2023 - The Sakala
ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌‌ ବିଶିଷ୍ଟ ଦିନିକିଆ ସିରିଜ୍‌‌
ମୋହାଲି: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌‌ ବିଶିଷ୍ଟ ଦିନିକିଆ ସିରିଜ୍‌‌ ଏହିଠାରୁ ଶୁକ୍ରବାର ଆରମ୍ଭ ହେବ। ଭାରତରେ ଅକ୍ଟୋବର ୫ରୁ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍‌‌ ପୂର୍ବରୁ ଉଭୟ ଦେଶ ଲାଗି ଏହା ଶେଷ ସିରିଜ୍‌‌। ଦଳର ଖେଳାଳି ସମୀକରଣକୁୁ ପରୀକ୍ଷାନୀରିକ୍ଷା କରିବା ଏହା ହେଉଛି ଶେଷ ସୁଯୋଗ। ଉଭୟ ଦଳ ୩ ସପ୍ତାହ ପରେ ଅର୍ଥାତ୍‌‌ ଅକ୍ଟୋବର ୮ରୁ ଚେନ୍ନଇରେ ମୁକାବିଲା କରିବା ସହ ବିଶ୍ୱକପ୍‌‌ ଅଭିଯାନ ଆରମ୍ଭ କରିବେ। ଏଣୁ ଏହି ସିରିଜ୍‌‌ ଉଭୟ ଦଳ ଲାଗି ବେଶ ଗୁରୁତ୍ୱ ବହନ କରୁଛି। ଭାରତୀୟ ପରିବେଶ କିମ୍ବା ପିଚ୍‌‌ ସହ ଅଷ୍ଟ୍ରେଲିଆ ଦଳ ବେଶ ପରିଚିତ। ଏମାନେ ଭାରତୀୟ ସ୍ପିନ୍‌‌କୁ ଯେପରି ମୁକାବିଲା କରନ୍ତି, ଠିକ ବିଜୟୀ ମଧ୍ୟ ହୁଅନ୍ତି। କିନ୍ତୁ ନିକଟରେ ଭାରତୀୟ ଦଳ ଏସିଆ କପ୍‌‌ ଚାମ୍ପିଅନ ହେବା ପରେ ଅନେକ ଅସୁବିଧାକୁ ସମାଧାନ କରିବାରେ ସମର୍ଥ ହୋଇଛି। କିନ୍ତୁ ଦଳର ମିଡଲ ଅର୍ଡର ବ୍ୟାଟିଂ ଓ ସ୍ପିନ୍‌‌ ସମସ୍ୟା ରହିଥିଲାବେଳେ ଏହି ସିରିଜ୍‌‌ରେ ତାହାକୁ ସଜାଡ଼ିବାକୁ ନିଶ୍ଚୟ ଉଦ୍ୟମ କରିବ।
ଭାରତର ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ
ଏହି ସିରିଜ୍‌‌ ଲାଗି ନିକଟରେ ଏସିଆ କପ୍‌‌ ଚାମ୍ପିଅନ ହୋଇଥିବା ଭାରତୀୟ ଦଳରୁ ୪ଜଣ ବରିଷ୍ଠ ତଥା ନିୟମିତ ଖେଳାଳିଙ୍କୁ ପ୍ରଥମ ଦୁଇଟି ମ୍ୟାଚ୍‌‌ରୁ ବିଶ୍ରାମ ଦେଇଛି। ସେମାନେ ହେଲେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ଦିନିକିଆ ମୁକାବିଲାରେ ମୁଖ୍ୟ ସ୍ପିନର ଭୂମିକା ଗ୍ରହଣ କରୁଥିବା କୁଲଦୀପ ଯାଦବ। ଏମାନେ ସମସ୍ତେ ତୃତୀୟ ଦିନିକିଆ ଓ ବିଶ୍ୱକପ୍‌‌ରେ ଖେଳିବେ। ଯେଉଁ ଆହତ ସମସ୍ୟା ଲାଗି ଏବେ ଅଷ୍ଟ୍ରେଲିଆ ଦଳ ସମସ୍ୟାରେ ପଡ଼ିଛି, ତାହାକୁ ଏଡ଼ାଇବା ଲାଗି ଭାରତ ବରିଷ୍ଠ ଏବଂ ଅଧିକ ମ୍ୟାଚ୍‌‌ ଖେଳିଥିବା ଖେଳାଳିଙ୍କୁ ବିଶ୍ରାମ ଦେଇଛି। ଏସିଆ କପ୍‌‌ରେ ନିଜକୁ ଫିଟ୍‌‌ ପ୍ରମାଣିତ କରିଥିବା ୱିକେଟରକ୍ଷକ/ ବ୍ୟାଟର ଲୋକେଶ ରାହୁଲଙ୍କୁ ପ୍ରଥମ ଦୁଇଟି ମ୍ୟାଚ୍‌‌ରେ ଦଳର ନେତୃତ୍ୱ ଦିଆଯାଇଛି। ସେ ଓ ଚଳିତବର୍ଷ ବିଶେଷ କିଛି ମ୍ୟାଚ୍‌‌ ଖେଳି ନଥିବା ଶ୍ରେୟସ ଆୟରଙ୍କୁ ନେଇ ଭାରତୀୟ ମିଡଲ ଅର୍ଡର ବ୍ୟାଟିଂ କେନ୍ଦ୍ରୀଭୂତ ହେଉଛି। ଉଭୟ ଖେଳାଳି ଏହି ସିରିଜ୍‌‌ରେ ଫର୍ମକୁ ଆସିବା ଜରୁରୀ। ଏହି ଦୁଇଜଣଙ୍କ ସମେତ ବିଶ୍ୱକପ୍‌‌ ଲାଗି ତୃତୀୟ ସ୍ପିନରଙ୍କୁ ଏହି ସିରିଜ୍‌‌ରୁ ଚୟନ କରାଯିବ। ବାମହାତୀ ସ୍ପିନ୍‌‌ ଅଲରାଉଣ୍ଡର ଅକ୍ଷର ପଟେଲ ଆହତ ହେବା, କୁଲଦୀପକୁ ପ୍ରଥମ ଦୁଇଟି ମ୍ୟାଚ୍‌‌ରୁ ବାଦ୍‌‌ ଦେବା ପରେ ଦୁଇଜଣ ଅଫ୍‌‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ୱାଶିଂଟନ ସୁନ୍ଦରଙ୍କୁ ଏହି ସିରିଜ୍‌‌ରେ ସୁଯୋଗ ଦିଆଯାଇଛି। ଏମାନେ ରବୀନ୍ଦ୍ର ଜାଡେଜାଙ୍କ ସହ ମିଶି ଅଷ୍ଟ୍ରେଲିଆର ପତନର ଯୋଜନା କରିବା ସହ ବିଶ୍ୱକପ୍‌‌ ଦଳରେ ନିଜର ଏକ ସ୍ଥାନ ସୁରକ୍ଷିତ କରିବାକୁ ନିଶ୍ଚିତ ଉଦ୍ୟମ କରିବେ। ଏହା ଫଳରେ ଉଭୟ ଖେଳାଳି ଅଷ୍ଟ୍ରେଲିଆ ବିପକ୍ଷରେ ନିଜ ଦକ୍ଷତାର ପ୍ରମାଣ ଦେବାକୁ ଜୋରଦାର ଉଦ୍ୟମ କରିବେ। ଦଳରେ ସ୍ଥାନ ପାଇଥିବା ଅନ୍ୟ ସମସ୍ତ ଖେଳାଳି ନିଜ ନିଜ ସ୍ଥାନରେ ଉନ୍ନତ ପ୍ରଦର୍ଶନ କରି ଟିମ୍‌‌ ମ୍ୟାନେଜମେଣ୍ଟର ବିଶ୍ୱାସଭାଜନ ହେବାକୁ ସମସ୍ତ ପ୍ରକାର ଚେଷ୍ଟା କରିବେ।
ଆହତ ସମସ୍ୟାରେ ଅଷ୍ଟ୍ରେଲିଆ
ଦକ୍ଷିଣ ଆଫ୍ରିକାଠାରୁ ୩-୨ ବ୍ୟବଧାନରେ ଦିନିକିଆ ସିରିଜ୍‌‌ ହାରିବା ପରେ ଅଷ୍ଟ୍ରେଲିଆର ସମସ୍ୟା ବୃଦ୍ଧି ପାଇଛି। ଆହତ ହୋଇଥିବା ଅଧିନାୟକ ପ୍ୟାଟ କମିନ୍ସ ଫିଟ୍‌‌ ବୋଲି ଏଠାରେ ଘୋଷଣା କରିଛନ୍ତି। ତାଙ୍କ ସହ ଷ୍ଟିଭେନ ସ୍ମିଥ, ଦଳର ମୁଖ୍ୟ ପେସ ବୋଲର ମିଚେଲ ଷ୍ଟାର୍କ, ଗ୍ଲେନ୍‌‌ ମ୍ୟାକ୍ସୱେଲ, ସିନ ଆବଟ ଆଦି ଆହତ ଖେଳାଳି ଏହି ଦଳରେ ଫିଟ୍‌‌ନେସ ପ୍ରମାଣ ଅପେକ୍ଷାରେ ଅଛନ୍ତି। କିନ୍ତୁ ଗୁରୁବାର ଏଠାରେ ଦୁଇ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ସ୍ମିଥ୍‌‌ ପୂରା ଫିଟ୍‌‌ ଥିବା ଦର୍ଶାଇଛନ୍ତି। କନକସନ ଖେଳାଳିଭାବେ ଦଳରେ ସାମିଲ ହୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟପ୍‌‌ ସ୍କୋରର ହୋଇଥିବା ମାର୍ନସ ଲାବୁସେନ ଓ ସ୍ମିଥ ଅଷ୍ଟ୍ରେଲିଆର ଭାଗ୍ୟନିୟନ୍ତା ହେବେ। ଲାବୁସେନଙ୍କୁ ଏବେ ସୁଦ୍ଧା ବିଶ୍ୱକପ୍‌‌ ଟିକଟ ମିଳି ନାହିଁ। ଏହି ସିରିଜ୍‌‌ ତାଙ୍କୁ ବିଶ୍ୱକପ୍‌‌ ଦଳରେ ସ୍ଥାନ ମିଳିବ କି ନାହିଁ ତାହା ସ୍ପଷ୍ଟ କରିବ। ପୂରା ଫିଟ ହୋଇ ନଥିବାରୁ ଶୁକ୍ରବାର ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌‌ରେ ଷ୍ଟାର୍କ ଓ ମ୍ୟାକ୍ସୱେଲ ଖେଳିବେ ନାହିଁ। ସ୍ପିନ୍‌‌ ଅଲରାଉଣ୍ଡର ଆଷ୍ଟନ ଅଗର ଛୁଟିରେ ଥିବାରୁ ଏଠାରେ ଖେଳିବେ ନାହିଁ। ଆଦାମ ଜାମ୍ପା ଓ ଭାରତୀୟ ବଂଶୋଦ୍ଭବ ତନବୀର ସାଙ୍ଗା ସ୍ପିନ ଦାୟିତ୍ୱ ସମ୍ଭାଳିବେ। ଜୋଶ ହାଜ୍‌‌ଲେଉଡ୍‌‌ଙ୍କ ନେତୃତ୍ୱରେ ପେସ ବାହିନୀ ପ୍ରମୁଖ ଭୂମିକା ନେବ।
ଖେଳାଳି ଦଳ
ଭାରତ: ଲୋକେଶ ରାହୁଲ (ଅଧିନାୟକ), ରବୀନ୍ଦ୍ର ଜାଡେଜା (ଉପଅଧିନାୟକ), ଶୁବମାନ ଗିଲ, ଋତୁରାଜ ଗାଏକ୍ୱାଡ୍‌‌, ଶ୍ରେୟସ ଆୟର, ଇଶାନ କିସାନ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ୱାଶିଂଟନ ସୁନ୍ଦର, ରବିଚନ୍ଦ୍ରନ ଅଶ୍ୱିନ, ଶାର୍ଦ୍ଦୁଳ ଠାକୁର, ଯଶ୍‌‌ପ୍ରୀତ ବୁମ୍‌‌ରା, ମହମ୍ମଦ୍‌‌ ସାମି, ମହମ୍ମଦ୍‌‌ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା।
