12 Rashi - The Sakala
ବୈଦିକ ଜ୍ୟୋତିଷରେ ଗ୍ରହଙ୍କ ରାଶି ପରିବର୍ତ୍ତନକୁ ଖୁବ୍ ମହତ୍ତ୍ବପୂର୍ଣ୍ଣ ବୋଲି ବିଚାର କରାଯାଏ। ୨୦୨୩ରେ ଶନି, ଗୁରୁ ଓ ରାହୁ-କେତୁଙ୍କ ଭଳି ପ୍ରଭାବଶାଳୀ ଗ୍ରହଙ୍କ ରାଶି ପରିବର୍ତ୍ତନ ଦେଖିବାକୁ ମିଳିବ। ଶନି ଅନ୍ୟ ସମସ୍ତ ଗ୍ରହଠାରୁ ଧୀର ଗତିରେ ଚାଲୁଥିବା କୁହାଯାଏ। ତେବେ ନୂଆବର୍ଷ ପ୍ରାରମ୍ଭରୁ ଶନିଙ୍କ ରାଶି ପରିବର୍ତ୍ତନ ଦେଖିବାକୁ ମିଳିବ। ୨୦୨୩ ମସିହା ଜାନୁଆରି ୧୭ରେ ଶନି କୁମ୍ଭ ରାଶିକୁ ଗୋଚର କରିବେ। କୁମ୍ଭ ରାଶି ହେଉଛି ଶନିଙ୍କ ସ୍ବରାଶି। ଶନିଙ୍କ ମକର ରାଶି ଯାତ୍ରା ପରେ କୁମ୍ଭ ରାଶିରେ ପ୍ରବେଶ କରିବା ମାତ୍ରେ କିଛି ରାଶିଙ୍କୁ ଶନିଙ୍କ ସାଢ଼େ ସାତିରୁ ମୁକ୍ତି ମିଳିବ ତ ଆଉ କେତେକ ରାଶି ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିବ।
ଶନିଙ୍କ ସାଢ଼େ ସାତି: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ନ୍ୟାୟ ଓ କର୍ମଫଳଦାତା ବୋଲି କୁହାଯାଇଛି। ଶନିଙ୍କ ସାଢ଼େ ସାତିର ପ୍ରଭାବ ଅତ୍ୟନ୍ତ କଷ୍ଟଦାୟକ। କୌଣସି ଜାତକରେ ଶନିଙ୍କ ସାଢ଼େ ସାତି ଲାଗିଲେ, କ୍ରମାଗତ ସେମାନଙ୍କ କାର୍ଯ୍ୟର ଅସଫଳତା ଓ ବିଘ୍ନ ଘଟିଥାଏ। ଏହି ସାଢ଼େ ସାତିର ପ୍ରଭାବ ସାତବର୍ଷ ପର୍ଯ୍ୟନ୍ତ ହିଥାଏ।
କେଉଁ ରାଶି ଉପରେ ପଡ଼ିବନି ପ୍ରଭାବ: ଜାନୁଆରୀ ୧୭ରେ କୁମ୍ଭ ରାଶିକୁ ପ୍ରବେଶ କରିବା ମାତ୍ରେ ଧନୁରାଶି ଲୋକଙ୍କୁ ସାଢ଼େ ସାତିରୁ ମୁକ୍ତି ମିଳିବ। ସେହିପରି ତୁଳା ଓ ମିଥୁନ ରାଶି ଜାତକ ଉପରେ ଏହାର ପ୍ରଭାବ ସମାପ୍ତ ହେବ। ଏହିପ୍ରକାରେ ଧନୁ, ତୁଳା ଓ ମିଥୁନ ରାଶି ଲୋକଙ୍କ ଉପରେ ଅନୁକୂଳ ପ୍ରଭାବ ଦେଖିବାକୁ ମିଳିବ। ସେମାନଙ୍କୁ କାର୍ଯ୍ୟରେ ସଫଳତା ମିଳିବ। ସମାଜରେ ମାନ, ସମ୍ମାନ ଏବଂ ଯଶ ପ୍ରାପ୍ତି ହେବ।
କେଉଁ ରାଶିରେ ଆରମ୍ଭ ହେବ ସାଢ଼େ ସାତି: ଗୋଟିଏ ପଟେ କିଛି ରାଶିଙ୍କ ଉପରେ ଶନିଙ୍କ ସାଢ଼େ ସାତିର ପ୍ରଭାବ ଶେଷ ହେଉଥିବା ବେଳେ ଆଉ କେତେକ ରାଶି ଉପରେ ଏହାର ପ୍ରଭାବ ଆରମ୍ଭ ହେବ। ମୀନ ରାଶି ଉପରେ ଶନିଙ୍କ ପ୍ରଥମ ଚରଣ ଆରମ୍ଭ ହେବ। ସେହିପରି ମକର ଓ କୁମ୍ଭ ଉପରେ ବି ଏହି ବର୍ଷ ଶନିଙ୍କ ସାଢ଼େ ସାତି ଜାରି ରହିବ। ଏହା ବାଦ୍ କର୍କଟ ଓ ବିଛା ରାଶି ଉପରେ ଏହାର ପ୍ରଭାବ ପଡ଼ିବ। ମକର ରାଶି ଉପରେ ଶନିଙ୍କ ସାଢ଼େ ସାତିର ତୃତୀୟ ଚରଣ ଆରମ୍ଭ ହେବ। ଏହା ଦ୍ବାରା କିଛି ଶୁଭ ଫଳ ଏହି ରାଶି ଲୋକଙ୍କୁ ମିଳିବ।
୩୦ ବର୍ଷ ପରେ ସ୍ବରାଶିରେ ଶନିଙ୍କ ପ୍ରବେଶ: ବୈଦିକ ଜ୍ୟୋତିଷ ଅନୁସାରେ ଶନି ଗ୍ରହ ୩୦ ବର୍ଷ ପରେ ସ୍ବରାଶି କୁମ୍ଭରେ ପ୍ରବେଶ କରିବେ। ୨୦୨୩ ଜାନୁଆରୀ ୧୭ରେ ନିଜସ୍ବ ରାଶି କୁମ୍ଭରେ ପ୍ରବେଶ କରିବେ। ଶନି କୁମ୍ଭ ରାଶିରେ ପ୍ରବେଶ କରି ୨୦୨୫ ପର୍ଯ୍ୟନ୍ତ ଏହି ରାଶିରେ ବିରାଜମାନ କରିବେ। ତେବେ ଏହା ହେବ କୁମ୍ଭରାଶି ପାଇଁ ଶନିଙ୍କ ସଢ଼େ ସାତିର ଦ୍ବିତୀୟ ଚରଣ। ଦ୍ବିତୀୟ ଚରଣ ଖୁବ୍ ଭୟଙ୍କର। କାରଣ ଏହା ମାନସିକ, ଶାରୀରିକ ଓ ଆର୍ଥିକ ଦୃଷ୍ଟିରୁ କଷ୍ଟ ଦେଇଥାଏ। ତେବେ ଏହା ଶନିଙ୍କ ସ୍ବରାଶି ହୋଇଥିବାରୁ ସେତେଟା କଷ୍ଟଦାୟକ ରହିବ ନାହିଁ। କିଛି ମାମଲାରେ ଲାଭ ମଧ୍ୟ ମିଳିବ। କୋର୍ଟ କଚେରି ଏବଂ ପରୀକ୍ଷାରେ ସଫଳତା ମିଳିବ। ସପ୍ତମ ଦୃଷ୍ଟି ଯୋଗୁଁ ଦାମ୍ପତ୍ୟ ଜୀବନ ଅଶାନ୍ତି ଭିତରେ ଗତି କରିବ।
ତିନି ରାଶିରେ ଗଜଲକ୍ଷ୍ମୀ ଯୋଗ:
ଜ୍ୟୋତିଷ ଶାସ୍ତ୍ରରେ ଗୁରୁଙ୍କର ସ୍ବତନ୍ତ୍ର ସ୍ଥାନ ଅଛି। ୨୦୨୩ରେ ଦେବ ଗୁରୁ ବୃହସ୍ପତି ଏପ୍ରିଲ ୨୨ରେ ନିଜସ୍ବ ରାଶି ମୀନରୁ ବାହାରି ମେଷ ରାଶିରେ ଗୋଚର କରିବେ। ବୃହସ୍ପତି ଯେତେେବଳେ ରାଶି ପରିବର୍ତ୍ତନ କରନ୍ତି, ତାହାର ଶୁଭ ଓ ଅଶୁଭ ପ୍ରଭାବ ସବୁ ରାଶି ଜାତକଙ୍କ ଜୀବନ ଉପରେ ପଡ଼ିଥାଏ। ଏପ୍ରିଲ ୨୨ରୁ ଯେବେ ଗୁରୁ ମଙ୍ଗଳ ରାଶିରୁ ମେଷ ରାଶିକୁ ପ୍ରବେଶ କରିବେ, ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେବ। ଏହି ରାଜଯୋଗ ଯୋଗୁଁ କେତେକ ରାଶିଙ୍କ ଭାଗ୍ୟରେ ଉନ୍ନତି ପରିଲକ୍ଷିତ ହେବ।
ମେଷ: ମେଷ ରାଶି ବ୍ୟକ୍ତିବିଶେଷଙ୍କର ଆର୍ଥିକ ଦୃଷ୍ଟିରୁ ଲାଭ ମିଳିବ। କ୍ୟାରିୟରରେ ନୂଆ ସଫଳତା ପାଇବେ। ଚାକିରିରେ ପଦୋନ୍ନତି ହେବ। ବ୍ୟବସାୟୀଙ୍କୁ ଲାଭ ମିଳିବ। ଦାମ୍ପତ୍ୟ ଜୀବନ ସୁଖ ଓ ଶାନ୍ତିମୟ ହେବ।
ମିଥୁନ: ଗଜଲକ୍ଷ୍ମୀ ଯୋଗ ଯୋଗୁଁ ମିଥୁନ ରାଶି ଲୋକ ଖୁବ୍ ଲାଭବାନ୍‌ ହେବେ। ପ୍ରତିଟି କ୍ଷେତ୍ରରେ ଭାଗ୍ୟର ସହଯୋଗ ମିଳିବ। ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇବ। ପୁରୁଣା ନିବେଶରୁ ଲାଭ ଯୋଗ ସହ ଆୟ ବୃଦ୍ଧି ପାଇବ।
ଧନୁ: ଧନୁ ରାଶି ବ୍ୟକ୍ତିବିଶେଷଙ୍କର ଅଚାନକ ଧନଲାଭ ହେବ। କାରବାରରେ ବଡ଼ ଉପଲବ୍ଧି ହାସଲ କରିବେ। ଚାକିରିରେ ପଦୋନ୍ନତି ହେବ। ପ୍ରେମିକ- ପ୍ରେମିକଙ୍କ ପାଇଁ ଉତ୍ତମ ସମୟ। ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ, ଏହା ହେବ ଅନୁକୂଳ ସମୟ।
