Men’s Hockey World Cup - The Sakala

ଆଜି ହକି ବିଶ୍ୱକପର ଦ୍ଵିତୀୟ ଦିନ, ଖେଳାଯିବ ୪ଟି ମ୍ୟାଚ୍
ଭୁବନେଶ୍ୱର: ଆଜି ହକି ବିଶ୍ୱକପର ଦ୍ଵିତୀୟ ଦିନରେ ପ୍ରଥମେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ଚିଲି । ଦିନ ଗୋଟାଏରେ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ମ୍ୟାଚ ହେବ । ଏହି ମ୍ୟାଚ ପରେ ଦିନ ୩ଟାରେ ନେଦରଲ୍ୟାଣ୍ଡ୍ସ ଓ ମାଲେସିଆ ମଧ୍ୟରେ ମ୍ୟାଚ ହେବ । ଏହି ମ୍ୟାଚଟି ମଧ୍ୟ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ।

ଆଜି ରାଉରକେଲାରେ ଏହି ଦୁଇଟି ମ୍ୟାଚ ପରେ ସଂଧ୍ୟା ୫ଟାରେ ବେଲଜିୟମ ଓ କୋରିଆ ମଧ୍ୟରେ ଟକ୍କର ହେବ । ସେହିପରି ସଂଧ୍ୟା ୭ଟାରେ ଜର୍ମାନୀ ଓ ଜାପାନ ମଧ୍ୟରେ ଟକ୍କର ହେବ । ଏହି ଦୁଇଟି ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ବେଲଜିୟମ, କୋରିଆ, ଜର୍ମାନୀ ଓ ଜାପାନ ପୁଲ `ବି’ରେ ଥିବା ବେଳେ ନ୍ୟୁଜିଲାଣ୍ଡ, ଚିଲି, ନେଦରଲ୍ୟାଣ୍ଡ୍ସ, ମାଲେସିଆ ପୁଲ୍ `ସି’ରେ ଅଛନ୍ତି ।

ହକି ବିଶ୍ବକପ୍‌ ପାଇଁ କଡ଼ା ସୁରକ୍ଷା ବଳୟରେ ରହିବ ଭୁବନେଶ୍ବର, ମୁତୟନ ହେବେ ୫୦ ପ୍ଲାଟୁନ ପୁଲିସ ଫୋର୍ସ
ଭୁବନେଶ୍ବର : ରାଜଧାନୀରେ ଧରି ଆସିଲାଣି ହକି ଫିଭର୍‍। ଭାରତ ହକି ଖେଳାଳି ଓ ବିଦେଶୀ ପର୍ଯ୍ୟଟକ ଭୁବନେଶ୍ୱରକୁ ଆସିଲେଣି। ଆଉ ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ବରର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନକ୍ସା ପ୍ରସ୍ତୁତ କରିଛି କମିସନରେଟ୍‍ ପୁଲିସ। ରାଜଧାନୀ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା ସହ ସହରର ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ଲାଗି କମିସନରେଟ୍‍ ପୁଲିସ ପକ୍ଷରୁ  ୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ।

ତେବେ ହକି ବିଶ୍ବକପ୍‌ ସମୟରେ ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନବନ୍ଦରକୁ ପୁରା ସୁରକ୍ଷା ବଳୟ ମଧ୍ୟରେ ରଖାଯିବ। କାରଣ ଖେଳାଳିଙ୍କ ସହ ବିଦେଶୀ ପର୍ଯ୍ୟଟକମାନେ ବହୁମାତ୍ରାରେ ଆସିବାର ସମ୍ଭାବନା ରହିଥିବାରୁ ସେମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ଏୟାର ପୋର୍ଟରେ ନିୟୋଜିତ ହେବେ ୨ ପ୍ଲାଟୁନ ଫୋର୍ସ। ଭୁବନେଶ୍ୱର ଏୟାର ପୋର୍ଟ ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯିବା ସହ ହକି ସମୟରେ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ନଜର ରହିବ। ବାହାର ଦେଶରୁ ଆସୁଥିବା ଖେଳାଳିଙ୍କ ସୁରକ୍ଷା ଉପରେ ସ୍ୱତନ୍ତ୍ର ନଜର ରଖାଯିବ। ଏନେଇ ଆଜି ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଭୁବନେଶ୍ବର ଡିସିପି ଓ ଏୟାର ପୋର୍ଟ ଅଥରୀଟି।

