GST Council Meeting - The Sakala

ନିରାଶ କଲା ଜିଏସ୍‌ଟି ପରିଷଦ: ଶସ୍ତା ହେବନି ସ୍ବାସ୍ଥ୍ୟ ଓ ଟର୍ମ ବୀମା, ଜିଏସ୍‌ଟିରେ ପେଟ୍ରୋଲ-ଡିଜେଲ ସାମିଲକୁ ରାଜ୍ୟଙ୍କ ବିରୋଧ
ଜୈସାଲମେର: ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି) କାଉନସିଲ୍‌ର ୫୫ ତମ ବୈଠକ ରାଜସ୍ଥାନ ଜୈସାଲମେରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହା ଉପରେ ସାରା ଦେଶର ନଜର ରହିଥିଲା। ଲୋକେ ଅନେକ ଆଶା ରଖିଥିଲେ। ମାତ୍ର ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସବୁଠୁ ଅଧିକ ନିରାଶ କରିଛି। ସରକାର ସ୍ବାସ୍ଥ୍ୟ ବୀମା, ଜୀବନ ବୀମା ଏବଂ ଟର୍ମ ଇନ୍‌ସ୍ୟୁରାନ୍ସ ଉପରେ ଜିଏସ୍‌ଟି ହାର ହ୍ରାସ କରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଏଭଳି କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ମନ୍ତ୍ରୀଗୋଷ୍ଠୀ (ଜିଓଏମ)ଙ୍କ ମଧ୍ୟରେ ଏହାକୁ ନେଇ ସହମତି ପ୍ରକାଶ ପାଇ ନାହିଁ। ଏହା ଉପରୁ ଟିକସ ହ୍ରାସ କରାଯିବ ନାହିଁ ବୋଲି ଅର୍ଥମନ୍ତ୍ରୀ ସୀତାରମଣ ସ୍ପଷ୍ଟ କରିଦେଇଛନ୍ତି। ରାଜ୍ୟଗୁଡିକର ବିରୋଧ ଯୋଗୁଁ ପରବର୍ତ୍ତୀ ବୈଠକ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖାଯାଇଛି। ନିୟାମକ କର୍ତ୍ତୃପକ୍ଷଙ୍କ ରିପୋର୍ଟ ପରେ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ନିର୍ମଳା କହିଛନ୍ତି। ସେହିପରି ‘ଫୁଡ୍‌ ଡେଲିଭରି ଆପ୍‌’ ଉପରେ କେତେ ଜିଏସ୍‌ଟି ଲାଗିବ ତାହାକୁ ନେଇ ନିଷ୍ପତ୍ତି ହୋଇପାରି ନାହିଁ। ଏହା ବ୍ୟତୀତ ପେଟ୍ରୋଲ-ଡିଜେଲ ଏବଂ ବିମାନ ଇନ୍ଧନକୁ ଜିଏସ୍‌ଟି ପରିସରରେ ସାମିଲ କରିବାକୁ ସବୁ ରାଜ୍ୟ ବିରୋଧ କରିଛନ୍ତି। ଏହାକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି।

