Ratlam - The Sakala

ମଧ୍ୟପ୍ରଦେଶରେ ଥିରୁଅନନ୍ତପୁରମ୍-ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ: ୬୮ ଯାତ୍ରୀ ସୁରକ୍ଷିତ ଉଦ୍ଧାର
ମଧ୍ୟପ୍ରଦେଶର ରତଲାମ ଜିଲ୍ଲା ଦେଇ ଯାଉଥିବା ଥିରୁଅନନ୍ତପୁରମ୍-ହଜରତ ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସ (୧୨୪୩୧)ର ଏକ ଏସି ବଗିରେ ରବିବାର ସକାଳେ ଅଚାନକ ନିଆଁ ଲାଗିଯାଇଛି। ତେବେ ରେଳ ବିଭାଗର ତ୍ୱରିତ ପଦକ୍ଷେପ ଯୋଗୁଁ ବଗିରେ ଥିବା ସମସ୍ତ ୬୮ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ଏବଂ କୌଣସି ମୃତାହତ ହୋଇନଥିବା ସୂଚନା ମିଳିଛି।

ଅଗ୍ନିକାଣ୍ଡର ସୂତ୍ରପାତ

ପଶ୍ଚିମ ମଧ୍ୟ ରେଳବାଇର ସିପିଆରଓ ହର୍ଷିତ ଶ୍ରୀବାସ୍ତବଙ୍କ ସୂଚନା ଅନୁଯାୟୀ, ରବିବାର ଭୋର ପ୍ରାୟ ୫:୧୫ ମିନିଟ୍ ସମୟରେ ଟ୍ରେନର ବି-୧ (B-1) ଏସି କୋଚ୍ରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ଟ୍ରେନଟି ରତଲାମ ଜଙ୍କସନରୁ ଭୋର ୩:୪୫ରେ ବାହାରିଥିବା ବେଳେ କୋଟା ଡିଭିଜନ ଅଧୀନରେ ଥିବା ବିକ୍ରମଗଡ଼ ଆଲୋଟ ଏବଂ ଲୁନିରିଛା ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ବି-୧ ବଗି ସହିତ ପଛରେ ଥିବା ଏକ ଲଗେଜ୍ କମ୍ ଗାର୍ଡ ଭ୍ୟାନ୍ (SLR) ମଧ୍ୟ ନିଆଁର ପ୍ରକୋପରେ କ୍ଷତିଗ୍ରସ୍ତ ହୋଇଥିଲା।

ଯାତ୍ରୀଙ୍କ ସୁରକ୍ଷିତ ଉଦ୍ଧାର ଏବଂ ପରବର୍ତ୍ତୀ ପଦକ୍ଷେପ

ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ମାତ୍ରେ ରେଳ ବିଭାଗ ପକ୍ଷରୁ ସଙ୍ଗେ ସଙ୍ଗେ ବିଦ୍ୟୁତ୍ ସଂଯୋଗ (OHE) ବିଚ୍ଛିନ୍ନ କରାଯାଇଥିଲା। ବି-୧ ବଗିରେ ଥିବା ସମସ୍ତ ୬୮ ଜଣ ଯାତ୍ରୀଙ୍କୁ ମାତ୍ର ୧୫ ମିନିଟ୍ ମଧ୍ୟରେ ଟ୍ରେନରୁ ତଳକୁ ଓହ୍ଲାଇ ଦିଆଯାଇଥିଲା। କୋଟା ରେଳବାଇର ପିଆରଓ ରବୀନ୍ଦ୍ର ଲାଖେରା କହିଛନ୍ତି ଯେ ଏହି ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନାହାଁନ୍ତି। ନିଆଁକୁ ଆୟତ୍ତ କରିବା ପରେ କ୍ଷତିଗ୍ରସ୍ତ ବି-୧ କୋଚ୍ ଏବଂ ଗାର୍ଡ ଭ୍ୟାନକୁ ଟ୍ରେନରୁ ଅଲଗା କରାଯାଇଥିଲା।

ଟ୍ରେନର ଯାତ୍ରା ପୁନଃ ଆରମ୍ଭ

ଯାତ୍ରୀମାନଙ୍କୁ ଟ୍ରେନରେ ଥିବା ଅନ୍ୟାନ୍ୟ ବଗିରେ ବସାଇ ସକାଳ ପ୍ରାୟ ୯:୪୫ ମିନିଟ୍ ସମୟରେ ଟ୍ରେନଟି ନିଜର ପରବର୍ତ୍ତୀ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। କୋଟା ଷ୍ଟେସନରେ ପହଞ୍ଚିବା ପରେ ଯାତ୍ରୀମାନଙ୍କ ସୁବିଧା ପାଇଁ ଏକ ଅତିରିକ୍ତ କୋଚ୍ ସଂଯୋଗ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ରେଳବାଇ ପକ୍ଷରୁ ସ୍ପଷ୍ଟ କରାଯାଇଛି। ନିଆଁ ଲାଗିବାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।

