Bank Locker - The Sakala

ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ଆର୍‌ବିଆଇର ବଡ଼ ସଂସ୍କାର, ଲକରରୁ ଚୋରି ହେଲେ ୧୦୦ ଗୁଣା କ୍ଷତିପୂରଣ...
ନୂଆଦିଲ୍ଲୀ: ଲକର ବିବାଦରେ ଗ୍ରାହକଙ୍କ ସ୍ୱାର୍ଥକୁ ନଜରରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ଯାଉଛି। ଏଣିକି ବ୍ୟାଙ୍କ ଲକରରୁ ଚୋରି ହେଲେ ଗ୍ରାହକଙ୍କୁ ମିଳିବ ୧୦୦ ଗୁଣ କ୍ଷତିପୂରଣ ରାଶି। ଅର୍ଥାତ୍‌ ଯଦି ବ୍ୟାଙ୍କର ଅବହେଳା କିମ୍ବା ସୁରକ୍ଷା ଭୁଲ ଯୋଗୁଁ କୌଣସି ଗ୍ରାହକଙ୍କ ଲକର ଚୋରି ହୋଇଯାଏ କିମ୍ବା କ୍ଷତିଗ୍ରସ୍ତ ହୁଏ, ତେବେ ବ୍ୟାଙ୍କକୁ ଲକର ଫି’ର ୧୦୦ ଗୁଣ ପର୍ଯ୍ୟନ୍ତ କ୍ଷତିପୂରଣ ଦେବାକୁ ପଡ଼ିବ। ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଏକ ବଡ଼ ଧରଣର ସଂସ୍କାର ଆଣିବାକୁ ଯାଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଏପରି ଏକ ନିୟମ କାର୍ଯ୍ୟକାରୀ କରିବାକୁ ଯାଉଛି।  ଆର୍‌ବିଆଇ ୨୩୮ଟି ନୂତନ ବ୍ୟାଙ୍କିଙ୍ଗ ନିୟମ ସମ୍ପର୍କିତ ଏକ ଚିଠା ପ୍ରକାଶ କରିଛି। ଏଥÒପାଇଁ ଜନସାଧାରଣଙ୍କଠାରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ମତାମତ ଲୋଡାଯାଇଛି। ମତାମତ ମିଳିବା ପରେ ଏହି ନିୟମଗୁଡ଼ିକୁ ୨୦୨୬ରୁ କାର୍ଯ୍ୟକାରୀ କରାଯିବ।  ଏହି ପ୍ରସ୍ତାବିତ ପରିବର୍ତ୍ତନଗୁଡ଼ିକର ଲକ୍ଷ୍ୟ ହେଉଛି ଗ୍ରାହକ ସୁରକ୍ଷା ବୃଦ୍ଧି କରିବା, ବ୍ୟାଙ୍କିଙ୍ଗ ସେବାକୁ ସରଳ କରିବା ଏବଂ ବ୍ୟାଙ୍କଗୁଡ଼ିକର ଦାୟିତ୍ୱ ସୁନିଶ୍ଚିତ କରିବା। ଆର୍‌ବିଆଇ କହିଛି ଯେ ଯଦି କୌଣସି ଗ୍ରାହକଙ୍କ ଆକାଉଣ୍ଟ ସାଇବର ଠକେଇର ଶିକାର ହୁଏ ଏବଂ ସେମାନେ ତିନି ଦିନ ମଧ୍ୟରେ ବ୍ୟାଙ୍କକୁ ରିପୋର୍ଟ କରନ୍ତି, ତେବେ ସେମାନଙ୍କର ଦାୟିତ୍ୱ ଶୂନ୍ୟ ବୋଲି ବିବେଚନା କରାଯିବ। ଏହାର ଅର୍ଥ ହେଉଛି ଗ୍ରାହକ କୌଣସି କ୍ଷତି ସହିବେ ନାହିଁ। ଏହାବ୍ୟତୀତ, ଯଦି ବ୍ୟାଙ୍କଗୁଡ଼ିକ ଏପରି ପରିସ୍ଥିତିରେ ସମୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୁଅନ୍ତି, ତେବେ ସେମାନଙ୍କୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିପାରେ। ଏଥିପାଇଁ ବ୍ୟାଙ୍କଗୁଡ଼ିକୁ ସାଇବର ସୁରକ୍ଷା ସମ୍ପର୍କରେ ଅଧିକ ସତର୍କ ରହିବାକୁ ପଡ଼ିବ।