ଅଷ୍ଟ୍ରେଲିଆ: ପ୍ୟାଟ କମିନ୍ସ (ଅଧିନାୟକ), ଡେଭିଡ୍‌‌ ୱାର୍ଣ୍ଣର, ମାଥ୍ୟୁ ସର୍ଟ, ଷ୍ଟିଭେନ ସ୍ମିଥ୍‌‌, ମାର୍ନସ ଲାବୁସେନ, ମିଚେଲ ମାର୍ଶ, ଗ୍ଲେନ୍‌‌ ମ୍ୟାକ୍ସୱେଲ, କାମେରନ ଗ୍ରୀନ୍‌‌, ମାର୍କସ ଷ୍ଟୋଇନିସ୍‌‌, ଆଲେକ୍ସ କ୍ୟାରୀ ଓ ଜୋଶ ଇଂଲିଶ (ୱିକେଟରକ୍ଷକ), ତନବୀର ସାଙ୍ଗା, ଆଦାମ ଜାମ୍ପା, ସ୍ପେନସର ଜନସନ, ମିଚେଲ ଷ୍ଟାର୍କ, ଜୋଶ ହାଜ୍‌‌ଲେଉଡ୍‌‌, ନାଥାନ ଏଲିସ୍‌‌ ଓ ସିନ ଆବଟ୍ଟ।
ଏସିଆ କପ୍ ସୁପର-୪’ର ଶେଷ ମୁକାବିଲା, ଆଜି ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ
କଲମ୍ବୋ: ଆଜି ଏସିଆ କପ୍‌‌ ସୁପର-୪’ର ଶେଷ ମୁକାବିଲା ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ। ଏହି ପ୍ରତିଯୋଗିତାରେ ପ୍ରତ୍ୟେକ ଦଳ ୩ଟି ଲେଖାଏଁ ସୁପର-୪ ମ୍ୟାଚ୍‌‌ ଖେଳିବେ। ଏହା ମଧ୍ୟରୁ ଭାରତ ୨ଟି ମ୍ୟାଚ୍‌‌ ଖେଳି ୨ଟିଯାକରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିସାରିଛି। ଅନ୍ୟପକ୍ଷରେ ବାଂଲାଦେଶ ୨ଟି ଯାକ ମ୍ୟାଚ୍‌‌ରେ ପରାଜିତ ହୋଇ ପ୍ରତିଯୋଗିତାରୁ ବାଦ୍‌‌ ପଡ଼ିଛି। ଏଭଳି ସ୍ଥିତିରେ ଏହି ମ୍ୟାଚ୍‌‌ର ଫଳାଫଳ ଉପରେ କିଛି ଗୁରୁତ୍ୱ ନାହିଁ। କିନ୍ତୁ ଭାରତୀୟ ଖେଳାଳିଙ୍କ ଲାଗି ବେଶ ଗୁରୁତ୍ୱ ବହନ କରୁଛି। କଲମ୍ବୋର ରଣସିଂହ ପ୍ରେମଦାସା ଷ୍ଟାଡିୟମ୍‌‌ରେ ଖେଳାଯାଇଥିବା ଶେଷ ଦୁଇଟି ମ୍ୟାଚ୍‌‌ରେ ସ୍ପିନରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି।
ଏପରିକି ପ୍ରଥମ ମ୍ୟାଚ୍‌‌ରେ ପାକିସ୍ତାନ ବିପକ୍ଷରେ ୨ ୱିକେଟରେ ୩୫୬ ରନ୍‌‌ କରିଥିବା ଭାରତ ଏହାର ପରଦିନ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌‌ରେ ବ୍ୟାଟରମାନେ ସଂଘର୍ଷ କରିଥିଲେ। ରୋହିତ ଶର୍ମା ଓ ଶୁବମାନ ଗିଲ ପ୍ରଥମ ୱିକେଟ ଯୋଡିରୁ ୮୦ ରନ୍‌‌ ଉଠାଇ ନଥିଲେ ଭାରତକୁ ଏହି ମ୍ୟାଚ୍‌‌ ଜିତିବା କଷ୍ଟକର ହୋଇପଡ଼ିଥାନ୍ତା। ଯୁବ ଅଲରାଉଣ୍ଡର ଦୁନିଥ ୱେଲାଲାଗେଙ୍କୁ ଅଟକାଇବା ଭାରତ ଲାଗି କଷ୍ଟକର ହୋଇଥିଲା। ବ୍ୟାଟିଂ ହେଉ ଅବା ବୋଲିଂ, ଉଭୟ ବିଭାଗରେ ୱେଲାଲାଗେ ଦମ୍‌‌ ଦେଖାଇ ଖେଳିଥିଲେ। ଏଣୁ ଶେଷ ଲିଗ୍‌‌ ମ୍ୟାଚ୍‌‌ରେ ଭାରତ ଯେପରି ବାଂଲାଦେଶ ସ୍ପିନରଙ୍କୁ ଠିକ୍‌‌ ଭାବେ ଖେଳିପାରିବ, ତାହା ଉପରେ ନିଶ୍ଚିତ ଗୁରୁତ୍ୱ ଦେବ। ଏଭଳି ସମୟରେ ଆହତ ଯୋଗଁ ଦୀର୍ଘ ଦିନ ଖେଳିପାରି ନଥିବା ଖେଳାଳିମାନେ ମଧ୍ୟ ଭଲ ଭାବେ ମ୍ୟାଚ୍‌‌ ପ୍ରାକ୍ଟିସ୍‌‌ ପାଇପାରିବେ। ପିଚ୍‌‌ ଯଦି ଏଭଳି ରହେ ତେବେ ଭାରତୀୟ ଦଳରେ ପରିବର୍ତ୍ତନ ହେବାର ସମ୍ଭାବନା କମ୍‌‌।
ଅନ୍ୟପକ୍ଷରେ ୪ଟି ମ୍ୟାଚ୍‌‌ରୁ କେବଳ ଆଫଗାନିସ୍ତାନକୁ ହରାଇଥିବା ବାଂଲାଦେଶ ନିକଟରେ କ୍ୱାଲିଟି ବୋଲିଂ ଖେଳିବାର ଅସୁବିଧା ରହିଛି। ଭାରତ ବିପକ୍ଷରେ ସେମାନେ ଏହି ଅସୁବିଧାକୁ ଦୂର କରିବେ ବୋଲି ଆଶା ରଖିିଛି। ସାକିବ-ଅଲ-ହସନ ଏଯାଏ ତାଙ୍କ ଦକ୍ଷତା ଅନୁଯାୟୀ ଖେଳିନାହାନ୍ତି। ଏଣୁ ସାକିବଙ୍କ ଲାଗି ମଧ୍ୟ ଏହି ମ୍ୟାଚ୍‌‌ ବେଶ୍‌‌ ଗୁରୁତ୍ୱପୂର୍ଣ୍ଣ। ଦଳର ଅନ୍ୟତମ ବରିଷ୍ଠ ଖେଳାଳି ମୁସ୍‌‌ଫିକର ରହିମ ମଧ୍ୟ ଏହି ମ୍ୟାଚ୍‌‌ରେ ଖେଳିବେ ନାହିଁ। ଏହା ସତ୍ତ୍ବେ ସାନ୍ତ୍ୱନାମୂଳକ ବିଜୟ ସହ ବାଂଲାଦେଶ ବିଶ୍ୱକପ୍‌‌ ଖେଳିବାକୁ ଆଶା ରଖିଛି।
ଅକ୍ଟୋବର ପହିଲାରୁ ଏକକ ଦସ୍ତାବିଜ ଭାବେ ବ୍ୟବହାର କରିପାରିବେ ଜନ୍ମ ପ୍ରମାଣପତ୍ର
ଦିଲ୍ଲୀ: ଦେଶବ୍ୟାପୀ ଅକ୍ଟୋବର ପହିଲାରୁ ଲାଗୁ ହେବାକୁ ଯାଉଛି  ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ଆଇନ ୨୦୨୩। ଏହି ଆଇନ ଲାଗୁ ହେବା ଦ୍ବାରା ଜନ୍ମ ପ୍ରମାଣପତ୍ରର ମହତ୍ତ୍ବ ଅନେକ ମାତ୍ରାରେ ବଢିଯିବ । ବିଭିନ୍ନ କାମ ପାଇଁ ଜନ୍ମ ପ୍ରମାଣପତ୍ରକୁ ଏକକ ଦସ୍ତାବିଜ ଭାବେ ବ୍ୟବହାର କରିହେବ । ନୂଆ ନିୟମ ଅଧୀନରେ ସ୍କୁଲରେ ନାମଲେଖା , ଡ୍ରାଇଭିଂ ଲାଇସେନ୍ସ , ଭୋଟର ତାଲିକାରେ ପଞ୍ଜିକରଣ, ଆଧାର କାର୍ଡ, ବିବାହ ପଞ୍ଜିକରଣ ପାଇଁ ଏଣିକି ଜନ୍ମ ପ୍ରମାଣପତ୍ରକୁ ଏକକ ଦସ୍ତାବିଜ ଭାବେ ବ୍ୟବହାର କରିପାରିବେ । ଅକ୍ଟୋବର ପହିଲାରୁ ମୃତ୍ୟୁ ଓ ପଞ୍ଜିକରଣ ସଂଶୋଧନ ଅଧିନିୟମ-୨୦୨୩ ଲାଗୁ ହେବ ।ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରି ମିଳିସାରିଛି । ଏହା ଲାଗୁ ହେବା ସହିତ ବିଭିନ୍ନ କ୍ଷେତ୍ରରେ ଜନ୍ମ ପ୍ରମାଣପତ୍ର ଏକକ ଦସ୍ତାବିଜ ପାଲଟିବ ।
ନୂଆ ଆଇନ ପଞ୍ଜୀକୃତ ଜନ୍ମ ମୃତ୍ୟୁର ଜାତୀୟ ଏବଂ ରାଜ୍ୟସ୍ତରୀୟ ଡାଟାବେସ୍ ବନାଇବାରେ ସହାୟକ ହେବ । ଏହି ବିଲ୍ ଲୋକସଭାରେ ଅଗଷ୍ଟ ପହିଲା ଓ ରାଜ୍ୟସଭାରେ ୭ ଅଗଷ୍ଟରେ ପାସ ହୋଇଥିଲା । ଆଉ ଏବେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରି ଏହାକୁ ଅକ୍ଟୋବର ପହିଲାରୁ ଲାଗି କରିବାକୁ ଘୋଷଣା କରିଛନ୍ତି । ଏହି ନିୟମ ଲାଗୁ ହେବା ପରେ କେନ୍ଦ୍ର ଓ ରାଜ୍ୟ ଜନ୍ମ ଓ ମୃତ୍ୟୁର ଡାଟା ପରଷ୍ପର ମଧ୍ୟରେ ସେୟାର କରିପାରିବେ । ଏହାଦ୍ୱାରା ଦେଶରେ ଜନ୍ମ ଓ ମୃତ୍ୟୁର ଡାଟାବେସ ପ୍ରସ୍ତୁତ କରାଯାଇପାରିବ । ଆଉ ରାସନ କାର୍ଡ, ଭୋଟର ଆଇଡି ଓ ଅନ୍ୟ କୌଣସି ଡାଟାବେସ ତିଆରି କରିବା ବି ସହଜ ହେବ।
ଏସିଆ କପ୍‌‌ରୁ ପାକିସ୍ତାନ ବିଦା, ଶେଷ ବଲ୍‌ରେ ଜିତିଲା ଶ୍ରୀଲଙ୍କା