ମିଥ୍ୟା ଦୁଷ୍କର୍ମ ମାମଲାରେ ଜେଲ୍‌ରେ ୬୬୬ ଦିନ ରହିଲେ ନିର୍ଦ୍ଦୋଷ, ଦାବିକଲେ ୧୦ ହଜାର କୋଟି କ୍ଷତିପୂରଣ
ରତଲାମ : ମିଥ୍ୟା ଗଣଦୁଷ୍କର୍ମ ମାମଲାରେ ୬୬୬ ଦିନ ଜେଲ୍‌ ଦଣ୍ଡ ଭୋଗ କରିବା ପରେ ଜଣେ ଆଦିବାସୀ ଯୁବକ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ଏବେ ସେ ମଧ୍ୟପ୍ରଦେଶ ସରକାର ଏବଂ ପୁଲିସ ଅଧିକାରୀଙ୍କଠାରୁ ୧୦,୦୦୬ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି। ସେ ଏ ନେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆସନ୍ତା ୧୦ ତାରିଖରେ ଏହି ମାମଲାର ଶୁଣାଣି ହେବ। ଏହି ମାମଲା ରତଲାମ ଜିଲ୍ଲା ଘୋଡ଼ାଖେଡ଼ାର ଅଧିବାସୀ କାନ୍ତିଲାଲ ଭିଲ୍‌ ଓରଫ କଣ୍ଟୁ (୩୫) ଙ୍କ ସହ ଘଟିଛି। ଏହି ଘଟଣା ତାଙ୍କ ଜୀବନରେ ଦାଗ ଲଗାଇ ଦେଇଛି, ଯାହାକୁ ଚାହିଁଲେ ମଧ୍ୟ ଭୁଲି ହେଉନାହିଁ ବୋଲି କଣ୍ଟୁ କହିଛନ୍ତି। ପୀଡ଼ିତଙ୍କ ଅନୁଯାୟୀ ନିର୍ଦ୍ଦୋଷ ହୋଇଥିବା ସତ୍ତ୍ବେ ପୁଲିସ ତାଙ୍କୁ ଗଣଦୁଷ୍କର୍ମ ମାମଲାରେ ଫସାଇ ଦେଇଥିଲା।

ଏହି ମାମଲାରେ ତାଙ୍କର କୌଣସି ଦେବାନେବା ନ ଥିଲା। କିଛି ଦୋଷ ନ କରି ପୁଲିସ ୩ ବର୍ଷ ପର୍ଯ୍ୟନ୍ତ ହଇରାଣ କରିଥିଲା ଏବଂ ୨ ବର୍ଷ ଯାଏଁ ଜେଲ୍‌ରେ ରହିବାକୁ ପଡ଼ିଥିଲା। ଏଥିଯୋଗୁଁ ଜୀବନ ବର୍‌ବାଦ ହୋଇଯାଇଥିଲା। ତାଙ୍କ ପରିବାର ରାସ୍ତାକୁ ଆସି ଯାଇଥିଲେ। ସ୍ତ୍ରୀ, ପିଲାଛୁଆ ଏବଂ ମାଆ ଖାଇବାକୁ ପାଇ ନ ଥିଲେ। ପୋଷାକପତ୍ର କିଣିବାକୁ ମଧ୍ୟ ପରିବାର ପାଖରେ ଟଙ୍କା ନ ଥିଲା। କଣ୍ଟୁ ମଧ୍ୟ ଚରମ ପାଣିପାଗ (ଖରା, ଶୀତ) ରେ  ବିନା ପୋଷାକପତ୍ରରେ ଜେଲ୍‌ରେ ରହିଥିଲେ। ଏଠାରେ ତାଙ୍କୁ ଅସହ୍ୟ ନିର୍ଯାତନା ଦିଆଯାଇଥିଲା। ପୁଲିସ ଏବଂ ରାଜ୍ୟ ସରକାରଙ୍କ ଯୋଗୁଁ ସେ ସମସ୍ତ ସୁଖରୁ ବଞ୍ଚିତ ରହିଥିଲେ। ଶେଷରେ ଭଗବାନଙ୍କ ଆଶୀର୍ବାଦରୁ ରତଲାମ ଜିଲ୍ଲା ଏବଂ ସେସନ ଅଦାଲତ ତାଙ୍କୁ ଦୋଷମୁକ୍ତ କରିଥିଲେ। ଏବେ ସେ ଜେଲ୍‌ରେ କାଟିଥିବା ପ୍ରତ୍ୟେକ ଦିନର ମୂଲ୍ୟ ଚାହାନ୍ତି ବୋଲି କହିଛନ୍ତି। ରାୟ ଆସିବା ପରେ ସେ ନିଜ ଓକିଲ ମାଧ୍ୟମରେ କୋର୍ଟରେ ଆବେଦନ ଦାଏର କରି ପୁଲିସ ଅଧିକାରୀ ଏବଂ ସରକାରଙ୍କଠାରୁ ୧୦,୦୦୬ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି।

