subarnapur - The Sakala

ମୁହଁରେ ସ୍ପ୍ରେ ମାରି ଯୁବତୀଙ୍କୁ ଟେକି ନେଇ ଗଣ ଦୁଷ୍କର୍ମ ଅଭିଯୋଗ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ବୀରମହାରାଜପୁର ଥାନା ହିକୁଡ଼ି ITI ପଛ ପଟେ ଦୁର୍ବୃତ୍ତମାନେ ଏହି ଜଘନ୍ୟକାଣ୍ଡ କରିଥିବା ଜଣାପଡ଼ିଛି। ଯୁବତୀ ଜଣକ ପାଖରେ ଥିବା ଟାଟା ମୋଟର ସର୍ଭିସ ସେଣ୍ଟରରେ କାମ କରୁଥିଲେ। କାମ ସାରି ଘରକୁ ଫେରିବା ବେଳେ ବାଟରେ ୩ ଜଣ ଯୁବକ ଅଟକାଇଥିଲେ । ତା ପରେ ମୁହଁରେ ସ୍ପ୍ରେ ମାରି ଟେକି ନେଇ ଗଣ ଦୁଷ୍କର୍ମ କରିଥିଲେ। ପୀଡ଼ିତା ଜଣକ ଅଚେତ ଅବସ୍ଥାରେ ବହୁ ସମୟ ଧରି ପଡ଼ି ରହିଥିଲେ। ଚେତା ଆସିବା ପରେ ସେ ଘରକୁ ଫେରି କହିବା ପରେ ସବୁ କଥା ଜଣାପଡ଼ିଥିଲା। ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ତନାଘନା କରି ସନ୍ଦେହରେ କିଛି ଯୁବକଙ୍କୁ ପଚରା ଉଚରା କରୁଛି।

ଦୋକାନରେ ଚା’ ପିଇଲାବେଳେ ଧକ୍କା ଦେଲା ପିକଅପ୍ ଭ୍ୟାନ୍: ୩ ମୃତ, ଜଣେ ଗୁରୁତର
ସୁବର୍ଣ୍ଣପୁର: ପିକଅପ ଧକ୍କାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମାଁ ମେଟାକାନି ମନ୍ଦିର ନିକଟରେ। ଦୋକାନରେ ଚା’ ପିଉଥିବା ବେଳେ ଗୋଟିଏ ପିକଅପ୍ ଗାଡ଼ି ଆସି ପିଟି ଦେବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଥିଲେ। ଗୁରୁତରଙ୍କୁ ଉଦ୍ଧାର କରାଯାଇ ଉଲୁଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି ।

ବାରାହା ଫାସରେ ପଡି ଦୁଇ ନାବାଳକଙ୍କ ମୃତ୍ୟୁ
ଉଲୁଣ୍ଡା: ଉଲୁଣ୍ଡା ଥାନା ଅନ୍ତର୍ଗତ ହାତିଲିମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗାଁ ନିକଟରେ ବାରହା ଫାସରେ ପଡି ଦୁଇ ଜଣ ନାବାଳକଙ୍କ ମୃତ୍ୟୁ ହୋଇ ଯାଇଛି । ନିଜ ବିଲ ନିକଟସ୍ଥ ଜଙ୍ଗଲକୁ ଛେଳି ଖୋଜିବାକୁ ଯାଇ ବିଦ୍ୟୁତ ସଂଯୁକ୍ତ ହୋଇଥିବା ବାରହା ଫାଶରେ ପଡି ଯାଇଥିଲେ । ବାପା ଗୁରୁତର ହୋଇ ଉଲୁଣ୍ଡା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତ୍ୟୁ ହୋଇଥିବା ନାବାଳକ ଦ୍ବୟ ହେଲେ ନବୀନ ଡୁଙ୍ଗଡୁଙ୍ଗ ପୁଅ ଜିତ ଡୁଙ୍ଗଡୁଙ୍ଗ(୧୪) ଏବଂ ଜିତଙ୍କ ସଂପର୍କୀୟ ଭାଇ ରମେଶ ବୋଡ(୧୪) । ଉଲୁଣ୍ଡା ଡାକ୍ତରଖାନାରେ ନବୀନ ଡୁଙ୍ଗଡୁଙ୍ଗଙ୍କ ଚିକିତ୍ସା ଜାରି ରହିଛି । ତେବେ ଉଲୁଣ୍ଡା ପୁଲିସ୍ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଜାରି ରଖିଛି ।

ବୋରୱେଲ ଗାତରେ ପଡ଼ି ଫସିଲେ ବୃଦ୍ଧା, ଉଦ୍ଧାର କାର୍ଯ୍ୟ ଜାରି
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ କଇଁଫୁଲ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି।  ଏକ ଡିପ୍ ବୋରୱେଲରେ ଜଣେ ବୃଦ୍ଧା ଖସିପଡ଼ିଛନ୍ତି। ବୃଦ୍ଧା ଜଣକ ୨୦ ଫୁଟ ତଲେ ଥିବା ସୂଚନା। ବୃଦ୍ଧା ଜଣଙ୍କ ଖଲିଆପାଲି ପଞ୍ଚାୟତ ଗୋବିନ୍ଦପୁର ଗାଁର ୬୦ବର୍ଷୀୟା ଦୁଃଖୀ ନେଗୀ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଗତକାଲି ଉକ୍ତ ବୃଦ୍ଧା ନିଜ ଝିଅ ଘର କଇଁଫୁଲ ଗାଁକୁ ଆସିଥିଲେ। ଗତକାଲି ରାତିରେ ଝିଅ ଘର ବାଡି ପଟେ ଏକ ବୋରୱେଲରେ ପଡିଯାଇଥିଲେ। ବୋରୱେଲ ନୂତନ ଭାବେ ଖୋଳା ଯାଇଥିବା ବେଳେ ପ୍ରାୟ ୨୦ଫୁଟ ଅଧିକ ଓସାରିଆ ଥିବାରୁ ମହିଳା ଖସି ପଡିଥିଲେ। ତେବେ ବର୍ତ୍ତମାନ ମହିଳା ୨୦ଫୁଟ ତଳେ ଥିବା ବେଳେ ସୋନପୁର ଓ ତରଭା ଅଗ୍ନିଶ୍ରମ ବାହିନୀ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏପରିକି ବର୍ତ୍ତମାନ ବୋରୱେଲ ଭିତରକୁ ଅକ୍ସିଜେନ ମଧ୍ୟ ଦିଆଯାଇଛି ଓ ଜେସିବି ମେସିନ ଡକାଯାଇ ମହିଳାଙ୍କୁ ଉଦ୍ଧାର କରିବା ପ୍ରୟାସ କରାଯାଉଛି।