ନବବର୍ଷ  ୨୦୨୩।  ନୂତନ ବର୍ଷ ଅୟମାରମ୍ଭରେ ଅନଳ ସମ୍ବତ୍ସରରେ ସୌରମାନ ଧନୁ ୧୭ ଦିନ, ଚାନ୍ଦ୍ରମାନ ପୌଷ ଶୁକ୍ଳ ପକ୍ଷ ଦଶମୀ ତିଥି, ଅଶ୍ବିନୀ ନକ୍ଷତ୍ର,ମେଷ ଚନ୍ଦ୍ର,  ଶିବଯୋଗ, ତୈଳିକ କରଣ ରବିବାର ଜାନୁଆରୀ ୧ ତାରିଖ ମଧ୍ୟ ରାତ୍ରି ଜନ୍ମଜାତକରେ କନ୍ୟାଲଗ୍ନ, ଦ୍ବିତୀୟରେ କେତୁ, ଚତୁର୍ଥରେ  ରବି, ବୁଧ, ପଞ୍ଚମରେ ଶୁକ୍ର ସହ ଶନି, ସପ୍ତମରେ ବୃହସ୍ପତି, ଅଷ୍ଟମରେ ଚନ୍ଦ୍ର ରାହୁ ତଥା ଭାଗ୍ୟ ସ୍ଥାନରେ ମଙ୍ଗଳ ଅବସ୍ଥାନ କରିଛନ୍ତି।  ଏହାକୁ ବିଚାରକୁ ନେଲେ, କିଭଳି ରହିବ ରାଶି ନକ୍ଷତ୍ରଙ୍କ ପ୍ରଭାବ! କେଉଁ ରାଶିର ବ୍ୟକ୍ତିଙ୍କ ଜୀବନରେ ନୂତନ ବର୍ଷ ଆଣିଦେବ ସୁଖ,  ସମୃଦ୍ଧି,ଆନନ୍ଦ, ଉଲ୍ଲାସ। କାହା ପାଇଁ ରହିଛି ଅଶୁଭ ସୂଚନା।  ୨୦୨୩ ମସିହାରେ ରାଶି ଅନୁଯାୟୀ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ, ପାରିବାରିକ ଜୀବନ, ସାମାଜିକ ପ୍ରତିଷ୍ଠା, ଅର୍ଥନୈତିକ ସ୍ଥିତି କିଭଳି ରହିବ। ଏ ସବୁକୁ ନେଇ ଜ୍ୟୋତିଷଶାସ୍ତ୍ର ଗଣନା ଆଧାରରେ ନିର୍ଣ୍ଣୟ କରାଯାଇଛି  ବର୍ଷ  ୨୦୨୩ର ୧୨ଟି ରାଶିର ଶୁଭ ଓ ଅଶୁଭର ସମ୍ୟକ ସ୍ଥୂଳ ଭବିଷ୍ୟବାଣୀ।
ମେଷ
ସ୍ବାସ୍ଥ୍ୟ :  ସ୍ବାସ୍ଥ୍ୟାଧିପତି ବୁଧଙ୍କୁ ଦୁଇ ପ୍ରମୁଖ  ପାପ ଗ୍ରହ ରାହୁ ଓ  ମଙ୍ଗଳଙ୍କ ପୂର୍ଣ୍ଣ ଦୃଷ୍ଟି ହେତୁ, ପ୍ରଥମ ଛଅ ମାସ  ପୁରାତନ ରୋଗ ଚର୍ମ, ମୂତ୍ର ବିକାର, ମାନସିକ ଅସନ୍ତୁଳ, ଅର୍ଶ ଆଦି ରୋଗରେ ପୀଡ଼ିତ ହେବ। ଫଳରେ ମାନସିକ ଚାପଗ୍ରସ୍ତ ରହିବେ। ଚଳିତ ବର୍ଷ ଜୁନ୍‌ ପରଠାରୁ ମାନସିକ ବିଷାଦଠାରୁ ଦୂରେଇ ରହିବା ସହ ସମସ୍ତ ପ୍ରକାର ରୋଗରୁ ମୁକ୍ତି ପାଇବେ। ମେ’  ଓ ଜୁନ ମାସ ମଧ୍ୟରେ ଆକସ୍ମିକ ଦୁର୍ଘଟଣାର ଶିକାର ହୋଇପାରନ୍ତି।
ପରିବାର :  ବାକ୍‌ ସଂଯମତା ତଥା ନିଜକୁ ନିୟନ୍ତ୍ରଣ ନ କଲେ ବହୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ। ଅଯଥା ବାଦବିବାଦ,ଜମିଜମା ସଂକ୍ରାନ୍ତୀୟ ପରିଚାଳନା ତଥା ପ୍ରତିହିଂସା ପରାୟଣ ଚିନ୍ତଧାରାକୁ ଦୂରେଇ ଦେଇପାରିଲେ  ବହୁ  ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଦ୍ବାରା ପରିବାରରେ ବର୍ଷସାରା ସୁଖଶାନ୍ତି ପାଇବା ସହ ନିଜ ଆତ୍ମମର୍ଯ୍ୟାଦା ବୃଦ୍ଧି ପାଇବ। ଆତ୍ମସନ୍ତୋଷ ମିଳିବ।
ସାମାଜିକ ପ୍ରତିଷ୍ଠା:  ଦ୍ବିତୀୟାଧିପତି, ସପ୍ତମାଧିପତି ତଥା କର୍ମାଧିପତି କର୍ମରେ ଥିବା ହେତୁ ଆପଣଙ୍କ କ୍ୟାରିୟର, ପଦମର୍ଯ୍ୟାଦା, ନୂତନ କର୍ମରେ ଆଗଭର ମନୋବୃତ୍ତି, ଉଚ୍ଚପଦସ୍ଥ କର୍ମଚାରୀଙ୍କ ନୂତନ କର୍ମପ୍ରେରଣା ଯୋଗୁଁ  ବହୁଦିନର ଆଶା ପୂରଣ ହେବ।
ଅର୍ଥନୈତିକ ଅବସ୍ଥା:  ପାରିପାର୍ଶ୍ବିକ ଦୃଷ୍ଟି ତଥା ନିଜର କର୍ମମୟ ଜୀବନକୁ  ଦଶମ ଓ ଏକାଦଶସ୍ଥ ଶନିଙ୍କ ଯୋଗୁଁ ଆଶା କରୁ ନଥିବା ଦିଗରୁ  ଧନ ପ୍ରାପ୍ତି ହେବ। ନୂତନ ଚିନ୍ତାଧାରାକୁ ସାକାର କରିବା ପାଇଁ ଏକାଧିକ ବ୍ୟକ୍ତି ବିଶେଷଙ୍କ ସାହାଯ୍ୟ ଓ  ସହଯୋଗ ହେତୁ ନୂତନ କର୍ମପ୍ରେରଣା ଜାଗ୍ରତ ହେବ। ସାମାନ୍ୟ  ସତର୍କ ନ ରହିଲେ ଧନ ପାଣି ଭଳି   ଖର୍ଚ୍ଚ ହେବାର ବହୁ ସମ୍ଭାବନା  ରହିଛି। କର୍ମ ପାଇଁ ବହୁବାର ଦୂରଯାତ୍ରା ସମ୍ଭାବନା ରହିଛି।
ବିବାହ:  ଶଯ୍ୟା ସୁଖର ଅଧିପତି ଶଯ୍ୟା ଘରେ ଥିବାରୁ  ଓ ଶୁକ୍ରଙ୍କ ଉତ୍ତମ ଗ୍ରହ ସଂଯୋଗ ହେତୁ,  ଏହି ବର୍ଷ ମେଷ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହେବ। ବିଶେଷ କରି ଅଶ୍ବିନୀ ଜାତ ବ୍ୟକ୍ତିମାନେ, ପୂର୍ବ ଫାଲଗୁନୀ, ଉତ୍ତରା ଫାଲଗୁନୀ, ହସ୍ତା,ଚିତ୍ରା, ବିଶାଖା,ଜ୍ୟେଷ୍ଠା ମୂଳା, ପୂର୍ବ ଭାଦ୍ରପଦ ଓ ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କୁ ସହିତ ବିବାହ କଲେ ବୈବାହିକ ଜୀବନ ସୁଖମୟ ହେବ।
ଛାତ୍ରଛାତ୍ରୀ: ଭାଗ୍ୟାଧିପତି ଦ୍ବାଦଶସ୍ଥ ହେତୁ ସବୁକ୍ଷେତ୍ରରେ  ମନକୁ ଶାନ୍ତ ତଥା ଆତ୍ମସଂଯମତା ରକ୍ଷା କରି ପାରିଲେ, ବହୁ  କ୍ଷେତ୍ରରେ ଉପକୃତ ହେବେ। ଅନାୟାସରେ  ଉଚ୍ଚଶିକ୍ଷା ତଥା  ପ୍ରତିଯୋଗିତାମୂଳକ ପରୀକ୍ଷାରେ ବହୁ ଶୁଭଫଳ ପାଇବେ।
ଦୈବୀ ପ୍ରତିକାର: ପ୍ରତି ମଙ୍ଗଳବାର ଲୁଣ ମିଶ୍ରିତ ଜଳ ଓ ଅନ୍ୟଦିନଗୁଡ଼ିକରେ  ହଳଦୀ ମିଶ୍ରିତ ଜଳରେ ସ୍ନାନ କରିବେ। ସ୍ନାନାନ୍ତେ ଚନ୍ଦନ, ତିଳକ,  ଅତର ବ୍ୟବହାର କରିବା ସହ ହନୁମାନ ଚାଳିଶା ପାଠ କରିବେ। ମନେମନେ ପ୍ରାୟ ସମୟ  ମନ୍ତ୍ର ମାନସିକ ସ୍ତରରେ  ଜପ କରିବେ। ଆଶ୍ଚର୍ଯ୍ୟଭାବେ ଉନ୍ନତିର ପଥ ଦେଖାଦେବ।
ମନ୍ତ୍ର: ‘‘ ଓଁ ନମୋ ହନୁମତେ ଭୟଂଭଞ୍ଜନାୟ ସୁଖଂ କୁରୁ ଫଟ ସ୍ବାହ। ’’
ବୃଷ
ସ୍ବାସ୍ଥ୍ୟ:  ଭାଗ୍ୟାଧିପତି ଶନି ବର୍ଷସାରା ଭାଗ୍ୟ ସ୍ଥାନରେ ଥିବା ଯୋଗଁୁ ପୁରାତନ ରୋଗବ୍ୟାଧିରୁ ମୁକ୍ତି ପାଇବେ। କିନ୍ତୁ ଅନିୟମିତ ଖାଦ୍ୟପେୟ ହେତୁ ପେଟ ରୋଗ ଦେଖାଦେବ। ବେଳେବେଳେ ନିଜର ବାକ୍‌ ସଂଯମତା ଅଭାବ ହେତୁ ମାନସିକ ଅଶାନ୍ତିକୁ ନିଜେ ଆବାହନ କରିବେ।
ପରିବାର : ପାରିବାରିକ କ୍ଷେତ୍ରରେ ମେ’ ମାସ ପର୍ଯ୍ୟନ୍ତ ଅସହଯୋଗ ଓ ଅଶାନ୍ତି ଲାଗି ରହିବ। ମାନସିକ ଭାରସାମ୍ୟ ହରାଇବେ। ଆତ୍ମୀୟସ୍ବଜନଙ୍କ ସହ ମତ ଓ ମତାନ୍ତର ସର୍ବଦା ଲାଗିରହିବ। ବହୁ ପରିଶ୍ରମ ସତ୍ତ୍ବେ ଆତ୍ମୀୟସ୍ବଜନର ପ୍ରିୟଭାଜନ ହୋଇପାରିବେ ନାହିଁ।  ଧାର ଦେଇଥିବା ଧନ  ପାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେବେ।