କଲମ୍ବୋ: ଏସିଆ କପ୍‌‌ ସୁପର୍‌‌-୪’ର ଏକ ରୋମାଞ୍ଚକ ମୁକାବିଲାରେ ଗୁରୁବାର ଘରୋଇ ଶ୍ରୀଲଙ୍କା ଡିଏଲ୍‌ ପଦ୍ଧତିରେ ୨ ୱିକେଟ୍‌‌ରେ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ବର୍ଷା ବାଧାପ୍ରାପ୍ତ ୪୨ ଓଭରବିଶିଷ୍ଟ ଏହି ମ୍ୟାଚରେ ପାକିସ୍ତାନ ପକ୍ଷରୁ ଧାର୍ଯ୍ୟ ୨୫୨ ରନର କଷ୍ଟସାଧ୍ୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ଶେଷ ବଲରେ ୮ ୱିକେଟ୍‌‌ ହରାଇ ବିଜୟୀ ହୋଇଥିଲା। ୱିକେଟ୍‌‌ରକ୍ଷକ କୁଶାଲ ମେଣ୍ଡିସଙ୍କ ୯୧ ଓ ଚାରିଥ ଆସଲଙ୍କା’ଙ୍କ ଅପରାଜିତ ୪୯ ରନ ଶ୍ରୀଲଙ୍କାକୁ ଫାଇନାଲରେ ପ୍ରବେଶ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଅପରପକ୍ଷରେ ସୁପର୍‌‌-୪ରେ ୩ ମ୍ୟାଚରୁ ୨ ପରାଜୟ ଓ ଗୋଟିଏ ବିଜୟ ସହ ୩ୟ ସ୍ଥାନରେ ରହି ପାକିସ୍ତାନ ପ୍ରତିଯୋଗିତାରୁ ବିଦାୟ ନେଇଛି।
ସ୍ଥାନୀୟ ଆର୍‌‌ ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଡିଏଲ୍‌‌ ପଦ୍ଧତି ଶ୍ରୀଲଙ୍କା ସାମ୍ନାରେ ୨୫୨ ରନର ଲକ୍ଷ୍ୟ ଧାର୍ଯ୍ୟ ରହିଥିଲା। ଏହାକୁ ପିଛା କରି ଘରୋଇ ଶ୍ରୀଲଙ୍କା ମଧ୍ୟକ୍ରମର ୩ ବ୍ୟାଟର୍‌‌ କୁଶାଲ ମେଣ୍ଡିସ, ସଦୀରା ସମରବିକ୍ରମା ଓ ଆସଲଙ୍କାଙ୍କ ଲଢ଼ୁଆ ବ୍ୟାଟିଂ ଯୋଗୁ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଥିଲା। ମେଣ୍ଡିସ ୮୭ ବଲରୁ ୮ ଚୌକା ଓ ୧ ଛକା ବଳରେ ସର୍ବାଧିକ ୯୧ ରନ କରିଥିଲେ। ସେହିଭଳି ୪୮ ରନ କରିଥିବା ସମରବିକ୍ରମା ୩ୟ ୱିକେଟ୍‌‌ରେ ମେଣ୍ଡିସଙ୍କ ସହ ଗୁରୁତ୍ୱପୂର୍ଣ୍ଣ ୧୦୦ ରନର ଭାଗୀଦାରି କରିଥିଲେ। ତେବେ ମ୍ୟାଚ ବିଜୟୀ ଅପରାଜିତ ୪୯ ରନ କରିଥିବା ଆସଲଙ୍କା ଶେଷ ବଲରେ ବିଜୟସୂଚକ ୨ ରନ କରି ହିରୋ ସାଜିଥିଲେ। ପାକିସ୍ତାନ ପକ୍ଷରୁ ଇଫତିକାର ଅହମ୍ମଦ ୩ ଓ ଶାହୀନ ଶାହ ଆଫ୍ରିଦୀ ୨ଟି ୱିକେଟ୍‌‌ ନେଇଥିଲେ।
ପୂର୍ବରୁ ପାକିସ୍ତାନ ଦଳ ଟସ୍‌‌ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଶ୍ରୀଲଙ୍କା ପେସ୍‌‌ ଓ ସ୍ପିନ ବୋଲିଂକୁ ଉଚିତ ମୁକାବିଲା କରି ନପାରି ଦଳ ବର୍ଷା ଯୋଗୁ ଖେଳ ବନ୍ଦ ରହିଲା ବେଳକୁ ୫ ୱିକେଟରେ ୧୩୦ ରନ୍‌‌ କରି ବିପଦରେ ପଡ଼ିଥିଲା। କିନ୍ତୁ ବର୍ଷା ଛାଡ଼ିବା ପରେ ମ୍ୟାଚ୍‌‌କୁ ୪୨ ଓଭର ବିଶିଷ୍ଟ କରାଯାଇଥିଲା। ଦୀର୍ଘଦିନ ହେଲା ଚୁପ୍‌‌ ରହିଥିବା ରିଜ୍‌‌ୱାନ୍‌‌ ଓ ଇଫତିକାର ଅହମ୍ମଦ୍‌‌ ଧୈର୍ଯ୍ୟର ସହ ବ୍ୟାଟିଂ କରି ପ୍ରଥମେ ଦଳକୁ ବିପଦରୁ ଉଦ୍ଧାର କରିଥିଲେ। ଏମାନେ ୬ଷ୍ଠ ୱିକେଟରେ ୭୮ ବଲ୍‌‌ରୁ ୧୦୮ ରନ୍‌‌ ଉଠାଇବା ଫଳରେ ଦଳ ଏକ ସମ୍ମାନଜନକ ସ୍କୋର କରିବାରେ ସମର୍ଥ ହୋଇଥିଲା। ଶେଷ ପର୍ଯ୍ୟନ୍ତ ଆଉଟ ହୋଇ ନଥିବା ରିଜୱାନ୍‌‌ ୭୩ ବଲ ଖେଳି ୬ ଚୌକା ଓ ୨ଛକା ସହାୟତାରେ ୮୬ ଓ ଇଫତିକାର ୪୦ ବଲ୍‌‌ରେ ୪୭ ରନ୍‌‌ କରିଥିଲେ। ଏମାନଙ୍କ ଭାଗୀଦାରି ଯୋର୍ଗୁଁ ପାକିସ୍ତାନ ୭ ୱିକେଟରେ ୨୫୨ ରନର ଏକ ବଡ଼ ସ୍କୋର କରିବାରେ ସମର୍ଥ ହୋଇଥିଲା। ପୂର୍ବରୁ ପାଳି ଆରମ୍ଭ କରିଥିବା ଅବ୍‌‌ଦୁଲ୍ଳା ସଫିକ୍‌‌ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ୬୯ ବଲ୍‌‌ରେ ୫୨ ଓ ଅଧିନାୟକ ବାବର ଆଜମ ୩୫ ବଲ୍‌‌ରେ ୨୯ ରନ୍‌‌ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଦୁଇ ଯୁବ ଫାଷ୍ଟ ବୋଲର ମାଥୀଶା ପତିରାଣା ଓ ପ୍ରମୋଦ ମଦୁଶାନ ପତିଆରା ଦେଖାଇ ୫ ଜଣ ଖେଳାଳିଙ୍କୁ ଆଉଟ କରିଥିଲେ। ପତିରାଣାଙ୍କୁ ୩ଟି ଓ ମଦୁଶାନଙ୍କୁ ୨ଟି ୱିକେଟ ମିଳିଥିଲା।
ଉଲ୍ଲେଖଯୋଗ୍ୟ, ପାକିସ୍ତାନ ୭ ୱିକେଟ୍‌‌ରେ ୨୫୨ ରନ କରିଥିଲେ। କିନ୍ତୁ ବର୍ଷା ଯୋଗୁ ଶ୍ରୀଲଙ୍କା ସାମ୍ନାରେ ସେହି ୪୨ ଓଭରରେ ୨୫୩ ପରିବର୍ତ୍ତେ ଡିଏଲ୍‌‌ ପଦ୍ଧତିରେ ୨୫୨ ରନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର
ପାକିସ୍ତାନ: ୨୫୨/୭, ୪୨ ଓଭର (ମହମ୍ମଦ୍‌‌ ରିଜ୍‌‌ୱାନ-୮୬ ଅପରାଜିତ, ଅବ୍‌‌ଦୁଲ୍ଲା ସଫିକ୍‌‌-୫୨, ଇଫତିକାର ଅହମ୍ମଦ୍‌‌- ୪୭, ମାଥୀଶା ପତିରାଣା-୩/୬୫, ପ୍ରମୋଦ ମଦୁଶାନ- ୨/୫୮)।
ଶ୍ରୀଲଙ୍କା: ୨୫୨/୮(ଡିଏଲ୍‌), ୪୨ ଓଭର (କୁଶାଲ ମେଣ୍ଡିସ୍‌‌- ୯୧, ସମରବିକ୍ରମା-୪୮, ଆସଲଙ୍କା- ଅପରାଜିତ ୪୯, ଇଫତିକାର- ୩/୫୦, ଆଫ୍ରିଦୀ- ୨/୫୨)।
ଏସିଆକପ୍ ୨୦୨୩: ଆଜି ଶ୍ରୀଲଙ୍କାକୁ ଭେଟିବ ଭାରତ
କଲମ୍ବୋ: ପାକିସ୍ତାନଠୁ ବିଶାଳ ବିଜୟ ପରେ ଏସିଆ କପର ସୁପର-୪ର ଚତୁର୍ଥ ମ୍ୟାଚରେ ଆଜି ଶ୍ରୀଲଙ୍କାକୁ ଭେଟିବ ଟିମ୍ ଇଣ୍ଡିଆ । କଲମ୍ବେର ଆର୍ ପ୍ରେମଦାସା ଷ୍ଟାଡିୟମରେ ଆଜି ଅପରାହ୍ଣ ୩ଟାରେ ଏହି ମ୍ୟାଚ୍ ଖେଳାଯିବ । ଶ୍ରୀଲଙ୍କା ଏଯାଏଁ ଦୁଇଟି ମ୍ୟାଚ୍ ଖେଳି ଉଭୟ ମ୍ୟାଚରେ ବିଜୟ ହାସଲ କରିବା ସହ ୪ ପଏଣ୍ଟ ପାଇଁ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି।
ଅନ୍ୟପକ୍ଷରେ, ଗତକାଲି  ଏସିଆ କପ ସୁପର ଫୋରରେ ପାକିସ୍ତାନ ବିପକ୍ଷରେ ଭାରତର ଐତିହାସିକ ବିଜୟ ହୋଇଛି । ପାକିସ୍ତାନକୁ ୨୨୮ ରନରେ ହରାଇ ବିଶାଳ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ବିରାଟ କୋହଲି ଓ କେଏଲ୍ ରାହୁଲଙ୍କ ଅପରାଜିତ ଶତକୀୟ ପାଳି ପରେ କୁଲଦୀପ ଯାଦବଙ୍କ ଯାଦୁକରୀ ବୋଲିଂ ବଳରେ ଭାରତ ଏସିଆ କପ୍‌ର ସୁପର-୪ ମ୍ୟାଚ୍‌ରେ ପାକିସ୍ତାନକୁ ୨୨୮ ରନ୍‌ରେ ହରାଇ ଦେଇଛି ।
ସମ୍ଭାବ୍ୟ ଦଳ
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ, ବିରାଟ କୋହଲି, ଇଶାନ କିଶାନ, ଲୋକେଶ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍‌‌ରା ଓ ମହମ୍ମଦ ସିରାଜ।
ଶ୍ରୀଲଙ୍କା: ଦିମୁଥ କରୁଣାରତ୍ନେ, ପଥୁମ ନିଶଙ୍କା, କୁଶଲ ମେଣ୍ଡିସ, ସଦିରା ସମରବିକ୍ରମା, ଚରିଥ ଆଶାଲଙ୍କା, ଧନଞ୍ଜୟ ଡି ସିଲଭା, ଡାସୁନ ଶଣକା, ଦୁଶନ ହେମଥ/ଦୁନିଥ ୱିଲାଲେଜ, ମହୀଶ ତୀକ୍ଷଣା, ବିନୁରା ଫର୍ଣ୍ଣାଣ୍ଡୋ, କାସୁନ ରଜିଥା।
ଏସିଆ କପ୍: ବର୍ଷା ଯୋଗୁଁ ଭାରତ-ପାକିସ୍ତାନ ମ୍ୟାଚ ସ୍ଥଗିତ