ସଚେତନତାର ବାର୍ତ୍ତା ପ୍ରଚାର କରୁଛନ୍ତି ପତି-ପତ୍ନୀ, ୨୨ ବର୍ଷ ହେଲା କଳା ମାଧ୍ୟମରେ କରୁଛନ୍ତି ସଚେତନତା
ସୋନପୁର: ରବିବାର ପୂର୍ବାହ୍ନରେ ଜଣେ ବୟସ୍କା ମହିଳାଙ୍କ କଣ୍ଠରେ ଭାସି ଆସୁଥିବା ‘ଏ ବାବୁ, ମୋବାଇଲ୍‌ଥି କଥା ହେଇ ଗାଡି ନାଇଁ ଚଲାବୁ’ ଗୀତ ଶୁଣି ରାସ୍ତାରେ ଯାଉଥିବା ଲୋକେ କିଛି କ୍ଷଣ ଅଟକି ଯାଉଥିଲେ । ମୋବାଇଲରେ କଥା ହୋଇ ବାଇକ୍‌ ଚଳାଉ ଥିବା ଜଣେ ଯୁବକ ଏହି ଗୀତ ଶୁଣି ରାସ୍ତା କଡରେ ଅଟକି ମୋବାଇଲରେ କଥା ହୋଇଥିଲେ । ଏଭଳି ସଡକ ସୁରକ୍ଷାର ଗୀତ ସହ ବାଦ୍ୟକାରଙ୍କ ଢୋଲ ବାଦ୍ୟ ବହୁ ଲୋକଙ୍କୁ ବାନ୍ଧି ରଖିଥିଲା । କେବଳ ଯେ ସଡକ ସୁରକ୍ଷାର କଥା ନୁହେଁ ନିଶା ନିବାରଣ, ଜଙ୍ଗଲ ସୁରକ୍ଷା ଆଦି ବିଭିନ୍ନ ସଚେତନତା ଧର୍ମୀ ବାର୍ତ୍ତା ନେଇ ଦୀର୍ଘ ୨୨ ବର୍ଷ ହେଲା ବୁଲି ବୁଲି ପ୍ରଚାର କରୁଛନ୍ତି ପତି- ପତ୍ନୀ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ପଞ୍ଚାୟତ ଅନ୍ତର୍ଗତ ଝମ୍ଭାଲିପାଲି ଗାଁର ହରେକୃଷ୍ଣ ବାଘ ଏବଂ ପୂର୍ଣ୍ଣବାସୀ ବାଘ ।

ନିଜସ୍ୱ ଉଦ୍ୟମରେ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନ ବୁଲି ଏଭଳି ସଚେତନତାର ବାର୍ତ୍ତା ପ୍ରଚାର କରୁଛନ୍ତି । ହରେକୃଷ୍ଣଙ୍କୁ ୬୩ ବର୍ଷ ହୋଇଥିବା ବେଳେ ପୂର୍ଣ୍ଣବାସୀଙ୍କୁ ୫୮ ବର୍ଷ । ପତି-ପତ୍ନୀଙ୍କୁ ଏତିକି ବୟସ ହୋଇଥିଲେ ମଧ୍ୟ ବାର୍ଦ୍ଧକ୍ୟ ଛୁଇଁ ପାରିନାହିଁ । ହରେକୃଷ୍ଣ କହିଛନ୍ତି ଘରେ ବସି ଲାଭ କଣ କଳା ମାଧ୍ୟମରେ ଆମେ ସମାଜକୁ କିଛି ବାର୍ତ୍ତା ଦେଇ ପାରୁଛୁ । ଆମର ଦୁଇ ଝିଅଙ୍କୁ ବାହା କରାଇ ସାରିଛୁ, ଘରେ ଅବସର ସମୟରେ ଏକାକି କଣ କରିବୁ । କଳା ପରିବେଷଣ ଦ୍ୱାରା ଲୋକଙ୍କ ସହ ସମ୍ପର୍କ ଯୋଡି ହେଉଛି ବୋଲି ପୂର୍ଣ୍ଣବାସୀ କହିଛନ୍ତି ।

ସାପ କାମୁଡ଼ାରେ ପୃଥକ ପୃଥକ ସ୍ଥାନରେ ଜଣେ ଯୁବକ ଓ ମହିଳାଙ୍କ ମୃତ୍ୟୁ
ଉଲୁଣ୍ଡା/ ତେଲକୋଇ: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିଣ୍ଢୋଲରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ଯୁ ଘଟିଛି। ମୃତ ମହିଳା ଜଣକ ସିଣ୍ଢୋଲ ଗ୍ରାମର ସୌଭାଗିନୀ ଅମାତ (୩୨) ବୋଲି ଜଣାପଡିଛି।

ସୂଚନା ମୁତାବକ, ସୌଭାଗିନୀ ଆଜି ସକାଳ ସମୟରେ ନିଜ ବିଲକୁ କାମକରିବା ପାଇଁ ଯାଇଥିଲେ। ମାତ୍ର ବିଲରେ କାମକରୁଥିବା ସମୟରେ ଏକ ବିଷାକ୍ତ ସାପ ଆସି ତାଙ୍କ ଗୋଡରେ କାମୁଡି ଦେଇଥିଲା। ସାପ କାମୁଡ଼ିବା ଜାଣିପାରି ସୌଭାଗିନୀ ଚିତ୍କାର କରିବା ସହିତ ବିଲରୁ ବାହାରି ଆସିଥିଲେ। ତେବେ ତାଙ୍କ ଘରଲୋକ ତାଙ୍କୁ ତୁରନ୍ତ ସୋନପୁର ଡାକ୍ତର ଖାନାକୁ ନେଇ ଭର୍ତ୍ତି କରିଥିଲେ। ମାତ୍ର ସାପ ବିଷ ତାଙ୍କ ଶରୀରରେ ବ୍ୟାପି ଯାଇଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମ୍ରୁତ୍ୟୁ ଘଟିଥିଲା। ଅନ୍ୟପଟେ ମ୍ରୁତ ମହିଳାଙ୍କ ଗୋଟିଏ ୧୦ ବର୍ଷର ପୁଅ ଏବଂ ଗୋଟିଏ ୬ ବର୍ଷର ଝିଅ ଥିବା ଜଣାପଡିଛି। ତେବେ ମହିଳାଙ୍କ ଏଭଳି ଅକାଳ ମ୍ରୁତ୍ୟୁ ପାଇଁ ଗ୍ରାମରେ ଶୋକାକୁଳ ପରିବେଶ ଛାଇ ଯାଇଛି।