ସାମାଜିକ ପ୍ରତିଷ୍ଠା: ବର୍ଷର ପ୍ରଥମାର୍ଦ୍ଧ ଅପେକ୍ଷା ଦ୍ବିତୀୟାର୍ଦ୍ଧରେ ସମସ୍ତଙ୍କଠାରୁ ସ୍ନେହ – ସୌହାର୍ଦ୍ଦ୍ୟ ପାଇବେ। ସାମାଜିକ କାର୍ଯ୍ୟ ତଥା ରାଜନୀତି କ୍ଷେତ୍ରରେ ନିଜର ଯଶ, ମାନ ଓ ମର୍ଯ୍ୟାଦା ବୃଦ୍ଧି ପାଇବ । ପ୍ରତିଦ୍ବନ୍ଦ୍ବିତା ତଥା କୋର୍ଟକଚେରୀ ମାମଲାରେ  ଆଶାତୀତ ସଫଳତା ପାଇବେ। ଧର୍ମାନୁଷ୍ଠାନ କ୍ଷେତ୍ରରେ  ନିଜର ମର୍ଯ୍ୟାଦା ବୃଦ୍ଧି ପାଇବ। ଅନେକ କ୍ଷେତ୍ରରେ େଦବୀ କୃପା ହେତୁ ମାନସିକ ଶାନ୍ତି ମିଳିବ।
ଅର୍ଥନୈତିକ ଅବସ୍ଥା: ବ୍ୟବସାୟୀ ତଥା ଚାକିରିଆଙ୍କ ପାଇଁ ଆୟ  ଉତ୍ତମ ରହିବ। କୃଷକମାନେ କୃଷିକାର୍ଯ୍ୟରେ ଲାଭବାନ ହେବେ।  ଆଶା କରୁ ନଥିବା ଦିଗରୁ ଅର୍ଥାଗମ ହେବ। ପୂର୍ବରୁ  କରିଥିବା ଋଣ ଶୁଝିବାର ସୁଯୋଗ ମିଳିବ। ଆୟପତି ଲାଭସ୍ଥାନରେ ଥିବା ଯୋଗୁଁ ଧନ , ଜନ,  ଗୋପଲକ୍ଷ୍ମୀ ଆଦି  ବୃଦ୍ଧି ପାଇବ। ବର୍ଷର ଶେଷ ଭାଗରେ  ନୂତନ ଗୃହ ନିର୍ମାଣ ସହ ଭୂମି କ୍ରୟର ସୁଯୋଗ ମିଳିବ।
ଛାତ୍ରଛାତ୍ରୀ: ବର୍ଷସାରା ଛାତ୍ରଛାତୀମାନେ ଉତ୍ତମ ଫଳ ପାଇବେ। ପରିଶ୍ରମ ତଥା ଅଧ୍ୟୟନ ପ୍ରତି ସର୍ବଦା ଜାଗ୍ରତ ହେବେ। ନିଜର ଅଧ୍ୟବସାୟ ବଳରେ ପ୍ରତିଯୋଗିତା କ୍ଷେତ୍ରରେ ଆଶାତୀତ ଶୁଭ ଫଳ ପାଇବେ।
ଦୈବୀ ପ୍ରତିକାର: ପ୍ରାୟତଃ ଧଳାବସ୍ତ୍ର ପରିଧାନ କରିବେ। ଆଳସ୍ୟ ତ୍ୟାଗ ସହ ସ୍ନାନାନ୍ତେ ମହାଲକ୍ଷ୍ମୀ  ସ୍ତୋତ୍ର ପାଠ କରିବେ। କପାଳରେ ତୁଳସୀ ଗଛର ମାଟିକୁ ତିଳକ କରି ମଥାରେ ଲଗାଇବେ। ମନେମନେ ସର୍ବଦା ନୃସିଂହଲକ୍ଷ୍ମୀଙ୍କୁ ସ୍ମରଣ କରିବେ।
ମିଥୁନ
ସ୍ବାସ୍ଥ୍ୟ:  ସ୍ବାସ୍ଥ୍ୟ ତଥା ରୋଗର ମାଲିକ ଚନ୍ଦ୍ର କ୍ଷେତ୍ରରେ ଥିବା ହେତୁ ବିନା କାରଣରେ ମାନସିକ ଅବସାଦ ଲାଗି ରହିବ। ଜୁନଠାରୁ ଅଗଷ୍ଟ ମାସ ମଧ୍ୟରେ ଅସ୍ତ୍ରୋପଚାରର ଆଶଙ୍କା ଲାଗି ରହିବ। ଶାରୀରିକ କଷ୍ଟ ଭୟ , ଶୋକ ଓ  ମାନସିକ ଅସ୍ଥିରତା ଦେଖାଦେବ। ଦୂରଯାତ୍ରାରେ ଶାରୀରିକ କ୍ଳାନ୍ତି ବୃଦ୍ଧି ପାଇବ। ନିଜର କ୍ରୋଧକୁ ଅକ୍ତିଆରରେ ନ ରଖି ପାରିଲେ ଚିନ୍ତାଗ୍ରସ୍ତ ସହ ଅସ୍ବାସ୍ଥ୍ୟକର ପରିସ୍ଥିତିକୁ ଆମନ୍ତ୍ରଣ କରିବେ।
ପରିବାର: ବର୍ଷର ପ୍ରଥମାର୍ଦ୍ଧରେ ବହୁ ଶୁଭଫଳ ପାଇବେ। ବନ୍ଧୁବର୍ଗ ତଥା ଆତ୍ମୀୟସ୍ବଜନମାନଙ୍କଠାରୁ ସଦାସର୍ବଦା ସାହାଯ୍ୟ ସହଯୋଗ ମିଳିବ। ପାରିବାରିକ ସୁଖଶାନ୍ତି ମିଳିବ। ଦ୍ବିତୀୟାର୍ଦ୍ଧରେ ଭ୍ରାତୃବିବାଦ  ଲାଗି ରହିବ। ପତିପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣାର ଅଭାବ ରହିବ। ପାଖ ପଡ଼ୋଶୀଙ୍କ ଅସହିଷ୍ଣୁ ଭାବ ଲାଗି ରହିବ। ତଥାପି ଭାଗ୍ୟପତି  ଭାଗ୍ୟ ଜାଗାରେ ଥିବା ହେତୁ ସବୁ ସମସ୍ୟାର ସମାଧାନ ହେବ।
ସାମାଜିକ ପ୍ରତିଷ୍ଠା: ବର୍ଷସାରା ସମସ୍ତ କ୍ଷେତ୍ରରେ ନିଜର ଆତ୍ମମର୍ଯ୍ୟାଦା ବୃଦ୍ଧି ପାଇବ। ରାଜନୀତି କ୍ଷେତ୍ରରେ ନିଜର ସ୍ବାଭିମାନ ବଜାୟ ରହିବ। ବିଭିନ୍ନ ଧର୍ମାନୁଷ୍ଠାନ ଓ ସାମାଜିକ କାର୍ଯ୍ୟକଳାପ ଉପରେ ନିଜର ନେତୃତ୍ବ ଯୋଗୁଁ ଖ୍ୟାତି ଓ ଯଶ ବୃଦ୍ଧି ପାଇବ। ଦୂର ଭ୍ରମଣ ସୁଖପ୍ରଦ ହେବ। ନିଜର ଅପ୍ରତ୍ୟାଶିତ ଜ୍ଞାନକୌଶଳ ଯୋଗୁଁ ସମସ୍ତ କର୍ମକ୍ଷେତ୍ରରେ ସହଯୋଗପୂର୍ଣ୍ଣ ଓ ସୌଭାଗ୍ୟ ବୃଦ୍ଧିପାଇବ। ସଦାସର୍ବଦା ସମାଜରେ ପ୍ରତିଷ୍ଠିତ ଖ୍ୟାତିସଂପନ୍ନ ଲୋକମାନଙ୍କଠାରୁ  ସାହାଯ୍ୟ ଓ  ସହାନୁଭୂତି ମିଳିବ।
ଅର୍ଥନୈତିକ ଅବସ୍ଥା:
ବର୍ଷର ପ୍ରଥମାର୍ଦ୍ଧ ଅପେକ୍ଷା ଦ୍ବିତୀୟାର୍ଦ୍ଧରେ ନିଜର ଶୁଭଫଳ ପାଇବେ। ଅଚାନକ ଆଶା କରୁ ନଥିବା ଦିଗରୁ ଧନ ପ୍ରାପ୍ତି ହେବ। ବ୍ୟବସାୟ ବାଣିଜ୍ୟରେ ଭାଗ୍ୟୋଦୟ ହେବ। ଭାଗୀଦାରି  ବ୍ୟବସାୟ ଦିଗଟି ଉତ୍ତମ ରହିବ। ଜୀବନବୀମା ଓ  ସେୟାର୍‌ ମାର୍କେଟ ଦିଗରୁ ବହୁ ଶୁଭଫଳ ପାଇବେ। ଭୂସମ୍ପତ୍ତି ଓ ଗୃହ ନିର୍ମାଣ କ୍ଷେତ୍ରରେ ଆଶାତୀତ ସଫଳତା ପାଇବେ। ଚାଷ ଜମିରୁ, ସରକାରୀ କଳରୁ,  ବହୁ ଦିଗରୁ ତଥା ଅଭୁତ ଧରଣର ବ୍ୟବସାୟ ଦିଗରୁ ବହୁଧନ ଅର୍ଜନ କରିବେ। ଏକାଦଶସ୍ଥ ରାହୁ  ସ୍ବଦେଶରେ ଭାଗ୍ୟୋଦୟ ସହ ଅନେକ ଐଶ୍ବର୍ଯ୍ୟ ପ୍ରଦାନ କରିବେ। ରାଜକୃପାର ଅଧିକାରୀ ହେବେ।
ଛାତ୍ରଛାତ୍ରୀ:  ବର୍ଷସାରା ଛାତ୍ରଛାତ୍ରୀମାନଙ୍କ ପାଇଁ ଭାଗ୍ୟୋଦୟ ହେବ। ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ଉଚ୍ଚଶିକ୍ଷା ପାଇଁ ଦୂରଯାତ୍ରାରେ ଶୁଭଫଳ ପାଇବେ। ଧନ୍ଦାମୂଳକ ବୈଷୟିକ ଶିକ୍ଷାର ନିଜର ଅଭୀଷ୍ଟ ପୂରଣ ହେବ।
ଦୈବୀ ପ୍ରତିକାର: ସ୍ନାନାନ୍ତେ ଶ୍ରୀଜଗନ୍ନାଥଷ୍ଟକ ସହ ହନୁମାନ ଚାଳିଶା ପାଠ କରନ୍ତୁ । ଦୂରଯାତ୍ରାରେ ନିଜ ପାଖରେ ତୁଳସୀ ପତ୍ର ରଖନ୍ତୁ । ହଳଦୀ ଓ ହରିଡ଼ାକୁ ଘୋରି ମସ୍ତକରେ ତିଳକ କରି ଲଗାନ୍ତୁ।
କର୍କଟ
ସ୍ବାସ୍ଥ୍ୟ: ଅଷ୍ଟମସ୍ଥ ଶନି, ନବମ ଦଶମସ୍ଥ ବୃହସ୍ପତି ତଥା ଦଶମସ୍ଥ ରାହୁ ଯୋଗଁୁ ପୁରାତନ ରୋଗର ସମସ୍ୟା ଦେଖାଦେବ। ହୃଦ୍‌ରୋଗ, କଫ ତଥା ଶିରାପୀଡ଼ାର ଶିକାର ହେବେ। ଆଚରଣ, ବ୍ୟବହାର ତଥା ଅସ୍ବାଭାବିକ ସଂଯମର ଅଭାବ ହେତୁ ମାନସିକ ବ୍ୟାଧିର ଶିକାର ହେବେ। ସାମୟିକ ମୂତ୍ରାଶୟ ଜନିତ ରୋଗ ଯୋଗଁୁ ବହୁ ଖର୍ଚ୍ଚାନ୍ତ ହେବେ।
