Bhubaneswar ToDubai - The Sakala

ଖୁବ୍ ଶୀଘ୍ର ଭୁବନେଶ୍ୱରରୁ ବ୍ୟାଙ୍କକ୍, ଦୁବାଇ, ସିଙ୍ଗାପୁରକୁ ଉଡ଼ିବ ବିମାନ
ଭୁବନେଶ୍ୱର : ଖୁବ ଶୀଘ୍ର ଭୁବନେଶ୍ୱର ଆର୍ନ୍ତଜାତିକ ବିମାନବନ୍ଦରରୁ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍କକକୁ ବିମାନ ଚଳାଚଳ କରିବ । ଏହି ସବୁ ରୁଟ୍‌ରେ  ବିମାନ ଚଳାଇବାପାଇଁ ଇଣ୍ଡିଗୋ ବିମାନ ସଂସ୍ଥା ଆବେଦନ କରିଥିବାବେଳେ ରାଜ୍ୟ କ୍ୟାବିନେଟ ଆଜି ତାହାକୁ ଅନୁମୋଦନ କରିଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ଶ୍ରୀ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ଏହିସବୁ ରୁଟ୍‌ରେ ବିମାନ ଚଳାଚଳ ପାଇଁ ବିଭିନ୍ନ ବିମାନ ଚଳାଚଳ କମ୍ପାନୀମାନଙ୍କ ଠାରୁ ଆବେଦନ ଆହ୍ୱାନ କରାଯାଇଥିଲା । ତେବେ କେବଳ ଇଣ୍ଡିଗୋ ଏଥିପାଇଁ ଆବେଦନ କରିଥିବାବେଳେ ରାଜ୍ୟ ସରକାର ଆଜି ଏହି ସଂସ୍ଥାକୁ ସବୁଜ ସଙ୍କେତ ଦେଇଛନ୍ତି । ଫଳରେ ସପ୍ତାହକୁ ଯଥାକ୍ରମେ ତିନିଟି ଓ ଦୁଇଟି ୧୮୬ ଆସନ ବିଶିଷ୍ଟ ବିମାନ ଚଳାଚଳ ଆରମ୍ଭ କରିବ । ଏଥି ନିମନ୍ତେ ରାଜ୍ୟ ସରକାର ବିମାନ ଚଳାଚଳର ଖର୍ଚ୍ଚ ବହନ କରିବେ ଏବଂ ଏହାର ଫଳ ସ୍ୱରୂପ ସମସ୍ତ ଟିକଟଖର୍ଚ୍ଚ ସମ୍ପୂର୍ଣ୍ଣ ରୂପେ କମ୍ପାନୀକୁ ପ୍ରଦାନ କରାଯିବ । ଏହା ଆର୍ନ୍ତଜାତୀୟ ବିମାନ ଚଳାଚଳକୁ ସୁଗମ କରିବା ସହିତ ରାଜ୍ୟକୁ ଅଧିକ ରାଜସ୍ୱ ମିଳିପାରିବ ବୋଲି ମୁଖ୍ୟ ସଚିବ କହିଚନ୍ତି ।

ଆନ୍ତର୍ଜାତିକ ବିମାନ ଚଳାଚଳ କ୍ଷେତ୍ରରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି।ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାର ସମୃଦ୍ଧ ଖଣିଜ ସମ୍ପଦ, ବୈଷୟିକ ଜ୍ଞାନକୌଶଳ, ଇତିହାସ ଓ ସଂସ୍କୃତି, ପର୍ଯ୍ୟଟନକୁ ସମଗ୍ର ବିଶ୍ୱ ଦରବାରରେ ପରିଚିତ କରାଇବା ନିମନ୍ତେ ଆନ୍ତର୍ଜାତିକ ବିମାନ ଚଳାଚଳର ଆବଶ୍ୟକତା ରହିଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ଭୁବନେଶ୍ୱରରୁ ସିଧାସଳଖ ଦୁବାଇ,ସିଙ୍ଗାପୁର ଓ ବ୍ୟାଙ୍କକକୁ ବିମାନ ଚଳାଚଳ ନିମନ୍ତେ ଟେଣ୍ଡର ଡକାଯାଇଥିଲା । ଏହି ରୁଟରେ ବିମାନ ଚଳାଚଳ ପାଇଁ ଇଣ୍ଡିଗୋ ଆବେଦନ କରିଛି । ଫଳରେ ସପ୍ତାହକୁ ୧୮୬ ସିଟ୍ ବିଶିଷ୍ଟ ଯଥାକ୍ରମେ ୩ଟି ଓ ୨ଟି ବିମାନ ଭୁବନେଶ୍ୱରରୁ ଚଳାଚଳ ଆରମ୍ଭ କରିବ । ଯାହା ଆନ୍ତର୍ଜାତିକ ବିମାନ ଚଳାଚଳକୁ ସୁଗମ କରିବ ।