Dr. Gayatri Bala Panda - The Sakala

ସୋଆରେ ଆରମ୍ଭ ହୋଇଛି ସାହିତ୍ୟ ମହାକୁମ୍ଭ, ଉତ୍ସବରେ ଦେଶର ୨୫୦ରୁ ଅଧିକ ତାରକା ସାମିଲ
ଭୁବନେଶ୍ୱର: ‘ପ୍ରାଚୀନ’ର ଦ୍ବିତୀୟ ସଂସ୍କରଣ । ଦେଶର ପ୍ରଖ୍ୟାତ ସାହିତ୍ୟିକ, ସଂସ୍କୃତି ବିଶାରଦକୁ ନେଇ ଭୁବନେଶ୍ୱରରେ ଆରମ୍ଭ ହୋଇଛି ସାହିତ୍ୟ ମହାକୁମ୍ଭ । ବିଶିଷ୍ଟ ସାହିତ୍ୟିକ ଡକ୍ଟର ପ୍ରତିଭା ରାୟ ଏହି ମହାକୁମ୍ଭର ଶୁଭାରମ୍ଭ କରିଛନ୍ତି । ଦେଶର ସାହିତ୍ୟ, ସଂସ୍କୃତି, କଳା, ମଂଚ ଓ ଚଳଚ୍ଚିତ୍ର କ୍ଷେତ୍ରର ପ୍ରାୟ ୨୫୦ରୁ ଅଧିକ କଳାକାର ଏଥିରେ ଯୋଗ ଦେଇଛନ୍ତି । ବଲିଉଡ ଅଭିନେତ୍ରୀ ଦିବ୍ୟା ଦତ୍ତା, ସାମାଜିତ ତତ୍ବଜ୍ଞ ତଥା ସମାଲୋଚକ ଆଶିଷ ନନ୍ଦୀ, କେନ୍ଦ୍ର ସାହିତ୍ୟ ଆକାଡେମି ସଭାପତି ମାଧବ କୌଶିକ, ସଚିବ କେ. ଶ୍ରୀନିବାସ ରାଓ, ଆଇଏଏସ ତଥା ଲେଖକ ବିଶ୍ବାସ ପାଟିଲ, କବି ପ୍ରବୋଧ ପାରିଖ, ଲେଖିକା ସୌମିତା, ଲେଖକ ଓ ନିର୍ଦ୍ଦେଶକ ଅତୁଲ ତିୱାରୀ, ଲେଖିକା ସଲମା ପ୍ରମୁଖ ଯୋଗ ଦେଇଛନ୍ତି । ଉତ୍ସବରେ ୧୧ ଜଣ ବିଶିଷ୍ଟ ବ୍ୟକ୍ତିତ୍ବଙ୍କୁ ସମ୍ମାନିତ କରାଯିବ। ୩ ଦିନି ଧରି ଚାଲିବ ସୋଆ ସାହିତ୍ୟ ଉତ୍ସବ। ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ଭାରତୀୟ କଳା, ସଂସ୍କୃତି ଓ ସାହିତ୍ୟ ସମ୍ପର୍କରେ ଆଲୋଚନା ତଥା ମତ ବିନିମୟ କରିବେ।

ଉତ୍ସବର ପ୍ରାରମ୍ଭରୁ ଉଦବୋଧନ ଦେଇଥିଲେ ପ୍ରାଚୀନ ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା। ଏହି ସାହିତ୍ୟ ମହାକୁମ୍ଭର ଶୀର୍ଷକ ରହିଛି ଶବ୍ଦ ଓ ଭାବନାର ଉତ୍ସବ । ଦେଶର ଆଗ ଧାଡିର ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଅନୁସନ୍ଧାନ ଦ୍ୱିତୀୟ ଥର ପାଇଁ ଏହି ସାହିତ୍ୟ ଉତ୍ସବର ଆୟୋଜନ କରିଥିବା ବେଳେ ଦେଶ ବିଦେଶରୁ ବିଶିଷ୍ଟ ସାହିତ୍ୟିକ, ଗାଳ୍ପିକ, କବି, ସମାଲୋଚକ, ଐତିହାସିକ, ଅନୁବାଦକ, ଭାଷା ବିଜ୍ଞାନୀ, ଗବେଷକ, ସାମ୍ବାଦିକ ଓ ଚଳଚ୍ଚିତ୍ର ଜଗତର ପ୍ରମୁଖ ବ୍ୟକ୍ତିମାନେ ଏଥିରେ ଯୋଗ ଦେଇଛନ୍ତି ।

