FIH Men’s Hockey World Cup 2023 - The Sakala

‘୫-ଟି’ ସଚିବଙ୍କୁ ଏଫ୍‌‌ଆଇଏଚ୍‌‌ ପ୍ରେସିଡେଣ୍ଟ୍‌‌ ସମ୍ମାନ
ଭୁବନେଶ୍ୱର: ‘୫-ଟି’ ସଚିବ ଭି କେ ପାଣ୍ଡାଆନଙ୍କୁ ହକି କ୍ଷେତ୍ରରେ ଅବଦାନ ପାଇଁ ଇଣ୍ଟରନ୍ୟାସନାଲ୍‌‌ ହକି ଫେଡେରେସନ୍‌‌ (ଏଫଆଇଏଚ୍‌‌) ପ୍ରେସିଡେଣ୍ଟ୍‌‌ ସମ୍ମାନରେ ସମ୍ମାନିତ କରାଯାଇଛି। ଏଫ୍‌‌ଆଇଏଚ୍‌‌ ସଭାପତି ତୟାବ ଇକ୍ରାମ ରବିବାର ଶ୍ରୀ ପାଣ୍ଡିଆନଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ‘୫-ଟି’ ସଚିବଙ୍କୁ ପ୍ରେସିଡେଣ୍ଟ୍‌‌ ଆୱାର୍ଡ ପ୍ରଦାନ କରି ଇକ୍ରାମ କହିଛନ୍ତି ଯେ, ବିଶ୍ୱସ୍ତରୀୟ ହକି ବିଶ୍ୱକପକୁ ସଫଳ ରୂପେ ଆୟୋଜନ କରିବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଶ୍ରୀ ପାଣ୍ଡିଆନଙ୍କ ଯୋଗଦାନ ମଧ୍ୟ ଅତୁଳନୀୟ। ତାଙ୍କୁ ଏଫ୍‌‌ଆଇଏଚ୍‌‌ ପ୍ରେସିଡେଣ୍ଟ୍‌‌ ସମ୍ମାନ ପ୍ରଦାନ କରି ମୁଁ ବ୍ୟକ୍ତିଗତ ଭାବେ ଗର୍ବିତ ମନେ କରୁଛି। ଅନ୍ୟପକ୍ଷରେ ଏହି ସମ୍ମାନ ଗ୍ରହଣ କରି ଶ୍ରୀ ପାଣ୍ଡିଆନ୍‌‌ କହିଛନ୍ତି, “ମୁଁ ଏହି ସମ୍ମାନସ୍ପଦ ପ୍ରେସିଡେଣ୍ଟ୍‌‌ ଆୱାର୍ଡ ଗ୍ରହଣ କରି ଯଥେଷ୍ଟ ଗୌରବ ଅନୁଭବ କରୁଛି। ତେବେ ମୁଁ ଏହି ସମ୍ମାନର ଏକମାତ୍ର ପ୍ରାପ୍ତକର୍ତ୍ତା ନୁହେଁ; ବରଂ ଏହି ଶ୍ରେୟ ପୂରା ଓଡ଼ିଶା ଟିମ୍‌‌ର ଓ ମୁଁ ଏହି ଟିମ୍‌ର ଜଣେ ପ୍ରତିନିଧି। ରାଜ୍ୟ ସରକାର ଏହି ବିଶ୍ୱକପ୍‌‌କୁ ସଫଳ କରିବା ପାଇଁ ବହୁ ଉଦ୍ୟମ କରିଛନ୍ତି। ଆମେ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦୂରଦୃଷ୍ଟି ଦ୍ୱାରା ଅନୁପ୍ରାଣିତ ହୋଇଛୁ।”

‘୫-ଟି’ ସଚିବଙ୍କୁ ହକିର ସର୍ବୋଚ୍ଚ ସଂଗଠନ ଦ୍ୱାରା ପ୍ରଦତ୍ତ ସମ୍ମାନ ଉପରେ ପ୍ରତିକ୍ରିୟା ପ୍ରକାଶ କରି ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କି କହିଛନ୍ତି, “ଗତ ଦୁଇ ଦଶକ ଧରି ଭି କେ ପାଣ୍ଡିଆନ୍‌‌ଙ୍କର କ୍ରୀଡ଼ା ଓ ହକି ପ୍ରତି ରହିଥିବା ଅବଦାନକୁ ଦେଖିଛି। ସେ ନିଜେ ଜଣେ କ୍ରୀଡ଼ାବିତ୍‌‌। ସେ କ୍ରୀଡ଼ାବିତ୍‌‌ଙ୍କୁ ଶ୍ରେଷ୍ଠ ସୁବିଧା ଯୋଗାଇବା ପାଇଁ କେଉଁ ନିଷ୍ପତ୍ତି ନିଆଯିବା ଦରକାର ତାହା ତାଙ୍କୁ ଭଲ ଭାବେ ଜଣା। ଓଡ଼ିଶାକୁ ଶ୍ରେଷ୍ଠ ସ୍ପୋର୍ଟ୍ସ ଡେଷ୍ଟିନେସନ୍‌‌ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଥିବା ସ୍ୱପ୍ନକୁ ବାସ୍ତବତାରେ ରୂପାନ୍ତରିତ କରିବା କ୍ଷେତ୍ରରେ ଶ୍ରୀ ପାଣ୍ଡିଆନଙ୍କ ଅବଦାନ ଉଲ୍ଲେଖନୀୟ ରହିଛି।” ଉଲ୍ଲେଖଯୋଗ୍ୟ ଯେ ହକି କ୍ରୀଡ଼ାର ବିକାଶ କ୍ଷେତ୍ରରେ ବିଶେଷ ଯୋଗଦାନ ରହିଥିବା ବ୍ୟକ୍ତି ଓ ସଂଗଠନକୁ ଏଫଆଇଏଚ୍‌‌ ପ୍ରେସିଡେଣ୍ଟ୍‌‌ ଆୱାର୍ଡ ପ୍ରଦାନ କରାଯାଇଥାଏ।

