Mukesh Ambani - The Sakala
ମୁକେଶ ଅମ୍ବାନୀଙ୍କୁ ବଡ଼ ଝଟକା: ଆମେରିକା-ଇରାନ ଯୁଦ୍ଧ ଭିତରେ କ୍ରାସ୍ ହେଲା ରିଲାଏନ୍ସ ସେୟାର
ମଧ୍ୟପ୍ରାଚ୍ୟରେ ଚାଲିଥିବା ଆମେରିକା-ଇରାନ ଯୁଦ୍ଧ (US-Iran War) ଏବଂ ବିଶ୍ୱସ୍ତରୀୟ ଅଶାନ୍ତିର ସିଧାସଳଖ ପ୍ରଭାବ ଭାରତୀୟ ସେୟାର ବଜାର ଉପରେ ପଡ଼ିଛି। ସୋମବାର, ଏପ୍ରିଲ୍ ୬, ୨୦୨୬ ରେ, ଦେଶର ସବୁଠାରୁ ମୂଲ୍ୟବାନ କମ୍ପାନୀ ତଥା ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (Reliance Industries) ର ସେୟାର ମୂଲ୍ୟରେ ବ୍ୟାପକ ହ୍ରାସ ଘଟିଛି। ଏହାର ପ୍ରଭାବରେ ସେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି।
ସେୟାର ବଜାର ଉପରେ ଯୁଦ୍ଧର ପ୍ରଭାବ
ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା କାରଣରୁ ହରମୁଜ୍ ପ୍ରଣାଳୀ (Strait of Hormuz) ଦେଇ ଅଶୋଧିତ ତୈଳ ବା କ୍ରୁଡ୍ ଅଏଲ୍ ଯୋଗାଣରେ ବାଧା ସୃଷ୍ଟି ହୋଇଛି। ଏହି କାରଣରୁ ବିନିଯୋଗକାରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ସୋମବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ (BSE) ରେ ରିଲାଏନ୍ସ ସେୟାର ମୂଲ୍ୟ ପ୍ରାୟ ୪.୧୩% ଖସିଯାଇ ଗୋଟିଏ ସେୟାରର ମୂଲ୍ୟ ୧,୨୯୫ ଟଙ୍କାରେ ପହଞ୍ଚିଯାଇଛି। ଏହା ବେଞ୍ଚମାର୍କ ନିଫ୍ଟି ୫୦ (Nifty 50) ସୂଚକାଙ୍କର ସର୍ବାଧିକ କ୍ଷତି ସହିଥିବା ସେୟାର ପାଲଟିଛି, ଯାହା ଫଳରେ ସାମଗ୍ରିକ ବଜାର ୦.୭% ତଳକୁ ଖସି ଆସିଛି।
ମାର୍କେଟ କ୍ୟାପ୍‌ରେ ବ୍ୟାପକ ହ୍ରାସ
ସେୟାର ବଜାରରେ ଏହି ହ୍ରାସ ଯୋଗୁଁ କମ୍ପାନୀର ବଜାର ପୁଞ୍ଜିକରଣ ବା ମାର୍କେଟ୍ କ୍ୟାପ୍ (Market Cap) ଉପରେ ଗୁରୁତର ପ୍ରଭାବ ପଡ଼ିଛି। ଏକ୍ସଚେଞ୍ଜ୍ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ମାର୍କେଟ୍ କ୍ୟାପ୍ ୧୮ ଲକ୍ଷ କୋଟି ଟଙ୍କାରୁ ତଳକୁ ଖସି ଆସି ପ୍ରାୟ ୧୭.୬୫ ଲକ୍ଷ କୋଟି ଟଙ୍କାରେ ସୀମିତ ରହିଛି। ସୂଚନାଯୋଗ୍ୟ ଯେ, ନିଫ୍ଟି ୫୦ ରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ (HDFC Bank) ପରେ ୮.୮୭% ସହ ରିଲାଏନ୍ସ ଦ୍ୱିତୀୟ ସର୍ବାଧିକ ୱେଟେଜ୍ (Weightage) ରଖିଛି। ତେଣୁ ଏହି ଗୋଟିଏ ସେୟାରର ପତନ ସମଗ୍ର ବଜାରକୁ ପ୍ରଭାବିତ କରିଛି।
ରିଫାଇନିଂ ମାର୍ଜିନ୍ ଉପରେ ଚାପ
ଆମେରିକା-ଇରାନ ବିବାଦ ସାଙ୍ଗକୁ ସରକାରଙ୍କ ନୂତନ ନିଷ୍ପତ୍ତି ମଧ୍ୟ କମ୍ପାନୀ ପାଇଁ ଚିନ୍ତାର କାରଣ ପାଲଟିଛି। ସରକାର ନିକଟରେ ଡିଜେଲ୍ ଏବଂ ଆଭିଏସନ୍ ଟର୍ବାଇନ୍ ଫୁଏଲ୍ (ATF) ଉପରେ ପୁନର୍ବାର ରପ୍ତାନି ଶୁଳ୍କ (Export Duty) ଲାଗୁ କରିଛନ୍ତି। ଏହି ନୂତନ ନିୟମ ଅନୁଯାୟୀ, ଡିଜେଲ୍ ଲିଟର ପିଛା ୨୧.୫୦ ଟଙ୍କା ଏବଂ ଏଟିଏଫ୍ ଉପରେ ୨୯.୫୦ ଟଙ୍କା ଶୁଳ୍କ ଆଦାୟ ହେବ। ଏହି କାରଣରୁ କମ୍ପାନୀର ରିଫାଇନିଂ ମାର୍ଜିନ୍ ପ୍ରଭାବିତ ହେବାର ଆଶଙ୍କା ରହିଛି, ଯାହା ସେୟାର ହ୍ରାସର ଅନ୍ୟ ଏକ ମୁଖ୍ୟ କାରଣ ବୋଲି ବଜାର ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।
ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ପାଇଁ ରିଲାଏନ୍ସ ୭୫ ହଜାର କୋଟି ଟଙ୍କା ନିବେଶ ଲକ୍ଷ୍ୟ ରଖିଛି: ମୁକେଶ ଅମ୍ବାନୀ
ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ କମ୍ପାନୀର ପୁଞ୍ଜିନିବେଶକୁ ୭୫ ହଜାର କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ କମ୍ପାନୀର ଏହି ରାଜ୍ୟଗୁଡ଼ିକରେ ପ୍ରାୟ ୩୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ରହିଛି। ଅର୍ଥାତ୍, ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ, ରିଲାଏନ୍ସ ଏହି ରାଜ୍ୟଗୁଡ଼ିକରେ ପ୍ରାୟ ୪୫ ହଜାର କୋଟି ଟଙ୍କାର ନୂତନ ନିବେଶ କରିବାକୁ ଯାଉଛି। ଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ‘ରାଇଜିଂ ନର୍ଥଇଷ୍ଟ ନିବେଶକ ସମ୍ମିଳନୀ’ରେ ମୁକେଶ ଅମ୍ବାନୀ ଏହା କହିଛନ୍ତି।
ଏହି ପ୍ରସ୍ତାବିତ ନିବେଶ ୨୫ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ପ୍ରକାଶ କରିବା ସହିତ ମୁକେଶ ଅମ୍ବାନୀ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ୩୫୦ଟି ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ କରିବା ନେଇ ପ୍ରତିବଦ୍ଧତା ଦୋହରାଇଛନ୍ତି। ଜିଓ ସମ୍ପର୍କରେ ସୂଚନା ଦେଇ ମୁକେଶ ଅମ୍ବାନୀ କହିଛନ୍ତି ଯେ ରିଲାଏନ୍ସ ଜିଓର ୫ଜି ନେଟୱାର୍କ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ପ୍ରାୟ ୯୦ ପ୍ରତିଶତ ଜନସଂଖ୍ୟା ପାଖରେ ପହଞ୍ଚିସାରିଛି। ୫୦ ଲକ୍ଷ ଲୋକ ଏବେ ଜିଓ ୫ଜି ନେଟୱାର୍କ ସହିତ ଯୋଡି ହୋଇଛନ୍ତି ଏବଂ ଏହି ବର୍ଷ ଏହି ସଂଖ୍ୟା ଦ୍ୱିଗୁଣିତ ହେବ। ରିଲାଏନ୍ସ ରିଟେଲ୍ ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ ସେମାନଙ୍କଠାରୁ ସିଧାସଳଖ କ୍ରୟକୁ ଉତ୍ସାହିତ କରିବ। ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରି ମୁକେଶ ଅମ୍ବାନୀ କହିଛନ୍ତି ଯେ ଆପଣଙ୍କ ପ୍ରୟାସ ଯୋଗୁଁ ଉତ୍ତର-ପୂର୍ବାଞ୍ଚଳ ଭାରତର ବିକାଶ ମାନଚିତ୍ରରେ ଦୃଢ ଭାବରେ ଉଭା ହୋଇଛି।
ସ୍ୱାସ୍ଥ୍ୟ କ୍ଷେତ୍ରରେ ରିଲାଏନ୍ସ ଫାଉଣ୍ଡେସନର କାର୍ଯ୍ୟ ଉପରେ ଆଲୋକପାତ କରି ସେ କହିଛନ୍ତି ରିଲାଏନ୍ସ ଫାଉଣ୍ଡେସନ ମଣିପୁରରେ ୧୫୦ ଶଯ୍ୟା ବିଶିଷ୍ଟ ଏକ କର୍କଟ ହସ୍ପିଟାଲ ପ୍ରତିଷ୍ଠା କରିଛି। ଏହା ସହିତ, ଫାଉଣ୍ଡେସନ ଜିନୋମିକ୍ ତଥ୍ୟ ବ୍ୟବହାର କରି ସ୍ତନ କର୍କଟ ଚିକିତ୍ସାକୁ ଆଗକୁ ବଢ଼ାଇବା ପାଇଁ ମିଜୋରାମ ବିଶ୍ୱବିଦ୍ୟାଳୟ ସହିତ ସହଯୋଗ କରୁଛି। ଫାଉଣ୍ଡେସନ ପକ୍ଷରୁ ଗୌହାଟୀରେ ଏକ ଅତ୍ୟାଧୁନିକ ମଲିକୁଲାର ଡାଇଗ୍ନୋଷ୍ଟିକ ଏବଂ ଗବେଷଣା ଲାବ ସ୍ଥାପନ କରାଯାଇଛି। ଏହା ଭାରତରେ ଅନ୍ୟତମ ସର୍ବବୃହତ ଜିନୋମ୍ ସିକ୍ୱେନସିଙ୍ଗ କ୍ଷମତା ହେବ। ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ, ରିଲାଏନ୍ସ ଫାଉଣ୍ଡେସନ ସମସ୍ତ ଆଠଟି ରାଜ୍ୟ ସହିତ ମିଶି ଅଲିମ୍ପିକ୍ ତାଲିମ କେନ୍ଦ୍ର ସ୍ଥାପନ କରିବ, ଯେଉଁଠାରୁ ବାହାରୁଥିବା ଯୁବପିଢ଼ି ଅଲିମ୍ପିକ୍ସରେ ପଦକ ବିଜେତା ହୋଇପାରିବେ।
ଖୁବ୍ ଶୀଘ୍ର ଟେଲିକମ୍ ଶିଳ୍ପରେ ମୁକେଶ ଅମ୍ବାନୀଙ୍କୁ ଟକ୍କର ଦେବେ ଗୌତମ ଆଦାନୀ
ନୂଆଦିଲ୍ଲୀ,: ଭାରତର ଧନୀ ବ୍ୟବସାୟୀ ଗୌତମ ଆଦାନୀ ଖୁବ୍ ଶୀଘ୍ର ଟେଲିକମ୍ ଶିଳ୍ପରେ ପ୍ରବେଶ କରିବାକୁ ଯାଉଛନ୍ତି। ଏବେ ଟେଲିକମ୍‌ ସେବାରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି ଆଦାନୀ। ଇଣ୍ଟରନେଟ୍ ସେବା ବଜାରରେ ଗୌତମ ଆଦାନୀଙ୍କ ପ୍ରବେଶ ନେଇ ସାରା ଦେଶରେ ଗୁଜବ ପ୍ରଚାରିତ ହେବାରେ ଲାଗିଛି। କାରଣ ଭାରତରେ ପରବର୍ତ୍ତୀ ସ୍ପେକ୍ଟ୍ରମ୍ ନିଲାମ ମେ’ ୨୦ରୁ ଆରମ୍ଭ ହେବାକୁ ଯାଉଛି। ମାର୍ଚ୍ଚ ୮ ରେ ଟେଲି ଯୋଗାଯୋଗ ବିଭାଗ ଏ ସମ୍ପର୍କରେ ନୋଟିସ ଜାରି କରିଥିଲା। ଗତ ସ୍ପେକ୍ଟ୍ରମ୍ ନିଲାମରେ ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ ମଧ୍ୟ ଭାଗ ନେଇଥିଲେ। ଏହି କାରଣରୁ, ଚଳିତବର୍ଷ ନିଲାମରେ ଅରବପତି ଶିଳ୍ପପତି ମଧ୍ୟ ଅଂଶଗ୍ରହଣ କରିବେ ବୋଲି ବିଶ୍ୱାସ କରାଯାଉଛି। ଆଦାନୀ ବୋଧହୁଏ ୫ଜି ଇଣ୍ଟରନେଟ୍ ସେବା ହାସଲ କରିବାର ଏକ ସମ୍ଭାବ୍ୟ ସୁଯୋଗ ଖୋଜୁଛନ୍ତି।
ନିକଟରେ ଗୌତମ ଆଦାନୀ ଡାଟା କେନ୍ଦ୍ର ବିସ୍ତାର କରିବାକୁ ଯୋଜନା କରୁଥିବା ନେଇ କର୍ମଚାରୀଙ୍କ ସହ ଏକ ବୈଠକରେ କହିଥିଲେ। ଆଦାନୀ ଦେଶରେ ୫ଜି ଇଣ୍ଟରନେଟର ବୃଦ୍ଧି ପାଉଥିବା ପରିସରରେ ଭାଗ ନେବାକୁ ଚିନ୍ତା କରୁଛନ୍ତି। କ୍ୱାଲକମ୍ ସିଇଓ କିଛି ଦିନ ପୂର୍ବରୁ ଭାରତ ଆସି ଗୌତମ ଆଦାନୀଙ୍କୁ ଭେଟିଥିଲେ। ଆଦାନୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏହି ବୈଠକ ବିଷୟରେ ସୂଚନା ଦେଇଥିଲେ। ରିପୋର୍ଟ ଅନୁଯାୟୀ ସେ ଖୁବ୍ ଶୀଘ୍ର ଏକ ନୂତନ କମ୍ପାନୀର ଶୁଭାରମ୍ଭ କରିପାରନ୍ତି।
ଧନୀବ୍ୟକ୍ତି ତାଲିକାରେ ପୁଣି ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଗୌତମ ଆଦାନୀ
ନୂଆଦିଲ୍ଲୀ: ପୁଣି ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଗୌତମ ଆଦାନୀ।  ଆଦାନୀ ଗ୍ରୁପ୍‌ ଅଫ୍‌ କମ୍ପାନୀଜ୍‌ର ଅଧ୍ୟକ୍ଷ ଗୌତମ ଆଦାନୀ ପୁଣି ଥରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଭାରତର ସବୁଠୁ ଧନୀ ବ୍ୟକ୍ତି ପାଲଟିଛନ୍ତି।
ଅଦାନୀ ବିଶ୍ୱ ରାଙ୍କିଙ୍ଗ୍‌ରେ ଶ୍ରେଷ୍ଠ ୧୨ରେ ସ୍ଥାନ ପାଇଥିବାବେଳେ ଅମ୍ବାନୀ ୧୩ତମ ସ୍ଥାନରେ ରହିଛନ୍ତି। ମୋଟ୍‌ ଆୟ ବୃଦ୍ଧି ସହିତ ଆଦାନୀ ଗ୍ରୁପ୍ ମୁଖ୍ୟ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମଧ୍ୟ ପାଲଟିଛନ୍ତି। ଗତବର୍ଷ ତୁଳନାରେ ଉଭୟ ଆଦାନୀ ଏବଂ ଅମ୍ବାନୀଙ୍କ ରାଙ୍କିଙ୍ଗ୍‌ରେ ଉନ୍ନତି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଗୌତମ ଆଦାନୀଙ୍କ ସମ୍ପତ୍ତି ୭.୬ ବିଲିୟନ ଡଲାର ବୃଦ୍ଧି ପାଇ ୯୭.୬ ବିଲିୟନ ଡଲାରରେ ପହଞ୍ଚିଛି। ଅପରପକ୍ଷେ, ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୯୭ ବିଲିୟନ ଡଲାର ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ତାଙ୍କ ଆୟ ୬୬୫ ମିଲିୟନ ଡଲାର ବୃଦ୍ଧି ପାଇଛି।
ଖବର ଅନୁଯାୟୀ, ଜାନୁୟାରୀ ୩, ୨୦୨୪ ରେ ଆଦାନୀ-ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଗୌତମ ଆଦାନୀଙ୍କ କମ୍ପାନୀର ଶେୟାର ମୂଲ୍ୟ ଦ୍ରୁତ ଗତିରେ ମଜଭୂତ ହୋଇଛି, ଏହି କାରଣରୁ ତାଙ୍କ ବାର୍ଷିକ ଆୟ ବୃଦ୍ଧି ପାଇଛି।
ମିଶିବେ ରିଲାଏନ୍ସ ଓ ଡିଜ୍‌ନୀ: ପ୍ରତିଷ୍ଠା ହେବ ବୃହତ୍‌ ମନୋରଞ୍ଜନଧର୍ମୀ ବ୍ୟବସାୟ
ନୂଆଦିଲ୍ଲୀ: ଆମେରିକୀୟ ମନୋରଞ୍ଜନ ଧର୍ମୀ କମ୍ପାନୀ ୱାଲ୍ଟ ଡିଜ୍‌ନୀ ଓ ଭାରତୀୟ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମଧ୍ୟରେ ବଡ଼ ଚୁକ୍ତି ହୋଇଛି। ଦୁଇ କମ୍ପାନୀ ଭାରତରେ ଚାଲୁଥିବା ସେମାନଙ୍କର ସମସ୍ତ ବ୍ୟବସାୟର ମିଶ୍ରଣ ଘଟାଇବାକୁ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି। ଚୁକ୍ତି ଅନୁସାରେ, ଶେୟାର ଓ କ୍ୟାସ୍‌ରେ ରିଲାଏନ୍ସ ପାଖରେ ୫୧ ପ୍ରତିଶତ ଅଶଂଧନ ରହିବ ଓ ଡିଜ୍‌ନୀ ପାଖରେ ବାକି ୪୯ ପ୍ରତିଶତ ଅଂଶଧନ ରହିବ।
ଏକ ରିପୋର୍ଟ ଅନୁଯାୟୀ, ଦୁଇ କମ୍ପାନୀ ମଧ୍ୟରେ ନନ୍ ବାଇଣ୍ଡିଂ ଟର୍ମଶିଟ୍ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହା ଭାରତର ସବୁଠାରୁ ବଡ଼ ମିଡିଆ ଏବଂ ମନୋରଞ୍ଜନ ବ୍ୟବସାୟରେ ପରିଣତ ହେବ। ଏହି କାରବାର ଆସନ୍ତା ଫେବୃଆରୀ ସୁଦ୍ଧା ଶେଷ ହେବ। ରିଲାଏନ୍ସର ଚୁକ୍ତି ସମ୍ପର୍କିତ ସମସ୍ତ ଅନୁମୋଦନ ଜାନୁଆରୀ ଶେଷ ସୁଦ୍ଧା ଶେଷ ହେବ। ଏହି ମିଳିତ ବ୍ୟବସାୟ ରିଲାଏନ୍ସର ମନୋରଞ୍ଜନ ବ୍ୟବସାୟକୁ ବଳ ଦେବ।
ରିଲାଏନ୍ସ ଓ ଡିଜ୍‌ନୀ ମଧ୍ୟରେ ଚୁକ୍ତି ଭାରତରେ ଏକ ବଡ଼ ମନୋରଞ୍ଜନ ପ୍ରତିଷ୍ଠାନ ଛିଡ଼ା କରିବ, ଯାହା ପ୍ରତିଷ୍ଠିତ ଟିଭି ମିଡିଆ ଜି ଏଣ୍ଟରଟେନ୍‌ମେଣ୍ଟ ଓ ସୋନୀ ସହ ଷ୍ଟ୍ରିମିଂ ସର୍ଭିସ୍ ନେଟ୍‌ଫ୍ଲିକ୍ସ ଓ ଆମାଜନ ପ୍ରାଇମ୍‌କୁ କଡ଼ା ଟକ୍କର ଦେବ। ବାସ୍ତବରେ ରିଲାଏନ୍ସ ମନୋରଞ୍ଜନ ବ୍ୟବସାୟରେ ଡିଜ୍‌ନୀ ହଟ୍‌ଷ୍ଟାରକୁ କଡ଼ା ଟକ୍କର ଦେଉଛି। ଡିଜ୍‌ନୀ ଭଳି ରିଲାଏନ୍ସ ମାଗଣାରେ ଆଇପିଏଲ୍‌ ଦେଖାଇ ନିଜର ଗ୍ରାହକ ସଂଖ୍ୟା ବହୁ ସଂଖ୍ୟାରେ ବଢ଼ାଇଛି। ରିଲାଏନ୍ସ ଏକାଧିକ ଟିଭି ଚ୍ୟାନେଲ୍‌ ଓ ଜିଓ ସିନେମା ଭଳି ଷ୍ଟ୍ରିମିଂ ଆପ୍ ଚଳାଉଛି। ଭାୟାକମ୍‌ ୧୮ ମିଡିଆ ୟୁନିଟ୍ ମାଧ୍ୟମରେ ଏସବୁ ଚଳାଉଛି ଜିଓ। ଏବେ ଦୁଇ କମ୍ପାନୀ ମିଶି ଏହି ବ୍ୟବସାୟରେ ୧ କିମ୍ବା ୧.୫ ବିଲିଅନ ଡଲାର ଅର୍ଥ ନିବେଶ କରିବାକୁ ଚାହୁଁଛନ୍ତି। ରିପୋର୍ଟ ଅନୁସାରେ ମିଳିତ କମ୍ପାନୀର ବୋର୍ଡରେ ଉଭୟ ପକ୍ଷରୁ ସମାନ ନିର୍ଦ୍ଦେଶକ ରହିବେ ଏବଂ ଦୁଇଜଣ ସ୍ୱାଧୀନ ନିର୍ଦ୍ଦେଶକ ରହିବେ ବୋଲି ଜଣାପଡ଼ିଛି।
ସମସ୍ତଙ୍କ ପାଖରେ ଓ ସବୁ ସ୍ଥାନରେ ଏଆଇ ପହଞ୍ଚାଇବାକୁ ଜିଓ ପ୍ରତିବଦ୍ଧ: ମୁକେଶ ଅମ୍ବାନି
ଭୁବନେଶ୍ୱର: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ସମସ୍ତଙ୍କ ପାଖରେ ଓ ସବୁ ସ୍ଥାନରେ ପହଞ୍ଚାଇ ଭାରତୀୟ ଏଆଇ ମଡେଲ୍‌ରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଏବଂ ଏହି ନୂଆ ପ୍ରଯୁକ୍ତିର ଲାଭକୁ ଭାରତୀୟ ନାଗରିକମାନଙ୍କ ପାଖରେ ପହଂଚାଇବା ପାଇଁ ଜିଓ ପ୍ଲାଟଫର୍ମ ଆଗ୍ରହୀ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୪୬ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ଅବସରରେ ସେ ଏନେଇ ମହତ୍ୱକାଂକ୍ଷୀ ଯୋଜନା ଘୋଷଣା କରିବା ସହ କହିଛନ୍ତି ଯେ ଜିଓର ଅଭିବୃଦ୍ଧି ପାଇଁ ଏଆଇ ହେଉଛି ସବୁଠୁ ଆକର୍ଷଣୀୟ ଦିଗନ୍ତ ।
ଦୀର୍ଘସ୍ଥାୟୀ ଅଭ୍ୟାସ ଓ ସବୁଜ ଭବିଷ୍ୟତକୁ ଗ୍ରହଣ କରି ଉଭୟ କ୍ଲାଉଡ୍ ଓ ଏଜ୍ ଲୋକେସନରେ ୨୦୦୦ ମେଗାୱାଟ୍‌ର ଏଆଇ-ପ୍ରସ୍ତୁତ କମ୍ପ୍ୟୁଟର ଦକ୍ଷତା ସୃଷ୍ଟି କରିବା ପାଇଁ ଜିଓର ପ୍ରତିବଦ୍ଧତା ବିଷୟରେ ମୁକେଶ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ବିଶ୍ୱସ୍ତରରେ ଏଆଇ ବିପ୍ଳବ ଦୁନିଆକୁ ଏକ ନୂଆ ଆକାର ପ୍ରଦାନ କରୁଛି ଏବଂ କୃତ୍ରିମ ବୁଦ୍ଧିମତା (ଏଆଇ) ର ପ୍ରୟୋଗ ଶିଳ୍ପ, ଅର୍ଥନୀତି, ଦୈନନ୍ଦୀନ ଜୀବନରେ ଖୁବ୍‌ଶୀଘ୍ର ବିପ୍ଳବ ଆଣି ତାହାର ସଂଜ୍ଞା ବଦଳାଇଦେବ । ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ରହିବା ପାଇଁ ଭାରତକୁ ନିଶ୍ଚିତ ରୂପେ ଏଆଇର ନବସୃଜନ, ଅଭିବୃଦ୍ଧି ଓ ଜାତୀୟ ସମୃଦ୍ଧିକୁ ବ୍ୟବହାର କରିବାକୁ ପଡ଼ିବ ।
ମୁକେଶ ଅମ୍ବାନି କହିଛନ୍ତି ଯେ ସାତ ବର୍ଷ ପୂର୍ବେ ସମସ୍ତଙ୍କ ପାଖରେ ଓ ସବୁ ସ୍ଥାନରେ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ ପ୍ରଦାନ କରିବାକୁ ଜିଓ ପ୍ରତିଶ୍ରୁତି ଦେଇଥିଲା ଓ ଆମେ ତାହା ପ୍ରଦାନ କରିଛୁ । ଆଜି ଜିଓ ଏଆଇକୁ ସମସ୍ତଙ୍କ ପାଖରେ ଓ ସବୁ ସ୍ଥାନରେ ପହଞ୍ଚାଇବାର ପ୍ରତିଶ୍ରୁତି ଦେଉଛି । ଆମେ ତାହା ପ୍ରଦାନ କରିବୁ ବୋଲି ସେ କହିଛନ୍ତି ।
ବିଶ୍ୱସ୍ତରରେ ଏଆଇକୁ ନେଇ ଚାଲିଥିବା ନବସୃଜନ, ବିଶେଷ କରି ଜେନେରେଟିଭ୍ ଏଆଇ କ୍ଷେତ୍ରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହାର ପ୍ରତିଭାବାନ କର୍ମଚାରୀ ଓ ଦକ୍ଷତାରେ ଉନ୍ନତି ଆଣୁଛି । ଆଗାମୀ ଦିନରେ ସବୁ କ୍ଷେତ୍ର ପାଇଁ ଭାରତ ସ୍ୱତନ୍ତ୍ର ଏଆଇ ମଡେଲ୍ ଓ ଏଆଇଭିତିକ ସମାଧାନ ବିକାଶ କରିବା ଉଦ୍ୟମରେ ଜିଓ ପ୍ଲାଟଫର୍ମସ୍ ଆଗରେ ରହିବାକୁ ଚାହୁଛି, ଯାହା ଫଳରେ ଏଆଇର ଲାଭକୁ ଭାରତୀୟ ନାଗରିକ, ବ୍ୟବସାୟ ଓ ସରକାରଙ୍କ ନିକଟରେ ପହଞ୍ଚାଇ ହେବ । ଭାରତରେ ପାଖରେ ସେହି ବ୍ୟାପକତା, ଡାଟା ଓ ପ୍ରତିଭା ରହିଛନ୍ତି ବୋଲି ମୁକେଶ କହିଛନ୍ତି ।
ଏଆଇର ବ୍ୟାପକ କମ୍ପ୍ୟୁଟିଂ ଚାହିଦାର ପରିଚାଳନା କରିବା ଲାଗି ଭାରତ ପାଇଁ ଡିଜିଟାଲ୍ ଭିତିଭୂମି ଆବଶ୍ୟକ । ଏହି କ୍ଷେତ୍ର ସମ୍ପ୍ରସାରିତ ହେଲେ ଆମେ ଉଭୟ କ୍ଲାଉଡ୍ ଓ ଏଜ୍ ଲୋକେସନରେ ୨୦୦୦ ମେଗାୱାଟ୍‌ର ଏଆଇ ପ୍ରସ୍ତୁତ କମ୍ପ୍ୟୁଟିଂ ଦକ୍ଷତା ସୃଷ୍ଟି କରିବାକୁ ପ୍ରତିବଦ୍ଧ ରହିଛୁ । ଆଗାମୀ ୫ ବର୍ଷରେ ଆମେ ଆମର ଅଧିକାଂଶ ଶକ୍ତିକୁ ଯୋଗଯୋଗ, ଡିଜିଟାଲ୍ ସେବା ଓ ଶକ୍ତିରେ ବ୍ୟବହାର କରିବାକୁ ଯୋଜନା ରଖିଛୁ ଯାହା ପରିବେଶ ମିତବ୍ୟୟୀ ହେବା ସହ ସୁଲଭ ମଧ୍ୟ ରହିବ ବୋଲି ମୁକେଶ ଅମ୍ବାନୀ କହିଛନ୍ତି ।
ସାଟେଲାଇଟ୍‌ ସ୍ପେକ୍‌ଟ୍ରମ୍‌ ପାଇଁ ମସ୍କ-ଅମ୍ବାନୀ ଲଢ଼େଇ
ନୂଆଦିଲ୍ଲୀ: ସାଟେଲାଇଟ୍ ସ୍ପେକ୍‌ଟ୍ରମ୍‌କୁ ନେଇ ବିଶ୍ୱର ଅଗ୍ରଣୀ ଦୁଇ ଅଗ୍ରଣୀ ଶିଳ୍ପପତିଙ୍କ ଏବେ ମୁହାଁମୁହିଁ ହୋଇଛନ୍ତି। ପ୍ରକୃତରେ ଟେସ୍‌ଲା ମୁଖ୍ୟ ଏଲନ୍ ମସ୍କ ଚାହୁଁଛନ୍ତି ଯେ ତାଙ୍କ କମ୍ପାନୀ ଷ୍ଟାରଲିଙ୍କ୍ ପୃଥିବୀ ପରିକ୍ରମା କରୁଥିବା ଉପଗ୍ରହରୁ ଭାରତରେ ବେତାର ଇଣ୍ଟରନେଟ୍ ସେବା ପ୍ରସାରଣ କରୁ। ଏହାଛଡା ମସ୍କଙ୍କ ଗ୍ରୁପ ଯେଉଁ ଲାଇସେନ୍ସ ପ୍ରଣାଳୀର ସମର୍ଥନ କରୁଛି, ସେ କ୍ଷେତ୍ରରେ ସେମାନଙ୍କୁ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିପାରେ। ଗତ ସପ୍ତାହରେ ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ମସ୍କ କହିଥିଲେ ଯେ ସେ ଭାରତରେ ଷ୍ଟାରଲିଙ୍କର ଶୁଭାରମ୍ଭ  କରିବାକୁ ଚାହୁଁଛନ୍ତି। ଏହି ସେବା ସାହାଯ୍ୟରେ ଦେଶରେ ଭିତ୍ତିଭୂମି ଅଭାବ ଥିବା ସୁଦୂର ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ସେବା ପହଞ୍ଚିପାରିବ। ଷ୍ଟାରଲିଙ୍କ୍ ଚାହୁଁଛି ଯେ ଭାରତ କେବଳ ସେବାକୁ ଲାଇସେନ୍ସ ଦେଉ ଏବଂ ସିଗନାଲ୍ ସ୍ପେକ୍‌ଟ୍ରମ୍‌ କିମ୍ବା ଏୟାରୱେଭ୍ ନିଲାମ ଉପରେ ଗୁରୁତ୍ବ ନଦେଉ।
ମସ୍କଙ୍କ ଆଭିମୁଖ୍ୟ ଟାଟା, ସୁନୀଲ ଭାରତୀ ମିତ୍ତଲ ଏବଂ ଆମାଜନ୍ ସହ ମେଳ ଖାଉଛି। ଅନ୍ୟପକ୍ଷରେ ଅମ୍ବାନୀଙ୍କ ରିଲାଏନ୍ସ କହିଛି ଯେ ବିଦେଶୀ ଉପଗ୍ରହ ସେବା ପ୍ରଦାନକାରୀଙ୍କୁ ସ୍ୱର ଏବଂ ଡାଟା ସେବା ଯୋଗାଇବା ପାଇଁ ସ୍ପେକ୍‌ଟ୍ରମ୍‌କୁ ନିଲାମ କରାଯିବା ଉଚିତ। ଯାହା ସରକାରୀ ନିଲାମରେ କିଣାଯାଇଥିବା ଏୟାରୱେଭ ବ୍ୟବହାର କରି ସମାନ ସେବା ପ୍ରଦାନ କରିଥାଏ। ସ୍ପେକ୍‌ଟ୍ରମ୍‌ ନିଷ୍ପତ୍ତି ହେଉଛି ଭାରତର ଅନ୍ତରୀକ୍ଷ ଆଧାରିତ ଯୋଗାଯୋଗ ସେବା (ଏସ୍ଏସ୍) ପାଇଁ ଗୁରୁତ୍ୱପୂର୍ଣ୍ଣ। ୨୦୧୦ ମସିହାରୁ ସରକାର ୭୭ ବିଲିୟନ ଆମେରିକୀୟ ଡଲାରର ମୋବାଇଲ୍ ସ୍ପେକ୍‌ଟ୍ରମ୍‌ ନିଲାମ କରିଛନ୍ତି ଏବଂ ଅନେକ କମ୍ପାନୀ ଏସ୍ଏସ୍ ଉପରେ ଆଗ୍ରହୀ। ତେବେ ଆମାଜନ୍, ଟାଟା, ଭାରତୀ ଏୟାରଟେଲ ସମର୍ଥିତ ୱାନୱେବ ଏବଂ ଲାର୍ସନ୍ ଆଣ୍ଡ ଟୁବ୍‌ରୋ ନିଲାମ ବିରୋଧରେ ରହିଥିବାବେଳେ ରିଲାଏନ୍ସ ଜିଓ ଏବଂ ଭୋଡାଫୋନ୍-ଆଇଡିଆ ଭାରତ ଏସ୍ଏସ୍ ନିଲାମକୁ ସମର୍ଥନ କରୁଛନ୍ତି।
ହୁରୁନ୍‌ ବିଶ୍ବ ଧନୀ ତାଲିକା, ଆଦାନୀଙ୍କୁ ପଛରେ ପକାଇଲେ ମୁକେଶ ଅମ୍ବାନୀ
ନୁଆଦିଲ୍ଲୀ: ହୁରୁନ ବିଶ୍ବ ଧନୀ ତାଲିକା ଅନୁଯାୟୀ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମୁଖ୍ୟ ମୁକେଶ ଅମ୍ବାନୀ ଏବେ ଦେଶର ସବୁଠୁ ଧନୀ ବ୍ୟକ୍ତି। ଗୌତମ ଆଦାନୀ ଏହି ସୂଚୀରେ ୨୩ତମ ସ୍ଥାନକୁ ଖସିଯାଇଛନ୍ତି। ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ପରିମାଣ ୮୨ ବିଲିୟନ ଡଲାର ରହିଥିବାବେଳେ ଗୌତମ ଆଦାନୀ ଓ ତାଙ୍କ ପରିବାର ପାଖରେ ୫୩ ବିଲିୟନ ଡଲାରର ସମ୍ପତ୍ତି ରହିଛି। ଗତ ଏକ ବର୍ଷ ମଧ୍ୟରେ ଉଭୟ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ସମ୍ପତ୍ତି ହ୍ରାସ ପାଇଛି। ଏହି ସମୟରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ୨୦ ପ୍ରତିଶତ ହ୍ରାସ ଘଟିଛି। ସେହିପରି ଗୌତମ ଆଦାନୀଙ୍କ ସମ୍ପତ୍ତିରେ ୩୫ ପ୍ରତିଶତ ହ୍ରାସ ଘଟିଛି। ସାଇରସ ପୁନାୱାଲା ଓ ଶିବ ନାଦର ପରିବାର ଯଥାକ୍ରମେ ତାଲିକାର ୪୬ ଓ ୫୦ତମ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ସ୍ୱର୍ଗତ ରାକେଶ ଝୁନଝୁନୱାଲା, ତାଙ୍କ ପତ୍ନୀ ରେଖା ଝୁନଝୁନୱାଲା ଏବଂ ତାଙ୍କ ପରିବାର ପ୍ରଥମଥର ପାଇଁ ସ୍ଥାନ ପାଇଛନ୍ତି।
୨୦୨୩ ମସିହାର ତାଲିକାରେ ମୋଟ ୩୩୧୨ ଅରବପତି ସ୍ଥାନ ପାଇଛନ୍ତି। ଏଥିରେ ଆମେରିକା, ଚୀନ୍ ଓ ଭାରତର ସବୁଠାରୁ ଅଧିକ ଅରବପତି ରହିଛନ୍ତି। ଭାରତର ୧୮୭ ଅରବପତି ଏହି ତାଲିକାରେ ସ୍ଥାନ ପାଇଛନ୍ତି। ସେଥିମଧ୍ୟରୁ ୧୬ ଜଣ ଅରବପତି ପ୍ରଥମ ଥର ପାଇଁ ସ୍ଥାନ ପାଇଛନ୍ତି। ହୁରୁନ ରିପୋର୍ଟ ଅନୁଯାୟୀ, ଭାରତରେ ରହୁଥିବା ଅରବପତିମାନଙ୍କର ପସନ୍ଦର ସ୍ଥାନ ହେଉଛି ଦେଶର ଅର୍ଥିକ ରାଜଧାନୀ ମୁମ୍ବଇ।  ମୁମ୍ବାଇ ହେଉଛି ଦେଶର ଏକମାତ୍ର ସହର, ଯେଉଁଠାରେ ଦେଶର ପ୍ରାୟ ଏକ ତୃତୀୟାଂଶ ଅରବପତି ରହୁଛନ୍ତି। ମୁମ୍ବଇରେ ରହୁଥବା ଅରବପତିଙ୍କ ସଂଖ୍ୟା ବାଙ୍ଗାଲୋରରେ ରହୁଥିବା ଅରବପତିଙ୍କ ତୁଳନାରେ ତିନି ଗୁଣ ଅଧିକ। ଏଥିସହିତ ଦିଲ୍ଲୀ ତୁଳନାରେ ଏହା ଦୁଇଗୁଣରୁ ଅଳ୍ପ କମ୍। ମୁମ୍ବଇରେ ୬୬ ଜଣ ଅରବପତି ରହୁଛନ୍ତି। ଯାହା ଦେଶର ମୋଟ ଅରବପତିଙ୍କ ସଂଖ୍ୟାର ଏକ ତୃତୀୟାଂଶ।  ରାଜଧାନୀ ଦିଲ୍ଲୀରେ ୩୯ ଜଣ ଏବଂ  ବେଙ୍ଗାଲୁରୁରେ  ୨୧ ଜଣ ଅରବପତି ବାସ କରୁଛନ୍ତି। ବର୍ତ୍ତମାନ ଦେଶରେ ୧୮୭ ଅରବପତି ରହୁଛନ୍ତି।
ମୁମ୍ବାଇ: ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଅନନ୍ତ ଅମ୍ବାନୀ । ବିଶିଷ୍ଟ ଉଦ୍ୟୋଗପତି ତଥା ରିଲାଏନ୍ସ ମୁଖ୍ୟ ମୁକେଶ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ସହ ରାଧିକା ମାର୍ଚେଣ୍ଟଙ୍କ ସହ ର୍ନିବନ୍ଧ ହୋଇଛି । ଅନନ୍ତ ଅମ୍ବାନୀ ଖୁବଶୀଘ୍ର ରାଧିକା ମାର୍ଚେଣ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି । ହେଲେ କିଏ ଏହି ରାଧିକା ମାର୍ଚେଣ୍ଟ ? ଯିଏ କି ଅମ୍ବାନୀ ପରିବାରର ସାନବୋହୂ ହେବାକୁ ଯାଉଛନ୍ତି, ତାହାକୁ ନେଇ ଏବେ ଚର୍ଚ୍ଚା ।
ରାଧିକା ମାର୍ଚେଣ୍ଟ ହେଉଛନ୍ତି ଏନକୋର ହେଲଥ କେୟାର ସିଇଓ ବିରେନ ମାର୍ଚେଣ୍ଟ ଏବଂ ଶିଲା ମାର୍ଚେଣ୍ଟଙ୍କ ଝିଅ । ରାଧିକାଙ୍କ ପିତା ବିରେନ ମଧ୍ୟ ଦେଶର ଧନୀ ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ। ମୁମ୍ବଇରେ ରାଧିକାଙ୍କ ପାଠପଢା । ଏହା ପରେ ସେ ଉଚ୍ଚ ଶିକ୍ଷା ପାଇଁ ପାଇଁ ନ୍ୟୁୟର୍କ ଯାଇଥିଲେ। ରାଧିକା ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ସ୍ନାତକ ହାସଲ କରିଥିବା ବେଳେ ଏନକୋର ହେଲଥ କେୟାର ନିର୍ଦ୍ଦେଶକ ମଣ୍ଡଳୀରେ କାର୍ଯ୍ୟ କରନ୍ତି । ଏହା ସହିତ ରାଧିକ ଜଣେ ପ୍ରଶିକ୍ଷିତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ମଧ୍ୟ।
ରାଧୀକାଙ୍କ ସହ ଅନନ୍ତଙ୍କର ନିର୍ବନ୍ଧ ରାଜସ୍ଥାନର ଉଦୟପୁର ଠାରୁ ୪୮ କିଲୋମିଟର ଦୂରରେ ଥିବା ନାଥବାଡା ସ୍ଥିତ ଶ୍ରୀନାଥ ମନ୍ଦିରରେ ହୋଇଛି । ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ପିଲାଦିନରୁ ପରସ୍ପରକୁ ଜାଣିଛନ୍ତି।
ଗୁରୁଭାୟୁର ମନ୍ଦିର ଦର୍ଶନ କରି ୧.୫୧ କୋଟି ଦାନକଲେ ଅମ୍ବାନୀ
ମୁମ୍ବାଇ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପରିବାର ସହିତ କେରଳର ଗୁରୁଭାୟୁର ମନ୍ଦିର ଦର୍ଶନ କରିବା ସହିତ ମନ୍ଦିରକୁ ୧.୫୧ କୋଟିର ଦାନ କରିଛନ୍ତି। ଗୁରୁଭାୟୁର ମନ୍ଦିର ପରିଦର୍ଶନ କରିବା ପରେ  ଅଚାନକ ଭାବେ ମୁକେଶ  ମନ୍ଦିର ବୋର୍ଡକୁ ଏକ  ପ୍ୟାକେଟରେ ଚେକ୍‌ ପ୍ରଦାନ କରିଥିଲେ। ତେବେ ଏହାକୁ ଖୋଲିବା  ପରେ ଏଥିରେ ଉପରୋକ୍ତ ପରିମାଣର ଅର୍ଥ  ଦାନ ସ୍ବରୂପ ଦିଆଯାଇଛି ବୋଲି ବୋର୍ଡ ଅଧକ୍ଷ ଜାଣିବାକୁ ପାଇଥିଲେ।
ପୂର୍ବରୁ ଏହି ମନ୍ଦିରକୁ ଅନ୍ୟ କୌଣସି ଭକ୍ତ ଏତେ ପରିମାଣର ଦାନ ଦେଇ ନାହାନ୍ତି ଏବଂ ଏହା ବର୍ତ୍ତମାନ ସୁଦ୍ଧା ସର୍ବାଧିକ ପରିମାଣର ଦାନ ବୋଲି ବୋର୍ଡ ଅଧ୍ୟକ୍ଷ କହିଛନ୍ତିସ। ମକେଶଙ୍କ ଦ୍ବାରା ପ୍ରଦତ୍ତ ଏହି ଦାନ ଭକ୍ତଙ୍କ ପାଇଁ ଭୋଜନ(ଅନ୍ନଦନମ୍‌)ପ୍ରସ୍ତୁତିରେ ଉପଯୋଗ ହେବ ବୋଲି ସେ କହିଛନ୍ତି। ଦାନ ବ୍ୟତୀତ ମୁକେଶ ଅମ୍ବାନୀ ମନ୍ଦିରର ସୋପାନମ୍ (ଭିତର ଅଭୟାରଣ୍ୟ) ପାଇଁ ମଧ୍ୟ କିଛି ଅର୍ଘ୍ୟ ଦାନ କରିଛନ୍ତି।
ଇଶା ଅମ୍ବାନୀଙ୍କୁ ମିଳିପାରେ ରିଲାଏନ୍ସ ରିଟେଲ ଦାୟିତ୍ବ , ଖୁବ୍‌ ଶୀଘ୍ର ହେବ ଅଧ୍ୟକ୍ଷ ଘୋଷଣା
ମୁମ୍ବଇ : ଆକାଶଙ୍କ ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କୁ ମିଳିପାରେ ରିଲାଏନ୍ସ ରିଟେଲର ଦାୟିତ୍ବ। ଦୁଇ ଦିନ ପୂର୍ବେ ଜିଓର ବୋର୍ଡ ବୈଠକରେ ଆକାଶ ଅମ୍ବାନୀଙ୍କୁ ଜିଓ ଇନଫୋକମ୍ ଲିମିଟେଡ୍ ବୋର୍ଡର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା। ଏହି ନିଯୁକ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ମୁକେଶ ଅମ୍ବାନୀ ତାଙ୍କ ଶିଳ୍ପ ସାମ୍ରାଜ୍ୟକୁ ପରବର୍ତ୍ତୀ ପିଢ଼ୀ ହାତରେ ଟେକିଦେବାକୁ ଯୋଜନା କରୁଛନ୍ତି। ବ୍ଲୁମବର୍ଗ ଏହାର ରିପୋର୍ଟରେ ଉଲ୍ଲେଖ କରିଛି  ଯେ, ଇଶା ଅମ୍ବାନୀ ରିଲାଏନ୍ସ ରିଟେଲର ଅଧ୍ୟକ୍ଷ ହେବାର ଘୋଷଣା ଖୁବ୍‌ ଶୀଘ୍ର ଘୋଷଣା କରାଯାଇପାରେ।
ଇଶା ବର୍ତ୍ତମାନ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡର ନିର୍ଦ୍ଦେଶକ ରହିଛନ୍ତି। ଇଶା ୟେଲେ ଏବଂ ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟରେ ରେ ଅଧ୍ୟୟନ କରିଥିଲେ। ୨୦୧୫ରେ ସେ ପାରିବାରିକ ବ୍ୟବସାୟରେ ଯୋଗ ଦେଇଥିଲେ। ସେ ଜିଓ ଲିମିଟେଡ୍ ଜିଓ ପ୍ଲାଟଫର୍ମ ବୋର୍ଡରେ ମଧ୍ୟ ରହିଛନ୍ତି। ଡିସେମ୍ବର ୨୦୧୮ରେ ବ୍ୟବସାୟୀ ଅଜୟ ପିରାମଲଙ୍କ ପୁତ୍ର ଆନନ୍ଦ ପିରାମଲଙ୍କୁ ସେ ବିବାହ କରିଥିଲେ। ୧୬ ବର୍ଷ ବୟସରେ ଇଶା ଅମ୍ବାନୀ ପ୍ରଥମେ ସମସ୍ତଙ୍କ ଦୃଷ୍ଟିଗୋଚର ହୋଇଥିଲେ। ସେ ଦୁନିଆର ସର୍ବକନିଷ୍ଠ ବିଲିୟନେୟାର ଉତ୍ତରାଧିକାରୀ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଥିଲେ। ୨୦୧୬ରେ ଫ୍ୟାଶନ୍ ପୋର୍ଟାଲ୍ ଆଜିଓର ଶୁଭାରମ୍ଭ ପାଇଁ ଇଶାଙ୍କୁ ଶ୍ରେୟ ଦିଆଯାଇପାରେ।
ସମ୍ପତ୍ତି ଦୌଡରେ ଅମ୍ବାନୀଙ୍କୁ ପଛରେ ପକାଇଲେ ଆଦାନୀ
ନୂଆଦିଲ୍ଲୀ : ଆଦାନୀ ଗ୍ରୁପ ମୁଖ୍ୟ ଗୌତମ ଆଦାନୀ ଏବେ ସମ୍ପତ୍ତି ଦୌଡରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ଟପିଯାଇଛି। ଆଦାନୀ ବିଶ୍ୱର ଶ୍ରେଷ୍ଠ ୬ ଜଣଙ୍କ ମଧ୍ୟରେ ନିଜକୁ ସ୍ଥାନିତ କରିଥ଄ବାବେଳେ ଅମ୍ବାନୀ ସୂଚୀର ନବମ ସ୍ଥାନରେ ରହିଛନ୍ତି। ଆଦାନୀଙ୍କ ମୋଟ ସମ୍ପତ୍ତି ପରିମାଣ ୧୦୪ ବିଲିୟନ ଡଲାରରେ ପହଞ୍ଚିଯାଇଛି। ଏହି ଅନୁସାରେ ବିଶ୍ୱର ସବୁଠୁ ଧନୀ ଟେସଲା ଓ ସ୍ପେସ୍ ଏକ୍ସ ମାଲିକ ଏଲନ୍‌ ମସ୍କଙ୍କ ମୋଟ ସମ୍ପତ୍ତିଠାରୁ ତାଙ୍କ ସମ୍ପତ୍ତିର ପରିମାଣ ମାତ୍ର ୧୦୦ ବିଲିୟନ ଡଲାର ପଛରେ ରହିଛି। ମସ୍କଙ୍କ ମୋଟ ସମ୍ପତ୍ତି ୨୦୪.୫ ବିଲିୟନ ଡଲାର।
ରିପୋର୍ଟ ଅନୁସାରେ ଆଦାନୀ ତାଙ୍କ ବ୍ୟବସାୟରେ କ୍ରମାଗତ ଭାବେ ସମ୍ପ୍ରସାରଣ ଘଟାଇବାରେ ଲାଗିଛନ୍ତି। ନିକଟରେ ସେ ସିମେଣ୍ଟ କାରବାରରେ ପାଦ ଥାପିଥିବାବେଳେ ଏହି କ୍ଷେତ୍ରରେ ସେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ଆଦାନୀ ୧୦.୫ ବିଲିୟନ ଡଲାରରେ ହୋଲସିମ୍ ଲିମିଟେଡଙ୍କ ଭାରତୀୟ କାରବାରକୁ ହାତେଇ ନେବାରେ ସଫଳ ହୋଇଛନ୍ତି। ହୋଲସିମ ଭାରତରେ ଏସିସି ଓ ଅମ୍ବୁଜା ବ୍ରାଣ୍ଡର ସିମେଣ୍ଟ କାରବାର କରୁଥିଲା। ଏଣୁ ସିମେଣ୍ଟ କ୍ଷେତ୍ରରେ ପ୍ରବେଶ ସହ ଅାଦାନୀ ଦେଶର ଦ୍ୱିତୀୟ ସର୍ବବୃହତ୍ତ ସିମେଣ୍ଟ ନିର୍ମାତା ପାଲଟିଛନ୍ତି।
ଏଥିରେ ମୁକେଶ ଅମ୍ବାନୀଙ୍କ କାରବାର ହିସାବ କଲେ ତାଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ନିକଟରେ ୧୯ ଲକ୍ଷ କୋଟି ବଜାର ପୁଞ୍ଜିର ଦେଶର ୧ ନମ୍ବର କମ୍ପାନୀରେ ପରିଣତ ହୋଇଥିଲା। ଆଦାନୀଙ୍କ କାରବାର ବନ୍ଦରଠାରୁ ଆରମ୍ଭ କରି ଲୋକଙ୍କ ଘରର ରୋଷେଇଶାଳ ପର୍ଯ୍ୟନ୍ତ ବ୍ୟାପ୍ତ ରହିଛି। ଏଥିରେ ଅମ୍ବାନୀ ଟେଲିକମ କ୍ଷେତ୍ରରୁ ରିଟେଲ ପର୍ଯ୍ୟନ୍ତ ବ୍ୟାପୀ ରହିଛନ୍ତି।