China Loan APP - The Sakala

ଋଣ ଦେଇ ଲୋକଙ୍କୁ ଫସାଉଥିବା ଚାଇନା ଆପ୍‌ ଉପରେ ଲାଗିବ ପ୍ରତିବନ୍ଧକ
ନୂଆଦିଲ୍ଲୀ(ଏଜେନ୍ସି): ଏବେ ସାରା ଦେଶରେ ବହୁ ଚାଇନା ଆପ୍‌ ଲୋକଙ୍କୁ ସହଜରେ ଋଣ ଉପଲବ୍ଧ କରାଇବା ନାଁରେ ଫସାଇବାକୁ ଲାଗିଛନ୍ତି। ବିଗତ ଦିନରେ ଏଭଳି ବହୁ ଘଟଣାକୁ ନେଇ କିଛି ଲୋକ ଆତ୍ମହତ୍ୟା କରିଥିବା ମଧ୍ୟ ଖବର ଆସିଛି। ତେବେ ଏଭଳି ଚାଇନା ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ସମେତ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ପ୍ରମୁଖ ବିତ୍ତୀୟ ଅନୁଷ୍ଠାନର ସମନ୍ବିତ ଉଦ୍ୟମରେ ଏହି ଆପ୍‌ଗୁଡିକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟସଭାରେ ପ୍ରକାଶ କରିଛନ୍ତି।

ସହଜରେ ଋଣ ଯୋଗାଇ ଦେବାକୁ କହି ଲୋକଙ୍କୁ ଠକିବା ସହିତ ସେମାନଙ୍କୁ ହଇରାଣ ହରକତ୍‌ କରାଯାଉଥିବା ଜଣାପଡ଼ିବା ପରେ ଗତ ୬ ମାସ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସମେତ କର୍ପୋରେଟ ମନ୍ତ୍ରାଳୟ ସହ ଆଲୋଚନା କରାଯାଇଛି ବୋଲି ନିର୍ମଳା କହିଛନ୍ତି। ସେହିପରି ଲୋକଙ୍କୁ ଋଣ ଦେଇ ଅତ୍ୟଧିକ ହଇରାଣ କରୁଥିବା ବହୁ ଆପ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ଆଇଟି ମନ୍ତ୍ରାଳୟକୁ ମଧ୍ୟ କୁହାଯାଇଛି। ତେବେ ବର୍ତ୍ତମାନ ଆରବିଆଇ, କେନ୍ଦ୍ର କର୍ପୋରେଟ୍‌ ମନ୍ତ୍ରାଳୟ, ଆଇଟି ମନ୍ତ୍ରାଳୟ ଏବଂ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏହି ପ୍ରସଙ୍ଗରେ ମିଳିତ ଭାବେ କାର୍ଯ୍ୟ କରାଯାଉଛି। ଆଗାମୀ ଦିନରେ ଏହି ଆପ୍‌ଗୁଡିକ କାର୍ଯ୍ୟକଳାପକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ମଳା କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, କ୍ଷୁଦ୍ର ଋଣ ଯୋଗାଇ ଦେବା ନାଁରେ ବିନା କାଗଜପତ୍ରରେ ପ୍ରାୟ ୬୦୦ ଚାଇନା ଆପ୍‌ କାର୍ଯ୍ୟ କରୁଛି ବୋଲି ତୃଣମୂଳ କଂଗ୍ରେସ(ଟିଏମସି) ସାଂସଦ ନଦିମୁଲ ହକ୍‌ ରାଜ୍ୟସଭାରେ ପ୍ରଶ୍ନ ଉଠାଇବା ସହିତ ଏଗୁଡିକର କାର୍ଯ୍ୟକଳାପ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହି ଆପ୍‌ଗୁଡିକ ଋଣ ନେଇଥିବା ଲୋକମାନଙ୍କ ଫଟୋ ଏବଂ ଭିଡିଓ ସମେତ ବ୍ୟକ୍ତିଗତ ତଥ୍ୟ ହାସଲ କରି ସେମାନଙ୍କୁ ବ୍ଲାକମେଲ କରୁଥିବା କହିଥିଲେ। ତେଣୁ ଏଗୁଡିକ ବିରୋଧରେ ଅର୍ଥମନ୍ତ୍ରାଳୟ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ବୋଲି ସେ ଦାବି କରିଥିଲେ ।