ସେହିପରି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କରମଙ୍ଗୀ ପଞ୍ଚାୟତ ଅଧିନ ସିନ୍ଦୁରିଆ ଗାଁରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ କାଳିଆ ପାତ୍ର(୨୫)।

ସୂଚନାନୁଯାୟୀ, ଗତ ଗୁରୁବାର ବିଳମ୍ବିତ ରାତିରେ ଘରେ ସୋଇଥିବା ଅବସ୍ଥାରେ ଏକ ବିଷଧର ସାପ କାମୁଡ଼ି ଥିଲା। ପରିବାର ଲୋକ ଜାଣିବା ପରେ ତାଙ୍କୁ ତେଲକୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ପକ୍ଷରୁ ଏକ ଅପ ମୃତ୍ୟୁ ମାମଲା ରୁଜ୍ଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇଛି।

ଦୁଇ ପୁଲିସ୍ କର୍ମଚାରୀଙ୍କୁ ନେଇ ସୋନପୁରରେ ଚର୍ଚ୍ଚା: ବୃଦ୍ଧାଙ୍କୁ କାନ୍ଧରେ ବୋହି ଜଗା ଦେଖାଇଲେ ଦେବ, ଅନ୍ଯପଟେ ଦୁର୍ଘଟଣା ପରେ ନିଜର କର୍ତ୍ତବ୍ୟ ଭୁଲିଗଲେ ପୁଲିସ ଅଧିକାରୀ
ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଦୁଇ ପୁଲିସ୍‌ କର୍ମଚାରୀଙ୍କୁ ନେଇ ବଡ ଜୋରରେ ଚର୍ଚ୍ଚା ଚାଲିଛି। ଜଣେ ହେଲେ ପୁଲିସ୍‌ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ଏବଂ ଅନ୍ୟ ଜଣେ ହେଲେ ସୁନାମାଟିର ସୁନାପୁଅ ଦେବଦତ୍ତ ବେହେରା। ପୁଲିସ୍‌ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ପୁଲିସ୍‌ ବିଭାଗର ଦାୟିତ୍ୱ ସଂପନ୍ନ ପଦବୀରେ ଥିଲେ ମଧ୍ୟ ନିଜ ଦାୟିତ୍ୱ ଓ ହାତାହିତ ଜ୍ଞାନକୁ ଭୁଲି ଗଲେ। ମଙ୍ଗଳବାର ସ୍ନିଗ୍ଧାରାଣୀଙ୍କ ୧୬ଜେ ୧୩୫୫ ନମ୍ବର ବିଶିଷ୍ଟ ଆର୍ଟିକା କାର୍‌ ଧକ୍କାରେ ନିଜ ପେଟ ପାଟଣା ପାଇଁ ହାଟକୁ ଆସୁଥିବା ତିନୋଟି ନିରୀହ ଜୀବନ ଚାଲିଗଲା। ତେବେ ଦୁର୍ଘଟଣା ପରେ ସ୍ନିଗ୍ଧାରାଣୀଙ୍କ ଭୂମିକାକୁ ନେଇ ଲୋକେ ନାପସନ୍ଦ କରୁଛନ୍ତି। ଜଣେ ତିନି ତାରକା ପାଇଥିବା ପୁଲିସ୍‌ ଅଧିକାରୀ ହୋଇ ମଧ୍ୟ ଦୁର୍ଘଟଣା ପରେ ନିଜର କର୍ତ୍ତବ୍ୟ ଭୁଲି ଘଟଣାସ୍ଥଳରୁ ଫେରାର ହୋଇଗଲେ। ସୋନପୁର ଏସ୍‌ପିଙ୍କ କହିବାନୁସାରେ ଯଦି ଭୟରେ ଘଟଣାସ୍ଥଳରୁ ଫେରାର ହୋଇଗଲେ ତେବେ ନିକଟସ୍ଥ ଥାନାକୁ ଯିବା କଥା । ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଡାକ୍ତରଖାନାରେ ପହଞ୍ଚାଇବାର ବ୍ୟବସ୍ଥା କରିବା କଥା । ଏହା ନକରି ଡ୍ରାଇଭରଙ୍କ ସହ ବଲାଙ୍ଗିର ହାତୀସାଲ ପଡାରେ ଲୁଚିଲେ। ସୋନପୁର ପୁଲିସ୍‌ ଖୋଜି ଖୋଜି ନୟାନ୍ତ ହେବା ପରେ ସନ୍ଧ୍ୟାରେ ଉଭୟଙ୍କୁ ଠାବ କରିଥିଲା । ଯଦି ସ୍ନିଗ୍ଧାରାଣୀଙ୍କ କୌଣସି ଭୁଲ୍‌ ନ ଥିଲା ଥାନାକୁ ନଯାଇ ଲୁଚିଲେ କାହିଁକି? ସେ ଯେଉଁ ଜିଲ୍ଲାରେ କାମ କରୁଥିଲେ ମଧ୍ୟ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ପୁଲିସ୍‌ର ପ୍ରଥମ କର୍ତ୍ତବ୍ୟ ହୋଇଥିଲେ ମଧ୍ୟ ତାହା ଭୁଲି ଗଲେ ।