ହକି ବିଶ୍ବକପ୍‌ ୨୦୨୩ : ବେଲଜିୟମ୍‌କୁ ସୁଟ୍‌ଆଉଟ୍‌ରେ ପରାସ୍ତ କରି ବିଶ୍ବ ଚାମ୍ପିଅନ୍‌ ହେଲା ଜର୍ମାନି
ଭୁବନେଶ୍ବର : ବିଶ୍ବ ଚାମ୍ପିଅନ୍‌ ହେଲା ଜର୍ମାନି। ଓଡ଼ିଶାରେ ଖେଳାଯାଉଥିବା ୨୦୨୩ ହକି ପୁରୁଷ ବିଶ୍ବକପ୍‌ରେ ୨୦୧୮ ଚାମ୍ପିଅନ୍‌  ବେଲଜିୟମ୍‌କୁ ସୁଟ୍‌ଆଉଟ୍‌ରେ ପରାସ୍ତ କରି ବିଶ୍ବ ଚାମ୍ପିଅନ୍‌ ହୋଇଛି ଜର୍ମାନି। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଫାଇନାଲ ମ୍ୟାଚରେ ବେଲଜିୟମ୍‌ ଓ ଜର୍ମାନି ମଧ୍ୟ କଡା ମୁକାବିଲା ହୋଇଥିଲା। ଉଭୟ ଦଳ ଜୋରଦାର ଲଢ଼େଇ କରି ୪ର୍ଥ କ୍ବାର୍ଟରେ ସୁଦ୍ଧା ୩-୩ ଗୋଲ୍‌ କରିଥିଲେ। ଶେଷରେ ମ୍ୟାଚର ଫଳାଫଳ ପାଇଁ ସୁଟ୍‌ଆଉଟ୍‌ର ସାହାରା ନିଆଯାଇଥିଲା। ଯେଉଁଥିରେ ଜର୍ମାନି ୫-୪ ଗୋଲ୍‌ରେ ବଲେଜିୟମ୍‌କୁ ପରାସ୍ତ କରି ୨୦୨୩ ପୁରୁଷ ହକି ବିଶ୍ବକପ୍‌ ଟ୍ରଫି ହାତେଇଛି।

ରବିବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ର ବେଲଜିୟମ ପ୍ରଥମ କ୍ବାର୍ଟରରେ ଭଲ ପ୍ରଦର୍ଶନ କରିଥିଲା ୯ ଓ ୧୦ ମିନିଟରେ ଲଗାତାର ୨ଟି ଗୋଲ୍‌ ଦେଇ ୨-୦ ଆଗୁଆ ଥିଲା। କିନ୍ତୁ ଦ୍ବିତୀୟ କ୍ବାର୍ଟରର ଶେଷ ସମୟ ବେଳକୁ ଜର୍ମାନି ଏକ ଗୋଲ ଦେଇଥିଲା। ଜର୍ମାନି ୩ୟ ଓ ୪ର୍ଥ କ୍ବାର୍ଟରେ ଗୋଲ୍‌ (୪୦ ଓ ୪୭ ମିନିଟ) ଦେଇ ୩-୨ରେ ଅଗ୍ରଣୀ ଥିଲା। କିନ୍ତୁ ବେଲଜିୟମ ୫୮ ମିନିଟରେ ଏକ ଗୋଲ୍‌ ଦେଇ ସମାନ ସ୍ତରକୁ ଆଣିଥିଲା। ଫଳାଫଳ ନବାହାରିବାରୁ ଶେଷରେ ସୁଟ୍‌ଆଉଟ୍‌ର ସାହାର ନିଆଯାଇଥିଲା। ସୁଟ୍‌ଆଉଟ୍‌ରେ ଜର୍ମାନି ୫ଟି ଗୋଲ୍‌ ଦେଇ ୨୦୧୮ ବିଶ୍ବ ଚାମ୍ପିଅନ ବଲେଜିୟମ୍‌କୁ ପରାସ୍ତ କରି ପୁରୁଷ ହକି ବିଶ୍ବକପ୍‌ ୨୦୨୩ର ଟ୍ରଫି ହାତେଇଛି।

ଅନ୍ୟପଟେ ଆଜି ହକି ବିଶ୍ବକପ୍‌-୨୦୨୩ର ତୃତୀୟ ସ୍ଥାନ ପାଇଁ ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସ ୩-୧ ଗୋଲ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆକୁ ହରାଇ ନେଦରଲାଣ୍ଡ୍‌ସ ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ବ୍ରୋଞ୍ଚ ପଦକ ଜିତିଛି। ଆଜି ଅପରାହ୍ନରେ ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମ କ୍ବାର୍ଟରରେ ଅଷ୍ଟ୍ରେଲିଆ ଦଳ ଭଲ ପ୍ରଦର୍ଶନ କରିଥିଲା। ୧୨ ମିନିଟରେ ଜେରେମି ହେୱାର୍ଡ ଏକ ପେନାଲ୍ଟି ଗୋଲ ଦେଇ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଦ୍ବିତୀୟ କ୍ବାର୍ଟରରେ କୌଣସି ଗୋଲ୍‌ ହୋଇପାରି ନଥିଲା। ତେବେ ୩ୟ କ୍ବାର୍ଟରେ ନେଦରଲାଣ୍ଡସ୍‌ ଲଗାତାର ୩ଟି ଗୋଲ୍‌ (୩୨, ୩୪ ଓ ୩୯ମିନିଟ୍‌) ଦେଇଥିଲା। ଥିରି ବ୍ରିଙ୍କମ୍ୟାନ୍‌ ଶେଷ ୨ଟି ଗୋଲ୍‌ ଦେଇଥିଲେ। ଶେଷ କ୍ବାର୍ଟରରେ ଜୋରଦାର ଲଢ଼େଇ ହୋଇଥିଲା। କୌଣସି ଦଳ ଗୋଲ୍‌ ଦେଇପାରି ନଥିଲେ।

ହକି ବିଶ୍ବକପ୍ ୨୦୨୩: ଆଜି କଳିଙ୍ଗରେ ହେବ ସେମିଫାଇନାଲ ଟକ୍କର
ଭୁବନେଶ୍ୱର: ହକି ବିଶ୍ୱକପ ପାଇଁ ଆଜି ସେମି ଟକ୍କର । କମ୍ପିବ କଳିଙ୍ଗ । ଫାଇନାଲ ଟିକେଟ ପାଇଁ ଟର୍ଫକୁ ଓହ୍ଲାଇବେ ୪ଟି ଟିମ୍ । ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ଜର୍ମାନୀ । ସାଢେ ୪ଟାରୁ କଳିଙ୍ଗରେ ହେବ ମୁକାବିଲା । ଅଷ୍ଟ୍ରେଲିଆ ଏବେ ବିଶ୍ୱର ଏକ ନମ୍ବର ରାଙ୍କିଙ୍ଗ ଟିମ୍ । ଚଳିତ ବିଶ୍ୱକପରେ ଦଳ ଅପରାଜେୟ ରହିଛି ।

ସେହିପରି, ସନ୍ଧ୍ୟା ୭ଟାରେ ଦ୍ୱିତୀୟ ସେମିଫାଇନାଲରେ ବେଲଜିୟମ ଓ ନେଦାରଲାଣ୍ଡ୍ସ ମଧ୍ୟରେ ହେବ ଟକ୍କର । ବିଶ୍ବର ୪ଟି ଶ୍ରେଷ୍ଠ ଟିମ୍ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଯେଉଁ ଟିମ୍ ଶ୍ରେଷ୍ଠ ପ୍ରଦର୍ଶନ କରିବ ସେହି ଟିମ୍ ଫାଇନାଲକୁ ଯିବ ବୋଲି କହିଛନ୍ତି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ । ଚଳିତ ବିଶ୍ବକପର ପ୍ରଦର୍ଶନ ଆଧାରରେ ଅଷ୍ଟ୍ରେଲିଆ ଓ ନେଦାରଲାଣ୍ଡ୍ସ ଭଲ ପ୍ରଦର୍ଶନ କରୁଥିବା ବେଳେ ଏହି ଦୁଇଟି ଟିମ୍ ଫାଇନାଲ ଯିବାର ସମ୍ଭାବନା ଅଧିକ ବୋଲି ଦିଲ୍ଲୀପ ତିର୍କୀ କହିଛନ୍ତି ।