ପରିବାର : ବାକ୍‌ ସଂଯମତାର ଅଭାବ ଯୋଗଁୁ ପାରିବାରିକ ଜୀବନରେ ବିଶୃଙ୍ଖଳା  ଦେଖାଦେବ। ତଥାପି ଦେବଗୁରୁ ବୃହସ୍ପତିଙ୍କ ଯୋଗୁଁ ମାଙ୍ଗଳିକ କାର୍ଯ୍ୟ ସିଦ୍ଧିପ୍ରାପ୍ତି ହେବ। ନୂତନ ବନ୍ଧୁମାନଙ୍କ  ଆଗମନ ହେତୁ ନିଜର ଅଭୀଷ୍ଟପୂର୍ଣ୍ଣ ହେବ। ସହକର୍ମୀମାନଙ୍କ ସାହାଯ୍ୟ ସହାନୁଭୂତି ଲାଭପ୍ରଦ ହେବ। ଶତ୍ରୁ ପୀଡ଼ା ଦୂର ହେବ ଏବଂ ଶତ୍ରୁମାନେ ପରାଜିତ େହବେ। ସନ୍ତାନସୁଖ ମିଳିବ। କର୍ମକ୍ଷେତ୍ରରେ ଶୁଭାଶ୍ରିତ ଫଳ ପ୍ରାପ୍ତି ହେବ।
ସାମାଜିକ ପ୍ରତିଷ୍ଠା:  ବିଭିନ୍ନ ଧର୍ମାନୁଷ୍ଠାନ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାଜନୀତି କ୍ଷେତ୍ରରେ ନିଜର ମାନମର୍ଯ୍ୟାଦା ବୃଦ୍ଧି ପାଇବ। ସରକାରୀ କଳ,  ଆତ୍ମୀୟସ୍ବଜନଙ୍କ କ୍ଷେତ୍ରରେ ସମ୍ମାନ ଓ  ଯଶର ଅଧିକାରୀ ହେବେ। ବହୁ ତୀର୍ଥସ୍ଥଳ ଭ୍ରମଣର ସୁଯୋଗ ମିଳିବ। ଉଚ୍ଚ ସରକାରୀ ପଦପଦବିରେ ନିଜର ଅଭିଳାଷ  ପୂରଣ ହେବ। ଦୈବୀକୃପାରୁ ଖ୍ୟାତିସଂପନ୍ନ  ହେବେ। କର୍ମକ୍ଷେତ୍ରରେ ମତାନ୍ତର ଦୂର ହେବ।
ଅର୍ଥନୈତିକ ଅବସ୍ଥା: ପ୍ରଥମାର୍ଦ୍ଧ ଅପେକ୍ଷା ଦ୍ବିତୀୟାର୍ଦ୍ଧରେ ବହୁ ଅର୍ଥ ଆଗମନର ସୂଚନା ମିଳିବ। ଦେଶବିଦେଶରୁ ଆର୍ଥିକ ଉନ୍ନତି ସହ ରାଜପୂଜିତ ହେବେ। ବହୁ ଲୋକଙ୍କୁ ଖାଦ୍ୟ ଓ ଆତିଥ୍ୟ ପ୍ରଦାନ ଦ୍ବାରା ନୂତନ ଆର୍ଥିକ ଉନ୍ନତି ଦେଖାଦେବ। ବାଣିଜ୍ୟ ବ୍ୟବସାୟ ଦିଗରେ ଅନୁକୂଳ  ପରିସ୍ଥିତି ଦେଖାଦେବ। ଅଂଶୀଦାର ବ୍ୟବସାୟ ଦିଗରେ ସର୍ତକତା ଅବଲମ୍ବନ ନକଲେ ଆର୍ଥିକହାନିର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। କର୍ମଜୀବୀ ତଥା ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବ।
ଛାତ୍ରଛାତ୍ରୀ : ଛାତ୍ରଛାତ୍ରୀମାନଙ୍କ ଅଧ୍ୟବସାୟ ବୃଦ୍ଧି ପାଇବ। ଉଚ୍ଚଶିକ୍ଷାରେ ନିଜର ଅଭୀଷ୍ଟ ଓ ଅଭିଳାଷ ପୂରଣ ହେବ। ପରିଶ୍ରମ ବ୍ୟର୍ଥ ହେବ ନାହିଁ। ବିଦେଶରେ ଉଚ୍ଚଶିକ୍ଷାର ସମ୍ପୂର୍ଣ୍ଣ ସୁଯୋଗ ମିଳିବ। ପ୍ରତିଦ୍ବନ୍ଦ୍ବିତାମୂଳକ ପରୀକ୍ଷାରେ ସହଜରେ କୃତକାର୍ଯ୍ୟ ହେବେ।
ଦୈବୀ ପ୍ରତିକାର : ସବୁଦିନେ ହଳଦୀ ଜଳରେ ସ୍ନାନ କରନ୍ତୁ। ପ୍ରତି ଗୁରୁବାର ଦିନ ମା’ ତାରିଣୀଙ୍କ ପାଖକୁ  ନଡ଼ିଆ ପଠାନ୍ତୁ। ନିଜର ଇଷ୍ଟ ଦେବଦେବୀଙ୍କୁ ସ୍ମରଣ କରନ୍ତୁ। ଗୁରୁଜନମାନଙ୍କୁ ଓ ଦିବ୍ୟାଙ୍ଗମାନଙ୍କୁ ଉତ୍ତମ ବ୍ୟବହାର କରନ୍ତୁ।
ସିଂହ
ସ୍ବାସ୍ଥ୍ୟ: ଖାଦ୍ୟପେୟରେ ଅସଂଯମତା ତଥା ନିଜ ପ୍ରତି ଅବହେଳା ଯୋଗଁୁ ବର୍ଷର ପ୍ରଥମାର୍ଦ୍ଧରେ ପ୍ରାୟତଃ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ସ୍ବାସ୍ଥ୍ୟଗତ ସମସ୍ୟା ସହ ମାନସିକ ଅବସାଦ ଯୋଗୁଁ ବିଭିନ୍ନ ରୋଗର ଶିକାର ହେବେ। ମଧୁମେହ, ଉଦର , କର୍ଣ୍ଣରୋଗ ଓ ରକ୍ତଚାପ ଅଚାନକ ଦେଖାଦେବ। ମାନସିକ ଚାପ ବୃଦ୍ଧି ପାଇବ। ପୁରୁଣା ରୋଗର ପ୍ରକୋପ ଯୋଗଁୁ ମାନସିକ ଅସ୍ଥିରତା ତଥା ନୈରାଶ୍ୟ ମନୋଭାବ ଦେଖାଦେବ।
ପରିବାର:  ବର୍ଷର ପ୍ରଥମାର୍ଦ୍ଧ ଶୁଭାଶୁଭ ମିଶ୍ରିତ ଫଳ ପାଇବେ। ଦ୍ବିତୀୟାର୍ଦ୍ଧର ଭ୍ରାତୃ ବିବାଦ, ଦାମ୍ପତ୍ୟ ଜୀବନରେ ଅଶାନ୍ତି ତଥା ପାରିବାରିକ ସମସ୍ୟା ବୃଦ୍ଧି ପାଇବ। ନୀଚ କର୍ମରେ ଆସକ୍ତ, ବିବେଚନା ଶୂନ୍ୟ ମନୋଭାବ ତଥା ପୈତୃକ ସମ୍ପତ୍ତିକୁ ନେଇ ସଦାସର୍ବଦା ଦ୍ବନ୍ଦ୍ବ ଦେଖାଦେବ। ପଡ଼ୋଶୀ ତଥା ପରିବେଶ ଓ ପାରସ୍ପରିକ ବୁଝାମଣାର  ଅଭାବ ପରିଲକ୍ଷିତ ହେବ। ନିଜର ଗର୍ବ ମନୋଭାବ ଯୋଗୁଁ ଆତ୍ମୀୟସ୍ବଜନଙ୍କ ସହ ମତାନ୍ତର ଲାଗିରହିବ। ସତର୍କ ନ ରହିଲେ ବୈବାହିକ ଜୀବନ ବିଘ୍ନକାରକ  ଓ ବିଡ଼ମ୍ବନାଯୁକ୍ତ ହେବ।
ସାମାଜିକ ପ୍ରତିଷ୍ଠା:  ବର୍ଷର ମଧ୍ୟଭାଗରୁ ବର୍ଷସାରା ଦେବଗୁରୁ ବୃହସ୍ପତି ନବମସ୍ଥ  ରାହୁ ଯୋଗୁଁ ବହୁ ଦେଶ ବିଦେଶ ଭ୍ରମଣର ସୁଯୋଗ ମିଳିବ। ମ୍ଳେଚ୍ଛ, ନିମ୍ନବର୍ଗର ଲୋକମାନଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇବେ।  ବହୁ ପ୍ରତିଷ୍ଠାନ ସହ ଜଡ଼ିତ ରହି ରାଜପୂଜିତ ହେବେ। ବହୁ ତୀର୍ଥସ୍ଥାନ ଭ୍ରମଣ କରିବେ, କୂଟନୈତିକ ତଥା ରାଜନୈତିକ କ୍ଷେତ୍ରରେ ଆଶାତୀତ ଉନ୍ନତି କରିବେ। ଗୁରୁଜନମାନଙ୍କଠାରୁ ଯଥେଷ୍ଟ ସାହାଯ୍ୟ ସହାନୁଭୂତି ପାଇବେ।
ଅର୍ଥନୈତିକ ଅବସ୍ଥା : ବର୍ଷସାରା ଅର୍ଥନୈତିକ ଅବସ୍ଥା ଉତ୍‌ଥାନ ପତନ ଦେଇ  ଗତି କରିବ। ନବମସ୍ଥ ରାହୁଙ୍କୁ ଶନିଙ୍କ ପୂର୍ଣ୍ଣଦୃଷ୍ଟି ହେତୁ କୋର୍ଟକଚେରୀ ମାମଲାରେ ଅଯଥା ଛନ୍ଦି ହେବେ। ମାନସିକ ଧୈର୍ଯ୍ୟ ତଥା ସହନଶୀଳତା ରକ୍ଷା କରି ନ ପାରିଲେ ଅର୍ଥାଗମ ପାଇଁ ପ୍ରତିକୂଳ ପରିବେଶ ନିଜେ ହିଁ ସୃଷ୍ଟି କରିବେ। ରାଜନୈତିକ ଶତ୍ରୁତା ବୃଦ୍ଧି ଯୋଗୁଁ ଅଯଥା ଖର୍ଚ୍ଚାନ୍ତ ହେବେ। ବ୍ୟବସାୟ କ୍ଷେତ୍ରରେ ବାରମ୍ବାର ସଂଘର୍ଷ କରିବାକୁ  ପଡ଼ିବ।
ଛାତ୍ରଛାତ୍ରୀ : ବର୍ଷର ପ୍ରଥମାର୍ଦ୍ଧ  ମିଶ୍ରିତ ଫଳ ପ୍ରଦାନ କରିବ। ମାନସିକ ସନ୍ତୁଳନ ବ୍ୟାହତ ହେବ। ସାମାନ୍ୟ ଭୁଲ ପାଇଁ ପ୍ରତିଯୋଗିତାମୂଳକ  ପରୀକ୍ଷାରେ ବହୁ ସମସ୍ୟା ଦେଖାଦେବ। ନିଜର ଉଦ୍ୟମ ଓ ଆନ୍ତରିକ ଚେଷ୍ଟାର ଅଭାବ ପରିଲକ୍ଷିତ ହେବ।
ଦୈବୀ ପ୍ରତିକାର : ପ୍ରତ୍ୟେକ ଦିନ ସ୍ନାନ ଜଳରେ ରାଶି ମିଶାଇ ସ୍ନାନ କରନ୍ତୁ। ଉଦିତ ସୂର୍ଯ୍ୟଙ୍କୁ ପ୍ରଣାମ କରନ୍ତୁ। ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।