ଆର୍‌ବିଆଇର ନୂତନ ବ୍ୟାଙ୍କିଙ୍ଗ୍‌ ନିୟମରେ କେୱାଇସି (ଆପଣଙ୍କ ଗ୍ରାହକଙ୍କୁ ଜାଣନ୍ତୁ) ପ୍ରକ୍ରିୟାକୁ ଆହୁରି ସରଳ କରାଯାଇଛି। ଏଥ଄ରେ  ସାଧାରଣ ଆକାଉଣ୍ଟ ପାଇଁ ଗ୍ରାହକଙ୍କୁ ପ୍ରତି ୧୦ ବର୍ଷରେ ଥରେ କେୱାଇସି  ଦେବାକୁ ପଡିବ। ଏହାଛଡା ମଧ୍ୟମ ଓ ସମ୍ବେଦନଶୀଳ ଆକାଉଣ୍ଟ ପାଇଁ ଏହି ପ୍ରକ୍ରିୟା ପ୍ରତି ୮ ବର୍ଷ ଥରେ ଏବଂ ଅଧÒକ ସମ୍ବେଦନଶୀଳ ଆକାଉଣ୍ଟ ପାଇଁ ପ୍ରତି ୨ ବର୍ଷରେ ଥେୋର କେୱାଇସି ଦେବାକୁ ପଡିବ। ଏହା ଗ୍ରାହକମାନଙ୍କୁ ବାରମ୍ବାର ଡକ୍ୟୁମେଣ୍ଟ ଦାଖଲ କରିବାର ଝିନ୍‌ଝଟ୍‌ରୁ ମୁକ୍ତି ଦେବ। ଏହାବ୍ୟତୀତଋଣ ସମ୍ବନ୍ଧୀୟ ମାମଲାରେ ଗ୍ରାହକଙ୍କୁ ମଧ୍ୟ ଆଶ୍ୱସ୍ତି ପ୍ରଦାନ କରାଯାଇଛି। ଏଣିକି ସମସ୍ତ ବ୍ୟାଙ୍କଗୁଡ଼ିକୁ ସୁଧ ହାର ନିର୍ଣ୍ଣୟ କରିବା, ସ୍ୱଚ୍ଛତା ବଜାୟ ରଖିବା ପାଇଁ ଏକ ସମାନ ସୂତ୍ର ଗ୍ରହଣ କରିବାକୁ ପଡିବ। ସମସ୍ତ ଋଣ ଉପରେ ପ୍ରିପେମେଣ୍ଟ ଜରିମାନା (ଶୀଘ୍ର ପରିଶୋଧ ପାଇଁ ଜରିମାନା) ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବ। ଏହା ଗ୍ରାହକଙ୍କୁ କୌଣସି ଅତିରିକ୍ତ ଶୁଳ୍କ ବିନା ଶୀଘ୍ର ସେମାନଙ୍କର ଋଣ ପରିଶୋଧ କରିବାକୁ ଅନୁମତି ଦେବ। ଏହାବାଦ୍‌ ୭୦ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ଗ୍ରାହକମାନଙ୍କୁ ଦ୍ୱାରଦେଶ ବ୍ୟାଙ୍କିଙ୍ଗ୍‌ ସୁବିଧା ପ୍ରଦାନ କରିବା ପାଇଁ ଏକ ପ୍ରସ୍ତାବ ମଧ୍ୟ ଦିଆଯାଇଛି। ଏହାର ଅର୍ଥ ହେଉଛି ସେମାନଙ୍କୁ ବ୍ୟାଙ୍କ ଶାଖାକୁ ଯିବାକୁ ପଡ଼ିବନାହିଁ। ବ୍ୟାଙ୍କ ଅଧିକାରୀମାନେ ସେମାନଙ୍କୁ ଘରେ ଅତ୍ୟାବଶ୍ୟକ ସେବା ଯୋଗାଇଦେବେ।