ହକି ବିଶ୍ବକପ ୨୦୨୩: ସ୍ପେନକୁ ହରାଇ ସେମି ଫାଇନାଲରେ ପ୍ରବେଶ କଲା ଅଷ୍ଟ୍ରେଲିଆ
ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌-୨୦୨୩ର ଅଷ୍ଟ୍ରେଲିଆ ପ୍ରଥମ ଦଳ ଭାବେ ସେମି ଫାଇନାଲ୍‌ରେ ପ୍ରବେଶ କରିଛି। ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଜି ଅଷ୍ଟ୍ରେଲିଆ ୪-୩ ଗୋଲ୍‌ରେ ସ୍ପେନ୍‌କୁ ପରାସ୍ତ କରି ପ୍ରଥମ ଦଳ ଭାବେ ସେମି ଫାଇନାଲକୁ ପ୍ରବେଶ କରିଛି। ଅଷ୍ଟ୍ରେଲିଆ ଆସନ୍ତା ୨୭ ତାରିଖ‌େ ‌ସେମିଫାଇନାଲ ଖେଳିବ। ଆସନ୍ତାକାଲି ଇଂଲଣ୍ଡ ଓ ଜର୍ମାନି ମଧ୍ୟରେ ଖେଳାଯିବାକୁ ଥିବା କ୍ବାର୍ଟର ଫାଇନାଲର ବିଜେତା ଟିମ୍‌ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ।

ପୁରୁଷ ହକି ବିଶ୍ବକପ୍‌-୨୦୨୩: ପେନାଲ୍ଟି ସୁଟ ଆଉଟରେ ଆର୍ଜେଣ୍ଟିନାକୁ ହରାଇ କ୍ବାର୍ଟରରେ ପ୍ରବେଶ କଲା କୋରିଆ
ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌-୨୦୨୩ର ୪ର୍ଥ ତଥା ଶେଷ କ୍ରସ୍‌ ଓଭର ମ୍ୟାଚ୍‌ ଆର୍ଜେଣ୍ଟିନା ଓ କୋରିଆ ମଧ୍ଯରେ ଖେଳାଯାଇଥିଲା । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଉଭୟଙ୍କ ମଧ୍ଯରେ କଡା ଟକ୍କର ହୋଇଥିଲା । ୪ଟି କ୍ବାଟରରେ ଉଭୟଙ୍କ ଗୋଲ ୫ – ୫ରେ ବରାବର ହୋଇଥିଲା । ଏହାପରେ ପେନାଲ୍ଟି ସୁଟ ଆଉଟ ଖେଳାଯାଇଥିଲା। ଏହି ପେନାଲ୍ଟି ସୁଟ ଆଉଟରେ ଅର୍ଜେଟିନାକୁ ହରାଇଛି କୋରିଆ । ଏଥିସହ କୋରିଆ କ୍ବାଟରରେ ପହଞ୍ଚିଛି। ଆସନ୍ତା ୨୫ ତାରିଖରେ କଳିଙ୍ଗ ଷ୍ଟାଡିୟମରେ କୋରିଆ ଓ ନେଦରଲାଣ୍ଡ୍‌ସ ମଧ୍ୟରେ ମ୍ୟାଚ୍‌ ଖେଳାଯିବ।

ପୁରୁଷ ହକି ବିଶ୍ବକପ୍‌-୨୦୨୩: ୩ୟ କ୍ରସ୍‌ ଓଭର ମ୍ୟାଚ୍‌ରେ ଫ୍ରାନ୍ସକୁ ହରାଇ କ୍ବାଟରରେ ପ୍ରବେଶ କଲା ଜର୍ମାନୀ
ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌-୨୦୨୩ର ୩ୟ କ୍ରସ୍‌ ଓଭର ମ୍ୟାଚ୍‌ରେ ଜର୍ମାନୀ ଦମଦାର ପ୍ରଦର୍ଶନ କରିଛି। ଫ୍ରାନ୍ସ ବିପକ୍ଷରେ ଜର୍ମାନୀ ବିଜୟ ହାସଲ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ସୋମବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଜର୍ମାନି ୫-୧ ଗୋଲ୍‌ରେ ଫ୍ରାନ୍ସକୁ ପରାସ୍ତ କରି କ୍ବାଟର ଫାଇନାଲ୍‌ରେ ପ୍ରବେଶ କରିଛି। ଜର୍ମାନୀ ଆସନ୍ତା ୨୫ ତାରିଖରେ ଇଂଲଣ୍ଡକୁ ମୁକାବିଲା କରିବ।

ହକି ବିଶ୍ବକପ୍‌ରେ ଭାରତର ଅଭି‌ଯାନ ଶେଷ, କ୍ରସ୍ ଓଭର ମ୍ୟାଚର ପେନାଲ୍ଟି ସୁଟ୍‌ଆଉଟ୍‌ରେ ଜିତିଲା ନ୍ୟୁଜିଲାଣ୍ଡ
ହକି ବିଶ୍ୱକପ: ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ଭାରତର ଅଭିଯାନ ଶେଷ ହୋଇଛି। ପେନାଲ୍ଟି ସୁଟ୍‌ଆଉଟ୍‌ରେ ପରାସ୍ତ ହେବା ପରେ ଟିମ୍‌ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ କ୍ରସ ଓଭର ମ୍ୟାଚରେ ଉଭୟଙ୍କ ମଧ୍ଯରେ କଡା ଟକ୍କର ଦେଖିବାକୁ ମିଳିଥିଲା । ୪ର୍ଥ  କ୍ବାର୍ଟର ଯାଏ ଦମଦାର ମ୍ୟାଚ ଦେଖିବାକୁ ମିଳିିଥିଲା । ଉଭୟ ଦଳ ୩ – ୩ ଗୋଲ ଦେଇ ମ୍ୟାଚକୁ ବରାବର କରିଥିଲେ। ପରେ ସୁଟଆଉଟ ଖେଳାଯାଇଥିଲା । ସୁଟଆଉଟ ପର୍ଯ୍ୟାୟରେ ପୁଣି ସ୍ଥିତି ବରାବର ହୋଇଥିଲା। ପୁଣି ଥରେ ସୁଟଆଉଟ ହୋଇଥିଲେ। ଏହି ପର୍ଯ୍ଯାୟରେ ଭାରତ ପରାଜୟ ହୋଇଥିଲା। ଫଳରେ ଭାରତର ବିଶ୍ୱକପ ଅଭିଯାନ ଶେଷ ହୋଇଛି। ଏଥିସହ କ୍ୱାର୍ଟର ଫାଇନାଲରେ ପହଞ୍ଚିଛି ନ୍ୟୁଜିଲାଣ୍ଡ। ନ୍ୟୁଜିଲାଣ୍ଡ ଆସନ୍ତା ୨୪ ତାରିଖରେ ବେଲଜିୟମ୍କୁ ଭେଟିବ। ଏହି ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ।