କଲମ୍ବୋ: ଭାରତ-ପାକିସ୍ତାନ ହାଇଭୋଲଟେଜ ଲଢ଼େଇରେ ପୁଣି ବର୍ଷା ସାଜିଛି ବାଧକ। ଶ୍ରୀଲଙ୍କାର ଆର ପ୍ରେମାଦାସା ଷ୍ଟାଡିୟମରେ ହଠାତ୍‌ ବର୍ଷା ମାଡ଼ି ଆସିବାରୁ ମ୍ୟାଚ୍‌କୁ ଅଧାରୁ ସ୍ଥଗିତ ରଖାଯାଇଛି। ଆଜିର ମ୍ୟାଚ ଆସନ୍ତାକାଲି ଅର୍ଥାତ ରିଜର୍ଭ ଡେ’ ରେ ଖେଳାଯିବ।
ଅଚାନକ ପବନ ସହ ବର୍ଷା ମାଡ଼ି ଆସିବାରୁ ଷ୍ଟାଡିୟମ କର୍ମଚାରୀମାନେ ପାଲ ଘୋଡ଼ାଇବାକୁ ବେଶ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଥିଯଥଗୁ ଆଉଟ ଫିଲ୍ଡ ପ୍ରଭାବିତ ହୋଇଥିଲା। ଆଉଟ ଫିଲ୍ଡ ସଂପୂର୍ଣ୍ଣ ଭାବେ ଓଦା ହୋଇଯାଇଛି। ଠିକ ସମୟରେ ଏହାକୁ ଘୋଡ଼ାଇବା ସମ୍ଭବ ହୋଇ ପାରି ନ ଥିଲା । ଫଳରେ ମ୍ୟାଚକୁ ଆସନ୍ତାକାଲି ଘୁଞ୍ଚାଯାଇଛି।
ସୂଚନା ଅନୁଯାୟୀ, ଟସ ଜିତି ପାକିସ୍ତାନ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୨୪.୧ ଓଭରରେ ୨ଟି ୱିକେଟ ହରାଇ ୧୪୭ ରନ କରିଛି। ରୋହିତ ଶର୍ମା ୪୯ ବଲରେ ୫୬ ରନ କରି ଆଉଟ ହୋଇଥିବା ବେଳେ ଶୁଭମନ୍ ଗିଲ ୫୨ ବଲରେ ୫୮ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଲୋକେଶ ରାହୁଲ ଓ ବିରାଟ କୋହଲି ସମ୍ଭାଳିଥିଲେ। ରାହୁଲ ୨୮ ବଲରେ ୧୭ ରନ କରି ଅପରାଜିତ ଥିବାବେଳେ ବିରାଟ ୧୬ ବଲରେ ୮ ରନ କରି ଅପରାଜିତ ରହିଛନ୍ତି। ସହିପରି, ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦି ଓ ଶଦାବ ଖାନ୍‌‌ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।
ବର୍ଷା ପାଇଁ ଆଜିର ମ୍ୟାଚ ସ୍ଥଗିତ ରଖାଯାଇଥିବା ବେଳେ ବଳକା ମ୍ୟାଚ ଆସନ୍ତାକାଲି ରିଜର୍ଭ ଡେ’ ରେ ଖେଳାଯିବ ବୋଲି କୁହାଯାଇଛି।
ଆଜି ବିଶ୍ବ ସ୍ବାସ୍ଥ୍ୟ ଦିବସ: ଚଳିତ ବର୍ଷର ଥିମ୍‌ – ସମସ୍ତଙ୍କ ପାଇଁ ସୁସ୍ବାସ୍ଥ୍ୟ ବା ‘ହେଲ୍‌ଥ ଫର୍‌ ଅଲ୍’
ପ୍ରତିବର୍ଷ ଏପ୍ରିଲ୍‌ ମାସ ୭ ତାରିଖକୁ ବିଶ୍ବ ସ୍ବାସ୍ଥ୍ୟ ଦିବସ ଭାବେ ପାଳନ କରାଯାଏ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି – ସମସ୍ତଙ୍କ ଆରୋଗ୍ୟ କାମନା ସହିତ ସ୍ବାସ୍ଥ୍ୟ ସମ୍ପର୍କିତ ଜନସଚେତନତା ବୃଦ୍ଧି କରିବା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପାଳନ କରାଯାଉଥିବା ଏହି ଦିବସ ପାଇଁ ପ୍ରତ୍ୟେକ ବର୍ଷ ଏକ ସ୍ବତନ୍ତ୍ର ଥିମ୍‌ ରଖାଯାଏ। ଏହି କ୍ରମରେ ଚଳିତବର୍ଷର ଥିମ୍‌ ହେଉଛି – ‘ହେଲ୍‌ଥ ଫର୍‌ ଅଲ୍‌’।
ଇତିହାସ
୧୯୪୮ ମସିହାରେ ଏହିଦିନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରତିଷ୍ଠା ହୋଇଥିଲା। ଏହା ହେଉଛି ସଂଯୁକ୍ତ ରାଷ୍ଟ୍ରର ଏକ ସ୍ବାସ୍ଥ୍ୟ ସଂଗଠନ, ଯାହାକି ବିଶ୍ବ ସ୍ତରରେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ପ୍ରତି ଦୃଷ୍ଟି ଦେବା ସହ ବିଭିନ୍ନ ପ୍ରକାର ନୂତନ ଚିକିତ୍ସା ପ୍ରଣାଳୀକୁ ଅନୁମୋଦନ କରିଥାଏ। ତେଣୁ ଏହି ସଂସ୍ଥାର ପ୍ରତିଷ୍ଠା ହେବାର ଦୁଇବର୍ଷ ପରେ ପ୍ରଥମେ ବିଶ୍ବ ସ୍ବାସ୍ଥ୍ୟ ଦିବସ ୧୯୫୦ ମସିହା ଏପ୍ରିଲ୍‌ ୭ ତାରିଖରେ ପାଳନ କରାଯାଇଥିଲା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବାର୍ଷିକ ଉତ୍ସବ ଭାବେ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଆସୁଛି।
କିପରି ପାଳନ କରାଯାଏ
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପାଳନ କରାଯାଉଥିବା ଏହି ଦିବସରେ ପ୍ରତ୍ୟେକ ଦେଶର ବିଭିନ୍ନ ଆଞ୍ଚଳିକ ସ୍ତରରେ ସରକାରୀ ଓ ବେସରକାରୀ ସ୍ବାସ୍ଥ୍ୟ ସଂସ୍ଥା, ସ୍ବାସ୍ଥ୍ୟ ସମ୍ପର୍କିତ ଏନ୍‌ଜିଓ ସଂସ୍ଥା, ସ୍ବାସ୍ଥ୍ୟ ସଚେତନତା ସୃଷ୍ଟି କରୁଥିବା କର୍ମଚାରୀ ଏବଂ ଡାକ୍ତର ସମୂହର ମିଳିତ ଉଦ୍ୟମରେ ଏହି ଦିବସ ପାଳନ କରାଯାଏ। ସମସ୍ତେ ନିଜ ନିଜ କ୍ଷେତ୍ରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରି ଲୋକଙ୍କୁ ସ୍ବାସ୍ଥ୍ୟ ସମ୍ପର୍କିତ ଅନେକ କଥା ବୁଝାଇଥାନ୍ତି। ଏହା ସହିତ ସହରତଳି ଅଞ୍ଚଳଗୁଡ଼ିକରେ ବିଭିନ୍ନ ସ୍ବାସ୍ଥ୍ୟ ସଂସ୍ଥା ପକ୍ଷରୁ ସ୍ବାସ୍ଥ୍ୟ ଶିବିରର ଆୟୋଜନ କରାଯାଏ। ଏହି ଶିବିରଗୁଡ଼ିକରେ ମାଗଣାରେ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଏ। ଅପୁଷ୍ଟିର ଶିକାର ହୋଇଥିବା ଶିଶୁଙ୍କ ପାଇଁ ଏଠାରେ ମାଗଣାରେ ବିଭିନ୍ନ ପ୍ରକାର ଔଷଧ ବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରାଯାଏ। ଏହା ସହିତ ବିଭିନ୍ନ ପ୍ରକାର ଜଟିଳ ରୋଗ ସମ୍ପର୍କିତ ଜ୍ଞାନ ଏବଂ ତାହାର ଚିକିତ୍ସା ସମ୍ବନ୍ଧରେ ମଧ୍ୟ ଲୋକଙ୍କୁ ବୁଝାଇ ଦିଆଯାଏ। ଅନେକଗୁଡ଼ିଏ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଲୋକଙ୍କ ମନରେ ଥିବା ଅନ୍ଧବିଶ୍ବାସକୁ ଦୂର କରିବା କ୍ଷେତ୍ରରେ ସଚେତନ ଶିବିର ଆଦିର ଆୟୋଜନ କରାଯାଇଥାଏ। ଖାଦ୍ୟ, ବ୍ୟାୟାମ ଓ ଯୋଗ ପ୍ରାଣାୟାମ ଦ୍ବାରା କିଭଳି ଜଣେ ବ୍ୟକ୍ତି ସୁସ୍ଥସବଳ ଓ ନୀରୋଗ ରହିପାରିବ, ସେ ସମ୍ପର୍କରେ ମଧ୍ୟ ବିଭିନ୍ନ ଆଲୋଚନାଚକ୍ର ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଏ। ଏସବୁର ମୂଳ ଲକ୍ଷ୍ୟ ହେଉଛି – ସମସ୍ତଙ୍କ ଆରୋଗ୍ୟ କାମନା କରିବା ଏବଂ ଯଥାସାଧ୍ୟ ଲୋକଙ୍କୁ ସୁସ୍ଥସବଳ ଓ ନିରୋଗ ରଖିବା।
ଚଳିତ ବର୍ଷର ଥିମ୍‌ – ସମସ୍ତଙ୍କ ପାଇଁ ସୁସ୍ବାସ୍ଥ୍ୟ