ଅନ୍ୟ ଜଣେ ହଲେ ଏହି ଜିଲ୍ଲାର କୃତି ସନ୍ତାନ ଦେବଦତ୍ତ ବେହେରା । ଯହାଙ୍କ ପାଇଁ ସାରା ଜିଲ୍ଲାବାସୀ ଗର୍ବ ଅନୁଭବ କରୁଛନ୍ତି। ସୁନାବେଶ ସମୟରେ କାଳିଆ ଦର୍ଶନ ପାଇଁ ଜଣେ ବୃଦ୍ଧା ଆତୁର ହୋଇ ଯାଉଥିଲେ। ତେବେ ଲକ୍ଷ ଲକ୍ଷ ଲୋକଙ୍କ ଗହଳି ଭିତରେ କାଳିଆଙ୍କ ଦର୍ଶନ ନପାଇଁ ବୃଦ୍ଧା ଜଣଙ୍କ ଦୁଃଖରେ ଭାଙ୍ଗି ପଡୁଥିଲେ। ତେବେ ଦେବଦତ୍ତଙ୍କ ନଜର ଏହି ବୃଦ୍ଧା ମାଙ୍କ ଉପରେ ପଡିଲା । ନିଜ କାନ୍ଧରେ ଉକ୍ତ ବୁଢୀ ମାଙ୍କୁ ବସାଇ କାଳିଆ ଦର୍ଶନ କରାଇଥିଲେ ଦେବଦତ୍ତ । ତେବେ ଦେବଦତ୍ତଙ୍କ ଏଭଳି ମହାନ କାମ ପାଇଁ କେବଳ ଯେ ଜିଲ୍ଲାବାସୀ ଗର୍ବିତ ତାହା ନୁହେଁ ପୁଲିସ୍‌ ବିଭାଗ ପ୍ରତି ଲୋକଙ୍କ ସମ୍ମାନ ଦ୍ୱିଗୁଣିତ ହୋଇଛି ।

ସୁବଣ୍ଣ ର୍ପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ରାମପୁର ନିବାସୀ କୈଳାସଚନ୍ଦ୍ର ବେହେରାଙ୍କ ପୁଅ ଦେବଦତ୍ତ ବେହେରା । ସେ ଓଡିଶା ପୁଲିସ୍‌ରେ ଏସ୍‌ଓଜି କମାଣ୍ଡୋ ଭାବେ କାର୍ଯ୍ୟ କରୁଛନ୍ତି। ଦେବଦତ୍ତ ନିଜ କାନ୍ଧରେ ବୁଢୀ ମାଙ୍କୁ ବସାଇ ଥିବାର ଫଟୋ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଦେବଦତ୍ତଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି । ପୁରୀ ପୁଲିସ୍‌ ଏବଂ ପୁରୀ ଏସ୍‌ପି ଏସ୍‌ଓଜି ଯବାନଙ୍କ ଏହି ଫଟୋ ଟ୍ୱିଟ୍‌ କରିଛନ୍ତି । ସାଂସଦ ଅମର ପଟ୍ଟନାୟକଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ଦେବଦତ୍ତଙ୍କୁ ଭୂୟଶୀ ପ୍ରଶଂସା କରିଛନ୍ତି ।

ଦମ୍ପତ୍ତିଙ୍କ ମୁହଁରେ ସ୍ପ୍ରେ ମାରି ଲୁଟ୍ ଉଦ୍ୟମ, ୩ ଲୁଟେରାଙ୍କୁ କାବୁ କଲେ ଗ୍ରାମବାସୀ
ଉଲୁଣ୍ଡା: ଉଲୁଣ୍ଡା ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ଚୋରି ଡକାୟତି। ଚୋତ ଡକାୟତମାନଙ୍କ ପାଦୁର୍ଭାବ ବଢିଚାଲିଥିବା ବେଳେ ରୋକିବାରେ ବିଫଳ ହେଉଛି ପୁଲିସ ପ୍ରଶାସନ। ଲୁଟେରା କେତେବେଳେ ରାତି ଘରକୁ ପସି ବନ୍ଧୁକ ଦେଖାଇ ଟଙ୍କା ପଇସା ଲୁଟି ନେଉଥିବା ବେଳେ କେତେବେଳେ ଦିନ ଦ୍ବିପହରରେ ସୁନସାନ ରାସ୍ତା ଦେଖି ଲୋକଙ୍କୁ ଅଟକାଇ ଲୁଟି ନେଉଛନ୍ତି ଟଙ୍କା ଏବଂ ସୁନାଗହଣା। ମାତ୍ର ଏସବୁକୁ ରୋକିବାରେ ଫେଲ ମାରୁଛି ପୁଲିସ। ସେହିପରି ଭାବରେ ଆଜି ଉଲୁଣ୍ଡା ଥାନା ଅନ୍ତର୍ଗତ କେଉଟିପାଲି ନିକଟରେ ଏକ ଫିଲ୍ମି ଷ୍ଚଲରେ ଲୁଟର ଉଦ୍ୟମ କରାଯାଇଥିଲା। ଦମ୍ପତ୍ତିଙ୍କ ମୁହଁରେ ସ୍ପ୍ରେ ମାରି ଲୁଟ ଉଦ୍ୟମ କରିଥିବା ନେଇ ଉଲୁଣ୍ଡା ଥାନାରେ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଆଜି ସକାଳୁ ସାରସମାଲ ଗ୍ରାମର ଗଣ୍ଡାରାମ ଭୋଇ ଓ ତାଙ୍କ ସ୍ତ୍ରୀ ସବିତା ସମ୍ବଲପୁରରୁ ଏକ ବାଇକ ଯୋଗେ ନିଜ ଘରକୁ ଫେରୁଥିଲେ । ଏହି ସମୟରେ କେଉଟିପାଲି ନିକଟରେ ୩ଜଣ ଦୁର୍ବୃତ୍ତ ମୁଖାପିନ୍ଧି ଏକ ବାଇକରେ ତାଙ୍କ ପାଖକୁ ଆସି ତାଙ୍କ ମୁହଁକୁ ସ୍ପ୍ରେ ମାରି କିଛି ଦୁରକୁ ଚାଲିଯାଇଥିଲେ । ଗଣ୍ଡାରାମ ହେଲମେଟ ପିନ୍ଧିଥିବାରୁ ତାଙ୍କ ମୁହଁରେ ପଡି ନ ଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ମୁହଁରେ ପଡିଥିଲା । ମୁହଁ ଜଳିବାରୁ ଗାଡିକୁ ଅଟକାଇ ମୁହଁ ଧୋଉଥିବା ବେଲେ ଦୁର୍ବୃତ୍ତ ମାନେ ପୁଣି ଆସି ଯୁକ୍ତିତର୍କ କରି ଲୁଟ ଉଦ୍ୟମ କରୁଥିବା ବେଲେ ଦମ୍ପତି ଚିକ୍ତାର କରିଥିଲେ । ଫଲରେ ଘଟଣା ସ୍ଥଲରୁ ଦୁର୍ବୃତ୍ତ ମାନେ ଫେରାର ମାରିଥିଲେ । ଏହି ସମୟରେ ରାସ୍ତାରେ ଯାତାୟାତ କରୁଥିବା କିଛି ଲୋକଙ୍କ ସହାୟତାରେ ଦମ୍ପତି ଘରକୁ ଫେରୁଥିବା ବେଲେ ପୁଣି ସିଣ୍ଢୋଲ ପର୍ଯ୍ଯନ୍ତ ପିଛା କରିଥିଲେ । ପିଛା କରୁଥିବା ଜାଣିପାରି ଦମ୍ପତି ସିଣ୍ଢୋଲ କଲେଜ ନିକଟରେ ଥିବା ଏକ ହଟେଲ ଭିତରକୁ ପସି ଯାଇଥିଲେ ।

