Rishabh Pant Accident - The Sakala
ଡେରାଡୁନ୍‌ରୁ ମୁମ୍ବାଇକୁ ଏୟାରଲିଫ୍ଟ ହେବେ ଋଷଭ ପନ୍ତ, ଡିଡିସିଏ ମୁଖ୍ୟ ନେଲେ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ : ଭାରତର ଷ୍ଟାର କ୍ରିକେଟର ଋଷଭ ପନ୍ତ ଦୁର୍ଘଟଣା ପରେ ଡେରାଡୁନରେ ଚିକିତ୍ସିତ ହେଉଥିବା  ବେଳେ ଖୁବଶୀଘ୍ର ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ଆଜି ହିଁ ପନ୍ତଙ୍କୁ ମୁମ୍ବାଇକୁ ଏୟାରଲିଫ୍ଟ କରାଯିବ ବୋଲି ସୂଚନା ମିଳିଛି।ଗତ ଡିସେମ୍ବର ୩୦ରେ ଋଷଭ ପନ୍ତ ନିଜ ଘରକୁ ଫେରୁଥିବା ବେଳେ ରାସ୍ତାରେ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାରଟି ଡିଭାଇଡରରେ ପିଟି ହେବା ସହ ସମ୍ପୂର୍ଣ୍ଣ ଜଳି ଯାଇଥିଲା ।
ତେବେ କାଚ ଭାଙ୍ଗି କାର ବାହାରକୁ ଆସିବା ସହ ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ଋଷଭ । ତେବେ ତୁରନ୍ତ ଗୁରୁତର ଋଷଭଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଋଷଭଙ୍କ ସ୍ୱାସ୍ଥ୍ୟବସ୍ଥାରେ ଏବେ ଉନ୍ନତି ପରିଲିକ୍ଷିତ ହେଉଥିଲେ ମଧ୍ୟ ଅଧିକ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲକୁ ନିଆଯିବ। ଏନେଇ ଦିଲ୍ଲୀ କ୍ରିକେଟ୍ ଆସୋସିଏସନ୍ (ଡିଡିସିଏ) ନିଷ୍ପତ୍ତି ନେଇଛି।  ଡିଡିସିଏ ନିର୍ଦ୍ଦେଶକ ଶ୍ୟାମ ଶର୍ମା କହିଛନ୍ତି କ୍ରିକେଟର ଋଷଭ ପନ୍ତଙ୍କୁ ଅଧିକ ଚିକିତ୍ସା ପାଇଁ ଆଜି ମୁମ୍ବାଇ ସ୍ଥାନାନ୍ତର କରାଯିବ।
ଅନ୍ୟପଟେ ଋଷଭ ପନ୍ତଙ୍କ ଆହତ ନେଇ ବିସିସିଆଇ ଦେଇଥିବା ସୂଚନା ଅନୁସାରେ ତାଙ୍କ ଡାହାଣ ଆଣ୍ଠୁରେ ଲିଗାମେଣ୍ଟରେ ଆହତ ଲାଗିଛି। ଏଥି ସହିତ ଡାହାଣ ହାତଗୋଡ, ଗୋଡ, ଆଙ୍ଗୁଠିରେ ମଧ୍ୟ ଆଘାତ ଲାଗିଛି, ଅନ୍ୟପଟେ ତାଙ୍କ ପିଠିରେ ଘା ହୋଇଯାଇଛି। ପନ୍ତଙ୍କ ଅବସ୍ଥା ବର୍ତ୍ତମାନ ବିପଦରୁ ବାହାରିଛି, କିନ୍ତୁ ବର୍ତ୍ତମାନ ବିସିସିଆଇ ଏବଂ ଡିଡିସିଏ ତାଙ୍କୁ ଭଲ ଚିକିତ୍ସା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ODI ବିଶ୍ୱକପକୁ ଦୃଷ୍ଟିରେ ରଖି ବିସିସିଆଇ ଯଥାଶୀଘ୍ର ପ୍ୟାଣ୍ଟ ଫିଟ୍ ଦେଖିବାକୁ ଚାହୁଁଛି ବୋଲି କଳ୍ପନାଜଳ୍ପନା ଚାଲିଛି।