ଆଜିକାଲି ପ୍ରାୟ ସମସ୍ତଙ୍କଠାରେ କିଛି ନା କିଛି ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି। କୋଭିଡ୍‌ ପରଠାରୁ ବର୍ତ୍ତମାନ ଲୋକମାନଙ୍କଠାରେ ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇଛି। ତେଣୁ ଦିନକୁଦିନ ସଂକ୍ରମଣଜନିତ ରୋଗ ବୃଦ୍ଧି ପାଉଛି। ଏହା ସହିତ ପୂର୍ବରୁ ରହିଥିବା ଉଚ୍ଚରକ୍ତଚାପ, ମେଦବହୁଳତା, ଅବସାଦ, ମଧୁମେହ ଇତ୍ୟାଦି ସମସ୍ୟା ମଧ୍ୟ ଲାଗି ରହୁଛି। ଏଭଳି ଜଟିଳ ପରିସ୍ଥିତିରେ ଅନେକ ଲୋକ ବୁଝିପାରୁନାହାନ୍ତି ଯେ, ସେମାନେ କେଉଁ ଭଳି ଚିକିତ୍ସା ଆପଣାଇବେ କିମ୍ବା କିଭଳି ଭାବେ ନିଜର ସୁସ୍ଥତା ଫେରିପାଇବେ। ତେଣୁ ଏ କ୍ଷେତ୍ରରେ କିପରି ଲୋକଙ୍କୁ ସଚେତନ କରାଇ, ନୀରୋଗ ରଖିହେବ, ତାହାକୁ ପ୍ରାଥମିକତା ଦେଇ ଚଳିତର୍ଷର ‘ବିଶ୍ବ ସ୍ବାସ୍ଥ୍ୟ ଦିବସ’ର ଥିମ୍‌ ରଖାଯାଇଛି – ସମସ୍ତଙ୍କ ପାଇଁ ସୁସ୍ବାସ୍ଥ୍ୟ ବା ‘ହେଲ୍‌ଥ ଫର୍‌ ଅଲ୍’।
ଏହି ଥିମ୍‌ ଅନୁଯାୟୀ ସୁସ୍ଥ ରହିବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି ଯେ, ପୋଷକତତ୍ତ୍ବଯୁକ୍ତ ଆହାର ସହିତ ଲୁଣ ଓ ଚିନିର ସେବନ କମ୍‌ କରିବା ଉଚିତ। ନିଶାଦ୍ରବ୍ୟର ବ୍ୟବହାରଠାରୁ ଦୂରେଇ ରୁହନ୍ତୁ। ଧୂମପାନ କରୁଥିବା ବ୍ୟକ୍ତିଙ୍କଠାରୁ ଦୂରତା ବଜାୟ ରଖନ୍ତୁ। କାରଣ ସେକେଣ୍ଡହ୍ୟାଣ୍ଡ୍‌ ସ୍ମୋକିଂ ମଧ୍ୟ ଫୁସ୍‌ଫୁସ୍‌ଜନିତ ରୋଗ ସୃଷ୍ଟି କରେ। ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ନିଜ ଶରୀରର ସମ୍ପୂର୍ଣ୍ଣ ପରୀକ୍ଷା କରାଇନିଅନ୍ତୁ। ଶିଶୁଙ୍କୁ ଉପଯୁକ୍ତ ସମୟରେ ଟିକାକରଣ କରାନ୍ତୁ। ଶରୀରରୁ ଜଳୀୟ ଅଂଶ କମ୍‌ ହେବାକୁ ଦିଅନ୍ତୁ ନାହିଁ। ପ୍ରତିଦିନ ଅତିକମ୍‌ରେ ୮୦୦ ପାଦ ଚାଲନ୍ତୁ। ଖାଦ୍ୟକୁ ଭଲ ଭାବେ ଚୋବାଇ ଖାଆନ୍ତୁ। କାଶିବା କିମ୍ବା ଛିଙ୍କିବା ସମୟରେ ରୁମାଲ୍‌ ବ୍ୟବହାର କରନ୍ତୁ। ଯାତାୟାତ କରିବା ସମୟରେ ମାସ୍କ ବ୍ୟବହାର କରନ୍ତୁ। ଉପରୋକ୍ତ ନିୟମ ପାଳନ କରିବା ଦ୍ବାରା ସମସ୍ତେ ସୁସ୍ଥସବଳ ଓ ନୀରୋଗ ରହିପାରିବେ ଏବଂ ଚଳିତବର୍ଷ ଥÒମ୍‌ର ମୁଖ୍ୟ ଉଦ୍ଦେଶ୍ୟ ସଫଳ ହୋଇପାରିବ।
ଜାନୁଆରୀ
ତା ୧: ଇଂରାଜୀ ନବବର୍ଷ, ଶାମ୍ବ ଦଶମୀ, ସୂର୍ଯ୍ୟ ପୂଜା
ତା ୬: ପୌଷ ପୂର୍ଣ୍ଣିମା, ଦେବାଭିଷେକ, ପୁଷପୁନି, ମହୋଦଧି ଆଳତି
ତା ୧୪: ମକର ସଂକ୍ରାନ୍ତି, ପୋଙ୍ଗଲ, ଗଙ୍ଗାସାଗର ବୁଡ଼, ବ୍ୟାସକବି ଜୟନ୍ତୀ
ତା ୧୫ ଜାନୁଆରୀ-ମକର ସଂକ୍ରାନ୍ତି, ପୋଙ୍ଗଲ, ଉତ୍ତରାୟଣ
ତା ୧୮: ଷଟ୍‌ତିଳା ଏକାଦଶୀ, ଓଳାଶୁଣୀ ମେଳା
ତା ୨୧ : ମୌନି ଅମାବାସ୍ୟା, ମା’ ବିରଜାଙ୍କ ଜନ୍ମୋତ୍ସବ
ତା ୨୬: ସାଧାରଣତନ୍ତ୍ର ଦିବସ, ସରସ୍ୱତୀ ପୂଜା
ତା ୨୮: ମାଘ ସପ୍ତମୀ, ଚନ୍ଦ୍ରଭାଗା ବୁଡ଼
ଫେବ୍ରୁଆରୀ
ତା  ୧ : ସର୍ବସମ୍ମତ ଭୈମୀ ଏକାଦଶୀ
ତା ୫:  ମାଘ ପୂର୍ଣ୍ଣିମା, ଅଗ୍ନ୍ୟୁତ୍ସବ, ଚନ୍ଦ୍ରୋପବାସ
ତା ୧୩: କୁମ୍ଭ ସଂକ୍ରାନ୍ତି
ତା ୧୬:  ସ୍ମାର୍ତ୍ତସମ୍ମତ ପଙ୍କୋଦ୍ଧାର ଏକାଦଶୀ
ତା ୧୮:  ମହାଶିବରାତ୍ରି
ତା ୨୧ : ରାମକୃଷ୍ଣ ପରମହଂସଙ୍କ  ଜୟନ୍ତୀ
ମାର୍ଚ୍ଚ
ତା ୧ : ଫଗୁଦଶମୀ
ତା ୨:  ଶ୍ରୀମନ୍ଦିରରେ  ଫଗୁଦଶମୀ , ଦୋଳଯାତ୍ରା ଆରମ୍ଭ
ତା ୩ :  ପାପନାଶିନୀ ଏକାଦଶୀ
ତା ୭:  ଦୋଳ ପୂର୍ଣ୍ଣିମା
ତା ୧୧:  ପଞ୍ଚୁଦୋଳ
ତା ୧୪:  ମାସାନ୍ତ, ତାରାତାରିଣୀ ଯାତ୍ରାରମ୍ଭ
ତା ୨୪- ରମଜାନ ରୋଜା ଆରମ୍ଭ
ତା ୨୯:  ଅଶୋକାଷ୍ଟମୀ, ବାସନ୍ତୀକ ମୃଣ୍ମୟୀ ଓ ପୀଠେ ମହାଷ୍ଟମୀ ପୂଜା, ସନ୍ଧ଄ପୂଜା
ତା  ୩୦: ଶ୍ରୀରାମ ନବମୀ
ତା ୩୧: ମୃଣ୍ମୟୀ ଓ ପୀଠେ ବାସନ୍ତୀକ ଦଶହରା ଉତ୍ସବ
ଅପ୍ରେଲ
ତା ୧: କାମଦା ଏକାଦଶୀ, ଉତ୍କଳ ଦିବସ
ତା ୬: ଚୈତ୍ର ପୂର୍ଣ୍ଣିମା
ତା ୭: ଗୁଡ୍‌ ଫ୍ରାଇଡେ
ତା ୧୪: ମହାବିଷୁବ ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ, ଆମ୍ବେଦକର ଜୟନ୍ତୀ, ଝାମୁଯାତ୍ରା
ତା ୧୬: ବରୁଥିନୀ ଏକାଦଶୀ
ତା ୨୨: ଇଦୁଲ୍‌ଫିତର
ତା ୨୩: ଅକ୍ଷୟ ତୃତୀୟ, ଚନ୍ଦନଯାତ୍ରା ଆରମ୍ଭ
ତା ୨୯: ସୀତା ନବମୀ
ମଇ
ତା ୧: ଶ୍ରମିକ ଦିବସ, ମୋହିନୀ ଏକାଦଶୀ
ତା ୪: ଶ୍ରୀନୃସିଂହ ଚତୁର୍ଦ୍ଦଶୀ ଉପବାସ
ତା ୫: ଚନ୍ଦନ ପୂର୍ଣ୍ଣିମା, ବୁଦ୍ଧ ଜୟନ୍ତୀ
ତା ୧୨: ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ର
ତା ୧୫: ବୃଷ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଭିତର ଚନ୍ଦନ ଓ ଜଳକ୍ରୀଡ଼ା
ତା ୧୯: ଜ୍ୟେଷ୍ଠ ଅମାବାସ୍ୟା, ସାବିତ୍ରୀ ବ୍ରତ
ତା ୨୫: ଶୀତଳ ଷଷ୍ଠୀ
ତା ୩୧: ନିର୍ଜଳା ଏକାଦଶୀ, ଶ୍ରୀମନ୍ଦିରରେ ରୁକ୍ମିଣୀ ବିବାହ, ବିଶ୍ବ ତମାଖୁ ନିରୋଧୀ ଦିବସ
ଜୁନ୍‌
ତା ୪: ଦେବସ୍ନାନ ପୂର୍ଣ୍ଣିମା
ତା ୧୪: ସର୍ବସମ୍ମତ ଖଳିଲାଗି ଏକାଦଶୀ, ପହିଲି ରଜ
ତା  ୧୫: ମିଥୁନ (ରଜ)ସଂକ୍ରାନ୍ତି
ତା  ୧୬: ଭୂମିଦାହ, ଶିବଚତୁର୍ଦ୍ଦଶୀ ଓ ବେଢା, ଭଞ୍ଜ ଜୟନ୍ତୀ।
ତା ୧୭:  ବସୁମତୀ ସ୍ନାନ
ତା ୧୯: ନେତ୍ରୋତ୍ସବ, ନବଯୌବନ ଦର୍ଶନ
ତା ୨୦:  ଶ୍ରୀଗୁଣ୍ଡିଚା ( ରଥଯାତ୍ରା)
ତା ୨୧:  ବିଶ୍ବ ଯୋଗ ଦିବସ
ତା ୨୪: ହେରା ପଞ୍ଚମୀ
ତା ୨୮: ବାହୁଡ଼ା ରଥଯାତ୍ରା
ଜୁଲାଇ
ତା ୧: ଶ୍ରୀ ଜୀଉଙ୍କର ନୀଳାଦ୍ରି ବିଜେ ଉତ୍ସବ
ତା ୭:  ମନସା ପଞ୍ଚମୀ
ତା ୧୭: କର୍କଟ ସଂକ୍ରାନ୍ତି,  ଚିତାଲାଗି ଅମାବାସ୍ୟା
ତା ୧୯:  ଦ୍ବିତୀୟା ଚନ୍ଦ୍ରଦର୍ଶନ
ତା ୩୧: ଶ୍ରୀ ଶିବଶୟନ ଉତ୍ସବ
ଅଗଷ୍ଟ
ତା ୪: ସଙ୍କଟ ଚତୁର୍ଥୀ
ତା ୧୫: ସ୍ବାଧୀନତା ଦିବସ
ତା ୧୭: ସିଂହ ସଂକ୍ରାନ୍ତି
ତା ୨୬: ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ଆରମ୍ଭ
ତା ୩୦: ବଳଦେବଙ୍କ ଜନ୍ମ, ରକ୍ଷାବନ୍ଧନ
ତା ୩୧: ଶ୍ରୀମନ୍ଦିରରେ ଗହ୍ମାପୂର୍ଣ୍ଣିମା, ବଳଦେବଙ୍କ ଜନ୍ମ, ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ
ସେପ୍ଟେମ୍ବର
ତା ୩: ଖୁଦୁରୁକୁଣୀ ଓଷାରମ୍ଭ
ତା ୫: ଗୁରୁ ଦିବସ
ତା ୬: ବୁଧେଇ ଓଷାରମ୍ଭ, ଜନ୍ମାଷ୍ଟମୀ
ତା ୧୪: ସପ୍ତପୁରୀ ଅମାବାସ୍ୟା
ତା ୧୭: କନ୍ୟା ସଂକ୍ରାନ୍ତି, ବିଶ୍ବକର୍ମା ପୂଜା
ତା ୧୯: ଶ୍ରୀଗଣେଶ ପୂଜା
ତା ୨୦: ଋଷିପଞ୍ଚମୀ, ନୂଆଁଖାଇ
