Soumya Ranjan Patnaik - The Sakala
ସମ୍ବାଦ ଲୋନ ସ୍କାମର ଖୋଲୁଛି ସାଂଘାତିକ ଗୁମର, EOW ହାତରେ ଲାଗିଲା ଧମକ ଓ ଜାଲିଆତିର ବଡ଼ ପ୍ରମାଣ
ଭୁବନେଶ୍ବର: ସମ୍ବାଦ ଲୋନ ସ୍କାମର ଗୋଟିଏ ପରେ ଗୋଟିଏ ସାଂଘାତିକ ଗୁମର ଖୋଲିବାରେ ଲାଗିଛି । EOW ତଦନ୍ତ ଜାରି ରଖିଥିବାବେଳେ ଗୁରୁତ୍ବପୂର୍ଣ୍ଣ ତଥ୍ୟମାନ ସାମନାକୁ ଆସିଛି । ଧମକ ଓ ଜାଲିଆତିର ବଡ଼ ପ୍ରମାଣ ଲାଗିଛି EOW ହାତରେ । ଇଷ୍ଟର୍ଣ୍ଣ ମିଡିଆ ଆକାଉଣ୍ଟରେ ୧୦ କୋଟିରୁ ଅଧିକ ଟଙ୍କା ଜମା ହୋଇଛି । କୋର୍ଟରେ ୩ଜଣଙ୍କର ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି । ESI ଏବଂ EPFO ମଧ୍ୟ ହୋଇଛି ଖୋଳତାଡ଼ । ଲୋନ ପାଇଁ ଏକାଧିକ ସାଲାରୀ ସ୍ଲିପ ବ୍ୟବହାର ହୋଇଥିବା ଇଓଡବ୍ଲୁ ପ୍ରମାଣ ପାଇଛି । ତେବେ ତଦନ୍ତ ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଗାଏବ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି ।
ସମ୍ବାଦ ଲୋନ ଠକେଇ ମାମଲାରେ ଫିଟୁଛି ଗୁମର । ଦିନକୁ ଦିନ ଅଭିଯୋଗ ସଂଖ୍ୟା ବଢୁଥିବା ବେଳେ, ସୁଦାମ ପ୍ରଧାନ ନାମକ ଆଉ ଜଣେ ପୂର୍ବତନ କର୍ମଚାରୀ ଆଣିଛନ୍ତି ସଙ୍ଗୀନ ଆରୋପ । ଏହି କର୍ମଚାରୀ ଜଣକ ବରଗଡ଼, ନୂଆପଡା ଓ ବଲାଙ୍ଗୀର ଜିଲ୍ଲାର ପେପର ସର୍କୁଲେସନ ଦାୟିତ୍ୱରେ ଥିଲେ । ସେ କହିଛନ୍ତି କି, ୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ କାମ କରୁଥିଲି। ୫ ହଜାର ଟଙ୍କା ଦରମା ପାଉଥିବା ବେଳେ ଭୟ ଦେଖାଇ ସମ୍ବାଦ ମୁଖ୍ୟ HR ଲୋନ ନେଇଥିଲେ। ପରବର୍ତ୍ତୀ ସମୟରେ ESI ଓ EPF ଲାଗି କାହିଁକି ଟଙ୍କା କଟୁନି, କାହିଁକି ଡିପୋଜିଟ କରାଯାଉନି ବୋଲି କହିବାରୁ ମୋତେ ବଦଳି କରିବାକୁ ଚାପ ଦେବା ସହିତ ଚାକିରୀ ଛାଡିବାକୁ କହିଥିଲେ । ଶେଷରେ ମୁଁ ୨୦୧୨ ମସିହାରେ ଚାକିରି ଛାଡିଥିଲି ବୋଲି ସେ କହିଛନ୍ତି ।
କର୍ମଚାରୀଙ୍କ ନାଁରେ ଋଣ କରାଇ ତାକୁ ବ୍ୟକ୍ତିଗତ ସ୍ବାର୍ଥ ହାସଲରେ ବ୍ୟବହାର କରିବା ନେଇ ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଓ ମାନବ ସମ୍ବଳ ବିଭାଗ ମୁଖ୍ୟ ବୈଜୟନ୍ତୀ କରଙ୍କ ବିରୋଧରେ ଆସିଥିବା ଅଭିଯୋଗ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଇଓଡବ୍ଲ୍ୟୁ ଏହାର ଜୋରସୋର୍‌ରେ ତଦନ୍ତ କରୁଥିବା ବେଳେ ଦିନକୁ ଦିନ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି। ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା‌ ପ୍ରକାଶ ପାଇଛି। ସ୍ୱଳ୍ପ ବେତନଭୋଗୀ କର୍ମଚାରୀଙ୍କୁ ଚାକିରି ନେଇଯିବାର ଭୟ ଦେଖାଇ ତାଙ୍କ ନାଁରେ ଋଣ କରାଇବା ଓ ସେ ଟଙ୍କାକୁ ଅନ୍ୟ କାମରେ ଲଗାଇବା, ଆଦୌ ଠିକ୍‌ ନୁହେଁ। ଏହା ଏକ ଧର୍ତ୍ତବ୍ୟ ଅପରାଧ। ତେଣୁ ଏହାର ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀମାନଙ୍କୁ ଶୀଘ୍ର ଦଣ୍ଡ ଦିଆଯାଉ ବୋଲି ଦାବି କରାଯାଇଛି।
ଖାଲି ଓଡ଼ିଶା ନୁହେଁ, ପୂରା ବିଶ୍ବର ଗଣମାଧ୍ୟମରେ ଏଭଳି ଜାଲିଆତି ପୂର୍ବରୁ ହୋଇଥିବାର କେବେ ନଜିର ନାହିଁ ବୋଲି ଲୋକେ କହିଛନ୍ତି। ଅପରପକ୍ଷେ, ତଦନ୍ତର ସମ୍ମୁଖୀନ ହେବା ପରିବର୍ତ୍ତେ ସୌମ୍ୟବାବୁ ତାଙ୍କ ଦ୍ବାରା ପରିଚାଳିତ ଦୁଇ ଗଣମାଧ୍ୟମ ସଂସ୍ଥା‌ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ଜରିଆରେ ରାଜ୍ୟବାସୀଙ୍କୁ ଯେପରି ଭ୍ରମିତ କରିବାକୁ ଅପଚେଷ୍ଟା କରୁଛନ୍ତି, ତାହାକୁ ମଧ୍ୟ ବୁଦ୍ଧିଜୀବୀମାନେ ନିନ୍ଦା କରିଛନ୍ତି। ଏହାଦ୍ବାରା ଅଯଥାରେ ଗଣମାଧ୍ୟମ କଳୁଷିତ ହେଉଛି ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି।
‌କର୍ମଚାରୀଙ୍କ ଋଣ ଟଙ୍କାକୁ ନିଜ ସ୍ବାର୍ଥରେ ବିନିଯୋଗ କରିବା ସାଙ୍ଘାତିକ ଅପରାଧ
କର୍ମଚାରୀଙ୍କ ନାଁରେ ଋଣ କରି ସେ ଟଙ୍କାକୁ ମାଲିକ ନିଜ ସ୍ବାର୍ଥରେ ଲଗାଇବା ଏକ ସାଂଘାତିକ ଅପରାଧ। ତେଣୁ ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ଜରୁରୀ। କିନ୍ତୁ ଦୁର୍ଭାଗ୍ୟର କଥା ଯେ, ସୌମ୍ୟବାବୁ ନିଜ ଦୋଷ ଲୁଚାଇବାକୁ ସରକାରଙ୍କୁ ଆକ୍ଷେପ କରୁଛନ୍ତି। ଯଦି ସେ ସଚ୍ଚୋଟ ଓ ଏଭଳି କିଛି ଜାଲିଆତି କରିନାହାନ୍ତି ବୋଲି କହୁଛନ୍ତି, ତେବେ ତଦନ୍ତକୁ ସାମ୍ନା କରନ୍ତୁ।
– ତ୍ରିନାଥ ପାତିକା, ସମାଜସେବୀ, କୋରାପୁଟ
କର୍ମଚାରୀଙ୍କୁ ଶୋଷଣ ଏକ ଧର୍ତ୍ତବ୍ୟ ଅପରାଧ
‘ସମ୍ବାଦ’ ସଂପାଦକ ଓ କର୍ତ୍ତୃପକ୍ଷଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି, ତାହା ସାଙ୍ଘାତିକ। କର୍ମଚାରୀଙ୍କୁ ଏଭଳି ଶୋଷଣ କରିବା ଏକ ଧର୍ତ୍ତବ୍ୟ ଅପରାଧ। ଏହାର ସଠିକ୍‌‌ ଓ ନିରପେକ୍ଷ ତଦନ୍ତ ହେବା ସହ ଦୋଷୀ ଦଣ୍ଡ ପାଇବା ଆବଶ୍ୟକ। ଏହି ବେଆଇନ କାମରେ ସହଯୋଗ କରିଥିବା ବ୍ୟାଙ୍କ୍‌‌ ଅଫିସରମାନଙ୍କୁ ବି ଶୀଘ୍ର ତଦନ୍ତ ପରିସରଭୁକ୍ତ କରାଯିବା ଉଚିତ।
– ଦିଲ୍ଲୀପ ଦାଶ, ସାମାଜିକ କର୍ମୀ, କଳାହାଣ୍ଡି
‌‌ଯେତେ ନିନ୍ଦା କଲେ ବି କମ୍‌ ହେବ
କର୍ମଚାରୀଙ୍କ ନାମରେ ଋଣ ଉଠାଇ ନିଜ ସ୍ବାର୍ଥରେ ବିନିଯୋଗ କରିବା ଭଳି ଅଭିଯୋଗ; ପୂରା ବିଶ୍ୱ ଗଣମାଧ୍ୟମ ଜଗତରେ କେଉଁଠି ବି ଏଭଳି ଘଟଣା ଘଟିବାର ନଜିର ନାହିଁ। ଯେଉଁ କର୍ମଚାରୀଟିଏ ନିଜର ପରିବାର ପ୍ରତିପୋଷଣ ଲାଗି ତୁମ ପାଖରେ ଆସି କାମ କରୁଛି, ତାକୁ ଏମିତି ହଇରାଣ କରିବା ଅତ୍ୟନ୍ତ ଅମାନବୀୟ କାର୍ଯ୍ୟ। ଏହା କରି ସୌମ୍ୟବାବୁ କର୍ମଚାରୀଙ୍କ ମାନବାଧିକାର କ୍ଷୁଣ୍ଣ କରିଛନ୍ତି। ଏହାକୁ ଯେତେ ନିନ୍ଦା କଲେ ବି କମ୍‌‌ ହେବ। ସୌମ୍ୟବାବୁଙ୍କର ଏତାଦୃଶ କାର୍ଯ୍ୟ ସମଗ୍ର ଗଣମାଧ୍ୟମ ଜଗତର ନୈତିକତା ଉପରେ ପ୍ରଶ୍ନ ଉଠାଇଛି ବୋଲି ମୋର ସ୍ପଷ୍ଟ ମତ।
-ରାଜେନ୍ଦ୍ର ରାଉଳ, ସାମ୍ୱାଦିକ, ଗାଳ୍ପିକ
ନିନ୍ଦନୀୟ ଘଟଣା
କୌଣସି ସଂସ୍ଥାର ମାଲିକ ତାଙ୍କର କର୍ମଚାରୀଙ୍କୁ ଶୋଷଣ କରିବା ଗ୍ରହଣଯୋଗ୍ୟ ନୁହେଁ। ଏହା ଏକ ନିନ୍ଦନୀୟ ଘଟଣା। ଏହାର ଉପଯୁକ୍ତ ତଦନ୍ତ ସହ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ।
– ସୁମନ କୁମାର ସାହୁ, ବ୍ୟବସାୟୀ
ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ
ଜଣେ ସ୍ୱଳ୍ପ ବେତନଭୋଗୀ କର୍ମଚାରୀକୁ ଭୟଭୀତ କରି ତାଙ୍କ ନାଁରେ ଋଣ କରାଇବା ଓ ସେ ଟଙ୍କାକୁ ଅନ୍ୟ କାମରେ ଲଗାଇବା, ଆଦୌ ଠିକ୍‌ ନୁହେଁ। ଆଇନ ସମସ୍ତଙ୍କ ପାଇଁ ସମାନ। ଇଓଡବ୍ଲ୍ୟୁ ତଦନ୍ତ କରୁଛି। ଯିଏ ଦୋଷୀ ତା’ ବିରୋଧରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ହେବା ଦରକାର।
-ରଜନୀକାନ୍ତ ତ୍ରିପାଠୀ, ଆଇନଜୀବୀ, ନିମାପଡ଼ା, ପୁରୀ
‌‌ସୌମ୍ୟବାବୁଙ୍କୁ ବି ତଦନ୍ତ ପରିସରଭୁକ୍ତ କରାଯାଉ
କର୍ମଚାରୀଙ୍କ ନାଁରେ ଋଣ ଉଠାଯିବା ଅଭିଯୋଗ ଅତି ସାଂଘାତିକ। ତେଣୁ ଏହାର ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ସଂସ୍ଥାର ମାଲିକ ସୌମ୍ୟ ପଟ୍ଟନାୟକଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ।
-ଦେବାଶିଷ ପଟ୍ଟନାୟକ, ଛାତ୍ର ନେତା
ଆଇନକୁ ତା’ ବାଟରେ ଯିବାକୁ ଦିଅନ୍ତୁ ସୌମ୍ୟରଞ୍ଜନ
‘ସମ୍ୱାଦ’ର ପୂର୍ବତନ କର୍ମଚାରୀମାନେ କରିଥିବା ଅଭିଯୋଗ ସମ୍ପୃକ୍ତ ସଂସ୍ଥାର ଆଭ୍ୟନ୍ତରୀଣ ବ୍ୟାପାର। ଇଓଡବ୍ଲୁ ତାର ତଦନ୍ତ କରୁଛି। ତଦନ୍ତ ପରେ ସତ ପଦାକୁ ଆସିବ। ଏପରିସ୍ଥଳେ ସୌମରଞ୍ଜନ ଓ ତାଙ୍କ ସଂସ୍ଥାର ଅଭିଯୁକ୍ତ ଅଧିକାରୀ/କର୍ମଚାରୀ ତଦନ୍ତରେ ସହାୟତା କରନ୍ତୁ। ଯଦି କୌଣସି ଅନିୟମିତତା ନାହିଁ, ତେବେ ତାହାକୁ ନେଇ ପ୍ରସଙ୍ଗ କାହିଁକି କରୁଛନ୍ତି ସୌମ୍ୟ ରଞ୍ଜନ। ମାମଲା ବାବଦରେ ନିଜର ମତାମତ ରଖନ୍ତୁ। ଇଓଡବ୍ଲୁ ପକ୍ଷରୁ ଦାଏର ଦଫା ଅନୁସାରେ ଅଭିଯୋଗ ସତ ହେଲେ ସର୍ବନିମ୍ନ ୧୦ ବର୍ଷରୁ ଆଜୀବନ କାରାଦଣ୍ଡ ହୋଇପାରେ। ଏଣୁ ଜଣେ ଦାୟିତ୍ୱବାନ ବ୍ୟକ୍ତି, ବିଧାୟକ ଓ ସମ୍ୱାଦର ସମ୍ପାଦକ ଭାବରେ ଆଇନକୁ ତା’ ବାଟରେ ଯିବାକୁ ଦିଅନ୍ତୁ।
– କୃଷ୍ଣଚନ୍ଦ୍ର ଦାସ, ଆଇନଜୀବୀ, ବାରିପଦା
‌ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ
ସୌମ୍ୟରଞ୍ଜନ ପଟ୍ଟନାୟକ ‘ସମ୍ୱାଦ’ର କର୍ମଚାରୀମାନଙ୍କ ନାମରେ ଜାଲିଆତି କରି ଋଣ ନେବା ଘଟଣା ଅତ୍ୟନ୍ତ ନିନ୍ଦନୀୟ। କର୍ମଚାରୀଙ୍କ ଅଜ୍ଞାତରେ ତାଙ୍କ ନାମରେ ଋଣ ଉଠାଇବା ଘଟଣାକୁ ଗୁରୁତ୍ବର ସହ ନେଇ ଇଓଡବ୍ଲୁ ତଦନ୍ତ କରି ସମ୍ପୃକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ସୌମ୍ୟ ରଞ୍ଜନଙ୍କ ସମେତ ଯେଉଁ ବ୍ୟାଙ୍କ କର୍ମଚାରୀ ଓ ‘ସମ୍ୱାଦ’ ଅଧିକାରୀ ଏ ଘୋଟାଲରେ ଜଡ଼ିତ ଅଛନ୍ତି, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
ନରେନ୍ଦ୍ର ସେନାପତି, ଅବସରପ୍ରାପ୍ତ ଶିକ୍ଷକ, ବାରିପଦା
ଧର୍ତ୍ତବ୍ୟ ଅପରାଧ, ଉପଯୁକ୍ତ ତଦନ୍ତ ହେଉ
ମିଥ୍ୟା ସାଲାରି ସ୍ଲିପ୍‌ ଦେଖାଇ କର୍ମଚାରୀଙ୍କ ନାଁରେ ବ୍ୟାଙ୍କରୁ ଋଣ ଉଠାଣ ନିହାତି ଭାବେ ଏକ ଧର୍ତ୍ତବ୍ୟ ଅପରାଧ। ତାଙ୍କର ନିଜର ସଂସ୍ଥାର ପୂର୍ବତନ କର୍ମଚାରୀ ଅଭିଯୋଗ କରିବାରୁ ଏହି ଜାଲିଆତି ସର୍ବସମ୍ମୁଖକୁ ଆସିଛି। ଏହାର ଉପଯୁକ୍ତ ତଦନ୍ତ ହେଉ। ‘ସମ୍ବାଦ’ କର୍ତ୍ତୃପକ୍ଷଙ୍କ ବିରୋଧରେ ଆସିଥିବା ଅଭିଯୋଗ ଯଦି ମିଛ, ତେବେ ଏନେଇ ସେମାନେ ଉପଯୁକ୍ତ ତଥ୍ୟ ଉପସ୍ଥାପନ କରନ୍ତୁ।
– ସୁନୀଲ କୁମାର ନାୟକ, ଛାତ୍ର ନେତା, ବାରିପଦା
‌ସରକାରଙ୍କୁ ଅଯଥାରେ ଦୋଷ ଦିଆନଯାଉ
ପ୍ରକୃତ ସତ୍ୟ ଅନୁସନ୍ଧାନ କରାଯାଉ। ଆଇନ ସମସ୍ତଙ୍କ ପାଇଁ ସମାନ। ପୁରାତନ କର୍ମଚାରୀଙ୍କ ଅଭିଯୋଗକୁ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏଥିପାଇଁ ସରକାର କିମ୍ବା ସରକାରୀ ଅଧିକାରୀଙ୍କୁ ଦୋଷ ଦିଆ ନଯାଉ।
– ଗୋପାଳ ଚନ୍ଦ୍ର ପାତ୍ର, ସଭାପତି, ଢେଙ୍କାନାଳ ଓକିଲ ସଂଘ
କର୍ମଚାରୀଙ୍କ ନାଁରେ ସଂସ୍ଥା ଋଣ ନେବା ଅପରାଧିକ କାର୍ଯ୍ୟକଳାପ
କୌଣସି ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ ନାମରେ କିମ୍ବା ତାଙ୍କ ଉପରେ ଚାପ ପକାଇ ସେହି ସଂସ୍ଥା ପକ୍ଷରୁ ଋଣ ନେବା ଓ ଏହା ବିଷୟରେ ସମ୍ପୃକ୍ତ କର୍ମଚାରୀଙ୍କୁ ଅନ୍ଧାରରେ ରଖିବା ଏକ ଧର୍ତ୍ତବ୍ୟ ଅପରାଧ। ‘ସମ୍ବାଦ’ କର୍ତ୍ତୃପକ୍ଷଙ୍କ ବିରୋଧରେ ଆସୁଥିବା ଏଭଳି ଅଭିଯୋଗର ଉଚିତ ତଦନ୍ତ କରାଯିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା‌ ଆବଶ୍ୟକ।
-ବି. ଶ୍ରୀନିବାସ ପାତ୍ର, ସାମାଜିକ କର୍ମୀ, ମାଲକାନଗିରି
‌ଦୋଷୀଙ୍କ ବିରୋଧ‌ରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ
ଏଭଳି ଗୁରୁତର ଅଭିଯୋଗ ସତ ପ୍ରମାଣିତ ହେଲେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟଙ୍କ ବିରୋଧରେ ତାଙ୍କ ପୂର୍ବତନ କର୍ମଚାରୀ ଏଭଳି ଅଭିଯୋଗ ଆଣିବା ତାଙ୍କ ବ୍ୟକ୍ତିତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
-ଆଡମା ରାବା, ଜିଲ୍ଲା ଏସଡିସି ଅଧକ୍ଷ, ମାଲକାନଗିରି
ଚାକିରି ପାଇଁ କର୍ମଚାରୀଙ୍କୁ ଋଣ ପାଇଁ ବାଧ୍ୟ କରିବା ଗ୍ରହଣୀୟ ନୁହେଁ
ଚାକିରି ଦେବା ଆଳରେ କର୍ମଚାରୀଙ୍କୁ ଋଣ ଜାଲରେ ଛନ୍ଦିବା ଆଦୌ ଗ୍ରହଣୀୟ କିମ୍ବା କ୍ଷମଣୀୟ ନୁହେଁ। ଦୋଷୀ ଯେତେ ବଡ଼ ବ୍ୟକ୍ତି ହେଲେ ବି ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ।
-କାଦମ୍ବିନୀ ମୁନୀ, ଯୁବ ସାମ୍ବାଦିକ,କୋରାପୁଟ
ନିନ୍ଦନୀୟ ଘଟଣା
‘ସମ୍ବାଦ’ ଭଳି ସଂସ୍ଥା ନିଜ କର୍ମଚାରୀଙ୍କ ନାଁରେ ଏପରି ଋଣ ଉଠାଇବା ଘଟଣା ଅତ୍ୟନ୍ତ ନିନ୍ଦନୀୟ। ଏଭଳି ଦୋଷ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିତାନ୍ତ ଆବଶ୍ୟକ।
-ପ୍ରଶାନ୍ତ ସାମନ୍ତରାୟ, ଡେରାବିଶ
‘ସମ୍ବାଦ’ ଭଳି ସଂସ୍ଥାଠାରୁ ଏହା ଆଶା କରାଯାଉ ନ ଥିଲା
ଚାକିରି ଦେବାକୁ କହି ବିଭିନ୍ନ ଠକ ସଂସ୍ଥା ଲୋକଙ୍କଠାରୁ ଟଙ୍କା ଠକି ନେବା ପୁରୁଣା ଘଟଣା, ହେଲେ ‘ସମ୍ବାଦ’ ଭଳି ଏକ ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା ନିଜ କର୍ମଚାରୀଙ୍କ ନାମରେ ବ୍ୟାଙ୍କ ଋଣ କରି ନିଜେ ହଡ଼ପ କରିବା ଅତି ନିନ୍ଦନୀୟ ଘଟଣା। ଯଦି ଏ ଅଭିଯୋଗ ସତ ପ୍ରମାଣିତ ହୁଏ, ତା ହେଲେ ଅଭିଯୁକ୍ତଙ୍କୁ ଜେଲ ପଠାଇବା ଦରକାର।
– ଅମିତ ହୋତା, ବରିଷ୍ଠ ସାମ୍ବାଦିକ, କୋରାପୁଟ
ଇଓଡବ୍ଲୁ ନିରପେକ୍ଷ ସଂସ୍ଥା, କୌଣସି ଦଳର ନୁହେଁ
ଇଓଡବ୍ଲୁ ଏକ ନିରପେକ୍ଷ ସଂସ୍ଥା। ଅଭିଯୋଗ ହେବା ପରେ ତଦନ୍ତ କରୁଛି। ଏଥିରେ କୌଣସି ଦଳର ଭୂମିକା ନାହିଁ। ଦାୟିତ୍ବସଂପନ୍ନ ଗଣମାଧ୍ୟମ ଏଭଳି ଋଣ କେଳଙ୍କାରୀ କରିଥିବା ଅଭିଯୋଗ ବିଶ୍ୱାସ ହେଉନି। ଯଦି ସୌମ୍ୟ ବାବୁ ନିର୍ଦ୍ଦୋଷ, ତେବେ ସେ ତଦନ୍ତକୁ ସାମ୍ନା କରନ୍ତୁ ଏବଂ ଅଧିକାରୀଙ୍କୁ ସହଯୋଗ କରନ୍ତୁ। କିନ୍ତୁ ନିଜ ସମ୍ବାଦପତ୍ର ଜରିଆରେ ସରକାରଙ୍କୁ ବିରୋଧ କରିବା ଉଚିତ ନୁହେଁ।
-ଦେବାଶିଷ ଖାଡ଼ଙ୍ଗା, ଯୁବ ବିଜେଡି ସଭାପତି
ବ୍ୟାଙ୍କକୁ ବି ଠକାଯାଇଛି
‘ସମ୍ବାଦ’ ଭଳି ସଂସ୍ଥା ତା’ର କର୍ମଚାରୀ ନାଁରେ ଏକାଧିକଥର ଋଣ ଉଠାଣ ଓ କର୍ମଚାରୀଙ୍କ ବେତନ ପ୍ରମାଣପତ୍ରରେ ଜାଲିଆତି କରି ଋଣ ନିଆଯିବା ଘଟଣା ଏକ ସୁଚିନ୍ତିତ ଓ ସଂଗଠିତ ବ୍ୟାଙ୍କ ଠକେଇ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ତେଣୁ ଦୋଷୀମାନଙ୍କ ବିରୋଧରେ ତଦନ୍ତ କରି ତୁରନ୍ତ ଦଣ୍ଡବିଧାନ କରାଯାଉ।
-ଯୋଗାନନ୍ଦ ମହାନ୍ତି, ପୂର୍ବତନ ସରପଞ୍ଚ, ମୁକୁନ୍ଦପୁର ପଞ୍ଚାୟତ, ଡେରାବିଶ
ଗଣମାଧ୍ୟମର କଣ୍ଠରୋଧ ହେଉନାହିଁ, ସତ ସାମ୍ନାକୁ ଆସିବ
କର୍ମଚାରୀଙ୍କ ନାମରେ ଋଣ ଉଠାଇ ସେହି ଟଙ୍କାକୁ ସେ ନିଜେ ବିନିଯୋଗ କରିଛନ୍ତି। ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଗଣମାଧ୍ୟମ ସଂସ୍ଥାରେ ଏଭଳି ଦୁର୍ନୀତି ହୋଇଛି। ସଂସ୍ଥାର କର୍ମଚାରୀମାନେ ହିଁ ଏସବୁ ଘଟଣା ସାମ୍ନାକୁ ଆଣିଛନ୍ତି। ଏଣୁ ଏହା ପଛରେ କୌଣସି ରାଜନୀତି ନାହିଁ। କର୍ମଚାରୀଙ୍କୁ ଠକିବା ଧର୍ତ୍ତବ୍ୟ ଅପରାଧ। ପୁରୁଣା କର୍ମଚାରୀମାନଙ୍କ ଅଭିଯୋଗ ଅନୁସାରେ ତଦନ୍ତ ଚାଲିଛି। ଏଥିରେ ବିଧାୟକ ଶ୍ରୀ ପଟ୍ଟନାୟକ ପୂର୍ଣ୍ଣ ସହଯୋଗ କରନ୍ତୁ। ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିବାର କୌଣସି ଆବଶ୍ୟକତା ନାହିଁ। ଗଣମାଧ୍ୟମର କଣ୍ଠରୋଧ କରାଯାଉନାହିଁ। ସତ ତାହା ଖୁବ ଶୀଘ୍ର ସାମ୍ନାକୁ ଆସିବ।
– ଆସିଫ ଅମିନ, ଛାତ୍ର ବିଜେଡି ଜିଲ୍ଲା ସଭାପତି
ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ବ୍ୟକ୍ତିଗତ ସ୍ୱାର୍ଥରେ ବ୍ୟବହାର କରିବା ଅନୁଚିତ
ଗଣତନ୍ତ୍ରର ମନ୍ଦିରରେ ବସି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ବ୍ୟକ୍ତିଗତ ସ୍ୱାର୍ଥ ହାସଲ ନିମନ୍ତେ ବ୍ୟବହାର କରିବା କେତେ ଦୂର ଠିକ୍‌, ତାହା ସୌମ୍ୟରଞ୍ଜନ ବାବୁ ନିଜେ ଆତ୍ମସମୀକ୍ଷା କରିବା ଉଚିତ। କର୍ମଚାରୀଙ୍କ ନାଁରେ ଋଣ କରିବା ଏକ ଅପରାଧ। କର୍ମଚାରୀମାନେ ଏହାଦ୍ୱାର ଶୋଷଣର ଶିକାର ହେଉଛନ୍ତି। ତଦନ୍ତ ସହ ଇଷ୍ଟର୍ଣ୍ଣ ମିଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ସରକାରୀ ଦଳର ବିଧାୟକ ହୋଇ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ନିଜ ବ୍ୟକ୍ତିଗତ ସ୍ୱାର୍ଥ ହାସଲ ନିମନ୍ତେ ବାରମ୍ୱାର ଅଙ୍ଗୁଳି ନିର୍ଦ୍ଦେଶ କରିବା ଉଚିତ ନୁହେଁ।
– ସୁପ୍ରୀତି ନାଥଶର୍ମା, ରାଜ୍ୟ ସମ୍ପାଦିକା, ବିଜୁ ଛାତ୍ର ଜନତା ଦଳ
ସରକାରଙ୍କୁ ସମାଲୋଚନା ଦୁର୍ଭାଗ୍ୟଜନକ
ନିଜ ଦୋଷକୁ ଲୁଚାଇବା ପାଇଁ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବେ ସରକାରଙ୍କୁ ଯେଉଁ ସମାଲୋଚନା କରୁଛନ୍ତି, ତାହା ଦୁର୍ଭାଗ୍ୟଜନକ। ନିଜ ସଂସ୍ଥାର କର୍ମଚାରୀମାନଙ୍କୁ ସେ ଠକିଛନ୍ତି ବୋଲି ମାଳମାଳ ଅଭିଯୋଗ ସାମ୍ନାକୁ ଆସୁଛି। କିନ୍ତୁ ସୌମ୍ୟରଂଜନ ତଦନ୍ତରେ ସହଯୋଗ କରିବା ପରିବର୍ତ୍ତେ ଆକ୍ରୋଶମୂଳକ ଭାବେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରୁଛନ୍ତି, ଯାହାକି ଭିତ୍ତିହୀନ ଓ ଅମୂଳକ।
-ସନ୍ତୋଷ ମହାପାତ୍ର, ସାଧାରଣ ସମ୍ପାଦକ,ରାଜ୍ୟ ଛାତ୍ର ବିଜେଡି
‌‌ସୌମ୍ୟବାବୁ ଜଣେ ବିଶୃଙ୍ଖଳିତ ବ୍ୟକ୍ତି
ସୌମ୍ୟବାବୁ ଆରମ୍ଭରୁ ଜଣେ ବିଶୃଙ୍ଖଳିତ ବ୍ୟକ୍ତି। ରାଜନୀତିରେ ତାଙ୍କ ଚରିତ୍ର କାହାକୁ ଅଛପା ନାହିଁ। ସେ କାହାକୁ ବିଶ୍ୱାସକୁ ନିଅନ୍ତି ନାହିଁ। ଦଳବିରୋଧୀ କାର୍ଯ୍ୟ ଯୋଗୁଁ ତାଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ପରେ ସେ ସରକାରଙ୍କୁ ବଦନାମ କରିବାକୁ ଅପଚେଷ୍ଟା କରିବାକୁ ଉଦ୍ୟମ କରୁଛନ୍ତି। ସୌମ୍ୟବାବୁଙ୍କ ଉତ୍ପତ୍ତି ଦୁର୍ନୀତିରୁ। ଏ ସବୁକୁ ଘୋଡ଼ାଇବାକୁ ଯାଇ ନିଜ ଦ୍ୱାରା ପରିଚାଳିତ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ଭଳି ଗଣମାଧ୍ୟମକୁ ଢାଲ ଭଳି ବ୍ୟବହାର କରି ରାଜ୍ୟବାସୀଙ୍କୁ ଭ୍ରମିତ କରିବାକୁ ସେ ଅପଚେଷ୍ଟା କରୁଛନ୍ତି।