ବ୍ୟାଙ୍କ ଲକରକୁ ନେଇ ଆର୍‌ବିଆଇର ନୂଆ ମାର୍ଗଦର୍ଶିକା, ଚୁକ୍ତି ନବୀକରଣ ଅବଧି ୧ ବର୍ଷ ବଢ଼ିଲା
ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗ୍ରାହକମାନଙ୍କୁ ବଡ ଆଶ୍ବସ୍ତି ପ୍ରଦାନ କରିଛି।ଏହି ଅନୁଯାୟୀ, ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଳକର ଅବଧିର କାର୍ଯ୍ୟକାଳ ବୃଦ୍ଧି କରିଛି। ଏହା କରିବାକୁ ଯାଇ ଆର୍‌ବିଆଇ ବ୍ୟାଙ୍କ ଲକର ସମ୍ପର୍କରେ ଏକ ନୂଆ ମାର୍ଗଦର୍ଶିକା ଜାରି କରିଛି।

ଏଠାରେ ସୂଚନାଯୋଗ୍ୟ ଯେ, ନିକଟରେ ବ୍ୟାଙ୍କଗୁଡ଼ିକରେ ବ୍ୟାଙ୍କ ଲକର ନିୟମ ପାଇଁ ଏକ ନୂତନ ଚୁକ୍ତି କରିବାରେ ଗ୍ରାହକମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଯାହା ପରେ ଆରବିଆଇ ଏହାର କାର୍ଯ୍ୟକାଳ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଗ୍ରାହକଙ୍କ ସହିତ ଏକ ନୂତନ ଲକର ଚୁକ୍ତି କରିବାକୁ ବ୍ୟାଙ୍କଗୁଡିକ ଡିସେମ୍ବର ୩୧ ପର୍ଯ୍ୟନ୍ତ ସମୟ ପାଇବେ। କାରଣ ବ୍ୟାଙ୍କ ଲକର ଚୁକ୍ତିର ନବୀକରଣ ଅବଧିକୁ ଆର୍‌ବିଆଇ  ୧ ବର୍ଷ ବୃଦ୍ଧି କରିଛି।

ଯଦିଓ ରିଜର୍ଭ ବ୍ୟାଙ୍କ ଲକର ଚୁକ୍ତି ନେଇ ପଦକ୍ଷେପ ନେଇଛି। ତେବେ ଜୁନ୍ ୩୦ ସୁଦ୍ଧା ବ୍ୟାଙ୍କଗୁଡିକ ସେମାନଙ୍କର ମୋଟ ଗ୍ରାହକ ସଂଖ୍ୟାର ଅତିକମ୍‌ରେ ୫୦%ଙ୍କ ସହିତ ଏକ ନୂତନ ଚୁକ୍ତି କରିବାକୁ ପଡିବ। ଏହାବାଦ୍‌ ୩୦  ସେପ୍ଟେମ୍ବର ସୁଦ୍ଧା ୭୫% ଗ୍ରାହକଙ୍କ ସହିତ ଏକର  ଚୁକ୍ତି କରିବା ଆବଶ୍ୟକ। ତେବେ ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ବ୍ୟାଙ୍କକୁ ଏହି ଚୁକ୍ତିନାମା ସମସ୍ତ ଗ୍ରାହକଙ୍କ ସହିତ କରିବାକୁ ହେବ। ଅନେକ କ୍ଷେତ୍ରରେ ଷ୍ଟାମ୍ପ ପେପରର ଉପଲବ୍ଧତା ନ ଥିବାରୁ ଗ୍ରାହକମାନେ ଚୁକ୍ତିନାମା ନବୀକରଣ କିମ୍ବା ନୂତନ ଚୁକ୍ତିନାମା କରିବାରେ ସକ୍ଷମ ହୋଇ ନ ଥିଲେ।