ଖ୍ୟାତନାମା ଓଡ଼ିଆ ଲେଖିକା ଡ଼. ଗାୟତ୍ରୀବାଳା ପଣ୍ଡାଙ୍କୁ ଦ୍ୱିତୀୟ ବାର ‘ଟାଇମ୍ସ ପାୱାର ୱିମେନ୍‌‌ ଆୱାର୍ଡ’
ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଟାଇମ୍ସ ଗ୍ରୁପ୍‌‌ ପକ୍ଷରୁ ରାଜ୍ୟର ପ୍ରଭାବଶାଳୀ ଓ ଖ୍ୟାତନାମା ମହିଳାମାନଙ୍କୁ ‘ଟାଇମ୍ସ ପାୱାର ୱିମେନ୍‌‌ ଆୱାର୍ଡ଼’ରେ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ପଦ୍ମଶ୍ରୀ କୁମ୍‌‌କୁମ୍‌‌ ମହାନ୍ତି, ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀଙ୍କୁ ଆଜୀବନ ସାଧନା ସମ୍ମାନରେ ସମ୍ମାନିତ କରିଛନ୍ତି। ଅନୁରୂପ ଭାବରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ଖ୍ୟାତନାମା ଓଡ଼ିଆ ଲେଖିକା ଡ଼. ଗାୟତ୍ରୀବାଳା ପଣ୍ଡାଙ୍କୁ ମିଳିଛି ‘ଟାଇମ୍ସ ପାୱାର ୱିମେନ୍‌‌ ଆୱାର୍ଡ଼-୨୦୨୩’। ଟାଇମ୍ସ ଗ୍ରୁପ୍‌‌ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଲିଉଡ଼୍‌‌ ଅଭିନେତ୍ରୀ ରାକୁଲପ୍ରୀତ୍‌‌ ସିଂହ ଡ଼. ପଣ୍ଡାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।

ଗତ ମାର୍ଚ୍ଚ ମାସରେ ନୂଆଦିଲ୍ଲୀରେ ‘ଦୟାନଦୀ’ କବିତା ପୁସ୍ତକ ନିମନ୍ତେ ଡ଼. ଗାୟତ୍ରୀବାଳା ପଣ୍ଡା କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ। ପ୍ରଥମ ଭାରତୀୟ କବି ଭାବରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ଦୁଇଟି ବର୍ଗରେ ସେ ପୁରସ୍କୃତ ହୋଇଥିଲେ। ସମ୍ପ୍ରତି ଟାଇମ୍ସ ଗ୍ରୁପ୍‌‌ ପକ୍ଷରୁ ତାଙ୍କୁ କ୍ରମାଗତ ଦ୍ୱିତୀୟଥର ପାଇଁ ଟାଇମ୍ସ ପାୱାର ୱିମେନ ସମ୍ମାନରେ ସମ୍ମାନିତ କରାଯାଇଛି।

