, ଏଲଫୋଞ୍ଜ୍‌‌, ପିଡବ୍ଲ୍ୟୁସି, ୟୋଭାଣ୍ଟ ଆଣ୍ଡ ଚବ୍‌‌ ପରେ ବିଶ୍ୱର ଏହି ପ୍ରମୁଖ ଆଇଟି କମ୍ପାନୀ ଓଡ଼ିଶାରେ ନିଜର କାର୍ଯ୍ୟାଳୟ ଖୋଲିବାକୁ ଯାଉଛନ୍ତି।

ଅନ୍ତର୍ଜାତୀୟ ସ୍ତରର ଏହି ଆଇଟି କମ୍ପାନୀ ଦେଶର କିଛି ହାତ ଗଣତି ମେଟ୍ରୋ ସିଟିରେ ନିଜର କାର୍ଯ୍ୟାଳୟ ରଖିଛି। ଓଡ଼ିଶାରେ ଏହି କମ୍ପାନୀ ଖୋଲିବା ପରେ ରାଜ୍ୟର ଅର୍ଥନୈତିକ ଓ ନିଯୁକ୍ତି କ୍ଷେତ୍ରରେ ଏକ ବଡ଼ ସୁଯୋଗ ସୃଷ୍ଟି ହେବା ନେଇ ଆଶା ରହିଛି। ଗତ କିଛି ଦିନ ତଳେ ୫-ଟି ସଚିବ ଏହି ବିଲ୍ଡିଂ ପରିଦର୍ଶନ କରିବା ସହିତ ଅକ୍ଟୋବର ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନୂଆ ବିଲ୍ଡିଂରେ ପାର୍କିଂ ସୁବିଧା, କ୍ୟାଣ୍ଟିନ୍‌‌ ଓ ମିଟିଂ ହଲ୍‌‌ ଆଦି ରହିବା ସହ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ ହେବ। ଏହି ବିଲ୍ଡିଂରେ ରାଜ୍ୟର କଳା ସଂସ୍କୃତିର ଝଲକ ରହିଛି।

ଏଠାରେ ଗୁରୁତ୍ୱପୂର୍ଣ୍ଣ ଆଇସିଓଏମ୍‌‌ସି ସୁବିଧା ଯାହାକି କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ରହିବ। ଏହାଦ୍ୱାରା ଜରୁରୀକାଳୀନ ପରିସ୍ଥିତି, ପୁଲିସ୍‌‌ ଏବଂ ଅନ୍ୟାନ୍ୟ ଯାନ ଏବଂ ବସ୍‌‌ ସେବା ଉପରେ ନଜର ରଖାଯିବ। ଏଠାରୁ ସହରର ସମସ୍ତ କାର୍ଯ୍ୟ ଉପରେ ଡିଜିଟାଲ୍‌‌ ନିୟନ୍ତ୍ରଣ ରଖି ଜନସାଧାରଣକୁ ସେବା ଯୋଗାଇ ଦିଆଯିବ। ବିଶେଷ କରି ଯାନବାହନ ପାଇଁ ଟ୍ରାଫିକ୍‌‌, ସ୍ପିଡ୍‌‌ ମ୍ୟାନେଜମେଣ୍ଟ, ସହରର ବିଭିନ୍ନ ସ୍ଥାନରେ ସ୍ଥାପିତ ଡିଜିଟାଲ୍‌‌ କ୍ୟାମେରାଆଦି ଏଠାରୁ ନିୟନ୍ତ୍ରିତ ହେବ। ୪.୦୪ ଏକର ଜମିରେ ଏହି ବିଲ୍ଡିଂ ନିର୍ମାଣ କରାଯାଇଛି।