ସେଠାରେ ସ୍ଥାନୀୟ ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ସ୍ଥାନୀୟ ଲୋକେ ଦୁର୍ବୁତ୍ତ ମାନେ କେଉଟିପାଲି ପଟକୁ ଯାଉଥିବା ଖବର ପାଇ ସ୍ଥାନୀୟ କିଛି ଲୋକଙ୍କୁ ଯୋଗାଯୋଗ କରିଥିଲେ। କେଉଟିପାଲି ନଦୀଘାଟ ଦେଇ ଫେରାର ଉଦ୍ୟମ କରୁଥିବା ବେଲେ ସ୍ଥାନୀୟଲୋକେ ତିନିଜଣ ଦୁର୍ବୃତ୍ତଙ୍କୁ କାବୁ କରି ପୁଲିସକୁ ଜଣାଇଥିଲେ । ଘଟଣା ସ୍ଥଲରେ ପୁଲିସ ପହଞ୍ଚିବା ପରେ ଦୁର୍ବୁତ୍ତ ମାନଙ୍କୁ ହସ୍ତାନ୍ତର କରିଥିଲେ । ତେବେ ଦୁର୍ବୃତ୍ତ ମାନଙ୍କ  ଏକ ବାଇକ ମଧ୍ୟ ପୁଲିସ ଜବତ କରିଥିବା ଜଣାପଡିଛି । ଏନେଇ ଗଣ୍ଡାରାମା ଥାନାରେ ଲିଖିତ ଭାବରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିଛି । ଅଟକ ୩ ଜଣ ଦୁର୍ବୃତ୍ତମାନଙ୍କୁ ପଚରା ଉଚୁରା କରୁଥିବା ଜଣାପଡିଛି ।

ତେବେ ପୁଲିସ ପକ୍ଷରୁ ପାଟ୍ରୋଲିଙ୍ଗ ବଢାଇବା ସହିତ ଚୋର ଡକାୟତମାନଙ୍କୁ କାବୁକରି ଗିରଫ କରିବାକୁ ସ୍ଥାନୀୟଲୋକେ ଦାବି କରିଛନ୍ତି। ତେବେ ଏନେଇ ଉଲୁଣ୍ଡା ଆଇଆଇସି ଚନ୍ଦ୍ରମୋହନ ସିଂ ପ୍ରକାଶ କରିଛନ୍ତି ଯେ, ଆମେ ଲୋକଙ୍କୁ ସୁରକ୍ଷା ଦେବାପାଇଁ ସର୍ବଦା ଚେଷ୍ଟା ଜାରି ରଖିଛୁ। ପ୍ରତିଦିନ ରାତିରେ ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ପାଟ୍ରୋଲିଙ୍ଗ ମଧ୍ୟ ଚାଲିଛି ଏବଂ ଚୋରଙ୍କୁ ଧରିବାରେ ମଧ୍ୟ ଆମେ ଆମ ଚେଷ୍ଟା ଜାରି ରଖିଛୁ।

ପାତାଳୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ
ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ପାତାଳୀ ଶ୍ରୀକ୍ଷତ୍ରରେ ରଥଯାତ୍ରା ପାଳିତ ହୋଇଯାଇଛି। ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ଏଠାରେ କେବଳ ରିତୀ ନିତୀରେ ଏହି ରଥଯାତ୍ରା ପାଳନ କରାଯାଉଥିଲା। ଚଳିତ ବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ରଥଯାତ୍ରା ପାଳିତ ହେଉଥିବାରୁ ଭକ୍ତମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଛି।

ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହ କୋଟସମଲାଇର ଛଳିଆ ପାହଡ଼ର ଶ୍ରୀମନ୍ଦିରରୁ ଘୋଷଯାତ୍ରାରେ ବାହାରି ଥିଲେ। ପ୍ରାୟ ୨୦୦ଫୁଟ ତଳକୁ ଧାଡ଼ିହଣ୍ଡିରେ ବିଗ୍ରହମାନେ ଆସି ରଥାରୂଢ ହୋଇଥିଲେ। ଶ୍ରଦ୍ଧାଳୁଙ୍କ ବେଶ ଭିଡ ଦେଖିବାକୁ ମିଳିଥିଲା। ଛଳିଆ ପାହାଡ଼ର ଶ୍ରୀମନ୍ଦିରରୁ ପ୍ରାୟ ୨୦୦ଫୁଟ ତଳକୁ ସେବାୟତମାନେ ତିନିବିଗ୍ରହଙ୍କୁ ପହଣ୍ଡି କରି ଆଣିଥିଲେ।

ଶ୍ରୀ ପାତାଳୀ କ୍ଷେତ୍ରରେ ମହାପ୍ରଭୁ ୧୪୪ ବର୍ଷ ପାତାଳୀ ହୋଇଥିଲେ। ଗତ ୧୨ ବର୍ଷ ତଳେ ପୁରୀ ଶ୍ରୀମନ୍ଦିର ଦେଇଥିବା ତିନି ବିଗ୍ରହଙ୍କୁ ଛଳିଆ ପାହଡର ପାତାଳି ଶ୍ରୀକ୍ଷେତ୍ରର ଛଳିଆ ପାହଡରେ ପ୍ରତିଷ୍ଠା କରାଯାଇଥିଲା। ପୁରୀ ଗଜପତି ଦିବ୍ୟସିଂହ ଦେବ ସାମିଲ ହୋଇଥିଲେ ଶ୍ରୀଜଗନ୍ନାଥଙ୍କ ପ୍ରତିଷ୍ଠା ଉତ୍ସବରେ। ସେହିଦିନ ଠାରୁ ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇର ପାତଳି ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ରୀତି ନୀତିରେ ଏହି ରଥଯାତ୍ରା ପାଳନ କରାଯାଉଛି।