ଅନ୍ୟପକ୍ଷରେ ଏହି ଅବସରରେ ଡ. ଇତି ସାମନ୍ତ, ଡ. ନୀଲାଞ୍ଜନା ମୁଖାର୍ଜୀ, ଡ. ନୀତା ମହାନ୍ତି, ପଦ୍ମଶ୍ରୀ ସାବରମତୀ, ସେଫିଆ ଫିରଦୋଶ୍‌‌, ଆଇପିଏସ୍‌‌ ସାଗରିକା ନାଥ, ଦିପ୍ତୀ ମହାପାତ୍ର, ମେୟର ସୁଲୋଚନା ଦାସ, ରୁଚି ଜଲାନ୍‌‌, ଡ. ଶ୍ୱେତପଦ୍ମା ଦାସ, ଡ. ଇପ୍‌‌ସିତା ଶତପଥୀ, ଶାଳିନୀ କୋଥକୋଣ୍ଡା, ସୁମା ଦେବୀ ଦାସ, ପୂର୍ଣ୍ଣିମା ବଦେ୍‌‌, ଡ. ମାଧୁରୀ ପଟ୍ଟନାୟକ, ଡ. ଶ୍ରୁତି ମହାପାତ୍ର, ଡ. ସୁଜାତା ସାହୁ, ଆଇଏଏସ୍‌‌ ଅବୋଲି ନରଭଣେ, ଡ. ହରପ୍ରୀତ୍‌‌ କୌର, ମଞ୍ଜୁଲିତା ନାୟକ, ନିରୂପମା ବିଶ୍ୱାଳ, ଲିପିକା ସିଂହ, ଅମୀୟବାଳା ପରିଡ଼ା, ନମିତା ଟପ୍ପୋ, ସସ୍ମିତା ସରକାର, ସୁନୀତା ବେହେରାଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ ଅନ୍ୟତମ ଅତିଥି ରୂପେ ଯୋଗ ଦେଇଥିବାବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର
ଭୁବନେଶ୍ବର: ୨୦୨୨ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଓଡ଼ିଆ ଭାଷାରେ କବି ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ମିଳିଛି । ତାଙ୍କର କବିତା ସଂକଳନ “ଦୟାନଦୀ” ପାଇଁ ଏହି ମର୍ଯ୍ୟାଦାଜନକ ପୁରସ୍କାର ତାଂକୁ ମିଳିଥିବା ଘୋଷଣା କରାଯାଇଛି । ପୁରସ୍କାର ସ୍ୱରୂପ ୧,୦୦,୦୦୦ ଟଙ୍କାର ଅର୍ଥରାଶି ଓ ତାମ୍ର ଫଳକ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ଏକ ସ୍ୱତନ୍ତ୍ର ଉତ୍ସବରେ ତାଂକୁ ପ୍ରଦାନ କରାଯିବ । କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କୃତ କବିତା ସଂକଳନ “ଦୟାନଦୀ”୨୦୧୭ରେ ପକ୍ଷୀଘର ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶ ପାଇଥିଲା । କବିତା ସଂକଳନ ‘ଦୟାନଦୀ’ କଳିଙ୍ଗ ଯୁଦ୍ଧ ଉପରେ ଆଧାରିତ । ଏଥିରେ ଉତ୍ସର୍ଗ ଓ ପରିଶିଷ୍ଟକୁ ମିଶେଇ ୬୪ଟି କବିତା ରହିଛି । ଯୁଦ୍ଧର ସମସ୍ତ ବିଭୀଷିକା, ସମସ୍ତ ସ୍ପର୍ଦ୍ଧା ଓ ସମସ୍ତ ଅହଂକାର ଭିତରେ କେବଳ ଗୋଟିଏ ଅନୁଚ୍ଚାରିତ ସ୍ୱର ହିଁ ଗୁଂଜରିତ ହୁଏ, ତାହା ହେଉଛି ପରାଜୟର ।

