Foundation Day - The Sakala
ସାହାସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୯୯ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ପୁରଷ୍କାର ବିତରଣ ଉତ୍ସବ ପାଳିତ
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ସାହାସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୯୯ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ପୁରଷ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ଵରସ୍ଥିତ ପଟିଆ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜର ଅଧ୍ୟାପକ ପ୍ରବୀଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋଲାକ ବିହାରୀ ଦଳବେହେରା, ମୁଖ୍ୟ ବକ୍ତା ଭାବେ ବାଣପୁର ବ୍ଲକ ସିଆରସିସି ପ୍ରମୋଦ କୁମାର ପାତ୍ର, ସମ୍ମାନିତ ଅତିଥି ଭାବେ ବିଭୁତି ଭୂଷଣ ଦାସ, ଅନନ୍ତ ଚରଣ ଖଟେଇ, ବିଶ୍ଵନାଥ ନାୟକ, କଲ୍ୟାଣୀ ସାହୁ, ରଘୁନାଥ ମହାରଣା ଯୋଗଦେଇଥିଲେ।
ପ୍ରାରମ୍ଭରେ ବିଦ୍ୟାଳୟର ଶିକ୍ଷକ ମାନସ ରଞ୍ଜନ ହୋତାଙ୍କ ସଂଯୋଜନା ପରେ ପ୍ରଧାନଶିକ୍ଷକ ସୋମନାଥ ପ୍ରଧାନ ଅତିଥିମାନଙ୍କର ପରିଚୟ ପ୍ରଦାନ ଓ ବାର୍ଷିକ ବିବରଣୀ ପଠନ କରିଥିଲେ। ଏହା ସହିତ ପ୍ରଧାନ ଶିକ୍ଷକଙ୍କ ଦ୍ଵାରା ସ୍ଵାଗତ ଅଭିଭାଷଣରେ ଆସନ୍ତା ବର୍ଷ ବିଦ୍ୟାଳୟର ଶତ ବାର୍ଷିକୀ ଉତ୍ସବ ପାଳନ ସମ୍ପର୍କରେ ନିଜର ମତ ରଖିଥିଲେ।ସମ୍ମାନିତ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ଛାତ୍ରଛାତ୍ରୀମାନେ କିପରି ଏକ ସୁନ୍ଦର ଭବିଷ୍ୟତ ଗଠନ କରିପାରିବେ ଏବଂ ସମାଜରେ ନିଜକୁ ପ୍ରତିଷ୍ଠା କରିପାରିବେ, ତାହା ଉପରେ ଆଲୋକପାତ କରିଥିଲେ।
ଛାତ୍ରଛାତ୍ରୀମାନେ ବିଭିନ୍ନ ସରକାରୀ ଯୋଜନା ଦ୍ଵାରା କିପରି ଉପକୃତ ହୋଇପାରିବେ, ତାହା ଉପରେ ମୁଖ୍ୟ ବକ୍ତା ନିଜର ବକ୍ତବ୍ୟ ରଖିଥିଲେ।
