Airports Authority of India - The Sakala

ଭୁବନେଶ୍ବର ଏୟାରପୋର୍ଟର ହେବ ଘରୋଇକରଣ, ୨୦୨୫ ସୁଦ୍ଧା ଘରୋଇ କମ୍ପାନିମାନଙ୍କୁ ଲିଜ୍‌ରେ ଦିଆଯିବ ୨୫ ଏୟାରପୋର୍ଟ
ନୂଆଦିଲ୍ଲୀ : ଖୁବଶୀଘ୍ର ଘରୋଇକରଣ ହେବ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର । ଭୁବନେଶ୍ଵର ସମେତ ଦେଶର ୨୫ଟି ପ୍ରମୁଖ ବିମାନବନ୍ଦରର ଘରୋଇକରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଦ୍ବାରା ପରିଚାଳିତ ଭୁବନେଶ୍ବର ଏୟାରପୋର୍ଟ ସମେତ ମୋଟ ୨୫ଟି ଏୟାରପୋର୍ଟକୁ ଲିଜରେ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୦୨୫ ସୁଦ୍ଧା ଏଗୁଡ଼ିକୁ ପରିଚାଳନା ପାଇଁ ପର୍ଯ୍ୟାୟକ୍ରମେ ଲିଜରେ ଘରୋଇ କମ୍ପାନିମାନଙ୍କୁ ଦିଆଯିବ ।

ସୋମବାର ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ଜେନେରାଲ୍‌ ଭି.କେ.ସିଂ କହିଛନ୍ତି ଯେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପରିଚାଳିତ ମୋଟ ୨୫ଟି ଏୟାରପୋର୍ଟକୁ ଲିଜରେ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।କେନ୍ଦ୍ର ସରକାରଙ୍କ ଜାତୀୟ ମନେଟାଇଜେସନ ପାଇପଲାଇନ (ଏନଏମପି) ଅନୁସାରେ ଏସବୁ ଏୟାରପୋର୍ଟ ଗୁଡ଼ିକୁ ଲିଜ ସୁତ୍ରରେ ଦିଆଯିବ।

ଘରୋଇ କମ୍ପାନିମାନଙ୍କୁ ଲିଜ୍‌ରେ ଦିଆଯିବାକୁ ଥିବା ଏୟାରପୋର୍ଟ ଗୁଡିକ ମଧ୍ୟରେ ଭୁବନେଶ୍ୱର, ବାରାଣାସୀ, ଅମୃତସର, ତ୍ରିଚି, ଇନ୍ଦୋର, ରାୟପୁର, କାଲିକଟ, କୋଏମ୍ବାଟୁର, ନାଗପୁର, ପାଟନା, ମଦୁରାଇ, ସୁରଟ, ରାଞ୍ଚି, ଯୋଧପୁର, ଚେନ୍ନାଇ, ବିଜୟୱାଡା, ଭଦୋଦରା, ଭୋପାଳ, ତିରୁପତି, ହବଲି, ଇମ୍ଫାଲ, ରାଜତାଲ, ଉଦୟପୁର ବିମାନବନ୍ଦର ରହିଛି। ଏହି ସବୁ ବିମାନମନ୍ଦରକୁ ୨୦୨୨ରୁ ୨୦୨୫ ମଧ୍ୟରେ ଲିଜ୍‌ ସୁତ୍ରରେ ଘରୋଇ କମ୍ପାନିମାନଙ୍କୁ ଦିଆଯିବ।

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ୍‌ ଭି.କେ.ସିଂ ଆହୁରି ମଧ୍ୟ କହିଛନ୍ତି ଯେ ଏୟାରପୋର୍ଟଗୁଡ଼ିକୁ ଘରୋଇ କ୍ଷେତ୍ରର ନିବେଶ ଓ କାର୍ଯ୍ୟଦକ୍ଷତା ଆସିବା ପରେ ସେଗୁଡ଼ିକର ଉତ୍ତମ ପରିଚାଳନା ହୋଇପାରିବ । ପିପିପି ମୋଡରେ ଏୟାରପୋର୍ଟଗୁଡ଼ିକର ବିକାଶ ହେଲେ ତଦ୍ବାରା ଯାତ୍ରୀ ଓ ରାଜ୍ୟ ସରକାରମାନେ ଉପକୃତ ହୋଇପାରିବେ। ବର୍ତ୍ତମାନ ସୁଦ୍ଧା ୮ଟି ଅନ୍ତର୍ଜାତୀୟ ଏୟାରପୋର୍ଟକୁ ଘରୋଇ କମ୍ପାନିମାନଙ୍କୁ ଲିଜ୍ ଦିଆଯାଇସାରିଛି । ସେଗୁଡ଼ିକ ହେଉଛି ଦିଲ୍ଲୀର ଇନ୍ଦିରାଗାନ୍ଧୀ ଏୟାରପୋର୍ଟ, ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଏୟାରପୋର୍ଟ, ଲକ୍ଷ୍ନୌର ଚୌଧିୁରୀ ଚରଣ ସିଂ ଏୟାରପୋର୍ଟ, ଅହମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ଏୟାରପୋର୍ଟ, ମାଙ୍ଗାଲୁରୁ ଏୟାରପୋର୍ଟ, ଜୟପୁର ଏୟାରପୋର୍ଟ, ଲୋକପ୍ରିୟ ଗୁଆହାଟୀର ଗୋପୀନାଥ ବର୍ଦ୍ଦୋଲୋଇ ଏୟାରପୋର୍ଟ ଓ ତିରୁଅନନ୍ତପୁରମ ଏୟାରପୋର୍ଟ ।

ବେସରକାରୀ କ୍ଷେତ୍ରର ଦକ୍ଷତା ଏବଂ ବିନିଯୋଗକୁ ବ୍ୟବହାର କରି ସେମାନଙ୍କର ଉତ୍ତମ ପରିଚାଳନା ପାଇଁ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ବିମାନବନ୍ଦରଗୁଡିକ ଜନସାଧାରଣଙ୍କ ସ୍ୱାର୍ଥରେ ଲିଜ୍ ଦିଆଯାଇଛି। ରାଜ୍ୟ ଏବଂ ଯାତ୍ରୀମାନେ ଉନ୍ନତ ବିମାନ ବନ୍ଦର ଭିତ୍ତିଭୂମି ଏବଂ ବେସରକାରୀ ସହଭାଗୀ ଦ୍ବାରା ସୃଷ୍ଟି ହୋଇଥିବା ସୁବିଧାଗୁଡ଼ିକର ଲାଭ ପାଇପାରିବେ। ପିପିପି  ମୋଡ୍‌ରେ ଲିଜ୍ ହୋଇଥିବା ବିମାନ ବନ୍ଦର ଗୁଡିକ ପରିଚାଳନା, ବିକାଶ ଭଲ ଭାବରେ ହୋଇପାରିବ। ଲିଜ୍ ହୋଇଥିବା ବିମାନବନ୍ଦରରୁ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆକୁ ପ୍ରାପ୍ତ ରାଜସ୍ୱରେ ଦେଶର ବିମାନବନ୍ଦର ଭିତ୍ତିଭୂମି ବିକାଶରେ ବ୍ୟବହୃତ ହେବ ବୋଲି ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ୍‌ ଭି.କେ.ସିଂ କହିଛନ୍ତି।