ଅନେକ କ୍ଷେତ୍ରରେ, ବ୍ୟାଙ୍କଗୁଡିକ ନିଜ ଗ୍ରାହକଙ୍କୁ ଏହି ସୂଚନା ଦେବାରେ ସକ୍ଷମ ହୋଇ ନ ଥିଲେ।  ନୂତନ ଚୁକ୍ତି ଅଭାବରୁ ବ୍ୟାଙ୍କଗୁଡ଼ିକ ଲକରଗୁଡ଼ିକୁ ଅଚଳ କରିବା ନେଇ ମଧ୍ୟ ଆଲୋଚନା କରିଥିଲେ। ରିଜର୍ଭ ବ୍ୟାଙ୍କ ବ୍ୟାଙ୍କଗୁଡ଼ିକୁ ଗ୍ରାହକଙ୍କ ସହ ନୂତନ ଚୁକ୍ତିନାମା କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବାକୁ ଏବଂ ଗ୍ରାହକଙ୍କୁ ସାହାଯ୍ୟ କରିବାକୁ କହିଛି। ଅଗଷ୍ଟ ୨୦୨୧ରେ, ରିଜର୍ଭ ବ୍ୟାଙ୍କ ବ୍ୟାଙ୍କ ଲକର ସମ୍ବନ୍ଧରେ ନୂତନ ନିୟମ  ଜାରି କରିଥିଲା। ଯେଉଁଥିରେ ଗ୍ରାହକ ଏବଂ ବ୍ୟାଙ୍କଗୁଡିକର ସ୍ୱାର୍ଥର ଅନେକ ଜିନିଷ ଯୋଗ କରାଯାଇଥିଲା।

ନୂଆବର୍ଷରୁ ନୂଆ ନିୟମ: କ୍ରେଡିଟ୍‌ କାର୍ଡ, ବ୍ୟାଙ୍କ ଲକର, ଜିଏସ୍‌ଟି କ୍ଷେତ୍ରରେ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ
ନୂଆଦିଲ୍ଲୀ: ୨୦୨୨ ଶେଷ ହେବାକୁ ଆଉ ଅଳ୍ପ କିଛି ଦିନ ବାକି ରହିଛି। ୨୦୨୩ଠାରୁ ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ନିୟମ ବଦଳିବାକୁ ଯାଉଛି। ଏଥିରେ କ୍ରେଡିଟ୍ କାର୍ଡ, ବ୍ୟାଙ୍କ ଲକର, ଜିଏସ୍‌ଟି ଇ-ଇନ୍‌ଭଏସ୍, ପେଟ୍ରୋଲ-ଡିଜେଲ ଏବଂ ଏଲପିଜି ମୂଲ୍ୟ କ୍ଷେତ୍ରରେ କିଛି ପରିବର୍ତ୍ତନ ଅନ୍ତର୍ଭୁକ୍ତ।