ଆଜି ସୁପରସଣ୍ଡେର ହାଇଭୋଲଟେଜ ମ୍ୟାଚ୍‌ : କ୍ବାଟର ଫାଇନାଲ ଟିକଟ୍‌ ପାଇଁ କଳିଙ୍ଗରେ ଭାରତ-ନ୍ୟୁଜିଲାଣ୍ଡ ଲଢେଇ
ଭୁବନେଶ୍ୱର : ପ୍ଲେ ମେକର ହାର୍ଦ୍ଦିକ ସିଂ ଆହତ ଯୋଗୁ ଦଳରୁ ବାଦ୍‌‌। ପେନାଲ୍ଟି କର୍ଣ୍ଣରରୁ ଗୋଲ କରିବାରେ ଭାରତୀୟ ଖେଳାଳିଙ୍କ ଅସାମର୍ଥ୍ୟତା। ୱେଲ୍ସଠାରୁ ଶେଷ ଲିଗ୍‌‌ ମ୍ୟାଚ୍‌‌ରେ ଦୁଇଟି ଗୋଲ ବରଣ କରିବା ପରେ ରକ୍ଷଣଭାଗର ଦୁର୍ବଳତା ମଧ୍ୟରେ ଭାରତ କଳିଙ୍ଗ ଷ୍ଟାଡିୟମ୍‌‌ରେ ରବିବାର ନ୍ୟୁଜିଲାଣ୍ଡ ସହ ଚଳିତ ହକି ବିଶ୍ୱକପ୍‌‌ର ଦ୍ୱିତୀୟ କ୍ରସ୍‌‌ ଓଭର ମ୍ୟାଚ୍‌‌ ଖେଳିବାକୁ ଯାଉଛି। ଏହା ସତ୍ତ୍ବେ ଏହି ମ୍ୟାଚ୍‌‌ରେ ଭାରତକୁ ଫେବରିଟ୍‌‌ ବୋଲି ବିବେଚନା କରାଯାଇଛି। ଏହି ମ୍ୟାଚ୍‌‌ରେ ଯେଉଁ ଦଳ ବିଜୟୀ ହେବ ସେହି ଦଳ ବେଲଜିୟମ୍‌‌ ସହ କ୍ବାଟର ଫାଇନାଲ  ଖେଳିବ।

ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପୁଲ-ଡି’ରେ ସ୍ଥାନ ପାଇଥିଲାବେଳେ ସ୍ପେନ୍‌‌ ଓ ଇଂଲଣ୍ଡ ବିପକ୍ଷରେ ଚମତ୍କାର ଖେଳିଛି। କିନ୍ତୁ ସେହି ଖେଳ ୱେଲ୍ସ ବିପକ୍ଷରେ ଦେଖିବାକୁ ମିଳି ନଥିଲା। ତଥାପି ଭାରତ ନିକଟରେ ନ୍ୟୁଜିଲାଣ୍ଡକୁ ହରାଇବାର ଯଥେଷ୍ଟ ଦକ୍ଷତା ରହିଛି ଓ ଏହା ହରାଇବ ମଧ୍ୟ। ଦଳର ସବୁଠାରୁ ବଡ଼ ସମସ୍ୟା ହେଉଛି ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ନପାରିବା। ଯାହା ଫଳରେ ଭାରତ ଫିଲ୍ଡରେ ଭଲ ଖେଳିଥିଲେ ମଧ୍ୟ ଆତ୍ମବିଶ୍ୱାସର ସହ ଖେଳିପାରୁ ନାହିଁ।

ଦଳର ପ୍ରମୁଖ ଡ୍ରାଗ୍‌‌ ଫ୍ଲିକର ତଥା ଅଧିନାୟକ ହରମନପ୍ରୀତ୍‌‌ଙ୍କ ସଟ୍‌‌କୁ ସହଜରେ ପ୍ରତିପକ୍ଷ ଖେଳାଳିମାନେ ଅଟକାଇ ଦେଉଛନ୍ତି। ଯାହା ଫଳରେ ଭାରତ ୩ଟି ମ୍ୟାଚ୍‌‌ରେ ୨୦ଟି ପେନାଲ୍ଟି କର୍ଣ୍ଣର ପାଇ ମାତ୍ର ଦୁଇଟିରେ ଡାଇରେକ୍ଟ ଗୋଲ ଦେଇଛି। ଏଥିଲାଗି ଶନିବାର ଭାରତୀୟ ଦଳ ଅଧିକ ସମୟ ପେନାଲ୍ଟି କର୍ଣ୍ଣରୁ କିପରି ଗୋଲ କରାଯାଇ ପାରିବ, ତାହା ଉପରେ ଅଭ୍ୟାସ କରିଥିଲା। ଅମିତ ରୋହିଦାସ ଓ ସୁରେନ୍ଦର କୁମାରଙ୍କୁ ଅଧିକ ସଟ୍‌‌ ନେବାକୁ ସୁଯୋଗ ମିଳିଥିଲା। ଏଣୁ ଭାରତ ପରବର୍ତ୍ତୀ ମ୍ୟାଚ୍‌‌ ଗୁଡ଼ିକରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।

ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡଠାରୁ ଭାରତ ଅଧିକ ବିପଦ ଆଶା କରୁନାହିଁ। ଏହି ଦଳ କୌଣସି ଏକ ବଡ଼ ଇଭେଣ୍ଟରେ ଶେଷଥର ଲାଗି ଭାରତୁ କମନୱେଲଥ ଗେମ୍ସ ସେମିଫାଇନାଲରେ ହରାଇଥିଲା। ଗତ ୫ ବର୍ଷରେ ଦୁଇ ଦଳ ମଧ୍ୟରେ ୧୩ଟି ମ୍ୟାଚ୍‌‌ ଖେଳାଯାଇଛି। ଏହା ମଧ୍ୟରେ ଭାରତ ମାତ୍ର ୨ଟି ମ୍ୟାଚ୍‌‌ରେ ହାରିଛି। ଏଣୁ ଫର୍ମ ଓ ରେକର୍ଡ ଦୃଷ୍ଟିରୁ ଭାରତ ଭଲ ଖେଳିବ ବୋଲି ଆଶା କରିବା ସ୍ୱାଭାବିକ୍‌‌। ପୁଲରେ ମାଲେସିଆଠାରୁ ନ୍ୟୁଜିଲାଣ୍ଡର ପରାଜୟ ମଧ୍ୟ ଭାରତକୁ ଆଶ୍ୱାସନା ଦେଇଛି। ଏଣୁ ଗ୍ରାହାମ ରିଡ୍‌‌ଙ୍କ ପ୍ରଶିକ୍ଷଣରେ ଖେଳୁଥିବା ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ହରାଇବାର କ୍ଷମତା ରଖିଛି ବୋଲି ଭାବିବାକୁ ହେବ।

