fourth wave of corona - The Sakala

ଚେତାବନୀ ଦେଲା ସ୍ୱାସ୍ଥ୍ୟ ବିଭାଗ, ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଓଡିଶାରେ ପଶିପାରେ କରୋନାର ଚତୁର୍ଥ ଲହର
ଭୁବନେଶ୍ବର : ବିଭିନ୍ନ ଦେଶରେ କୋଭିଡ୍‌‌ ସଂକ୍ରମଣର ଊର୍ଦ୍ଧ୍ବଗାମୀ ଧାରା ସମଗ୍ର ବିଶ୍ୱର ଚିନ୍ତା ଉଦ୍ରେକ କରିଛି। ଏହି ସ୍ଥିତିରେ ଭାରତରେ ଓମିକ୍ରନ୍‌‌ର ନୂଆ ଭାରିଆଣ୍ଟ ଏକ୍ସବିବି ୧.୫ ଚିହ୍ନଟ ଏହି ଚିନ୍ତାକୁ ଆହୁରି ବଢ଼଼ାଇ ଦେଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ୩୦/୪୫ ଦିନ ପର୍ଯ୍ୟନ୍ତ ଅତ୍ୟନ୍ତ ସତର୍କ ରହିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଅପିଲ କରାଯାଇଛି। କୋଭିଡ୍‌‌ ନିୟମ ପାଳନରେ ଅବହେଳା କଲେ ସ୍ଥିତି ଖରାପ ହେବାକୁ ବେଶି ସମୟ ଲାଗିବ ନାହିଁ ବୋଲି ବିଭାଗ ପକ୍ଷରୁ ଚେତାଇ ଦିଆଯାଇଛି।

ସାରା ବିଶ୍ୱରେ ଏବେ କରୋନାର ନୂଆ ଭାରିଆଣ୍ଟ ପୁଣି ଚିନ୍ତା ବଢାଇ ଦେଇଛି । ବିଶ୍ୱର ଅଧିକାଂଶ ଦେଶରେ କରୋନାର ତାଣ୍ଡବ ଲୀଳା ଜାରି ରହିଥିବା ବେଳେ ଏବେ ଭାରତକୁ ମଧ୍ୟ ପ୍ରବେଶ କରୁଛି ଏହି ମହାମାରୀ । ତେବେ ଓଡିଶାରେ କରୋନାର ଭବିଷ୍ୟତକୁ ନେଇ ଏବେ ଏକ ବଡ ଖବର ସାମନାକୁ ଆସିଛି । ଖୁବଶୀଘ୍ର ଓଡିଶାରେ କରୋନାର ଚତୁର୍ଥ ଲହର ପାଦ ଥାପିପାରେ ବୋଲି ଅନୁମାନ କରାଯାଉଛି ।ଆସନ୍ତା ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ କରୋନା ମହାମାରୀର ଚତୁର୍ଥ ଲହର ଓଡିଶାରେ ପହଞ୍ଚିପାରେ ବୋଲି ଆକଳନ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଅଜିତ ମହାନ୍ତି । ତେବେ ମାର୍ଚ୍ଚ ମାସରେ ଚତୁର୍ଥ ଲହର ଓଡିଶାକୁ ପ୍ରଭାବିତ କରିପାରେ ବୋଲି ସେ ଆକଳନ କରିଛନ୍ତି । ୨୪ ଘଣ୍ଟାରେ ଚୀନରେ ପ୍ରାୟ ୩ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଭାରତରେ ୧୭୩ଟି କେସ ରେକର୍ଡ ହୋଇଛି । ତେବେ ଏହି ସମୟରେ ଓଡିଶାରେ ମାତ୍ର ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ୨ ଜଣଙ୍କ ମଧ୍ୟରୁ ଜଣେ କୋରାପୁଟର ହୋଇଥିବା ବେଳେ ଜଣେ ଖୋର୍ଦ୍ଧାରୁ ସଂକ୍ରମଣ ହୋଇଥିବା ସୂଚନା ମିଳିଛି ।