ଏହି କବିତାସବୁ ଇତିହାସର କୌଣସି ତାତ୍ତ୍ୱିକ ଆଲୋଚନା ବା କାବ୍ୟରୂପ ନୁହେଁ, ବରଂ ଏହା ଇତିହାସର ନଈରେ ନୌଯାତ୍ରା କରୁଥିବା ଏକ କାବି୍ୟକ ସମ୍ବେଦନା । କଳିଙ୍ଗ ଯୁଦ୍ଧର ଏକମାତ୍ର ସାକ୍ଷୀ ଭାବରେ ଆଜି ବି ଅଛି ଦୟାନଦୀ । ଆଜି ବି ପ୍ରତି ଓଡ଼ିଆର ରକ୍ତରେ ରକ୍ତହେଇ ବହୁଛି । ମଣିଷକୁ ମଣିଷପଣିଆ ଆଡ଼େ ବାଟ ଦେଖାଉଛି । ଶାନ୍ତି, ପ୍ରୀତି, ମୈତ୍ରୀର ଜୟଗାନ କରୁଛି । ଦୀର୍ଘ ତିନି ଦଶନ୍ଧିରୁ ଉଦ୍ଧ୍ୱର୍ ସମୟ କାଳ କବିତା, ଗପ, ଉପନ୍ୟାସ, ପ୍ରବନ୍ଧ ଓ ଖବରକାଗଜରେ ସ୍ତମ୍ଭ ରଚନା କରି ଯଥେଷ୍ଟ ପାଠକୀୟ ସ୍ୱୀକୃତି ହାସଲ କରିଥିବା କବି ଗାୟତ୍ରୀବାଳା ପଣ୍ଡାଙ୍କର ଅଦ୍ୟାବଧି ୨୫ଖଣ୍ଡ ପୁସ୍ତକ ପ୍ରକାଶ ପାଇଛି । ସେଥିମଧ୍ୟରୁ ଓଡ଼ିଆ ଭାଷାରେ ବାରଟି କବିତା ସଂକଳନ, ଦୁଇଟି ଗଳ୍ପ ସଂକଳନ, ଦୁଇଟି ଉପନ୍ୟାସ ଏବଂ ଗୋଟିଏ ପ୍ରବନ୍ଧ ସଂକଳନ ପ୍ରକାଶ ପାଇଛି ।

ଏତଦ୍ବ୍ୟତୀତ ହିନ୍ଦୀ ଭାଷାରେ ପାଞ୍ଚଟି କବିତା ସଂକଳନ ଓ ଇଂରାଜୀ ଭାଷାରେ ଦୁଇଟି କବିତା ସଂକଳନ, ଗୋଟିଏ ଗଳ୍ପ ସଂକଳନ ପ୍ରକାଶ ପାଇଛି । କବିତା ସଂକଳନଗୁଡ଼ିକ ହେଲା ଆହତ ପ୍ରତିଶ୍ରୁତି, ଅସ୍ପଷ୍ଟ ଈଶ୍ୱର, ଅଣାୟତ୍ତ, ଗାଁ, ଯେତିକି ଦିଶୁଚି ଆକାଶ, ଆଖି ନାଇଁ କାନ ନାଇଁ, ଏ ରାତିର ଯେତେ ତାରା, ବାଘ, ଦୟାନଦୀ, ମହେଞ୍ଜୋଦାରୋ, ନିର୍ବାଚିତ କବିତା ଓ ପ୍ରାର୍ଥନାର ଶବ୍ଦପରି । ବିସର୍ଜନ ଓ ନିଜକୁ ନେଇ ସତ ଗପ ତାଂକର ଦୁଇଟି ଗଳ୍ପ ସଂକଳନ । ମମ୍ମି ଯାହା ଜାଣେ ନାହିଁ, ରାସ୍ତା, ରିପୋର୍ଟର ଓ ମାୟାଜାଲ ତାଂକର ଚାରୋଟି ଉପନ୍ୟାସ ତଥା ବିଚାର ବିମର୍ଶ ତାଂକର ପ୍ରବନ୍ଧ ସଂକଳନ । କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବା ପୂର୍ବରୁ ଗାୟତ୍ରୀବାଳା ୨୦୧୧ରେ କବିତା ସଂକଳନ “ଗାଁ” ପାଇଁ ପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପାଇଥିଲେ ।

