Prabhu Lingaraj - The Sakala

ପୁଣି ଉପାସରେ ମହାପ୍ରଭୁ ଲିଙ୍ଗରାଜ; ପୂଜାପଣ୍ଡା ନିଯୋଗ ଓ ବଡୁ ନିଯୋଗ ବିବାଦ ପାଇଁ ବନ୍ଦ ରହିଛି ନୀତି
ଭୁବନେଶ୍ୱର: ପୁଣି ଉପାସରେ ମହାପ୍ରଭୁ ଲିଙ୍ଗରାଜ। ପୂଜା ପଣ୍ଡା ନିଯୋଗ ଓ ବଡୁ ନିଯୋଗ ବିବାଦ ପାଇଁ ନୀତି କାନ୍ତି ବନ୍ଦରହିଛି । ଗତକାଲି ସନ୍ଧ୍ୟା ଧୂପ ପରଠୁ ନୀତି ବନ୍ଦ ରହିଛି। ପଇତା ଲାଗି ନୀତି ପାଇଁ ଉଭୟ ନିଯୋଗ ମଧ୍ୟରେ ବିବାଦ ଲାଗି ରହିଛି। ଗତ ୨୦୨୦ ମସିହାରୁ ପଇତା ଲାଗି ନୀତି ଅନୁଷ୍ଠିତ ହୋଇ ପାରୁନାହିଁ। ସାଧାରଣ ଦର୍ଶନ ଚାଲିଥିବା ବେଳେ ନୀତି ବନ୍ଦ ରହିଛି।

ଗତ ୫ ବର୍ଷ ହେବ ଏପରି ଅଚଳାବସ୍ଥା ଲାଗି ରହିଛି। ପ୍ରତିବର୍ଷ ଶିବ ପବିତ୍ରାରୋପଣର ଦିନକ ପୂର୍ବରୁ ନୀତି ବନ୍ଦ ହୋଇଯାଉଛି। ଏଥିରେ ରୋକ୍ ଲଗାଇବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଚେଷ୍ଟା କରାଯାଇଥିଲା। ମନ୍ଦିର କାର୍ୟ୍ୟାଳୟ ପକ୍ଷରୁ ସହକାରୀ ଦେବୋତ୍ତର କମିଶନରଙ୍କଠାରେ ଏକ ଅନ୍ତରୀଣ ଆବେଦନ କରାଯାଇଥିଲା। ହେଲେ ଏବେ ହଠାତ୍ ଏପରି ଅଚଳାବସ୍ଥା ଦେଖିବାକୁ ମିଳିଛି।