ହକି ବିଶ୍ବକପ୍‌ ୨୦୨୩ : ୭-୨ ଗୋଲ୍‌ରେ କୋରିଆକୁ ହରାଇଲା ଜର୍ମାନୀ
ରାଉରକେଲା : ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଉଥିବା ପୁରୁଷ ହକି ବିଶ୍ୱକପର ଶେଷ ପୁଲ୍‌ ମ୍ୟାଚ୍‌ରେ କୋରିଆ ବିପକ୍ଷରେ ବଡ଼ ବିଜୟ ହାସଲ କରିଛି ଜର୍ମାନୀ। ଆଜିର ମ୍ୟାଚରେ ପ୍ରଥମରୁ ଜର୍ମାନୀ କୋରିଆ ବିପକ୍ଷରେ ଆଟାକିଂ ଖେଳ ପଦର୍ଶନ କରିବା ସହ ୭-୨ ଗୋଲ୍‌ରେ ବିଜୟୀ ହୋଇଛି। ୱେଲେନ୍‌ ନିକଲାସ ଜର୍ମାନି ପକ୍ଷରୁ ସର୍ବାଧିକ ୩ଟି ଗୋଲ୍‌ ଦେଇଥିଲେ। ୱେଲେନ୍‌ ନିକଲାସ ୧, ୧୬ ଓ ୪୦ ମିନିଟରେ ଫିଲ୍ଡ ଗୋଲ୍‌ ଦେଇଥିଲେ। ସେହିପରି ଜର୍ମାନୀ ଦଳର ପେଇଲେଟ୍‌ କୋଞ୍ଜାଲୋ ୪୨ ମିନିଟ, ୱିଗାଣ୍ଡ ଜଷ୍ଟସ ୫୦ ମିନିଟ, ଗ୍ରାମବୁସ ମେଥ୍‌ସ ୫୨ ମିନିଟ୍‌ ଓ ଲୁଡିଂ ମୋର୍ତିଜ୍‌ ୫୨ ମିନିଟରେ ଗୋଲ୍‌ ଦେଇଥିଲେ।

ଏହା ପୂର୍ବରୁ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଉଥିବା ଅନ୍ୟ ଏକ ମ୍ୟାଚରେ ବଡ଼ ବିଜୟ ହାସଲ କରିଛି ଗତଥର ବିଶ୍ବକପ୍‌ ଚମ୍ପିଅନ ବେଲଜିୟମ। ଜାପାନ ବିପକ୍ଷରେ ଖେଳାଯାଉଥିବା ଆଜିର ମ୍ୟାଚରେ ବେଲଜିୟମ ପକ୍ଷରୁ ଗୋଲ ପରେ ଗୋଲ ଦେଇ ଏକ ଦମ୍‌ଦାର ବିଜୟ ହାସଲ କରିଛି। ବିର୍ସା ମୁଣ୍ଡା ଷ୍ଟାଡିୟମରେରେ ଖେଳାଯାଉଥିବା ଆଜିର ମ୍ୟାଚରେ ୭-୧ ଗୋଲ ବ୍ୟବଧ୍ୟାନରେ ଜାପାନଙ୍କ ପରାସ୍ତ କରିଛି ବେଲଜିୟମ। ମ୍ୟାଚରେ ବେଲଜିୟମର ବୋନ୍‌ ଟୋମ୍‌ ଦମ୍‌ଦାର ଖେଳ ପଦର୍ଶନ କରି ଏକା ୫ଟି ଗୋଲ୍‌ ଦେଇଥିଲେ। ସେ ୨୧, ୨୬, ୨୭, ୫୦ ଓ ୫୫ ମିନିଟରେ ଫିଲ୍ଡ ଗୋଲ୍‌ ଦେଇଥିଲେ। ଅନ୍ୟପଟେ ବେଲଜିୟମର ଚାର୍ଲିଅର କେଡରିକ୍‌ ୧୭ ଓ ଡୋକିଅର ସେବାଷ୍ଟାଇନ୍‌ ୫୧ ମିନିଟରେ ଗୋଲ୍‌ ଦେଇଥିଲେ। ସେପଟେ ଜାପାନରୁ କୁକୁଦା କେଣ୍ଟାରୋ ୪୫ ମିନିଟରେ ଗୋଟିଏ ଗୋଲ ଦେଇଥିଲେ।

ଅନ୍ୟପଟେ ଆଜି ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ଅନ୍ୟ ଦ୍ବିତୀୟ ମ୍ୟାଚ ଡ୍ରରେ ଶେଷ ହୋଇଛି। ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ଜୋରଦାର ମୁକାବିଲା ହେବା ସହ ଉଭୟ ଦଳର ଖେଳାଳି ଲଢୁଆ ମନୋଭାବ ନେଇ ପଡ଼ିଆକୁ ଓହ୍ଲାଇଥିଲେ। ଉଭୟ ପକ୍ଷରୁ ୫-୫ ଗୋଲ ଦିଆଯାଇଥିବାରୁ ମ୍ୟାଚ୍‌ ଡ୍ର ହୋଇଥିଲା। ମ୍ୟାଚ୍‌ ଆରମ୍ଭରୁ ଉଭୟ ଦଳ ଆଟାକିଂ ଖେଳ ପଦର୍ଶନ କରିଥିଲେ। ଫ୍ରାନ୍ସ ପକ୍ଷରୁ ଚାର୍ଲେଟ ଭେକ୍ଟର ସର୍ବାଧିକ ୪ଟି ଗୋଲ୍‌ ଦେଇଥିଲେ। ସେ ୩୫, ୩୭, ୪୮ ଓ ୫୯ ମିନିଟରେ ଗୋଲ ଦେଇଥିଲେ। ତ୍ୟାନେଭେଜ୍‌ ଇତିନା ୧୦ ମିନିଟରେ ଗୋଲ ଦେଇଥିଲେ। ଆର୍ଜେଣ୍ଟିନାର ଡେଲା ଟୋରି ନିକୋଲାସ ୩୩, ୪୧ ଓ ୫୯ ମିନିଟରେ ଆର୍ଜେଣ୍ଟିନା ପକ୍ଷରୁ ଗୋଲ୍‌ ଦେଇଥିଲା ‌ବେଳେ ୨ ଓ ୫୦ ମିନିଟରେ କୀନାନ ନିକୋଲାସ ଏବଂ ଫେରିରୋ ମାର୍ଟିନ ଗୋଲ ମାରିଥିଲେ।