କନ୍ୟା
ସ୍ବାସ୍ଥ୍ୟ : ଭାଗ୍ୟାଧିପତି ବୁଧଙ୍କ ପ୍ରତି, ଦୁଇ ପାପ ଗ୍ରହ ମଙ୍ଗଳ ଓ ରାହୁଙ୍କ ପୂର୍ଣ୍ଣ ଦୃଷ୍ଟି ହେତୁ ଅଧିକାଂଶ ସମୟ ମାନସିକ ଅବସାଦ ଓ ଅସୁସ୍ଥତା ସଦାସର୍ବଦା ଲାଗି ରହିବ। ମନର ସ୍ଥିରତା, ଧୈର୍ଯ୍ୟ ଓ ସାହସିକତାର ଅଭାବ  ପରିଲକ୍ଷିତ ହେବ। ସ୍ନାୟୁଗତ ଦୁର୍ବଳତା ସହ ଯକୃତ୍‌, ମୂତ୍ରାଶୟ , ଲିଭର୍‌ ଓ ହାଡ଼ଜନିତ ପୀଡ଼ା ତଥା ଅମ୍ଳଜନିତ ଜଟିଳ ରୋଗର ଶିକାର ହୋଇପାରନ୍ତି।  ବର୍ଷର ଶେଷ ଭାଗରେ ଜଳଜନିତ ରୋଗ ତଥା ଅସୁସ୍ଥତାକୁ ଅଣଦେଖା କରିବା ଉଚିତ ନୁହେଁ।
ପରିବାର: ଦାମ୍ପତ୍ୟ କଳହ ବାରମ୍ବାର ଲାଗି ରହିବ। ଭ୍ରାତୃବିବାଦ ତଥା ପୈତୃକ ସମ୍ପତ୍ତିକୁ ନେଇ କୋର୍ଟ କଚେରୀ ମାମଲାରେ ଅଯଥା ଲିପ୍ତ ରହିବେ। ପାରିବାରିକ ଜୀବନ ବିଶୃଙ୍ଖଳିତ ହେବ। ନିଜର କଥାବର୍ତ୍ତା ଓ ଆଚରଣ ବିଧିରେ ଅସ୍ବାଭାବିକତା ଯୋଗଁୁ ପ୍ରାୟ ଅନେକ କ୍ଷେତ୍ରରେ ସମାଲୋଚନାର ଶିକାର ହେବେ। ଶତ୍ରୁ ସଂଖ୍ୟା ବୃଦ୍ଧି ପାଇବ। ବହୁ ସତର୍କତା ଅବଲମ୍ବନ କଲେ ମଧ୍ୟ ମାନସିକ ଶାନ୍ତି ବ୍ୟାହତ ହେବ।
ସାମାଜିକ ପ୍ରତିଷ୍ଠା:  ସାମାଜିକ ପ୍ରତିଷ୍ଠା ଦିଗରେ ଉଭୟ ଶୁଭ ଓ ଅଶୁଭ ଫଳ ମିଳିବ। ନିଜର ଆତ୍ମୀୟସ୍ବଜନଙ୍କ ସହିତ ବିରୋଧାଭାସ ଲାଗି ରହିଲେ ମଧ୍ୟ ନିଜର ସ୍ବତନ୍ତ୍ର୍ୟତା ଉପରେ ଆଞ୍ଚ ଆସିବ ନାହିଁ। ରାଜନୀତି କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ନିଜର ସ୍ଥିତିକୁ ସୁଦୃଢ଼ କରିପାରିବେ। ଗୁରୁ ଦାୟିତ୍ବକୁ ସୂଚାରରୂପେ ତୁଲାଇ ପାରିଲେ ଲୋକସଂପର୍କ ଆଶାତୀତ ଭାବେ ବୃଦ୍ଧି ପାଇବ। କର୍ମଜୀବୀ ତଥା କୃଷିଜୀବୀମାନେ ଅବହେଳା ଯୋଗୁଁ ବହୁ ସୁଯୋଗ ହରାଇବେ।
ଅର୍ଥନୈତିକ ଅବସ୍ଥା:  ଧନ ସ୍ଥାନରେ ରାହୁ ଓ ବୃହସ୍ପତିଙ୍କ ଦୃଷ୍ଟି ହେତୁ ଅର୍ଥନୈତିକ ଅବସ୍ଥାେର ସେତେଟା ଅଶୁଭ ଫଳ ମିଳିବ ନାହିଁ। ନୂତନ ଜମି, ବାହନ କ୍ରୟ ବିକ୍ରୟରେ ଶୁଭଫଳ ମିଳିବ। ଆଶା କରୁ ନଥିବା ଦିଗରୁ ଅର୍ଥପ୍ରାପ୍ତି ହେବ। ସ୍ବଳ୍ପ ପରିଶ୍ରମରେ ମଧ୍ୟ ନିଜର ଆର୍ଥିକ ସ୍ଥିତିକୁ ସୃଦୁଢ଼ କରିପାରିବେ। କର୍ମଜୀବୀମାନଙ୍କ ପଦୋନ୍ନତି ସହ ଉପରିସ୍ଥ କର୍ମଚାରୀମାନଙ୍କର ପ୍ରିୟପାତ୍ର ହେବେ। ଆୟ ଉତ୍ତମ ହେଲେ ମଧ୍ୟ ଅନିୟମିତତା ଖର୍ଚ୍ଚ ବୃଦ୍ଧି ପାଇବ।
ଛାତ୍ରଛାତ୍ରୀ: ପରିବେଶ ପରିସ୍ଥିତି ଓ ପ୍ରତିକୂଳ ହେଲେ ମଧ୍ୟ ନିଜର କଠିନ ପରିଶ୍ରମର ମୂଲ୍ୟ ହାସଲ କରିବେ। ଅଧ୍ୟୟନ ଓ ଅଧ୍ୟବସାୟ ବଳରେ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବେ।
ଦୈବୀପ୍ରତିକାର : ପ୍ରତ୍ୟହ  ଚନ୍ଦନ ଜଳରେ ସ୍ନାନ କରନ୍ତୁ। ଗୋମାତାଙ୍କୁ ପ୍ରଣାମ କରନ୍ତୁ। ମନେ ମନେ ଲକ୍ଷ୍ମୀନାରାୟଣଙ୍କୁ ସ୍ମରଣ କରନ୍ତୁ।
ତୁଳା
ସ୍ୱାସ୍ଥ୍ୟ: ଆପଣଙ୍କ ରାଶିକୁ ସ୍ୱାସ୍ଥ୍ୟ ଗୃହର ମାଲିକ ବୃହସ୍ପତି ଷଷ୍ଠ ଓ ସପ୍ତମ ଗୃହରେ ଥିବା ହେତୁ ବର୍ଷର ପ୍ରଥମ ଭାଗରେ  ବହୁ ରୋଗରେ ଆକ୍ରାନ୍ତ ହେବେ। ଦ୍ୱିତୀୟାର୍ଦ୍ଧରେ ସ୍ୱାସ୍ଥ୍ୟ ଠିକ୍‍ ରହିବ। ବିଶେଷ କରି ଉଦର, ଯକୃତ, ମୂତ୍ରାଶୟ, ଦନ୍ତ ରୋଗରେ ଶିକାର ହେବେ। ବିଭିନ୍ନ ପ୍ରକାର ମାନସିକ ଅଶାନ୍ତି ଯୋଗୁଁ ମାନସିକ ରୋଗ ତଥା ପୁରାତନ ରୋଗ ଦେଖାଦେବ। ଖାଦ୍ୟପେୟରେ ଅନିୟମିତତା ଦେଖାଦେବ।
ପରିବାର: ବର୍ଷସାରା ପାରିବାରିକ ଜୀବନ ସୁଖମୟ ହେବ। ବନ୍ଧୁବର୍ଗ, ଆତ୍ମୀୟସ୍ୱଜନ ତଥା ସନ୍ତାନମାନଙ୍କ ସହଯୋଗ ଓ ସହାନୁଭୂତି ଲାଭ କରିବେ। ଗୃହରେ ମାଙ୍ଗଳିକ କାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ ହେବ। ପରିବେଶ ଓ ପାରିପାର୍ଶ୍ବିକ ସ୍ଥିତି ଅନୁକୂଳ ରହିବ। ସବୁ କ୍ଷେତ୍ରରେ ସମ୍ମାନିତ ହେବେ। ଅତିଥି ଅଭ୍ୟାଗତଙ୍କ ଆଗମନ ବର୍ଷସାରା ଲାଗି ରହିବ।
ସାମାଜିକ ପ୍ରତିଷ୍ଠା: ସାମାଜିକ ପ୍ରତିଷ୍ଠା ଦିଗରେ ନିଜର ପ୍ରଭାବଶାଳୀ ବ୍ୟକ୍ତିତ୍ବ ଯୋଗୁଁ ଲୋକପ୍ରିୟତା ବୃଦ୍ଧି ପାଇବ। ମାନସିକ ଶାନ୍ତି ମିଳିବା ସହ ଶତ୍ରୁପକ୍ଷରୁ ମୁକ୍ତି ପାଇବେ। ପ୍ରଚୁର ଅର୍ଥ ଆଗମନର ସୂଚନା ମିଳେ। ସତ୍‍କର୍ମରେ ସମୟର ସଦୁପଯୋଗ କରିବେ। ବହୁ କ୍ଷେତ୍ରରେ ମାନସିକ ଶାନ୍ତି ମିଳିବା ସହ ସମସ୍ତଙ୍କଠାରୁ ସ୍ନେହ, ସହଯୋଗ, ସୌହାର୍ଦ୍ଦ୍ୟ ତଥା ଉତ୍ସାହ ଦ୍ୱାରା ପତିଆରା ବୃଦ୍ଧି ପାଇବ। ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ବୃଦ୍ଧି ପାଇବ। ଯେଉଁ କାର୍ଯ୍ୟ ହାତକୁ ନେବେ, ତାହା ପୂର୍ଣ୍ଣାଙ୍ଗ କରିବାର ସୁଯୋଗ ମିଳିବ। ମାଲି-ମକଦ୍ଦମାରେ ସୁଫଳ ପାଇବେ। ସାମାଜିକ ଭାବମୂର୍ତ୍ତି ବୃଦ୍ଧି ପାଇବ।
ଅର୍ଥନୈତିକ ଅବସ୍ଥା: ବର୍ଷର ପ୍ରଥମାର୍ଦ୍ଧରେ ଆୟ ବୃଦ୍ଧି ପାଇବାବେଳେ ଦ୍ୱିତୀୟାର୍ଦ୍ଧରେ ବହୁ ଖର୍ଚ୍ଚାନ୍ତ ହେବେ। ଭୂମି, ଯାନବାହନ କ୍ରୟ କରିବାର ସୁଯୋଗ ମିଳିବ। ସରକାରୀ କଳରୁ ଉପକୃତ ହେବେ। କର୍ମଜୀବୀମାନେ ପଦୋନ୍ନତି ପାଇବେ। ଅଳ୍ପ ପରିଶ୍ରମରେ ବହୁ ପାରିଶ୍ରମିକ ମିଳିବା ହେତୁ ଆତ୍ମସନ୍ତୋଷ ଲାଭ କରିବେ। ଆଶା କରୁ ନ ଥିବା ଦିଗରୁ ଅର୍ଥାଗମର ସୁଅ ଛୁଟିବ।