ଶ୍ରୀଲିଙ୍ଗରାଜଙ୍କ ଜାଗରଯାତ୍ରା ନେଇ ପ୍ରସ୍ତୁତି ବୈଠକ; ଆଡ଼ମ୍ବରପୂର୍ଣ୍ଣ, ଶୃଙ୍ଖଳିତ ଯାତ୍ରାକୁ ଗୁରୁତ୍ୱ
ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ଜାଗରଯାତ୍ରା ନେଇ ପ୍ରସ୍ତୁତି ବୈଠକ ସର୍କିଟ ହାଉସ୍‌‌ଠାରେ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମନ୍ୱୟ କମିଟି ବୈଠକରେ ସେବାୟତ, ମନ୍ଦିର ପ୍ରଶାସନ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଏବଂ ପ୍ରଶାସନିକ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଚଳିତବର୍ଷର ଜାଗର ଯାତ୍ରାକୁ ମହାଆଡ଼ମ୍ୱରରେ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ଏଥିରେ ମେୟର ସୁଲୋଚନା ଦାସ ଯୋଗଦେଇ ପୂର୍ବବର୍ଷ ଭଳି ଚଳିତବର୍ଷ ବିଏମ୍‌‌ସି ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ବୈଠକରେ ଜାଗର ନୀତି ନିର୍ଘଣ୍ଟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆସନ୍ତା ମାର୍ଚ୍ଚ ୮ ଭୋର ୩ଟା ସମୟରେ ମନ୍ଦିର ଖୋଲାଯାଇ ରାତି ୧୦ଟାରେ ମହାଦୀପ ଉଠିବ ବୋଲି ପୂର୍ବରୁ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି। ଏଥିରେ ଶ୍ରୀଜିଉଙ୍କ ସମସ୍ତ ପାଳିଆ ଓ ସେବାୟତ ମନ୍ଦିରରେ ଉପସ୍ଥିତ ପୂର୍ବକ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ବୈଠକରେ ପ୍ରସ୍ତାବ ପାରିତ ହୋଇଥିଲା। ଏଥିସହ ଉକ୍ତ ବୈଠକରେ ବିଭିନ୍ନ ଆନୁଷଙ୍ଗିକ ଦାୟିତ୍ୱ ମଧ୍ୟ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରଦାନ କରାଯାଇଛି। ଜାଗର ଅବସରରେ ମନ୍ଦିରର ଅନ୍ତଃଗୃହ, ବେଢ଼଼ା ପରିଷ୍କାର ପରିଚ୍ଛନ୍ନତା, ପାଦୁକା ନାଳ ସଫା, ଆଲୋକୀକରଣ, ବ୍ୟାରିକେଡିଂ, ଟ୍ରାଫିକ୍‌‌ ନିୟନ୍ତ୍ରଣ, ଶାନ୍ତିଶୃଙ୍ଖଳା ରକ୍ଷା, ପାନୀୟ ଜଳ ଯୋଗାଣ, ସୂଚନା କେନ୍ଦ୍ର, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ଆଶୁ ଆରୋଗ୍ୟ କେନ୍ଦ୍ର, ଆମ୍ୱୁଲାନ୍ସ ମୁତୟନ, ଅଗ୍ନି ନିର୍ବାପକ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ସେହିଭଳି ଜାଗର ଯାତ୍ରା ସମୟରେ ବିଭିନ୍ନ ସେବା ପ୍ରଦାନ ପାଇଁ ନିୟୋଜିତ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକୁ ନେଇ ଏକ ସ୍ୱତନ୍ତ୍ର ବୈଠକ କରାଯିବ। ସେମାନଙ୍କ ମତାମତକୁ ବିଚାରକୁ ନିଆଯାଇ ପ୍ରଶାସନ ପକ୍ଷରୁ ସହଯୋଗ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି, ବିଏମ୍‌‌ସିର ଅତିରିକ୍ତ କମିସନର୍‌‌ ଶୁଭେନ୍ଦୁ ସାହୁ, ଉପଜିଲ୍ଲାପାଳ ଚିନ୍ମୟ ଆଚାର୍ଯ୍ୟ, ବିଭିନ୍ନ ନିଯୋଗର କର୍ମକର୍ତ୍ତା ଏବଂ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, ସାଢ଼େ ୩ଟା ସୁଦ୍ଧା ଗଡ଼ିବ ରଥ
ଭୁବନେଶ୍ୱର : ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରା। ଏ ନେଇ ନେତ୍ରୋତ୍ସବ ଅର୍ଥାତ୍‌‌ ମଙ୍ଗଳବାର ରଥ ପ୍ରତିଷ୍ଠା ନୀତି ଶେଷ ହେବା ପରେ ଆଜି ବୁଧବାର ପ୍ରାତଃରୁ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ଅପରାହ୍ଣ ୩ଟା ସୁଦ୍ଧା ରଥଟଣା ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ସେବାୟତମାନେ ଶୃଙ୍ଖଳିତ ଢଙ୍ଗରେ ସମସ୍ତ ନୀତିକାନ୍ତି କରିଛନ୍ତି। ମହାପ୍ରଭୁଙ୍କ ରଥଯାତ୍ରା ଦେଖିବାକୁ ରଥଦାଣ୍ଡରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହେବେ। ବର୍ଷକୁ ଥରେ ଭକ୍ତଙ୍କୁ ଦର୍ଶନ ଦେବାକୁ ଲିଙ୍ଗରାଜ ମନ୍ଦିରରୁ ମାଉସୀ ମା’ ମନ୍ଦିରକୁ ଆସୁଛନ୍ତି ମହାପ୍ରଭୁ।