‘ଏଭଳି ଦୁଃଖ କାହାକୁ ନମିଳୁ’: ସିଆର୍‍ପିଏଫ୍‍ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ, ଅଧୁରା ରହିଗଲା ମା’ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ
ସୋନପୁର:ମାଆଙ୍କ ପ୍ରଥମ ବାର୍ଷିକି ଶ୍ରାଦ୍ଧର ଆୟୋଜନ ପାଇଁ କର୍ମସ୍ଥଳୀ ନାଗାଲାଣ୍ଡରୁ ନିଜ ଘର ସୋନପୁରକୁ ଆସୁଥିଲେ। ତେବେ ତାହା ସମ୍ଭବ କରାଇ ଦେଲାନି ବିଧାତା। ନିଜେ ପହଞ୍ଚିବା ବଦଳରେ ଛଅ ଦିନ ପରେ ଘରେ ପହଞ୍ଚିଲା ସିଆର୍‍ପିଏଫ୍‍ ଯବାନ ପ୍ରତାପ ନାଏକଙ୍କ ମୃତ୍ୟୁ ଖବର। ଏଭଳି ଏକ ଦୁଃଖଦ ଖବର ସୋନପୁର ମଝିପଡ଼ା ନିବାସୀ ପ୍ରତାପଙ୍କ ସାନଭାଇ ପ୍ରଦୀପଙ୍କ ନିକଟକୁ ପହଞ୍ଚିବା ପରେ ସମଗ୍ର ସହରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସୋନପୁର ମଝିପଡ଼ା ନିବାସୀ ତ୍ରିଲୋଚନ ନାଏକଙ୍କ ମଝିଆ ପୁଅ ପ୍ରତାପ(୩୮) ୨୦୦୭ ମସିହାରେ ସିଆର୍‍ପିଏଫ୍‍ରେ ଯୋଗ ଦେଇଥିଲେ। ସେ ଦେଢବର୍ଷ ହେବ ନାଗାଲାଣ୍ଡରେ କାର୍ଯ୍ୟରତ ଥିଲେ। ଗତ ବର୍ଷ ଜାନୁଆରୀ ୨୩ ତାରିଖରେ ବାପାଙ୍କ ହୃଦ୍‍ଘାତରେ ଏବଂ ଠିକ ୯ ମାସ ପରେ ମାଙ୍କ କରୋନାରେ ମୃତ୍ୟୁ ହୋଇ ଯାଇଥିଲା। ଅକ୍ଟୋବର ୧୨ରେ ମାଙ୍କ ବାର୍ଷିକ ଶ୍ରାଦ୍ଧ ଅଛି। ତେଣୁ ପ୍ରତାପ ଜରୁରୀ ଛୁଟି ମାଗି କର୍ମସ୍ଥଳୀ ନାଗାଲାଣ୍ଡରୁ ସୋନପୁର ଅଭିମୁଖେ ଅକ୍ଟୋବର ୧ ତାରିଖରେ ବାହାରି ଥିଲେ। ଦିମାପୁର ରେଳ ଷ୍ଟେସନ୍‍ରେ ସିଆର୍‍ପିଏଫ୍‍ ସୁରକ୍ଷା ଗାଡି ଛାଡି ଦେଇଥିଲା ପ୍ରତାପଙ୍କୁ। ଅକ୍ଟୋବର ୧ ତାରିଖ ଶୁକ୍ରବାର ରାତି ୧୧ଟା ୩୩ରେ ଦିମାପୁର ଷ୍ଟେସନ୍‍ରେ ତିନିଶୁକିଆ-ବେଙ୍ଗାଳୁଲୁ ସୁପରଫାଷ୍ଟ ଟ୍ରେନ ଧରି ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ। ତେବେ ପ୍ରତାପ ଭୁବନେଶ୍ୱର ପହଞ୍ଚିଲେ ନାହିଁ କି ସକାଳୁ ପତ୍ନୀଙ୍କ ଫୋନ୍‍ ରିସିଭ୍‍ କଲେ ନାହିଁ। ତେଣୁ ପରିବାର ଲୋକଙ୍କ ସନ୍ଦେହଜାତ ହେଲା। ପ୍ରତାପଙ୍କ ନିଖୋଜ ନେଇ ଭୁବନେଶ୍ୱର ଆର୍‍ପିଏଫ୍‍ରେ ଅଭିଯୋଗ ଦାଖଲ କରାଗଲା। ତେବେ ୭ ତାରିଖ ଯାଏଁ କିଛି ଖୋଜ ଖବର ମିଳିଲା ନାହିଁ।

କିଛି ସ୍ଥାନୀୟ ଲୋକ ଏନେଇ ୭ ତାରିଖରେ ରେଳମନ୍ତ୍ରୀ, ସିଆର୍‍ପିଏଫ୍‍, ନାଗାଲାଣ୍ଡ ଏବଂ ଓଡ଼ିଶା ପୋଲିସ୍‍ ଡିଜିଙ୍କୁ ଟ୍ୱିଟ୍‍ କଲା ପରେ। ଦିନ ସାଢେ ୧୨ଟାରେ ପ୍ରତାପଙ୍କ ଭାଇ ପ୍ରଦୀପଙ୍କ ନିକଟକୁ ନାଗାଲାଣ୍ଡ ସିଆର୍‍ପିଏଫ୍‍ କଣ୍ଟ୍ରୋଲ ରୁମ୍‍ରୁ ଏକ ଫଟୋ ପଠାଇ ଚିହ୍ନିବା ପାଇଁ କୁହାଗଲା। ପ୍ରଦୀପ ନିଜ ଭାଇକୁ ଚିହ୍ନିଲା ପରେ ପ୍ରତାପଙ୍କ ମୃତ୍ୟୁ ନେଇ ସମସ୍ତେ ସ୍ପଷ୍ଟ ହୋଇଗଲେ।

ସିଆର୍‍ପିଏଫ୍‍ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ପରଦିନ ଲମଡିଙ୍ଗ ଷ୍ଟେସନ୍‍ ରେଳ ଧାରଣା କଡରୁ ମୃତଦେହ ମିଳିଥିଲା। ମୃତଦେହ ଠାବ ହେବାର ପାଞ୍ଚ ଦିନ ହୋଇ ଗଲାଣି। ତେଣୁ ଶୀଘ୍ର ନିଅ ନଚେତ ସେଠାରେ ଶବ ଶତ୍କାର ପାଇଁ ଅନୁମତି ଦିଅ ବୋଲି ସିଆର୍‍ପିଏଫ୍‍ ପକ୍ଷରୁ କୁହାଯାଇଥିଲା। ସେଠାରେ ଶବଶତ୍କାର ପାଇଁ ଅନୁମତି ଦିଆଯାଇଥିବା ଜଣା ପଡ଼ିଛି। ତେବେ ଜନ୍ମମାଟିକୁ ମୃତଦେହ ମଧ୍ୟ ଫେରି ପାରିଲା ନାହିଁ।

