dual degree - The Sakala

ଶିକ୍ଷାନୁଷ୍ଠାନଗୁଡ଼ିକୁ ୟୁଜିସିର ପରାମର୍ଶ: ଦ୍ୱୈତ ଡିଗ୍ରି ବ୍ୟବସ୍ଥାରେ ସମସ୍ୟା ହେବନି ସିଏଲ୍‌‌ସି
ଭୁବନେଶ୍ୱର: ଦ୍ୱୈତ ଡିଗ୍ରି ବ୍ୟବସ୍ଥାରେ ନାମଲେଖା ନେଇ ୟୁଜିସି (ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ) ପୁନଶ୍ଚ ମାର୍ଗଦର୍ଶିକା ଜାରି କରିଛି। ନାମଲେଖା ସମୟରେ ପିଲାମାନେ ବିଭିନ୍ନ ସମସ୍ୟାକୁ ସାମ୍ନା କରୁଥିବା ୟୁଜିସି ଦର୍ଶାଇ ଏହି ମାର୍ଗଦର୍ଶିକା ଜାରି କରିଛି।

ୟୁଜିସି ଦର୍ଶାଇଛି ଯେ, ଦ୍ୱୈତ ଡିଗ୍ରି ବ୍ୟବସ୍ଥାରେ ଛାତ୍ରଛାତ୍ରୀ ନାମଲେଖାରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷତଃ କଲେଜ ଲିଭିଂ ସାର୍ଟିଫିକେଟ୍‌‌ (ସିଏଲ୍‌‌ସି) ଓ ଚରିତ୍ର ପ୍ରମାଣପତ୍ର ଆଦି ପାଇଁ ପିଲାମାନେ ନାମଲେଖାରୁ ବଞ୍ଚିତ ହେଉଛନ୍ତି। ବିଶ୍ୱବିଦ୍ୟାଳୟଗୁଡ଼ିକ ଏକକାଳୀନ ଦ୍ୱୈତ ଡିଗ୍ରି ପାଇଁ ପିଲାଙ୍କଠାରୁ ନାନା ଡକ୍ୟୁମେଣ୍ଟ ଆଦାୟ କରୁଥିବାବେଳେ ପିଲାଙ୍କୁ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ୁଛି। ୟୁଜିସି ଆହୁରି ମଧ୍ୟ ଦର୍ଶାଇଛି ଯେ, ଦ୍ୱୈତ ଡିଗ୍ରି ଅଧ୍ୟୟନ ବ୍ୟବସ୍ଥା ପାଇଁ ୟୁଜିସି ପକ୍ଷରୁ ବିଗତ ବର୍ଷ ଏପ୍ରିଲ୍‌‌ ୧୩ ତାରିଖରେ ଏକ ମାର୍ଗଦର୍ଶିକା ଜାରି ହୋଇଛି। ଉକ୍ତ ମାର୍ଗଦର୍ଶିକାକୁ ଅନୁକରଣ କରିବା ତଥା ବିଶ୍ୱବିଦ୍ୟାଳୟଗୁଡ଼ିକରେ ଦ୍ୱୈତ ଡିଗ୍ରି ବ୍ୟବସ୍ଥା ତ୍ୱରିତ ଆରମ୍ଭ କରିବା ଦିଗରେ ପଦକ୍ଷେପ ପାଇଁ ପରାମର୍ଶ ଦେଇଛି। ଏନେଇ ୟୁଜିସି ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛି।