ତା ୨୬: ଶ୍ରୀବାମନ ଜନ୍ମ, ସୁନିଅଁା
ତା ୨୮: ମହାପୁରୁଷ ମହମ୍ମଦଙ୍କ ଜନ୍ମ
ତା ୨୯: ଇନ୍ଦୁ ପୂର୍ଣ୍ଣିମା, ଭାଗବତ ଜନ୍ମ
ଅକ୍ଟୋବର
ତା ୨:  ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
ତା ୬: ଦ୍ବିତୀୟା ଓଷା
ତା ୧୩:  ଶିବଚତୁର୍ଦ୍ଦଶ୍ୟୁପବାସ ବା ବେଢ଼ା ପରିକ୍ରମା
ତା  ୧୪:  ମହାଳୟା ଅମାବାସ୍ୟା, ଫୁଲ୍ଲୋରୀ ଓଷା
ତା  ୧୬:   ଗର୍ଭଣା ସଂକ୍ରାନ୍ତି
ତା ୨୫:  ସର୍ବସମ୍ମତ ପାପାଙ୍କୁଶା ଏକାଦଶୀ
ତା ୨୮: କୁମାର ପୂର୍ଣ୍ଣିମା, ଗଜଲକ୍ଷ୍ମୀ ପୂଜା
ନଭେମ୍ବର
ତା ୧୧: ଧନ୍ବନ୍ତରୀ ଜୟନ୍ତୀ, ନରକ ଚତୁର୍ଦ୍ଦଶୀ
ତା ୧୨: ଶ୍ୟାମକାଳୀ ପୂଜା , ଦୀପାବଳୀ, ପୟାଶ୍ରାଦ୍ଧ
ତା ୧୪:  ଶିଶୁଦିବସ
ତା ୧୫ : ନାଗ ଚତୁର୍ଥୀ  ବ୍ରତ
ତା ୨୦:  ଗୋଷ୍ଠାଷ୍ଟମୀ
ତା ୨୧- ଅଁଳା ନବମୀ, ଜଗଦ୍ଧାତ୍ରୀ ପୂଜା
ତା ୨୫: ବଡ଼ଓଷା
ତା ୨୭: କାର୍ତ୍ତିକ ବ୍ରତ ସମାପ୍ତ, ରାସପୂର୍ଣ୍ଣିମା, ବାଲିଯାତ୍ରା
ତା ୨୮: ମାର୍ଗଶୀର କୁଷ୍ଣପକ୍ଷ , ଛାଡ଼ଖାଇ
ଡିସେମ୍ବର
ତା ୧:  ସୀତା ବିବାହ
ତା  ୫: ପ୍ରଥମାଷ୍ଟମୀ
ତା ୬: କାଞ୍ଜିଅଁଳା ନବମୀ
ତା ୭ : ମାଣବସା ଗୁରୁବାର ଓଷା
ତା ୧୧:  ଦେବ ଦୀପାବଳୀ ଆରମ୍ଭ
ତା ୧୨:  ମହୋଦଧି ଅମାବାସ୍ୟା
ତା ୧୬:  ଧନୁ ସଂକ୍ରାନ୍ତି
ତା ୨୩:  ବ୍ୟଞ୍ଜନ ଦ୍ବାଦଶୀ
ତା ୨୫:  ବଡ଼ଦିନ ଉତ୍ସବ
ତା  ୨୬ : ପଣ୍ଡୁ ପୂର୍ଣ୍ଣିମା
ତା  ୨୯: ଦାଣ୍ଡପହଁରା, ବାଟଓଷା
ଦେଶବାସୀଙ୍କୁ ଇଂରାଜୀ ନବବର୍ଷ ୨୦୨୩ର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଦେଶ ତଥା ସମଗ୍ର ବିଶ୍ବରେ ପାଳନ ହେଉଛି ନୂଆବର୍ଷ। ଆନନ୍ଦ ଉଲ୍ଲାସର ସହ ନୂଆବର୍ଷକୁ ସ୍ବାଗତ କରିଛନ୍ତି ଲୋକେ।  ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ନୂଆବର୍ଷକୁ ସ୍ବାଗତ କରିଛନ୍ତି ଲୋକେ। ନୂଆବର୍ଷ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ରାଷ୍ଟ୍ରପତି ଦେଶବାସୀ ତଥା ବିଦେଶରେ ରହୁଥିବା ପ୍ରବାସୀଙ୍କୁ ନୂତନବର୍ଷର ଶୁଭକାମନା ଜଣାଇବା ସହ, ନୂତନ ବର୍ଷ ୨୦୨୩ ସମସ୍ତଙ୍କ ଜୀବନରେ ନୂଆ ପ୍ରେରଣା, ଲକ୍ଷ୍ୟ ଏବଂ ସଫଳତାର କାମନା କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ନୂଆବର୍ଷ ସମସ୍ତଙ୍କ ପାଇଁ ଆଶା, ଖୁସି ଏବଂ ସଫତଳାରେ ପରିପୂର୍ଣ୍ଣ ହେବା ସହ, ସମସ୍ତଙ୍କର ଉତ୍ତମ ସ୍ବାସ୍ଥ୍ୟ ପାଇଁ କାମନା କରିଛନ୍ତି।
ବିଶ୍ବ ନିୟନ୍ତାଙ୍କ ସୃଷ୍ଟି ବେଶ୍‌ ରହସ୍ୟମୟ । ଏହି ରହସ୍ୟମୟ ସୃଷ୍ଟିର ସମସ୍ତ  ଜୀବଜଗତ ନିୟତିର ବିଧି ନିର୍ଦ୍ଦିଷ୍ଟ ନିତିନିୟମରେ  ପରିଚାଳିତ। ସମସ୍ତ ଗ୍ରହ ନକ୍ଷତ୍ର ନିୟତିର ଅଧୀନ  ଓ ମଣିଷର ଭାଗ୍ୟ ଦୈବର ଅଧୀନ। ଭାଗ୍ୟ ଫଳତି ସର୍ବତ୍ରଂ ନ ଚ ବିଦ୍ୟା ନ ଚ ପୌରୁଷମ୍‌। ସୌରଜଗତର ଗ୍ରହ ନକ୍ଷତ୍ରଙ୍କୁ କେନ୍ଦ୍ରୀଭୂତ କରି ଜ୍ୟୋତିଷିକ ଗଣନାକୁ ସୀମିତ କରି ସାରା ବିଶ୍ବରେ ଆଗାମୀ  ୨୦୨୩ ମସିହାରେ କ’ଣ ଘଟିବାକୁ ଯାଉଛି, ଯାହାର ଏକ ସମ୍ୟକ ବିବରଣୀ ଏଠାରେ ଉପସ୍ଥାପନା କରାଯାଇଛି।
ବିଶ୍ୱ ସମାଚାର
ନବବର୍ଷର  ଗ୍ରହ ସ୍ଥିତି ଅନୁଯାୟୀ ୨୦୨୩ ମସିହା ବିଶ୍ବ ପାଇଁ ମିଶ୍ରିତ ଫଳ ରହିବ। ମେ’ ମାସ ମଧ୍ୟରେ  ବିଶ୍ବବାତାୟନ ତଥା ବାତାବରଣ ସରଗରମ ହେବ। ପ୍ରାୟ ଅଧିକାଂଶ ଦେଶରେ ଜନତା ଜନାର୍ଦ୍ଦନ  ଶାସନ  ବ୍ୟବସ୍ଥାରେ ଅସନ୍ତୋଷ ପ୍ରକାଶ କରିବା ସହ କ୍ରୋଧରେ ଜର୍ଜରିତ ହେବେ। ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇ ଶାସନ ବିରୁଦ୍ଧରେ  ଆନ୍ଦୋଳନ ଜାରି ରଖିବେ। ଦେଶ ଦେଶ ମଧ୍ୟରେ ବୈଦେଶିକ ସଂପର୍କ ଓ ବ୍ୟବସାୟିକ ଆମଦାନି ରପ୍ତାନିକୁ  ନେଇ ଅଚଳାବସ୍ଥା ଦେଖାଦେବ। ଜୁନ୍‌ଠାରୁ ଅଗଷ୍ଟ ମଧ୍ୟରେ ଶନିକୁ ମଙ୍ଗଳଙ୍କ ପୂର୍ଣ୍ଣ ଦୃଷ୍ଟି ହେତୁ ବହୁ ଦେଶର ରାଜନେତାମାନଙ୍କର  ଯୁଦ୍ଧଖୋର ମନୋଭାବ ଦେଖାଦେବ। ଏହି ମାସ  ଅଚାନକ ଘୂର୍ଣ୍ଣିବାତ୍ୟା, ଅଂଶୁଘାତ, ଅଗ୍ନିଦାହ, ରାସାୟନିକ ବିସ୍ଫୋରଣଜନିତ ବିଭିନ୍ନ ଦୁର୍ଘଟଣାମାନ ଘଟିବାର ବହୁ ସମ୍ଭାବନା ରହିଛି।
ରୁଷିଆ, ଆରବ ଦେଶ ସମୂହ ସ୍ବିଡେନ୍‌ ଓ ପୋଲାଣ୍ଡ ଆଦି ଦେଶ ସମୂହରେ ଅନାହାର ଓ ଖାଦ୍ୟାଭାବ ଦେଖାଦେବ। ସବୁଆଡ଼େ ଆନ୍ଦୋଳନ, ପୋଡ଼ାଜଳା ସହ ବିସ୍ଫୋରଣ ଓ ଆକସ୍ମିକ ଭୂମିକମ୍ପ ସହ ଘୂର୍ଣ୍ଣିବାତ୍ୟା ଦେଖାଦେବ। କର୍ମ ସଂସ୍ଥାନର ଘୋର ଅଭାବ ସହ ବିଭିନ୍ନ ମାରାତ୍ମକ ରୋଗ ଦେଖାଦେବ। ଜନତାଙ୍କ ଅନ୍ଦୋଳନାତ୍ମକ ମନୋଭାବ ହେତୁ ସରକାରୀ କର୍ମଚାରୀମାନେ ଦ୍ବନ୍ଦ୍ବରେ ପଡ଼ି ହନ୍ତସନ୍ତ ହେବେ। ଶୁକ୍ର ଓ ବୃହସ୍ପତିଙ୍କ  ପୂର୍ଣ୍ଣଦୃଷ୍ଟି  ହେତୁ ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା , ଉତ୍ତର ଆଫ୍ରିକା, ବେଲ୍‌ଜିୟମ୍‌, ଲଣ୍ଡନ, ମେଲ୍‌ବର୍ଣ୍ଣ ଆଦି ଦେଶରେ ଦୁରାରୋଗ୍ୟ ବ୍ୟାଧି ଦେଖାଦେବ। ସବୁଆଡ଼େ  ଅରାଜକତା, ଗୃହଯୁଦ୍ଧ, ରାଜନୈତିକ ବିଶୃଙ୍ଖଳା ସହ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବ। ଅଚାନକ ଦୈବୀ ଦୁର୍ବିପାକ ସହ ଜୈବିକ ଅସ୍ତ୍ରଶସ୍ତ୍ରର ପ୍ରୟୋଗ, ଅସ୍ତ୍ରଶସ୍ତ୍ର କାରବାର ବୃଦ୍ଧ଄ ସହ ବାରମ୍ବାର ପ୍ରତିକୂଳ ପରିବେଶ ଓ ପରିସ୍ଥିତି ଉଭୟ ଶାସକ ଓ  ଶାସନ କଳ ବହୁବିଧ  ବାଧାବିଘ୍ନର ସମ୍ମୁଖୀନ ହେବେ। ମେ’ ମାସଠାରୁ ବର୍ଷ ଶେଷ ପର୍ଯ୍ୟନ୍ତ ଇଂଲଣ୍ଡ, ବ୍ରିଟେନ୍‌, ଜର୍ମାନୀ, ପାଲେଷ୍ଟାଇନ୍‌ ତଥା ଭାରତର ଯାବତୀୟ  ବହୁବିଧ ସୁନାମ ପ୍ରତିଷ୍ଠାର ସୁଯୋଗ ଥିଲେ  ମଧ୍ୟ ବିରୋଧୀମାନଙ୍କ ବିରୋଧାଭାସ, ଅସହଯୋଗ ଯୋଗୁଁ ବହୁ କ୍ଷେତ୍ରରେ ନିଜ ଲକ୍ଷ୍ୟରୁ ବିଚ୍ୟୁତ ହେବେ। ଚଳିତବର୍ଷ ଜାନୁଆରୀ, ଜୁଲାଇ, ଅକ୍ଟୋବର ଓ ଡିସେମ୍ବରରେ ବିଶ୍ବର ସର୍ବୋଚ୍ଚ ନେତୃ ସ୍ଥାନୀୟ ବ୍ୟକ୍ତି