ସେହିଭଳି ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ଛାତ୍ରଛାତ୍ରୀମାନେ କିଭଳି ସର୍ବାଙ୍ଗୀନ ଉନ୍ନତି କରିପାରିବେ, ତାହା ଉପରେ ପରାମର୍ଶ ଦେଇଥିଲେ। ପରେ ସଭାପତି ଆସନ୍ତା ବର୍ଷ ଶତ ବାର୍ଷିକୀ ଉତ୍ସବ କିଭଳି ଧୁମଧାମରେ ପାଳନ କରାଯାଇପାରିବ ଏବଂ ଗ୍ରାମବାସୀଙ୍କ ସହଯୋଗରେ ଏହାକୁ ଓଡିଶାର ଏକ ସ୍ମରଣୀୟ ଉତ୍ସବ କରିପାରିବା ବୋଲି ନିଜର ବକ୍ତବ୍ୟ ରଖିଥିଲେ।ଏହି ଅବସରରେ ପ୍ରାୟ ୩୩ ବିଭାଗର ୧୦୦ ପ୍ରତିଯୋଗୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୋମନାଥ ପ୍ରଧାନ, ସତ୍ୟ ନାରାୟଣ ପ୍ରଧାନ, ମାନସ ରଞ୍ଜନ ହୋତା, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ଶୁଭଲକ୍ଷ୍ମୀ କାଣ୍ଡି, ପ୍ରଜ୍ଞାପରମିତା ନାୟକ, ସୁରଞ୍ଜିକା ବେହେରାଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ପରିଚାଳନା କରିଥିଲେ। ଶିକ୍ଷକ ମାନସ ରଞ୍ଜନ ହୋତା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଭାର ସଭାପତିଙ୍କ ଦ୍ଵାରା ସଭା ସାଙ୍ଗ କରାଯାଇ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ମାଟିମାଆର ସେବା କରିବାକୁ ଚାହୁଁଥିଲେ, ନୂଆ ଓଡିଶାର ସ୍ୱପ୍ନ ଦେଖୁଥିଲେ ବିଜେଡିରେ ଯୋଗଦିଅନ୍ତୁ : ନବୀନ ପଟ୍ଟନାୟକ
ପୁରୀ : ବିଜୁ ଜନତା ଦଳର ୨୬ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆଜି ପୁରୀ ତାଳବଣିଆରେ ରାଜ୍ୟସ୍ତରୀୟ ସମାବେଶ ଆୟୋଜିତ ହୋଇଛି । ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାବେଶରେ ଯୋଗ ଦେଇଥିବା ଦଳୀୟ ନେତା ଓ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି।ନୂଆବର୍ଷର ଆଗୁଆ ଶୁଭେଚ୍ଛା ସହ ଲୋକଙ୍କ ପାଇଁ ନିସ୍ୱାର୍ଥପର କାର୍ଯ୍ୟ ଜାରି ରଖିବାକୁ ଦଳର ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ନବୀନ।