-ରଞ୍ଜନ ପଲାଇ, ଯୁବନେତା, କବିସୂର୍ଯ୍ୟନଗର
ସତ୍‌ସାହସ ଥିଲେ ତଦନ୍ତକୁ ସାମ୍ନା କରନ୍ତୁ
ସୌମ୍ୟବାବୁ ଜଣେ ସୁବିଧାବାଦୀ ଲୋକ। ଏହା ସମସ୍ତେ ଜାଣନ୍ତି ଓ ପରୀକ୍ଷିତ ମଧ୍ୟ। ନିଜର ବ୍ୟବସାୟିକ ସ୍ବାର୍ଥରେ ଆଞ୍ଚ ଆସିଲେ ସେ ସବୁ କିଛି କରିପାରନ୍ତି। ନିଜ କର୍ମଚାରୀଙ୍କ ନାମରେ ଋଣ ନେଇ ସେମାନଙ୍କୁ ମାନସିକ ନିର୍ଯାତନା ଦେବା ଓ ଶୋଷଣ କରିବା, ଏପରିକି ପ୍ରତିବାଦ କଲେ ନାଲି ଆଖି ଦେଖାଇବା ତାଙ୍କ ପାଇଁ ଏହା କିଛି ନୂଆ କଥା ନୁହେଁ। ନିଜ ଅଧୀନରେ ଥିବା ଉଭୟ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମକୁ ଢାଲ କରି ସେ ନିଜର ସାମ୍ରାଜ୍ୟ ବିସ୍ତାର କରିଛନ୍ତି। ସବୁବେଳେ ବ୍ଲାକମେଲ କରି ନିଜର ରାଜନୈତିକ ସ୍ୱାର୍ଥ ହାସଲ କରିବାକୁ ମଧ୍ୟ ଚାହିଛନ୍ତି। ଯେଉଁଠି ନିଜର ସ୍ୱାର୍ଥ ହାସଲରେ ବାଧା ଉପୁଜୁଛି, ସେ ବିଚଳିତ ହୋଇପଡୁଛନ୍ତି। ବିଳମ୍ବରେ ହେଲେ ମଧ୍ୟ ତାଙ୍କର ସାମ୍ରାଜ୍ୟ ଧ୍ୱଂସ ହେବାର ବେଳ ଆସିଛି। ଏଣୁ ସେ ବ୍ୟସ୍ତ ଓ ବିବ୍ରତ ହୋଇ ଏଣେତେଣେ ଗପୁଛନ୍ତି ଓ ସରକାରକୁ ଆକ୍ଷେପ କରିବାକୁ ପଛାଉ ନାହାନ୍ତି। ତେଣୁ ତାଙ୍କର ଯଦି ସତ୍ ସାହାସ ଅଛି ସେ ତଦନ୍ତର ସମ୍ମୁଖୀନ ହୁଅନ୍ତୁ।
-ଏସ୍.କିଶୋର ଚନ୍ଦ୍ର ରେଡୀ, ପୁରୁଷୋତ୍ତମପୁର
ସ୍ୱାର୍ଥପର ଓ ସୁବିଧାବାଦୀ ଲୋକ ସୌମ୍ୟବାବୁ
ସୌମ୍ୟବାବୁ ଜଣେ ସ୍ୱାର୍ଥପର ଓ ସୁବିଧାବାଦୀ ଲୋକ। ରାଜନୀତି ହେଉ କି ବ୍ୟବସାୟ, ସବୁଠି ତାଙ୍କର ଚିନ୍ତାଧାରା ସମାନ। ଅଭିଯୋଗ ଆଧାରରେ ତାଙ୍କର କଳା ସାମ୍ରାଜ୍ୟର ତଦନ୍ତ ଚାଲିଥିବା ବେଳେ ଏହାକୁ ସମ୍ମୁଖୀନ ହେବା ପରିବର୍ତ୍ତେ ଭୋକ ବିକଳରେ ତାଟିଆ କାମୁଡ଼ିବା ନ୍ୟାୟରେ ରୋଷ ଓଗାଳିବା ଆଦୌ ଗ୍ରହଣୀୟ ନୁହେଁ। ଓଡ଼ିଶାବାସୀ ସୌମ୍ୟବାବୁଙ୍କୁ ଓ ତାଙ୍କର ନୈତିକତା ସମ୍ପର୍କରେ ଭଲ ଭାବେ ଅବଗତ ଅଛନ୍ତି। ନିଜ କର୍ମଚାରୀଙ୍କୁ ବର୍ଷ ବର୍ଷ ଧରି ଶୋଷଣ କରିବା ଓ ନାଲି ଆଖି ଦେଖାଇ କରିଥିବା ଋଣ ଘୋଟାଲାର ତଦନ୍ତ ଇଓଡବ୍ଲ୍ୟୁ ନୁହେଁ ବରଂ ଏହାର ତଦନ୍ତ ଇଡି ଦ୍ୱାରା ହେବା ଆବଶ୍ୟକ।
-ସ୍ୱରାଜ୍ୟ ପାଣିଗ୍ରାହୀ, ଆଇନଜୀବୀ
ତଦନ୍ତକୁ ପ୍ରଭାବିତ କରିବାକୁ ଗଣମାଧ୍ୟମକୁ ଢାଲ କରୁଛନ୍ତି
ଗଣମାଧ୍ୟମ ସଂସ୍ଥାର କାମ ଲୋକଙ୍କ ହିତସାଧନ କରିବା ପାଇଁ। ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସେତୁ ଭଳି ରହି ଲୋକଙ୍କ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବା। କିନ୍ତୁ ଏସବୁକୁ ଛାଡ଼ି ପଥଭ୍ରଷ୍ଟ ହୋଇଛନ୍ତି ସୌମ୍ୟବାବୁ ଓ ତାଙ୍କ ଦ୍ୱାରା ପରିଚାଳିତ ଗଣମାଧ୍ୟମ ସଂସ୍ଥା। ନିଜ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟରତ ନିଜ କର୍ମଚାରୀଙ୍କ ଉପରେ ମାନସିକ ନିର୍ଯାତନା ଓ ଶୋଷଣ କରାଯିବା ଭଳି ଘଟଣା ଆଦୌ ସ୍ପୃହଣୀୟ ନୁହେଁ। ଏନେଇ ଅଭିଯୋଗ ପରେ ଚାଲିଥିବା ତଦନ୍ତକୁ ସମ୍ମୁଖୀନ ନକରି ପାଲଟା ନିଜ ଗଣମାଧ୍ୟମକୁ ଢାଲ ଭାବେ ବ୍ୟବହାର କରି ସରକାରଙ୍କୁ ବଦ୍‌ନାମ କରିବା ଓ ଓଡ଼ିଶାବାସୀଙ୍କୁ ଭ୍ରମିତ କରିବାକୁ ସୌମ୍ୟବାକୁ କେବଳ ଏକ ଅପଚେଷ୍ଟା କରୁଛନ୍ତି। ତଦନ୍ତ ପରେ ସବୁ କିଛି କ୍ଷୀର ଓ ପାଣି ଭଳି ଅଲଗା ହୋଇଯିବ।
-ନିରଞ୍ଜନ ଜେନା, ପୂର୍ବତନ ଉପନଗରପାଳ, ବ୍ରହ୍ମପୁର
‌ଦୋଷୀକୁ କଠୋର୍‌ ଶାସ୍ତି ମିଳିବା ଉଚିତ
‘ସମ୍ବାଦ’ର ଅନେକ କର୍ମଚାରୀଙ୍କ ନାଁରେ ଋଣ ଘୋଟାଲା ସମ୍ପର୍କରେ ତଦନ୍ତ ଚାଲିଛି। ସୌମ୍ୟ ବାବୁ ‘ସମ୍ବାଦ’ର ମାଲିକ ହୋଇ କର୍ମଚାରୀଙ୍କ ନାଁରେ ଋଣ କରିବା ପାଇଁ ବାଧ୍ୟ କରିବା ଘୋର୍‌ ଅନ୍ୟାୟ ଓ ଧର୍ତ୍ତବ୍ୟ ଅପରାଧ। ‘ସମ୍ବାଦ’ର ଅନେକ କର୍ମଚାରୀ ଅଭିଯୋଗ କରିବା ପରେ ଅନୁସନ୍ଧାନ ଚାଲିଛି। ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ କଠୋର ଶାସ୍ତି ମିଳିବା ଉଚିତ।
-ସୁବାସ ପାଣିଗ୍ରାହୀ, ସଭାପତି,ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘ
ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ
‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟଙ୍କ ନାଁରେ ସଂଗିନ୍‌ ଅଭିଯୋଗ ହୋଇଛି। ସେ ସମ୍ବାଦର କର୍ମଚାରୀଙ୍କ ନାଁରେ ଋଣ କରି ସେହି ଅର୍ଥକୁ ନିଜେ ଆତ୍ମସାତ କରିଥିବା ସମ୍ପର୍କରେ ହୋଇଥିବା ବିଭିନ୍ନ ଅଭିଯୋଗରେ ଉଲ୍ଲେଖ କରାଯାଇଛି। ଅଭିଯୋଗ ଅଧାରରେ ଅର୍ଥନୈତିକ ଅପରାଧ ଶାଖା ସମ୍ବାଦ ଓ କନକଟିଭି ଅଫିସ ଉପରେ ଚଢ଼ଉ କରି ତଦନ୍ତ କରିଛି। ଏ ସମ୍ପର୍କରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ଅବଶ୍ୟକତା ରହିଛି।
-ନିରଞ୍ଜନ ବାରିକ, ସାମ୍ବାଦିକ, ଜଗତସିଂହପୁର
ପ୍ରକୃତ ସତ୍ୟ ପଦାକୁ ଆସିବା ଦରକାର
ଅନେକ ସମାଜସେବା ପାଇଁ ସାମ୍ବାଦିକତାକୁ ବୃତ୍ତି ଭାବେ ଆପଣାଇଥାନ୍ତି। ଏଭଳି ବୃତ୍ତିଧାରୀଙ୍କୁ ମାଲିକ ଋଣଗ୍ରସ୍ତ କରିବା ଦୁଃଖଦାୟକ। ଏପରି ଘଟଣା ଭବିଷ୍ୟତରେ ପୁନରାବୃତ୍ତି ନ ହେବା ଉଚିତ। ଉକ୍ତ ଘଟଣା ତଦନ୍ତ ପରିସରଭୁକ୍ତ ଥିବାରୁ ଏହାର ସତ୍ୟତା ନିଶ୍ଚିତ ପଦାକୁ ଆସିବ।
ତ୍ରିବିକ୍ରମ ପ୍ରଧାନ, ସଭାପତି, ସମ୍ବଲପୁର ପ୍ରେସ୍‌ କ୍ଲବ୍‌
ସୌମ୍ୟଙ୍କୁୁ ତୁରନ୍ତ ଗିରଫ କରାଯାଉ
‘ସମ୍ବାଦ’ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ନିଜ ସଂସ୍ଥାର କର୍ମଚାରୀଙ୍କ ନାଁରେ ଋଣ କରି ସେହି ଅର୍ଥକୁ ହଡ଼ପ କରିଛନ୍ତି। ଏହା ଚିଟ୍‌‌ଫଣ୍ଡ ଦୁର୍ନୀତିଠାରୁ କୌଣସି ଗୁଣରେ କମ୍‌‌ ନୁହେଁ। ତାଙ୍କ ବିରୋଧରେ ଏ ସମ୍ପର୍କରେ ୧୪ ଦିନ ମଧ୍ୟରେ ୨୫ରୁ ଅଧିକ ଅଭିଯୋଗ ହେବା ପରେ ଇଓଡବ୍ଲୁ ସମ୍ବାଦ ଓ କନକ ନ୍ୟୁଜ୍‌ କାର୍ଯ୍ୟାଳୟରେ ଚଢ଼ଉ କରିଛି। ସୌମ୍ୟଙ୍କୁୁ ତୁରନ୍ତ ଗିରଫ କରାଯିବା ଆବଶ୍ୟକ।
-ବିଜୟ ରାଉତ, ଜଗତସିଂହପୁର
‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ଆକ୍ରୋଶମୂଳକ ଖବର ପରିବେଷଣ କରୁଛନ୍ତି
ସମ୍ବାଦ ଓ କନକ ଟିଭିରେ କିଛିଦିନ ଧରି ଅଭିସନ୍ଧି ଓ ଆକ୍ରୋଶମୂଳକ ଖବର ପ୍ରକାଶ ପାଇ ଆସୁଛି। ଏହି ସଂସ୍ଥା କର୍ମଚାରୀଙ୍କୁ ଶୋଷଣ ଓ ନିର୍ଯାତନା ନେଇ ବହୁ ଅଭିଯୋଗ ହୋଇଛି। ଅର୍ଥନୈତିକ ଅପରାଧିକ ଶାଖା ଏ ସମ୍ପର୍କରେ ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ସମ୍ବାଦ କାର୍ଯ୍ୟାଳୟରେ ପହଞ୍ଚି ତନଖି କରିଛି। ଆଇନ ସମସ୍ତଙ୍କ ଲାଗି ସମାନ ହୋଇଥିବାରୁ ଏହି କ୍ଷେତ୍ରରେ ପ୍ରଭାବଶାଳୀ ସମ୍ପାଦକ ଓ ତାଙ୍କ ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସମସ୍ତେ ଅନୁଭବ କରୁଛନ୍ତି।
-ଶରତ ବାରିକ, ଜଗତସିଂହପୁର
ଆଇନର ଊର୍ଦ୍ଧ୍ବରେ କେହି ନୁହଁନ୍ତି
ମୁଁ ‘ସମ୍ବାଦ’ର ଜଣେ ନିୟମିତ ପାଠକ। ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଖଣ୍ଡପଡ଼ାର ବିଧାୟକ ଭାବେ ବିଜେଡିରୁ ନିର୍ବାଚିତ ହେବା ପରର ‘ସମ୍ବାଦ’ ଓ ବର୍ତ୍ତମାନ କିଛି ଦିନର ‘ସମ୍ବାଦ’ ମଧ୍ୟରେ ଆକାଶ-ପାତାଳ ପ୍ରଭେଦ ରହିଛି। ମୋ ସହ ଅନ୍ୟ ପାଠକ ବି ଏହା ଅନୁଭବ କରୁଥିବେ। ସେତେବେଳେ କ’ଣ ଛାପୁଥିଲେ, ଆଉ ଏବେ କ’ଣ ଛାପୁଛନ୍ତି। କାହିଁକି ହଠାତ୍‌ ଏ ପରିବର୍ତ୍ତନ ରାଜ୍ୟବାସୀ ନିଶ୍ଚୟ ବିଚାର କରିବେ। ଅନ୍ୟପକ୍ଷରେ ତାଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବି ଚାଲିଛି। ତତ୍କାଳୀନ ବ୍ୟାଙ୍କ ପରିଚାଳକଙ୍କ ସହ ମିଶି ‘ସମ୍ବାଦ’ କର୍ମଚାରୀଙ୍କ ନାଁରେ ଋଣ ଅର୍ଥ ଉଠାଇ ନେଇଥିବା ଅଭିଯୋଗ ହେଉଛି। ତେବେ ଆଇନର ଊର୍ଦ୍ଧ୍ବରେ କେହି ନୁହନ୍ତି। ତାଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଉ।
-ଲକ୍ଷ୍ମଣ ଦାସ, ରଘୁନାଥପୁର
ପ୍ରତିଦିନ ବଢୁଛି ଋଣ ଜାଲିଆତି ମାମଲା, ଜନବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ ସୌମ୍ୟ: ଅନୁଭବ ପଟ୍ଟନାୟକ