ଗତକାଲି ରାତ୍ର ୯ଟା ସୁଦ୍ଧା ରଥ ନିର୍ମାଣ କାର୍ଯ ଶେଷ କରି ମହାରଣା ଓ ରୂପକାର ସେବାୟତମାନେ ରଥକୁ ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା। ସନ୍ଧ୍ୟା ଧୂପ ପରେ ମହାପ୍ରଭୁଙ୍କ ରଥଯାତ୍ରା ନୀତିକାନ୍ତି ଆରମ୍ଭ ହୋଇଥିଲା। ପ୍ରଥମେ ମରିଚିକୁଣ୍ଡରୁ ପାଣି ଆସି ରଥ ପ୍ରତିଷ୍ଠା ମଣ୍ଡପରେ ରହିଥିଲା। ମଣ୍ଡପରେ ପାଣି ରଖାଯିବା ପରେ ପୁରୀରୁ ଆସିଥିବା ରାଜଗୁରୁ, କୁଳ ପୁରୋହିତ ବୃନ୍ଦାବନ ଦାଶ ଓ କ୍ଷେତ୍ରବାସୀ ନିଯୋଗର ସେବାୟତମାନେ ରଥ ପ୍ରତିଷ୍ଠା କରିଥିଲେ। ରଥ ପ୍ରତିଷ୍ଠା କାମ ଶେଷ କରିବା ପରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ଆଜି ସକା, ୫ଟାରୁ ଆରମ୍ଭ ହୋଇଛି। ପ୍ରଥମେ ମଙ୍ଗଳଆଳତି ଓ ଅବକାଶ ନୀତି ଶେଷ କରି ପଛକୁ ପଛ ଅନ୍ୟାନ୍ୟ ନୀତିକାନ୍ତି କରାଯାଇଥିଲା। ତେବେ ଭୋଗମଣ୍ଡପ ସରିବା ପରେ ଯାତ୍ରା ପୂଜା କରି ପହଣ୍ଡି ନୀତି ଆରମ୍ଭ ହେବ।

ମହାପ୍ରଭୁ ରଥାରୂଢ଼ ହେବା ପରେ ଅପରାହ୍ଣ ୧ଟା ୩୦ରେ ଚକ ପୂଜା, ଚାରି ଦ୍ୱାର ପୂଜା, ନେତ ପୂଜା, ଅଶ୍ୱ ପୂଜା ଓ ବ୍ରହ୍ମ ପୂଜା ଆଦି ନୀତି କରାଯିବ। ଅପରାହ୍ଣ ୩ଟା ସୁଦ୍ଧା ରଥ ଉପର ନୀତି ଶେଷ କରି ୩ଟାରୁ ସାଢ଼େ ୩ଟା ମଧ୍ୟରେ ରଥ ଟଣା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ ମହାପ୍ରଭୁ ଲିଙ୍ଗରାଜ ରାମେଶ୍ୱର ମନ୍ଦିର ଅଧିଷ୍ଠିତ ହେବେ। ମହାପ୍ରଭୁଙ୍କର ଏହି ଯାତ୍ରା ୫ ଦିନିଆ ହୋଇଥାଏ।