ନବୀନ କହିଛନ୍ତି ଯେ ବିଜେଡି ସବୁବେଳେ ସବୁ ଗାଁ, ସହର ଓ ଅଞ୍ଚଳର ଉନ୍ନତି ପାଇଁ କାମ କରିଆସିଛି। ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଆମର ମୂଳ ଲକ୍ଷ୍ୟ। କୌଣସି ଗୋଟିଏ ଗୋଷ୍ଠୀ, ଅଞ୍ଚଳ କିମ୍ବା ବର୍ଗ ପାଇଁ ନୁହେଁ ବରଂ ସମଗ୍ର ଓଡ଼ିଶା ପାଇଁ ବିଜେଡି ଛିଡ଼ା ହୋଇଛି। ଓଡ଼ିଶାର ଯାହା ସମସ୍ୟା ରହିଛି ତାକୁ ଦୂରଦୃଷ୍ଟିରେ ରଖି ନୈତିକତାର ସହ ଆମ ଦଳ କାମ କରୁଛି। ଆଞ୍ଚଳିକ ଦଳ ଭାବେ ବିଜେଡି ଜିଣିଛି ଓଡ଼ିଶାବାସୀଙ୍କ ଆଶା, ବିଶ୍ୱାସ ଓ ଭରସା। ଜାତୀୟ ଦଳ ନିଜର ଏଜେଣ୍ଡା ଧରି ଦିଲ୍ଲୀରୁ ଆସେ, ଆଉ ବିଜେଡି ପ୍ରତିଟି ଓଡ଼ିଆଙ୍କ ମତ ଆଧାରରେ ତିଆରି କରେ ଏଜେଣ୍ଡା, ଆଉ ଏହାକୁ ପୂରଣ ମଧ୍ୟ କରେ। ଲକ୍ଷ୍ୟପଥରୁ ବିଜେଡି କେବେ ହଟିନି। କର୍ତ୍ତବ୍ୟର ପଥରୁ ହୁଡ଼ିନୁ। ଜନସେବାକୁ ବ୍ରତ କରି ଆଗକୁ ବଢିଛୁ । ଓଡ଼ିଶାର ସ୍ବାର୍ଥ, ଗୌରବ, ଭାଷା, ସସ୍କୃତି, ଓ ସ୍ବାଭିମାନ ପାଇଁ କାମ କରୁଛୁ। ରାଜ୍ୟବାସୀଙ୍କୁ ଆଖିରେ ରଖି ନୂଆ ଓଡ଼ିଶା ଗଢୁଛୁ।
ବିଜେଡି ଓଡ଼ିଶାରେ ଆଉ ଏକ ଦଳ ହୋଇନାହିଁ। ବିଜେଡି ହେଉଛି ଏକ ସାମାଜିକ ଆନ୍ଦୋଳନ। ଏକ ନୁହେଁ, ସାମୂହିକତାରେ ବିଶ୍ବାସ କରେ ବିଜେଡି। ଲୋକଙ୍କ ହୃଦୟକୁ ଛୁଇଁବାର ଦାୟିତ୍ବ ନେଇଛନ୍ତି ବିଜେଡି କର୍ମୀ। କର୍ମୀଙ୍କ ପରିଶ୍ରମ, ଦଳକୁ ବିଶ୍ବାସଭାଜନ କରିଛି।ଏକ ରୂପାନ୍ତରିତ ରାଜ୍ୟ, ପରିବର୍ତ୍ତିତ ପ୍ରଦେଶ ଗଠନ କରିବାର ଝୁଙ୍କରେ ଆଗକୁ ବଢୁଛି ବିଜେଡି। ଆଉ ୧୨ ବର୍ଷରେ, ଆମେ ଓଡିଶା ଗଠନର ୧୦୦ ବର୍ଷ ପାଳନ କରିବୁ । ମୁଁ କହିବି ନାହିଁ ଯେ ଗତ କୋଡିଏ ବର୍ଷ ମଧ୍ୟରେ ଆମେ କେଉଁଠାରେ ପହଞ୍ଚିଛୁ । ଆପଣ ସମସ୍ତେ ଏବଂ ବିଶ୍ବ ଦେଖୁଛନ୍ତି ଏବଂଜାଣନ୍ତି।
ନବୀନ ଆହୁରି ମଧ୍ୟ କହିଛନ୍ତି, ଆମ ସ୍ବପ୍ନର ଓଡ଼ିଶା ଗଠନରେ ସମସ୍ତେ ସହଯୋଗ କରନ୍ତୁ। ଓଡ଼ିଶା ଅତୀତରେ କେଉଁଠି ଥିଲା ଏବେ ରାଜ୍ୟ ବିକାଶରେ କେଉଁଠି ପହଞ୍ଚିଛି, ତାହା ସାରା ବିଶ୍ବ ଜାଣିଛି। ବିଜେଡି ଏବେ ଆଉ ଦଳ ନୁହଁ ଏକ ସାମାଜିକ ଆନ୍ଦୋଳନ। ଓଡ଼ିଶାର ଉନ୍ନତି ସହ ସ୍ବଚ୍ଛ ଓ ନିର୍ମଳ ଶାସନ ବିଜେଡିର ଏକମାତ୍ର ଏଜେଣ୍ଡା । ମୁଁ ସମସ୍ତଙ୍କୁ ଆହ୍ବାନ କରୁଛି ଏବଂ ଅନୁରୋଧ କରୁଛି ଯେଉଁମାନେ ଓଡିଶାର ବିକାଶରେ ବିଶ୍ବାସ କରୁଛନ୍ତି ଏବଂ ଓଡ଼ିଶା ମାଟିର ସେବା କରିବାକୁ ଚାହୁଁଛନ୍ତି, ସେମାନେ ବହୁ ସଂଖ୍ୟାରେ ଆସି ବିଜୁ ଜନତା ଦଳରେ ଯୋଗଦେବେ। ବୃତ୍ତିଗତ ହୁଅନ୍ତୁ, ସାମାଜିକ କର୍ମୀ, କଳାକାର, କ୍ରୀଡ଼ା ବ୍ୟକ୍ତି କିମ୍ବା କୃଷକ ହୁଅନ୍ତୁ କିମ୍ବା କୌଣସି କ୍ଷେତ୍ରର କାମ କରୁଥାନ୍ତୁ,ବିଶେଷକରି ନୂତନ ଓଡ଼ିଶାର ସ୍ୱପ୍ନ ଦେଖୁଥିବା ଯୁବକମାନେ ବିଜୁ ଜନତା ଦଳରେ ଯୋଗଦିଅନ୍ତୁ।ବିଜୁ ଜନତା ଦଳ ହେଉଛି ଓଡିଶାର ଶକ୍ତି। ଆପଣ ମାନେ ଆମ ଶହ ସାମିଲ ହୋଇ ସ୍ୱପ୍ନର ଓଡ଼ିଶା ନିର୍ମାଣରେ ଆମକୁ ସମହଯୋଗ କରନ୍ତୁ ବୋଲି ନୀବନ କହିଛନ୍ତି।
ପୁରୀ :  ଓଡ଼ିଶାବାସୀଙ୍କ ଆଶା, ଆକାଂକ୍ଷା ପୂରଣ ସହ ରାଜ୍ୟକୁ ବିକାଶ ପଥରେ ନେବା ଲକ୍ଷ୍ୟ ନେଇ ବିଜୁ ଜନତା ଦଳ ପ୍ରତିଷ୍ଠା ହୋଇଥିଲା। ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ବାବୁଙ୍କ ଆଦର୍ଶକୁ ପାଥେୟ କରି ବିଜେଡି ଇତି ମଧ୍ୟରେ ୨୫ ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରି ଆସୁଛି। କୌଣସି ରାଜନୈତିକ ଦଳ ପାଇଁ ଏହା ବହୁତ ବଡ଼ ଉପଲବ୍ଧି । ଏହି କ୍ରମରେ ଆଜି ବିଜୁ ଜନତା ଦଳ ପୁରୀରେ ୨୬ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଏବଂ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ପୂର୍ଣ୍ଣ ପ୍ରାଣରେ ସମର୍ପିତ ସେବା କାର୍ଯ୍ୟ ଜାରି ରଖିବା ପାଇଁ ଦଳୀୟକର୍ମୀ ଓ ନେତାଙ୍କୁ ଆହ୍ବାନ ଜଣାଇଛନ୍ତି।
ପୁରୀଠାରେ ଆୟୋଜିତ ଉତ୍ସବରେ ନୂଆବର୍ଷର ଶୁଭକାମନା ଜଣାଇବା ସହିତ ଉଦବୋଧନ ଦେଇ ବିଜେଡି ସୁପ୍ରିମୋ କହିଛନ୍ତି, ଆପଣମାନେ ଆଦିବାସୀ, ଦଳିତ, ଚାଷୀ ଓ ମହିଳାମାନଙ୍କ ପାଇଁ ଭଲ କାମ କରନ୍ତୁ। ଓଡ଼ିଶାରେ ମାଆମାନଙ୍କୁ ମିଶନଶକ୍ତି ସ୍ବତନ୍ତ୍ର ପରିଚୟ ଦେଇଛି। ମୁଁ ସବୁବେଳେ କହି ଆସିଛି ଯେ, ଯଦି ମାଆମାନେ ଶକ୍ତିଶାଳୀ ହୁଅନ୍ତି, ପରିବାରଗୁଡ଼ିକ ଶକ୍ତିଶାଳୀ ହେବେ, ଯଦି ମାଆମାନେ ଶକ୍ତିଶାଳୀ, ରାଜ୍ୟ ଶକ୍ତିଶାଳୀ ହେବ, ଯଦି ମାଆମାନେ ଶକ୍ତିଶାଳୀ, ଦେଶ ଶକ୍ତିଶାଳୀ ହେବ। ମା ମାନେ ଆଗକୁ ଆସି ବିଭିନ୍ନ ଦାୟିତ୍ବ ନିଅନ୍ତୁ।