ପନ୍ତଙ୍କ ଏମଆରଆଇ ସ୍କାନ ରିପୋର୍ଟରେ କୌଣସି ଅସୁବିଧା ନଥିଲା। ଦୁର୍ଘଟଣା ପରେ ବିସିସିଆଇ ପନ୍ତଙ୍କ ସହ ନିରନ୍ତର ସମ୍ପର୍କରେ ରହିବାକୁ ଏବଂ ତାଙ୍କ ଅବସ୍ଥା ଉପରେ ନଜର ରଖିବାକୁ DDCA କୁ ନିର୍ଦ୍ଦେଶ ଦେଇଛି। ଡିଡିସିଏ ମୁଖ୍ୟ ଶ୍ୟାମ ଶର୍ମା ନିଜେ ପନ୍ତଙ୍କୁ ଭେଟିବାକୁ ଆସିଥିଲେ। ଏବେ ତାଙ୍କୁ ମୁମ୍ବାଇର ଘରୋଇ ହସ୍ପିଟାଲରେ ଚିକିିତ୍ସା କରାଯାଇ ଶିଘ୍ର ସୁସ୍ଥ କରାଯିବ। ଡାକ୍ତରଙ୍କ ସୁଚନା ଅନୁସାରେ ପନ୍ତଙ୍କ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଚାରିରୁ ଛଅ ମାସ ସମୟ ଲାଗିପାରେ।
ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ଷ୍ଟାର ୱିକେଟ୍/ବ୍ୟାଟର ଋଷଭ ପନ୍ତ ଆଜି ଭୟଙ୍କର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଉତ୍ତରାଖଣ୍ଡର ଦିଲ୍ଲୀ ଫେରୁଥିବା ସମୟରେ ରୁର୍କୀରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା କି,ରୋଡ୍‌ ଡିଭାଇଡରରେ ପିଟି ହୋଇ ପନ୍ତଙ୍କ ଦାମୀ ମର୍ସିଡିଜ୍‌ କାର୍‌ ସମ୍ପୁର୍ଣ୍ଣ ଜଳିଯାଇଥିଲା। କୁହାଯାଉଛି କି ଏହି ଦୁର୍ଘଟଣାରେ ଅଳ୍ପକେ ବଞ୍ଚିଯାଇଛନ୍ତି ଭାରତୀୟ କ୍ରିକେଟର ଋଷଭ ପନ୍ତ। ଦୁର୍ଘଟଣାରେ ପନ୍ତଙ୍କ ମୁଣ୍ଡ, ପିଠି, ଗୋଡ଼ ଓ ହାତରେ ଗଭୀର ଆଘାତ ଲାଗିଛି ସତ କିନ୍ତୁ ତାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ସେ ଜୀବନ ବଞ୍ଚାଇପାରିଛନ୍ତି।
A very much thank you to these guys who helped Rishabh pant this quickly 🙏#RishabhPant pic.twitter.com/2jEUxEk72b
— Rishabh pant fans club (@rishabpantclub) December 30, 2022
ଆଜି ସକାଳୁ ଭାରତୀୟ କ୍ରିକେଟର ଋଷଭ ପନ୍ତ ଉତ୍ତରାଖଣ୍ଡରୁ ଦିଲ୍ଲୀ ସ୍ଥିତ ଘରକୁ ଫେରୁଥିବା ବେଳେ ରୁର୍କୀର ମହମ୍ମଦପୁର ଜାଟ ନିକଟରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ଏକାକୀ କାର୍‌ ଚଳାଇ ଯାଉଥିବା ବେଳେ ହଠାତ୍‌ ଘୁମେଇ ପଡ଼ିଥିଲେ। ଫଳରେ କାରଟି ସିଧା ଯାଇ ରାସ୍ତା କଡ଼ ଡିଭାଇଡର ରେଲିଂରେ ମାଡ଼ ହୋଇଥିଲା। ଡିଭାଇଡର୍‌ରେ ପିଟି ହେବା ପରେ କାର୍‌ରେ ନିଆଁ ଲାଗି ଯାଇଥିଲା। କାର୍‌ ଭିତରେ ପନ୍ତ ଆହତ ହୋଇଥିବା ସତ୍ତ୍ବେ ନିଜ ଜୀବନ ବଞ୍ଚାଇବା ପାଇଁ ଜଳନ୍ତା କାର୍‌ର କାଚ ଭାଙ୍ଗି ବାହାରକୁ ଡେଇଁ ପଡିଥିଲେ।
Cricketer #RishabhPant has survived a serious car accident on Delhi-Dehradun highway.
