INDvsBAN Test - The Sakala

ଦ୍ୱିତୀୟ ଟେଷ୍ଟ: ଭାରତର ଘାତକ ବୋଲିଂରେ ଧରାଶାୟୀ ବାଂଲାଦେଶ, ପ୍ରଥମ ଇନିଂସରେ ୨୨୭ ରନରେ ଅଲଆଉଟ୍
ଢାକା: ବାଂଲାଦେଶର ଢାକାସ୍ଥିତ ଶେର-ଏ ବାଂଲା ନ୍ୟାସନାଲ ଷ୍ଟାଡିୟମଠାରେ ଆଜିଠାରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ମୁକାବିଲା ଖେଳାଯାଉଛି । ୨ୟ ଟେଷ୍ଟରେ ବାଂଲାଦେଶ ଭାରତର ଘାତକ ବୋଲିଂକୁ ସାମ୍ନା କରି ନପାରି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଫଳରେ ଦଳ ପ୍ରଥମ ଇନିଂସରେ ମାତ୍ର ୨୨୭ ରନରେ ଅଲଆଉଟ ହୋଇଯାଇଛି । ଭାରତର ଦ୍ରୁତ ବୋଲର ଉମେଶ ଯାଦବ ଓ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ୪ଟି ଲେଖାଏ ୱିକେଟ ନେଇ ବାଂଲାଦେଶ ବ୍ୟାଟିଂ ଲାଇନ ଅପ୍‌କୁ ବିପର୍ଯ୍ୟସ୍ତ କରି ଦେଇଛନ୍ତି।

ଏହି ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ମୋମିନୁଲ ହକଙ୍କ ଛଡ଼ା ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ । ଦଳର ଦୁଇ ଓପନର ଜାକିର ହାସାନ ଓ ନାଜମୁଲ ହୋସେନ ସାଣ୍ଟୋ ଏକ ଭଲ ଆରମ୍ଭ କରିଥିଲେ ବି ତାହାକୁ ବଡ଼ ସ୍କୋରରେ ପରିବର୍ତ୍ତନ କରିପାରିନଥିଲେ । ତେବେ ୩ୟ ସ୍ଥାନରେ ଆସିଥିବା ମୋମିନୁଲ ଲଢୁଆ ବ୍ୟାଟିଂର ପ୍ରଦର୍ଶନ କରିଥିଲେ । ସେ ୮୪ ରନ କରି ଅଶ୍ବିନଙ୍କ ବଲରେ ଆଉଟ ହୋଇଥିଲେ । ସେ ଗୋଟିଏ ପଟ କ୍ରିଜରେ ଛିଡ଼ା ହୋଇଥିବାବେଳେ ଅନ୍ୟପଟେ ବ୍ୟାଟ୍ସମ୍ୟାନମାନଙ୍କ ଯିବା ଆସିବା ଲାଗି ରହିଥିଲା । ମୋମିନୁଲଙ୍କୁ ଆଉଟ କରିବା ପରେ ସେହି ସମାନ ଓଭରର ୫ମ ବଲରେ ଅଶ୍ୱିନ ଶେଷ ବ୍ୟାଟର ଭାବେ ଖାଲେଦ ଅହମଦଙ୍କୁ ଆଉଟ କରି ବାଂଲାଦେଶ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ମୋମିନୁଲ ଲଢ଼େଇ କରିଥିଲେ ମଧ୍ୟ ବାଂଲାଦେଶ ୧୪ ରନରେ ଶେଷ ୫ ୱିକେଟ ହରାଇବାରୁ ଦଳ ୨୨୭ ରନରେ ଅଟକି ଯାଇଛି । ଲିଟନ ଦାସ ୨୫ ଓ ମୁସଫିକୁର ରହିମ ୨୬ରନ କରିଥିଲେ ।

ଅନ୍ୟପକ୍ଷରେ ଆଜି ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଭାରତ କୌଣସି ୱିକେଟ୍ ନ ହରାଇ ୧୯ ରନ୍ ସଂଗ୍ରହ କରିଛି। ଅଧିନାୟକ କେ ଏଲ୍ ରାହୁଲ ୩ ରନ୍ (୩୦ ବଲ୍) ଓ ଶୁବମନ ଗିଲ୍ ୧୪ ରନ୍ (୨୦ ବଲ୍) କରି ଅପରାଜିତ ରହିଛନ୍ତି। ଚଟୋଗ୍ରାମରେ ଅନୁଷ୍ଠିତ ପ୍ରଥମ ଟେଷ୍ଟକୁ ଭାରତ ୧୮୮ ରନରେ ଜିତିଥିଲା । ଦୁଇ ମ୍ୟାଚ୍ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ରହିଛି ।