ନୂଆ ଶିକ୍ଷାନୀତି ଅନୁଯାୟୀ ଛାତ୍ରଛାତ୍ରୀ ଏକକାଳୀନ ଦୁଇଟି ଡିଗ୍ରି ହାସଲ କରି ପାରିବେ। ଡିପ୍ଲୋମା, ୟୁଜି ଓ ପିଜି ଆଦି ଡିଗ୍ରି ଏକ ସମୟରେ ଅଧ୍ୟୟନ କରିପାରିବେ। ତେବେ ଦୁଇଟି ରେଗୁଲାର୍‌‌ ପାଠ୍ୟକ୍ରମ ପାଇଁ ଅଲଗା ଅଲଗା କ୍ଲାସ ସମୟ ରହିବା ଆବଶ୍ୟକ। ଅର୍ଥାତ ଗୋଟିଏ କୋର୍ସ ପାଇଁ ସକାଳ ସମୟରେ କ୍ଲାସ ହେଉଥିଲେ ଅନ୍ୟଟି ସଂଧ୍ୟା ସମୟରେ ହେବା ଜରୁରୀ। ଅନ୍‌‌ଲାଇନ୍‌‌ ଓ ଦୂର ନିରନ୍ତର ପାଇଁ ସମୟର ପ୍ରତିବନ୍ଧକ ରହିବ ନାହିଁ। ଡିପ୍ଲୋମା, ୟୁଜି ଓ ପିଜି ଆଦି ଡିଗ୍ରି ସ୍ତରରେ ଏହି ବ୍ୟବସ୍ଥା ଲାଗୁ ହେବାକୁ ଥିବାବେଳେ ଏମଫିଲ୍‌‌ ଓ ପିଏଚ୍‌‌ଡିରେ ଦ୍ୱୈତ ଡିଗ୍ରି ବ୍ୟବସ୍ଥା ଲାଗୁ ହେବ ନାହିଁ ବୋଲି ୟୁଜିସି କହିଛି।

ନିଷ୍ପତ୍ତି ନେଲେନି ବିଶ୍ୱବିଦ୍ୟାଳୟ: ଦ୍ୱୈତ ଡିଗ୍ରୀକୁ ନେଇ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ
ଭୁବନେଶ୍ୱର: ଏକକାଳୀନ ଦୁଇଟି ଡିଗ୍ରି ହାସଲ କରିବେ ଛାତ୍ରଛାତ୍ରୀ। ଇଚ୍ଛା ମୁତାବକ ଦୁଇଟି ଭିନ୍ନ ପାଠ୍ୟକ୍ରମରେ ଡିଗ୍ରୀ ହାସଲ କରିବା ନେଇ ୟୁଜିସି(ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ) ବିଗତ ବର୍ଷରେ ମାର୍ଗଦର୍ଶିକା ଜାରି କଲା। ରାଜ୍ୟର ଛାତ୍ରଛାତ୍ରୀ ଏହାକୁ ନେଇ ଉତ୍ସାହିତ ହୋଇଥିଲେ ମଧ୍ୟ ଓଡ଼ିଶାର କୌଣସି ବିଶ୍ୱବିଦ୍ୟାଳୟ ଏସଂକ୍ରାନ୍ତରେ ଏଯାଏଁ ନିଷ୍ପତ୍ତି ଗ୍ରହଣ କରି ନାହାନ୍ତି। ଉଚ୍ଚଶିକ୍ଷା ବିଭାଗ ମଧ୍ୟ ଏ ସମ୍ପର୍କରେ କୌଣସି ନୀତିଗତ ନିଷ୍ପତ୍ତି ଗ୍ରହଣ କରିନି। ଫଳରେ ରାଜ୍ୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏନେଇ ଅସନ୍ତୋଷ ଦେଖା ଦେବା ସହ ନୂଆ ଶିକ୍ଷାବର୍ଷ ଆରମ୍ଭରୁ ଉଚ୍ଚଶିକ୍ଷା ବିଭାଗ ଏ ସମ୍ପର୍କରେ ନୀତିଗତ ନିଷ୍ପତ୍ତି ଗ୍ରହଣ କରିବା ପାଇଁ ପିଲାମାନେ ଦୃଢ଼ ଦାବି କରିଛନ୍ତି।