ବିଦେଶରେ ସଂକ୍ରମଣ ବଢୁଥିବା କାରଣରୁ  ରାଜ୍ୟରେ ସମ୍ଭାବ୍ୟ ସ୍ଥିତିର ମୁକାବିଲା ଲାଗି ଆଇସିଏମଆର ଗାଇଡଲାଇନ ମାନିବା ଲାଗି ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । କୌଣସି ଲକ୍ଷଣ ଦେଖାଗଲେ ତୁରନ୍ତ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି । ବିଶ୍ବକପ ହକି ବେଳେ ଖେଳାଳି, ଦର୍ଶକ, ଲୋକଙ୍କ ଜରିଆରେ ସଂକ୍ରମଣ ସମ୍ଭାବନା ରହିଛି ବୋଲି ସତର୍କ କରାଇଛି ସ୍ୱାସ୍ଥ୍ୟ ବିଭାଗ। ଏଣୁ ଏଥିଲାଗି କୋଭିଡ ଗାଇଡଲାଇନ ମାନିବା ଲାଗି କୁହାଯାଇଛି । ରାଜ୍ୟରେ ଟିକାକରଣ ସଫଳ ହୋଇଛି । ଦେଶରେ ବର୍ତ୍ତମାନ ଚତୁର୍ଥ ଲହରୀ ଆସିନାହିଁ । ରାଜନୈତିକ ଇଚ୍ଛାଶକ୍ତି, ଦୃଢ଼ ମନୋବଳ ଯୋଗୁଁ ରାଜ୍ୟରେ କୋଭିଡ ମୁକାବିଲା ସଫଳ ହୋଇଛି । ଯେଉଁମାନେ ଦୁଇଟି ଡୋଜ ନେଇଛନ୍ତି ସେମାନେ ନାଜାଲ ଡୋଜ ନେଇପାରିବେ ବୋଲି କୁହାଯାଇଛି ।

ତେବେ ଚୀନରେ ଏପର୍ଯ୍ୟନ୍ତ କରୋନା ମହାମାରୀ ପିକକୁ ଆସିନଥିବା ସୂଚନା ମିଳିଛି । କିନ୍ତୁ ଆସନ୍ତା ଜାନୁୟାରୀ ୧୩ରୁ ୧୫ ମଧ୍ୟରେ ମହାମାରୀ ପିକରେ ପହଞ୍ଚିପାରେ । ଏହି ସମୟରେ ଦୈନିକ ୭ରୁ ୧୦ ଲକ୍ଷ ଲୋକ କୋଭିଡ ସଂକ୍ରମିତ ହୋଇପାରନ୍ତି । ପିକ ବେଳେ ଚୀନରେ ଦୈନିକ ୨୫ ହଜାର ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ । ଏହି ହିସାବରେ ଭାରତରେ ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଚତୁର୍ଥ ଲହର ପାଦ ରଖିପାରେ ବୋଲି ଅନୁମାନ କରାଯାଉଛି । ତେବେ ଚତୁର୍ଥ ଲହରରେ ଆକ୍ରାନ୍ତ କେସ ସାମାନ୍ୟ ବଢିପାରେ । ଏଥିପାଇଁ ଗହଳି ସ୍ଥାନକୁ ଯିବା ସମୟରେ ମାସ୍କ ପିନ୍ଧିବାକୁ କହିଛନ୍ତି ଅଜିତ ମହାନ୍ତି ।

ଭାରତରେ ୯୦ ପ୍ରତିଶତ ଲୋକ ଦ୍ୱିତୀୟ ହୋଜ ଟୀକା ନେଇ ସାରିଥିବା ନେଇ ସୂଚନା ଦେଇଛନ୍ତି । ଏହାବ୍ୟତୀତ ୪୦% ଲୋକ ବୁଷ୍ଟର ଡୋଜ ମଧ୍ୟ ନେଇ ସାରିଛନ୍ତି । ତେଣୁ ନେଇ ନଥିବା ଲୋକମାନଙ୍କୁ ଯଥାଶୀଘ୍ର କୋଭିଡର ବୁଷ୍ଟର ଡୋଜ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି । ବୁଷ୍ଟର ଡୋଜ ପାଇଁ ଏବେ ନାଜାଲ ଭ୍ୟାକ୍ସିନ ମଧ୍ୟ ଉପଲବ୍ଧ ହୋଇସାରିଛି ।

କୋଭିଡର ସମ୍ଭାବ୍ୟ ଚତୁର୍ଥ ଲହର ବିଦେଶରେ ଦ୍ରୁତ ଗତି ମାଡ଼ିଚାଲିଛି। ବିଶେଷ କରି ଚାଇନାର ଅବସ୍ଥା ଦୟନୀୟ ହୋଇଛି। ସେଠାରେ ବର୍ତ୍ତମାନ ହଜାର ହଜାର ଲୋକ କୋଭିଡରେ ଆକ୍ରାନ୍ତ ହେଉଛନ୍ତି। ଚିକିତ୍ସା ଅଭାବରୁ ବହୁ ଲୋକଙ୍କ ମୃତ୍ୟୁ ଘଟୁଛି। ଚାଇନାର ଏପରି ଅବସ୍ଥା ଦେଖି ଭାରତ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। କୋଭିଡ୍‌ର ମୁକାବିଲା ପାଇଁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ଜନଗହଳୀ ପୂର୍ଣ୍ଣ ସ୍ଥାନକୁ ନଯିବା ପାଇଁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ନିୟମିତ ମାସ୍କ ପିନ୍ଧିବାକୁ କୁହାଯାଇଛି।

