BrahMos Missile - The Sakala

ମାନିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ, ପାକିସ୍ତାନ ସାମରିକ ପ୍ରତିଷ୍ଠାନକୁ ଛାର୍‌ଖାର୍‌ କରିଦେଇଛି ‘ବ୍ରହ୍ମୋସ୍‌’..
ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ପ୍ରଥମ ଥର ଲାଗି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ସ୍ବୀକାର କରିଛନ୍ତି ଯେ ଭାରତର ବ୍ରହ୍ମୋସ କ୍ଷେପଣାସ୍ତ୍ର ମାଡ଼ରେ ପାକିସ୍ତାନର ଅନେକ ଗୁରୁତ୍ବପୂର୍ଣ୍ଣ ସାମରିକ ପ୍ରତିଷ୍ଠାନ ଧ୍ବଂସ ହୋଇଯାଇଛି। ଏପରିକି ରାୱଲପିଣ୍ଡି ବାୟୁସେନା ଘାଟୀ ମଧ୍ୟ ବର୍ତ୍ତି ପାରିନାହିଁ। ଭରତ ଏଭଳି ଆକ୍ରମଣ କରିବ ବୋଲି ପାକିସ୍ତାନ କଳ୍ପନା କରିପାରିନଥିଲା।

ଅଜରବୈଜାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସରିଫ କହିଛନ୍ତି ଯେ ମେ ୧୦ ତାରିଖ ଭୋର ୪ଟା ୩୦ ସମୟରେ ନମାଜ ପରେ ଭାରତ ଉପରେ ଆକ୍ରମଣ କରିବାକୁ ପାକିସ୍ତାନ ଯୋଜନା କରିଥିଲା। ସେନା ଅଧ୍ୟକ୍ଷ ଜେନେରାଲ ମୁନୀର ସ୍ଥିର କରିଥିଲେ ଯେ ୧୦ ତାରିଖ ସକାଳ ପ୍ରାର୍ଥନା ପରେ ଭାରତ ଉପରେ ସମାରିକ କାର୍ଯ୍ୟାନୁଷ୍ଠାନ ହେବ। ଭାରତକୁୁ ଠିକଣା ଜବାବ ଦେବାଲାଗି ସେନା ପ୍ରସ୍ତୁତ ହୋଇରହିଥିଲା। କିନ୍ତୁ ଏହାପୂର୍ବରୁ ୯-୧୦ ତାରିଖ ରାତିରେ ଭାରତ ପକ୍ଷରୁ ବଡ଼ ଧରଣର ଆକ୍ରମଣ କରାଯାଇଥିଲା। ପାକିସ୍ତାନର ବିଭିନ୍ନ ପ୍ରଦେଶ ଉପରେ ଭାରତ ସୁପରସୋନିକ କ୍ଷେପଣାସ୍ତ୍ର ବ୍ରହ୍ମୋସ ବର୍ଷା କରିଥିଲା। ପାକିସ୍ତାନୀ ସେନା କିଛି କରିବା ପୂର୍ବରୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଆକ୍ରମଣ ଆମର ସବୁ ଯୋଜନାକୁ ଫେଲ୍ କରିଦେଇଥିଲା। ଆକ୍ରମଣରେ ଅନେକ ସାମରିକ ପ୍ରତିଷ୍ଠାନ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ବ୍ରହ୍ମୋସ ଆକ୍ରମଣରେ ରାୱଲପିଣ୍ଡି ବାୟୁସେନା ବିମାନବନ୍ଦର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଅଜରବୈଜାନରେ ଏହି କଥାକୁ ସରିଫ ସ୍ବୀକାର କରିବା ସମୟରେ ସେଠାରେ ତାଙ୍କର ସେନା ଅଧ୍ୟକ୍ଷ ଜେନେରାଲ ମୁନୀର ମଧ୍ୟ ଉପସ୍ଥିତ ଥିଲେ।