ଲକରରେ ଥିବା ସାମଗ୍ରୀର କ୍ଷତି ପାଇଁ ବ୍ୟାଙ୍କ ଦାୟୀ

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ୟାଙ୍କ ଲକର ସହ ଜଡିତ ନୂତନ ନିର୍ଦ୍ଦେଶନାମା ଜାରି କରିଛି। ଏହି ନିୟମଗୁଡିକ ଆସନ୍ତା ଜାନୁୟାରୀ ପହିଲାଠାରୁ କାର୍ଯ୍ୟକାରୀ ହେବ। ଏହି ନିୟମ ଲାଗୁ ହେବା ପରେ ବ୍ୟାଙ୍କଗୁଡ଼ିକ ଲକର ପ୍ରସଙ୍ଗରେ ଗ୍ରାହକଙ୍କ ସହିତ ଆଉ ଇଚ୍ଛାଧୀନ କାର୍ଯ୍ୟ କରିବାକୁ ସମର୍ଥ ହେବେ ନାହିଁ। ଏହି ନିୟମାବଳୀ କାର୍ଯ୍ୟକାରୀ ହେବା ପରେ, ଯଦି ବ୍ୟାଙ୍କ ଲକରରେ ରଖାଯାଇଥିବା ସାମଗ୍ରୀର କୌଣସି କ୍ଷତି ହୁଏ, ତେବେ ଏଥିପାଇଁ ବ୍ୟାଙ୍କ ଦାୟୀ। ବ୍ୟାଙ୍କ ଏବଂ ଗ୍ରାହକଙ୍କ ମଧ୍ୟରେ ଏ ନେଇ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହେବ। ଏହା ୩୧ ଡିସେମ୍ବର ପର୍ଯ୍ୟନ୍ତ ବୈଧ୍ୟ ରହିବ। ଏହାଫଳରେ ବ୍ୟାଙ୍କଗୁଡ଼ିକୁ ଏମ୍‌ଏମ୍‌ଏସ୍‌ ଏବଂ ଅନ୍ୟାନ୍ୟ ଉପାୟ ମାଧ୍ୟମରେ ଗ୍ରାହକଙ୍କୁ ଲକର ସମ୍ବନ୍ଧୀୟ ନିୟମର ପରିବର୍ତ୍ତନ ବିଷୟରେ ସମସ୍ତ ସୂଚନା ଦେବାକୁ ପଡିବ।

ପେଟ୍ରୋଲ-ଡିଜେଲ ଏବଂ ଏଲପିଜିର ନୂଆ ଦର

ପ୍ରତ୍ୟେକ ମାସର ଆରମ୍ଭ ସହିତ ପେଟ୍ରୋଲିୟମ କମ୍ପାନୀଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ନୂଆ ଦର ସ୍ଥିର କରିଥାନ୍ତି। ପେଟ୍ରୋଲ ଏବଂ ଡିଜେଲ ଦେଶରେ ଦୀର୍ଘ ମାସ ହେବ ସ୍ଥିର ରହିଛି। ଏଭଳି ପରିସ୍ଥିତିରେ ବର୍ଷର ଶେଷ ଦିନରେ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ନୂଆ ମୂଲ୍ୟ ସ୍ଥିର କରିବେ। ଏହି ନୂଆ ଦର ଜାନୁଆରୀ ପହିଲା ସକାଳୁ ସ୍ପଷ୍ଟ ହୋଇଯିବ। ପେଟ୍ରୋଲ ଏବଂ ଡିଜେଲ ସହିତ ଘରୋଇ ଏବଂ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ ମଧ୍ୟ ଘୋଷଣା କରାଯାଇପାରେ। ପେଟ୍ରୋଲ ଏବଂ ଡିଜେଲ ସହିତ ଗାଡିରେ ବ୍ୟବହୃତ ସିଏନ୍‌ଜି ଏବଂ ଘରୋଇ ରୋଷେଇ ଘରେ ବ୍ୟବହୃତ ପିଏନ୍‌ଜି ଗ୍ୟାସର ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ହୋଇପାରେ।