ଛାତ୍ରଛାତ୍ରୀ: ଛାତ୍ରଛାତ୍ରୀମାନେ ବର୍ଷସାରା ଶୁଭଫଳ ପାଇବେ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ବହୁ ମାତ୍ରାରେ କୃତକାର୍ଯ୍ୟ ହେବେ। ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାର ସୁଯୋଗ ମିଳିବ। ଗବେଷଣାମୂଳକ ଶିକ୍ଷାରେ ଆଶାତୀତ ଶୁଭଫଳ ପାଇବେ।
ଦୈବୀ ପ୍ରତିକାର: ସଦାସର୍ବଦା ଶ୍ରୀଗଣେଶଙ୍କୁ ସ୍ମରଣ କରନ୍ତୁ। ଗଣେଶ ଓ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।
ବିଛା
ସ୍ୱାସ୍ଥ୍ୟ: ଜନ୍ମ ରାଶିଠାରୁ ବୃହସ୍ପତି ପଞ୍ଚମ ଓ ଷଷ୍ଠ ଭାବରେ ଥିବା ହେତୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଶୁଭାଶୁଭ ଫଳ ମିଳିବ। ସର୍ଦ୍ଦି- ଶ୍ଳେଷ୍ମା ତଥା ପାଦପୀଡ଼ା ଯୋଗୁଁ ଅସୁସ୍ଥତା ଅନୁଭବ କରିବେ। ସାମୟିକ ଭାବରେ ମାନସିକ ଅସ୍ଥିରତା ତଥା ରକ୍ତଚାପ ଦେଖାଦେବ। ଆଳସ୍ୟ ତଥା ଆଚାର ବ୍ୟବହାରରେ ଅସଂଯମତା ଯୋଗୁଁ ଅଜଣା ରୋଗର ଶିକାର ହେବେ।
ପରିବାର:  ଚତୁର୍ଥପତି ଚତୁର୍ଥରେ ଥିବା ଯୋଗୁଁ ବିଳାସ–ବ୍ୟସନରେ ସମୟ ଅତିବାହିତ କରିବେ। ପଡ଼ୋଶୀମାନଙ୍କ ସହ ସମ୍ପର୍କ ମଧୁର ହେବ। ପରିବାର କ୍ଷେତ୍ରରେ ବନ୍ଧୁବର୍ଗ, ଆତ୍ମୀୟସ୍ୱଜନ, ସନ୍ତାନମାନଙ୍କ କ୍ଷେତ୍ରରେ ଯଥେଷ୍ଟ ମାନସିକ ଶାନ୍ତି ମିଳିବ। ପରିବାର ସହ ଦୂରଯାତ୍ରାରେ ସୁଫଳ ମିଳିବ। ସମସ୍ତ କ୍ଷେତ୍ରରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଯୋଗୁଁ ମାନସିକ ଶାନ୍ତି ବଜାୟ ରହିବ।
ସାମାଜିକ ପ୍ରତିଷ୍ଠା: ବର୍ଷସାରା ସାମାଜିକ ମର୍ଯ୍ୟାଦା ବୃଦ୍ଧି ପାଇବା ସହ ସାଂଗଠନିକ କ୍ଷେତ୍ରରେ ନିଜର ସ୍ୱତନ୍ତ୍ରତା ଯୋଗୁଁ  ଯଶ, ମାନର ଅଧିକାରୀ ହେବେ। ରାଜନୀତି କ୍ଷେତ୍ରରେ ସାମାଜିକ ସ୍ତରରେ ବହୁ ସୁନାମର ଅଧିକାରୀ ହେବେ। ସାଂଗଠନିକ ଓ ସାଂସ୍କୃତିକ କ୍ଷେତ୍ରରେ ବିଭିନ୍ନ ଧର୍ମାନୁଷ୍ଠାନରେ ବହୁ ସମୟ ଅତିବାହିତ ହେବ। ହିତୈଷୀମାନଙ୍କର ସଠିକ୍‍ ପରାମର୍ଶ ଯୋଗୁଁ ଶତ୍ରୁବାଧା ଦୂର ହେବା ସହ ସମସ୍ତ ସମସ୍ୟାର ବାଟ ଦେଖାଦେବ। ବିଭିନ୍ନ ବାଧାବିଘ୍ନ ଦୂର ହେବା ସହ ନିଜର ପୂର୍ବ ପରିକଳ୍ପିତ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ସଫଳ ହେବେ।
ଅର୍ଥନୈତିକ ଅବସ୍ଥା: ଅର୍ଥନୈତିକ ଦିଗଟି ଉତ୍ତମ ରହିବ। ଆୟବୃଦ୍ଧିର ବିଭିନ୍ନ ଉପାୟ ଦ୍ୱାରା ଧନାଗମର ସୂଚନା ମିଳିବ। ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବୃଦ୍ଧି ପାଇବ। କର୍ମଜୀବୀମାନେ ପଦୋନ୍ନତି ଯୋଗୁଁ ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବେ। ଅପ୍ରତ୍ୟାଶିତ ଧନାଗମର ସୂଚନା ମିଳେ। ପିତୃଧନ ମିଳିବା ସହ ଋଣ ଶୁଝିବାର ସୁଯୋଗ ମିଳିବ। ସରକାରୀ ଦିଗରୁ ଅର୍ଥାଗମର ଅନୁକୂଳ ପରିସ୍ଥିତି ଦେଖାଦେବ। ଧନ ସଞ୍ଚୟ ଦିଗରେ ଲାଭବାନ ହେବେ। ବୃହସ୍ପତି ସ୍ୱଗୃହ ଧନ ସ୍ଥାନକୁ ଦୃଷ୍ଟି ଦେବା ହେତୁ ଆଶା କରୁ ନ ଥିବା ଦିଗରୁ ଧନାଗମ କ୍ରମଶଃ ଲାଗି ରହିବ।
ଛାତ୍ରଛାତ୍ରୀ: ବର୍ଷସାରା ଛାତ୍ରଛାତ୍ରୀମାନେ ଶୁଭଫଳ ପାଇବେ। ଉଚ୍ଚଶିକ୍ଷା ପାଇଁ ଦୂର ଭ୍ରମଣର ସୁଯୋଗ ମିଳିବ। ସାକ୍ଷାତକାର ପରୀକ୍ଷାରେ କୃତକାର୍ଯ୍ୟ ହେବେ। ଧନ୍ଦାମୂଳକ ବୈଷୟିକ ଶିକ୍ଷାରେ ସଫଳତାର ଶୀର୍ଷରେ ପହଞ୍ଚିବେ।
ଦୈବୀ ପ୍ରତିକାର: ସର୍ବଦା ମନକୁ ସ୍ଥିର ରଖନ୍ତୁ। ନକାରାତ୍ମକ ଚିନ୍ତାଧାରା ପରିହାର କରି ନିଜ ଇଷ୍ଟ ଦେବଦେବୀଙ୍କୁ ସ୍ମରଣ କରନ୍ତୁ। ଚନ୍ଦନ ଓ ହଳଦୀ ମିଶ୍ରିତ ଜଳରେ ସ୍ନାନ କରନ୍ତୁ।
ଧନୁ
ସ୍ୱାସ୍ଥ୍ୟ: ରାଶ୍ୟାଧିପତି ରାଶିଙ୍କୁ ପୂର୍ଣ୍ଣ ଦୃଷ୍ଟି ହେତୁ ବର୍ଷସାରା ସ୍ୱାସ୍ଥ୍ୟ ଠିକ ରହିବ। ସାମାନ୍ୟ ଧରଣର ସ୍ୱାସ୍ଥ୍ୟହାନି ଦେଖାଦେବ। ମାନସିକ ସ୍ଥିତି ଠିକ୍‍ ରହିବ। ପୁରାତନ ରୋଗର ଯନ୍ତ୍ରଣା ଧୀରେ ଧୀରେ କମିଯିବ। ମାନସିକ ସ୍ତରରେ ଦୃଢ଼ତା ଯୋଗୁଁ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ପ୍ରାୟତଃ ନୀରୋଗ ଓ ଶାନ୍ତିମୟ ଜୀବନଯାପନ କ୍ରମଶଃ ଲାଗି ରହିବ। ଆତ୍ମବିଶ୍ୱାସ ଯୋଗୁଁ ମନସ୍ଥିରତା ଲାଗି ରହିବ।
ପରିବାର: ପରିବାରରେ ଶାନ୍ତିର ବାତାବରଣ ଦେଖାଦେଲେ ମଧ୍ୟ ଭ୍ରାତୃ ବିବାଦ ଲାଗି ରହିବ। ସନ୍ତାନ ସୁଖ ସହ ଦାମ୍ପତ୍ୟ ଜୀବନ ମଧୁମୟ ହେବ। ଗୃହରେ ମାଙ୍ଗଳିକ କାର୍ଯ୍ୟକ୍ରମରେ ମାନସିକ ଶାନ୍ତି ପାଇବେ। ପୈତୃକ ସମ୍ପତ୍ତିକୁ ନେଇ ଲାଗିରହିଥିବା ବାଦବିବାଦର ସମାଧାନ ହେବ। ସନ୍ତାନମାନେ ସୁନାମ ଅର୍ଜନ କରିବା ଯୋଗୁଁ ମାନସିକ ଶାନ୍ତି ମିଳିବ। ସାଧୁସଙ୍ଗ ଲାଭ, ତୀର୍ଥଯାତ୍ରା, ଆଧ୍ୟାତ୍ମିକ ଉନ୍ନତି ଯୋଗୁଁ ବହୁ କ୍ଷେତ୍ରରେ ସୁଫଳ ପାଇବେ। ନୂତନ ବନ୍ଧୁଲାଭ ହେବ।
ସାମାଜିକ ପ୍ରତିଷ୍ଠା: ବର୍ଷସାରା ସହନଶୀଳତା, ସୃଜନ ଶକ୍ତି ବୃଦ୍ଧି ଓ ଅଧ୍ୟବସାୟ ହେତୁ ରାଜପୂଜିତ ହେବେ। ବାଦବିବାଦରେ ଜୟଯୁକ୍ତ ହେବେ। ଶୃଙ୍ଖଳା ଓ କର୍ତ୍ତବ୍ୟରେ ନିଷ୍ଠା ହେତୁ ପୂର୍ବ ପରିକଳ୍ପିତ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବେ। କର୍ମୋନ୍ନତି, ଲୋକାଦୃତି, ଯଶ ଓ କ୍ଷମତା ବୃଦ୍ଧି ସାଙ୍ଗକୁ କଠିନ ପରିଶ୍ରମ ହେତୁ ଭାଗ୍ୟ ଆପଣଙ୍କୁ ସହାୟତା କରିବ। ଜନମାନସରେ ନ୍ୟାୟବନ୍ତ ହେବା ସହ ଲୋକମାନଙ୍କ ସମସ୍ୟାର ସମାଧାନ କରିବେ। ବିତର୍କ ଓ ସମାଲୋଚନା କ୍ଷେତ୍ରରେ ବଳିଷ୍ଠ ପଦକ୍ଷେପ  ଆତ୍ମସନ୍ତୋଷ ଦେବ। ରାଜନୀତିଜ୍ଞମାନେ ତୃଣମୂଳ ସ୍ତରରେ ଖ୍ୟାତି ଅର୍ଜନ କରିବେ।