ମେ ମାସର ୮-୯ ତାରିଖ ରାତିରେ ଭାରତର ପଶ୍ଚିମାଞ୍ଚଳ ସୀମାବର୍ତ୍ତୀ ଗାଁ ଗୁଡ଼ିକ ଉପରେ ପାକିସ୍ତାନ କ୍ଷେପଣାସ୍ତ୍ର ଓ ଡ୍ରୋନ ମାଡ଼ କରିବାରୁ ଏହାର ପ୍ରତିଜବାବରେ ଭାରତ ପକ୍ଷରୁ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ରାୱଲପିଣ୍ଡିର ନୂର ଖାନ୍‌ ବାୟୁସେନା ଘାଟୀ ସମେତ ପାକିସ୍ତାନର ୧୧ଟି ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିଥିଲା ଭାରତ। ରଫିକି, ମୁରୀଦ, ରହିମ ୟାରଖାନ୍‌, ସୁକ୍କୁର ଏବଂ ଚୁନିଆନ ଭଳି ସାମରିକ ପ୍ରତିଷ୍ଠାନ ଧ୍ବଂସ ହୋଇଯାଇଥିଲା। ସ୍କର୍ଦ୍ଦୁ, ଭୋଲାରି, ଜାକୋବାବାଦ ଏବଂ ସରଗୋଧା ବାୟୁସେନା ଘାଟୀ ମଧ୍ୟ ବ୍ୟାପକ ରୂପେ କ୍ଷତିଗ୍ରସ୍ତ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଭାରତ ଏସ୍‌ୟୁ-୩୦ ଏମ୍‌କେଆଇ ଜେଟ୍ ଯୁଦ୍ଧ ବିମାନରୁ ପାଖାପାଖି ୧୫ଟି ବ୍ରହ୍ମୋସ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ଏହା ସଠିକ ରୂପେ ଲକ୍ଷ୍ୟେଭଦ କରିପାରିଛି। ଉପଗ୍ରହ ଚିତ୍ରରୁ ମିଳିଥିବା ତଥ୍ୟରୁ ଏହାର ପ୍ରମାଣ ମିଳିଛି। ରୁଷ ସହଯୋଗରେ ନିର୍ମିତ ବ୍ରହ୍ମୋସ କ୍ଷେପଣାସ୍ତ୍ର ୩୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ତୀବ୍ର ବେଗରେ ଲକ୍ଷ୍ୟେଭଦ କରିପାରିବ। ସବୁଠାରୁ ଉଲ୍ଳେଖନୀୟ କଥା ହେଲା ଯେ ପାକିସ୍ତାନରେ ମୁତୟନ ଚୀନ ନିର୍ମିତ ଏୟାର ଡିଫେନ୍ସ ସିଷ୍ଟମକୁ ଏହି କ୍ଷେପଣାସ୍ତ୍ର ନିଷ୍କ୍ରିୟ କରିଦେଇଥିଲା। ବ୍ରହ୍ମୋସ ଆକ୍ରମଣରୁ ଏହା ପାକିସ୍ତାନକୁ ସୁରକ୍ଷା ଦେବାରେ ବିଫଳ ହୋଇଥିଲା।

ଆସିଆନ୍‌ ଦେଶକୁ ବ୍ରହ୍ମୋସ, ତେଜସ୍‌ ଦେବାକୁ ପ୍ରସ୍ତୁତ, ଚୀନ୍‌କୁ ଘେରିବାକୁ ଭାରତର ଉଦ୍ୟମ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିଆନ ସମ୍ମିଳନୀରେ ଯୋଗଦେବା ପାଇଁ ବୁଧବାର ଇଣ୍ଡୋନେସିଆ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ଆସିଆନ ଦେଶଗୁଡିକ ସହ ବହୁ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର କରିବେ ବୋଲି କୁହାଯାଉଛି। ଏହି ଦେଶଗୁଡିକ ମଧ୍ୟ ଭାରତର ସହଯୋଗ ଚାହୁଁଛନ୍ତି। ଦିନେ ଚୀନ୍‌ର ମିତ୍ର ରାଷ୍ଟ୍ର ଥିବା ଇଣ୍ଡୋନେସିଆ ଏବେ ତା ଜାଲରୁ ବାହାରିବା ପାଇଁ ଭାରତର ସାହାଯ୍ୟ ଚାହୁଁଛି। ରିପୋର୍ଟ ଅନୁଯାୟୀ ଆସିୟାନ ରାଷ୍ଟ୍ର ଗୁଡିକ ମଧ୍ୟରେ ଦିନକୁ ଦିନ ଅସ୍ତ୍ରଶସ୍ତ୍ରର ଚାହିଦା ବଢ଼ିବାରେ ଲାଗିଛି। ଏମାନେ ଭାରତଠାରୁ ପ୍ରତିରକ୍ଷା ଉପକରଣ କିଣିବାକୁ ଚାହୁଁଛନ୍ତି। ଭାରତ ଆସିଆନ୍‌ ମାଧ୍ୟମରେ ଚୀନ୍‌କୁ ନିଜ ପଡ଼ୋଶୀ ରାଷ୍ଟ୍ରଙ୍କ ଦ୍ବାରା ଘେରିବାକୁ ଉଦ୍ୟମ କରୁଛି। ଏଥିପାଇଁ ଆସିଆନ ରାଷ୍ଟ୍ରଙ୍କୁ ବ୍ରହ୍ମୋସ୍‌ ସହିତ ବିଭିନ୍ନ କ୍ଷେପଣାସ୍ତ୍ର, ଲଢୁଆ ଯୁଦ୍ଧ ବିମାନ ତେଜସ୍‌ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛି।

