Knee Problem - The Sakala
ଶୀତଦିନ ଆସିବା ମାତ୍ରେ ବୟସ୍କ ବ୍ୟକ୍ତିଙ୍କଠାରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଅଧିକ ହୁଏ। ଅନିୟମିତ ଜୀବନଶୈଳୀ ଓ ଅସ୍ବାସ୍ଥ୍ୟକର ଖାଦ୍ୟ ଯୋଗୁଁ ଆର୍ଥ୍ରାଇଟିସ୍‌ ସମସ୍ୟା ଏବେ ଶିଶୁ ଓ ଯୁବକଙ୍କଠାରେ ମଧ୍ୟ ଦେଖାଯାଉଛି। ଶୀତଦିନ ଆସିଲେ, ଆର୍ଥ୍ରାଇଟିସ୍‌ ରୋଗୀଙ୍କ କଷ୍ଟ ଆହୁରି ବଢ଼ିଯାଇଥାଏ। ତେଣୁ ନିୟମିତ ଭାବେ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ଆର୍ଥ୍ରାଇଟିସ୍‌ ରୋଗୀଙ୍କୁ କେତେକ ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ଉଚିତ।
କାରଣ-:
ଶୀତଦିନରେ ଅଧିକ ଥଣ୍ଡା ଯୋଗୁଁ ହାଡ଼ ଓ ମାଂସପେଶୀ ଭିତରେ ଥିବା ‘କାର୍ଟିଲେଜ୍‌’ ନାମକ ଏକପ୍ରକାର ଜଳୀୟ ଅଂଶ ଗାଢ଼ା ହୋଇ କଠିନ ହୋଇଯାଏ। ଏହା ସହିତ ସ୍ନାୟୁ ଓ ଶିରାପ୍ରଶିରା ମଧ୍ୟ ସଙ୍କୁଚିତ ହୋଇଥାଏ। ତେଣୁ ରକ୍ତ ପ୍ରବାହ କ୍ଷେତ୍ରରେ ସମସ୍ୟା ପରିଲକ୍ଷିତ ହୋଇଥାଏ। ରକ୍ତ ସଞ୍ଚାଳନ ଠିକ୍ ଭାବେ ନ ହେଲେ, ମାଂସପେଶୀ ଓ ହାଡ଼ ଚଳପ୍ରଚଳ କରିବା ସମୟରେ ଯନ୍ତ୍ରଣା ହୋଇଥାଏ। ଆର୍ଥ୍ରାଇଟିସ୍‌ ରୋଗୀଙ୍କ କ୍ଷେତ୍ରରେ ପୂର୍ବରୁ କାର୍ଟିଲେଜ୍‌ର ଅଭାବ ରହିଥାଏ, ଯାହାକି ଶୀତଦିନ ଆସିଲେ ଆହୁରି କଠିନ ହୋଇଯାଏ। ଏହାଦ୍ବାରା ରୋଗୀଙ୍କଠାରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଅଧିକ ଦେଖାଯାଏ। ସାଧାରଣ ତାପମାତ୍ରାଠାରୁ ୧୦ ଡିଗ୍ରୀ ତାପମାତ୍ରା ହ୍ରାସ ପାଇଲେ ମଧ୍ୟ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦେଖାଯାଇଥାଏ। ଶରୀରରେ ଭିଟାମିନ୍‌ ‘ଡି’ର ଅଭାବ ହେଲେ ମଧ୍ୟ ଆଣ୍ଠୁଗଣ୍ଠି ଦରଜ ଅଧିକ ହୋଇଥାଏ।
କେଉଁମାନେ ଅଧିକ ପୀଡ଼ିତ ହୋଇଥାନ୍ତି-:
ଅଷ୍ଟିଓ ଆର୍ଥ୍ରାଇଟିସ୍‌, ରୁମେଟାଇଡ୍‌ ଆର୍ଥ୍ରାଇଟିସ୍‌, ଗାଉଟ୍‌, ଟ୍ରମାଟିକ୍‌ ଆର୍ଥ୍ରାଇଟିସ୍‌, ସ୍ପାଇନାଲ୍‌ ଆର୍ଥ୍ରାଇଟିସ୍‌ ଇତ୍ୟାଦିରେ ପୀଡ଼ିତ ବ୍ୟକ୍ତିଙ୍କୁ ଶୀତଦିନରେ ଅଧିକ ସମସ୍ୟା ଭୋଗିବାକୁ ହୋଇଥାଏ। ଜୁଭେନାଇଲ୍‌ ଆର୍ଥ୍ରାଇଟିସ୍‌ରେ ପୀଡ଼ିତ ଶିଶୁମାନଙ୍କର ଆଣ୍ଠୁଗଣ୍ଠିରେ ମଧ୍ୟ ଶୀତଦିନରେ ଅଧିକ ଯନ୍ତ୍ରଣା ହୁଏ। ବୃଦ୍ଧବୃଦ୍ଧାମାନେ ମଧ୍ୟ ଶୀତଦିନରେ ଆଣ୍ଠୁଗଣ୍ଠି ଯନ୍ତ୍ରଣାରେ ପୀଡ଼ିତ ହୁଅନ୍ତି।
ନିରାକରଣ ଓ ଚିକିତ୍ସା-:
ଶୀତଦିନରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେବା ମାତ୍ରେ, ଅବହେଳା ନକରି ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ। ନିୟମିତ ଔଷଧ ସେବନ ଓ ହାଲ୍‌କା ବ୍ୟାୟାମ ଦ୍ବାରା ଯନ୍ତ୍ରଣାରୁ ଉପଶମ ମିଳିପାରିବ। କେତେକ ଘରୋଇ ବା ତୁଟୁକା ଚିକିତ୍ସା ମଧ୍ୟ ଅଛି। ଶୀତଦିନରେ ଶରୀରକୁ ଉଷ୍ମ ରଖିବା ପାଇଁ ଉଷୁମ ପାଣିରେ ଗାଧୋଇବା ସହ ଘରେ ଥିବା ସମୟରେ ମଧ୍ୟ ପାଦରେ ମୋଜା ପିନ୍ଧି ରହିବା ଉଚିତ। ଶୀତବସ୍ତ୍ର ସହିତ ବିଶେଷ ଭାବେ ନି କ୍ୟାପ୍‌, ରିଷ୍ଟ କ୍ୟାପ୍‌ ବା ଗ୍ଲୋଭ୍ସ, ଆଙ୍କଲ୍‌ କ୍ୟାପ୍‌ ମଧ୍ୟ ବ୍ୟବହାର କରିପାରିବେ। ଏହାଦ୍ବାରା ଗଣ୍ଠିଗୁଡ଼ିକରେ ଥିବା କାର୍ଟିଲେଜ୍‌ ଶୁଷ୍କ ହୋଇ ନଥାଏ ଏବଂ ଗଣ୍ଠିଗୁଡ଼ିକ ଉପରେ କମ୍‌ ଚାପ ପଡ଼େ।
ହାତ ଓ ଗୋଡ଼ର ଗଣ୍ଠି ସ୍ଥାନମାନଙ୍କରେ ହିଟିଙ୍ଗ୍‌ ପ୍ୟାଡ୍‌ କିମ୍ବା ପେରାଫିନ୍‌ ନାମକ ଛୋଟ ମେସିନ୍‌ ଲଗାଇବା ଉଚିତ। ଏହି ମେସିନ୍‌ ଦ୍ବାରା ପେରାଫିନ୍ ନାମକ ମହମ ତଳରିଥାଏ ଏବଂ ଏହାର ଉଷ୍ମତା ଶରୀରକୁ ମିଳିଥାଏ। ଏହା ଫଳରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦୂର ହୁଏ। ଗରମ ପାଣିର ପଟି ପକାଇବା ଦ୍ବାରା ମଧ୍ୟ ଯନ୍ତ୍ରଣା କମ୍‌ ହୋଇଥାଏ। ଶରୀରରେ ଭିଟାମିନ୍‌ ‘ଡି’ର ଅଭାବ ହେଲେ ହାଡ଼ଜନିତ ଅନେକ ରୋଗ ଦେଖାଯାଏ।ତେଣୁ ଶୀତଦିନରେ ଅଧିକ ସମୟ ଖରାରେ ବସିବା ଉଚିତ। ଏହା ସହିତ ଭିଟାମିନ୍‌ ‘ଡି’ଯୁକ୍ତ ଖାଦ୍ୟ ଅଧିକ ଖାଆନ୍ତୁ। ପ୍ରୋଟିନ୍‌, କ୍ୟାଲ୍‌ସିୟମ୍‌ ଓ ଭିଟାମିନ୍‌ ‘ସି’ଯୁକ୍ତ ଖାଦ୍ୟକୁ ମଧ୍ୟ ସାମିଲ୍‌ କରିବା ଉଚିତ।
ବ୍ୟାୟାମ ଦ୍ବାରା ଶରୀରର ତାପମାତ୍ରା ବୃଦ୍ଧି ପାଇବା ସହିତ ହାଡ଼ ଓ ମାଂସପେଶୀଗୁଡ଼ିକ ମଜଭୁତ୍‌ ହୁଏ। ଯାହା ଫଳରେ ଶୀତଦିନରେ ଆର୍ଥ୍ରାଇଟିସ୍‌ ରୋଗୀମାନେ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଉପଶମ ପାଇଥାନ୍ତି। ଅତ୍ୟଧିକ ଥଣ୍ଡାଜନିତ ସମସ୍ୟା ଭୋଗୁଥିବା ବ୍ୟକ୍ତି ତାଙ୍କ କୋଠରିରେ ରୁମ୍‌ ହିଟର୍‌ ମଧ୍ୟ ଲଗାଇପାରିବେ। ବାହାରକୁ ଯିବା ସମୟରେ ସମ୍ପୂର୍ଣ୍ଣ ଶରୀରକୁ ଘୋଡ଼ାଇବା ଭଳି ଶୀତବସ୍ତ୍ର ପିନ୍ଧିବା ସହିତ ଆଇସ୍‌କ୍ରିମ୍‌ ଓ ଫ୍ରିଜ୍‌ ଖାଦ୍ୟ ଖାଆନ୍ତୁ ନାହିଁ। କୋଲ୍‌ଡ ଡ୍ରିଙ୍କ୍‌ସ ମଧ୍ୟ ପିଇବା ଅନୁଚିତ। ଶୀତଦିନରେ ବିଭିନ୍ନ ପ୍ରକାର କାଢ଼ା ଓ ସୁପ୍‌ ପ୍ରସ୍ତୁତ କରି ପିଇବା ଦ୍ବାରା ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
ସବୁଠାରୁ ବଡ଼ କଥା ହେଉଛି – ଶୀତଦିନରେ ଅଧିକ ପାଣି ପିଇବା ଆବଶ୍ୟକ। ଶରୀରର ଜଳୀୟ ଅଂଶ ଅଭାବ ହେଲେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଶୀତଦିନରେ ଶୋଷ ନ ଲାଗିଲେ ମଧ୍ୟ ଅଧିକ ମାତ୍ରାରେ ଉଷୁମ ପାଣି ପିଇବା ଉଚିତ। ଉଷୁମ ତେଲକୁ ଆଣ୍ଠୁ, କହୁଣୀ, କଚଟି ଓ ପିଠିରେ ମାଲିସ୍‌ କରିପାରିବେ। ଶୀତଦିନରେ ଶରୀରର ଓଜନ ବୃଦ୍ଧିପାଏ। ଶରୀରର ସମ୍ପୂର୍ଣ୍ଣ ଓଜନ ଗଣ୍ଠିଗୁଡ଼ିକ ଉପରେ ପଡ଼ିଥାଏ। ତେଣୁ ଏଥିରେ ଯନ୍ତ୍ରଣା ସୃଷ୍ଟି ହୁଏ। ତେଣୁ ଶୀତଦିନରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦୂର କରିବା ପାଇଁ ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ। ଏଭଳି କିଛି ସହଜ ଓ ସରଳ ଉପାୟରେ ଶୀତଦିନରେ ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ ଦୂର କରିହେବ।