ସେପଟେ ବିର୍ସାମୁଣ୍ଡାରେ ଖେଳାଯାଇଥିବା ଆଜିର ଅନ୍ୟ ଏକ ମ୍ୟାଚରେ ଅଷ୍ଟ୍ରେଲିଆ ପୁଣି ଥରେ ବିଶାଳ ବିଜୟ ହାସଲ କରିଥିଲା।  କଙ୍ଗାଳୁ ଦଳ ୯-୨ ଗୋଲ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଜୋଭରସ୍‌ ବ୍ଲେକ୍‌ ଦଳ ପକ୍ଷରୁ ସର୍ବାଧିକ ୪ଟି ଗୋଲ୍‌ (୩, ୧୪, ୧୮ ଓ ୧୯) ଦେଇଥିଲେ। ଏଥିରେ ୨ଟି ଫିଲ୍ଡ, ଗୋଟିଏ ପେନାଲ୍ଟି ଗୋଲ ଓ ପେନାଲ୍ଟି ସୁଟ୍‌ ସାମିଲ ଥିଲା। କ୍ରେଗ୍‌ ଟମ୍‌, ହାର୍ଭିଭ ଜେକ୍‌ ଓ ବିଆଲେ ଡାନିଏଲ୍‌ ଯାଥାକ୍ରମେ ୯, ୨୧ ଓ ୨୭ ମିନିଟରେ ଫିଲ୍ଡ ଗୋଲ ଦେଇଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଆଣ୍ଟୁଲି ନ୍ବକୋବଲି ଏବଂ ‌କକ୍‌ ତେଭିନ୍‌ ଯଥାକ୍ରମେ ୭ ଓ ୫୭ ମିନିଟରେ ଫିଲ୍ଡ ଗୋଲ ଦେଇଥିଲେ।

ବିଶ୍ୱକପ୍ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭୁରି ଭୁରି ପ୍ରଶଂସା କଲେ FIH ସଭାପତି ତୟାବ ଇକ୍ରାମ
ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ FIH ସଭାପତି ତୟାବ ଇକ୍ରାମ । ରାଉରକେଲାରେ ଆୟୋଜିତ ପ୍ରେସମିଟରେ ପ୍ରଶଂସା କରିଛନ୍ତି । ହକି ବିଶ୍ୱକପ୍ ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି । ଏଥିପାଇଁ ଭାରତ ଓ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଏଫଆଇଏଚ ସଭାପତି ତୟାବ ଇକ୍ରମ। ଓଡ଼ିଶାରେ ହକିର ଦୃଢ଼ ଭିତ୍ତିଭୂମି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକିର ପ୍ରଚାର ପ୍ରସାର କରିବାରେ ବଡ଼ ଭୂମିକା ଗ୍ରହଣ କରିଛନ୍ତି। ବିର୍ସା ମୁଣ୍ଡା ଷ୍ଟାଡିୟମ ଭଳି ଷ୍ଟାଡିୟମ ଅନ୍ୟ କେଉଁଠି ନାହିଁ । ଷ୍ଟାଡିୟମରେ ସବୁ ପ୍ରକାର ସୁବିଧା କରାଯାଇଛି । ଏଭଳି ଷ୍ଟାଡିୟମ କରିଥିବାରୁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ତୟାବ ଇକ୍ରାମ।

ବିର୍ସାମୁଣ୍ଡା ଷ୍ଟାଡିୟମ୍‌‌ରେ ହେବ କଡ଼ା ଟକ୍କର : ସନ୍ଧ୍ୟା ୭ଟାରେ ଭାରତ-ଇଂଲଣ୍ଡ ମଧ୍ୟରେ ହେବ ମୁକାବିଲା
ରାଉରକେଲା : ଘରୋଇ ସମର୍ଥକ ଓ ଘରୋଇ ଖେଳାଳିଙ୍କ ଦମ୍‌‌ ବଳରେ ଭାରତ ବିଜୟରୁ ଏଫ୍‌‌ଆଇଏଚ୍‌‌ ହକି ପୁରୁଷ ବିଶ୍ୱକପ୍‌‌ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ନବନିର୍ମିତ ବିର୍ସାମୁଣ୍ଡା ଷ୍ଟାଡିୟମ୍‌‌ରେ ଭାରତ ୨-୦ ଗୋଲରେ ସ୍ପେନ୍‌‌କୁ ହରାଇ ୪୮ ବର୍ଷ ପରେ ପଦକ ଜିତିବାକୁ ଗୋଟିଏ ପାଦ ଅଗ୍ରସର ହୋଇଛି। ଏହି କ୍ରମରେ ରବିବାର ଏଠାରେ ଭାରତ ଅନ୍ୟତମ ଦାବିଦାର ଇଂଲଣ୍ଡ ସହ ଦ୍ୱିତୀୟ ମ୍ୟାଚ୍‌‌ ଖେଳିବ। ଏହି ମ୍ୟାଚ୍‌‌ରେ ଭାରତୀୟ ଦକ୍ଷତା ଓ ଆଶାର ଅସଲ ପରୀକ୍ଷା ହେବ।

ବିଶ୍ୱ ମାନ୍ୟତାରେ ଇଂଲଣ୍ଡ ଏବେ ନଂ-୪ ଓ ଭାରତ ନଂ-୫ରେ ରହିଛି। ଦୁଇ ଦଳ ମଧ୍ୟରେ ଫରକ ହେଉଛି ଇଂଲଣ୍ଡ ସାମାନ୍ୟ ସୁଯୋଗକୁ କାର୍ଯ୍ୟରେ ପରିଣତ କରିବାରେ ସମର୍ଥ ହେବା, କିନ୍ତୁ ପ୍ରାଧାନ୍ୟ ବିସ୍ତାର କରି ଖେଳି ନପାରିଲେ ମ୍ୟାଚ୍‌‌ ଜିତିବା କଷ୍ଟକର। ସ୍ପେନ୍‌‌ ବିପକ୍ଷ ମୁକାବିଲାର ଆରମ୍ଭରୁ ଭାରତ ଘନ ଘନ ଆକ୍ରମଣ କରିବାରେ ସମର୍ଥ ହେଲା ଓ ମାତ୍ର ୧୩ ମିନିଟ୍‌‌ରେ ଗୋଲ ସ୍କୋର କରିବା ପରେ ଖେଳାଳିଙ୍କ ମଧ୍ୟରେ ସମନ୍ୱୟ ରହିଲା। ଏବେ ଇଂଲଣ୍ଡ ବିପକ୍ଷରେ ତାହା କରି ଦେଖାଇବାକୁ ହେବ। ନଚେତ ଏହି ଶକ୍ତିଶାଳୀ ୟୁରୋପୀୟ ଦଳକୁ ହରାଇବା କଷ୍ଟକର ହୋଇପଡ଼ିବ। ଉଭୟଙ୍କ ମଧ୍ୟରେ ଖେଳାଯାଇଥିବା ବିଶ୍ୱକପ୍‌‌ ମ୍ୟାଚ୍‌‌ରେ ଇଂଲଣ୍ଡ ୪-୩ରେ ଆଗୁଆ ରହିଛି। ଶେଷ ମୁକାବିଲାରେ ମଧ୍ୟ ଇଂଲଣ୍ଡ ବିଜୟୀ ହୋଇଛି। ଏଠାରେ ଭାରତ ଜିତିଲେ ସ୍କୋର ବରାବର ହେବା ସହ ଭାରତ ସିଧାସଳଖ କ୍ୱାର୍ଟର ଫାଇନାଲକୁ ଉନ୍ନିତ ହେବା ରାସ୍ତ ପରିସ୍କାର ହୋଇଯିବ।

ସ୍ପେନ୍‌‌ ବିପକ୍ଷରେ ଭାରତ ଖୁବ୍‌‌ ଉତ୍ସାହିତ ହୋଇ ଖେଳିଥିଲା। ଦଳର ଫରାୱାର୍ଡ ବାହିନୀ ଆରମ୍ଭରୁ ଆକ୍ରମଣ କରି ସ୍ପେନୀୟ ରକ୍ଷଣଭାଗକୁ ଅସ୍ତବ୍ୟସ୍ତ କରିଦେଇଥିଲେ। ଯାହା ଫଳରେ ଭାରତକୁ ପେନାଲ୍ଟି କର୍ଣ୍ଣରରୁ ଖେଳର ୧୩ତମ ମିନିଟ୍‌‌ରେ ଗୋଲ ମିଳିଥିଲା। ଭାରତ ଆକ୍ରମଣ କରିଥିଲେ ମଧ୍ୟ ମ୍ୟାଚ୍‌‌ରେ ପାଇଥିବା ୪ଟି ପେନାଲ୍ଟି କର୍ଣ୍ଣରୁ ଗୋଲ କରିପାରି ନଥିଲା। ଏପରିକି ଅଧିନାୟକ ହରମନପ୍ରୀତ ସିଂ ମଧ୍ୟ ପେନାଲ୍ଟି ଷ୍ଟ୍ରୋକ୍‌‌ରୁ ଗୋଲ ମିସ୍‌‌ କରିଥିଲେ।

ଏପରିକି ପ୍ରଥମ ଗୋଲ୍‌‌ଟି ମଧ୍ୟ ମିସ୍‌‌ରୁ ହୋଇଥିଲା। ପୁସ୍‌‌ ପାଇବା ପରେ ଜରମନପ୍ରୀତ ମାରିଥିବା ସଟ୍‌‌କୁ ସ୍ପେନ୍‌‌ ଖେଳାଳି ଅଟକାଇଦେଇଥିଲେ। ଏଥିରୁ ଫାଇଦା ଉଠାଇ ଅମିତ ରୋହିଦାସ ଗୋଲ କରିଥିଲେ। ଏହି ତ୍ରୁଟିକୁ ସୁଧାରିବାକୁ ହେବ ବୋଲି କୋଚ୍‌‌ ଗ୍ରାହାମ ରିଡ୍‌‌ ମ୍ୟାଚ୍‌‌ ପରେ କହିଥିଲେ। ସ୍ପେନ୍‌‌ ନିକଟରେ ଆକ୍ରମଣ କରିବା ଦକ୍ଷତାର ଅଭାବ ରହିଥିଲା। କିନ୍ତୁ ଇଂଲଣ୍ଡର ରକ୍ଷଣଭାଗ ଯେପରି ଶକ୍ତିଶାଳୀ, ଫରୱାର୍ଡ ବାହିନୀ ମଧ୍ୟ ଶାଣିତ। ଏଣୁ ଭାରତକୁ ଟିକେ ଅଧିକ ଯତ୍ନଶୀଳ ହେବାକୁ ପଡ଼ିବ।ଭାରତରେ ଖେଳିଲାବେଳେ ଷ୍ଟାଡିୟମ୍‌‌ରେ ଉପସ୍ଥିତ ଦର୍ଶକ ଦ୍ୱାଦଶ ଖେଳାଳିଙ୍କ ଭୂମିକା ନେଇଥାନ୍ତି। ରାଉରକେଲା ଦର୍ଶକ ଆଉ ପାଦେ ଆଗେଇଯାଇଛନ୍ତି। ଏଠାରେ ହକି ଖେଳର ଭିତ୍ତିଭୂମି ମଜଭୁତ। ଏଭଳି ସ୍ଥଳେ ଭାରତକୁ ଯେ ପୂର ସମର୍ଥନ ମିଳିବ ଏଥିରେ ସନ୍ଦେହ ନାହିଁ।

ଭାରତ: କ୍ରିଷ୍ଣନ ପାଠକ, ପିଆର୍‌‌ ଶ୍ରୀଜେସ (ଉଭୟ ଗୋଲ୍‌‌କିପର), ଜରମନପ୍ରୀତ୍‌‌ ସିଂହ, ସୁରେନ୍ଦର କୁମାର, ହର୍‌‌ମନପ୍ରୀତ୍‌‌ ସିଂହ (ଅଧିନାୟକ), ନୀଲମ ସଞ୍ଜୀପ ଖେସ୍‌‌, ଅମିତ୍‌‌ ରୋହିଦାସ (ଉପ-ଅଧିନାୟକ), ବରୁଣ କୁମାର (ସମସ୍ତେ ଡିଫେଣ୍ଡର), ମନପ୍ରୀତ୍‌‌ ସିଂହ, ହାର୍ଦ୍ଦିକ ସିଂହ, ନୀଳକାନ୍ତ ଶର୍ମା, ସମଶେର ସିଂହ, ଆକାଶଦୀପ୍‌‌ ସିଂହ, ବିବେକ ପ୍ରସାଦ (ସମସ୍ତେ ମିଡ୍‌‌ଫିଲ୍ଡର), ସୁଖଜିତ୍‌‌ ସିଂହ, ଲଳିତ ଉପାଧ୍ୟାୟ, ମନଦୀପ୍‌‌ ସିଂହ ଓ ଅଭିଷେକ (ସମସ୍ତେ ଫର୍‌‌ୱାର୍ଡ), ମୁଖ୍ୟ କୋଚ୍‌‌- ଗ୍ରାହମ ରିଡ୍‌‌।

ଇଂଲଣ୍ଡ: ଡେଭିଡ ଆମେସ (ଅଧିନାୟକ), ଜେମ୍ସ ଆଲବେରୀ, ଲିଆମ ଆନସେଲ, ନିକ୍‌‌ ବାନ୍ଦୁରାକ, ୱିଲ କାଲନାନ୍‌‌, ଡେଭିଡ କଣ୍ଡନ, ଡେଭିଡ୍‌‌ ଗୁଡଫିଲ୍ଡ, ହ୍ୟାରୀ ମାର୍ଟିନ, ଜେମ୍ସ ମାଜାରେଲୋ (ଗୋଲକିପର), ନିକ୍‌‌ ପାର୍କ, ଓଲି ପାଏନ୍‌‌ (ଗୋଲକିପର), ଫିଲ ରୋପର, ସ୍କଟ ରୁଶମିୟର, ଲିଆମ୍‌‌ ସାନଫୋଡ୍‌‌ର୍, ଟମ୍‌‌ ସର୍ସବୀ, ଜ୍ୟାକ୍‌‌ ୱାଲାସ୍‌‌, ଜ୍ୟାକ୍‌‌ ୱାଲାର, ସାମ୍‌‌ ୱାର୍ଡ।

ହକି ବିଶ୍ବକପ୍‌ ୨୦୨୩ : ଜାପାନକୁ ୩-୦ ଗୋଲରେ ହରାଇଲା ଜର୍ମାନୀ
ଭୁବନେଶ୍ବର : ଏଫଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ରେ ଆଜି ଖେଳା ଯାଇଥିବା ଅଷ୍ଟମ ମ୍ୟାଚ୍‌ରେ ଜାପାନ ବିପକ୍ଷରେ ଦମ୍‌ଦାର ବିଜୟ ହାସଲ କରି ଜର୍ମାନୀ ତାର ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ଜାପାନକୁ ୩-୦ ଗୋଲରେ ହରାଇଛି ଜର୍ମାନୀ।

କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ଜର୍ମାନୀ ପ୍ରଥମରୁ ଭଲ ପଦର୍ଶନ କରିଆସୁଥିଲେ ମଧ୍ୟ ଗୋଲ କରିବାରେ ସକ୍ଷମ ହୋଇନଥିଲା। ଉଭୟ ଜର୍ମାନୀ ଓ ଜାପାନ ଦଳର ଖେଳାଳି ପ୍ରଥମ ୨ଟି କ୍ବାର୍ଟର ପର୍ଯ୍ୟନ୍ତ ଆକ୍ରମଣାତ୍ମକ ଦେଖାଯାଇଥିଲେ ହେଁ ୩ୟ କ୍ବାର୍ଟରରେ ଜର୍ମାନୀର ଗ୍ରାମବୁସ ମେଟ୍‌ସ ଓ ୪୦ ମିନିଟରେ ରୁହର ଖ୍ରୀଷ୍ଟୋଫର ଯଥାକ୍ରମେ ପେନାଲ୍ଟି ଓ ଫିଲ୍ଡ ଗୋଲ୍‌ ଦେଇ ନିଜ ଦଳକୁ ଆଗୁଆ କରିଥିଲେ। ଏହାପରେ ପ୍ରିଞ୍ଜ ଥିଜ୍‌ ୪୮ମିନିଟରେ ଫିଲ୍ଡ ଗୋଲ ଦେଇଥିଲେ। ପୂରା ମ୍ୟାଚ‌ରେ ଜର୍ମାନିକୁ ୮ ଥର ପେନାଲ୍ଟି ଗୋଲ ଦେବାର ସୁଯୋଗ ମିଳିଥିଲା। କିନ୍ତୁ ଥରେ ମାତ୍ର ଗୋଲ ଦେଇପାରିଥିଲା। ଅପରପକ୍ଷେ ଜାପାନକୁ ପେନାଲ୍ଟି ଗୋଲ ଦେବା ପାଇଁ ଥରଟିଏ ମାତ୍ର ସୁଯୋଗ ମିଳିଥିଲା।

ଅନ୍ୟପଟେ କଳିଙ୍ଗରେ ଆଜି ଖେଳାଯାଇଥିବା ଅନ୍ୟଏକ ମ୍ୟାଚରେ କୋରିଆ ବିପକ୍ଷରେ ଡ଼ିଫେଣ୍ଡି ଚାମ୍ପିଅନ୍‌ ବେଲଜିୟମ ବୃହତ ବିଜୟ ହାସଲ କରିଛି। ଏଫଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ରେ ବଡ଼ ବିଜୟ ସହ ଅଭିଯାନ ଆରମ୍ଭ କରିଛି ୨୦୧୮ ହକି ବିଶ୍ବକପ ଚାମ୍ପିଅନ୍‌ ବେଲଜିୟମ୍‌। ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଚଳିତ ବିଶ୍ବକପ୍‌ର ୭ମ ମ୍ୟାଚରେ ୫-୦ ଗୋଲ୍‌ରେ ବେଲଜିୟମ କୋରିଆକୁ ହରାଇଛି।

ମ୍ୟାଚର ପ୍ରଥମ ଦୁଇଟି କ୍ୱାର୍ଟର ଗୋଲଶୂନ ରହିଥିଲା। ହେଲେ ତୃତୀୟ କ୍ୱାର୍ଟରରୁ ବେଲେଜିୟମ ଆଟାକିଙ୍ଗ ଗେମ ଆରମ୍ଭ କରିଥିଲା। ବେଲଜିୟମର ଖେଳାଳିମାନେ କୋରିଆର ଗୋଲପୋଷ୍ଟକୁ ବାରମ୍ବାର ଆଟାକ କରି ଗୋଲ ବର୍ଷା କରିଥିଲେ । ତେଵେ ଅନେକ ପେନାଲ୍ଟି କର୍ଣ୍ଣର କୋରିଆକୁ ମିଳିଥିଲେ ମଧ୍ୟ ଗୋଟିଏ ଗୋଲ ଦେବାରେ ସକ୍ଷମ ହୋଇନଥିଲେ କୋରିଆ ଖେଳାଳି।

ବେଲଜିୟମ ଟିମ୍‌ ପକ୍ଷରୁ ହେଣ୍ଡରିକ୍ସ ଆଲେକଜାଣ୍ଡର ୩୦ ମିନିଟରେ ପେନାଲ୍ଟି ଗୋଲ ଦେଇଥିଲେ। ୪୨ ମିନିଟରେ କୋସନି ଟାଙ୍ଗୁଏ ଫିଲ୍ଡ ଗୋଲ୍‌ ଓ ଭାନ ଆଉବେଲ ଫ୍ଲୋରେଣ୍ଟ ୪୯ ମିନିଟରେ ପେନାଲ୍ଟି ଗୋଲ୍‌ ଦେଇଥିଲେ। ଡକ୍‌ଏର ସେବଷ୍ଟାଇନ୍‌ ୫୧ ମିନିଟରେ ଫିଲ୍ଡ ଗୋଲ୍‌ ଦେଇଥିଲେ। ୫୭ ମିନିଟରେ ବେଲଜିୟମ ଆଉ ଏକ ଗୋଲ ଦେଇଥିଲା। ଏହି କାମ କରିଥିଲେ ଡି ସ୍ଲୋଭର ଆତହୁର। କୋରିଆକୁ ୬ ଥର ପୋନଲ୍ଟି ଗୋଲ ଦେବାର ସୁଯୋଗ ମିଳିଥିଲା। କିନ୍ତୁ ଦଳର ଖେଳାଳିମାନେ ଏଥିରୁ ଲାଭ ଉଠାଇପାରି ନଥିଲେ।