ଭୁବନେଶ୍ବର: ସୌମ୍ୟଙ୍କୁ ବହିଷ୍କାର ପରେ ପ୍ରତିକ୍ରିୟା ରଖିଛନ୍ତି ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ। ଋଣ ଜାଲିଆତି ମାମଲାରେ ସୌମ୍ୟରଞ୍ଜନଙ୍କ ବିରୋଧରେ ପ୍ରତିଦିନ ଅଭିଯୋଗ ବଢୁଛି । ପ୍ରାୟ ୩୦୦ରୁ ଅଧିକ କର୍ମଚାରୀଙ୍କୁ ସୌମ୍ୟରଞ୍ଜନ ଠକିଥିବା ଜଣାପଡିଛି। ଏନେଇ EOWରେ ମାମଲା ରୁଜୁ ପରେ ତଦନ୍ତ ଜୋରଦାର ହୋଇଛି। ଜନବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡିବା ପରେ ଶେଷରେ ସୌମ୍ୟଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି ବୋଲି କହିଛନ୍ତି ଅନୁଭବ।
ସୂଚନା ଥାଉକି, ଜନବିରୋଧୀ ନେତାଙ୍କ ବିରୋଧରେ ନବୀନଙ୍କ ବଡ଼ ଆକ୍ସନ୍। ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ବିଜେଡିରୁ ବିଦା। ଏନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସମ୍ବାଦ ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟଙ୍କ ବିରୋଧରେ ପୂର୍ବତନ କର୍ମଚାରୀ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିବା ପରେ ନବୀନ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ତାଙ୍କ ବିରୋଧରେ ଆହୁରି ଅଭିଯୋଗ ହେଉଥିବାରୁ, ଏହା ଏକ ଗୁରୁତର ବ୍ୟାଙ୍କ ଘୋଟାଲା । ଏଥିରେ କର୍ମଚାରୀଙ୍କ ନାଁରେ କୋଟି କୋଟି ଟଙ୍କା ଲୋନ୍ ଉଠାଯାଇଛି । ୩ଶହରୁ ଅଧିକ କର୍ମଚାରୀ ଏହାର ଶିକାର ହୋଇଛନ୍ତି । ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଦଫା ୫୦୬, ୪୬୭, ୪୬୮, ୪୭୧, ୪୨୦, ୧୨୦ (ବି)  ଧାରାରେ ମାମଲାରୁ ରୁଜୁ ହୋଇଛି। ଏଭଳି ଜନବିରୋଧୀ କାର୍ଯ୍ୟକଳାପ ପାଇଁ ସୌମ୍ୟଙ୍କୁ ଦଳରୁ ବିଦା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ମଧ୍ୟ ଜନବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବିଦା ହୋଇଛନ୍ତି। ବାଲେଶ୍ବର ନିଗମାନନ୍ଦ ଆସୋସିଏଟରେ ପାର୍ଟନର ଥିବା ବେଳେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସବସିଡି ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ସେ ୨୦୧୭-୧୮ରୁ ୨୦୧୯-୨୦ ମଧ୍ୟରେ ୩କୋଟି ଟଙ୍କାରୁ ଉର୍ଦ୍ଧ୍ବ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ମାମଲାର ତଦନ୍ତ କରୁଛି ଭିଜିଲାନ୍ସ। ସୁଧାଂଶୁ ପରିଡ଼ାଙ୍କୁ ମଧ୍ୟ ଜନବିରୋଧୀ କାମ ପାଇଁ ବିଜେଡିରୁ ବିଦା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
ସମ୍ବାଦର ଲୋନ ସ୍କାମ: ଲମ୍ବୁଛି ଅଭିଯୋଗର ଫର୍ଦ୍ଦ, ଗୁମର ଖୋଲୁଛନ୍ତି ପୂର୍ବତନ କର୍ମଚାରୀ
ରାଉରକେଲା: ଦିନ ଯେତିକି ଗଡ଼ୁଛି ଅଭିଯୋଗର ଫର୍ଦ୍ଦ ସେତିକି ଲମ୍ବୁଛି । ସମ୍ବାଦର ଲୋନ ସ୍କାମକୁ ନେଇ ପ୍ରତିଦିନ ନୂଆ ନୂଆ ଘଟଣାମାନ ସାମ୍ନାକୁ ଆସୁଛି । ଏହି ମେଗା ସ୍କାମର ଗୁମର ସମ୍ପର୍କରେ ପୂର୍ବତନ କର୍ମଚାରୀମାନେ ଖୋଲିବାରେ ଲାଗିଛନ୍ତି । ପୂର୍ବରୁ ଭୟରେ ରହିଥିବାବେଳେ ଏବେ ଜଣଙ୍କ ପରେ ଜଣେ ମୁହଁ ଖୋଲୁଛନ୍ତି । ରାଉରକେଲାର ରଶ୍ମି ମୁଦୁଲି ଯିଏକି ସମ୍ବାଦରେ ଦୀର୍ଘଦିନ ଧରି କାମ କରୁଥିଲେ । ସେ ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ।
ସେ କହିଛନ୍ତି କି, ଆମ ନାଁରେ ଋଣ ହୁଏ ସତ । କିନ୍ତୁ ଆମେ ଟଙ୍କା ଗଣିବାକୁ ସୁଯୋଗ ପାଇ ନଥାଉ । ସମ୍ବାଦର ଏଚ.ଆର ମୁଖ୍ୟ ବୈଜୟନ୍ତୀ କର ମ୍ୟାଡାମ ଏବଂ ଅନ୍ୟ କିଛି କର୍ମଚାରୀ ତାଙ୍କ ସାଙ୍ଗରେ ଆସିଥାନ୍ତି । ଲୋନ ହୋଇଯିବାପରେ ସେହି ବ୍ୟାଙ୍କରେ ହିଁ ଆମେ ଟଙ୍କା ତାଙ୍କ ହାତକୁ ଦେଇଥାଉ । କେତେ ଟଙ୍କା ରହିଛି କେବଳ ଆମେ ଶୁଣିଥାଉ । ଗଣିବାର ସୁଯୋଗ ମିଳିନଥାଏ । ବସ୍ତା ନେଇ ଆସିଥିବା ମ୍ୟାଡାମ ସବୁ ଟଙ୍କା ସେଥିରେ ନିଅନ୍ତି । ଏହାସାଙ୍ଗେ ବହୁ କର୍ମଚାରୀଙ୍କ ଲୋନ ହେଉଥିବାବେଳେ ସେ ଏକ ବଡ଼ ବସ୍ତା ଆଣନ୍ତି ଆଉ ସବୁ ଟଙ୍କା ସେଥିରେ ଭର୍ତ୍ତି କରି ନେଇ ଯାଆନ୍ତି ।
ଏହାସହ ସେ କହିଛନ୍ତି କି, ମୋତେ ଆକ୍ରୋଶ ମୂଳକଭାବେ ହଇରାଣ କରାଯାଇଛି । କରୋନା ସମୟରେ ମୋତେ ଭୁବନେଶ୍ବର ଅଫିସକୁ ବଦଳି କରାଯାଇଥିଲା । ଯେଉଁ ସମୟରେ କି ଘର ମିଳିବା କଷ୍ଟସାଧ୍ୟ । ମୋତେ ଖାଇବାକୁ ମଧ୍ୟ ମିଳିନାହିଁ । ମୁଁ ଉପାସରେ ରହି କାମ କରିଛି । ବେଳେ ମାତ୍ର ଗୋଟିଏ ଥର ଖାଇ କାମ କରିଛି । ତଥାପି ସେମାନେ ମୋତେ ଠକିଛନ୍ତି ।
ରଶ୍ମି କହିଛନ୍ତି କି, ମୁଁ ୨୧ ବର୍ଷ କାମ କରିବା ଭିତରେ ୫ଟି ଲୋନ କରାଯାଇଛି । ବିଭିନ୍ନ ସ୍ଥାନରେ ବିଭିନ୍ନ ବ୍ୟାଙ୍କରେ ଆମ ନାଁରେ ଲୋନ ହୋଇଛି । କେତେ ଟଙ୍କାର ଲୋନ ହୋଇଛି ତାହା ଆମକୁ ଜଣାନାହିଁ । ମୋ ଭଳି ଏଭଳି ଅନେକ କର୍ମଚାରୀ ଶୋଷଣର ଶିକାର ହୋଇଛନ୍ତି । କିନ୍ତୁ ଚାକିରୀ ଚାଲିଯିବା ଭୟରେ କେହି ମୁହଁ ଖୋଲୁ ନଥିଲେ ।
ସୌମ୍ୟଙ୍କ ପ୍ରତିଶ୍ରୃତି ହକର ମାନଙ୍କ ପାଇଁ ପାଲଟି ଯାଇଛି ଅଭିଶାପ: ବାଲେଶ୍ବର ହକର ସଙ୍ଘ
ଭୁବନେଶ୍ବର: ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୁଦ୍ଧରେ ବିଷୋଦଗାର। ଏହି ବିଷୋଦଗାର କରିଛନ୍ତି ବାଲେଶ୍ବର ହକର ସଙ୍ଘ । ହକରଙ୍କ ପାଇଁ ଅଭିଶାପ ପାଲଟିଛି ସୌମ୍ୟଙ୍କ ପ୍ରତିଶୃତି । ହକରଙ୍କ ଦାନାରେ ବାଧାଦେଇ ନୂଆ ହକର ସୃଷ୍ଟି କରୁଛନ୍ତି ସୌମ୍ । ସୌମ୍ୟଙ୍କ ସହ ବାଲେଶ୍ବର ହକର ସଙ୍ଘ ଆଲୋଚନା କରିବାକୁ ଯାଇଥିଲେ ମଧ୍ୟ କୌଣିସି ଫଳପ୍ରଦ ହୋଇ ନ ଥିଲା ବରଂ ଆଲୋଚନା ସମୟରେ ସୌମ୍ୟ ଉତକ୍ଷିପ୍ତ ହୋଇଥିବା କହିଛନ୍ତି ବାଲେଶ୍ବର ହକର ସଙ୍ଘ। ସମ୍ବାଦକୁ ଅଗ୍ରଣୀ କରିବାରେ ହକରଙ୍କ ଭୂମିକା ଅଧିକ ରହିଥିବା ବେଳେ ହକରଙ୍କ କଥା ବୁଝିବାକୁ ନାରାଜ ଥିଲେ ସୌମ୍ୟ । ସେ ନେଇ ଆଜି ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୁଦ୍ଧରେ ବିଷୋଦଗାର କରିଛନ୍ତି ବାଲେଶ୍ବର ହକର ସଙ୍ଘ ।
କର୍ମଚାରୀଙ୍କୁ ଶୋଷଣ କରିବା ସୌମ୍ୟଙ୍କ ପୁରୁଣା ଅଭ୍ୟାସ’
ମନ୍ତ୍ରୀ ପଦ ନ ପାଇ ସୌମ୍ୟ ରଞ୍ଜନ ପଟ୍ଟନାୟକ କେବଳ ସରକାରଙ୍କୁ ସମାଲୋଚନା କରିନାହାନ୍ତି, ଲହୁ ଲୁହ ଦେଇ ସମ୍ବାଦକୁ ଛିଡ଼ା କରିଥିବା କର୍ମଚାରୀମାନେ ବି ତାଙ୍କଦ୍ୱାରା ବ୍ଲାକମେଲିଂର ଶିକାର ହୋଇଛନ୍ତି। ଜଣେ ଅଧେ ନୁହେଁ ଶହ ଶହ କର୍ମଚାରୀଙ୍କ ଅସହାୟତାର ସେ ଭରପୂର ଫାଇଦା ଉଠାଇଛନ୍ତି। ଚାକିରି ଯିବା ଧମକ ଦେଇ କର୍ମଚାରୀଙ୍କ ଜରିଆରେ ଋଣ ନେଇଛନ୍ତି। କର୍ମଚାରୀଙ୍କୁ ଶୋଷଣ କରିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କର ପୁରୁଣା ଅଭ୍ୟାସ ବୋଲି କହିଛନ୍ତି ‘ସମ୍ବାଦ’ର ପୂର୍ବତନ ଜିଲ୍ଲା ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ଦେଓ। ଏହା ସହିତ ସେ ଇଓଡ଼ବ୍ଲ୍ୟୁରେ ମଧ୍ୟ ଏ ସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି।
ପୂର୍ଣଚନ୍ଦ୍ରଙ୍କ ଅଭିଯୋଗ ଅନୁସାରେ ୨୦୦୬ ମସିହା ବେଳକୁ ସେ ଯାଜପୁର ଜିଲ୍ଲା ପ୍ରତିନିଧି ଥିବା ସମୟରେ ଖୋଦ୍‌‌ ସୌମ୍ୟରଞ୍ଜନ ତାଙ୍କୁ ଫୋନ୍‌‌ କରି କଟକ ଲିଙ୍କ୍‌‌ ରୋଡ ସ୍ଥିତ ସମ୍ବାଦ କାର୍ଯ୍ୟାଳୟକୁ ଆସିବା ପାଇଁ କହିଥିଲେ। ସେଠାରେ ଏଚ୍‌‌ଆର ମୁଖ୍ୟ ବୈଜୟନ୍ତୀ କରଙ୍କୁ ଦେଖା କରିବ ଆଉ ଯେ ଯେଉଁ କାଗଜପତ୍ର ଦେବେ ସେଥିରେ ଦସ୍ତଖତ କରିବ। ସମ୍ପାଦକଙ୍କ ଆଦେଶ ଅନୁସାରେ ମୁଁ କଟକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ମୋ ଦରମା ପ୍ରମାଣପତ୍ରରେ ୨୨୦୦୦ ଟଙ୍କାରୁ ଅଧିକ ଦରମା ଲେଖାଥିବା ଦେଖିଲି। ଯେତେବେଳେ କି ମୋ ଦରମା ମାତ୍ର ୩୬୫୦ ଟଙ୍କା ଥିଲା। ତେବେ ପ୍ରକୃତପକ୍ଷେ ଏହି ପ୍ରମାଣପତ୍ର ଜାଲ ଥିଲା ବୋଲି ମୁଁ ପରେ ଜାଣିବାକୁ ପାଇଲି। ମୋ ଦସ୍ତଖତ ନେଇ ବ୍ୟାଙ୍କରୁ ଋଣ କଲେ; କିନ୍ତୁ ମାସକୁ ମାସ ମୋ ଦରମାରୁ ୮୦୦ ଟଙ୍କା କାଟିବା ଆରମ୍ଭ ହେଲା। ମୋ ଭଳି ଶହ ଶହ କର୍ମଚାରୀଙ୍କ ନାମରେ ଋଣ କରି ଆଣୁଥିବା ଟଙ୍କାରୁ ଟଙ୍କାଟିଏ ବି ସମ୍ବାଦରେ ବିନିଯୋଗ ହୋଇନଥିଲା; ବରଂ ଅୟସ କରିବା ଓ ଜମି କିଣାରେ ତାହା ବିନିଯୋଗ ହୋଇଥିଲା।
