Blackswan - The Sakala

ହକି ବିଶ୍ବକପ୍ ଉଦଘାଟନୀ ସମାରୋହରେ କମ୍ପିବ ବାରବାଟୀ : ରଣବୀର-ଦିଶାଙ୍କ ସହ କେ-ପପ୍ ବ୍ୟାଣ୍ଡ୍ ବ୍ଲାକସ୍ବାନ୍ ସଂଗୀତରେ ଝୁମିବେ ଦର୍ଶକ
ଭୁବନେଶ୍ବର : ହକି ବିଶ୍ବକପ୍ ଉଦଘାଟନୀ ସମାରୋହରେ କମ୍ପିବ କଟକର ବାରବାଟୀ। ଭାରତର ଲୋକପ୍ରିୟ ବଲିଉଡ୍ ତାରକା ରଣବୀର ସିଂ ଏବଂ ଦିଶା ପଟାନୀଙ୍କ ସହିତ ବ୍ଲାକସ୍ବାନ ବ୍ୟାଣ୍ଡ ନୃତ୍ୟ ଓ ସଙ୍ଗୀତ ପରିବେଷଣ ଝୁମିବେ ଦର୍ଶକ। ହକି ବିଶ୍ବକପ୍‌-୨୦୨୩ ଆସନ୍ତା ଜାନୁଆରି ୧୩ରୁ ଆରମ୍ଭ ହେବାକୁ ଥିବା ବେଳେ ଜାନୁଆରୀ ୧୧ରେ ବାରବାଟୀରେ ଅନୁଷ୍ଠିତ ହେବ ଭବ୍ୟ ଉଦଘାଟନୀ ସମାରୋହ।ଡାଇଲଗ ଓ ଡ୍ୟାନ୍ସରେ କମ୍ପିବ ବାରବାଟୀ । ହକି ଫିଭର ସହ ଏମାନଙ୍କ ଉପସ୍ଥିତି ହକି ପ୍ରେମୀଙ୍କ ଉତ୍ସାହକୁ ଦୁଇଗୁଣା କରିବ।

ଓଡିଶାରେ ହକି ବିଶ୍ୱକପ ୨୦୨୩ର ଆରମ୍ଭକୁ ସ୍ମରଣୀୟ କରିବା ପାଇଁ ଏକ ବିଶ୍ୱସ୍ତରୀୟ ଉତ୍ସବ ଜାନୁଆରି ୧୧ରେ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥିରେ ବଲିଉଡ ଓ ଓଲିଉଡର ଅନେକ କଳାକାର ଉପସ୍ଥିତ ରହିବା ସହ ବ୍ଲାକସ୍ବାନ ପ୍ରସିଦ୍ଧ କେ-ପପ୍ ବ୍ୟାଣ୍ଡ। ଏହି ସମାରୋହରେ ଭାରତର ଲୋକପ୍ରିୟ ବଲିଉଡ୍ ତାରକା ରଣବୀର ସିଂ ଏବଂ ଦିଶା ପଟାନୀଙ୍କ ସହିତ ବ୍ଲାକସ୍ବାନ ବ୍ୟାଣ୍ଡ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିବେ। ତାରକାମାନଙ୍କ ମଧ୍ୟରେ ହକି ବିଶ୍ୱକପ ୨୦୨୩ ଶୀର୍ଷକ ଗୀତର ଲେଖକ ଓ ସ୍ବରକାର ସଂଗୀତ ନିର୍ଦ୍ଦେଶକ ପ୍ରୀତମ ମଧ୍ୟ ଉପସ୍ଥିତ ରହିବେ। ଏହା ସହ ବେନି ଦୟାଲ, ନୀତି ମୋହନ, ଲିସା ମିଶ୍ର, ଅମିତ ମିଶ୍ର‌ା, ଅନ୍ତରା ମିତ୍ର, ଶ୍ରୀରାମଚନ୍ଦ୍ର, ନକଶ ଅଜିଜଙ୍କ ଭଳି ଦେଶର ଜଣାଶୁଣା କଣ୍ଠଶିଳ୍ପୀମାନେ ନିଜର ପ୍ରଦର୍ଶନ ମାଧ୍ୟମରେ ଦର୍ଶକଙ୍କ ମନମୋହିବେ। ଏହି ଇଭେଣ୍ଟରେ ଓଡ଼ିଶାର କିଛି କଳାକାର ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

କଟକରେ ବିଶ୍ବକପ ହକିର ଉଦଘାଟନ ଉତ୍ସବପାଇଁ ବ୍ୟାପକ ପ୍ରସ୍ତୁତି, ଜାନୁଆରୀ ୧୧ ରେ ଅନୁଷ୍ଠିତ ହେବ କଟକ-ବାରବାଟୀ ଷ୍ଟାଡିଅମରେ ବିଶ୍ବକପ ହକିର ମେଗା ଉଦଘାଟନୀ ଉତ୍ସବ, ଏଥିର ଯୋଗଦେବେ ବଲିଉଡ୍‌ର ବଡ଼ ବଡ଼ ତାରକା, ସେମାନଙ୍କ ମଧ୍ୟରେ ରହିଛନ୍ତି ରଣବୀର ସିଂହ,ଦିଶା ପଟାନୀଙ୍କ ପରି ଅନେକ ସେଲିବ୍ରେଟି…. @TheHockeyIndia @sports_odisha pic.twitter.com/BSFuQXUQge

— Sakala (ସକାଳ) (@TheSakala) December 27, 2022

ସୂଚନାଯୋଗ୍ୟ, ହକି ବିଶ୍ବକପ୍‌-୨୦୨୩ର ସମସ୍ତ ମ୍ୟାଚ ଆସନ୍ତା ଜାନୁଆରି ୧୩ରୁ ଆରମ୍ଭ ହେବ। ଏହା ୨୯ ତାରିଖ ଯାଏଁ ଚାଲିବ। ଭାରତୀୟ ଟିମ୍‌ରେ ୨ ଜଣ ଓଡ଼ିଆ ଖେଳାଳି (ଅମିତ ରୋହିଦାସ ଓ ନିଲମ ଖେସ୍‌ ) ଅଛନ୍ତି। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଭାରତ ଆସନ୍ତା ୧୩ ତାରିଖରେ ବିଶ୍ୱକପ୍‌ରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍ ସ୍ପେନ୍ ବିପକ୍ଷରେ ଆରମ୍ଭ କରିବ। ସେହିପରି ୧୫ ତାରିଖରେ ଇଂଲଣ୍ଡ ବିପକ୍ଷରେ ଖେଳିବ। ଭାରତୀୟ ଟିମ୍‌ ଜାନୁଆରି ୧୯ ତାରିଖରେ ୱେଲ୍ସ ବିପକ୍ଷରେ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ୍‌ ଖେଳିବ।