ଅନ୍ୟପଟେ ବିଶ୍ବକପ୍‌ ସମୟରେ ଭୁବନେଶ୍ବରରେ ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ଲାଗି କମିସନରେଟ୍‍ ପୁଲିସ ଲାଗି ଏକ ନକ୍ସା ପ୍ରସ୍ତୁତ କରାଯାଇଛି। ସହରର ଟ୍ରାଫିକ ପରିଚାଳନା ଲାଗି ୨୦ ପ୍ଲାଟୁନ୍‍ ପୁଲିସ ଫୋର୍ସ ମୁତୟନ କରାଯିବ। ଏଥିରେ ୫ ଜଣ ଡିଏସ୍‍ପି, ୧୮ ଏସ୍‍ଆଇ, ୧୫ ଜଣ ଏଏସ୍‍ଆଇ ନିୟୋଜିତ ରହିବେ। ଏପରିକି ୫ ଜଣ ଡିଏସ୍‍ପିଙ୍କୁ ରାଜଧାନୀର ଟ୍ରାଫିକ ପରିଚାଳନା ଦାୟିତ୍ୱ ଦିଆଯାଇଛି ବୋଲି ଟ୍ରାଫିକ ଡିସିପି ଠାକୁର ପ୍ରସାଦ ପାତ୍ର ସୂଚନା ଦେଇଛନ୍ତି।

ସେହିପରି ରାଜଧାନୀର ଟ୍ରାଫିକ ପରିଚାଳନା ତଦାରଖରେ ଅତିରିକ୍ତ ପୁଲିସ କମିସନର୍‍ ଉମାଶଙ୍କର ଦାଶ ରହିବେ। ଏଥିସହିତ ସାମାଜିକ ଗଣମାଧ୍ୟମରେ ଟ୍ରାଫିକ୍‍ ପରିଚାଳନା କ୍ଷେତ୍ରରେ ଗୁରୁତ୍ୱ ଦେବାକୁ କୁହାଯାଇଛି। ଏଥିଲାଗି ହେଲ୍ପଲାଇନ୍‍ ନମ୍ବର (୮୨୮୦୩୩୮୩୦୫) ଜାରି କରାଯାଇଛି।

ଅନ୍ୟପକ୍ଷରେ ଆମ୍ବୁଲାନ୍ସ ଲାଗି ସହରରେ ଗ୍ରୀନ୍‍ କରିଡର୍‍ ବ୍ୟବସ୍ଥା କରାଯିବ। ପ୍ରତ୍ୟେକ ଟିମ୍‍ ପାଇଁ ପାଇଲଟ୍‍ ପ୍ରୋଟେକ୍ସନ ଦିଆଯିବ। ହୋଟେଲରୁ ଷ୍ଟାଡିୟମ ପର୍ଯ୍ୟନ୍ତ ଖେଳାଳି ଯିବା ବେଳେ ସମସ୍ତ ଟ୍ରାଫିକ ବ୍ୟବସ୍ଥାର ଅନୁଶୀଳନ କରାଯାଇଛି। ଏଥିସହିତ ଟ୍ରାଫିକ୍‍ ଲାଗି ନିୟୋଜିତ ଥିବା ପୁଲିସ କର୍ମଚାରୀମାନେ ବିଏମ୍‍ସି ଏନ୍‍ଫୋର୍ସମେଣ୍ଟ ଟିମ୍‍ରେ ରହିଛନ୍ତି। ସହରର ବିଭିନ୍ନ ସ୍ଥାନରେ ବେଆଇନ ପାର୍କିଂ ହଟାଇବା ଓ ଟ୍ରାଫିକ ସମସ୍ୟା ନ ଦେଖାଯିବ, ସେନେଇ ବ୍ୟବସ୍ଥା କରାଯାଇଛି।