ଶ୍ରୀ ଦେଓ କହିଛନ୍ତି, ଗୋଟିଏ ଋଣ ସେମାନେ ପରିଶୋଧ ପରେ ଆଉ ଏକ ଋଣ କରିବା ପାଇଁ ମୋ ଉପରେ ଚାପ ପକାଇଲେ। ମୁଁ ରାଜି ନ ହେବାରୁ ମୋତେ ବିଭାଗୀୟ ମୁଖ୍ୟ ଭାବେ ରାଉରକେଲା ବଦଳି କରାଯାଇଥିଲା। ସେଠାରେ ମୋ ସହକର୍ମୀଙ୍କ ନାମରେ ଜାଲିଆତି କରି ଋଣ ପାଇଁ ଉଦ୍ୟମ କରାଗଲା। ମୁଁ ଏହାର ବିରୋଧ କରିବାରୁ ମୋତେ ପୁଣି ଅନୁଗୁଳ ବଦଳି କରାଗଲା। ମୁଁ ଯେତେବେଳେ ନିଜ ବ୍ୟକ୍ତିଗତ ଆବଶ୍ୟକତା ପାଇଁ ବ୍ୟାଙ୍କକୁ ଋଣ ପାଇଁ ଗଲି ସେତେବେଳେ ତୁମ ନାମରେ ଋଣ ରହିଛି ଏବଂ ତୁମକୁ ଦେବାଳିଆ ଘୋଷିତ କରାଯାଇଛି ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଶୁଣାଇ ଦେଇ ଋଣ ଦେବାକୁ ସଫା ସଫା ମନା କରିଦେଲେ। ଏହାର ପ୍ରତିବାଦ କରିବାରୁ ସୌମ୍ୟ ବାବୁଙ୍କ ନିର୍ଦ୍ଦେଶରେ ମୋତେ ମାନସିକ ନିର୍ଯାତନା ଦେବା ଆରମ୍ଭ ହୋଇଥିଲା। ଅନୁଗୁଳ ଯିବା ପରେ ବି ମୋତେ ମାନସିକ ନିର୍ଯାତନା ଦିଆଯିବାରୁ ବାଧ୍ୟ ହୋଇ ମୁଁ ସମ୍ବାଦରୁ ଇସ୍ତଫା ଦେଇଥିଲି। ଅଳ୍ପ କିଛି ଦରମା ଉପରେ ନିର୍ଭରଶୀଳ ମୋ ଭଳି ଶହ ଶହ କର୍ମଚାରୀଙ୍କ ଟଙ୍କାରେ ସୌମ୍ୟ ବାବୁ କୋଟିପତି ହୋଇଛନ୍ତି। ଯାହାର ସ୍ୱାଭିମାନ ବୋଲି କିଛି ନାହିଁ ସେ ଆଜି ସ୍ୱାଭିମାନର ଡିଣ୍ଡିମ ପିଟୁଛି। ଯିଏ ଦିନ ରାତି ପରିଶ୍ରମ କରି ତାଙ୍କ ସଂସ୍ଥାକୁ ଆଗକୁ ବଢ଼଼ଉଛି ତାକୁ ଶୋଷଣ କରୁଥିବା ଲୋକ କିପରି ସ୍ୱାଭିମାନୀ ହୋଇପାରିବ? ମନ୍ତ୍ରୀ ପଦ ନ ପାଇ ଆଜି ସୌମ୍ୟ ବାବୁ ସରକାରଙ୍କୁ ବ୍ଲାକ୍‌‌ମେଲ୍‌‌ କରୁଛନ୍ତି। ଯାହା ଦୟାରେ ଟିକଟ ନେଇ ନିର୍ବାଚନ ଜିତିଲେ, ତାଙ୍କୁ ବ୍ଲାକ୍‌‌ମେଲ୍‌‌ କରୁଥିବା ଲୋକ କେବେ ସ୍ୱାଭିମାନୀ ହୋଇନପାରେ। ସୌମ୍ୟ ବାବୁ ଯେଉଁ ଅପକର୍ମ କରିଛନ୍ତି ତାହାର ପରିଣାମ ଏବେ ସେ ଭୋଗ କରୁଛନ୍ତି ବୋଲି ଶ୍ରୀ ଦେଓ କହିଛନ୍ତି।
‘ସମ୍ବାଦ’ ବ୍ୟାଙ୍କ ଋଣ ଠକେଇ ପେଡ଼ିରେ ଅନେକ କାହାଣୀ, ‘କର୍ମଚାରୀଙ୍କୁ ଶୋଷଣ କରିବା ସୌମ୍ୟଙ୍କ ପୁରୁଣା ଅଭ୍ୟାସ’
ଭୁବନେଶ୍ବର: ଆଇନ ସମସ୍ତଙ୍କ ପାଇଁ ସମାନ। ସାଧାରଣ ଲୋକଙ୍କଠାରୁ ଗଣମାଧ୍ୟମ କର୍ତ୍ତୃପକ୍ଷ କେହି ଏଥିରୁ ବାଦ ପଡ଼ିନାହାନ୍ତି। ମାତ୍ର ନିଜ ସଂସ୍ଥାର କର୍ମଚାରୀଙ୍କ ନାମରେ ଦୀର୍ଘ ବର୍ଷ ହେଲା ଋଣ ନେବା ଘଟଣା ପଦାକୁ ଆସିବା ପରେ ଏବେ ସରକାରଙ୍କ ଉପରେ ରକ୍ତଚାଉଳ ଚୋବାଉଛନ୍ତି ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ଓ ତାଙ୍କ ଅନୁଗତ। କେବଳ ସେତିକି ନୁହେଁ ଏହି ଖବର ପ୍ରକାଶ ପାଇଁ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’କୁ ମଧ୍ୟ ତାଙ୍କ ପରିଚାଳିତ ଗଣମାଧ୍ୟମ ନିଶାଣ କରିଛି। ‘ସକାଳ’ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ‘ସମ୍ବାଦ’ରେ ଚଢ଼ଉ କରାଯାଇଥିବା ଉଲ୍ଲେଖ କରି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରାଯାଇଛି। ସୌମ୍ୟରଞ୍ଜନ ଓ ତାଙ୍କ ସଂସ୍ଥା ଦ୍ୱାରା ପୀଡ଼ିତମାନଙ୍କର ସଂଖ୍ୟା ଦିନକୁ ଦିନ ଲମ୍ବିବା ପରେ ତାଙ୍କ ମୁଖା ଖୋଲି ଯାଇଛି। ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବା ପାଇଁ ପ୍ରାୟୋଜିତ ‘ଜନ ମତ’ ସଂଗ୍ରହ କରାଯାଉଛି। ଭଡ଼ାଟିଆଙ୍କୁ ପ୍ଲାକାର୍ଡ଼ ଧରି ଠିଆ କରାଯିବାକୁ ଉଦ୍ୟମ ହୋଇଛି। ସହାନୁଭୂତି ହାସଲ ପାଇଁ ଲାଗି
ପଡ଼ିଛନ୍ତି ଯୋଗାଡ଼ିଆ।
‘କର୍ମଚାରୀଙ୍କୁ ଶୋଷଣ କରିବା ସୌମ୍ୟଙ୍କ ପୁରୁଣା ଅଭ୍ୟାସ’
ମନ୍ତ୍ରୀ ପଦ ନ ପାଇ ସୌମ୍ୟ ରଞ୍ଜନ ପଟ୍ଟନାୟକ କେବଳ ସରକାରଙ୍କୁ ସମାଲୋଚନା କରିନାହାନ୍ତି, ଲହୁ ଲୁହ ଦେଇ ସମ୍ବାଦକୁ ଛିଡ଼ା କରିଥିବା କର୍ମଚାରୀମାନେ ବି ତାଙ୍କଦ୍ୱାରା ବ୍ଲାକମେଲିଂର ଶିକାର ହୋଇଛନ୍ତି। ଜଣେ ଅଧେ ନୁହେଁ ଶହ ଶହ କର୍ମଚାରୀଙ୍କ ଅସହାୟତାର ସେ ଭରପୂର ଫାଇଦା ଉଠାଇଛନ୍ତି। ଚାକିରି ଯିବା ଧମକ ଦେଇ କର୍ମଚାରୀଙ୍କ ଜରିଆରେ ଋଣ ନେଇଛନ୍ତି। କର୍ମଚାରୀଙ୍କୁ ଶୋଷଣ କରିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କର ପୁରୁଣା ଅଭ୍ୟାସ ବୋଲି କହିଛନ୍ତି ‘ସମ୍ବାଦ’ର ପୂର୍ବତନ ଜିଲ୍ଲା ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ଦେଓ। ଏହା ସହିତ ସେ ଇଓଡ଼ବ୍ଲ୍ୟୁରେ ମଧ୍ୟ ଏ ସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି।
ପୂର୍ଣଚନ୍ଦ୍ରଙ୍କ ଅଭିଯୋଗ ଅନୁସାରେ ୨୦୦୬ ମସିହା ବେଳକୁ ସେ ଯାଜପୁର ଜିଲ୍ଲା ପ୍ରତିନିଧି ଥିବା ସମୟରେ ଖୋଦ୍‌‌ ସୌମ୍ୟରଞ୍ଜନ ତାଙ୍କୁ ଫୋନ୍‌‌ କରି କଟକ ଲିଙ୍କ୍‌‌ ରୋଡ ସ୍ଥିତ ସମ୍ବାଦ କାର୍ଯ୍ୟାଳୟକୁ ଆସିବା ପାଇଁ କହିଥିଲେ। ସେଠାରେ ଏଚ୍‌‌ଆର ମୁଖ୍ୟ ବୈଜୟନ୍ତୀ କରଙ୍କୁ ଦେଖା କରିବ ଆଉ ଯେ ଯେଉଁ କାଗଜପତ୍ର ଦେବେ ସେଥିରେ ଦସ୍ତଖତ କରିବ। ସମ୍ପାଦକଙ୍କ ଆଦେଶ ଅନୁସାରେ ମୁଁ କଟକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ମୋ ଦରମା ପ୍ରମାଣପତ୍ରରେ ୨୨୦୦୦ ଟଙ୍କାରୁ ଅଧିକ ଦରମା ଲେଖାଥିବା ଦେଖିଲି। ଯେତେବେଳେ କି ମୋ ଦରମା ମାତ୍ର ୩୬୫୦ ଟଙ୍କା ଥିଲା। ତେବେ ପ୍ରକୃତପକ୍ଷେ ଏହି ପ୍ରମାଣପତ୍ର ଜାଲ ଥିଲା ବୋଲି ମୁଁ ପରେ ଜାଣିବାକୁ ପାଇଲି। ମୋ ଦସ୍ତଖତ ନେଇ ବ୍ୟାଙ୍କରୁ ଋଣ କଲେ; କିନ୍ତୁ ମାସକୁ ମାସ ମୋ ଦରମାରୁ ୮୦୦ ଟଙ୍କା କାଟିବା ଆରମ୍ଭ ହେଲା। ମୋ ଭଳି ଶହ ଶହ କର୍ମଚାରୀଙ୍କ ନାମରେ ଋଣ କରି ଆଣୁଥିବା ଟଙ୍କାରୁ ଟଙ୍କାଟିଏ ବି ସମ୍ବାଦରେ ବିନିଯୋଗ ହୋଇନଥିଲା; ବରଂ ଅୟସ କରିବା ଓ ଜମି କିଣାରେ ତାହା ବିନିଯୋଗ ହୋଇଥିଲା।
ଶ୍ରୀ ଦେଓ କହିଛନ୍ତି, ଗୋଟିଏ ଋଣ ସେମାନେ ପରିଶୋଧ ପରେ ଆଉ ଏକ ଋଣ କରିବା ପାଇଁ ମୋ ଉପରେ ଚାପ ପକାଇଲେ। ମୁଁ ରାଜି ନ ହେବାରୁ ମୋତେ ବିଭାଗୀୟ ମୁଖ୍ୟ ଭାବେ ରାଉରକେଲା ବଦଳି କରାଯାଇଥିଲା। ସେଠାରେ ମୋ ସହକର୍ମୀଙ୍କ ନାମରେ ଜାଲିଆତି କରି ଋଣ ପାଇଁ ଉଦ୍ୟମ କରାଗଲା। ମୁଁ ଏହାର ବିରୋଧ କରିବାରୁ ମୋତେ ପୁଣି ଅନୁଗୁଳ ବଦଳି କରାଗଲା। ମୁଁ ଯେତେବେଳେ ନିଜ ବ୍ୟକ୍ତିଗତ ଆବଶ୍ୟକତା ପାଇଁ ବ୍ୟାଙ୍କକୁ ଋଣ ପାଇଁ ଗଲି ସେତେବେଳେ ତୁମ ନାମରେ ଋଣ ରହିଛି ଏବଂ ତୁମକୁ ଦେବାଳିଆ ଘୋଷିତ କରାଯାଇଛି ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଶୁଣାଇ ଦେଇ ଋଣ ଦେବାକୁ ସଫା ସଫା ମନା କରିଦେଲେ। ଏହାର ପ୍ରତିବାଦ କରିବାରୁ ସୌମ୍ୟ ବାବୁଙ୍କ ନିର୍ଦ୍ଦେଶରେ ମୋତେ ମାନସିକ ନିର୍ଯାତନା ଦେବା ଆରମ୍ଭ ହୋଇଥିଲା। ଅନୁଗୁଳ ଯିବା ପରେ ବି ମୋତେ ମାନସିକ ନିର୍ଯାତନା ଦିଆଯିବାରୁ ବାଧ୍ୟ ହୋଇ ମୁଁ ସମ୍ବାଦରୁ ଇସ୍ତଫା ଦେଇଥିଲି। ଅଳ୍ପ କିଛି ଦରମା ଉପରେ ନିର୍ଭରଶୀଳ ମୋ ଭଳି ଶହ ଶହ କର୍ମଚାରୀଙ୍କ ଟଙ୍କାରେ ସୌମ୍ୟ ବାବୁ କୋଟିପତି ହୋଇଛନ୍ତି। ଯାହାର ସ୍ୱାଭିମାନ ବୋଲି କିଛି ନାହିଁ ସେ ଆଜି ସ୍ୱାଭିମାନର ଡିଣ୍ଡିମ ପିଟୁଛି। ଯିଏ ଦିନ ରାତି ପରିଶ୍ରମ କରି ତାଙ୍କ ସଂସ୍ଥାକୁ ଆଗକୁ ବଢ଼଼ଉଛି ତାକୁ ଶୋଷଣ କରୁଥିବା ଲୋକ କିପରି ସ୍ୱାଭିମାନୀ ହୋଇପାରିବ? ମନ୍ତ୍ରୀ ପଦ ନ ପାଇ ଆଜି ସୌମ୍ୟ ବାବୁ ସରକାରଙ୍କୁ ବ୍ଲାକ୍‌‌ମେଲ୍‌‌ କରୁଛନ୍ତି। ଯାହା ଦୟାରେ ଟିକଟ ନେଇ ନିର୍ବାଚନ ଜିତିଲେ, ତାଙ୍କୁ ବ୍ଲାକ୍‌‌ମେଲ୍‌‌ କରୁଥିବା ଲୋକ କେବେ ସ୍ୱାଭିମାନୀ ହୋଇନପାରେ। ସୌମ୍ୟ ବାବୁ ଯେଉଁ ଅପକର୍ମ କରିଛନ୍ତି ତାହାର ପରିଣାମ ଏବେ ସେ ଭୋଗ କରୁଛନ୍ତି ବୋଲି ଶ୍ରୀ ଦେଓ କହିଛନ୍ତି।
୩୦ ବର୍ଷ ମଧ୍ୟରେ ବହୁ ଠକେଇ ହୋଇଛି
୩୦ ବର୍ଷ ତଳେ ମତେ ସମ୍ବାଦ ଧୋକା ଦେଇଛି। କେବଳ ମତେ ନୁହେଁ ୩୦ ବର୍ଷ ଧରି ଏହି ସଂସ୍ଥା କେତେ ଲୋକଙ୍କୁ ଧୋକା ଦେଇଛି ତାହା ଇଓଡବ୍ଲୁ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ୩୦ ବର୍ଷ ତଳେ ମୋତେ ସାମ୍ବାଦିକ କରିବାକୁ କହି ୧୫ ହଜାର ଟଙ୍କା ନେଇଥିଲେ। ସେତେବେଳେ ସୌମ୍ୟରଞ୍ଜନ ପଟ୍ଟନାୟକ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ମୁଁ ଜଗତସିଂହପୁର ମୁଖପାତ୍ର ଥିଲି। ଏହି ଆଧାରରେ ମୋର ତାଙ୍କ ସହିତ ସମ୍ପର୍କ ଆରମ୍ଭ ହୋଇଥିଲା। ତାଙ୍କ କହିବା ଅନୁଯାୟୀ ମୁଁ ୧୫ ହଜାର ଟଙ୍କା ପୈଠ କରିଥିଲି। ହେଲେ ପରେ ସୌମ୍ୟରଞ୍ଜନ ପଟ୍ଟନାୟକ ମତେ ଅବହେଳା କରିବା ଯୋଗୁଁ ମୁଁ ଟଙ୍କା ମାଗିଥିଲି। ଏହାପରେ ସେ ଏକ ଚେକ୍‌‌ ଦେଇଥିଲେ। ଏହି ଚେକ୍‌‌ ଡିପୋଜିଟ୍‌‌ ପରେ ଉକ୍ତ ଆକାଉଣ୍ଟରେ ଟଙ୍କା ନ ଥିବା ଜଣାପଡ଼ିଥିଲା। ଏହା ପରେ ମୁଁ କୋର୍ଟ ନୋଟିସ୍‌‌ କରିଥିଲି। ପରେ ସେ ଅନ୍ୟ ଭାୟା ମିଡିଆରେ ୧୫ ହଜାର ଟଙ୍କା ଫେରସ୍ତ କରିଥିଲେ। ମୁଁ ଏଭଳି ଠକାମୀର ଶିକାର ହୋଇଥିବାରୁ ଅନେକ ଲୋକ ଠକେଇର ଶିକାର ହୋଇଥିବା ଆଶଙ୍କା ରହିଛି। ତେଣୁ ଏହାକୁ ତଦନ୍ତ କରାଯାଇ ସମ୍ପୂର୍ଣ୍ଣ ଘଟଣା ସାମନାକୁ ଆସିବା ଉଚିତ୍‌‌।
– ଅରୁଣ ଆଚାର୍ଯ୍ୟ, ଜଗତ୍‌‌ସିଂହପୁର
ଏଭଳି ବହୁ ଅଭିଯୋଗ ହୋଇଛି
ଏହି ପ୍ରସଙ୍ଗ ଆଜି ନୁଆ ନୁହେଁ। ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଯେଉଁମାନେ ଚାକିରୀ କରନ୍ତି, ସେମାନଙ୍କ ନାଁରେ ଋଣ ଉଠାଯାଉଥିବା ଅଭିଯୋଗ ବହୁ ଆଗରୁ ରହି ଆସିଛି। ଏହି ପ୍ରସଙ୍ଗରେ ପୂର୍ବରୁ ବହୁ ଅଭିଯୋଗ ହୋଇଛି। ଅଭିଯୋଗକାରୀଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଛି। ଯେଉଁ ସଂସ୍ଥାରେ ଜଣେ କର୍ମଚାରୀ କାର୍ଯ୍ୟ କରୁଛନ୍ତି, ତାଙ୍କ ନାଁରେ ଋଣ ଉଠାଣ ଆଦୌ ଗ୍ରହଣ ଯୋଗ୍ୟ ନୁହେଁ। ପରସ୍ପର ସହଯୋଗରେ ଏହି କାର୍ଯ୍ୟ ହେଉଥିବା ନେଇ ଯେତେ କହିଲେ ମଧ୍ୟ ଏହା ଗ୍ରହଣଯୋଗ୍ୟ ନୁହେଁ। ଏହା ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ରହିଛି ତାହା ଇଓଡବ୍ଲୁ ବିଚାର କରିବ।
କେଦାର ମିଶ୍ର, ବରିଷ୍ଠ ସାମ୍ବାଦିକ
ସୌମ୍ୟ ବାବୁ ନିଜର ସ୍ୱାର୍ଥ କାର୍ଯ୍ୟ କରୁଥିଲେ
କୌଣସି କର୍ପୋରେଟ ବା ପ୍ରାଇଭେଟ ସଂସ୍ଥା କର୍ମଚାରୀଙ୍କୁ ନ ଜଣାଇ ତାଙ୍କ ନାମରେ ଋଣ ନେବା ଏକ ଗୁରୁତର ଅପରାଧ। ଏହି ବିଷୟରେ କର୍ମଚାରୀ ଜାଣିବା ସହ ତାଙ୍କ ଅନୁମତି ନେବା ଆବଶ୍ୟକ। ବିନା ଅନୁମତିରେ ଋଣଦାତାଙ୍କୁ ପ୍ରଭାବିତ କରି କର୍ମଚାରୀଙ୍କ ନାମରେ ଋଣ ନେବା ଏକ ଗର୍ହିତ ଅପରାଧ। ଯଦି ଏଭଳି ହୁଏ, ତେବେ ଋଣ କିପରି ମିଳୁଛି ତାହା ତଦନ୍ତ ସାପେକ୍ଷ। ସାଧାରଣ ଲୋକ ଋଣ ପାଇବା ପାଇଁ ହେଲେ ଅନେକ ମାନଦଣ୍ଡ ପୂରଣ କରିବା ସହିତ ବହୁ ଚୁକ୍ତି ହୋଇଥାଏ। ତେଣୁ ଯେଉଁ ସଂସ୍ଥା ଋଣ ଦେଉଛି, କିଏ ଋଣ ନେଲା ଓ କାହିଁକି ଋଣ ନେଲା ତାହା ସ୍ପଷ୍ଟ ହେବା ଆବଶ୍ୟକତା ରହିଛି। ଯଦି ଏହା ହୋଇ ନାହିଁ, ତେବେ ଋଣ ଗ୍ରହୀତା ଓ ଋଣଦାତା ଉଭୟ ଦାୟୀ। ଏହି ଘଟଣାରୁ ଜଣାପଡ଼ିଲା ଯେ ସୌମ୍ୟ ବାବୁ ନିଜର ସ୍ୱାର୍ଥ ସାଧନ ପାଇଁ କାର୍ଯ୍ୟ କରୁଥିଲେ। ଏହି ତଦନ୍ତଙ୍କୁ ପ୍ରଭାବିତ ନ କରି ଯଦି ସେ ନିର୍ମଳ ତେବେ ତଦନ୍ତକୁ ସ୍ୱାଗତ ଓ ସହଯୋଗ କରିବା ଆବଶ୍ୟକ। ବର୍ତ୍ତମାନ ଦେଖା ଦେଉଛି ସୌମ୍ୟ ବାବୁ ଓ ତାଙ୍କ ସହ ଥିବା କିଛି ବ୍ୟକ୍ତି ନିଜ ସୁରକ୍ଷା ପାଇଁ ବ୍ୟବହାର କରୁଛନ୍ତି। ତେଣୁ ସୌମ୍ୟବାବୁଙ୍କ ପାଇଁ ବାହାରିବା ପୂର୍ବରୁ ସାମ୍ବାଦିକମାନେ ହାତେ ମାପି ଚାଖଣ୍ଡେ ଚାଲିବା ଉଚିତ।
ପ୍ରଶାନ୍ତ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ
ସମ୍ବାଦ ଲୋନ୍ ସ୍କାମର ମହାଖୁଲାସା: HR ମୁଖ୍ୟ ବୈଜୟନ୍ତୀ କର କହିଲେ ଲୋନ ଜାଲିଆତିର ଗୁମର କଥା
ଭୁବନେଶ୍ବର: ନିଜକୁ ସ୍ବାଭିମାନୀ, ସ୍ପଷ୍ଟବାଦୀ ଏବଂ ନିଜ ଖବରକାଗଜକୁ ଏକନମ୍ବର ଦାବି କରି ଆସୁଥିବା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କିପରି ସଂସ୍ଥାର କର୍ମଚାରୀଙ୍କ ନାଁରେ ଲୋନ୍‌ ନେଇ ବଡ଼ ଲୋକ ହୋଇଛନ୍ତି ତାହା ଧିରେଧିରେ ପଦାକୁ ଆସୁଛି। ସଂସ୍ଥାର ମାନବସମ୍ବଳ ବିଭାଗର (HR) ଅଧିକାରୀ ବୈଜୟନ୍ତୀ କରଙ୍କୁ ଗତକାଲି ଅର୍ଥନୈତିକ ଅପରାଧ ଶାଖା ( EOW ) ପଚରାଉଚୁରା କରିଥିବା ବେଳେ ଆଜି ମଧ୍ୟ ପଚରାଉଚୁରା କରିଛି। ଏହି ଜେରା ସମୟରେ EOWକୁ ମିଳିଛି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ।
ଜେରାର ଦ୍ବିତୀୟ ଦିନରେ ସମ୍ବାଦ ବ୍ୟାଙ୍କ ସ୍କାମର ମହାଖୁଲାସ ହୋଇଛି। ପ୍ରେସ ରିଲିଜ ଜାରି କରି ମହାଖୁଲାସା କରିଛି   EOW । ସ୍କାମ ପୀଡିତାଙ୍କ ଠାରୁ EOW ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇଛି। ଋଣ/ ବ୍ୟାଙ୍କ ସମ୍ପର୍କିତ ଡକ୍ୟୁମେଣ୍ଟ EOWର ହସ୍ତଗତ ହୋଇଛି। ଏହାକୁ ସୁଚିନ୍ତିତ ଓ ଯୋଜନାବଦ୍ଧ ଠକେଇ ବୋଲି କହିଛି EOW । ଫର୍ଜରୀ କରି କୋଟିକୋଟି ଟଙ୍କାର ବ୍ୟାଙ୍କ ଋଣ ହାତେଇଛନ୍ତି। ଗତ କିଛି ବର୍ଷରେ ସମ୍ବାଦ/ EMLର ୩୫୦ କର୍ମାଚାରୀ ନେଇଛନ୍ତି ଋଣ।
ଆଇଆରସି ଭିଲେଜ ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ନେଇଛନ୍ତି ଋଣ। ଏସବିଆଇ ଓ ଅନ୍ୟ ବ୍ୟାଙ୍କରୁ ନେଇଥିବା ଲୋନ ନେଇ ଯାଞ୍ଚ ଚାଲିଛି। ସବୁ ଯାଞ୍ଚ ପରେ ମୋଟ ଲୋନର ପରିମାଣ ବହୁ ଅଧିକ ହେବାର ସମ୍ଭାବନା ରହିଛି। ପ୍ରାୟତଃ ଗୋଟିଏ ଶୈଳିରେ ସବୁ ଲୋନ ଉଠାଯାଇଛି। ଘର ନିର୍ମାଣ ଓ ମରାମତି ନାଁରେ ୫ ଲକ୍ଷ ଯାଏ ଋଣ ଉଠାଣ ହୋଇଛି। ଋଣ ପାଇଁ ସମ୍ବାଦ ପକ୍ଷରୁ  ଜାଲ କାଗଜପତ୍ର ଦାଖଲ କରାଯାଇଛି। ଋଣ ଉଠାଣରେ ସମ୍ବାଦ/EML ପକ୍ଷରୁ ନକଲି ସାଲାରି ସ୍ଲିପ ବ୍ୟବହାର କରଯାଇଛି। ପ୍ରକୃତ ସାଲାରି ସ୍ଲିପ ଓ ବ୍ୟାଙ୍କକୁ ଦିଆଯାଇଥିବା ସ୍ଲିପ ମଧ୍ୟରେ ଫରକ ରହିଛି। ଲୋନ ଫର୍ମ ଅନ୍ୟ କାହା ଦ୍ବାରା ପ୍ରସ୍ତୁତ କରାଯାଇଛି। ଫର୍ମରେ ଋଣ ଗ୍ରହୀତା ନାମକୁ ମାତ୍ର ଦସ୍ତଖତ କରିଥିବା ଜଣାପଡୁଛି। ସମସ୍ତ ଋଣ ଟଙ୍କା ନଗଦ ଆକାରରେ ଉଠାଣ କରାଯାଇଛି। ପ୍ରକୃତ ଋଣ ଗ୍ରହୀତ ଋଣ ରାଶିରୁ ଟଙ୍କାଟିଏ ବି ପାଇନାହାନ୍ତି। ଥରେ ନୁହେଁ ୨ରୁ ୩ ଥର ଉଠାଣ ପାଇଁ କିଛି କର୍ମଚାରୀଙ୍କ ଉପରେ ଚାପ ପକାଯାଇଛି। ୬୦ ଥରରେ ସମ୍ବାଦ /EML ଏହି ଋଣ ପରିଶୋଧ କରିଥାଏ। କର୍ମଚାରୀ ଚାକିରିରୁ ଯିବା ପରେ ବି ଋଣ ପରିଶୋଧ କରାଯାଇଛି। ଏହା ଏକ ଯୋଜନାବଦ୍ଧ ଠକେଇର ସୁଚିତିନ୍ତି ଷଡଯନ୍ତ୍ର ବୋଲି କୁହାଯାଇଛି।
ସମ୍ବାଦ ଋଣ ଠକେଇ ମାମଲା ନେଇ EOW ଏସପି ପ୍ରତିକ୍ରିୟା ରଖିଛନ୍ତି। ୨୦ ରୁ ୨୫ ଜଣଙ୍କ ଅଭିଯୋଗ ଗ୍ରହଣ କରାଗଲାଣି । ଆହୁରି ଅଭିଯୋଗ ବଢିବାର ସମ୍ଭାବନା ରହିଛି । ଆସନ୍ତା କାଲି ଆହୁରି ଅଧିକ ଲୋକଙ୍କ ସାକ୍ଷ୍ୟ ଗ୍ରହଣ କରାଯିବ । ତଦନ୍ତ ଚାଲିଛି । ବହୁତ୍ କମ୍ ବ୍ୟାଙ୍କ୍ ଯାଞ୍ଚ କରାଯାଇଛି । ଆହୁରି ଅଧିକ ବ୍ୟାଙ୍କ୍ ଯାଞ୍ଚ କରିବା ପ୍ରକ୍ରିୟା ବାକି ରହିଛି  ବୋଲି EOW ଏସପି ଦିଲ୍ଲୀପ ତ୍ରିପାଠୀ କହିଛନ୍ତି।
କର୍ମଚାରୀଙ୍କ ନାଁରେ ସମ୍ବାଦର ଲୋନ୍ ସ୍କାମ ଘଟଣା: ଜାଲିଆତି କରିନାହାନ୍ତି ତେବେ ତଦନ୍ତକୁ ସାମ୍ନା କରିବାକୁ ଡରୁଛନ୍ତି କାହିଁକି- ଲେନିନ ମହାନ୍ତି
ଭୁବନେଶ୍ବର: କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ଜାଲିଆତି କରିଥିବା ଜଣେ ବ୍ୟକ୍ତି ଯଦି କୌଣସି ଗଣମାଧ୍ୟମ ସଂସ୍ଥାର ମାଲିକ ହୋଇଥାନ୍ତି, ତେବେ କଣ ସେ ଆଇନର ଉର୍ଦ୍ଧ୍ଵରେ ବୋଲି ଗଣା ଯିବେ କି ? ଠକାମି ଓ ଜାଲିଆତି କରୁଥିବା ଗଣମାଧ୍ୟମ ପ୍ରତିଷ୍ଠାନ ପାଇଁ ଆଇନରେ କିଛି ଅଲଗା ବ୍ୟବସ୍ଥା ଅଛି କି ବୋଲି ପ୍ରଶ୍ନ କରିଛନ୍ତି ବିଜେଡିର ମୁଖପାତ୍ର ଡ. ଲେନିନ ମହାନ୍ତି।
କିଛି ମାସ ତଳେ ଦୈନିକ ଭାସ୍କର, ଏନଡିଟିଭି ଏବଂ ଜାତୀୟ ସ୍ତରର ଅନ୍ୟ କେତେକ ଗଣମାଧ୍ୟମ ସଂସ୍ଥା ଉପରେ ଆୟକର ଏବଂ ଜିଏସଟି ବିଭାଗ ପକ୍ଷରୁ ଚଢ଼ଉ ହୋଇଥିଲା। ସେମାନେ ଆଇନ ଅନୁଯାୟୀ ଏହାକୁ ସାମ୍ନା କରିଥିଲେ। ଜାତୀୟ ସ୍ତରର ଗଣମାଧ୍ୟମ ସଂସ୍ଥା ହେଲେ ବି କାହିଁ ସେତେବେଳେ ତ ସେମାନେ କେହି ଏହାକୁ ଆକ୍ରୋଶମୂଳକ ବୋଲି କହି ଏଭଳି ହୋହଲ୍ଲା କରିନଥିଲେ ବୋଲି ସେ କହିଛନ୍ତି।
ଚାରି ପାଞ୍ଚ ଦିନ ତଳେ ନନ୍ଦିଘୋଷ ଟିଭିର କାର୍ଯ୍ୟାଳୟରେ ମଧ୍ୟ ସେଣ୍ଟ୍ରାଲ ଜିଏସଟି ପକ୍ଷରୁ ଅଚାନକ ଚଢ଼ଉ କରାଯାଇଥିଲା। ଏହା ଅପ୍ରତ୍ୟାଶିତ ଥିଲେ ମଧ୍ୟ ଏହି ଚଢ଼ଉକୁ ସେମାନେ ଆକ୍ରୋଶମୂଳକ କହି ବିରୋଧ କରିନଥିଲେ କି ନିଜ ଚାନେଲରେ ଏହାକୁ ବିରୋଧ କରି ଖବର ପ୍ରସାରଣ କରି ନଥିଲେ। ବରଂ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଶେଷରେ ସେଣ୍ଟ୍ରାଲ ଜିଏସଟି ଅଫିସରମାନେ କାଗଜପତ୍ର ଯାଞ୍ଚ କରି ଫେରି ଯାଇଥି‌ଲେ। ତେଣୁ ନନ୍ଦିଘୋଷ ହେଉ କି ସମ୍ବାଦ, କୌଣସି ଗଣମାଧ୍ୟମ ସଂସ୍ଥା ଆଇନର ଉର୍ଦ୍ଧ୍ଵରେ ନୁହନ୍ତି।
‘ସମ୍ବାଦ’ ଉପରେ ତାଙ୍କ ନିଜ ସଂସ୍ଥାର କର୍ମଚାରୀମାନେ କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ଜାଲିଆତିର ଅଭିଯୋଗ ଆଣିଛନ୍ତି। ଠକାମିର ଶିକାର ‌ହୋଇଥିବା ଏଭଳି କର୍ମଚାରୀଙ୍କ ସଂଖ୍ୟା ୩୦୦ ବୋଲି କୁହାଯାଉଛି ଏବଂ ସେମାନଙ୍କ ମଧ୍ୟରେ ଅଧିକାଂଶ ସାମ୍ବାଦିକଠୁ ନେଇ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି। ତେଣୁ ପ୍ରାୟ ୧୦୦ କୋଟି ଟଙ୍କାର ଏହି ଜାଲିଆତିର ଉପଯୁକ୍ତ ତଦନ୍ତ ହେବାରେ ଅସୁବିଧା କେଉଁଠି ? ଯଦି ସେମାନେ କିଛି ଜାଲିଆତି କରିନାହାନ୍ତି ତେବେ ତଦନ୍ତକୁ ସାମ୍ନା କରିବାକୁ ଡରୁଛନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଲେଲିନ ମହାନ୍ତି?
ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ବିରୋଧରେ ଆସିଥିବା ଏହି ବଡ଼ ଧରଣର ବ୍ୟାଙ୍କ ଋଣ ଜାଲିଆତି ଅଭିଯୋଗର ତଦନ୍ତ ଆରମ୍ଭ ହେବା ପରେ ଯେଉଁମାନେ ତାଙ୍କ ପକ୍ଷ ନେଇ ଓକିଲାତି କରିବାକୁ ବାହାରିଛନ୍ତି, କିଛି ଜାଲିଆତି ହୋଇନାହିଁ ବୋଲି ସେମାନେ ଜାଣିଲେ କେମିତି? ଏନେଇ ସେମାନେ କେଉଁ ଆଧାରରେ ତାଙ୍କୁ କ୍ଲିନ୍ ଚିଟ୍ ଦେଇ ପକାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଲେନିନ ମହାନ୍ତି।
ଲୋନ୍‌ ଜାଲରେ ରୁନ୍ଧି ହେଉଥିଲେ କର୍ମଚାରୀ, ଟଙ୍କା ନେଇ ବ୍ୟବସାୟ ବଢାଉଥିଲେ ସୌମ୍ୟରଞ୍ଜନ
ଭୁବନେଶ୍ବର :  ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କିପରି ନିଜ କର୍ମଚାରୀଙ୍କ ନାଁରେ ଲୋନ୍‌ ନେଇ ବଡ଼ଲୋକ ହୋଇଛନ୍ତି ତାହାର ପର୍ଦାଫାସ ହୋଇଛି। ନିଜକୁ ସ୍ବାଭିମାନୀ, ସ୍ପଷ୍ଟବାଦୀ କହିବୋଲୁଥିବା ସୌମ୍ୟ କିପରି କର୍ମଚାରୀଙ୍କ ନାରେ ଜାଲ୍‌ କାଗଜପତ୍ର କରି ଲୋନ୍‌ କରୁଥିଲେ, ଆଉ କର୍ମଚାରୀଙ୍କ ଲୋନ୍‌ରେ ଚଳାଇଥିଲେ ବ୍ୟବସାୟ ତାହ ଏବେ ରାଜ୍ୟବାସୀଙ୍କ ସାମ୍ନାକୁ ଆସିଛି। ସୌମ୍ୟରଞ୍ଜନଙ୍କ ଅର୍ଥବଳ ଓ ମିଡିଆ ପାୱାରକୁ ଦେଖି କୌଣସି କର୍ମଚାରୀ ଲୋନ୍‌ ସ୍କାମ ନେଇ ଅଭିଯୋଗ କରିପାରୁନଥିଲେ। କାରଣ ଲୋନ କଣ ପାଇଁ ହେଉଛି ପଚାରିଲେ,ଚାକିରି ଯିବାର ଭୟ ମଧ୍ୟ ଦିଆଯାଉଥିଲା। ଆଉ ଚାକିରି ଖଣ୍ଡିଏ ପାଇଥିବା କର୍ମଚାରୀଟି ଅସହାୟ ହୋଇ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନଙ୍କୁ ଏହି ଲୋନ୍‌ ସ୍କାମରେ ସହଯୋଗ କରୁଥିବା ସଂସ୍ଥାର ମାନବସମ୍ବଳ ବିଭାଗର ଅଧିକାରୀ ବୈଜୟନ୍ତୀ କରଙ୍କ ସବୁକଥାରେ ରାଜି ହେଉଥିଲେ। ଲୋନ୍‌ ପରେ ସେମାନଙ୍କୁ ସ୍ବଳ୍ପ ପରିମାଣର କିଛି ଅର୍ଥରାଶି ଦିଆଯାଇ ସନ୍ତୁଷ୍ଟ କରାଯାଉଥିଲା। ଆଉ ଯେଉଁ ଟଙ୍କାକୁ ପରେ କର୍ମଚାରୀଙ୍କ ଦରମା ଟଙ୍କାରୁ କାଟି ନିଆଯାଉଥିଲା। ଯାହା ମଧ୍ୟ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଅଭିଯୋଗକାରୀ ସମ୍ୱାଦ / ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଜଣେ ପୂର୍ବତନ କର୍ମଚାରୀ ଅସୀମ ମହାପାତ୍ର।
କେଳବ ଅସୀମ ମହାପାତ୍ର ନୁହଁନ୍ତି , ଅସୀମ ସାହାସ କରି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନାଁରେ ଅର୍ଥନୈତିକ ଅପରାଧ ଶାଖା(EOW)ରେ ଅଭିଯୋଗ କରିବା ପରେ ସମ୍ୱାଦ / ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ପୂର୍ବତନ କର୍ମଚାରୀମାନଙ୍କର ଲାଇନ୍‌ ଲାଗୁଛି ଅଭିଯୋଗ ପାଇଁ। କାରଣ ଜଣେ କି ଦୁଇ ଜଣ ନୁହେଁ ଏପରି ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ କର୍ମଚାରୀଙ୍କ ନାଁରେ ଲୋନ୍‌ ଉଠିଛି। ଆଉ ଏଯାଏଁ ପ୍ରାୟ ୨୦ରୁ ଅଧିକ ଅଭିଯୋଗ  ଅର୍ଥନୈତିକ ଅପରାଧ ଶାଖାରେ ହୋଇସାରିଛି। EOW ଅଭିଯୋଗଗୁ ଗୁରୁତର ସହ ନେଇ ତଦନ୍ତ କରୁଛି। ଗତକାଲି ପ୍ରାୟ ୭ ଘଣ୍ଟା ଧରି EOW ସମ୍ବାଦ ଭବନରେ ଚଢାଉ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲା। ଆଜି ମଧ୍ୟ ନୋଟିସ୍‌ ଆଧାରରେ EOW ଅଫିସରେ ହାଜର ହୋଇଛନ୍ତି ‘ସମ୍ବାଦ’ମାନବସମ୍ବଳ ବିଭାଗର ଅଧିକାରୀ ବୈଜୟନ୍ତୀ କର। ଆଉ ଆଜି ଗଣମାଧ୍ୟମ ଆଗରେ ବୈଜୟନ୍ତୀ କର ସ୍ବୀକାର କରିଛନ୍ତି ଯେ କର୍ମଚାରୀଙ୍କ ନାଁରେ ଲୋନ୍‌ ଉଠେଇଛି ‘ସମ୍ବାଦ’ । ସାମ୍ବାଦିକଙ୍କ ପ୍ରଶ୍ନ ବେଳେ କର୍ମଚାରୀଙ୍କ ନାଁରେ ଋଣ ନେଇଥିବା କଥାକୁ ମାନିଛନ୍ତି ବୈଜୟନ୍ତୀ । କହିଛନ୍ତି ସମ୍ବାଦ ତାର କର୍ମଚାରୀଙ୍କ ନାଁ ଲୋନ୍‌ ଉଠେଇଛି।
କର୍ମଚାରୀଙ୍କ ନାଁରେ ଲୋନ ଉଠାଇ ନିଜେ ମାଲାମାଲ ହୋଇଥିବା ସୌମ୍ୟରଞ୍ଜନ ଦୋଷ କରି, ନିଜ ଦୋଷ ଘୋଡାଇବା ପାଇଁ ଗଣମାଧ୍ୟମକୁ ଢାଲ କରି ନିଜକୁ ନିର୍ଦ୍ଦୋଷ ବୋଲି କହିବୁଲୁଛନ୍ତି । ଆଇନ ସମସ୍ତଙ୍କ ପାଇଁ ସମାନ। ହେଲେ ଇଷ୍ଟର୍ଣ୍ଣ ମିଡିଆ ପରି ଗଣମାଧ୍ୟମ ଓ ଏହାର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ସମ୍ଭବତଃ ଭାବିଥିଲେ ଗଣମାଧ୍ୟମ ପାଇଁ ସାତ୍‌ଖୁନ୍ ମାଫ୍ ବୋଲି। ଗଣମାଧ୍ୟମ ଓ ନିଜ ପ୍ରତିପତିକୁ ଢା଼ଲ କରି ସୌମ୍ୟରଞ୍ଜନ ଯେଉଁ ସ୍କାମ୍ ଚଳାଇଥିଲେ ତାହା ଏବେ ପଦାରେ ପଡ଼ିବା ପରେ ସେ ଭୟଭୀତ ହୋଇ ବିଭିନ୍ନ ବର୍ଗର ପ୍ରତିକ୍ରିୟା ନେଇ ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି।
ଗଣମାଧ୍ୟମକୁ ଢ଼ାଲ କରି କିଛି ସଂଗଠିତ ଅପରାଧ ଚାଲିଥାଏ, ତାହା କଣ ଗଣମାଧ୍ୟମର ସମ୍ମାନ ଓ ଅଧିକାର ଦାବି କରିପାରିବ କି ? ସମ୍ବାଦ ଓ କନକ ନ୍ୟୁଜ୍‌କୁ ଯେଉଁମାନେ ପ୍ରତିକ୍ରିୟା ଦେଇଛନ୍ତି, ସେମାନେ ସମସ୍ତେ ଗଣମାଧ୍ୟମର ସ୍ବାଧୀନତା ନେଇ ଉଦବେଗ ପ୍ରକାଶ କରୁଛନ୍ତି। ଏହା ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ସେମାନେ ହୁଏତ ଜାଣିନାହାନ୍ତି ଯେ, ସମ୍ବାଦ, କନକନ୍ୟୁଜ୍‌ ଏବଂ ରେଡିଓ ଚକୋଲେଟ୍‌ରେ କାମ କରୁଥିବା କର୍ମଚାରୀ କେଉଁଭଳି ଠକାମିର ଶିକାର ହୋଇଛନ୍ତି। ଆଉ ଏହି ଠକେଇ ଅନ୍ୟ କେହି ନୁହେଁ ଖୋଦ୍ ମାଲିକ ତଥା ମୁଖ୍ୟ ସମ୍ପାଦକଙ୍କ ନିର୍ଦ୍ଦେଶରେ ଆଉ ମାନବ ସମ୍ବଳ ବିଭାଗ ଅଧିକାରୀଙ୍କ ମାର୍ଫତରେ ଦୀର୍ଘ ବର୍ଷ ହେଲା ଚାଲିଆସିଛି।
୧୯୮୪ ମସିହାରେ ସମ୍ବାଦ ପ୍ରତିଷ୍ଠା ହେବା ପରଠୁ ଏହି ଋଣ ଘୋଟାଲା ତାର କାୟା ବିସ୍ତାର କରିଆସିଛି। ବହୁ କର୍ମଚାରୀ ଏହି ଋଣ ଜାଲରେ ରୁନ୍ଧି ହୋଇ ତଳି ତଳାନ୍ତ ହୋଇଛନ୍ତି। ଋଣ ନେବାକୁ ମନା କରୁଥିବା କର୍ମଚାରୀଙ୍କୁ ନାନା ଭାବରେ ନିର୍ଯ୍ୟାତନାର ଶିକାର ହେବାକୁ ପଡ଼ିଛି। କିଛି ପୂର୍ବତନ କର୍ମଚାରୀ ମଧ୍ୟ ସମ୍ବାଦ ସପକ୍ଷରେ ଠିଆ ହେବାକୁ ଆଗଭର ହୋଇଛନ୍ତି। କିନ୍ତୁ ସେମାନେ ନିଜକୁ ନିଜେ ଥରେ ପଚାରନ୍ତୁ କେଉଁଭଳି ନିର୍ଯ୍ୟାତନାର ଶିକାର ହୋଇଥିଲେ। ଆଜି କେଉଁ ପ୍ରଲୋଭନରେ ସେ ନିର୍ଯ୍ୟାତନାକୁ ସେମାନେ ଭୁଲିଗଲେ? ବାହାରର ଯେଉଁମାନେ ତଦନ୍ତକୁ ବିରୋଧ କରୁଛନ୍ତି, ସେମାନେ ଯଦି ବାସ୍ତବରେ ଗଣମାଧ୍ୟମର ସ୍ବାଧୀନତା ପାଇଁ ଉଦବିଗ୍ନ ହୋଇଥାନ୍ତେ ତାହେଲେ ଗଣମାଧ୍ୟମକୁ ଢ଼ାଲ କରି ଯେଉଁ ସଂଗଠିତ ଅପରାଧ ଚାଲିଛି ତାଆଡ଼କୁ ଥରେ ଚାହିଁଥାନ୍ତେ।
ଧରିନିଆଯାଉ ଇଷ୍ଟର୍ଣ୍ଣ ମିଡିଆ ଏଭଳି କୌଣସି ଅପରାଧ କରିନାହିଁ, ଯଦି ଅପରାଧ କରିନାହିଁ, ତାହେଲେ ତଦନ୍ତକୁ ଭୟ କାହିଁକି? କିଛି ଭଡ଼ାଟିଆଙ୍କୁ ପ୍ଲାକାର୍ଡ ଧରି ଠିଆ କରାଇଛନ୍ତି କାହିଁକି? ଗଣମାଧ୍ୟମ ଅଫିସରେ ଯଦି ଅପରାଧ ସଂଗଠିତ ହୋଇଛି ସେଠିକୁ ତଦନ୍ତ ପାଇଁ ପେୁଲିସ ଯିବା ଦ୍ବାରା ଗଣମାଧ୍ୟମର କିଭଳି କଣ୍ଠରୋଧ ହେଲା ତାହା ବୁଝାପଡୁନାହିଁ। ସୌମ୍ୟବାବୁ ଯଦି ଏତେ ସଚ୍ଚୋଟ ତାହେଲେ ଗୋଟିଏ ସତ କଥା କହିବେ କି? କର୍ମଚାରୀଙ୍କ ନାଁରେ ଋଣ କରି ସେ ଟଙ୍କା ହଡ଼ପ କରିଛନ୍ତି କି ନାହିଁ? ଗୋଟିଏ ପ୍ରଶ୍ନର ଯଦି ସେ ଉତ୍ତର ଦିଅନ୍ତେ ତାହେଲେ ସମସ୍ତେ ବୁଝିପାରନ୍ତେ ଭଦ୍ରମୁଖା ତଳେ କେମିତି ଗୋଟେ ଶୋଷକ ଲୁଚି ରହିଛି। ଖାଲି ଋଣ କରି ଟଙ୍କା ହଡପ ନୁହେଁ, ବରଂ‌ ଏହି ଋଣ କରିବା ଲାଗି କାଗଜପତ୍ର ଜାଲିଆତି ଏବଂ ବ୍ୟାଙ୍କ ଅଧିକାରୀଙ୍କୁ ଲାଞ୍ଚ ଦେବା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ତାଙ୍କ ନାଁରେ ଆସିଛି। ଏହାର ସ୍ପଷ୍ଟୀକରଣ ଦେବେ କି ସୌମ୍ୟରଞ୍ଜନ ପଟ୍ଟନାୟକ? ଅନ୍ୟ କାହାକୁ ବଦନାମ କରିବା ଲାଗି ମିଛ ସତ ଲେଖିବାକୁ ସେ ଯେଉଁ ଆମ ଘର ହାଲଚାଲ ସ୍ତମ୍ଭର ସହାୟତା ନିଅନ୍ତି ଏବେ ସେଇ ଆମ ଘର ହାଲଚାଲରେ ଲେଖିବେ କି ଋଣ କାରଣରୁ କେତେ କର୍ମଚାରୀଙ୍କର ସେ ଜୀବନ ନେଇଛନ୍ତି ବୋଲି ପୂର୍ବତନ କର୍ମଚାରୀମାନେ ପ୍ରଶ୍ନ କରିଛନ୍ତି।
ଋଣ ଜାଲିଆତି ମାମଲାରେ ସୌମ୍ୟଙ୍କ ବିରୋଧରେ EOWରେ ରୁଜୁ ହେଲା ଆଉ ୩ଟି ମାମଲା
ଭୁବନେଶ୍ୱର: ସୌମ୍ୟଙ୍କ ବିରୋଧରେ ବଢୁଛି ଅଭିଯୋଗର ଫର୍ଦ୍ଦ । ଋଣ ଜାଲିଆତି ମାମଲାରେ ସୌମ୍ୟଙ୍କ ବିରୋଧରେ EOWରେ ରୁଜୁ ହେଲା ଆଉ ୩ଟି ମାମଲା । ୩ ଜଣ ପୂର୍ବତନ କର୍ମଚାରୀ ସୌମ୍ୟଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ଆସିଥିବା ସମସ୍ତ ଅଭିଯୋଗର ସବୁ ଦିଗକୁ ନେଇ ଖୋଳତାଡ଼ କରୁଛି ତଦନ୍ତକାରୀ ଟିମ୍ । ଆଜି ବି ହୋଇପାରେ ଛାନବିନ୍ । ଋଣ ଜାଲିଆତି ଘଟଣାରେ ମିଳୁଛି ସାଂଘାତିକ ପ୍ରମାଣ । ସେହିପରି ଋଣ ଦେଇଥିବା ବ୍ୟାଙ୍କକୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରାଯାଇଛି । ଗତକାଲି ୭ ଘଣ୍ଟାର ଜେରା କରି ସମ୍ବାଦ ଭବନରୁ ଫେରିଥିଲା EOW । ଚଢ଼ାଉକୁ ନେଇ ପ୍ରେସ ରିଲିଜ୍ ଜାରି କରିଛି EOW ।
ସମ୍ବାଦ ବିରୋଧରେ ବଢୁଛି ଅଭିଯୋଗକାରୀଙ୍କ ସଂଖ୍ୟା । ସମ୍ବାଦର ଜଣେ ପୂର୍ବତନ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଛି । ଦଫା ୫୦୬, ୪୬୬, ୪୬୮, ୪୭୧, ୪୨୦, ୧୨୦-B IPC ଅନୁସାରେ ମାମଲା ରୁଜୁ ହୋଇଛି । ଯାଞ୍ଚ ବେଳେ ଅନେକ ସନ୍ଦେହଜନକ ଦସ୍ତାବିଜ ଜବତ କରିଛି EOW । ଋଣ ଜାଲିଆତି ସମ୍ପର୍କରେ ଅନେକଙ୍କ ବୟାନ ରେକର୍ଡ ହୋଇଛି । ଆହୁରି ୨୦ ଜଣ ପୂର୍ବତନ କର୍ମଚାରୀ ଋଣ ଜାଲିଆତି ଅଭିଯୋଗ ଆଣିଛନ୍ତି ।
ଅଭିଯୋଗରେ ପଞ୍ଜୀକୃତ ହୋଇଛି ଯେ ବହୁ ସଂଖ୍ୟକ କର୍ମଚାରୀଙ୍କୁ ଧମକ ଦେଇ ବ୍ୟକ୍ତିଗତ ଲୋନ୍‌ ନେବାକୁ ବାଧ୍ୟ କରାଯାଉଥିଲା। କୋଟି କୋଟି ଟଙ୍କା ଋଣ ନିଆଯାଉଥିବା ବେଳେ ଟଙ୍କା ସଂପୃକ୍ତ କର୍ମଚାରୀଙ୍କୁ ଦିଆଯାଉନଥିଲା ବରଂ ସେହି ଟଙ୍କା ନିଯୁକ୍ତିଦାତା କମ୍ପାନୀ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ ଦ୍ୱାରା ବ୍ୟବହୃତ ହୋଇଥିବା ଅଭିଯୋଗ ହୋଇଛି। ଯାହାକି ସଂପୂର୍ଣ୍ଣ ଭାବେ ବେଆଇନ ଓ କମ୍ପାନୀର କର୍ମଚାରୀଙ୍କ ଅଗୋଚରରେ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ସମ୍ବାଦର ପୂର୍ବତନ କର୍ମଚାରୀ ଅସୀମ ମହାପାତ୍ର । ଏନେଇ ସମ୍ବାଦର ସଂପାଦକ ସୌମ୍ୟଂରଜନ ପଟ୍ଟନାୟକ ଓ ମାନବ ସମ୍ବଳ ଅଧିକାରୀ ବୈଜୟନ୍ତୀ କରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
