Foundation Day of bjd - The Sakala

କାହିଁକି ବିଜେଡିକୁ ଭରସା ଓ ବିଶ୍ବାସ କରନ୍ତି ଓଡ଼ିଶାବାସୀ, ୨୬ତମ ପ୍ରତିଷ୍ଠା ଦିବସରେ କାରଣ କହିଲେ ସୁପ୍ରିମୋ ନବୀନ ପଟ୍ଟନାୟକ
ପୁରୀ : ଓଡ଼ିଶାର ଜନସାଧାରଣଙ୍କ ସେବାରେ ସମର୍ପିତ ହୁଅ । ମା’ମାନଙ୍କ ପାଇଁ ଭଲ କାମ କର । ଓଡ଼ିଶାର ଚାଷୀ ଓ ଆଦିବାସୀ ଭାଇଭଉଣୀଙ୍କ ପାଇଁ ଭଲ କାମ କରିବାକୁ ପ୍ରତିଷ୍ଠା ଦିବସରେ କର୍ମୀ ଓ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିର ୨୫ ବର୍ଷ ପୂର୍ତ୍ତି ଅବସରରେ ସୋମବାର ଦଳ ରୌପ୍ୟ ଜୟନ୍ତୀ ପାଳନ କରିଛି । ଏଥିପାଇଁ ତାଳବଣିଆ ପଡିଆରେ ଆୟୋଜିତ ହୋଇଥିଲା ରାଜ୍ୟସ୍ତରୀୟ ସମାବେଶ । ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୫୦ ହଜାରରୁ ଅଧିକ ଦଳୀୟ ନେତା, କର୍ମୀ ଓ କର୍ମକର୍ତ୍ତା ଯୋଗଦେଇଥିଲେ । ନୂଆବର୍ଷରୁ ନୂଆ ରଣନୀତି ନେଇ କାମ କରିବା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।

ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ଜୟ ଜଗନ୍ନାଥରୁ ଆରମ୍ଭ କରିଥିଲେ ଅଭିଭାଷଣ । ସମସ୍ତଙ୍କୁ ନୂଆବର୍ଷର ଆଗୁଆ ଶୁଭେଚ୍ଛା ଜଣାଇଥିବା ସହ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ଶ୍ରୀକ୍ଷେତ୍ରକୁ ସ୍ୱାଗତ କରିଥିଲେ । ଚାଷୀ, ମା’ ଓ ଆଦିବାସୀ ଭାଇଭଉଣୀଙ୍କ ପାଇଁ ଭଲ କାମ କରିବାକୁ ପରାମର୍ଶ ଦେଇଥିଲେ । ଓଡ଼ିଶାର ସାଢେ ୪ କୋଟି ଲୋକ ୨୫ ବର୍ଷ ଧରି ସେବା କରିବାର ସୁଯୋଗ ଦେଇଥିବାରୁ ସେମାନଙ୍କ ନିକଟରେ ଋଣି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ବିଜେଡି ଏକ ସଫଳ ଆଞ୍ଚଳିକ ଦଳ । ବର୍ଷ ବର୍ଷ ଧରି ଜନସାଧାରଣଙ୍କ ଆଶୀର୍ବାଦ ପାଇଆସୁଛି ।

ତାଙ୍କୁ ସଦାବେଳେ ଅନ୍ୟ ପାର୍ଟିର ନେତାମାନେ କୁହନ୍ତି ଯେ, ବିଜେଡି ହେଉଛି ସବୁଠାରୁ ସଫଳ ଆଞ୍ଚଳିକ ଦଳ । ବିଜେଡି ଲୋକଙ୍କ ବିଶ୍ବାସକୁ ଭିତ୍ତି କରି ଲୋକଙ୍କ ସେବାରେ ବହୁତ ବର୍ଷ ହେଲା କାମ କରିଚାଲିଛି।ଯଦି ଆମେ ବିଚାର କରିବା କି କେଉଁ କାରଣ ପାଇଁ ବିଜେଡି ଲୋକଙ୍କ ଆଶୀର୍ବାଦ ବର୍ଷ ବର୍ଷ ଧରିକି ପାଇପାରିଛି, ତାହା ହେଲେ କିଛି ନିର୍ଦ୍ଦିଷ୍ଟ ଦିଗ ବା କାରଣ ବାହାରିବ।

ପ୍ରଥମ କାରଣ ସଂପର୍କରେ ବିଜେଡି ସୁପ୍ରିମୋ କହିଛନ୍ତି ଗୋଟିଏ ଆଞ୍ଚଳିକ ଦଳର ମୁଖ୍ୟ କର୍ତ୍ତବ୍ୟ ହେଉଛି  ରାଜ୍ୟବାସୀଙ୍କୁ ଆଖିରେ ରଖି ତାଙ୍କ ସେବାକୁ ଏକମାତ୍ର ଏଜେଣ୍ଡା ରଖିକି କାମ କରିବା। ବିଜେଡି କେବେ ବି ଏହି ଏଜେଣ୍ଡାରୁ ହଟି ନାହିଁ ବୋଲି ସେ ଜାଣନ୍ତି । ଓଡିଶାର ସ୍ବାର୍ଥ, ଓଡ଼ିଶାର ଉନ୍ନତି ଓଡଶାର ଗୌରବ, ଓଡଶାର ଭାଷା, ଓଡଶାର ସଂସ୍କୃତି ଓ ଓଡିଆର ସ୍ବାଭିମାନ ପାଇଁ ବିଜେଡି କାମ କରି ଆସୁଛି।

