Tourist Death Case - The Sakala

ରାୟଗଡ଼ାରେ ରୁଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲା: ତଦନ୍ତ ପାଇଁ ଆଉ ଏକ ଟିମ ଗଠନ କଲା କ୍ରାଇମବ୍ରାଞ୍ଚ
କଟକ: ରାୟଗଡ଼ାରେ ରୁଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଆଉ ଏକ ଟିମ ଗଠନ କଲା କ୍ରାଇମବ୍ରାଞ୍ଚ । ଡିଏସପି ସରୋଜକାନ୍ତ ମହାନ୍ତୋଙ୍କ ନେତୃତ୍ୱରେ ଗଠିତ ହେଲା ୪ ଜଣିଆ ଟିମ । ଟିମରେ ଜଣେ ଇନିସପେକ୍ଟର, ଜଣେ ଏଏସଆଇ, ଦୁଇ ଫରେନ୍ସିକ ଏକ୍ସପର୍ଟ ସାମିଲ । ତଦନ୍ତ ପାଇଁ ରାୟଗଡ଼ା ଅଭିମୁଖେ ବାହରଲା ଏହି କ୍ରାଇମବ୍ରାଞ୍ଚ ଟିମ । ଟିମ ଘଟଣାସ୍ଥଳ ଜାଞ୍ଚ କରିବା ସହ ସାକ୍ଷୀଙ୍କୁ ଜେରା କରିବ । ଦୁଇ ଋଷିୟ ପର୍ଯ୍ୟଟକଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରୁଛି କ୍ରାଇମବ୍ରାଞ୍ଚ । ଜେରାର ସମ୍ମୁଖିନ ହେଉଥିବା ଦମ୍ପତିଙ୍କ ସୁଚନାକୁ ମୃତକଙ୍କ ପରିବାର ସହିତ ମେଳ କରାଯିବ । ରାୟଗଡ଼ା ଆସିଥିବା ଋଷ ପର୍ଯ୍ୟଟକଙ୍କ ଟ୍ରାଭେଲ ହିଷ୍ଟ୍ରି ଜାଞ୍ଚ କରୁଛି କ୍ରାଇମବ୍ରାଞ୍ଚ ।

ସୂଚନାଯୋଗ୍ୟ, ରାୟଗଡା ସ୍ଥିତ ଏକ ଘରୋଇ ହୋଟେଲରେ ଦୁଇ ଦିନ ବ୍ୟବଧାନରେ ଦୁଇ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ଗତ ୨୧ ତାରିଖରେ ରାୟଗଡ଼ାର ଏକ ହୋଟେଲରେ ରହିବା ପାଇଁ ଆସିଥିଲେ ୪ ଜଣ ଋଷୀୟ ପର୍ଯ୍ୟଟକ । ଭ୍ଲାଦିମର ବିଦାନୋଭଙ୍କର ଗତ ୨୨ତାରିଖରେ ହୃଦଘାତରେ ମୃତ୍ୟୁ ହୋଇଥିଲା । ବନ୍ଧୁଙ୍କ ମୃତ୍ୟୁରେ ଦୁଃଖି ହୋଇ ୨୪ ତାରିଖରେ ଆଉ ଜଣେ ଋଷୀୟ ପର୍ଯ୍ୟଟକ ଆଣ୍ଟୋଭ ପାଭେଲ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ମୃତ ଆଣ୍ଟୋଭ ରୁଷିଆର ଜଣେ ପୂର୍ବତନ ସାଂସଦ ବୋଲି ଜଣାପଡିଛି । ଗତ ଜୁନରେ ୟୁକ୍ରେନ ଯୁଦ୍ଧକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ ଆଣ୍ଟୋଭ ।