ଭାରତ ଇଣ୍ଡୋନେସିଆକୁ ସୁପ୍‌ରସୋନିକ ମିସାଇଲ ଦେବାକୁ ପ୍ରସ୍ତୁତ ଅଛି। ଫିଲିପାଇନ୍ସକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଦେବା ପାଇଁ ୩୧ ହଜାର କୋଟିର ଚୁକ୍ତି କରିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ଯୋଗାଣ ଆରମ୍ଭ ହେବ। ଏହି ସବୁ କ୍ଷେପଣାସ୍ତ୍ର ଏବଂ ଅସ୍ତ୍ରଶସ୍ତ୍ରକୁ ଦକ୍ଷିଣ ଚୀନ୍‌ ସାଗର ନିକଟରେ ମୁତୟନ କରାଯିବ। ଏହା ଦ୍ବାରା ଚୀନ୍‌ ଜାହାଜ ଉପରେ ନଜର ରଖିହେବ। ଭାରତ ମହାସାଗରରୁ ଚୀନ୍‌କୁ ମଧ୍ୟ ଘଉଡ଼ାଇ ହେବ। ଦକ୍ଷିଣ ଚୀନ୍‌ ସାଗରରେ ଚୀନ୍‌ କର୍ତ୍ତୃତ୍ବକୁ ପ୍ରତିହତ କରିବା ପାଇଁ ଆସିଆନ ରାଷ୍ଟ୍ରଗୁଡିକ ପ୍ରତିରକ୍ଷା ଖର୍ଚ୍ଚ ବୃଦ୍ଧି କରିଛନ୍ତି। ଚୀନ୍‌ର କାର୍ଯ୍ୟକଳାପ ଉପରେ ୧୦ରୁ ୫ ରାଷ୍ଟ୍ର ମାଲେସିଆ, ଇଣ୍ଡୋନେସିଆ, ବ୍ରୁନେଇ, ଭିଏତନାମ, ଫଲିପାଇନ୍ସ ପ୍ରଶ୍ନ ଉଠାଇଛନ୍ତି। ଏହି ୫ ଦେଶର ଅସ୍ତ୍ରଶସ୍ତ୍ର ଉତ୍ପାଦନ ବହୁତ କମ୍‌ ରହିଛି। ବିଶ୍ବରେ ଅସ୍ତ୍ରଶସ୍ତ୍ର ବନାଉଥିବା ଶହେ କମ୍ପାନୀ ମଧ୍ୟରେ କେବଳ ସିଙ୍ଗାପୁର କମ୍ପାନୀ ସାମିଲ ରହିଛି।

ତେଣୁ ଚୀନ୍‌କୁ ଟକ୍କର ଦେବା ପାଇଁ ସେମାନେ ଭାରତ ସହ ସମ୍ପର୍କ ବୃଦ୍ଧି କରି ଅସ୍ତ୍ରଶସ୍ତ୍ର କିଣିବାକୁ ଚାହୁଁଛନ୍ତି। ଅନ୍ୟପକ୍ଷରେ  ଭାରତ ସହ ଦ୍ବିପାକ୍ଷିକ  ସମ୍ବନ୍ଧ ସ୍ଥିର ରହିଛି ବୋଲି ଚୀନ୍‌ ପକ୍ଷରୁ କୁହାଯାଇଛି। ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ପ୍ରୟାସ କରାଯିବ। ଏଥିପାଇଁ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଜାରି ରହିଛି। ଏହା ସହିତ ଚୀନ୍‌ ବୈଦେଶିକ ମନ୍ତ୍ରାଳୟ ଭାରତର ଜି-୨୦ ଅଧ୍ୟକ୍ଷତାକୁ ସମର୍ଥନ କରିଛି। ଏହାର ସଫଳତା କାମନା କରିଛି। ସୂଚନାଯୋଗ୍ୟ ଯେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଜି-୨୦ ସମ୍ମିଳନୀରେ ସାମିଲ ହେବା ପାଇଁ ଭାରତ ଗସ୍ତରେ ଆସିବେ ନାହିଁ। ତାଙ୍କ ବଦଳରେ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ସାମିଲ ହେବେ।

ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ
ନୂଆଦିଲ୍ଲୀ: ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ। ଆରବ ସାଗରରେ ହୋଇଛି ବ୍ରହ୍ମୋସର ସଫଳ ପରୀକ୍ଷଣ । ଭାରତୀୟ ନୌସେନା ପକ୍ଷରୁ ହୋଇଛି ଏହି ପରୀକ୍ଷା। ଡିଆରଡିଓ ଏହି ମିସାଇଲର ଡିଜାଇନ କରିଥିଲା। କ୍ଷେପଣାସ୍ତ୍ରରେ ରହିଛି ସ୍ବଦେଶୀ ସିକର୍ ଓ ବୁଷ୍ଟର। ଆତ୍ମନିର୍ଭର ଭାରତକୁ ମଜବୁତ କରିବା ଦିଗରେ ଏହା ଆଉ ଏକ ଉପଲବ୍ଧି। ଏହି କ୍ଷେପଣାସ୍ତ୍ର ପରୀକ୍ଷା କୋଲକାତା ଶ୍ରେଣୀର ଗାଇଡେଡ ମିସାଇଲ୍ ଡେଷ୍ଟ୍ରୋୟର ଯୁଦ୍ଧ ଜାହାଜରୁ କରାଯାଇଥିଲା। ଏରୋସ୍ପେସ କ୍ରମାଗତ ଭାବେ କ୍ଷେପଣାସ୍ତ୍ରରେ ସ୍ୱଦେଶୀ ସାମଗ୍ରୀ ବୃଦ୍ଧି ଉପରେ କାର୍ଯ୍ଯ କରୁଛି ବୋଲି ଭାରତୀୟ ନୌସେନା ଅଧିକାରୀ ସୂଚନା ଦେଇଛନ୍ତି।

ସୁପରସୋନିକ ମିଜାଇଲ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପରିବର୍ଦ୍ଧିତ ରେଞ୍ଜ ଭର୍ସନର ସଫଳ ପରୀକ୍ଷଣ
ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେଲା ଭାରତ। ଆଜି ଭାରତୀୟ ବାୟୁସେନାର ସୁପରସୋନିକ ମିଜାଇଲ ବ୍ରହ୍ମୋସର ପରିବର୍ଦ୍ଧିତ ରେଞ୍ଜ ଭର୍ସନର ସଫଳ ପରୀକ୍ଷଣ କରାଯାଇଛି। S u-30 MKI ବିମାନରୁ ବ୍ରହ୍ମୋସର କରାଯାଇଛି ସଫଳ ପରୀକ୍ଷା। ବ୍ରହ୍ମୋସର ପରିବର୍ଦ୍ଧିତ ରେଞ୍ଜ ଭର୍ସନର ପରୀକ୍ଷଣ ହୋଇଥିବାବେଳେ ଏକ ଜାହାଜକୁ ଟାର୍ଗେଟ କରିଥିଲା କ୍ଷେପଣାସ୍ତ୍ର ।

ସୁପରସୋନିକ କ୍ରୁଜ ମିସାଇଲକୁ ବଙ୍ଗୋପ ସାଗରରେ ପରୀକ୍ଷା କରାଯାଇଥିବାବେଳେ ସମୁଦ୍ର ଓ ଭୂପୃଷ୍ଠରେ ଥିବା ଲକ୍ଷ୍ୟ ସ୍ଥଳକୁ ଭେଦ କରିପାରିବାର ସାମର୍ଥ୍ୟ ହାସଲ କରିଛି ବ୍ରହ୍ମୋସ । ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ବ୍ରହ୍ମୋସର ପରୀକ୍ଷା ନେଇ ସୂଚନା ଦେଇଛି ପ୍ରତିରକ୍ଷା ମନ୍ତ୍ରାଳୟ। ଏହି ଧରଣର କ୍ଷେପଣାସ୍ତ୍ର ଯୋଗୁ ଶକ୍ତିଶାଳୀ ହେବା ବାୟୁସେନା ।

ଭାରତୀୟ ବାୟୁସେନା, ଭାରତୀୟ ନୌସେନା, ଡିଆରଡିଓ, ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଓ ବ୍ରହ୍ମୋସ ଏରୋସ୍ପେସର ମିଳିତ ଉଦ୍ୟମ କ୍ରମେ ବିକଶିତ କରାଯାଇଛି କ୍ଷେପଣାସ୍ତ୍ର । ପ୍ରତିରକ୍ଷା ଅଧିକାରୀ ଗୁରୁବାର ଏହି ସୂଚନା ଦେଇଛନ୍ତି । ସମୁଦ୍ରରେ କିଛି ଲକ୍ଷ୍ୟ ଉପରେ ଏହା ପ୍ରଥମ ପରୀକ୍ଷଣ ଅଟେ । ଏହା ପୂର୍ବରୁ ସ୍ଥଳ ଭାଗରେ ଥିବା ଟାର୍ଗେଟ ଉପରେ ସଫଳ ପରୀକ୍ଷଣ କରାଯାଇଥିଲା । ବ୍ରହ୍ମୋସ ପରିବର୍ଦ୍ଧିତ ରେଞ୍ଜର ମାରକ କ୍ଷମତା ୪୦୦ କିଲୋମିଟର ରହିଛି । ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ଏହା, ମିଜାଇଲର ଏୟାର ଲଞ୍ଚ୍ ଭର୍ସନ ଆଣ୍ଟି-ସିପ୍ ସଂସ୍କରଣର ପରୀକ୍ଷଣ ଥିଲା ।