ଅନ୍ୟପଟେ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରଫେସର ନିରଞ୍ଜନ ମିଶ୍ର କହିଛନ୍ତି, କୋଭିଡ୍‌‌ ବାରମ୍ବାର ରୂପ ବଦଳାଉଛି। କିଛି ଭାରିଆଣ୍ଟ ଘାତକ ଆଉ କିଛି ଭାରିଆଣ୍ଟ କମ୍‌‌ ଘାତକ ଏବଂ କମ୍‌‌ ସଂକ୍ରାମକ। ତେବେ ସବୁ ପ୍ରକାର ଭାରିଆଣ୍ଟର ମୁକାବିଲା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି। କିନ୍ତୁ ଆମ ସମସ୍ତଙ୍କୁ କୋଭିଡ୍‌‌ ନିୟମ ପାଳନ କରିବା ଜରୁରୀ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ପରାମର୍ଶ ଅନୁସାରେ ଆସନ୍ତା ୪୫ ଦିନ ପାଇଁ ସତର୍କତା ଅବଲମ୍ବନ କରିବା ପାଇଁ ଆମେ ଜନସାଧାରଣଙ୍କୁ ନିବେଦନ କରୁଛୁ ବୋଲି ଶ୍ରୀ ମିଶ୍ର କହିଛନ୍ତି। ବିଶ୍ୱକପ୍‌‌ ହକିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପଦକ୍ଷେପ ନେଉଛି। ଜିଲ୍ଲା ପ୍ରଶାସନ ସହାୟତାରେ ପ୍ରସ୍ତୁତି କରାଯାଉଛି। ଭୁବନେଶ୍ୱର, କଟକ, ରାଉରକେଲା ଏବଂ ଝାରସୁଗୁଡ଼ାରେ କୋଭିଡ୍‌‌ ଟେଷ୍ଟିଂ, ସର୍ଭିଲାନ୍ସ ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି। ହକି ଷ୍ଟାଡିୟମ୍‌‌ରେ ମଧ୍ୟ କୋଭିଡ୍‌‌ ଟେଷ୍ଟିଂ କରାଯିବ। ରାଜ୍ୟରେ ପ୍ରାୟ ୬୦% ଲୋକ ଟିକା ନେଇନଥିବାରୁ ଚିନ୍ତା ରହିଛି। ପୁନଃ ଟିକାକରଣ ଆରମ୍ଭ ପାଇଁ ରାଜ୍ୟରେ ଭିତ୍ତିଭୂମି ମହଜୁଦ ଅଛି। କେନ୍ଦ୍ର ସରକାର ଟିକା ଯୋଗାଣ କରି ଟିକାକରଣ ପାଇଁ ଅନୁମତି ଦେଲେ ଆରମ୍ଭ ହେବ ବୋଲି ପ୍ରଫେସର ମିଶ୍ର କହିଛନ୍ତି।

ରାଜ୍ୟରେ ଦୈନିକ ୬ ହଜାର ନମୁନା ପରୀକ୍ଷା ହେଉଥିବା ବେଳେ ସେଥିରୁ ପ୍ରାୟ ୫ ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେଣୁ କୋଭିଡ୍‌‌ କଟକଣା ମାନିବା ବାଧ୍ୟତାମୂଳକ କରାଯାଇ ନାହିଁ। ତଥାପି ସ୍ୱତଃପ୍ରବୃତ ଭାବେ କୋଭିଡ୍‌‌ ନିୟମ ପାଳନ କରିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି। ଗତ ୨୮ ତାରିଖରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ କୋଭିଡ୍‌‌ ପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା। ରାଜ୍ୟ ଔଷଧ ନିଗମ ପକ୍ଷରୁ ଆବଶ୍ୟକ ପରିମାଣର ଔଷଧ ମହଜୁଦ ଥିବା ବେଳେ କୋଭିଡ୍‌‌ ଟେଷ୍ଟିଂ ପାଇଁ ପର୍ଯ୍ୟାପ୍ତ କିଟ୍‌‌, ଅକ୍ସିଜେନ୍‌‌ ଆଗାମୀ ତିନି ମାସ ପର୍ଯ୍ୟନ୍ତ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ମେଡିକାଲ କଲେଜରେ ୧୫ଟି ଅମ୍ଳଜାନ୍‌‌ ଯୁକ୍ତ ଏବଂ ୫ଟି ସାଧାରଣ ଶଯ୍ୟା ପ୍ରସ୍ତୁତ ରଖାଯାଇଛି। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦ଟି ଲେଖାଏଁ ଶଯ୍ୟା ପ୍ରସ୍ତୁତ ରହିଛି। ତେବେ କୋଭିଡ୍‌‌ ନିୟମ ଅନୁପାଳନ ଉପରେ ଆଗାମୀ ସ୍ଥିତି ନିର୍ଭର କରୁଛି।