Veden - The Sakala

ବିଷ ପିଇଲେ କକା ପୁତୁରା, ପୁତୁରା ମୃତ ଶବରଖି ଭେଡେନ ଥାନା ଆଗରେ ବିକ୍ଷୋଭ କଲେ ଗ୍ରାମବାସୀ
ଭେଡେନ – ପୁଣି ଚର୍ଚ୍ଚାରେ ଭେଡେନ ଥାନା। ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଥାଇ ଜାମିନରେ ଆସିଥିବା ଭେଡେନ ଥାନା ଅନ୍ତର୍ଗତ ଲୁହାଖଣ୍ଡି ଗ୍ରାମର କାକା ପୁତୁରା ଗତ ରାତିରେ କୀଟନାଶକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପୁତୁରା ସଦାନନ୍ଦ ମହାକୁରଙ୍କ ମୃତ୍ୟୁ ହୋଇଥିବା ବେଳେ କାକା ସୁଦାମ ମହାକୁର ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ବିଷ ପିଇଥିବା ଦୁଇ ଜଣଙ୍କୁ ମଙ୍ଗଳବାର ସକାଳୁ ଭେଡେନ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସଦାନନ୍ଦଙ୍କ ମୃତ୍ୟୁ ହୋଇଥିବା ବେଲେ ସୁଦାମଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି।

ସଦାନନ୍ଦଙ୍କ ମୃତ୍ୟୁ ପରେ ବୁର୍ଲା ଫାଣ୍ଡିରେ ଏକ ଅପମୃତ୍ଯୁ ମାମଲା ରୁଜୁ ହୋଇଛି। ତେବେ ମିଥ୍ୟା ମାମଲାରେ ତାଙ୍କୁ ଅଭିଯୁକ୍ତ କରାଯାଇଥିବାରୁ ମାନସିକ ଭାରସାମ୍ୟ ହରାଇ ଏପରି ପଦକ୍ଷେପ ନେଇଛନ୍ତି ବୋଲି ପରିବାର ସଦସ୍ୟ ଏବଂ ଗ୍ରାମବାସୀ ଅଭିଯୋଗ କରି ମୃତଦେହ ବୁର୍ଲାରୁ ଘରକୁ ଆଣିବା ରାସ୍ତାରେ ଘରକୁ ନଆଣି ଭେଡେନ ଥାନା ସମ୍ମୁଖରେ ଶବ ରଖି ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିପାଇଁ ଅପରାହ୍ନରେ ଭେଡେନ ଥାନା ସମ୍ମୁଖରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଭେଡେନ ପୋଲିସ ମିଛ ମାମଲାରେ ତାଙ୍କୁ ଫସେଇଥିବାରୁ ଏପରି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ। ତେବେ ଥାନା ଗେଟରେ ତାଲା ପକେଇଥିବା ତଥା ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିବା ଦେଖି ଉତ୍ତେଜନା ଆହୁରି ବଢିଥିଲା।

ଭେଡେନ ଥାନା ଆଇଆଇସି ସଙ୍ଗୀତା ମହାପାତ୍ର ଗ୍ରାମବାସୀଙ୍କ ସହ ଆଲୋଚନା କରି ଲିଖିତ ଅଭିଯୋଗ ଦେବା ପାଇଁ କହିଥିଲେ। ଉଲ୍ଲେଖନୀୟଯେ ଗତ ବର୍ଷ ସେପ୍ଟେମ୍ବର ମାସ ୨୦ ତାରିଖରେ ଲୁହାଖଣ୍ଡି ଗ୍ରାମ ନଦୀ ନିକଟ ରାସ୍ତାରେ ଜଣେ ଯୁବକ ଦିଗ ମହାନନ୍ଦଙ୍କୁ ହାତଗୋଡ ବନ୍ଧା ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କ ବୟାନ କ୍ରମେ ଭେଡେନ ପୋଲିସ ସଦାନନ୍ଦଙ୍କ ସମେତ ଚାରି ଜଣକୁ ଗିରଫ କରିଥିଲା। ପରେ ଚିକିତ୍ସାଧିନ ଅବସ୍ଥାରେ ଦିଗଙ୍କ ମୃତ୍ୟୁ ହୋଇଥିବାରୁ ସେହି ମାମଲା ହତ୍ୟା ମାମଲାରେ ପରିବର୍ତିତ ହୋଇଥିଲା।