ତେବେ ପ୍ରତାପଙ୍କୁ ଡକାୟତ ମାନେ ଆକ୍ରମଣ କରି ଟ୍ରେନରୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ପ୍ରତାପ ନିଜ ସ୍ତ୍ରୀଙ୍କ ସହ ଟ୍ରେନ ଧରିବା ପୂର୍ବରୁ ଫେନ୍‍ରେ କଥା ହେଉଥିଲେ। କିଛି ଅସାମାଜିକ ଲୋକ ତାଙ୍କୁ ଫଲୋ କଲା ଭଳି ଲାଗୁଛି ବୋଲି ସ୍ତ୍ରୀଙ୍କୁ କହିଥିଲେ। ଏଭଳିକି ସେମାନେ ସେହି ବଗିକୁ ମଧ୍ୟ ଚଢିଥିଲେ। ଟ୍ରେନ ରାତି ୧୧ଟା ୩୩ରେ ଦିମାପୁର ଛାଡିଥିଲା। ରାତି ଗୋଟାଏ ୩୨ରେ ଲମଡିଙ୍ଗ ଷ୍ଟେସନ୍‍ରେ ପହଞ୍ଚିଥାନ୍ତା। ତେବେ ତା ପୂର୍ବରୁ ମୃତଦେହ ମିଳିଥିବାରୁ ରାତି ସାଢେ ଗୋଟାଏ ମଧ୍ୟରେ ପ୍ରତାପଙ୍କୁ ହତ୍ୟା କରି ଟ୍ରେନରୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ତେବେ ଗତବର୍ଷ ଉଭୟ ବାପା-ମାଙ୍କୁ ହରାଇ ଥିଲେ ପ୍ରଦୀପ। ଘଟଣାର ବର୍ଷେ ନପୁରୁଣୁ ବଡଭାଇ ପ୍ରତାପଙ୍କୁ ହରାଇ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି ପ୍ରଦୀପ। ଏଭଳି ଦୁଃଖ କାହାକୁ ନ ମିଳୁ ବୋଲି କୋହ ଭରା କଣ୍ଠରେ ପ୍ରଦୀପ କହିଛନ୍ତି। ଦେଢ ବର୍ଷ ହେବ ପ୍ରତାପ ବାହା ହୋଇଥିଲେ। ପ୍ରତାପଙ୍କ କୌଣସି ସନ୍ତାନ ସନ୍ତତି ହୋଇ ନ ଥିଲା। ନିଜ ସ୍ୱାମୀଙ୍କୁ ହରାଇ ବାରମ୍ବାର ଚେତାଶୂନ୍ୟ ହୋଇ ଯାଉଛନ୍ତି ତାଙ୍କ ସ୍ତ୍ରୀ। ତିନିଭାଇ ଭିତରୁ ପ୍ରତାପଙ୍କ ବଡଭାଇ ଜଣେ ଭିନ୍ନକ୍ଷମ। ତଦନ୍ତ କରି ମୃତ୍ୟୁର ପ୍ରକୃତ କାରଣ ଜଣାଇବା ସହ ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସୋନପୁରରେ ଦାବି ହୋଇଛି।

ତମ୍ବାନାଗର ଯାଦୁଗର ପ୍ରଶାନ୍ତ
ସୋନପୁର: ସୋନପୁର ସହରର ପଟାଭାଡି ନିବାସୀ ପ୍ରଶାନ୍ତ ମେହେରଙ୍କ କୌଳିକ ବୃତ୍ତି ହେଲା ଲୁଗା ବୁଣିବା। ତନ୍ତ ଶିଳ୍ପରେ ଖୁବ୍‍ ଖ୍ୟାତି ଅର୍ଜନ କରିଥିଲେ ପ୍ରଶାନ୍ତଙ୍କ ପୂର୍ବଜ। ତେବେ ପାରମ୍ପରିକ ବୃତ୍ତିରୁ କିଛି ଅଲଗା କରି ଦେଖାଇବାର ମନ ବଳାଇଲେ ପ୍ରଶାନ୍ତ। ତେଣୁ ତନ୍ତଶିଳ୍ପ ଛାଡି ତମ୍ବା ନାଗ ତିଆରି କରିବା ଆରମ୍ଭ କଲେ। ୧୮ ବର୍ଷ ତଳେ ତମ୍ବାନାଗ ତିଆରି ଆରମ୍ଭ କରିଥିବା ପ୍ରଶାନ୍ତ ଏବେ ଏହି କାରିଗରୀର ମାଷ୍ଟର ବନିଗଲେ। ପ୍ରଶାନ୍ତଙ୍କୁ ତମ୍ବାନାଗ ତିଆରିରେ ତାଙ୍କ ପୁଅ ଅମରେଶ ଏବଂ ସ୍ତ୍ରୀ ବହୁତ ସାହାଯ୍ୟ କରନ୍ତି।