କିମ୍ବା ଧର୍ମପ୍ରଚାରକଙ୍କ ହଠାତ୍‌ ସ୍ବାସ୍ଥ୍ୟହାନି ଅଥବା ପ୍ରାଣହାନି ହେବାର ଆଶଙ୍କା ରହିଛି। ଜୁନ୍‌,ଜୁଲାଇ,  ଅଗଷ୍ଟ ଓ ଡିସେମ୍ବରରେ ସାରା ବିଶ୍ବ ଏକ ବିଷାକ୍ତ ବାତାବରଣ ଦେଇ ଗତି କରିବ। ଜାନୁଆରୀଠାରୁ ମାର୍ଚ୍ଚ ମଧ୍ୟରେ ଲଗ୍ନାଧିପତି ବୁଧ ମିତ୍ରଗ୍ରହ ରବିଙ୍କ ସହ  ଯୁକ୍ତ ହୋଇ ଅଗ୍ନିରାଶି ଧନୁରେ ଅବସ୍ଥାନ କରୁଥିବାରୁ ସାରା ଦେଶବିଦେଶ ମଧ୍ୟବର୍ତ୍ତୀକାଳୀନ ଏକ ସଂକଟଜନକ ପରିସ୍ଥିତିର ସମ୍ମୁଖୀନ ହେବେ। ସବୁଆଡ଼େ  ଶସ୍ୟହାନି ଦେଖାଦେବ। ଖାଦ୍ୟ ସମସ୍ୟା ଚିନ୍ତାଜନକ ରହିବ। ଷ୍ଟକ୍‌ମାର୍କେଟ୍‌ରେ ଅଚଳାବସ୍ଥା ସୃଷ୍ଟି ହେବ। ରାଷ୍ଟ୍ରନୀତିଜ୍ଞଙ୍କ ଯୁଦ୍ଧଖୋର ମନୋଭାବ ରହିବ। ସାମରିକ କୌଶଳ ପ୍ରଣୟନ ଓ ପ୍ରୟୋଗ ଯୋଗଁୁ ବହୁ ରାଷ୍ଟ୍ର ନିଜ ନିୟନ୍ତ୍ରଣରେ ଥିବା ବିଭାଗଗୁଡ଼ିକ ସୁପରିଚାଳିତ ନ କରିବା ହେତୁ ସବୁଆଡ଼େ ମୃତାହତ ସଂଖ୍ୟା ବୃଦ୍ଧି ପାଇବ। ତା’ ସହିତ  ଦଙ୍ଗା ହଙ୍ଗମା ଅନଳ ପରି ଅଣାୟତ୍ତ ହେବ। ସାମ୍ପ୍ରଦାୟିକ ଦୁଃଖଦ ପରିସ୍ଥିତି ତଥା ଆଇନଗତ ବିଶୃଙ୍ଖଳା ଦେଖାଦେବ। ବିଶେଷ କରି ଆମେରିକା ଓ ଉତ୍ତର ଆଫ୍ରିକା ଦେଶଗୁଡ଼ିକ ପଡ଼ୋଶୀ ସେନାବାହିନୀର  ଦୌରାତ୍ମ୍ୟ ଯୋଗୁଁ ରାଷ୍ଟ୍ରଗୁଡ଼ିକର ବିକାଶରେ ବାଧା ସୃଷ୍ଟି କରିବେ। ସେହିପରି ଭୟ ଓ ଆତଙ୍କର ବାତାବରଣ ଦେଖାଦେବ।
ଜୁନ୍‌, ଜୁଲାଇ, ଅଗଷ୍ଟ ଓ ଡିସେମ୍ବରରେ ଶନିଙ୍କୁ ମଙ୍ଗଳପୂର୍ଣ୍ଣ ଦୃଷ୍ଟି ତଥା ମେଷସ୍ଥ ବୃହସ୍ପତି ରାହୁଙ୍କ ସ୍ଥିର ଗୁରୁଚାଣ୍ଡାଳ ଯୋଗ ସୃଷ୍ଟି ହୋଇ ଶନିଙ୍କ ପୂର୍ଣ୍ଣଦୃଷ୍ଟି ଥିଲେ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ଶାନ୍ତି ରକ୍ଷା ପାଇଁ ମନୋଭାବର ଅଭାବ ଦେଖାଦେବ। ବହିଃଶତ୍ରୁମାନଙ୍କ ବାରମ୍ବାର ଅାକ୍ରମଣାତ୍ମକ ମନୋଭାବ ଯୋଗଁୁ ସର୍ବଦା ସବୁ ରାଷ୍ଟ୍ରମାନଙ୍କ ଦୌରାତ୍ମ୍ୟ, ଗୃହଯୁଦ୍ଧ, ଖଣ୍ଡଯୁଦ୍ଧ ବିସ୍ଫୋରଣ, ଦଙ୍ଗା ଆଦି ବିଶୃଙ୍ଖଳତା ଦେଖାଯିବ। ଏହା ରାଷ୍ଟ୍ରମୁଖ୍ୟଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହେବ। ବିଶ୍ବର ଅଧିକାଂଶ ଦେଶରେ ଖାଦ୍ୟର ଅଭାବ ପରିଲକ୍ଷିତ ହେବ।  ଖାଦ୍ୟଶସ୍ୟ ପାଇଁ ଅନ୍ୟ ରାଷ୍ଟ୍ର ଉପରେ ନିର୍ଭରଶୀଳ ହେବେ। ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା, ରୁଷ, ଚୀନ୍‌, ଜାପାନ୍‌, ଇଂଲଣ୍ଡ, ମେଲ୍‌ବର୍ଣ୍ଣ ଆଦିରେ ସମୟୋଚିତ ପଦକ୍ଷେପର ଅଭାବ ଯୋଗଁୁ ଅଜଣା ରୋଗବ୍ୟାଧି ବ୍ୟାପୀ ଅନେକ ଧନ ଜୀବନ ନଷ୍ଟ ହେବ।
ଭାରତ  ଖବର
ଇଂରାଜୀ ନବବର୍ଷ ୨୦୨୩ ମସିହା, ପୌଷ ମାସ ଶୁକ୍ଳ ଦଶମୀ ତିଥି ରବିବାର  ମଧ୍ୟ ରାତ୍ରକୁ କନ୍ୟାଲଗ୍ନ। ଶାସକ ଦଳ (କନ୍ୟା ଲଗ୍ନ)କୁ ଜନତା ତଥା ବିରୋଧୀ ଦଳର ଅଧିପତି (ବୃହସ୍ପତି)ଙ୍କ ପୂର୍ଣ୍ଣଦୃଷ୍ଟି ରହିଛି। ଫଳରେ ମେ ମାସ ପର୍ଯ୍ୟନ୍ତ ରାଜନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିବ। ଭାରତରେ ଜନଅସନ୍ତୋଷ ବୃଦ୍ଧି ପାଇବ। ଅପ୍ରେଲ, ଜୁଲାଇ, ଅଗଷ୍ଟ, ଅକ୍ଟୋବର ମାସଗୁଡ଼ିକରେ ବିରୋଧୀ ଦଳଙ୍କ ମଧ୍ୟରେ ବିଶୃଙ୍ଖଳା ଦେଖାଦେବ। କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ ମତପାର୍ଥକ୍ୟ ତଥା ରାଜନୈତିକ ବିଦ୍ରୋହ ତଥା ଆନ୍ଦୋଳନ ବାରମ୍ବାର ଦେଖାଦେବ। ଶାସନ କ୍ଷେତ୍ରରେ  ରାଜନୈତିକ ଦ୍ବନ୍ଦ୍ବ, ଉନ୍ନୟନ କାର୍ଯ୍ୟରେ ବାଧା, ରାଜନୈତିକ ଅସ୍ଥିରତା, ସୀମାନ୍ତ ସଂଘର୍ଷ, ଜନ ଅସନ୍ତୋଷ, ଆଭ୍ୟନ୍ତରୀଣ ବିଦ୍ରୋହ, ଶ୍ରମିକ ଆନ୍ଦୋଳନ, ଶାସକୀୟ କ୍ଷେତ୍ରରେ ନେତୃତ୍ବ ପରିବର୍ତ୍ତନ ତଥା ବହୁ ଅଶୁଭ ଫଳ ମିଳିବ।
ଅର୍ଥନୈତିକ ଅବସ୍ଥା: ଚତୁର୍ଥସ୍ଥ ରବିବୁଧ, ପଞ୍ଚମସ୍ଥ ଶୁକ୍ର ଶନି ଯୋଗୁଁ ଅନ୍ତର୍ଜାତୀୟ ସ୍ତରରେ ଅନେକ ଦେଶର ଶିଳ୍ପସଂସ୍ଥାମାନେ ନିଜର ବାଣିଜ୍ୟ ଅଭିବୃଦ୍ଧି ପାଇଁ ଭାରତରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଆଗେଇ ଆସି ନିଜର ଆଧିପତ୍ୟ ବିସ୍ତାର କରିବେ। ବିଦେଶ ଶିଳ୍ପସଂସ୍ଥା ସହ ଦେଶୀୟ ଶିଳ୍ପ ସଂସ୍ଥାମାନେ ଭାଗୀଦାରି ବ୍ୟବସାୟରେ ପ୍ରଭୂତ ଉନ୍ନତି କରିବେ। ପ୍ରଥମାର୍ଦ୍ଧ ଅପେକ୍ଷା ଦ୍ବିତୀୟାର୍ଦ୍ଧରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଆଶାତୀତ ଭାବରେ ସୁଫଳ ପ୍ରଦାନ କରିବ। ମେ ମାସ ପର୍ଯ୍ୟନ୍ତ ଅର୍ଥନୈତିକ ସ୍ଥିତି ବିଗିଡ଼ି ଯିବ।
କୃଷି: ପ୍ରାୟ ସମୟ ଦେଶର ବହୁ ପ୍ରାନ୍ତରେ ବୃଷ୍ଟିହୀନତା ତଥା ପରିବେଶ ଅସନ୍ତୁଳ ଅବସ୍ଥା ହେତୁ କୃଷି ଉତ୍ପାଦନ ହ୍ରାସ ପାଇବ। ଅତିବୃଷ୍ଟି ତଥା ଅନାବୃଷ୍ଟି ହେତୁ କୃଷି ଦିଗରେ ଆଶାନୁରୂପ ଲାଭ ମିଳିବ ନାହିଁ। କୃଷିଜାତ ଦ୍ରବ୍ୟ ଅହେତୁକ ବୃଦ୍ଧି ପାଇବ। ବନ୍ୟା, ବାତ୍ୟା ତଥା ମରୁଡ଼ି ଯୋଗୁଁ ପ୍ରଭୂତ କୃଷିହାନି ହେବାର ସମ୍ଭାବନା। ଆମଦାନୀ ରପ୍ତାନୀ କ୍ଷେତ୍ରରେ ବାଧା ସୃଷ୍ଟି ହେବ। ଖାଦ୍ୟାଭାବ ଦେଖାଦେବ। କୃଷି ସମ୍ପଦ ନଷ୍ଟ ହେବ।
ସ୍ବାସ୍ଥ୍ୟ: ଷଷ୍ଠପତି ଷଷ୍ଠ ସ୍ଥାନରେ ଥିବା ହେତୁ ବହୁ ଅଜଣା ରୋଗର ପାଦୁର୍ଭାବ ଦେଖାଦେବ।  ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେବ। ଚିକିତ୍ସକମାନେ ରୋଗ ନିଦାନରେ ବହୁ କ୍ଷେତ୍ରରେ ଅବହେଳା କରିବେ। ସ୍ବାସ୍ଥ୍ୟ କ୍ଷେତ୍ରରେ ବିନିଯୋଗ ହେଉଥିବା ଅର୍ଥ ବାଟମାରଣା ହେବ।  ଯୋଜନା ଗୁଡ଼ିକ କାର୍ଯ୍ୟକାରୀ ନ ହୋଇ ଅଧୂରା ରହିବ। ବହୁ ମୂଲ୍ୟବାନ ଜୀବନରକ୍ଷାକାରୀ ଔଷଧ ବଜାରରୁ ଅନ୍ତର୍ଦ୍ଧାନ ହେବ। ନକଲି ଔଷଧର କାରବାର ବୃଦ୍ଧି ପାଇବ। ମେ ମାସ ପରଠାରୁ ସଂକ୍ରାମକ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବ। ଜନସ୍ବାସ୍ଥ୍ୟର ସୁରକ୍ଷା ନିମନ୍ତେ ନୂତନ ଔଷଧ ଉଦ୍ଭାବନ କ୍ଷେତ୍ରରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିବ।