His car burst into flames. 1st visual. pic.twitter.com/pVd17KEELN
— Shubhankar Mishra (@shubhankrmishra) December 30, 2022
ପନ୍ତ କାର୍‌ରୁ ଡେଇଁବା ପରେ ଏହା ହୁତୁହୁତୁ ହୋଇ ଜଳି ଯାଇଥିଲା। କିନ୍ତୁ ପନ୍ତ ବଡ଼ ଅଘଟଣରୁ ରକ୍ଷା ପାଇ ଯାଇଥିଲେ। ପନ୍ତ ଜଳନ୍ତା କାର୍‌ରୁ ବାହାରକୁ ଡେଇଁପଡିବା ପରେ ଘଟଣାସ୍ଥଳରେ ଉପସ୍ଥିତ ଲୋକ ତାଙ୍କୁ ଉଠାଉଥିବା ଭିଡିଓ ମଧ୍ୟ ସୋସିଆଲ ମିଡିଆ ଟ୍ବିଟରରେ କିଛି ଲୋକ ପୋଷ୍ଟ କରିଛନ୍ତି। ପନ୍ତ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ, ପିଠି, ଗୋଡ଼ ଓ ହାତରେ ଗଭୀର ଆଘାତ ଲାଗିଛି। ଏବେ ସେ ହସ୍ପିଟାଲରେ ରହିଛନ୍ତି। ତାଙ୍କ ଆହତ ସମସ୍ୟା ଗୁରୁତର ଥିବାରୁ ତାଙ୍କର ପ୍ଲାଷ୍ଟିକ ସର୍ଜରୀ ହେବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
#RishabhPant was rescued by locals. pic.twitter.com/uc7W95kYmH
— News Arena India (@NewsArenaIndia) December 30, 2022
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଆଜି ସକାଳୁ କାର ରେଲିଂକୁ ଧକ୍କା ଦେଇଥିଲା, ଏହାପରେ କାରଟି ଜଳିବାକୁ ଲାଗିଥିଲା। ସ୍ଥାନୀୟ ଲୋକ ଅଗ୍ନିଶମ ବାହିନି ସହାୟତାରେ ବହୁ କଷ୍ଟରେ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଥିଲା। ଏହାପରେ ଗୁରୁତର ଆହତ ଋଷଭ ପନ୍ତଙ୍କୁ ଦିଲ୍ଲୀ ରୋଡ୍‌ ସାକଶମ୍  ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠରେେ ପ୍ରାଥମିକ ଚିକିତ୍ସାପରେ ଋଭଙ୍କୁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ପ୍ଲାଷ୍ଟିକ୍ ସର୍ଜରୀ କରାଯିବ।
CCTV footage from accident site..
Praying for speedy recovery #RishabhPant pic.twitter.com/e8B1MvLuX3
— Aman Tiwari (@amantiwari_) December 30, 2022
ଉତ୍ତରାଖଣ୍ଡ ପୁଲିସ ଡିଜି ଅଶୋକ କୁମାର କହିଛନ୍ତି ଯେ ପନ୍ତ ଏକାକୀ ଗାଡ଼ି ଭିତରେ ଥିଲେ। ଦୁର୍ଘଟଣା ପରେ ଗାଡ଼ିରେ ନିଆଁ ଲାଗି ଯିବାରୁ ପନ୍ତ କାର୍‌ କାଚ ଭାଙ୍ଗି ଠିକଣା ସମୟରେ ବାହାରକୁ ଚାଲି ଆସିଥିଲେ। ଗାଡ଼ିର ବେଗ ଅଧିକ ଥିବାରୁ ଦୁର୍ଘଟଣା ପରେ ଏଥିରେ ନିଆଁ ଲାଗି ଯାଇଥିଲା। ତେବେ ସୌଭାଗ୍ୟବଶତଃ ପନ୍ତ ଗାଡ଼ି ବାହାରକୁ ଚାଲି ଆସିଥିଲେ। ତେଣୁ ତାଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଛି।କିନ୍ତୁ ସେ ଦୁର୍ଘଟଣା ଯୋଗୁ ଗୁରୁତର ଆହତ ହୋଇଛନ୍ତି।