୬୭ ବର୍ଷୀୟ ପ୍ରଶାନ୍ତଙ୍କ ବୌଦ୍ଧ ଜିଲ୍ଲା ଗୁଡଭେଳିପଦରର ମୂଳ ନିବାସୀ। ପଟାଭାଡିରେ ଏକ ଭଡା ଘର ନେଇ ସେ ତାଙ୍କର ତମ୍ବାନାଗ ତିଆରି ଶିଳ୍ପ ଜାରି ରଖିଛନ୍ତି। ତେବେ ଲକଡାଉନ୍‍ ପରେ ପରିଶ୍ରମ ଅନୁସାରେ ଲାଭ ମିଳୁ ନ ଥିବା କହିଛନ୍ତି ୩୧ ବର୍ଷୀୟ ଅମରେଶ। ପୂର୍ବରୁ ଏହି ତମ୍ବାନାଗ ବିକ୍ରି କରି ମାସିକ ୧୫-୧୭ ହଜାର ରୋଜଗାର ହେଉଥିବା ବେଳେ ଏବେ ମାତ୍ର ୯-୧୦ ହଜାର ଟଙ୍କା ମିଳୁଥିବା ସେ କହିଛନ୍ତି। ତମ୍ବା କିଲୋପ୍ରତି ୧୧ ଶହ ଟଙ୍କା ଥିବା ବେଳେ ନାଗ ତିଆରି ପାଇଁ ସିସା ଏବଂ ଗ୍ୟାସ ବ୍ୟବହାର ହୋଇଥାଏ। ୪ ଫୁଟ ଉଚ୍ଚର ନାଗ ତିଆରି ପାଇଁ ୮-୧୦ କିଲୋ ତମ୍ବା ଲାଗିଥାଏ ବୋଲି କହିଛନ୍ତି ପ୍ରଶାନ୍ତ। ୧୮ରୁ ୨୦ ଇଞ୍ଚର ନାଗର ବିକ୍ରି ଅଧିକ ହୋଇଥାଏ। ତେଣୁ ଗ୍ରାହକଙ୍କ ଚାହିଦା ଅନୁସାରେ ଆମେ ନାଗ ତିଆରି କରିଥାଉ। ତେବେ ଆମର କୌଳିକ ବୃତ୍ତି ଲୁଗା ବୁଣିବା ଛାଡି ତମ୍ବା ନାଗ ତିଆରିରେ ଆମେ ସୁନାମ ଅର୍ଜନ କରିଥିବାରୁ ଖୁବ୍‍ ଖୁସି ଲାଗୁଛି। ଦୁନିଆରେ ଏପରି କୌଣସି କାମ ନାହିଁ ଯାହା ମଣିଷ ପାଇଁ ଅସାଧ୍ୟ। ପରିଶ୍ରମ କଲେ ସବୁ କାମରେ ସଫଳତା ମିଳିଥାଏ ବୋଲି କହିଛନ୍ତି ପ୍ରଶାନ୍ତ।

ଦେଉଳଝରିର ଅନ୍ୟତମ ଆକର୍ଷଣ ‘ଟଙ୍କା ଗଛ’
ସୋନପୁର: ଟଙ୍କା କଣ ଗଛରେ ଫଳେ ? ଏହି ଉକ୍ତିକୁ ନେଇ କିଛି ବର୍ଷ ହେଲା ଭାରତୀୟ ରାଜନୀତିରେ ଖୁବ୍‍ ଝଡ ଉଠିଛି। ତେବେ ସୋନପୁର ଜିଲ୍ଲା ବୀରମହାରାଜପୁର ସବଡିଭିଜନ ଅନ୍ତର୍ଗତ ଦେଉଳଝରି ପାହାଡର ଅନ୍ୟତମ ଆକର୍ଷଣ ସାଜିଛି ଏଠାରେ ଥିବା ଟଙ୍କା ଗଛ। ଗୋଟିଏ କି ଦୁଇଟା ନୁହେଁ, ଗୁମ୍ଫା ନିକଟରେ ରହିଛି ଏଭଳି ବହୁ ଟଙ୍କା ଗଛ। ଗଛ ସାରା ଟଙ୍କାକିଆ, ଦୁଇ ଟଙ୍କିଆ, ପାଞ୍ଚ ଟଙ୍କିଆ ଏଭଳିକି ଦଶ ଟଙ୍କିଆ ମୁଦ୍ରା ମଧ୍ୟ ଭର୍ତ୍ତି। ତେବେ ସତ ସତିକା ଏହି ମୁଦ୍ରା ସବୁ ଗଛରେ ଫଳିନାହିଁ। ଏହି ଗଛ ଦେହରେ ଏଭଳି ମୁଦ୍ରା ଲଗାଇଲେ ସବୁ ମାନସିକ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ଅଛି।

ପ୍ରକୃତି ଉପାସନାର ପ୍ରକୃତ ନିଦର୍ଶନ ହେଉଛି ଏହି ଗଛ। ଠାକୁର ଦର୍ଶନ କଲା ପରେ ଆଗରେ ରଖା ଯାଇଥିବା ଦାନ ଥାଳିଆରେ କିଛି ଟଙ୍କା ଦେବାର ପରମ୍ପରା ବହୁ ଦିନରୁ ରହି ଆସିଛି। ଦେଉଳଝରିରେ ବୃକ୍ଷକୁ ଦେବତା ଭାବେ ପୂଜା କରାଯାଉ ଥିବାରୁ ଏହି ଗଛରେ ମୁଦ୍ରା ଲଗା ଯାଇଥାଏ। ଅଞ୍ଚଳରେ ଏକ ବିଶ୍ୱାସ ରହିଛି ଏହି ଗଛରେ ଟଙ୍କା ଲଗାଇଲେ ଯେଉଁ ମାନସିକ ନେଇ ଦେଉଳଝରି ଆସିଥିବେ ତାହା ପୂରଣ ହୋଇଥାଏ।

ପରିବେଶବିତ୍‍ ଘାସିରାମ ପଣ୍ଡା କହିଛନ୍ତି ବିଭିନ୍ନ ମାନସିକ ରଖି କୌଣସି ଧାର୍ମିକ ସ୍ଥଳରେ ଘଣ୍ଟି କିମ୍ବା ବାନା ବାନ୍ଧିଥାନ୍ତି ଲୋକେ। ତେବେ ଦେଉଳଝରିର ଗଛରେ ଟଙ୍କା ଲଗାଇବା ହେଉଛି ଏକ ସ୍ୱତନ୍ତ୍ର ପରମ୍ପରା। ଏଥିରୁ ଜଣା ପଡୁଛି ଜଙ୍ଗଲକୁ ଲୋକେ ଭଲ ପାଉଛନ୍ତି। ଏହା ଯୋଗୁଁ ଦେଉଳଝରି ସବୁଜିମାରେ ଭର୍ତ୍ତି। ବାବା ଗୋବିନ୍ଦ ଦାଶ କହିଛନ୍ତି କିଏ କେବେ ଏହି ପରମ୍ପରା ଆରମ୍ଭ କରିଛି ଜଣା ନାହିଁ। କିନ୍ତୁ ଭକ୍ତି ଭାବରେ ଶତାଧିକ ବର୍ଷ ହେଲା ଗଛରେ ମୁଦ୍ରା ଲଗାଇବା ପରମ୍ପରା ଏଠି ଜାରି ରହିଛି। ଏହାଦ୍ୱାରା ମାନସିକ ପୂରଣ ହେଉଥିବା ଲୋକେ କୁହନ୍ତି।