ସେ ଆବେଦନରେ ବ୍ୟବସାୟ ଏବଂ ବୃତ୍ତି, ପ୍ରତିଷ୍ଠା ଏବଂ ସମ୍ମାନ ହରାଇବା, ମାନସିକ ଏବଂ ଶାରୀରିକ ନିର୍ଯାତନା, ପାରିବାରିକ ଜୀବନ ହାନି, ଶିକ୍ଷା ଏବଂ କ୍ୟାରିୟର ନଷ୍ଟ ପାଇଁ କୋଟିଏ ଟଙ୍କା ଲେଖାଏଁ ଏବଂ ମନୁଷ୍ୟକୁ ଇଶ୍ବର ଦେଇଥିବା ଉପହାର ‘ଯୌନ ସୁଖ’ ହରାଇଥିବାରୁ ୧୦ ହଜାର କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି। ସେହିପରି ଓକିଲଙ୍କ ଖର୍ଚ୍ଚ ବାବଦକୁ ୨ ଲକ୍ଷ ଟଙ୍କା ଦେବାକୁ ଆବେଦନ କରାଯାଇଛି। ମଣ୍ଟୁଙ୍କ ଓକିଲ ବିଜୟ ସିଂହ ଯାଦବ କହିଛନ୍ତି ଯେ ମନୁଷ୍ୟ ଜୀବନର କୌଣସି ମୂଲ୍ୟ ଧାର୍ଯ୍ୟ କରାଯାଇପାରିବ ନାହିଁ। ଗଣଦୁଷ୍କର୍ମ ମାମଲାରେ କିଛି ବି ସମ୍ପର୍କ ନ ଥିଲେ ମଧ୍ୟ ପୁଲିସ ଏବଂ ରାଜ୍ୟ ସରକାରଙ୍କ ଯୋଗୁଁ କଣ୍ଟୁଙ୍କ ଜୀବନ ଏବଂ କ୍ୟାରିୟର ବର୍‌ବାଦ ହୋଇଯାଇଛି। ତାଙ୍କ ପରିବାରରେ ମାଆ ମୀରା, ପତ୍ନୀ ଲୀଲା ଏବଂ ତିନି ଶିଶୁ ଅଛନ୍ତି। ସମସ୍ତଙ୍କ ଭରଣପୋଷଣର ଦାୟିତ୍ବ କଣ୍ଟୁଙ୍କ ଉପରେ ଥିଲା।

୨ ବର୍ଷ ପର୍ଯ୍ୟନ୍ତ ଜେଲ୍‌ରେ ରହିବା ଯୋଗୁଁ ପରିବାର ଅନାହାର ମୃତ୍ୟୁର ସାମ୍‌ନା କରିଥିଲା। ଶିଶୁ ପାଠପଢ଼ା ଛାଡ଼ି ଦେଇଥିଲେ। ସମାଜରେ ପୁଣି ମୁହଁ ଦେଖାଇବାକୁ ଏବଂ ରୋଜଗାର ପାଇଁ ତାଙ୍କ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଏଥିଯୋଗୁଁ କ୍ଷତିପୂରଣ ଦାବି କରାଯାଇଛି। ଏହା ମାଧ୍ୟମରେ ସମାଜକୁ ବଡ଼ ବାର୍ତ୍ତା ଦିଆଯାଉଛି। ମହିଳାମାନେ ନିଜ ଅଧିକାରର ଅପବ୍ୟବହାର ନ କରନ୍ତୁ ବୋଲି ଓକିଲ କହିଛନ୍ତି। ସୂଚନା ଅନୁଯାୟୀ ଜଣେ ମହିଳା ଗଣଦୁଷ୍କର୍ମ ଅଭିଯୋଗ ଲଗାଇବା ପରେ ୨୦୧୮ ଜାନୁଆରୀ ୧୮ରେ କଣ୍ଟୁଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ପୁଲିସ ୨୦୨୦ ଡିସେମ୍ବର ୨୩ରେ ତାଙ୍କୁ ଗିରଫ କରିଥିଲା। କୋର୍ଟ ଚଳିତ ବର୍ଷ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।