ଏକକାଳୀନ ଦୈତ ଡିଗ୍ରି ବ୍ୟବସ୍ଥା ୟୁଜିସିର ନିଷ୍ପତ୍ତି ଅନୁଯାୟୀ ଡିପ୍ଲୋମା, ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର(ପିଜି)ରେ ଲାଗୁ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ଦ୍ୱୈତ ଡିଗ୍ରୀ ଅଧ୍ୟୟନ ବାଧ୍ୟତାମୂଳକ ହେବନି। ଦ୍ୱୈତ ଡିଗ୍ରୀ ପାଇଁ ଆଶାୟୀ ଛାତ୍ରଛାତ୍ରୀମାନେ ହିଁ ନାମ ଲେଖାଇ ପାରିବେ। ଦ୍ୱୈତ ଡିଗ୍ରୀ ପାଠ୍ୟକ୍ରମରେ ନାମଲେଖା ସମ୍ପର୍କିତ ମାର୍ଗଦର୍ଶିକା ଅନୁଯାୟୀ କେବଳ ଅନଲାଇନ୍‌‌ କିମ୍ବା ଦୂର ନିରନ୍ତର(ଡିସଣ୍ଟାସ) ନୁହଁ, ଦୁଇଟି ଯାକ ଡିଗ୍ରୀ ରେଗୁଲାର୍‌‌ ମୋଡ୍‌‌ରେ ହୋଇ ପାରିବ। ଦୁଇଟି ରେଗୁଲାର୍‌‌ ପାଠ୍ୟକ୍ରମ ପାଇଁ ଅଲଗା ଅଲଗା କ୍ଲାସ ସମୟ ରହିବା ଆବଶ୍ୟକ। ଡିପ୍ଲୋମା, ୟୁଜି ଓ ପିଜି ଆଦି ଡିଗ୍ରୀ ସ୍ତରରେ ଏହି ବ୍ୟବସ୍ଥା ଲାଗୁ ହେବାକୁ ଥିବାବେଳେ ଏମଫିଲ୍‌‌ ଓ ପିଏଚ୍‌‌ଡିରେ ଦ୍ୱୈତ ଡିଗ୍ରୀ ବ୍ୟବସ୍ଥା ଲାଗୁ ହେବ ନାହିଁ ବୋଲି ୟୁଜିସି କହିଥିଲା।

ଉଚ୍ଚଶିକ୍ଷାର ଚାହିଦା ବୃଦ୍ଧି ଏବଂ ନିୟମିତ ଷ୍ଟ୍ରିମ୍‌‌ରେ ସିଟ୍‌‌ ଉପଲବ୍ଧତା ସହିତ ଅନେକ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଛାତ୍ରଛାତ୍ରୀଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ ମୁକ୍ତ ଏବଂ ଦୂର ନିରନ୍ତର ଶିକ୍ଷା(ଓଡିଏଲ୍‌‌) ମୋଡରେ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଛାତ୍ରଛାତ୍ରୀ ଏକକାଳୀନ ବିଭିନ୍ନ ବିଷୟରେ ଜ୍ଞାନ ଆହରଣ ପାଇଁ ଆକାଂକ୍ଷା ରଖୁଛନ୍ତି। ସୁବ୍ୟବସ୍ଥା ଭିତ୍ତିରେ ଛାତ୍ରଛାତ୍ରୀଙ୍କୁ ଏକାସାଙ୍ଗରେ ଦୁଇଟି ଏକାଡେମିକ୍‌‌ ପ୍ରୋଗ୍ରାମ ପ୍ରଦାନ କରିବାକୁ ଅନୁମତି ଦିଆଯାଇଥିବା ୟୁଜିସି ଦର୍ଶାଇଥିଲା। ତେବେ ଏହି ବ୍ୟବସ୍ଥାକୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଉଚ୍ଚତର ପ୍ରତିଷ୍ଠାନରେ ଲାଗୁ କରିବା ପାଇଁ ୟୁଜିସି ନିର୍ଦ୍ଦେଶ ଦେଇଥିଲା। ମାତ୍ର ରାଜ୍ୟର କୌଣସି ବିଶ୍ୱବିଦ୍ୟାଳୟ ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିନାହାନ୍ତି।