ଏହାବ୍ୟତୀତ ସେ ରାଜ୍ୟ ଯୁବ ପୁରସ୍କାର, ରାଜୀବ ଗାନ୍ଧୀ ସଦ୍ଭାବନା ପୁରସ୍କାର, ଉକ୍ରଳ ସାହିତ୍ୟ ସମାଜ ଯୁବ ସାହିତି୍ୟକ ସମ୍ମାନ, ଶାରଳା କାବ୍ୟ ସମ୍ମାନ, କାଦମ୍ବିନୀ କବିତା ସମ୍ମାନ, ଫକୀର ମୋହନ ସାହିତ୍ୟ ସମ୍ମାନ, ବସନ୍ତ ମୁଦୁଲି କବିତା ସମ୍ମାନ, ମନ୍ଥନ ଯୁବ କବି ସମ୍ମାନ, ଲେଖାଲେଖି ଯୁବ କବି ସମ୍ମାନ, ଟାଇମ୍ ପାସ୍ ସ୍ୱୟଂଶ୍ରୀ ସମ୍ମାନ, ତାଳପଦେଶ୍ୱରୀ ସାରସ୍ୱତ ସମ୍ମାନ, ଇସ୍ତାହାର କବିତା ସମ୍ମାନ, ଦୀପକ ମିଶ୍ର କବିତା ସମ୍ମାନ, “ରାଇଟର୍ସ-ଇନ୍-ରେସିଡେନ୍ସ” ଆଟ୍ ରାଷ୍ଟ୍ରପତି ଭବନ-୨୦୧୫, ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ, ରାଜ୍ୟ ସରକାରଙ୍କ ପକ୍ଷରୁ ଦୁର୍ନୀତି ନିବାରଣ ଉପରେ ରଚିତ ପ୍ରବନ୍ଧ ପାଇଁ ପୁରସ୍କୃତ ହେବାସହିତ ସତ୍ୟବାଦୀ ସାହିତ୍ୟ ସମ୍ମାନ, ରାଜକନ୍ୟା ରତ୍ନମାଳୀ ଜେମା ସାରସ୍ୱତ ସମ୍ମାନ, ଆର୍ଯ୍ୟା ସମ୍ମାନ, କଳିଙ୍ଗ ବୀରାଙ୍ଗନା ସମ୍ମାନ, ଭଞ୍ଜ ଭାରତୀ ଜୟଦେବ ଷଡ଼ଙ୍ଗୀ ସ୍ମୃତି ସମ୍ମାନ, ଟାଇମ୍ସ ପାୱାର ୱିମେନ୍ ସମ୍ମାନ ଓ ଅକ୍ଷୟ ସାହିତ୍ୟ ସମ୍ମାନ ଇତ୍ୟାଦି ବହୁ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ଏହି ମର୍ଯ୍ୟାଦାଜନକ ସାହିତ୍ୟ ଏକାଡେମୀ ପୁରସ୍କାର ମତେ ନୁହେଁ, ମୋ ଲିଖିତ କବିତା ପୁସ୍ତକ ‘ଦୟାନଦୀ’ ପାଇଁ ମତେ ମିଳିଛି ଓ ଏହି ପୁରସ୍କାର ହେଉଛି ପାଠକଙ୍କ ଶ୍ରଦ୍ଧା ଓ ସଦିଚ୍ଛା ବୋଲି ଗାୟତ୍ରୀବାଳା ତାଙ୍କ ପ୍ରତିକ୍ରିୟାରେ କହିବା ସହ ଏହା ତାଙ୍କୁ ତାଙ୍କର ଲେଖନୀ ପ୍ରତି ଆହୁରି ଦାୟିତ୍ୱବଦ୍ଧ କରିବ ବୋଲି କହିଛନ୍ତି । ତେବେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ, ଅଗ୍ରଜ ସାହିତି୍ୟକ ଓ ସତୀର୍ଥଙ୍କ ଶୁଭେଚ୍ଛା, ପରିବାରର ପ୍ରେରଣା ଓ ସହଯୋଗ ଯୋଗୁଁ ଏହି ସମ୍ମାନ ତାଂକୁ ମିଳିପାରିଛି ବୋଲି ସେ କହିଛନ୍ତି । ଜଗତସିଂହପୁର ଜିଲ୍ଲାର ସାଦେଇପୁରରେ ୧୯୭୭ରେ ଜନ୍ମଗ୍ରହଣ କରିଥିବା ଗାୟତ୍ରୀବାଳା ଗୋଲକ ବିହାରୀ ପଣ୍ଡା ଓ ଅରୁଣିମା ପଣ୍ଡାଙ୍କ କନ୍ୟା ତଥା ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜଙ୍କ ଧର୍ମପତ୍ନୀ ।