murders - The Sakala

ସୀମା ଟପିଲାଣି ଅରାଜକତା; ରାଜ୍ୟରେ ରେକର୍ଡ ଭାଙ୍ଗୁଛି ହତ୍ୟା, ଦୁଷ୍କର୍ମ
ଭୁବନେଶ୍ୱର: ରାଜ୍ୟରେ  ବିଗିଡ଼ି ଗଲାଣି ଆଇନଶୃଙ୍ଖଳା । ପୁଲିସକୁ ଅପରାଧୀଙ୍କ ଖାତିର ନାହିଁ୤ ଦିନ ଦିପହରେ ଅଣ୍ଟାରେ ବନ୍ଧୁକ ଖୋସି ଅପରାଧୀ ରାଜୁତି କରୁଛନ୍ତି। ଯେଉଁଠି  ଯାହାକୁ ପାରିଲେ ମଉକା ପାଇ ଗୁଳି କରୁଛନ୍ତି। ପ୍ରତିଦିନ ରାଜ୍ୟର ସବୁ ଅଞ୍ଚଳରୁ ହତ୍ୟା, ରାହାଜାନୀ, ସାମ୍ପ୍ରଦାୟିକ ଗଣ୍ଡଗୋଳ ଘଟଣା ସାମନାକୁ ଆସିବାରେ ଲାଗିଛି। ଗତ ୧୫ ମାସ ମଧ୍ୟରେ ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା, କଟକ ଆଦି ସ୍ଥାନରେ ସାମ୍ପ୍ରଦାୟିକ ସଦ୍‌ଭାବ ଭଙ୍ଗ ହୋଇଛି। ପାଞ୍ଚଟି ସ୍ଥାନରେ କର୍ଫ୍ୟୁ ଲାଗିଛି। ଗତ ୩ ଦଶନ୍ଧିରେ ସମ୍ଭବତଃ ପ୍ରଥମଥର ପାଇଁ ଭାଇଚାରାର ସହର କୁହାଯାଉଥିବା କଟକ ସହରବାସୀ ପୁଣିଥରେ କର୍ଫ୍ୟୁର ସମ୍ମୁଖୀନ ହୋଇଛନ୍ତି ।

ମୋଟାମୋଟି ଭାବରେ ଅପରାଧୀଙ୍କ ଉପରେ ପୁଲିସର ନିୟନ୍ତ୍ରଣ ନାହିଁ କି ସରକାରଙ୍କ ଅଙ୍କୁଶ ନାହିଁ। କଟକ ଭସାଣିକୁ ନେଇ ଗଣ୍ଡଗୋଳ ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଥିବା ବେଳେ ବ୍ରହ୍ମପୁରରେ ଶାସକ ଦଳର ଜଣେ ନେତା ତଥା ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ପୀତବାସ ପଣ୍ଡାଙ୍କୁ ଦୁର୍ବୃତ୍ତ  ଗୁଳିକରି ହତ୍ୟା କରିଛନ୍ତି। ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ଏହା ପ୍ରଶ୍ନ ଉଠାଇଛି। କଟକ ଘଟଣା ପରେ ପୁଲିସ ଗୁଇନ୍ଦା ବ୍ୟବସ୍ଥା ନିଷ୍କ୍ରିୟ ହୋଇଥିବା ଭଳି ଲାଗୁଛି୤ ବ୍ରହ୍ମପୁରରେ ଆଇନଜୀବୀଙ୍କ ହତ୍ୟା ଘଟଣା ଅରାଜକତା ଉପରେ ମୋହର ମାରିଛି। ଦୁଷ୍କର୍ମ, ଗଣଦୁଷ୍କର୍ମରେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଥିବା ଓଡ଼ିଶା ଏବେ ହତ୍ୟାରେ ନୂଆ ରେକର୍ଡ଼ କରିବାକୁ ଯାଉଛି। ଗତ କେଇଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ  ୨୯ଟି ହତ୍ୟାକାଣ୍ଡ ପଞ୍ଜୀକୃତ ହୋଇଥିଲେ ହେଁ ଏହି ମାମଲାରେ ମାତ୍ର ୧୫ ଜଣଙ୍କୁ ପୁଲିସ ଗିରଫ କରିବାକୁ ସମର୍ଥ ହୋଇଛି।

ଗୃହ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୨୦୨୪ ମସିହାରେ ରାଜ୍ୟରେ ୩୦୫୪ଟି ବଳାତ୍କାର ଓ ୧୨୫୮ଟି ହତ୍ୟା ମାମଲା ରୁଜୁ ହୋଇଛି। ସେହିପରି ୩୫୬ ଡକାୟତି, ୨,୫୮୨ ଛିନ୍‌ତାଇ, ୬,୪୦୮ ଚୋରି, ୧୭,୮୦୫ ଚୋରି, ୬,୩୦୭ ଠକେଇ, ୧୪୭୧ ଦଙ୍ଗା, ୩୦୫୪ ବଳାତ୍କାର ଘଟିଛି। ଗତ ୧୦ ମାସରେ ରାଜ୍ୟରେ ସାଢେ ୪ହଜାର ଉପରେ ଦୁଷ୍କର୍ମ ମାମଲା ରାଜ୍ୟର ବିଭିନ୍ନ ଥାନାରେ ରୁଜୁ ହୋଇଛି।  ଗୋପାଳପୁର ଗଣଦୁଷ୍କର୍ମ ଘଟଣା ସାରା ଦେଶର ଆତ୍ମାକୁ ଦୋହଲାଇ ଦେଇଥିବା ବେଳେ  ପୁରୀ ଜିଲ୍ଲାର ବାଲିହରଚଣ୍ଡୀ ପୀଠ ନିକଟରେ କିଛି ଦୁବୃର୍ତ୍ତ ବନ୍ଧୁଙ୍କୁ ଗଛରେ ବାନ୍ଧି ତାଙ୍କ ସାମ୍ନାରେ ତାଙ୍କର ବାନ୍ଧବୀକୁ ଗଣଦୁଷ୍କର୍ମ ଘଟଣା ରାଜ୍ୟରେ ପୁଣି ଆଲୋଡ଼ନ ସୃଷ୍ଟି କରିଛି । ଖୋଦ ରାଜଧାନୀର ଛାତି ଉପରେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ନିଶା ବଟିକା ଦେଇ ୩ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସେପ୍ଟେମ୍ବର ୭ରେ ଅନୁଗୋଳର ଭାଲୁଖାଇ ନାଳରୁ ନିଖୋଜ ନାବାଳିକାର ମୃତଦେହ ମିଳିବା ପଛରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି।  ଅଗଷ୍ଟ ୩୧ରେ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗାଡ଼ି ଭିତରେ ଗଣଦୁଷ୍କର୍ମ କରି ରାସ୍ତାରେ ଫୋପାଡ଼ି ଦେଇଛନ୍ତି ଦୁର୍ବୃତ୍ତ।  ଅଗଷ୍ଟ ୧୮ରେ ସମ୍ୱଲପୁର ଯୁଯୁମୁରା ଥାନା ଅଞ୍ଚଳରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ବେଳେ ଅଗଷ୍ଟ ୧୩ରେ ରାଜନଗରରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗଣଦୁଷ୍କର୍ମ ଶିକାର ହୋଇଥିବା ଅଭିଯୋଗ ହୋଇଛି।

ନାତିର କଟୁରି ଚୋଟରେ ଆଈ ମୃତ, ୨ ମହିଳା ଆହତ
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧିନ ଗଦେଇଗିରି ଗ୍ରାମରେ ଅଘଟଣ ଘଟିଛି। ନିଜ ଆଈକୁ ହାଣି ମୁଣ୍ଡ ଗଣ୍ଡି ଅଲଗା କଲା ନାତି । ମୃତ ଆଈଙ୍କ ନାଁ ସଖି ଲତା ସାହୁ । ଆଇ ସହ ନାବାଳିକା ଓ ତା ମାଆକୁ ମଧ୍ୟ କଟୁରୀରେ ଆକ୍ରମଣ କରିଛି ଅଭିଯୁକ୍ତ। ଆକ୍ରମଣରେ ଗୁରୁତର ମାନଙ୍କୁ ବାଲିକୁଦା ମେଡିକଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ସମୀର ସାହୁ ବାଲିକୁଦା ଥାନାରେ ଅଟକ ରଖିଛି ପୁଲିସ।

ଖବର ଅନୁଯାୟୀ, ଅଭିଯୁକ୍ତ ନାଁରେ ପୂର୍ବରୁ ବହୁ ମାମଲା ରହିଛି। ଅଭିଯୁକ୍ତ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇ ଜେଲରୁ ଫେରାର ପରେ ଏପରି ହତ୍ୟାକାଣ୍ଡ ଘଟାଇଛି।

ନୂଆବର୍ଷରେ ଅଭାବନୀୟ କାଣ୍ଡ: ପୁଅର ଛୁରା ମାଡରେ ବାପାର ମୃତ୍ଯୁ
ଦେବଗଡ଼: ନୂଆବର୍ଷରେ ଅଭାବନୀୟ କାଣ୍ଡ । ଦେବଗଡ଼ ଥାନା ଅନ୍ତର୍ଗତ କାଉଁସିବାହାଳ ଗ୍ରାମରେ ପୁଅର ଛୁରା ମାଡରେ ବାପାର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ୭୦ ବର୍ଷୀୟ ବୃଦ୍ଧ ରତ୍ନାକର ପ୍ରଧାନ। ଅଭିଯୁକ୍ତ ପୁଅ ଦୁର୍ଯ୍ୟୋଧନକୁ ଦେବଗଡ଼ ଥାନା ପୁଲିସ କାବୁ କରିଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚିଛି। ଆଇଆଇସି ସୁରେନ୍ଦ୍ର ନାୟକ ଘଟଣାର ତଦନ୍ତ ଆରମ୍ଭ କରିବା ସହ ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ କରିଛନ୍ତି। ଏଥିସହ ମୃତଦେହକୁ ବ୍ୟବଛେଦ ପାଇଁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିବା ଜଣା ପଡିଛି।