ଅର୍ଥନୈତିକ  ଅବସ୍ଥା: ଅର୍ଥନୈତିକ ଅବସ୍ଥା ପ୍ରାୟତଃ ସ୍ବଚ୍ଛଳ ରହିବ। ଆର୍ଥିକ ଅଭିବୃଦ୍ଧି ଘଟିବ। ସ୍ଥାବର ଅସ୍ଥାବର ସମ୍ପତ୍ତିରୁ ଧନାଗମର ବାଟ ଦେଖାଦେବ। ଋଣ ପରିଶୋଧ କରିବେ। ବନ୍ଧୁ ତଥା  ସମ୍ପର୍କୀୟଙ୍କ ସହାୟତାରେ ନୂତନ ଧନ ଉପାର୍ଜନ ତଥା ଧନ ସଞ୍ଚୟ ଯୋଜନାକୁ ପୂର୍ଣ୍ଣାଙ୍ଗ କରିବେ। ବ୍ୟବସାୟ, ବାଣିଜ୍ୟରେ  କ୍ରୟବିକ୍ରୟ କ୍ଷେତ୍ରରେ ଆଶାତୀତ ଭାବରେ ଲାଭବାନ ହେବେ। ଆତ୍ମୀୟସ୍ବଜନଙ୍କର ସମ୍ପତ୍ତି ପାଇବାର ବିଶେଷ ଯୋଗ ରହିଛି।
ଛାତ୍ରଛାତ୍ରୀ: ମନ ସ୍ଥିର ରହିବ। ପ୍ରତିଯୋଗିତାମୂଳକ ପରୀକ୍ଷା ତଥା ସାକ୍ଷାତକାରରେ ସଫଳ ହେବେ। ଗବେଷଣାରେ ପ୍ରାୟତଃ ମନୋନିବେଶ ରହିବ। ଉଚ୍ଚଶିକ୍ଷା ନିମନ୍ତେ ବିଦେଶ ଭ୍ରମଣର ସୁଯୋଗ ପାଇବେ।
ଦୈବୀ ପ୍ରତିକାର : ଗୋମାତା ଓ ବ୍ରାହ୍ମଣମାନଙ୍କୁ ସମ୍ମାନ ଦିଅନ୍ତୁ। ଗାୟତ୍ରୀ ମନ୍ତ୍ର ମନେ ମନେ ଜପ କରନ୍ତୁ।  ପଶୁପକ୍ଷୀଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ।
ମକର
ସ୍ବାସ୍ଥ୍ୟ :  ଷଷ୍ଠ ଓ ଅଷ୍ଟମ ସ୍ଥାନକୁ ମଙ୍ଗଳ ଶନିଙ୍କ ପୂର୍ଣ୍ଣ ଦୃଷ୍ଟି ହେତୁ ଶାରୀରିକ ଅସୁସ୍ଥତା ଲାଗି ରହିବ। ଡାଇବେଟିସ୍‌, ନାସା,ଗଳା, କର୍ଣ୍ଣ ରୋଗରେ ଆକ୍ରାନ୍ତ ହେବେ। ବର୍ଷର  ମଧ୍ୟଭାଗରେ ସାମାନ୍ୟ ଅସ୍ତ୍ରୋପଚାରର କରିବାକୁ ପଡ଼ିପାରେ। ଖାଦ୍ୟପେୟରେ ଅନିୟମିତତା ଲାଗି ରହିବ। ପୁରୁଣା ରୋଗ ପୁଣି ଦେଖାଦେବ। ଅଜଣା ରୋଗରେ  ଶିକାର ହୋଇ ବହୁ ଖର୍ଚ୍ଚାନ୍ତ ହେବେ। ମାନସିକ ଦୁଃଶ୍ଚିନ୍ତା ଲାଗି ରହିବ।
ପରିବାର: ମାନସିକ ଭାରସାମ୍ୟ ଠିକ୍‌ ରହିବ। ଦାମ୍ପତ୍ୟ ଜୀବନ ମଧୁମୟ ହେବ। ବର୍ଷସାରା ବନ୍ଧୁ ସମାଗମ ଯୋଗଁୁ  ବ୍ୟସ୍ତବ୍ୟବ୍ରତ ରହିବେ।  ପିତାମାତାଙ୍କ ଆଶୀର୍ବାଦ ଯୋଗୁଁ ବହୁ ବିପଦ ତଥା ବଦନାମରୁ ରକ୍ଷା ପାଇବେ। ନିଜର ବଳିଷ୍ଠ ପଦକ୍ଷେପ ଯୋଗଁୁ ପରିସ୍ଥିତି ଓ  ପରିବେଶକୁ ନିଜ ଆୟତ୍ତରେ ରଖିବେ। ଭ୍ରାତୃ ବିବାଦର ସମାଧାନ ଘଟିବ। ଗୃହରେ ମାଙ୍ଗଳିକ ଶୁଭ କର୍ମରେ ମାନସିକ ଶାନ୍ତି ମିଳିବ। ବ୍ରାହ୍ମଣ ଓ  ଗୁରୁଜନମାନଙ୍କଠାରୁ ସ୍ନେହ ଶ୍ରଦ୍ଧା ପାଇବେ। ପରିବାରରେ ଥିବା ପୂର୍ବ ମତାନ୍ତରର ଅବସାନ ଘଟିବ।
ସାମାଜିକ ପ୍ରତିଷ୍ଠା: ସମାଜରେ ସମସ୍ତଙ୍କ ଶ୍ରଦ୍ଧାଭାଜନ ହେବେ। କର୍ମକ୍ଷେତ୍ରରେ ମାନସିକ ଶାନ୍ତି ବଜାୟ ରହିବ। ମାନସିକ ଦୃଢ଼ତା, ଅଗାଧ ପରିଶ୍ରମ ତଥା ଶୃଙ୍ଖଳିତ  କାର୍ଯ୍ୟକଳାପ ଯୋଗୁଁ ସମାଜର ସର୍ବୋଚ୍ଚ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ସ୍ବାଧୀନଚେତା, ନିର୍ଭୀକ ମନୋଭାବ ତଥା କଠୋର କର୍ତ୍ତବ୍ୟପରାୟଣତା ହେତୁ  ରାଜନୀତି କ୍ଷେତ୍ରରେ ସମ୍ମାନିତ ହେବେ। ପୂର୍ବ ମାଲି-ମକଦ୍ଦମାର ଆଶୁ ସମାଧାନର ବାଟ ଦେଖାଦେବ। କର୍ମକ୍ଷେତ୍ରକୁ ରାହୁଙ୍କ ପୂର୍ଣ୍ଣ ଦୃଷ୍ଟି ହେତୁ ବାକ୍‌ ସଂଯମତାକୁ ନିଜ ଆୟତ୍ତରେ ନ ରଖି ପାରିଲେ ସମାଜରେ ବିରୋଧାଭାସର ସମ୍ମୁଖୀନ ହେବେ।
ଅର୍ଥନୈତିକ ଅବସ୍ଥା:  ଧନାଧିପତି ଧନ ସ୍ଥାନରେ ଓ ବୃହସ୍ପତି ସ୍ବଗୃହୀ ହେତୁ ବର୍ଷସାରା ଧନାଗମ ସୂଚନା ମିଳେ। ଶ୍ରମିକ ଓ ସରକାରୀ କର୍ମଚାରୀମାନଙ୍କ ପଦୋନ୍ନତି ହେତୁ ଆୟର ବାଟ ଦେଖାଦେବ। କ୍ରୟ ବିକ୍ରୟରୁ  ବ୍ୟବସାୟୀମାନେ ଅର୍ଥ ଉପାର୍ଜନ କରିବେ। ଋଣ ପ୍ରାପ୍ତି ତଥା ଋଣ ପରିଶୋଧର ସୁଯୋଗ ମିଳିବ। ଅର୍ଥନୈତିକ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେବ ନାହିଁ। ମୋଟାମୋଟି ଭାବେ ଆର୍ଥିକ ସ୍ବଚ୍ଛଳତା ବର୍ଷସାରା ବଜାୟ ରହିବ।
ଛାତ୍ରଛାତ୍ରୀ:  ଗବେଷଣା କ୍ଷେତ୍ରରେ ବାଧାପ୍ରାପ୍ତି ହେବ ନାହିଁ। ନୂତନ ଜ୍ଞାନକୌଶଳ ଲାଭ କରିବେ।  ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ। ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂଗଠନିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ  ଲୋକପ୍ରିୟତା ଅର୍ଜନ କରିବେ।
ଦୈବୀ ଉପଚାର : ମନରେ ସକାରାତ୍ମକ ଚିନ୍ତାଧାରା ରଖନ୍ତୁ। ଗୃହପାଳିତ ପଶୁପକ୍ଷୀଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ। ମା’ ଦୁର୍ଗାଙ୍କୁ ସ୍ମରଣ କରନ୍ତୁ।
କୁମ୍ଭ
ସ୍ବାସ୍ଥ୍ୟ:  ଲଗ୍ନପତି ଲଗ୍ନରେ ଭାଗ୍ୟସ୍ଥାନକୁ ବୃହସ୍ପତିଙ୍କ ପୂର୍ଣ୍ଣ ଦୃଷ୍ଟି ହେତୁ ବର୍ଷସାରା ସ୍ବାସ୍ଥ୍ୟ କ୍ଷେତ୍ରରେ ଉଭୟ ଶୁଭ ଓ ଅଶୁଭ ମିଶ୍ରିତ ଫଳ ପାଇବେ। ପୁରାତନ ରୋଗୀମାନେ ସ୍ବାସ୍ଥ୍ୟରେ ଜଟିଳତା ଅନୁଭବ କରିବେ। ଅସ୍ତ୍ରୋପଚାରର ବହୁ ସମ୍ଭାବନା ରହିଛି। ବିଶ୍ରାମହୀନତା ତଥା ଅତ୍ୟଧିକ  ପରିଶ୍ରମ ହେତୁ  ସାମୟିକ ଭାବରେ ଅସୁସ୍ଥତା ଅନୁଭବ କରିବେ। ମନ ଅପ୍ରସନ୍ନତା ରହିବ। ବର୍ଷସାରା ସାମୟିକ ଭାବରେ ଉଦର ,ଯକୃତ ,ଜଣ୍ଡିସ୍‌ ଓ ଚକ୍ଷୁ ଆକ୍ରାନ୍ତ ହେବାର ବହୁ ସମ୍ଭାବନା ରହିଛି।