ସୁରକ୍ଷା ଦାୟିତ୍ୱରେ ୧୨ ପ୍ଲାଟୁନ୍‌ ପୁଲିସ ଫୋର୍ସ

ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏହାକୁ ଶାନ୍ତିଶୃଙ୍ଖଳା ସହ ସମାପନ କରିବାକୁ ଅଣ୍ଟାଭିଡ଼ିଛି କମିସନରେଟ୍‌‌ ପୁଲିସ। ଏଥର ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସୁରକ୍ଷାକୁ କଡ଼ାକଡ଼ି କରାଯିବ। ଆଉ ସୁରକ୍ଷା ଦାୟିତ୍ୱରେ ୧୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏଥିରେ ୨ଜଣ ଅତିରିକ୍ତ ଡିସିପି, ୬ଜଣ ଏସିପି, ୧୨ଜଣ ଇନ୍ସପେକ୍ଟର, ଏଏସ୍‌‌ଆଇ/ଏସ୍‌‌ଆଇ ୫୦ଜଣ, ହାବିଲଦାର/କନଷ୍ଟେବଳ ୧୧ଜଣ, ୩୧ଜଣ ମହିଳା ପୁଲିସ, ୮୫ଜଣ ହୋମଗାର୍ଡ ଏବଂ ୨୨ଜଣ ଏପିଆର୍‌‌ ପୁଲିସଙ୍କୁ ମୁତୟନ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସେହିପରି ଶୃଙ୍ଖଳତା ରଥଟଣା ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି। କଣ୍ଟ୍ରୋଲ ରୁମ୍‌‌ରୁ ସିସିଟିଭି ଅପରେଟ୍‌‌ କରାଯିବା ସହ ବନ୍ଧୁକଧାରୀ ପୁଲିସ ଉପସ୍ଥିତ ରହିବେ। ସେଭଳି ରଥ ଉପରକୁ ଚଢ଼ିଥିବା ସମସ୍ତ ସେବାୟତଙ୍କୁ ପରିଚୟପତ୍ର ଦିଆଯାଇଛି। ଉକ୍ତ ପରିଚୟପତ୍ର ଆଧାରରେ ରଥ ଉପରକୁ ସେବାୟତ ଚଢ଼ିବାକୁ ଅନୁମତି ମିଳିବ। ସେଭଳି ପକେଟ୍‌‌ମରା ଓ ଲୁଟେରାଙ୍କ ଉପରେ ନଜର ରଖିବା ଲାଗି ସାଦା ପୋଷାକରେ ପୁଲିସଙ୍କ ମୁତୟନ କରାଯାଇଛି। ଅନ୍ୟପକ୍ଷରେ ଶୃଙ୍ଖଳତା ରଥଟଣା ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ନିୟନ୍ତ୍ରଣ କକ୍ଷରୁ ସିସିଟିଭି ଅପରେଟ୍‌‌ କରାଯିବା ସହ ବନ୍ଧୁକଧାରୀ ପୁଲିସ ଉପସ୍ଥିତ ରହିବେ।

ଅଣସେବାୟତ ପ୍ରବେଶକୁ ନେଇ ଲିଙ୍ଗରାଜ ମନ୍ଦିରର ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ; ଉପାସରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ
ଭୁବନେଶ୍ୱର: ଗତ ଦୁଇ ଦିନ ହେବ ଉପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ । ମନ୍ଦିରର ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରହିବା ସହ ପ୍ରଭୁ ଲିଙ୍ଗରାଜ ଉପାସରେ ଅଛନ୍ତି । କାଲି ପୂର୍ବାହ୍ନ ସାଢ଼େ ୧୦ରୁ ନୀତିକାନ୍ତି ବନ୍ଦ ରହିଛି । ଜଣେ ଅଣସେବାୟତ ମନ୍ଦିର ଭିତରେ ପ୍ରବେଶ କରିବାରୁ ବିବାଦ ହୋଇଥିଲା । ଶ୍ରୀଲିଙ୍ଗରାଜଙ୍କ ସମସ୍ତ ଭୋଗ ମାରା ହୋଇଥିଲା ।

ସୂଚନା ଅନୁସାରେ, ଗତକାଲି ସେବାୟତ ବେଶରେ କପିଳେଶ୍ୱରର ଜଣେ ବରିଷ୍ଠ ନାଗରିକ ଭୋଗ ମଣ୍ଡପ ପଟେ ମହାପଭୁଙ୍କୁ ଦର୍ଶନ କରିବାକୁ ପଶିବାରୁ ସେଠାରେ ଥୁଆ ହୋଇଥିବା କୋଠ ଭୋଗ ଓ ସୁଆର ସେବାୟତଙ୍କ ପ୍ରସ୍ତୁତ ଅନ୍ୟ ଭୋଗ ମାରା ହୋଇଯାଇଥିଲା । ମାରା ଭୋଗକୁ ନପୋତି ବିକ୍ରି କରାଯାଇଥିଲା । ଏହାକୁ ନେଇ ଜିଦରେ ଅଟଳ ବଡ଼ୁ ନିଯୋଗ । ସମସ୍ୟାର ସମାଧାନ ନହେବା ଯାଏ ନୀତିକାନ୍ତି ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏନେଇ ବଡ଼ୁ ନିଯୋଗ ସଂପାଦକ କମଳାକାନ୍ତ ବଡ଼ୁ ସୂଚନା ଦେଇଛନ୍ତି । ଭୋଗ ମଣ୍ଡପ ନୀତି ଚାଲୁଥିବା ବେଳେ ଏହି ବିଭ୍ରାଟ ଘଟିବାରୁ ପାଳିଆ ପୂଜାପଣ୍ଡା ଠାକୁରଙ୍କ ପୂଜା ବନ୍ଦ କରିଦେଇଥିଲେ ।