କ୍ରେଡିଟ୍ କାର୍ଡ ପୁରସ୍କାର ପଏଣ୍ଟ ସହିତ ଜଡିତ ନିୟମ ପରିବର୍ତ୍ତନ ହେବ

ନୂଆବର୍ଷରୁ କ୍ରେଡିଟ୍ କାର୍ଡ ବ୍ୟବହାର ସମ୍ପର୍କିତ ନିୟମ ପରିବର୍ତ୍ତନ ହେବ। ଏହି ପରିବର୍ତ୍ତନ କ୍ରେଡିଟ୍ କାର୍ଡ ମାଧ୍ୟମରେ ଦେୟ ଉପରେ ଅର୍ଜନ ହୋଇଥିବା ପୁରସ୍କାର ପଏଣ୍ଟ ସହିତ ଜଡିତ। ନୂତନ ବର୍ଷ ଆରମ୍ଭରୁ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏହାର କ୍ରେଡିଟ୍ କାର୍ଡ ଦେୟ ଉପରେ ପ୍ରାପ୍ତ ପୁରସ୍କାର ପଏଣ୍ଟରେ କିଛି ପରିବର୍ତ୍ତନ କରିବାକୁ ଯାଉଛି। ଏଭଳି ପରିସ୍ଥିତିରେ ଗ୍ରାହକମାନଙ୍କୁ ୩୧ ଡିସେମ୍ବର ପୂର୍ବରୁ ସେମାନଙ୍କର କ୍ରେଡିଟ କାର୍ଡରେ ଅବଶିଷ୍ଟ ସମସ୍ତ ପୁରସ୍କାର ପଏଣ୍ଟ ଦେବାକୁ ପରାମର୍ଶ ଦିଆଯାଇଛି।

ଜିଏସ୍‌ଟି ଇ-ଇନଭଏସ୍ ସହିତ ଜଡିତ ନିୟମ ବଦଳିପାରେ

ନୂତନ ବର୍ଷରେ ଜିଏସ୍‌ଟି ଇ-ଇନଭଏସ୍ ଏବଂ ଇଲେକ୍ଟ୍ରୋନିକ୍ ବିଲ୍ ସହିତ ଜଡିତ ନିୟମରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ। ଜିଏସ୍‌ଟି ଇ-ଇନଭଏସ୍ ପାଇଁ କାରବାର ସୀମା ୨୦ କୋଟିରୁ ୫ କୋଟି ଟଙ୍କାକୁ ହ୍ରାସ କରାଯାଇଛି। ଜିଏସ୍‌ଟି ନିୟମରେଏହି ପରିବର୍ତ୍ତନଗୁଡିକ ଜାନୁଆରୀ ୨୦୨୩ ଜାନୁଆରୀ ପହିଲାଠାରୁ ଲାଗୁ ହେବ। ଏପରି ପରିସ୍ଥିତିରେ ଯେଉଁ ବ୍ୟବସାୟୀମାନଙ୍କର କାରବାର ୫ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ଇଲେକ୍ଟ୍ରୋନିକ୍ ବିଲ୍ ସୃଷ୍ଟି କରିବା ଆବଶ୍ୟକ ହେବ।

ଗାଡ଼ି କିଣିବା ମହଙ୍ଗା ହେବ

ନୂଆବର୍ଷଠାରୁ ନୂତନ ଗାଡ଼ି କିଣିବା ମହଙ୍ଗା ହୋଇପାରେ। ଏମ୍‌ଜି ମୋଟର, ମାରୁତି ସୁଜୁକି, ହ୍ୟୁଣ୍ଡାଇ ମୋଟର୍ସ, ହୋଣ୍ଡା, ଟାଟା ମୋଟର୍ସ, ରେନୋ, ଅଡି ଏବଂ ମର୍ସିଡିଜ୍-ବେଞ୍ଜ୍ ସହିତ ପ୍ରମୁଖ ଅଟୋମୋବାଇଲ୍ କମ୍ପାନୀଗୁଡିକ ୨୦୨୩ରୁ ସେମାନଙ୍କ ଗାଡିର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଟାଟା ମୋଟର୍ସ କହିଛି ଯେ ଏହା ଜାନୁୟାରୀ ୨ରୁ ଏହାର ବାଣିଜ୍ୟିକ ଯାନ ମୂଲ୍ୟ ବୃଦ୍ଧି କରିବ। ହୋଣ୍ଡା ମଧ୍ୟ ଏହାର କାର ମୂଲ୍ୟ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବ ବୋଲି କହିଛି। ଏଭଳି ପରିସ୍ଥିତିରେ, ଯଦି ଆପଣ ନୂଆବର୍ଷରେ ଏକ ନୂଆ ଗାଡି କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହା ବର୍ତ୍ତମାନର ଗାଡି ମୂଲ୍ୟ ଅପେକ୍ଷା ଆପଣଙ୍କ ପାଇଁ ମହଙ୍ଗା ହୋଇପାରେ।