ଏହି ବୈଠକରେ ପପ୍‌କର୍ଣ୍ଣ ଉପରେ ଜିଏସ୍‌ଟିକୁ ୫ରୁ ୧୮ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସାଧାରଣ ଲୁଣ ଏବଂ ମସଲାରେ ପ୍ରସ୍ତୁତ ହୋଇ ବିନା ପ୍ୟାକେଟରେ ବିକ୍ରି ପପ୍‌କର୍ଣ୍ଣ ଉପରେ ୫ ପ୍ରତିଶତ ଜିଏସ୍‌ଟି ଲାଗିବ। ସେହିପରି ପ୍ୟାକେଜ ଏବଂ ବ୍ୟାଚ୍‌ ଥିବା ପପକର୍ଣ୍ଣରେ ୧୨% ଏବଂ ଚିନି ଭଳି ଶର୍କରା ଯୁକ୍ତ ପପକର୍ଣ୍ଣରେ ୧୮% ଜିଏସ୍‌ଟି ଲାଗିବ। ସେହିପରି ଇଭି ସମେତ ପୁରୁଣା କାର୍‌ ବିକ୍ରି ଉପରେ ଜିଏସ୍‌ଟିକୁ ୧୮ ପ୍ରତିଶତ ରଖାଯାଇଛି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ନୂଆ ଇଭି କିଣିଲେ ୫% ଜିଏସ୍‌ଟି ଦେବାକୁ ପଡ଼ିଥାଏ। ଯଦି କୌଣସି ବ୍ୟକ୍ତି ପୁରୁଣା ଇଭି କିଣିବେ କିମ୍ବା ବିକ୍ରି କରିବେ ତେବେ ଜିଏସଟି ଦେବାକୁ ପଡ଼ିବନି। ମାତ୍ର ଯଦି କୌଣସି କମ୍ପାନୀ ଏହାକୁ କିଣି ବିକ୍ରି କରିବ ତେବେ ୧୮ ପ୍ରତିଶତ ଜିଏସ୍‌ଟି ଦେବାକୁ ହେବ। ଏଭଳି ସ୍ଥିତିରେ ପେଟ୍ରୋଲ-ଡିଜେଲ ଗାଡ଼ି ଭଳି ଜିଏସ୍‌ଟି ଲାଗିବ। ଏହି ବୈଠକରେ ୫୦ ପ୍ରତିଶତରୁ ଅଧିକ ଫ୍ଲାଇଆସ୍‌ ଥିବା ଇଟା (ବ୍ଲକ୍ସ)ରେ ୫ ପ୍ରତିଶତ ଟିକସ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି।

୫୫ତମ ବୈଠକରେ ଉସୁନା ଚାଉଳ ଉପରେ ଟିକସକୁ ୧୮ ପ୍ରତିଶତରୁ ହ୍ରାସ କରି ୫ ପ୍ରତିଶତ କରିଦିଆଯାଇଛି। ଏହାର ଚାଷକୁ ମଧ୍ୟ ଜିଏସ୍‌ଟିରୁ ବାଦ୍‌ ଦିଆଯାଇଛି। ଜିନ୍‌ ଥେରାପି ପାଇଁ ଜିଏସ୍‌ଟି ଦେବାକୁ ପଡ଼ିବନି। ଚାଷୀଙ୍କୁ ଆଶ୍ବସ୍ତି ଦେଇ ଗୋଲମରିଚ ଏବଂ କିସ୍‌ମିସ୍‌ ବିକ୍ରି ଉପରେ ଜିଏସ୍‌ଟିକୁ ଛାଡ଼ କରାଯାଇଛି। ସେହିପରି ୨୦୦୦ ଟଙ୍କାରୁ କମ୍‌ ପେମେଣ୍ଟ କରୁଥିବା ପେମେଣ୍ଟ ଏଗ୍ରିଗ୍ରେଟର୍ସଙ୍କୁ ଜିଏସ୍‌ଟି ମୁକ୍ତ ରଖାଯାଇଛି। ଋଣ ସର୍ତ୍ତ ପାଳନ ନ କଲେ ବ୍ୟାଙ୍କ ଏବଂ ଏନବିଏଫ୍‌ସିଙ୍କ ପକ୍ଷରୁ ଆଦାୟ କରାଯାଉଥିବା ଜୋରିମାନା ଉପରେ ମଧ୍ୟ କୌଣସି ଜିଏସ୍‌ଟି ଲାଗିବ ନାହିଁ। ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର (ଏଲଆର-ଏସଏଏମ) ଏବଂ ଏହାର ସିଷ୍ଟମ ଉପରେ ଜିଏସ୍‌ଟି ରିଆତିକୁ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ କ୍ଷୁଦ୍ର କମ୍ପାନୀଙ୍କୁ ଆଶ୍ବସ୍ତି ଦେବାକୁ ଏବଂ ପଞ୍ଜିକରଣକୁ ସରଳ କରିବା ପାଇଁ ସରକାର ନୂଆ ନିୟମ ଆଣୁଛନ୍ତି। ଜିଏସ୍‌ଟି ପରିଷଦର ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଅର୍ଥମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ। ତାଙ୍କ ସହଯୋଗୀ ତଥା ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ସମେତ ପ୍ରମୁଖ ନେତା ଏବଂ ଅଧିକାରୀ ସାମିଲ ହୋଇଥିଲେ। ଏହି ଅବସରରେ ଓଡ଼ିଶା, ଗୋଆ, ଜମ୍ମୁ-କଶ୍ମୀର, ହରିୟାଣା, ମେଘାଳୟ ମୁଖ୍ୟମନ୍ତ୍ରୀ, ଅରୁଣାଚଳ ପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ତେଲଙ୍ଗାନା ଉପ-ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ରାଜ୍ୟ ଅର୍ଥମନ୍ତ୍ରୀ ସାମିଲ ହୋଇଥିଲେ।

ଆଜି ଜିଏସ୍‌ଟି ପରିଷଦ ବୈଠକ, ମହଙ୍ଗା ହେବ ଗୁଟ୍‌ଖା-ପାନ ମସଲା
ନୂଆଦିଲ୍ଲୀ : ଶନିବାର ବସିବାକୁ ଯାଉଛି ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ପରିଷଦର ୪୮ତମ ବୈଠକ। ଚଳିତଥର ଭର୍ଚୁଆଲ୍‌ ମୋଡ୍‌ରେ ବସିବାକୁ ଥିବା ଏହି ବୈଠକରେ ଅନେକ ଉତ୍ପାଦ ଉପରେ ଜିଏସ୍‌ଟି ଧାର୍ଯ୍ୟ ନେଇ ନିଷ୍ପତ୍ତି ନିଆଯିବ। ବୈଠକରେ ବିଶେଷ କରି ଗୁଟଖା ଏବଂ ପାନ ମସଲା ଉପରେ ୩୮ ପ୍ରତିଶତ ଟିକସ ଲାଗୁ କରିବାର ପ୍ରସ୍ତାବ ସମେତ ଅନ୍‌ଲାଇନ୍ ଗେମିଂ, କ୍ୟାସିନୋ ଏବଂ ଘୋଡା ଦୌଡ଼ ଉପରେ ୨୮% ପ୍ରତିଶତ ଜିଏସ୍‌ଟି ଲାଗୁ କରିବା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇପାରେ।

ଓଡ଼ିଶା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି  ଗୁଟଖା ଏବଂ ପାନ ମସଲା ଉପରେ ୩୮ ପ୍ରତିଶତ ଟିକସ ଲାଗୁ କରିବା ସମ୍ପର୍କିତ ଏକ ପ୍ରସ୍ତାବ ଉପରେ ବିଚାର କରିପାରେ। ଯଦି ଏହା ହୁଏ ତେିବେ ଆଗାମୀ ଦିନରେ ଗୁଟ୍‌ଖା ଏବଂ ପାନ ମସଲା ମହଙ୍ଗା ହେବ। ବୈଠକ ମନ୍ତ୍ରୀଗୋଷ୍ଠୀ ଜିଏସ୍‌ଟି ହାର ଲାଗୁ ପ୍ରସଙ୍ଗରେ ତା’ର ରିପୋର୍ଟ ଦାଖଲ କରିସାରିଛି। ମନ୍ତ୍ରୀ ଗୋଷ୍ଠୀ ଗୁଟଖା ଏବଂ ପାନ ମସଲା  ଉପରେ ସ୍ବତନ୍ତ୍ର ଭାବେ ୩୮% ଟିକସ ଲାଗୁ କରିବା ସମ୍ପର୍କିତ ପ୍ରସ୍ତାବ ଉପସ୍ଥାପନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଯଦି ଏହାକୁ ପରିଷଦ ଅନୁମୋଦନ ଦିଏ ତେବେ ଗୁଟଖା ଏବଂ ପାନ୍ ମସାଲା ମହଙ୍ଗା ହେବ ଏବଂ ସରକାର ଏହାର ବିକ୍ରୟରୁ ଅଧିକ ରାଜସ୍ୱ ପାଇବେ।