ଏପରିକି ଟ୍ରାଫିକ ଲାଗି ଏକ କଣ୍ଟ୍ରୋଲ ରୁମ ଖୋଲିବା ସହ ଗୋଟିଏ ମିଡିଆ ସେଲ୍‌ର ବ୍ୟବସ୍ଥା ହୋଇଛି। କୌଣସି ସ୍ଥାନରେ ଟ୍ରାଫିକ୍‍ଜନିତ ସମସ୍ୟା ଦେଖାଦେଲେ ନିକଟସ୍ଥ ଥାନାକୁ ଯୋଗାଯୋଗ କରିବାକୁ କୁହାଯାଇଛି। ଟ୍ରାଫିକ-୧ ଓ ୨ରେ ୪ଟି ଲେଖାଏଁ ଏନ୍‍ଫୋର୍ସମେଣ୍ଟ ଟିମ୍‍ ରହିଛି। ସୋସିଆଲ ମିଡିଆ ସହାୟତାରେ ଏସମ୍ପର୍କରେ ଲୋକଙ୍କୁ ଜଣାଇ ଦିଆଯିବ ବୋଲି ଟ୍ରାଫିକ୍‍ ଡିସିପି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ଟ୍ରାଫିକ ପୁଲିସ କିମ୍ବା କମିସନରେଟ୍‍ ପୁଲିସର ଟୁଇଟର, ଏଫ୍‍ଏମ୍‍ ରେଡିଓରେ ଟ୍ରାଫିକ ସମ୍ପର୍କିତ ସୂଚନା ପ୍ରଦାନ କରାଯିବ। ସୋସିଆଲ ମିଡିଆ ଜରିଆରେ ସାଧାରଣ ଲୋକେ ନିଜ ଅସୁବିଧା ଜଣାଇପାରିବେ ବୋଲି ଟ୍ରାଫିକ ଏସିପି ସ୍ୱସ୍ତିକ ପଣ୍ଡା ସୂଚନା ଦେଇଛନ୍ତି।

ଜାରିହେବ ଆନିମେଟେଡ୍‍ ଭିଡିଓ,୪ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା

କଟକ ଅବା ପୁରୀ ପଟୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମକୁ ଆସୁଥିବା ହକି ପ୍ରେମୀକୁ ବାଟ ଦେଖାଇବ ଆନିମେଟେଡ୍‍ ଭିଡିଓ। ସହରରେ ଲାଗିଥିବା ଏଲ୍‍ଇଡି ସ୍କ୍ରିନ୍‍ରେ କଳିଙ୍ଗ ଷ୍ଟାଡିୟମ ପହଞ୍ଚିବା ସହ କେଉଁଠି ପାର୍କିଂ କରିବେ, ତା’ର ସର୍ବିଶେଷ ତଥ୍ୟ ପାଇପାରିବେ। ସହରକୁ ପ୍ରବେଶ କରୁଥିବା ପଥଗୁଡ଼ିକରେ ଲାଗିବ ଏଲ୍‍ଇଡି ସ୍କିନ୍‍। ଫଳରେ ଦେଶ ଓ ବିଦେଶରୁ ଆସୁଥିବା ଲୋକେ ଭିଡ଼ରେ ନ ଫସି କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିବା ସହ ଠିକ୍‍ ସ୍ଥାନରେ ବାଇକ୍‍ କିମ୍ବା କାର୍‍ ପାର୍କିଂ କରିପାରିବ।

ସେହିପରି ଟ୍ରାଫିକ ଭିଡ଼କୁ ଏଡେଇବା ଲାଗି ଏଫ୍‍ଏମ୍‍ ରେଡିଓ କିମ୍ବା ପୁଲିସର ଟୁଇଟ୍‍ର ଆକାଉଣ୍ଟରେ ଭିଡ଼ ଅଞ୍ଚଳ ବିଷୟରେ ତଥ୍ୟ ପାଇବେ ସାଧାରଣଲୋକେ। ଆର୍‍ଓ, ନିୟୁ ଏଜି କଲୋନୀ, ନିକୋ ପାର୍କରେ କାର୍‍ ଓ ବେହେରାସାହି ରୋଡ୍‍ ବାଇକ ପାର୍କିଂ ପାଇଁ ୪ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଚିହ୍ନଟ କରାଯାଇଥିବା ପାର୍କିଂ ପଏଣ୍ଟରେ କିଭଳି ସୁରୁଖୁରରେ ହକି ପ୍ରେମୀ ପହଞ୍ଚିବେ ସେମାନଙ୍କ ଲାଗି ଆନିମେଟେଡ୍‍ ଭିଡ଼ିଓ ଜାରି କରିବ ଟ୍ରାଫିକ ପୁଲିସ।