ସମ୍ବାଦ ୩୦୦ରୁ ଅଧିକ କର୍ମଚାରୀଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଛି । ଏହି ଠକେଇ ପରିମାଣ ୫୦ କୋଟିରୁ ଅଧିକ ହେବ । ସେହିପରି ଯାଞ୍ଚ ନେଇ କନକ ନ୍ୟୁଜ ମିଛ ଖବର ପ୍ରସାରଣ କରୁଛି ବୋଲି କହିଛି EOW । ତଦନ୍ତକାରୀ ଅଧିକାରୀ କୌଣସି ଚାପର ବଶବର୍ତ୍ତୀ ନାହାନ୍ତି । ଋଣ ଜାଲିଆତି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ବୋଲି କହିଛି EOW ।
କର୍ମଚାରୀଙ୍କୁ ଶୋଷଣ କରୁଛନ୍ତି ସୌମ୍ୟରଞ୍ଜନ : ଅଜାଣତରେ ଉଠାଯାଉଛି ଲକ୍ଷ ଲକ୍ଷ ଲୋନ୍‌
ଭୁବନେଶ୍ବର : ରାଜ୍ୟର ନମ୍ବର ଓ୍ବାନ୍ ଖବରକାଗଜ ବୋଲାଉଥିବା ସମ୍ବାଦ ଖବରକାଗଜରେ କିଭଳି ନିଜ କର୍ମଚାରୀଙ୍କୁ ଶୋଷଣ କରାଯାଇଛି, ତାହା ଏବେ ପଦାକୁ ଆସିଛି । ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ମାନବସମ୍ବଳ ବିଭାଗର ଅଧିକାରୀ ବୈଜୟନ୍ତି କରଙ୍କ ବିରୋଧରେ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ ହୋଇଛି । ଫେକ୍ ଆକାଉଣ୍ଟ ତିଆରି କରି ନିଜ କର୍ମଚାରୀଙ୍କ ନାଁରେ ଋଣ କରାଯାଉଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଖବରକାଗଜର ଜଣେ ପୂର୍ବତନ କର୍ମଚାରୀ ଏଭଳି ଅଭିଯୋଗ ଆଣିଛନ୍ତି । ଓକିଲଙ୍କ ଜରିଆରେ ଇଓଡବ୍ଲୁରେ ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କର ବିନା ଅନୁମତିରେ ନକଲି ଆକାଉଣ୍ଟ ତିଆରି କରି ୫ ଲକ୍ଷ ଟଙ୍କା ୠଣ ଉଠାଯାଇଛି।
କେବଳ ସେ ଜଣେ କର୍ମଚାରୀ ନୁହନ୍ତି ଯାହାଙ୍କ ନାଁରେ ଲୋନ୍‌ ଉଠିଛି। ଏଭଳି ବହୁ କର୍ମଚାରୀଙ୍କ ନାଁରେ ୠଣ କରାଯାଇଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ପୂର୍ବତନ କର୍ମଚାରୀ। ମାଲିକ ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ଇଷ୍ଟର୍ଣ୍ଣ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାର ମାନବ ସମ୍ବଳ ବିଭାଗ ଏବଂ ବିତ୍ତ ବିଭାଗ ଜରିଆରେ ଏପରି କରୁଥିଲେ। ବ୍ୟାଙ୍କରେ ନିଜ ସଂସ୍ଥାର ବିଭିନ୍ନ କର୍ମଚାରୀ ଏବଂ ସାମ୍ବାଦିକଙ୍କ ଫେକ୍ ସାଲାରି ସାର୍ଟିଫିକେଟ୍ ଜରିଆରେ ଲକ୍ଷ ଲକ୍ଷ ଲୋନ୍‌ ଉଠାଉଥିଲେ। ବହୁ କର୍ମଚାରୀଙ୍କୁ ଶୋଷଣ ବର୍ଷ ବର୍ଷ ଧରି ଚାଲି ଆସୁଥିଲେ ମଧ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଏନେଇ କେହି ମୁହଁ ଖୋଲୁନଥିଲେ । କର୍ମଚାରୀମାନେ ଋଣ କରିବାକୁ ମନାକଲେ ସେମାନଙ୍କୁ ଚାକିରିରୁ ବହିଷ୍କାର କରିବା ଲାଗି ମଧ୍ୟ ଧମକ ଦିଆଯାଇଥାଏ ବୋଲି ସଂପୃକ୍ତ ଅଭିଯୋଗକାରୀ ଅର୍ଥନୈତିକ ଅପରାଧ ଶାଖାରେ ଜଣାଇଛନ୍ତି ।
ଏପରିକି  ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ସଂସ୍ଥାର ପାଖାପାଖି ୩ଶହରୁ ଅଧିକ କର୍ମଚାରୀଙ୍କ ନାଁରେ ୫୦ କୋଟି ଟଙ୍କାରୁ ଅଧିକ ଋଣ କରି ହଡ଼ପ କରିଥିବା ଅଭିଯୋଗ ହୋଇଛି । ଏହି ଘୋଟାଲା ସୌମ୍ୟରଞ୍ଜନ ପଟ୍ଟନାୟକ ଓ ବ୍ୟାଙ୍କର ମ୍ୟାନେଜରମାନଙ୍କ ମଧ୍ୟରେ ଅପରାଧିକ ମଧୁଚନ୍ଦ୍ରିକା ଯୋଗୁ ସମ୍ଭବ ହୋଇଛି ବୋଲି କୁହାଯାଉଛି । ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଭୁବନେଶ୍ବରସ୍ଥିତ ଜୟଦେବ ବିହାର ଶାଖା, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର କଟକ ମଙ୍ଗଳାବାଗ ଶାଖା, କଟକ ଅରୁଣୋଦୟ ମାର୍କେଟ୍ ଶାଖା, ବ୍ରହ୍ମପୁର ଭାପୁର ଶାଖା, ସମ୍ବଲପୁର ଇଭିନିଂ ଶାଖା, ବାଲେଶ୍ବର ଇଣ୍ଡଷ୍ଟ୍ରିଆଲ ବ୍ରାଞ୍ଚ, ଜୟପୁର ଇଭିନିଂ ବ୍ରାଞ୍ଚ, ଅନୁଗୁଳ, ରାଉରକେଲା ଶିଳ୍ପାଞ୍ଚଳ ଆଦି ବ୍ରାଞ୍ଚରେ ଏହି ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି ।
ଏପରିକି କଟକ ଅରୁଣୋଦୟ ମାର୍କେଟ୍ ଶାଖାର ଜଣେ ବ୍ୟାଙ୍କ ମ୍ୟାନେଜର ଏହି ଘୋଟାଲା ଲାଗି ଏକ ମାରୁତି ଏଇଟ୍ ହଣ୍ଡ୍ରେଡ କାର ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଠାରୁ ନେଇଥିବା ଅଭିଯୋଗ ହୋଇଛି । କର୍ମଚାରୀଙ୍କୁ ଲୋନ୍ ଦେବା ପାଇଁ ଇଷ୍ଟର୍ଣ୍ଣ ମିଡିଆ ମାନବ ସମ୍ବଳ ବିଭାଗର ଅଧିକାରୀ ବୈଜୟନ୍ତି କର ବାଧ୍ୟ କରିବା ସହ ଚାକିରି ନେଇଯିବାର ଧମକ ଦେଇଥିବା ଭଳି ସାଂଘାତିକ ଅଭିଯୋଗ ହୋଇଛି । ଏଥିରେ ମାନବ ସମ୍ବଳ ବିଭାଗ ଓ ବିତ୍ତ ବିଭାଗର କିଛି କର୍ମଚାରୀ ସଂପୃକ୍ତ ଥିବା ଅଭିଯୋଗ ପତ୍ରରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଏହି ଅଭିଯୋଗକୁ ଋଙଡ ତଦନ୍ତ ପାଇଁ ଗ୍ରହଣ କରିଥିବା ଜଣାପଡିଛି । ଅର୍ଥନୈତିକ ଅପରାଧ ଶାଖା ତଦନ୍ତରୁ ତାଙ୍କୁ ନ୍ୟାୟ ମିଳିବ ବୋଲି ଅଭିଯୋଗକାରୀ ଆଶା ରଖିଛନ୍ତି ।
ଯେଉଁ ପୂର୍ବତନ କର୍ମଚାରୀ ଅଭିଯୋଗ କରିଛନ୍ତି ତାଙ୍କ କହିବା ଅନୁସାରେ ସେ ୨୦୧୫ ମସିହାରେ ସମ୍ବାଦରେ ଜିଲ୍ଲା ପ୍ରତିନିଧି ଭାବେ ଯୋଗ ଦେଇଥିଲେ । ସେତେବେଳେ ତାଙ୍କ ଦରମା ଥିଲା ୧୨ ହଜାର ୬୦୦ଟଙ୍କା । ସମ୍ବାଦରେ ଯୋଗ ଦେବାର ଅଳ୍ପ ଦିନ ଭିତରେ ମାନବ ସମ୍ବଳ ବିଭାଗର ଅଧିକାରୀ ବୈଜୟନ୍ତି କର ତାଙ୍କୁ ଫୋନରେ ଏକ ଲୋନ କରିବା ଲାଗି କହିଲେ । ଏହି ଜିଲ୍ଲା ପ୍ରତିନିଧି ତାଙ୍କର ଲୋନ କରିବା କିଛି ଆବଶ୍ୟକ ନାହିଁ ବୋଲି କହିଥିଲେ । ଫଳରେ ବୈଜୟନ୍ତୀ ତାଙ୍କୁ ଧମକ ଦେଇ କହିଥିଲେ ଯେ, ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରହିଛି । ସେଥିପାଇଁ ସେ ଲୋନ କରିବାକୁ ବାଧ୍ୟ । ଲୋନ ନକଲେ ଚାକିରିରୁ ବିଦା ହେବ । ଏମିତି ଧମକ ପାଇବାପରେ ଅଭିଯୋଗକାରୀ ସମ୍ବାଦରେ ଥିବା ତାଙ୍କ ସହକର୍ମୀଙ୍କ ସହ କଥା ହୋଇ ଜାଣିଥିଲେ ଯେ, ଅଧିକାଂଶଙ୍କୁ ଏଭଳି ଧମକ ଦିଆଯାଇଛି ଓ ସେମାନେ ସବୁ ଭୟରେ ବ୍ୟାଙ୍କରୁ ଋଣ ମଧ୍ୟ କରିଛନ୍ତି ।
ଏହା ପରେ ପରେ ବୈଜୟନ୍ତୀ କର ତାଙ୍କୁ ଭୁବନେଶ୍ବର ରସୁଲଗଡରେ ଥିବା ସମ୍ବାଦ ମୁଖ୍ୟ କାର୍ଯ୍ୟାଳୟକୁ ଡାକିଥିଲେ । ସମ୍ବାଦରେ ଜଣେ କର୍ମଚାରୀ ତାଙ୍କୁ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଜୟଦେବ ବିହାର ଶାଖାକୁ ନେଇଯାଇଥିଲେ । ସେଠାରେ ତାଙ୍କ ଅନିଚ୍ଛା ସତ୍ତେ ବିଭିନ୍ନ କାଗଜପତ୍ରରେ ଦସ୍ତଖତ କରିବାକୁ କହିଥିଲେ । ଏପରିକି ଦସ୍ତଖତ ଥିବା ଏସବିଆଇର ୬ଟି ବ୍ଲାଙ୍କ ଚେକ ମଧ୍ୟ ତାଙ୍କଠୁ ସଂପୃକ୍ତ ସମ୍ବାଦ କର୍ମଚାରୀ ନେଇଯାଇଥିଲେ । ଏହାପରେ ଲୋନ ପାସ ହୋଇଥିଲା ଆଉ ତାଙ୍କୁ ଗୋଟେ ଚେକ ବହି ମଧ୍ୟ ମିଳିଥିଲେ । ତେବେ ନୂଆ ମିଳିଥିବା ଚେକ ଗୁଡିକରେ ତାଙ୍କ ଦସ୍ତଖତ କରାଇ ସାଙ୍ଗରେ ଯାଇଥିବା ସଂପୃକ୍ତ ସମ୍ବାଦ କର୍ମଚାରୀ ନେଇଯାଇଥିଲେ ।
ତେବେ ତାଙ୍କ ନାଁରେ କେତେ ଟଙ୍କା ଋଣ ହୋଇଛି ଓ ଋଣ ଟଙ୍କା କଣ ହେବ ସେ ସମ୍ପର୍କରେ ଅଭିଯୋଗକାରୀଙ୍କୁ ଅନ୍ଧାରରେ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ନିଜ ଉଦ୍ୟମରେ ବ୍ୟାଙ୍କ କର୍ମଚାରୀଙ୍କଠୁ ସେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ନାଁ ରେ ୫ଲକ୍ଷ ଟଙ୍କାର ଋଣ ହୋଇଛି । ଏହାପରେ ତାଙ୍କୁ ପୁଣି ସମ୍ବାଦ ଅଫିସକୁ ଡକାଇ ଆକାଉଣ୍ଟସ ବିଭାଗର ମୁଖ୍ୟ ୪୦ ହଜାର ଟଙ୍କା ଦେଇଥିଲେ । ଏ ଟଙ୍କା କାହିଁକି ଦିଆଯାଉଛି ବୋଲି ସେ ଜାଣିବାକୁ ଚାହିଁଥିଲେ । ଆକାଉଣ୍ଟସ ବିଭାଗ କହିଥିଲା ଯେ, ଏ ଟଙ୍କାରେ ସେ ଗୋଟେ ମଟର ସାଇକେଲ କିଣନ୍ତୁ ବୋଲି ସୋମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି । ତେବେ ପୂର୍ବରୁ ତାଙ୍କର ମୋଟର ସାଇକେଲ ଅଛି ଓ ସେ ଏ ଟଙ୍କା ଚାହାନ୍ତି ନାହିଁ ବୋଲି କହିଥିଲେ ମଧ୍ୟ ଆକାଉଣ୍ଟ ବିଭାଗ ଏସବୁ କିଛି ଶୁଣି ନଥିଲେ । କିନ୍ତୁ ତା ପରବର୍ତ୍ତୀ ସମୟରେ ତାଙ୍କ ମାସିକ ଦରମାରୁ ଋଣ କିସ୍ତି କଟିବା ଆରମ୍ଭ କରିଥିଲା । ଏ ସମ୍ପର୍କରେ ସେ ଜାଣିବାକୁ ଚାହିଁଥିଲେ ମଧ୍ୟ କେହି ସନ୍ତୋଷଜନକ ଉତ୍ତର ଦେଇନଥିଲେ ବରଂ ବାରମ୍ବାର ଚାକିରି ହରେଇବାର ଭୟ ଦେଖାଉଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।
ଏମିତି ଚାଲିଥିବା ବେଳେ ପୁଣି ତାଙ୍କୁ ଆଉ ଏକ ଲୋନ କରିବା ଲାଗି କୁହାଯାଇଥିଲା । ଏଥର ତାଙ୍କୁ ନିଜେ ବୈଜୟନ୍ତୀ କର ସାଙ୍ଗରେ ନେଇ ଭାରତୀୟ ଷ୍ଟେଟ ବ୍ୟାଙ୍କର କଟକ ମଙ୍ଗଳାବାଗ ଶାଖାକୁ ଯାଇଥିଲେ । ସେଠାରେ ମଧ୍ୟ ସମାନ ଢଙ୍ଗରେ ଆଉ ଏକ ଋଣ କରାଯାଇଥିଲା । କିନ୍ତୁ ସେ ଜାଣି ପାରିନଥିଲେ ଯେ, ତାଙ୍କ ନାଁରେ କେତେ ଟଙ୍କାର ଋଣ କରି ହଡପ କରାଯାଇଛି । ତେବେ ପରବର୍ତ୍ତୀ ସମୟରେ ବ୍ୟାଙ୍କ କର୍ମଚାରୀଙ୍କ ସୂତ୍ରରୁ ସେ ଜାଣିବାକୁ ପାଇଥିଲେ ଯେ, ଜାଲିଆତି କରି ଲୋନ ଗ୍ରହିତାଙ୍କ ନାଁ ବଦଳାଯାଇ ଇଷ୍ଟର୍ଣ୍ଣ ମିଡିଆ ବୋଲି କରି ଦିଆଯାଇଛି।
ଦଳୀୟ ଅନୁଶାସନ ଭାଙ୍ଗୁଛନ୍ତି ସୌମ୍ୟ, ଦଳରୁ ଇସ୍ତଫା ଦେଇ ସମ୍ପାଦକୀୟ ଲେଖନ୍ତୁ: ପ୍ରତାପ ଦେବ
ଭୁବନେଶ୍ବର: ବିଜେଡିକୁ ବ୍ଲାକମେଲ କରୁଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ ଦେବ । ଗଣତାନ୍ତ୍ରିକ ପଦ୍ଧତିରେ ସମସ୍ତେ ନିଜ ନିଜର ମତ ରଖିପାରିବେ । ଏକ ନିର୍ଦ୍ଦିଷ୍ଟ ଦଳର ବିଧାୟକ ହୋଇ ମଧ୍ୟ ବାରମ୍ବାର ଦଳ ଏବଂ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ଯାହାକୁ ବ୍ଲାକମେଲ ବୋଲି କୁହାଯାଏ । ସେ ଉଦ୍ଦେଶ୍ୟମୂଳକଭାବେ ଦଳ ବିରୋଧରେ ଲେଖୁଛନ୍ତି । ଯଦି କିଛି କହିବାର ଅଛି ତାହେଲେ ଦଳୀୟ ପ୍ଲାଟଫର୍ମରେ କୁହନ୍ତୁ । ଯଦି ଦଳ କଥା ମାନୁନାହାନ୍ତି ତାହାଲେ ଦଳରୁ ଇସ୍ତଫା ଦେଇଦିଅନ୍ତୁ ଏବଂ ସମ୍ପାଦକୀୟ ଲେଖନ୍ତୁ ବୋଲି ସିଧାସଳଖ ଟାର୍ଗେଟ କରିଛନ୍ତି ମନ୍ତ୍ରୀ ପ୍ରତାପ ଦେବ ।