ଦ୍ବିତୀୟଟି ହେଲା ବିଜୁ ବାବୁଙ୍କ ଆଦର୍ଶ । ବିଜୁ ବାବୁ କେବଳ ଜଣେ ରାଜନେତା ନଥିଲେ, ସେ ଥିଲେ ଜଣେ ଦୂରଦୃଷ୍ଟି ସଂପନ୍ନ ବ୍ୟକ୍ତିତ୍ୱ । ଏହା ସେ ସବୁବେଳେ କହିଆସୁଛନ୍ତି ବୋଲି ନବୀନ କହିଥିଲେ । ତାଙ୍କର ପ୍ରତ୍ୟେକ ରକ୍ତବିନ୍ଦୁରେ ଓଡିଶାର ଉନ୍ନତି ଓ ଓଡିଶାର ସ୍ବାଭିମାନ ଭର୍ତ୍ତି ହୋଇ ରହିଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ମହାନ ଜନନାୟକ ଯେଉଁ ରାସ୍ତା ଦେଖାଇଛନ୍ତି, ସେହି ରାସ୍ତାରେ ତାଙ୍କ ନାମରେ ଗଠିତ ଦଳ କାମ କରୁଛି ଓ ଆଗକୁ ମଧ୍ୟ କରିବ ।

ତୃତୀୟଟି ହେଲା ସ୍ବଚ୍ଛ ଓ ନିର୍ମଳ ଶାସନ । ବିଜେଡିର ନିହିତ ସ୍ୱାର୍ଥ ହେଉଛି ଓଡିଶାର ଉନ୍ନତି । ଓଡିଶାବାସୀଙ୍କ ଉନ୍ନତି । ଏହାଛଡା ବିଜେଡିର ଦ୍ବିତୀୟ ନିହିତ ସ୍ୱାର୍ଥ ନାହିଁ ବୋଲି ନବୀନ ନିଜ ସମ୍ବୋଧନରେ ଉଲ୍ଲେଖ କରିଥିଲେ।

ବିଜେଡି ଲୋକଙ୍କ ଆଶୀର୍ବାଦ ପାଇବା ପଛରେ ଚତୁର୍ଥ କାରଣ ମହିଳା ସଶକ୍ତିକରଣ ବୋଲି ନବୀନ କହିଛନ୍ତି। ୨୦୦୦ ମସିହାରୁ ଯେତେବେଳେ ଓଡିଶାବାସୀ ବିଜେଡିକୁ ଆଶୀର୍ବାଦ କରିଆସିଛନ୍ତି, ସେତେବେଳେଠାରୁ ମା’ ମାନଙ୍କ ସଶକ୍ତିକରଣକୁ ଦଳ ଗୁରୁତ୍ବ ଦେଇ ଆସିଛି । ଆମର ଦୃଢ ବିଶ୍ବାସ, ମା ମାନଙ୍କ ଉନ୍ନତି ହିଁ ଓଡିଶାକୁ ଆଗକୁ ନେଇଯିବ। ସେଥିପାଇଁ ମିଶନ ଶକ୍ତି ଆଜି ମହିଳା ସଶକ୍ତିକରଣ ଦିଗରେ ଗୋଟିଏ ଗଣ ଆନ୍ଦୋଳନରେ ପରିଣତ ହୋଇଛି। ମା’ ମାନେ ସଶକ୍ତ ହେଲେ, ପରିବାର ସଶକ୍ତ ହେବ। ମା ମାନେ ସଶକ୍ତ ହେଲେ, ରାଜ୍ୟ ସଶକ୍ତ ହେବ। ମା ମାନେ ସଶକ୍ତ ହେଲେ, ସେ ଦେଶ ସଶକ୍ତ ହେବ।

ଗୋଟେ ନ ହେଲେ , ଅନ୍ୟ ଟି ହେବ ନାହିଁ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ। ବିଜେଡି ପାଇଁ ସବୁ ବର୍ଗର ଉନ୍ନତି ଗୁରୁତ୍ବପୂର୍ଣ୍ଣ । ଆଦିବାସୀ ଭାଇଭଉଣୀ ହୁଅନ୍ତୁ ବା ଦଳିତ ଭାଇଭଉଣୀ ହୁଅନ୍ତୁ ବା ବା ଖ୍ରୀଷ୍ଟିଆନ ମୁସଲିମ ଭାଇଭଉଣୀ ହୁଅନ୍ତୁ । ସମସ୍ତଙ୍କ ଉନ୍ନତି ହେଲେ ଓଡିଶାର ଉନ୍ନତି ହେବ ଏବଂ ବିଜେଡି ସବୁବେଳେ ମାଲକାନଗିରିରୁ ମୟୁରଭଂଜ ପର୍ୟ୍ୟନ୍ତ,ବରଗଡରୁ ପୁରୀ ପର୍ୟ୍ୟନ୍ତ, ସବୁ ଗାଁ, ସବୁ ସହର ଓ ସବୁ ଅଞ୍ଚଳର ଉନ୍ନତି ପାଇଁ କାମ କରିଆସିଛି। ସାମଗ୍ରିକ ଅଭିବୃଦ୍ଧି ଓ ଆଞ୍ଚଳିକ ଅସନ୍ତୁଳନ ଦୂର କରିବା ଆମର କର୍ତ୍ତବ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।