ଗୁଟଖା ଏବଂ ପାନ୍ ମସାଲା ଉପରେ ଲାଗୁ କରାଯିବାକୁ ଥିବା ଏହି ଟିକସ ଉପରୋକ୍ତ ଉତ୍ପାଦଗୁଡ଼ିକର ଖୁଚୁରା ମୂଲ୍ୟ ସହିତ ସଂଯୁକ୍ତ ହେବ। ବର୍ତ୍ତମାନ, ଏଗୁଡିକ ଉପରେ ୨୮ ପ୍ରତିଶତ ଜିଏସ୍‌ଟି ଆଦାୟ କରାଯାଉଛି ଏବଂ ସେମାନଙ୍କ ମୂଲ୍ୟ ଅନୁଯାୟୀ କ୍ଷତିପୂରଣ ଶୁଳ୍କ ଆଦାୟ କରାଯାୁଛି। ଜିଏସ୍‌ଟି ପରିଷଦରେ ଓଡ଼ିଶା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ମନ୍ତ୍ରୀଗୋଷ୍ଠୀ ଏହି ଟିକସ ଛାଡ ସାମଗ୍ରୀ ଉପରେ କ୍ଷମତା ଭିତ୍ତିକ ଟିକସ ଲାଗୁ କରିବାକୁ ବିଚାର କରିବା ନେଇ କହିସାରିଛି। ଏହି ମନ୍ତ୍ରୀଗୋଷ୍ଠୀ ଗୁଟଖା ଏବଂ ପାନ ମସଲା ଉପରେ ୩୮ ପ୍ରତିଶତ ଟିକସ ଲାଗୁ କରିବାକୁ କହିଛି।

ଏକ ରିପୋର୍ଟ ଅନୁଯାୟୀ, ଯଦି ଏହି ପ୍ରସ୍ତାବ  ଅନୁମୋଦନ ଲାଭ କରେ  ତେବେ ଏହା ଗୁଟଖା ଓ ପାନ୍ ମସାଲା ସାମଗ୍ରୀ ଉପରେ ଟିକସ ଛାଡ ବନ୍ଦ କରିବାରେ ସାହାଯ୍ୟ କରିବ, ଯାହା ସରକାରଙ୍କ ରାଜସ୍ୱ ବଢ଼ାଇବ। ଏଥିସହିତ ଜିଏସଟି ପରିଷଦ ଅନଲାଇନ୍ ଗେମିଂ ଉପରେ ଦିଆଯିବାକୁ ଥିବା ଟିକସକୁ ୨୮ ପ୍ରତିଶତକୁ ବୃଦ୍ଧି କରିବାକୁ ଚିନ୍ତା କରୁଛି। ତେବେ ଗେମିଂ ଶିଳ୍ପ ସରକାରଙ୍କୁ ଅନଲାଇନ୍ ଖେଳ ଉପରେ ଟିକସକୁ ୧୮ ପ୍ରତିଶତରେ ରଖିବାକୁ ଅନୁରୋଧ କରିଛି । ତେବେ ବିଭିନ୍ନ ରିପୋର୍ଟ ଅନୁଯାୟୀ, ଜିଏସଟି ପରିଷଦ ଏଥିରେ ଟିକସ ହାର ବୃଦ୍ଧି କରିବାକୁ ଆଗ୍ରହୀ ଥÒବା ଜଣାପଡିଛି।