ଶିକ୍ଷା: ଶିକ୍ଷା କ୍ଷେତ୍ରରେ ଭାରତ ଅଦ୍ଭୁଦ ସଫଳତା ପାଇବ। କାରିଗରୀ ଓ ବୈଷୟିକ ଶିକ୍ଷା, ଚିକିତ୍ସା ପଦ୍ଧତି , ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ଯଥେଷ୍ଟ ବିକାଶ ଘଟିବ। ବିଶେଷ ଭାବରେ ଚିକିତ୍ସା ବିଜ୍ଞାନର ଅଭିବୃଦ୍ଧି ଘଟିବା ଦ୍ବାରା ବିଶ୍ବର ପ୍ରତ୍ୟେକ କ୍ଷେତ୍ରରେ ଭାରତ ପ୍ରଶଂସିତ ହେବ। ବୈଦିକ ଶିକ୍ଷାର ପୁନଃପ୍ରଚଳନ ହେବ।
ରାଜନୈତିକ ପରିସ୍ଥିତି: ନିଃସ୍ବାର୍ଥ ଦେଶସେବାର ନେତୃତ୍ବର ଅଭାବ ପରିଲକ୍ଷିତ ହେବ। ଆଭ୍ୟନ୍ତରୀଣ ବିଦ୍ରୋହ ତଥା ଶାସକ ଦଳର ଦୂର ବାରମ୍ବାର ମତ ପରିବର୍ତ୍ତନ ହେତୁ ନେତୃସ୍ଥାନୀୟ ବ୍ୟକ୍ତି ବିଶେଷମାନେ ବାରମ୍ଭାର ସମାଲୋଚିତ ହେବେ। ନେତୃତ୍ବକୁ ନେଇ ବିବାଦ, କ୍ଷମତା କନ୍ଦଳ, ଅନାସ୍ଥା ପ୍ରସ୍ତାବ, ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ମତଭେଦ ତଥା ଆରୋପ ପ୍ରତ୍ୟାରୋପ ହେତୁ ଅଶାନ୍ତିର ବାତାବରଣ ସୃଷ୍ଟି ହେବ। ରାଜନୈତିକ ବ୍ୟକ୍ତି ବିଶେଷମାନଙ୍କ ଦୂରଦୃଷ୍ଟିର ଅଭାବ ତଥା ମତଭେଦ ହେତୁ ସରକାର ପ୍ରତିଷ୍ଠା ନେଇ ଘୋଡ଼ା ବେପାର ଦେଖାଦେବ। ବିଭିନ୍ନ ଅଘଟଣା ଓ ବାକ୍‌ଯୁଦ୍ଧକୁ ନେଇ ରାଜନୀତିକୁ ସର୍‌ଗରମ୍‌ କରିବ। ବୈଦେଶିକ ନୀତିରେ ଭାରତ ଶୀର୍ଷ ସ୍ଥାନରେ ପହଞ୍ଚିବ। ବହୁ ଦେଶ ଭାରତ ସହ ମିତ୍ରତା ସ୍ଥାପନ କରିବେ। ବିରୋଧିମାନଙ୍କ ବିରୋଧାଭାସ ସ୍ବାର୍ଥକୈନ୍ଦ୍ରିକ ତଥା ହୀନ ଉଦ୍ଦେଶ୍ୟ ଯୋଗୁଁ ବିକାଶରେ ବାଧାପ୍ରାପ୍ତ ହେବ। କାଶ୍ମିରୀ ସମସ୍ୟାର ସ୍ଥାୟୀ ସମାଧାନ ହେବ।
ଓଡ଼ିଶା ଖବର
ଚଳିତ ଶକାବ୍ଦଃ ଇଂରାଜୀ ନବ ବର୍ଷ ତା ୦୧/୦୧/୨୦୨୩ ମଧ୍ୟରାତ୍ର ସମୟରେ  ଜନ୍ମକୁଣ୍ଡଳୀରେ ଲଗ୍ନ କନ୍ୟା, ରବି ପୂର୍ବାଷାଢ଼ା ନକ୍ଷତ୍ର ଧନୁ ରାଶିରେ , ଚନ୍ଦ୍ର ଅଶ୍ବିନୀ ନକ୍ଷତ୍ର ମେଷରେ ମଙ୍ଗଳ ରୋହିଣୀ ନକ୍ଷତ୍ର ବୃଷ ରାଶିରେ, ବୁଧ ଉତ୍ତରାଷାଢ଼ା ନକ୍ଷତ୍ର ଧନୁ ରାଶିରେ, ବୃହସ୍ପତି,  ଉତ୍ତର ଭାଦ୍ରପଦ ନକ୍ଷତ୍ର ମୀନ ରାଶିରେ, ଶୁକ୍ର ଉତ୍ତରାଷାଢ଼ା ନକ୍ଷତ୍ର ମକର ରାଶିରେ, ଶନି ଧନିଷ୍ଠା ନକ୍ଷତ୍ର ମକର ରାଶିରେ, ରାହୁ ଦ୍ୱିଜା ନକ୍ଷତ୍ର ମେଷ ରାଶିରେ ଓ କେତୁ ସ୍ୱାତୀ ନକ୍ଷତ୍ର ତୁଳା ରାଶିରେ ଅବସ୍ଥାନ କରୁଛନ୍ତି। ଶିବ ଯୋଗ ଓ ତୈତିଳ କରଣ ଥିବାରୁ ନିମ୍ନରେ  ଓଡ଼ିଶାର ରାଜନୈତିକ  ଅର୍ଥନୈତିକ, ସାମାଜିକ, କୃଷି, ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରର ସ୍ଥୂଳ ବିବରଣୀ ପ୍ରଦାନ କରାଯାଇଛି। ରାଜନୈତିକ ଲଗ୍ନାଧିପ ବୁଧଙ୍କୁ ବୃହସ୍ପତିଙ୍କ ପୂର୍ଣ୍ଣ ଦୃଷ୍ଟି ହେତୁ ଶାସନ କ୍ଷେତ୍ରରେ ସେଭଳି କୌଣସି ଆଖିଦୃଶିଆ ବିପର୍ଯ୍ୟୟ ଘଟିବାର ଆଶଙ୍କା ନାହିଁ। ସପ୍ତମ ଭାବ ବିରୋଧୀ ଦଳ ଭାବ ହୋଇଥିବାରୁ ବୃହସ୍ପତି ଲଗ୍ନକୁ (ଶାସକ ଦଳ)କୁ ପୂର୍ଣ୍ଣ ଦୃଷ୍ଟି ଦେଉଥିବାରୁ ଉପରସ୍ତରରେ ରାଜନୈତିକ ବ୍ୟକ୍ତିମାନେ ପରସ୍ପର ପ୍ରତି ଆକ୍ରୋଶ ମନୋଭାବ ରଖିଥିଲେ ମଧ୍ୟ ଅନ୍ତର ମଧ୍ୟରେ ପରସ୍ପର ପ୍ରତି ଦୁର୍ବଳତା ରହିବ। ବିରୋଧୀ ଦଳଗୁଡ଼ିକ ଲୋକମାନଙ୍କ ଦାବି ଓ ସମସ୍ୟାଗୁଡ଼ିକୁ ଶାସକ ଦଳ ନିକଟରେ ସତସାହସ ପୂର୍ବକ ଠିକ୍ ଭାବରେ ଉପସ୍ଥାପନ କରି ପାରିବେ ନାହିଁ। ତାକୁ ନେଇ ବିଭିନ୍ନ ରାଜନୈତିକ ମହଲରେ ବାଦାନୁବାଦ ଲାଗି ରହିବ। ଏପ୍ରିଲ, ଜୁଲାଇ, ଅକ୍ଟୋବର ତଥା ଡିସେମ୍ବର ମାସ ମଧ୍ୟରେ ବରିଷ୍ଠ ଶାସକ ମୁଖ୍ୟଙ୍କ ଅଚାନକ ଗୁରୁତର ସ୍ୱାସ୍ଥ୍ୟହାନି, ଜୀବନହାନି ଘଟିବାର ବହୁତ ସମ୍ଭାବନା ରହିଛି।
ଏପ୍ରିଲ, ଜୁଲାଇ, ଅଗଷ୍ଟ, ଅକ୍ଟୋବର ଓ ଡିସେମ୍ବର ମାସଗୁଡ଼ିକରେ ରାଜନୈତିକ ଅସ୍ଥିରତା, ପ୍ରାକୃତିକ ବିପର୍ଯ୍ୟୟ, ଦଙ୍ଗା ହଙ୍ଗାମା, ବିଭିନ୍ନ ପ୍ରକାର ଦୁର୍ଘଟଣା ଆଦି ବୃଦ୍ଧି ପାଇବାର ଆଶଙ୍କା ରହିଅଛି। ଏହି ସମୟ ମଧ୍ୟରେ ପ୍ରତିଷ୍ଠିତ ରାଜନୈତିକ ବ୍ୟକ୍ତିବିଶେଷ ଜନତାଙ୍କ ଦ୍ୱାରା ଅପମାନ ତଥା ସମାଲୋଚନାର ପାତ୍ର ହେବେ। କୃଷି କ୍ଷେତ୍ରରେ ସରକାରୀ ସ୍ତରରେ ସମସ୍ତ ପ୍ରକାର ସହଯୋଗ ମିଳିଲେ ମଧ୍ୟ ଉଲ୍ଲେଖନୀୟ ସଫଳତା ମିଳିବ ନାହିଁ। କୃଷି ଉତ୍ପାଦନ ହ୍ରାସ ପାଇବ। ଅତ୍ୟାବଶ୍ୟକ ଦ୍ରବ୍ୟର ଦରଦାମ ଅହେତୁକ ଭାବେ ବୃଦ୍ଧି ପାଇବ। ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଅପ୍ରତ୍ୟାଶିତ ଭାେବ ପ୍ରଗତି ଘଟିବ। ରୁଗ୍‌ଣ ଶିଳ୍ପର ପୁନରୁଦ୍ଧାର ହେବ। ନୂତନ ଶିଳ୍ପ ପ୍ରତିଷ୍ଠା ହେବ। ଶିକ୍ଷା କ୍ଷେତ୍ରରେ, ଶାସକ ଦଳ, ବିରୋଧୀ ଦଳ, ଶିକ୍ଷାବିତ୍‌ ଓ ନେତୃତ୍ବ ନେଇଥିବା ବ୍ୟକ୍ତି ବିଶେଷମାନଙ୍କର ଆନ୍ତରିକ ବୁଝାମଣାର ଅଭାବ ଓ ମତପାର୍ଥକ୍ୟ ଯୋଗଁୁ ଶିକ୍ଷା କ୍ଷେତ୍ରରେ ତ୍ରିଶଙ୍କୁ ଅବସ୍ଥାରେ ଝୁଲି ରହିବ। ଷଷ୍ଠପତି ଷଷ୍ଠରେ ଥିବା ହେତୁ ସ୍ୱାସ୍ଥ୍ୟ ଓ ଚିକିତ୍ସା କ୍ଷେତ୍ରରେ ସରକାର ବଦନାମ ହେବେ। ସ୍ୱାସ୍ଥ୍ୟ ତଥା ଚିକିତ୍ସା ସମସ୍ୟା ଅଣାୟତ୍ତ ହେବ। ମହିଳାମାନଙ୍କର ଅର୍ଥନୈତିକ ବିକାଶ ହେବା ସହ  ସାମାଜିକ ତଥା ସାଂଗଠନିକ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ।
ସୂର୍ଯ୍ୟପରାଗ- ୨୦୨୩
ମାସ            ତାରିଖ        ଦିନ            ସମୟ
ଅପ୍ରେଲ            ୨୦ ତାରିଖ          ଗୁରୁବାର       ସକାଳ ୭ଟା ୪ରୁ ଦ୍ବିପ୍ରହର ୧୨.୨୯ମିନିଟ୍‌
ଅକ୍ଟୋବର        ୧୪ ତାରିଖ       ଶନିବାର          ଭାରତରେ ଦୃଶ୍ୟମାନ ନୁହେଁ
ଚନ୍ଦ୍ରଗ୍ରହଣ – ୨୦୨୩
ମେ’                 ୫ ତାରିଖ        ଶୁକ୍ରବାର            ରାତି ୮ଟା ୪୫ରୁ ମଧ୍ୟରାତ୍ରି ୧ ଘଟିକା
ଅକ୍ଟୋବର        ୨୯ ତାରିଖ      ରବିବାର   ମଧ୍ୟରାତ୍ରି  ୧ଟା ୬ ମିନିଟ୍‌ରୁ ମଧ୍ୟରାତ୍ରି ୨ଟା ୨୨ ମିନିଟ୍‌