ପରିବାର: ବର୍ଷର ଦ୍ବିତୀୟାର୍ଦ୍ଧରେ ପାରିବାରିକ ଶାନ୍ତି ବଜାୟ ରହିବ। ଗୃହରେ ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ହେବ। ପୂର୍ବ ମତାନ୍ତର ଓ ମନାନ୍ତରର ଅବସାନ ଘଟିବ। ସାମୟିକ ଭାବେ ତୀର୍ଥଯାତ୍ରାରେ ସଫଳତା ପାଇବେ। ସନ୍ତାନ ସୁଖ ମିଳିବ। ଗୁରୁଜନ ତଥା ସାଧୁସନ୍ଥମାନଙ୍କ ଆଶୀର୍ବାଦ ମିଳିବ। ଭ୍ରାତୃ ବିବାଦର ସମାଧାନ ହେବ। ଭୂସଂପତ୍ତି ସହ ଯାନବାହନ କ୍ରୟର ସମ୍ପୂର୍ଣ୍ଣ ସୁଯୋଗ ରହିଛି। ଦୈବୀକୃପା ହେତୁ ପରିବାରରେ ଧନ- ଜନ- ଗୋପ ଲକ୍ଷ୍ମୀ ପ୍ରାପ୍ତି ହେବ।
ସାମାଜିକ ପ୍ରତିଷ୍ଠା: ସମାଜରେ ସମ୍ମାନଷ୍ପଦ ଭୂମିକା ଗ୍ରହଣ କରିବେ। ପ୍ରାୟ ସମୟ ସାମାଜିକ ଧର୍ମାନୁଷ୍ଠାନ ତଥା ମାଙ୍ଗଳିକ କାର୍ଯ୍ୟକ୍ରମରେ ନେତୃତ୍ବ ନେଇ ସମ୍ମାନିତ ହେବେ।  ନିଜର କର୍ତ୍ତବ୍ୟ ନିଷ୍ଠା ଓ ଏକାଗ୍ରତା ହେତୁ ସାମାଜିକ ଭାବମୂର୍ତ୍ତି ବୃଦ୍ଧି ପାଇବା ସହ ଲୋକ ସମ୍ପର୍କରୁ ପ୍ରତିଷ୍ଠିତ ହେବେ। ସରକାରୀ କଳରୁ ସମ୍ମାନିତ ହେବେ। ନିଜର ଲକ୍ଷ୍ୟ ପୂରଣ ହେବ। ରାଜନୀତି କ୍ଷେତ୍ରରେ ନିଜର ଲକ୍ଷ୍ୟ ପୂରଣ ହେବାରେ ଭାଗ୍ୟ ସାଥ୍ ଦେବ।
ଅର୍ଥନୈତିକ ଅବସ୍ଥା:  ବର୍ଷସାରା ବ୍ୟବସାୟୀମାନଙ୍କ ପାଇଁ ଶୁଭ ସମୟ। ସ୍ଥାବର ଓ ଅସ୍ଥାବର ସମ୍ପତ୍ତିରୁ ଆୟ ବଢ଼ିବ। ବିଭିନ୍ନ ସୂତ୍ରରୁ  ଆୟର ନୂତନ ସ୍ରୋତ ବୃଦ୍ଧି ପାଇବ। ଋଣ ପରିଶୋଧ କରିବେ। ସରକାରୀ କର୍ମଚାରୀମାନେ ନିଜର ଦକ୍ଷତା ପାଇଁ  ପ୍ରଶଂସିତ ହେବା ସହ ପଦୋନ୍ନତି ପାଇବେ।  କୃଷକମାନଙ୍କ ପାଇଁ ବର୍ଷଟି ଶୁଭ ତଥା ଲାଭଯୁକ୍ତ ହେବ। ନିଜର ସାମର୍ଥ୍ୟ, ଶକ୍ତି ଓ ପ୍ରଖର ଜ୍ଞାନ ବଳରେ ବିଭିନ୍ନ ସୂତ୍ରରୁ ଅର୍ଥ ଉପାର୍ଜନର ପଥ ସୁଗମ ହେବ।
ଛାତ୍ରଛାତ୍ରୀ : ଛାତ୍ରଛାତ୍ରୀମାନେ  ବର୍ଷସାରା ଶୁଭାଶୁଭ ମିଶ୍ରିତ ଫଳ ପାଇବେ। ଅଧ୍ୟୟନ କ୍ଷେତ୍ରରେ ମନ୍ଥରତା ବୃଦ୍ଧି ପାଇବ। ଉଚ୍ଚଶିକ୍ଷା ତଥା ଗବେଷଣା ଦିଗରେ  ମଧ୍ୟମ ଧରଣର ଫଳ ପାଇବେ। ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା ଶୁଭପ୍ରଦ ହେବ।
ଦୈବୀ ଉପଚାର:  ମନ ସର୍ବଦା ସ୍ବଚ୍ଛ ତଥା ନିର୍ମଳ ରଖନ୍ତୁ। ଦୁଃସ୍ଥ ଲୋକଙ୍କୁ ସାହାଯ୍ୟ କରନ୍ତୁ। ଉଦୟକାଳୀନ ସୂର୍ଯ୍ୟଙ୍କୁ  ପ୍ରଣାମ କରନ୍ତୁ।
ମୀନ
ସ୍ବାସ୍ଥ୍ୟ:  ବର୍ଷସାରା ସ୍ବାସ୍ଥ୍ୟବସ୍ଥା ମୋଟାମୋଟି ଭଲ ରହିବ। ମନୋବଳ ବୃଦ୍ଧି ପାଇବ। ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ। ସାମୟିକ ଭାବରେ ପରିଶ୍ରମଜନିତ ରୋଗ, ଚକ୍ଷୁରୋଗ, ଗଳା, ଦନ୍ତ ଓ ଉଦର ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ତଥା ମାନସିକ ସ୍ଥିତି ସୁଦୃଢ଼ ହେବ। ପୁରାତନ  ସ୍ଥାୟୀ ରୋଗୀମାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ବର୍ଷର ମଧ୍ୟ ଭାଗରେ ଆକସ୍ମିକ ଦୁର୍ଘଟଣା ଅଥବା ଅସ୍ତ୍ରୋପଚାରର ଆଶଙ୍କା ରହିଛି।
ପରିବାର: ଦାମ୍ପତ୍ୟ ଜୀବନରେ ମତାନ୍ତର ଓ ମନାନ୍ତର ଦୂର ହେବ।  ପରିବେଶ ଓ ପରିସ୍ଥିତି ଅନୁକୂଳ ହେତୁ  ଗୃହରେ ଶୁଭକାର୍ଯ୍ୟ ସମ୍ପନ୍ନ ହେବ। ସନ୍ତାନମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ହେବ। ପଡ଼ୋଶୀମାନଙ୍କ ସହ ସୁସମ୍ପର୍କ ରହିବ। ଗୁରୁଜନ ତଥା ବ୍ରାହ୍ମଣମାନଙ୍କଠାରୁ  ଆଶୀର୍ବାଦ ମିଳିବ। ମୋଟାମୋଟି ଭାବେ ବର୍ଷଟି ବହୁ ଦିଗରୁ ଲାଭବାନ୍‌ ହେବେ। ପରିବାର ଓ ପରିବେଶ ଆନନ୍ଦ ପ୍ରଦାନ କରିବ। ପରିବାରର ଅନେକ ସମସ୍ୟା ଦିଗରେ ସଫଳତା ପାଇବେ।
ସାମାଜିକ ପ୍ରତିଷ୍ଠା:  ସମାଜରେ କେତେକ ନୂତନ ସମସ୍ୟାର ସମାଧାନ ଦିଗରେ ସଫଳ ହେବେ।  ସମାଜରେ ଖ୍ୟାତି ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ଶତ୍ରୁମାନଙ୍କ ପ୍ରଭାବ ଅନ୍ତ ଘଟିବ। ଅନେକ କ୍ଷେତ୍ରରେ  ଉଚ୍ଚ ପ୍ରଂଶସିତ ହେବେ। ସରକାରୀ କଳରୁ ସାହାଯ୍ୟ, ସହାନୁଭୂତି ପାଇବେ। ଦେବାନୁଗ୍ରହ ଯୋଗୁଁ ରାଜନୀତି କ୍ଷେତ୍ରରେ ଉଚ୍ଚ ପଦପଦବିରେ  ପ୍ରତିଷ୍ଠିତ ହେବେ। ନିଜର କୁଶଳ ବାକ୍‌ ଚତୁରୀ ଦ୍ବାରା ସମସ୍ତଙ୍କର ପ୍ରିୟପାତ୍ର ହେବେ। ସାଂଗଠନିକ କାର୍ଯ୍ୟ ତଥା  ଧର୍ମାନୁଷ୍ଠାନ କ୍ଷେତ୍ରରେ େନତୃତ୍ବ ନେବାର ସୁଯୋଗ ମିଳିବ। ମାଲିମକଦ୍ଦମାରେ ଉଲ୍ଲେଖନୀୟ ସଫଳତା ପାଇବେ।
ଅର୍ଥନୈତିକ ଅବସ୍ଥା:  ଭାଗ୍ୟାଧିପତି  ଧନ ଜାଗାରେ ଥିବା ହେତୁ ବର୍ଷ ତମାମ ଆୟର ସୁଅ ଛୁଟିବ। ଆଶା କରୁ ନଥିବା ଦିଗରୁ ଧନାଗମ ହେବ। ଚାକିରିଆମାନଙ୍କ ପାଇଁ ଶୁଭ ସମୟ। ହଠାତ୍‌ ଅର୍ଥାଗମ ହେବ। ଆର୍ଥିକସ୍ଥିତି  ସନ୍ତୋଷଜନକ ହେବ। ବହୁଦିନର ଋଣ ପରିଶୋଧ କରିବେ।  ଅଯଥା ଖର୍ଚ୍ଚରୁ ମୁକ୍ତି ପାଇବେ। ଧନ ସଞ୍ଚୟ ବର୍ଷ ଆରମ୍ଭରୁ ହେବ। ସଂପର୍କୀୟ ତଥା ଅଜଣା ଧନିକ ବନ୍ଧୁଙ୍କ ଭାଗୀଦାରି ବ୍ୟବସାୟରେ ଲାଭବାନ୍‌ ହେବେ।
ଛାତ୍ରଛାତ୍ରୀ: ଛାତ୍ରଛାତ୍ରୀମାନେ ସମସ୍ତ କ୍ଷେତ୍ରରେ  ସଫଳତା ଲାଭ କରିବେ। ଉଚ୍ଚଶିକ୍ଷା ତଥା ଗବେଷଣା ଦିଗରେ ଉପକୃତ ହେବେ। ଦୈବୀ ଆଶୀର୍ବାଦ ତଥା ଗୁରୁଜନମାନଙ୍କ ସୁପରାର୍ମଶ ଯୋଗଁୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ।
ଦୈବୀ ଉପଚାର:  ଦୈନିକ ହଳଦୀ, ଚନ୍ଦନ ଜଳରେ ସ୍ନାନ କରନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ।