Bargarh Dhanu Jatra - The Sakala

ଆଜିଠୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ମହାରାଜ କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ
ବରଗଡ଼: ଆଜିଠୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ମହାରାଜ କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ । ବରଗଡ଼ରେ ମହାରାଜ କଂସଙ୍କ ରାଜ ଦରବାର ଆଜି ଉଦ୍‌‌ଘାଟିତ ହେବ। ସନ୍ଧ୍ୟାରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡଙ୍ଗୀ, ସାଂସଦ ପ୍ରଦୀପ ପୁରୋହିତ, ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ରାଜ ଦରବାର କମିଟି ଆବାହକ ରାଜେନ୍ଦ୍ର ପ୍ରସାଦ ସିଂ, ଉପଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେ, ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ମଧୁ ଛନ୍ଦା ସାହୁ, ଏସ୍‌‌ପି ପ୍ରହଲ୍ଲାଦ ସହାୟ ମୀନା, ଧନୁଯାତ୍ରା ମହୋତ୍ସବ ସମିତି ସମ୍ପାଦକ ସୁରେଶ୍ୱର ଶତପଥୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଉଦ୍‌‌ଘାଟିତ ହୋଇ ମଥୁରା ନଗରୀରେ ନାମିତ ହେବ। ପୁରା ବରଗଡ଼ ସହରବାସୀ ତଥା ଧନୁଯାତ୍ରା ଦେଖିବାକୁ ଆସୁଥିବା ଲୋକମାନେ ସମସ୍ତେ ଜଣେ ଜଣେ କଳାକାର ହୋଇ ମହାରାଜଙ୍କ ଆଦେଶକୁ ମାନିବେ। ଦୀର୍ଘ ୧୧ ଦିନ ଧରି କଂସ ମହାରାଜଙ୍କ ରାଜତ୍ୱ ଚାଲିବ।

ଧନୁଯାତ୍ରାରେ ଚଳିତ ବର୍ଷ କଂସ ଭୂମିକାରେ ଅଭିନୟ ପାଇଁ ସୁଯୋଗ ପାଇଥିବା ଅତାବିରାର ସୁଶୀଲ ମେହେର ଅତାବିରା ଦୁର୍ଗା ମନ୍ଦିରକୁ ଆସି ମାଁ ଦୁର୍ଗାଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଶ୍ରୀ ମେହେର ନିଜ ମଞ୍ଚ ଅଭିନେତା ଜୀବନର ଆରମ୍ଭରେ ୨୦୦୩ରୁ ଅତାବିରା ଦୁର୍ଗା ପୂଜା ଯାତ୍ରାରେ ରାବଣ ଭୂମିକାରେ ଅଭିନୟ କରି ଲୋକଲୋଚନକୁ ଆସିଥିଲେ। ତା’ପରେ ସେ ଜିଲ୍ଲା ତଥା ଜିଲ୍ଲା ବାହାରେ ବିଭିନ୍ନ ମଞ୍ଚରେ ରାବଣ, କଂସ, କଳାପାହାଡ଼ ଆଦି ଭୂମିକାରେ ନିଖୁଣ ଅଭିନୟ କରି ବେଶ୍‌‌ ପ୍ରଶଂସିତ ହୋଇଛନ୍ତି। ମଙ୍ଗଳବାର ଦୁର୍ଗା ମନ୍ଦିର କାର୍ଯ୍ୟାଳୟ ପୂଜା କମିଟି ସଭାପତି ସୁରେନ୍ଦ୍ର ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମନ୍ଦିର କମିଟି ସଭାପତି ଡ.ରାମକୈଲାସ ଅଗ୍ରୱାଲ, ଅତାବିରା ଗ୍ରାମ୍ୟ କମିଟି ସଭାପତି ଦୈତାରୀ ପ୍ରଧାନ, ଏନ୍‌‌ଏସି ଅଧ୍ୟକ୍ଷ ବନମାଳି ବରିହା ପ୍ରମୁଖ ମେହେରଙ୍କୁ ସମ୍ୱର୍ଦ୍ଧନା ପ୍ରଦାନ କରିଥିଲେ। ଏହି ଅବସରରେ ଅତାବିରାର ବିଭିନ୍ନ ସଂଗଠନ, ସଂସ୍ଥା ପକ୍ଷରୁ ସମ୍ୱର୍ଦ୍ଧନା ଦିଆଯାଇଥିଲା। ପରେ ମାଁଙ୍କ ପାଖକୁ ଯାଇ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଚଳିତ ବର୍ଷ ଅଧିକାଂଶ ନୂତନ କଳାକାରଙ୍କୁ ନେଇ ଏତେ ବଡ଼ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉଥିବାରୁ ସମସ୍ତଙ୍କ ମନରେ ଅଧିକ ଉତ୍କଣ୍ଠା ଦେଖା ଦେଇଛି।

ଜାନୁୟାରୀ ୩ରୁ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା
ବରଗଡ଼: ଆସନ୍ତା ଜାନୁୟାରୀ ୩ ତାରିଖରୁ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯାତ୍ରା ଏଥର ୭୭ ବର୍ଷ‌ରେ ପଦାର୍ପଣ କରିବାକୁ ଯାଉଛି। ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତି ସମ୍ପାଦକ ସୁରେଶ୍ୱର ଶତପଥୀ ଆଜି ଏକ ବୈଠକରେ ଏହି ସୂଚନା ଦେଇଛନ୍ତି।

ଗତକାଲି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମିତିର କାର୍ଯ୍ୟକାରୀ କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ମହୋତ୍ସବକୁ ଶାନ୍ତିଶୃଙ୍ଖଳାର ସହ ଅଧିକ ଆକର୍ଷଣୀୟ କରିବା ଏବଂ ଆୟବ୍ୟୟ ଉପରେ ଏଥିରେ ବିଶଦ୍‌ ଭାବେ ଆଲୋଚନା କରାଯାଇଥିଲା। ଗତବର୍ଷ ଧନୁଯାତ୍ରାରେ ୨କୋଟି ୧ ଲକ୍ଷ ୬୮ ହଜାର ୩୪୭ ଟଙ୍କା ଖର୍ଚ୍ଚ କରାଯାଇଛି। ତେବେ ଧନୁଯାତ୍ରା ମହୋତ୍ସବ ଖର୍ଚ୍ଚରେ ଅନିୟମିତତା ଅଭିଯୋଗ ହୋଇଥିବା ବେଳେ ଧନୁଯାତ୍ରାର ଆୟବ୍ୟୟ ନେଇ ସ୍ୱତନ୍ତ୍ର ଅଡିଟ୍ କରାଯିବ ବୋଲି ଜିଲ୍ଲାପାଳ ଆଦିତ୍ୟ ଗୋୟଲ ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷେ ସଭା ପ୍ରାରମ୍ଭ‌ରେ ୨୩ବର୍ଷ ଧରି ଧନୁଯାତ୍ରା ମହୋତ୍ସବରେ କଂସ ଭୂମକାରେ ଅଭିନୟ କରିଥିବା ଅଭିନେତା ଗୋପାଳ ସାହୁଙ୍କ ଅକାଳ ବିୟୋଗ ନେଇ ନିରବ ପ୍ରାର୍ଥନା କରାଯାଇଥିଲା। ଏବର୍ଷ ଧନୁଯାତ୍ରା ମହୋତ୍ସବକୁ ଅଧିକ ଆକର୍ଷଣ ଓ କଳାକାରମାନଙ୍କ ଉତ୍କୃଷ୍ଟମାନର ନିଖୁଣ ଅଭିନୟ କରାଯିବା ଉପରେ ଜୋର୍‌ ଦିଆଯାଇଛି।

ବୈଠକରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ, ଉପଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେ, ଜିଲ୍ଲା ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ସିଂ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା, ସୁରେଶ୍ୱର ଶତପଥୀ, ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ, ଭୀଷ୍ମଦେବ ସରାଫ, ଗୁଣନିଧି ଦାଶ, ହରଦୀପ ସିଂ, ଗୋପାଳ ଦାସ, ସଂଗୀତା ପଣ୍ଡା ଷଡ଼ଙ୍ଗୀ ପ୍ରମୁଖ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଆଜିଠୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା; ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ୧୧ ଦିନ ଧରି ଚାଲିବ କଂସ ରାଜୁତି
ବରଗଡ଼: ଆଜିଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହେବ ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ। ବରଗଡ଼ରେ ହୋଇଆସୁଥିବା ଏହି ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ୧୧ ଦିନ ଧରି ଚାଲିବ। ଏହି ସମୟରେ ବରଗଡ଼ ସହର, ମଥୁରାନଗରୀ ଏବଂ ଉପକଣ୍ଠରେ ଥିବା ଅମ୍ବାପାଲି ଗାଁ ଗୋପପୁର ପରିଗଣିତ ହୁଏ। ଏହା ମଝିରେ ପ୍ରବାହିତ ହେଉଥିବା ଜୀରା ନଦୀ, ଯମୁନା ନଈରେ ପରିଗଣିତ ହେବ। ବରଗଡ଼ ସହରର ଜନସାଧାରଣ ମଥୁରାନଗରୀର ପ୍ରଜା ଏବଂ ଅମ୍ବାପାଲିରେ ସମସ୍ତେ ଗୋପପୁରବାସୀ ଭାବେ ଏହି ବର୍ଣ୍ଣାଢ଼୍ୟ ଅଭିନୟ ପରମ୍ପରାରେ ସାମିଲ ହେବେ। ଚଳିତବର୍ଷ ୭୬ ବର୍ଷରେ ପଦାର୍ପଣ କରୁଛି ଏହି ମହୋତ୍ସବ। ଏଥିପାଇଁ ସହରସାରା ଉଜ୍ଜ୍ବଳ ଆଲୋକମାଳାରେ ସଜ୍ଜିତ କରାଯାଇଛି। ସୋମବାର ଅପରାହ୍ନ ୨ଟାରେ ଏକ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ପୀଠରେ ପହଞ୍ଚିବ। ପ୍ରଚାର ପ୍ରସାର କମିଟି ତରଫରୁ ଆୟୋଜିତ ଏହି ଶୋଭାଯାତ୍ରାରେ ଜିଲ୍ଲା ତଥା ଜିଲ୍ଲା ବାହାରରୁ ପ୍ରାୟ ୨୦ଟି ସାଂସ୍କୃତିକ ଦଳ ଭାଗ ନେବେ। ହାଟପଦାସ୍ଥିତ ରାଜଦରବାରକୁ ପହଞ୍ଚିବା ପରେ ଆନୁଷ୍ଠାନିକ ଭାବରେ ବରଗଡ଼ ଧନୁଯାତ୍ରା ଉଦ୍‌ଘାଟିତ ହେବ।

ବରଗଡ଼ ସହର ସାତ କିଲୋମିଟର ପରିଧି ମଧ୍ୟରେ ଭିନ୍ନ ଭିନ୍ନ ୧୪ଟି ମୁକ୍ତାକାଶ ମଞ୍ଚରେ ଅଭିନୀତ ହେଉଥିବା ବେଳେ ହାଟପଦାଠାରେ ମହାରାଜା କଂସଙ୍କ ସୁଉଚ୍ଚ ରାଜଦରବାର କାର୍ଯ୍ୟ ଶେଷ ହୋଇଯାଇଛି। ଲୋକ ମଣ୍ଡପ ପଡ଼ିଆଠାରେ ଚାଲିଥିବା ମହାରାଜା କଂସଙ୍କ ରଙ୍ଗମହଲ ଏବଂ ଗୋପପୁରରେ ନନ୍ଦ ଦରବାର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବିଭିନ୍ନ ଦିନରେ ରାଜଦରବାର, ରଙ୍ଗମହଲ ତଥା ନନ୍ଦ ଦରବାରରେ ୧୫୦ଟିରୁ ଊର୍ଦ୍ଧ୍ବ କଳାକାର ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଏଥିରେ ସାମିଲ ହେବା ପାଇଁ ବିଦେଶର ସ୍ବତନ୍ତ୍ର ସାଂସ୍କୃତିକ ଦଳଗୁଡ଼ିକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ପ୍ରକାଶ ଥାଉ କି, ଚଳିତବର୍ଷ କଂସ ଭୂମିକା ପାଇଁ ଧନୁଯାତ୍ରା ନାଟକରେ ହୃଷୀକେଶ ଭୋଇ ତାଙ୍କ ୧୧ତମ ଅଭିନୟ କରିବେ। ଯାତ୍ରାପାଇଁ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବା ପାଇଁ ସହର ବିଭିନ୍ନ ସ୍ଥାନରେ ତୋରଣ ଲଗାଯାଇଛି। ଜର୍ଜ ହାଇସ୍କୁଲ ପଡ଼ିଆ ଏବଂ ଜୀରା ନଦୀ କୂଳରେ ମୀନାବଜାର, ଓରମାସ, ପଲ୍ଲିଶ୍ରୀ ମେଳା, ବାଣିଜ୍ୟ ମେଳା ତଥା ବିଭିନ୍ନ ଅସ୍ଥାୟୀ ଦୋକାନ ବଜାର କାର୍ଯ୍ୟ ଜୋରସୋରରେ ନିର୍ମାଣ ଚାଲିଛି। ଲକ୍ଷାଧିକ ଦର୍ଶକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ ଓ ଇନ୍ଦ୍ରଧ୍ୱଜ ସ୍ଥାପିତ
ବରଗଡ଼: ବିଶ୍ବର ସର୍ବବୃହତ୍‌ ଖୋଲା ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାର ଶୁଭସ୍ତମ୍ଭ ଓ ଇନ୍ଦ୍ରଧ୍ୱଜ ସ୍ଥାପିତ ହୋଇଛି। ଶୁକ୍ରବାର ସଂଧ୍ୟା ୬ଟାରେ ଅଧିଷ୍ଠାତ୍ରୀ ଦେବୀ ମାଁ’ ସମଲେଶ୍ୱରୀଙ୍କଠାରେ ପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରା ହାଟପଦାସ୍ଥିତ ସଞ୍ଚାର ପଡ଼ିଆରେ ପହଞ୍ଚିଥିଲା। ସେଠାରେ ଶୁଭସ୍ତମ୍ଭ ଓ ଇନ୍ଦ୍ରଧ୍ୱଜ ସ୍ଥାପନ କରାଯାଇଥିଲା। ପରେ ହାଟପଦାସ୍ଥିତ ମାଁ’ ଦୁର୍ଗାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ପଡ଼ିଆକୁ ଶୋଭାଯାତ୍ରା ଯାଇଥିଲା। ସେଠାରେ ରାଜପୁରୋହିତ ପଣ୍ଡିତ ଶିବଶଙ୍କର ଦାଶ ପୂଜାର୍ଚ୍ଚନା କରିଥିଲେ। ପୂଜାରେ ଧନୁଯାତ୍ରା ମହୋତ୍ସବ ସମିତିର ଅଧ୍ୟକ୍ଷା ତଥା ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ କର୍ତ୍ତା ଥିଲେ। ରାଜପୁରୋହିତ ଦାଶ ଚାରି ଦଶଦିଗପାଳ ସହ ଅଷ୍ଟଗୁଳା ନାଗକୁ ପୂଜା କରି ୭୬ତମ ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ ଓ ଇନ୍ଦ୍ରଧ୍ୱଜ ସ୍ଥାପନ କରିଥିଲେ। ଧନୁଯାତ୍ରା ମହୋତ୍ସବ ସମିତିର ଆବାହକ ସୁରେଶ୍ୱର ଶତପଥୀ, ଅତିରିକ୍ତ ଜିଲ୍ଲାପାଳ ଲଲାଟ ଲୁହା, ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ହରପ୍ରସାଦ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଜାନୁଆରୀ ୧୫ରୁ ଆରମ୍ଭ ହୋଇ ଜାନୁଆରୀ ୨୫ ପର୍ଯ୍ୟନ୍ତ ଚାଲିବ।

ଅନ୍ତିମ ଦିନରେ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା; ମୁକ୍ତାକାଶ ରଙ୍ଗମଞ୍ଚରେ ଆଜି ମାମୁଁ କଂସକୁ ବଧ କରିବେ କୃଷ୍ଣ
ବରଗଡ: ଆଜି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ପଡିବ ଯବନିକା । କୃଷ୍ଣଙ୍କ ହାତରେ ବଧ ହେବେ ମାମୁଁ କଂସ । ଗତ ଡ଼ିସେମ୍ବର ୩୧ ତାରିଖରୁ ଆରମ୍ଭ ହୋଇଥିବା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆଜି ଅନ୍ତିମ ଦିବସରେ ପହଞ୍ଚିଛି। ମଥୁରା ନଗରୀରେ ଚାଲିଥିବା କଂସ ରାଜୁତିର ଆଜି ଅନ୍ତ ଘଟିବ। ଆଜି ବିଶ୍ୱର ସର୍ବବୃହତ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ମାମୁ କଂସକୁ ବଧ କରିବେ କୃଷ୍ଣ।

ସୂଚନାଯୋଗ୍ୟ, ଦଶମ ଦିବସରେ ମଥୁରାରେ ପହଞ୍ଚିଛନ୍ତି ବନବିହାରୀ । ପ୍ରଭୁଙ୍କୁ ଦର୍ଶନ ପାଇ ଭକ୍ତଙ୍କ ଭିତରେ ଆନନ୍ଦ, ଉତ୍ସାହ ଲାଗି ରହିଛି । ଆଜି କୃଷ୍ଣ ବଳରାମଙ୍କ ସହ ଗୋପାଳ ବାଳକଙ୍କ ମଥୁରା ଭ୍ରମଣ, କୁବଳୟା ହସ୍ତୀ ବଧ, ଚାଣୁର ଓ ମୁଷ୍ଟିକ ଆଦି ଅଷ୍ଟମଲ୍ଲ ବଧ, ଶିବଧନୁ ଭଗ୍ନ ସହ ଉଗ୍ରସେନଙ୍କ ରାଜ୍ୟାଭିଷେକ ଏବଂ ମଥୁରା କାରାଗାରରୁ ଦେବକୀ ବସୁଦେବଙ୍କୁ ମୁକ୍ତି ଦୃଶ୍ୟ ଅଭିନିତ ହେବ ।

ଏପଟେ ମହାରାଜ କଂସ ଧନୁଯାତ୍ରାର ଦଶମ ଦିନରେ ନଗର ଭ୍ରମଣ ସହ ରଂଗମହଲରେ ନାଚଗୀତର ମଜା ନେଉଛନ୍ତି । ରାତ୍ରୀ ନିଦ୍ରାରେ କୃଷ୍ଣଙ୍କୁ ଦେଖି ବ୍ୟତିବ୍ୟସ୍ତ ହୋଇପଡିଛନ୍ତି ମଥୁରାଧିପତି । ହଠାତ ନିଦରୁ ଉଠି ନିଜ ମନ୍ତ୍ରୀ ପରିଷଦକୁ ଜଣାଇଛନ୍ତି । ମନ୍ତ୍ରୀ ସେନାପତି ମହାରାଜ କଂସଙ୍କୁ ଆଶ୍ଵସ୍ତି କରିଛନ୍ତି ।

ପରମ୍ପରା ଓ ମନୋରଞ୍ଜନର ମିଶ୍ରରାଗ: ବରଗଡ଼ ଧନୁଯାତ୍ରା
ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମଭୂମି, ଓଡ଼ିଶାର ଭାତହାଣ୍ଡି, ଶ୍ରୀନୃସିଂହନାଥଙ୍କ ପୀଠସ୍ଥଳୀ ତଥା ସୂକ୍ଷ୍ମ ବୟନକଳା ସମ୍ପନ୍ନ ସମ୍ବଲପୁରୀ ବସ୍ତ୍ରର ଆଦିଭୂମି ବରଗଡ଼ର ପରିଚିତିରେ ଅନ୍ୟତମ ସୁଦୃଶ୍ୟ ଫର୍ଦ୍ଦ ବରଗଡ଼ର ‘ଧନୁଯାତ୍ରା’। ଭାରତର ସ୍ୱାଧୀନତା ପ୍ରାପ୍ତିର ସମସାମୟିକ ଏ ଯାତ୍ରା ବିଶ୍ୱର ସର୍ବବୃହତ୍‌‌ ମୁକ୍ତାକାଶ ରଙ୍ଗମଞ୍ଚର ମାନ୍ୟତା ଲାଭ କରି ବରଗଡ଼କୁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ମର୍ଯ୍ୟାଦାର ଅଧିକାରୀ କରାଇଛି।

ପୌଷ ଶୁକ୍ଳ ପଞ୍ଚମୀ ତିଥିରୁ ଆରମ୍ଭ ହେଉଥବା ଏ ଯାତ୍ରା ୧୧ ଦିନ ପରେ ପୌଷ ପୂର୍ଣ୍ଣମୀରେ ସମାପ୍ତ ହୁଏ। ଏହି ୧୧ଦିନ ସମଗ୍ର ବରଗଡ଼ ମଥୁରା ନଗରୀରେ, ବରଗଡ଼ ନିକଟସ୍ଥ ଅମ୍ବାପାଲି ଗ୍ରାମ ଗୋପପୁରରେ ଏବଂ ଉଭୟ ନଗର ଓ ଗ୍ରାମ ମଧ୍ୟରେ ପ୍ରବାହିତ କ୍ଷୁଦ୍ରନଦୀ ‘ଜୀରା’ ଯମୁନାରେ ରୂପାନ୍ତରିତ ହୁଏ। ବିନା ସାଜସଜ୍ଜାରେ ପ୍ରତିଟି ବରଗଡ଼ବାସୀ ଏ ମହାନାଟକର ଅଭିନେତା ପାଲଟିଯାଏ। ମଥୁରାଧିପତି ରୂପରେ କଂସ ମହାରାଜଙ୍କ ରାଜତ୍ୱକୁ ସ୍ୱୀକାର ସ୍ୱତଃପ୍ରବୃତ୍ତ ଭାବରେ। ପ୍ରତି ସନ୍ଧ୍ୟାରେ ସୁସଜ୍ଜିତ ତଥା ସୁନିର୍ମିତ ପ୍ରାସାଦରେ କଂସ ମହାରାଜଙ୍କ ଦରବାର ବସେ। ମହାରାଜଙ୍କ ବିଲକ୍ଷଣୀୟ ଅଟ୍ଟହାସ୍ୟ ବରଗଡ଼ର କୋଣାନୁକୋଣରେ ପ୍ରତିଧ୍ୱନିତ ହୁଏ। ପ୍ରଜାଗଣଙ୍କ ମନୋରଞ୍ଜନ ନିମନ୍ତେ ଦରବାରରେ ନୃତ୍ୟ, ଗୀତ ଆୟୋଜିତ ହୁଏ। ସହରରେ ମୀନାବଜାର ଓ ଭଳିକି ଭଳି ପ୍ରଦର୍ଶନୀ ଆୟୋଜିତ ହୁଏ। ଘରେ ଘରେ ଅତିଥି ଅଭ୍ୟାଗତଙ୍କ ଗହଳି ଲାଗେ।

ତେବେ ଏହି ଧନୁଯାତ୍ରା ସମ୍ପୂର୍ଣ୍ଣ ଭାବରେ ପରମ୍ପରା ଆଧାରିତ। ଶ୍ରୀ ହରିବଂଶମ, ଶ୍ରୀମଦ ଭାଗବତମ୍‌‌, ଓଡ଼ିଆ ଭାଗବତ, କେଏମ୍‌‌ ମୁନ୍‌‌ସୀ କୃତ କୃଷ୍ଣାବତାର ପ୍ରଭୃତି ଲୀଳାମୟ ଶ୍ରୀକୃଷ୍ଣଙ୍କ ଲୀଳା ସମ୍ପର୍କିତ ସମସ୍ତ ଗ୍ରନ୍ଥ ଓ ପୁରାଣମାନଙ୍କରେ ବର୍ଣ୍ଣିତ ଧନୁର୍ଯଜ୍ଞ, ଧନୁଉତ୍ସବ ବା ଧନୁର୍ମଖ ହିଁ ବରଗଡ଼ ଧନୁଯାତ୍ରାର ପୃଷ୍ଠଭୂମି। ଶ୍ରୀ ହରିବଂଶମ୍‌‌ର ବର୍ଣ୍ଣନା ଅନୁସାରେ ଭୋଜବଂଶର ମହାରାଜ ‘ପୁରୁରବା’ ବେଣୁ ବୃକ୍ଷରେ ଏକ ଧନୁ ନିର୍ମାଣ ପୂର୍ବକ ତ’ଦ୍ୱାରା ମର୍ତ୍ତ୍ୟ ବିଜୟ କରିଥିଲେ। ପରବର୍ତ୍ତୀକାଳରେ ସେହି ବଂଶରେ କଂସ ଜନ୍ମନେଲେ ଏବଂ ସେହି ଧନୁ ଦ୍ୱାରା ତ୍ରିପୁର ବିଜୟ କଲେ। ଏହି ଧନୁଟି ଇନ୍ଦ୍ରଙ୍କ ଧନୁପରି ଅତି ଅଦ୍ଭୁତ ଓ ମନୋରମ ଥିଲା।

ଶ୍ରୀମଦ୍‌‌ ଭାଗବତମ୍‌‌ରେ ଲିଖିତ-

‘ତସ୍ମିନ୍‌‌ ପ୍ରବିଷ୍ଟୋ ଦଦୃଶେ ଧନୁରୈନ୍ଦ୍ରମିବାଦ୍ଭୁତମ୍‌‌।’

ନିଜର ପ୍ରଜାଗଣଙ୍କ ସମ୍ମୁଖରେ ନିଜର ଐଶ୍ୱର୍ଯ୍ୟ ଓ ପ୍ରତିପତ୍ତିର ପ୍ରଦର୍ଶନ, ଧନୁ ପ୍ରତି କୃତଜ୍ଞତା ସଂଦର୍ଶନ ତଥା ଇଷ୍ଟଦେବ ମହାଦେବଙ୍କ ଉଦ୍ଦେଶ୍ୟରେ ମହାରାଜ କଂସ ଧନୁଯାତ୍ରା ଆୟୋଜନ କରିଥିବା ବିଷୟ ଶ୍ରୀ ହରିବଂଶମ୍‌‌ରେ ଉଲ୍ଲିଖିତ:

‘କସ୍ୟଚିତ୍‌‌ ତ୍ୱଥ କାଳସ୍ୟ ମଥୁରାୟାଂ ମହୋତ୍ସବଂ, ପିନାକିନାଂ ସମୁଦ୍ଦିସ୍ୟ ଚକ୍ରେ କଂସୋ ମରାଧିପଃ।’

ବରଗଡ଼ ଧନୁଯାତ୍ରାରେ କଂସ ପରିବାରର ଏକପାର୍ଶ୍ବରେ ଅସ୍ଥାୟୀ ଶିବ ମନ୍ଦିରଟିଏ ନିର୍ମିତ ହୋଇଥାଏ ଏବଂ ତତ୍‌‌ସମ୍ମୁଖରେ ବିରାଟ ସ୍ୱର୍ଣ୍ଣିମ ଧନୁଟିଏ ସ୍ଥାପିତ ହୋଇଥାଏ। ପ୍ରତ୍ୟହ କଂସ ମହାରାଜ ଦରବାରକୁ ଆଗମନ କରିବା ପରେ ସର୍ବାଗ୍ରେ ଶିବଙ୍କୁ ପୂଜନ କରିବା ପରମ୍ପରା ପ୍ରଚଳିତ।ତେବେ ଯେଉଁ କାରଣରୁ ଧନୁଯାତ୍ରା ଆୟୋଜିତ ହେଲେ ମଧ୍ୟ ଚିରଶତ୍ରୁ ଶ୍ରୀକୃଷ୍ଣଙ୍କୁ ବଧ କରିବା ଥିଲା ଏହି ଯାତ୍ରାର ପ୍ରଚ୍ଛନ୍ନ ଓ ପ୍ରମୁଖ ଉଦ୍ଦେଶ୍ୟ। ‘ଧନୁଯାତ୍ରା ନୁହେଁ ଏତ କପଟ ଯାତ୍ରା’- ବରଗଡ଼ ଧନୁଯାତ୍ରାର ମହାନାୟକ ମହାରାଜ କଂସଙ୍କର ଏହି ଜନପ୍ରିୟ ଓ ବଳିଷ୍ଠ ସଂଳାପ ଉକ୍ତ ଉଦ୍ଦେଶ୍ୟକୁ ଉଜାଗର କରେ।

ଭଗିନୀ ଦେବକୀର ଅଷ୍ଟମ ଗର୍ଭର ସନ୍ତାନ ତା’ର ବିନାଶର କାରଣ ହେବ ବୋଲି ଭବିଷ୍ୟବାଣୀ ଶୁଣିବା ପରେ ଭୟଭୀତ କଂସ ସମସ୍ତ ଭଗିନେୟଙ୍କୁ ହତ୍ୟା କରିବା ବେଳେ ବାସୁଦେବ କର୍ତ୍ତୃକ କୃଷ୍ଣ ଗୋପପୁରରେ ପହଞ୍ଚି ନନ୍ଦ ଯଶୋଦାଙ୍କ ଦ୍ୱାରା ପରିପାଳିତ ହୁଅନ୍ତି। ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବାର ସମସ୍ତ ପ୍ରୟାସ ଅସଫଳ ହୁଅନ୍ତେ ମହାରାଜ କଂସ ପରିଶେଷରେ ଏହି ଧନୁ ଉତ୍ସବକୁ ହିଁ କୃଷ୍ଣ ନିଧନର ମାଧ୍ୟମ କରି ଶ୍ରୀକୃଷ୍ଣ ବଳରାମଙ୍କୁ ମଥୁରାକୁ ନିମନ୍ତ୍ରଣ କରିଛନ୍ତି। ହରିବଂଶମ୍‌‌ରେ ଏହି ମର୍ମରେ ଲିଖିତ ଅଛି-

‘ବକ୍ତବ୍ୟଂ ଚ ବ୍ରଜେ ତସ୍ମିନ୍‌‌ ସମୀପେ ବ୍ରଜବାସିନାମ୍‌‌, ରାଜା ଧନୁର୍ମଖଂ ନାମ କାରୟିଷ୍ୟତି ବୈ ସୁଖୀ।’

ତେବେ କଂସଙ୍କର ଧନୁଯାତ୍ରାର ସମୟ- ବୈଶାଖ ଶୁକ୍ଳପକ୍ଷ ସପ୍ତମୀ ଏବଂ ସେଦିନ ଗୁରୁବାର ଥିଲା ବୋଲି ପୁରାଣରେ ଉଲ୍ଲେଖ ଅଛି।

ଧନୁ ଉତ୍ସବ ଦେଖିବା ଉଦ୍ଦେଶ୍ୟରେ ଶ୍ରୀକୃଷ୍ଣ ବଳରାମ ମଥୁରାରେ ପହଞ୍ଚିବା ପରେ ଶ୍ରୀକୃଷ୍ଣ ସେହି ଚର୍ଚ୍ଚିତ ଧନୁକୁ ଅବଲୀଳାକ୍ରମେ ଧାରଣ କରି ତହିଁରେ ଗୁଣ ଚଢ଼ାଇବା ସମୟରେ ତାହା ମଧ୍ୟଭାଗରୁ ଭାଙ୍ଗି ଯାଇଛି। ଶ୍ରୀମଦ୍‌‌ ଭାଗବତମ୍‌‌ରେ ଏହି ଧନୁଭଙ୍ଗର ଦୃଶ୍ୟ ଅତି ତମତ୍କାର ଭାବରେ ବର୍ଣ୍ଣିତ –

କରେଣ ବାମେନ ସଲୀଳମୁଦ୍ଧୃତଂ, ସବ୍ୟଂ ଚ କୃତ୍ୱା ନିମିଷେଣ ପଶ୍ୟତାମ୍‌‌

ନୃଣାଂ ବିକୃଷ୍ୟ ପ୍ରବଭଂବ ମଧ୍ୟତୋ, ଯଥେକ୍ଷୁଦଣ୍ଡଂ ମଦକର୍ଯୁରୁକ୍ରମଃ।

ଶ୍ରୀକୃଷ୍ଣ କର୍ତ୍ତୃକ କଂସବଧକୁ ନେଇ ଭିନ୍ନ ଭିନ୍ନ ଗ୍ରନ୍ଥରେ ବର୍ଣ୍ଣନାରେ ଭିନ୍ନତା ପରିଲକ୍ଷିତ ହୁଏ। କେତେକତ୍ର ଶ୍ରୀକୃଷ୍ଣ ଓ କଂସଙ୍କ ମଧ୍ୟରେ ସ୍ୱଳ୍ପଯୁଦ୍ଧର ବର୍ଣ୍ଣନା ରହିଥିବା ବେଳେ କେଉଁଠି ଶ୍ରୀକୃଷ୍ଣ କେବଳ ମାତୁଳ କଂସଙ୍କର କେଶ ଆକର୍ଷଣ କରିବାରୁ ମହାରାଜ ମଞ୍ଚରୁ ବା ସିଂହାସନରୁ ଭୂପତିତ ହୋଇ ମୃତ୍ୟୁବରଣ କରିଥିବାର ଉଲ୍ଲେଖ ମିଳେ। ଏହି ମର୍ମରେ ଗୋପଲୀଳାକାରଙ୍କ ବର୍ଣ୍ଣନା ଭାବଗର୍ଭକ ଓ ହୃଦୟସ୍ପର୍ଶ –

ସଞ୍ଚାଣ ପ୍ରାୟ ଧାତିକାରେ। କେଶ ଧଇଲେ କୃଷ୍ଣ କରେ।

ଅସୁର ନ ପାରଇ ଚଳି। କୃଷ୍ଣଙ୍କୁ ଚାହିଁଲା ନିରୋଳି।

ଚକ୍ଷୁ ବାଟରେ ଜୀବ ଗଲା। କୃଷ୍ଣର ଶରୀରେ ପଶିଲା।

ବରଗଡ଼ ଧନୁଯାତ୍ରାରେ ଏ ଉଭୟଙ୍କର ମିଶ୍ରଣ ଦେଖାଯାଏ। ଯେହେତୁ ଏହା ମଞ୍ଚ ନାଟକ, ତେଣୁ ଦର୍ଶକ ମଣ୍ଡଳୀ ଅସୀମ ଆଗ୍ରହ ଓ ଉତ୍କଣ୍ଠାରେ ଏ ଚରମକ୍ଷଣର ଅପେକ୍ଷାରେ ଥା’ନ୍ତି। ଶ୍ରୀକୃଷ୍ଣ ଓ କଂସାସୁର ମଧ୍ୟରେ କିଛିକାଳ ଦ୍ୱନ୍ଦ୍ୱ ଓ ଗଦାଯୁଦ୍ଧ ହୁଏ ଏବଂ ଶେଷରେ ଶ୍ରୀକୃଷ୍ଣଙ୍କ ପଦାଘାତରେ ପ୍ରବଳପ୍ରତାପୀ କଂସାସୁର ମଞ୍ଚ ତଳକୁ ପଡ଼ିଯା’ନ୍ତି।

ବରଗଡ଼ରେ ଧନୁଯାତ୍ରାର ଇତିହାସକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଭଟଲି ନିକଟସ୍ଥ ଭୁଲିଆ ଡିହି ଗ୍ରାମରେ ସ୍ୱାଧୀନତା ପୂର୍ବରୁ ଧନୁଯାତ୍ରା ଅନୁଷ୍ଠିତ ହେଉଥିଲା। ତାହା ଦେଖି ୰କାଙ୍ଗାଳି ନାୟକ ବରଗଡ଼ରେ ଧନୁଯାତ୍ରା କରିବାକୁ ମନସ୍ଥ କରି ତତ୍‌‌କାଳୀନ ଗୌନ୍ତିଆ ୰ଋଷଭ କରଙ୍କୁ ଅନୁରୋଧ କରନ୍ତେ, ସେ ଆନନ୍ଦରେ ସମ୍ମତି ପ୍ରଦାନ କରିଥିଲେ। ବରଗଡ଼ର ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହଯୋଗିତା ଓ ସହଭାଗିତାରେ ୧୯୪୮ରୁ ଧନୁଯାତ୍ରା ଆରମ୍ଭ ହେଲା। ଅମ୍ବାପାଲି ଗୋପପୁର ଭାବରେ ଏବଂ ଜୀରାନଦୀ ଯମୁନା ଭାବରେ ସର୍ବଜନସ୍ୱୀକୃତ ହୋଇ ଅଦ୍ୟାବଧି ପ୍ରଚଳିତ। ବିଭିନ୍ନ କାରଣରୁ ମଝିମଝିରେ କିଛି ବର୍ଷ ଏ ଯାତ୍ରା ସ୍ଥଗିତ ରହିଥିଲେ ମଧ୍ୟ ୧୯୬୯ରୁ ଆଜି ପର୍ଯ୍ୟନ୍ତ ଏହା ପ୍ରବଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ସମ୍ପନ୍ନ ହୋଇ ଆସୁଛି।

ତେବେ କରୋନା ପାଇଁ ଏହା ଦୁଇବର୍ଷ ବନ୍ଦ ରହିବା ପରେ ଏଥର ଜନସାଧାରଣଙ୍କ ମଧ୍ୟରେ ଯାତ୍ରା ପାଇଁ ବିପୁଳ ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ ହେଉଛି। ସ୍ୱାଧୀନତା ପ୍ରାପ୍ତିର ସମସାମୟିକ ଏ ଯାତ୍ରା ବର୍ତ୍ତମାନ ଆଉ କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀ ବା ଅନୁଷ୍ଠାନ ମଧ୍ୟରେ ସୀମିତ ନୁହେଁ। ଏହାକୁ ସୁବ୍ୟବସ୍ଥିତ, ଶୃଙ୍ଖଳିତ ତଥା ଅଧିକରୁ ଅଧିକ ଚିତ୍ତାକର୍ଷକ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ, ଧନୁଯାତ୍ରା କମିଟି, ବିଧାୟକ, କଳାକାର, ମଞ୍ଚ କାରିଗର ପ୍ରଭୃତି ସମସ୍ତେ ନିଜର ସର୍ବଶ୍ରେଷ୍ଠ ଅବଦାନ ଦେବାକୁ ଯତ୍‌‌ପରୋନାସ୍ତି ପ୍ରଚେଷ୍ଟା କରିଥା’ନ୍ତି। ଏହି ଯାତ୍ରାର ମହାନାୟକ କଂସ ମହାରାଜ ଭୂମିକାରେ ସର୍ବପ୍ରଥମେ ୰ବୁନ୍ଦେରଥ ଅଭିନୟ କରିଥିଲେ। କିନ୍ତୁ ତୃତୀୟ କଂସ ୰ଯୁଧିଷ୍ଠିର ଶତପଥିଙ୍କୁ ସର୍ବଶ୍ରେଷ୍ଠ କଂସରାଜଙ୍କ ମାନ୍ୟତା ଦିଆଯାଏ। ରୂପ, ବ୍ୟକ୍ତିତ୍ୱ, ପ୍ରତ୍ୟୁତ୍ପନ୍ନମତିତା, ଅଭିନୟ କଳାରେ ଅପୂର୍ବ ଦକ୍ଷତା ହେତୁ ୰ଯୁଧିଷ୍ଠିର ଶତପଥି ଅଦ୍ୟାବଧି ବରଗଡ଼ ଦର୍ଶକଙ୍କ ସ୍ମୃତିରେ ଅମର ହୋଇ ରହିଛନ୍ତି।

ପରମ୍ପରାନୁସାରେ କୌଣସି ଶୁଭକାର୍ଯ୍ୟ ପୂର୍ବରୁ ନିର୍ବିଘ୍ନ ପରିସମାପ୍ତି ପାଇଁ ଏକ ମାଙ୍ଗଳିକ ଅନୁଷ୍ଠାନ କରାଯାଏ। ଧନୁଯାତ୍ରା ପୂର୍ବରୁ ଏକ ଶୁଭଲଗ୍ନରେ ଉଭୟ ମଥୁରା (ବରଗଡ଼) ଓ ଗୋପପୁର (ଅମ୍ବାପାଲି)ରେ ମହାସମାରୋହରେ ଶୁଭସ୍ତମ୍ଭ ସ୍ଥାପନ କରାଯାଏ। ଏଥିରେ ବରଗଡ଼ କଲେକ୍ଟର କର୍ତ୍ତାର ଭୂମିକା ନିର୍ବାହ କରିବାର ଏକ ନିଆରା ପରମ୍ପରା ରହିଛି। ଶୁଭସ୍ତମ୍ଭ ସ୍ଥାପନର ପରମ୍ପରା ଭରତମୁନିଙ୍କ ନାଟ୍ୟ ଶାସ୍ତ୍ର ବର୍ଣ୍ଣିତ ‘ଜର୍ଜର’ ବା ‘ଇନ୍ଦ୍ରଧ୍ୱବୋତ୍ସବ’କୁ ମନେପକାଇଦିଏ। ଏହି ଶୁଭସ୍ତମ୍ଭ ସ୍ଥାପନ ପରେ କାର୍ଯ୍ୟର ସମାପ୍ତି ପର୍ଯ୍ୟନ୍ତ କର୍ତ୍ତା ଅତ୍ୟନ୍ତ ନିଷ୍ଠା ଓ ପବିତ୍ରତାର ସହ ଜୀବନ ଯାପନ କରିବାର ବିଧାନ ଏହି ଉତ୍ସବକୁ ଏକ ଯଜ୍ଞର ମାନ୍ୟତା ଦେଇଛି।

ବରଗଡ଼ ଧନୁଯାତ୍ରାରେ ବଳିପ୍ରଥା ଅନୁସୃତ ନହୋଇ ଏହାକୁ ଏକ ସାତ୍ତ୍ୱିକ ଯଜ୍ଞରେ ପରିଣତ କରିଛି। ଏହି ମହାନାଟକର କଥାବସ୍ତୁକୁ ଅଧିକ ମନୋଜ୍ଞ କରିବାକୁ ଏଥିରେ ‘ଧନଶ୍ରୀ ଓଷା’ର ସଂଯୋଜନା କରାଯାଇଛି। କଂସ ମହାରାଜଙ୍କ ପାଟରାଣୀ ପଦ୍ମାବତୀଙ୍କ ‘ଧନଶ୍ରୀ ଓଷା’ ନିମନ୍ତେ କାଳୀନ୍ଦି ହ୍ରଦର ପଦ୍ମ ଆବଶ୍ୟକ। ମହାରାଜଙ୍କ ଆଦେଶାନୁସାରେ ଶ୍ରୀକୃଷ୍ଣ ପଦ୍ମ ଆଣିବାକୁ ଯିବେ ଏବଂ ତହିଁରେ ଥିବା କାଳୀୟନାଗ ତାଙ୍କୁ ଦଂଶନ କରିବ। ଶ୍ରୀକୃଷ୍ଣଙ୍କୁ ବଧ କରିବା ନିମନ୍ତେ କଂସ ମହାରାଜଙ୍କ ଏହା ଅନ୍ୟ ଏକ ଷଡ଼ଯନ୍ତ୍ର ଅଟେ। କିନ୍ତୁ ଏହା ସଫଳ ନ ହୁଅନ୍ତେ ମହାରାଜ ଅନ୍ୟ ଏକ କାର୍ଯ୍ୟକ୍ରମର ପରିକଳ୍ପନା କରନ୍ତି। ପଡ଼ୋଶୀ ମିତ୍ର ରାଜ୍ୟର ରାଜନ୍ୟବର୍ଗ ତଥା ନିଜର ପାରିଷଦବର୍ଗଙ୍କୁ ନେଇ ‘ରଙ୍ଗସଭା’ର ଆୟୋଜନ କରନ୍ତି। ତେବେ ବରଗଡ଼ ଜିଲ୍ଲାର ପ୍ରତ୍ୟେକ ବିଭାଗର ମୁଖ୍ୟମାନେ ମଧ୍ୟ ନିମନ୍ତ୍ରିତ ଅତିଥି ଭାବରେ ରାଜନ୍ୟବର୍ଗଙ୍କର ସହ ମଞ୍ଚାସୀନ ଥାଆନ୍ତି। ସ୍ୱଭାବ ସୁଲଭ ଭଙ୍ଗୀରେ ମହାରାଜ ବିଭାଗୀୟ ମୁଖ୍ୟମାନଙ୍କୁ ବିଭିନ୍ନ ବିଭାଗର ହାନି, ଲାଭ, ନଗରବାସୀଙ୍କ ଅଭାବ ଅସୁବିଧା ସମ୍ପର୍କରେ ପ୍ରଶ୍ନ କରି ସ୍ପଷ୍ଟ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଉଥା’ନ୍ତି। ଅସନ୍ତୁଷ୍ଟ ହେଲେ ଅର୍ଥଦଣ୍ଡରେ ଦଣ୍ଡିତ କରୁଥା’ନ୍ତି। ମହାରାଜଙ୍କ ପ୍ରତ୍ୟୁତ୍ପନ୍ନମତିତା, ତନ୍ନିହିତ ବ୍ୟଙ୍ଗ ଓ ସକାରାତ୍ମକ ସମାଲୋଚନା ହିଁ ଦର୍ଶକଙ୍କୁ ଆମୋଦିତ କରିଥାଏ। ରଙ୍ଗସଭା ଦିନ ହିଁ ସର୍ବାପେକ୍ଷା ଅଧିକ ଦର୍ଶକ ଉପସ୍ଥିତ ରହିଥିବାର ଦୃଷ୍ଟିକୁ ଆସେ। ଏହି ରଙ୍ଗସଭା ମାଧ୍ୟମରେ ମହାରାଜ କଂସଙ୍କୁ ଜଣେ ପ୍ରଜାନୁରଞ୍ଜକ ଶାସକ ଭାବରେ ଦେଖାଇବାର ପ୍ରଚେଷ୍ଟା କଲାପରି ମନେହୁଏ।

ସାମଗ୍ରିକଭାବରେ ଦେଖିବାକୁ ଗଲେ ବରଗଡ଼ର ଧନୁଯାତ୍ରା ଏକ ପ୍ରାଚୀନ ଅନୁଷ୍ଠାନର ଆଧୁନିକ ସଂସ୍କରଣ। ସମୟ ସହ ତାଳଦେଇ ଏଥିରେ କିଛି ଆଧୁନିକତାର ସ୍ପର୍ଶ ଦିଆଯାଇଥିଲେ ମଧ୍ୟ ଏହା ସହ ସମ୍ପର୍କିତ ପ୍ରତିଟି କାର୍ଯ୍ୟକ୍ରମର ମୂଳଭିତ୍ତି ଆମର ଗୌରବମୟ ପ୍ରାଚୀନ ପରମ୍ପରା ହିଁ ଅଟେ। ଆଜି ଏହି ଯାତ୍ରାର ପ୍ରସିଦ୍ଧି ପଛରେ ଏହି ପରମ୍ପରାର ସୁଦୃଢ଼ ଭିତ୍ତି ଯେ ଏକ ପ୍ରମୁଖ କାରଣ, ଏଥିରେ ସନ୍ଦେହର ଅବକାଶ ନାହିଁ।

(ଡ. ସଙ୍ଗୀତା ରଥ)

(ବରଗଡ଼, ମୋ: ୯୬୬୮୬୫୮୧୪୨)