୨୦୦୦ ମସିହାରେ ଓଡିଶାର ଲୋକମାନେ ଆମକୁ ଆଶୀର୍ବାଦ ଦେଇ ସରକାର ଗଠନ କରିବା ପାଇଁ ଦାୟିତ୍ବ ଦେଇଥିଲେ। ଆମେ ମଧ୍ୟ ଲୋକମାନଙ୍କ ଆଶୀର୍ବାଦ ପାଇବା ପରେ ସେମାନଙ୍କ ପାଇଁ କାମ କରିଚାଲିଛୁ। ଆମର ପ୍ରାଥମିକତା ହେଉଛି ଆମର ମାତାମାନଙ୍କ ସଶକ୍ତିକରଣ । ଆମେ  ଦୃଢ ଭାବରେ ବିଶ୍ବାସ କରୁ ଯେ ଆମର ମାତାମାନଙ୍କର ବିକାଶ ଓଡିଶାକୁ ଆହୁରି ଆଗକୁ ନେଇଯିବ। ସେଥିପାଇଁ ମିଶନ ଶକ୍ତି ମହିଳା ସଶକ୍ତିକରଣରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଆମେ ସବୁବେଳେ ମା ମାନଙ୍କ ଉନ୍ନତିକୁ ଅଗ୍ରାଧିକାର ଦେଇ ବିଭିନ୍ନ ପଦକ୍ଷେପ ନେଉଛୁ। ଆଗକୁ ମଧ୍ୟ ନେବୁ। ଏବେ ଆମେ ୨୫ ବର୍ଷ ପୂରଣ କରିଛୁ, ଯଦି ମା ମାନଙ୍କ ଆଶୀର୍ବାଦ ଆମ ଉପରେ ଏପରି ରହିବ ତେବେ ବିଜେଡି ୨୫ କି ୫୦ ନୁହେଁ ,ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସେବା କରିବ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ଯେ  ଓଡ଼ିଶାବାସୀ ଦୀର୍ଘ ବର୍ଷ ସେବା କରିବାକୁ ବିଜେଡିକୁ ସୁଯାେଗ ଦେଇଛନ୍ତି । ଏ ସୁଯାେଗ ଦେଇଥିବାରୁ ଦଳ ରାଜ୍ୟବାସୀଙ୍କ ନିକଟରେ ଋଣୀ । ରାଜ୍ୟବାସୀଙ୍କ ଆସ୍ଥା ଓ ଭରସା ବିଜେଡି ପାଇଁ ବଡ଼ ପୁଞ୍ଜି । ଆମ ସ୍ବପ୍ନର ଓଡ଼ିଶା ଗଠନରେ ସମସ୍ତେ ସହଯାେଗ କରନ୍ତୁ। ଓଡ଼ିଶା ଅତୀତରେ କେଉଁଠି ଥିଲା, ଏବେ ରାଜ୍ୟ ବିକାଶରେ କେଉଁଠି ପହଞ୍ଚିଛି ତାହା ସାରା ବିଶ୍ବ ଜାଣିଛି । ବିଜେଡି ଏବେ ଆଉ ଦଳ ନୁହଁ ଏକ ସାମାଜିକ ଆନ୍ଦାେଳନରେ ପରିଣତ ହୋଇଛି ବୋଲି ନବୀନ କହିଛନ୍ତି । ଓଡ଼ିଶାର ଉନ୍ନତି ସହ ସ୍ବଚ୍ଛ ଓ ନିର୍ମଳ ଶାସନ ବିଜେଡିର ଏକମାତ୍ର ଏଜେଣ୍ଡା ବୋଲି ନବୀନ ପଟ୍ଟନାୟକ କହିଛନ୍ତି।