ଅପରପକ୍ଷେ ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ନିକଟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁଳପତି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ନୂଆ ଶିକ୍ଷାନୀତି ସମ୍ପର୍କରେ ଆଲୋଚନା କରାଯିବା ସହ ଦ୍ୱୈତ ଡିଗ୍ରୀ ସମ୍ପର୍କରେ ଆଲୋଚନା କରାଯାଇଛି। ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ବିଦ୍ୟାର୍ଥୀଙ୍କ ପାଇଁ ବଡ଼ ଖବର : ଆସନ୍ତା ଶିକ୍ଷାବର୍ଷରୁ ଲାଗୁହେବ ଏକକାଳୀନ ଦ୍ୱୈତ ଡିଗ୍ରିରେ ନାମଲେଖା
ଭୁବନେଶ୍ୱର: ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପିଲାଙ୍କୁ ଆସନ୍ତା ଶିକ୍ଷା ବର୍ଷରୁ ଏକକାଳୀନ ଦ୍ୱୈତ ଡିଗ୍ରି କରିବାର ସୁଯୋଗ ମିଳିବ। ଉଚ୍ଚଶିକ୍ଷା ବିଭାଗ ଏନେଇ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହିତ ପ୍ରାଥମିକ ଆଲୋଚନା କରିଥିବାବେଳେ ଆସନ୍ତା ଜାନୁଆରୀ ମାସରେ ଏକାଡେମିକ୍‍ କାଉନସିଲ୍‍ ବୈଠକ ବସିବ। ଏଥିରେ ଉଚ୍ଚଶିକ୍ଷା ପରିଷଦ, ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେବାକୁ ଥିବାବେଳେ ନୂଆ ଶିକ୍ଷାନୀତିର କାର୍ଯ୍ୟକାରୀତା ପାଇଁ ଗୁରୁତ୍ୱ ଦିଆଯିବ।

ଛାତ୍ରଛାତ୍ରୀଙ୍କ ପାଇଁ ଦ୍ୱୈତ ଡିଗ୍ରି ଅଧ୍ୟୟନ ବାଧ୍ୟତାମୂଳକ ହେବନି। ନାମଲେଖା ସମ୍ପର୍କିତ ୟୁଜିସି(ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ)ର ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ। ଦୁଇଟି ଯାକ ଡିଗ୍ରି ରେଗୁଲାର୍‍ ମୋଡ୍‍ରେ ହୋଇ ମଧ୍ୟ ପାରିବ। ଦୁଇଟି ରେଗୁଲାର୍‍ ପାଠ୍ୟକ୍ରମ ପାଇଁ ଅଲଗା ଅଲଗା କ୍ଲାସ ସମୟ ରହିବ। ଅର୍ଥାତ ଗୋଟିଏ କୋର୍ସ ପାଇଁ ସକାଳ ସମୟରେ କ୍ଲାସ ହେଉଥିଲେ ଅନ୍ୟଟି ସଂଧ୍ୟା ସମୟରେ ହେବ। କିନ୍ତୁ ଛାତ୍ରଛାତ୍ରୀ ଫିଜିକାଲ୍‍ ମୋଡ୍‍ରେ ଏକକାଳୀନ ଦୁଇଟି ଡିଗ୍ରିରେ ନାମ ଲେଖାଇ ପାରିବେ ନାହିଁ।

ପ୍ରଥମ କୋର୍ସର ଅତିକମରେ ଏକ ବର୍ଷ ପରେ ହିଁ ଛାତ୍ରଛାତ୍ରୀ ଦ୍ୱିତୀୟ ରେଗୁଲାର କୋର୍ସର ନାମ ଲେଖାଇ ପାରିବେ। ତେବେ ଛାତ୍ରଛାତ୍ରୀ ଗୋଟିଏ ବିଶ୍ୱବିଦ୍ୟାଳୟରେ କିମ୍ବା ଦୁଇଟି ଅଲଗା ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ ପାରିବେ।

ସବିଶେଷ ମାର୍ଗଦର୍ଶିକା ଆକାଡେମିକ୍‍ କାଉନସିଲ୍‍ ବୈଠକ ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖୁବଶିଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ।