Imran Khan - The Sakala

ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଓ ପତ୍ନୀ ବୁଶରା ବିବିଙ୍କୁ ୧୭ ବର୍ଷ ଜେଲ୍ ଦଣ୍ଡାଦେଶ, ୧ କୋଟି ଜରିମାନା
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ବଡ଼ ଝଟକା । ତୋଷାଖାନା-୨ ଦୁର୍ନୀତି ମାମଲାରେ ଶନିବାର ଏକ ପାକିସ୍ତାନୀ କୋର୍ଟ ଉଭୟଙ୍କୁ ୧୭ ବର୍ଷ ଲେଖାଏଁ ଜେଲ ଦଣ୍ଡ ଶୁଣାଇଛନ୍ତି। ରାୱଲପିଣ୍ଡିର ଆଦିଆଲା ଜେଲରେ ଥିବା ସ୍ୱତନ୍ତ୍ର କୋର୍ଟର ବିଚାରପତି ଶାହରୁଖ ଅର୍ଜୁମାନନ୍ଦ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଘୋଷଣା କରିଛନ୍ତି।

ଏହି ମାମଲାଟି ୨୦୨୧ ମସିହାରେ ସାଉଦି ଆରବ ସରକାରଙ୍କଠାରୁ ମିଳିଥିବା ଉପହାରରେ ହୋଇଥିବା ଅନିୟମିତତା ସହ ଜଡିତ। ରିପୋର୍ଟ ଅନୁଯାୟୀ, ୨୦୨୧ ମେ ମାସରେ ଏକ ସରକାରୀ ଗସ୍ତ ସମୟରେ ସାଉଦି ଯୁବରାଜ ଇମ୍ରାନଙ୍କୁ ଏକ ଦାମୀ ବୁଲଗାରୀ ଅଳଙ୍କାର ସେଟ୍ (Bulgari jewellery set) ଉପହାର ଦେଇଥିଲେ। ଏହି ସେଟର ମୂଲ୍ୟ ପ୍ରାୟ ୮୦ ନିୟୁତ ପାକିସ୍ତାନୀ ମୁଦ୍ରା (PKR) ଥିବାବେଳେ ଇମ୍ରାନ ମାତ୍ର ୨.୯ ନିୟୁତ ଟଙ୍କା ଦେଇ ଏହାକୁ ନିଜ ପାଖରେ ରଖିଥିବା ଅଭିଯୋଗ ହୋଇଥିଲା।

ପାକିସ୍ତାନ ପିଙ୍ଗଳ କୋଡର ଧାରା ୪୦୯ (ଅପରାଧିକ ବିଶ୍ୱାସଘାତକତା) ଅନୁଯାୟୀ ଉଭୟଙ୍କୁ ୧୦ ବର୍ଷର ସଶ୍ରମ କାରାଦଣ୍ଡ ଏବଂ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଧାରା ଅନୁଯାୟୀ ୭ ବର୍ଷ ଜେଲ ଦଣ୍ଡ ଦିଆଯାଇଛି। ଏହା ସହିତ କୋର୍ଟ ଉଭୟଙ୍କ ଉପରେ ୧ କୋଟି ଟଙ୍କା (୧୦ ନିୟୁତ) ଲେଖାଏଁ ଜୋରିମାନା ମଧ୍ୟ ଲଗାଇଛନ୍ତି। କୋର୍ଟ କହିଛନ୍ତି ଯେ ଇମ୍ରାନଙ୍କ ବୟସ ଏବଂ ବୁଶରା ଜଣେ ମହିଳା ହୋଇଥିବାରୁ ଦଣ୍ଡ ବିଧାନରେ କୋହଳ ମନୋଭାବ ଗ୍ରହଣ କରାଯାଇଛି।

ଇମ୍ରାନଙ୍କ ଦଳ ତେହେରିକ-ଇ-ଇନସାଫ (PTI) ଏହି ରାୟକୁ ତୀବ୍ର ବିରୋଧ କରିଛି। ଦଳ ଅଭିଯୋଗ କରିଛି ଯେ ଇମ୍ରାନଙ୍କ ପରିବାରକୁ ଜେଲ ଭିତରକୁ ଯିବାକୁ ଦିଆଯାଇ ନଥିଲା ଏବଂ ଏହା ଏକ "କଙ୍ଗାରୁ କୋର୍ଟ"ର ନିଷ୍ପତ୍ତି। ଅନ୍ୟପକ୍ଷରେ, ପାକିସ୍ତାନର ସୂଚନା ମନ୍ତ୍ରୀ ଅତାଉଲ୍ଲା ତାରାର ଏହି ରାୟକୁ ସ୍ୱାଗତ କରି କହିଛନ୍ତି ଯେ ଇମ୍ରାନ ଏବଂ ତାଙ୍କ ପତ୍ନୀ ସରକାରୀ ଉପହାରକୁ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର କରି ଜନସାଧାରଣଙ୍କ ବିଶ୍ୱାସ ଭାଙ୍ଗିଛନ୍ତି।

ପାକ୍‌ ସରକାର ନୀରବ, ଇମ୍ରାନଙ୍କ ମୃତ୍ୟୁକୁ ନେଇ ସଂଶୟ
ଇସଲାମାବାଦ୍‌: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପାକିସ୍ତାନର ଆଡିଆଲା ଜେଲ୍‌ରେ ଅଛନ୍ତି। ତାଙ୍କୁ ନିଜର ଭଉଣୀଙ୍କ ସହିତ ସାକ୍ଷାତ କରିବାକୁ ଦିଆଯାଉନାହିଁ। ଗତ ଏକ ବର୍ଷ ହେବ ସୁରକ୍ଷା ଓ ଅନ୍ୟ କାରଣର ବାହାନା ଦେଇ ଇମ୍ରାନଙ୍କୁ ତାଙ୍କ ଭଉଣୀମାନଙ୍କ ସାକ୍ଷାତ କରିବାକୁ ଦିଆଯାଉନାହିଁ। ଇମ୍ରାନଙ୍କ ୩ ଭଉଣୀ ଆଲିମା, ନୋରିନ ଓ ଡ. ଉଜମା ଖାନ୍‌ ତାଙ୍କର ସମର୍ଥକଙ୍କ ସହ ଜେଲ୍‌ ଆଗରେ ଧାରଣାରେ ବସିଛନ୍ତି। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଥିଲେ ମଧ୍ୟ ପୁଲିସ ଲାଇଟ୍‌ ବନ୍ଦ କରି ଲାଠିଚାର୍ଜ କରିଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି। ପୁଲିସ ଚୁଟି ଟାଣି ମୋତେ ଘୋଷାରି ନେଇଥିଲା ବୋଲି ୭୧ ବର୍ଷୀୟା ନୋରିନ କହିଛନ୍ତି। ଅନ୍ୟ ମହିଳାଙ୍କ ସହ ମଧ୍ୟ ପୁଲିସ ମାଡପିଟ୍‌ କରିଛି ବୋଲି ସେ ଅଭିଯୋଗ କରିଛନ୍ତି। ଇତିମଧ୍ୟରେ  ଇମ୍ରାନଙ୍କ ମୃତ୍ୟୁ ନେଇ ସାମାଜିକ ଗଣମାଧ୍ୟମଗୁଡିକରେ ଗୁଜବ ପ୍ରସାରିତ ହୋଇଛି। ତାଙ୍କୁ କୌଣସି ଦ୍ୱିତୀୟ ସ୍ଥାନକୁ ନିଆଯାଇଛି ବୋଲି ବିଭିନ୍ନ ପୋଷ୍ଟରେ ଉଲ୍ଲେଖ କରାଯାଇଛି।

ତେବେ ସାମାଜିକ ଗଣମାଧ୍ୟମଗୁଡିକରେ ପ୍ରସାରିତ ଏହି ଖବର ନେଇ ଆନୁଷ୍ଠାନିକ ଭାବେ କିଛି କୁହାଯାଇନାହିଁ। ଉଲ୍ଲେଖଥାଉ କି, ୨୦୨୫ ମାର୍ଚ୍ଚରେ ଇସଲାମାବାଦ ହାଇକୋର୍ଟ ଇମ୍ରାନଙ୍କୁ ତାଙ୍କ ପରିବାର ଓ ଓକିଲଙ୍କ ସହ ନିୟମିତ ସାକ୍ଷାତ କରିବାକୁ ଅନୁମତି ଦେଇଛନ୍ତି। କିନ୍ତୁ ଏହା ସତ୍ତେ୍ୱ ଜେଲ ବିଭିନ୍ନ ଆଳ ଦେଖାଇ ପ୍ରଶାସନ କୋର୍ଟଙ୍କ ଏହି ଆଦେଶ ପାଳନ କରୁନାହିଁ। ଗତ ସପ୍ତାହରେ ମଧ୍ୟ ଇମ୍ରାନଙ୍କ ଭଉଣୀମାନଙ୍କ ସହ ରାୱଲପିଣ୍ଡି ପୁଲିସ ଦୁର୍ବ୍ୟବହାର କରିଥିଲା ଓ ସେମାନଙ୍କୁ ସଡ଼କ ଉପରେ ଘୋଷାରି ଗିରଫ ମଧ୍ୟ କରିଥିଲା। ପୂର୍ବରୁ ମଧ୍ୟ ଇମ୍ରାନଙ୍କ ଭଉଣୀମାନଙ୍କ ସହ ଏପରି  ଦୁର୍ବ୍ୟବହାର ହୋଇଥିଲା। ଇମ୍ରାନ ଗତ ୩ ବର୍ଷ ହେବ ଜେଲ୍‌ରେ ଅଛନ୍ତି। ତାଙ୍କ ବିରୋଧରେ ୧୦୦ରୁ ଊର୍ଦ୍ଧ୍ବ ମାମଲା ଚାଲିଛି। ଦୁର୍ନୀତି ମାମଲାରେ ତାଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଓ ତାଙ୍କ ପତ୍ନୀ ବୁଶରାଙ୍କୁ ୭ ବର୍ଷ ଜେଲଦଣ୍ଡ
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଲାଗିଛି ଏକ ବଡ଼ ଝଟକା । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଜେଲଦଣ୍ଡ ଶୁଣାଣି ହୋଇଛି । ଅଲକାଦିର ଟ୍ରଷ୍ଟ ମାମଲାରେ ପାକିସ୍ତାନର ଏକ ଅଦାଲତ ଏହି ଶୁଣାଣି କରିଛନ୍ତି । ଏହି ମାମଲାରେ ଇମ୍ରାନଙ୍କ ପତ୍ନୀ ବୁଶରା ବୀବୀଙ୍କୁ ମଧ୍ୟ ୭ ବର୍ଷର ଜେଲଦଣ୍ଡ ହୋଇଛି । କୋର୍ଟଙ୍କ ଏହି ଶୁଣାଣିରେ ଜେଲରେ ବନ୍ଦ ଥିବା ଇମ୍ରାନଙ୍କୁ ଲାଗିଛି ଶକ୍ତି ଝଟକା । ଅଲ-କାଦୀର ୟୁନିଭରସିଟି ପ୍ରୋଜେକ୍ଟ ସହ ଜଡ଼ିତ ଭ୍ରଷ୍ଟାଚାର ମାମଲାରେ ଦମ୍ପତ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କ୍ଷମତାର ଦୁରୂପଯୋଗ କରିଥିବା ନେଇ ଇମ୍ରାନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ପାକିସ୍ତାନ ନିର୍ବାଚନକୁ ନେଇ ସଂଶୟ ଜାରି: ସରକାର ଗଠନ ପାଇଁ ନୱାଜ-ଇମ୍ରାନଙ୍କ ଦାବି
ଇସଲାମାବାଦ: ପାକିସ୍ତାନ ନ୍ୟାସନାଲ ଆସେମବ୍ଲି ଏବଂ ପ୍ରାଦେଶିକ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ଭୋଟ ଗଣତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏପରି ସମୟରେ ନିର୍ବାଚନ ଫଳାଫଳକୁ ନେଇ ସଂଶୟ ଜାରି ରହିଛି। ଏ ପର୍ଯ୍ୟନ୍ତ କାହାରିକୁ ବହୁମତ ମିଳିନାହିଁ। ଏହା ମଧ୍ୟରେ ନିର୍ବାଚନରେ ଜାଲିଆତି ହେଉଥିବା ଅଭିଯୋଗ ଲାଗିଛି। ନିର୍ବାଚନରେ ଜେଲ୍‌ରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପିଟିଆଇ ସମସ୍ତଙ୍କୁ ଚମକାଇ ଦେଇଛି। ୯୬ ଆସନ ଜିତି ଏହି ଦଳ ଆଗରେ ରହିଛି। ଏହା ପଛକୁ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଦଳ ପିଏମଏଲ-ଏନ ଅଛି। ପିଏମଏଲଏନ ୬୬ ଆସନ ସହ ଦ୍ବିତୀୟ ଏବଂ ବିଲାୱଲ ଭୁଟ୍ଟୋଙ୍କ ପିପିପି ୫୧ ଆସନ ଜିତିଛି ତୃତୀୟ ସ୍ଥାନରେ ଅଛି। ସେହିପରି ଏମକ୍ୟୁଏମପି ୧୪, ପିଏମଏଲ ୩, ଆଇପିପି ୨, ଜେୟୁଆଇ-ପି ୨ ଏବଂ ପିଏନଏପି ଗୋଟିଏ ଆସନରେ ବିଜୟୀ ହୋଇଛି। ତେବେ ଆଶ୍ଚର୍ଯ୍ୟର ବିଷୟ ଏହି କି ଯେ ବହୁମତ ନ ଥାଇ ଇମ୍ରାନ ଏବଂ ନୱାଜ ଉଭୟେ ସରକାର ଗଠନ ପାଇଁ ଦାବି କରିଛନ୍ତି

। ଇମ୍ରାନଙ୍କ ଦଳର ପ୍ରାର୍ଥି ନୱାଜ ସରିଫଙ୍କ ଦଳକୁ ପଛରେ ପକାଇ ଦେଇଛନ୍ତି। ନିର୍ବାଚନଠାରୁ ଦୂରେଇ ରଖିବା ପାଇଁ ଇମ୍ରାନଙ୍କୁ ଜେଲ୍‌ରେ ରଖା ଯାଇଥିଲା। କିନ୍ତୁ ତାଙ୍କ ସମର୍ଥକ ଜିତି ପାକିସ୍ତାନ ସେନାର ଯୋଜନାକୁ ବିଫଳ କରିଦେଇଛନ୍ତି। ଏହା ମଧ୍ୟରେ ସେନାର ଏକ ଭିତିରିଆ ଯୋଜନା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାକୁ ଲାଗିଛି। ସେନା ଇମ୍ରାନଙ୍କୁ ଦୂରେଇ ରଖି ନୱାଜଙ୍କ ନେତୃତ୍ବରେ ମେଣ୍ଟ ସରକାର ଗଠନ କରିବାକୁ ଚାହୁଁଛି। ନିର୍ବାଚନ ଫଳାଫଳକୁ ପିଟିଆଇ ସମର୍ଥକ ସହଜରେ ଗ୍ରହଣ କରିପାରୁନାହାନ୍ତି। ନିର୍ବାଚନ ଜାଲିଆତି ଅଭିଯୋଗରେ ଦେଶର ୧୯ ସହରର ରିଟର୍ଣ୍ଣିଂ ଅଫିସ ବାହାରେ ପିଟିଆଇ ସମର୍ଥକ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ପୁଲିସ ଭିଡ଼ ନିୟନ୍ତ୍ରଣ କରିବାକୁ ଗୁଳିମାଡ଼ କରିଛି। ଏଥିରେ ୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୧୦ ଜଣ ମଧ୍ୟ ଆହତ ହୋଇଛନ୍ତି। ଖୈବର ପଖତୁନଖ୍ବାର ସେଙ୍ଗଲା ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ ଉଗ୍ର ରୂପ ଧାରଣ କରିଛି। ଏହା ମଧ୍ୟରେ ଉଭୟ ଇମ୍ରାନ ଏବଂ ନୱାଜ ସରିଫଙ୍କ ଦଳ ବିଜୟ ଦାବି କରିଛି। ନୱାଜ ସରିଫ ସରକାର ଗଠନ କରିବେ ବୋଲି ଘୋଷଣା କରିଛନ୍ତି। ଚରମପନ୍ତୀ ଏଲଏଲପି ଦଳ ମଧ୍ୟ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଘୋଷଣା କରିଛି। ସୂଚନାଯୋଗ୍ୟ ଯେ ନ୍ୟାସନାଲ ଆସେମବ୍ଲିର ୩୩୬ରୁ ୨୬୫ ଆସନରେ ମତଦାନ ହୋଇଛି। ଗୋଟିଏ ଆସନର ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଅନ୍ୟ ଆସନ ସଂରକ୍ଷିତ ରହିଛି। ସରକାର ଗଠନ ପାଇଁ ୧୩୪ରେ ବହୁମତ ରହିଛି।

ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବଡ ଝଟକା, ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ। ସିଫର ମାମଲାରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ର ପ୍ରତିଷ୍ଠାତା ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କୋର୍ଟ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନଙ୍କ ବ୍ୟତୀତ ଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶୀଙ୍କୁ ମଧ୍ୟ ଏହି ମାମଲାରେ ସମାନ ବର୍ଷ ଦଣ୍ଡିତ କରାଯାଇଛି । ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ଅନୁଯାୟୀ ଗଠିତ ସ୍ୱତନ୍ତ୍ର କୋର୍ଟ ଉଭୟ ନେତାଙ୍କ ବିରୋଧରେ ଏହି ନିଷ୍ପତ୍ତି ଦେଇଛନ୍ତି । ଇମ୍ରାନ ଏବଂ ଶାହ ମହମୁଦ କୁରେଶୀଙ୍କ ବିରୋଧରେ ସିଫରର ଏହି ମାମଲା ଜାତୀୟ ସୁରକ୍ଷା ସହ ଜଡିତ ଅଛି। ସର୍ବୋଚ୍ଚ ଗୁପ୍ତ ତଥ୍ୟର ବ୍ୟକ୍ତିଗତ ବ୍ୟବହାର ନେଇ ଇମ୍ରାନ ଖାନଙ୍କ ବିରୋଧରେ ରହିଛି ଅଭିଯୋଗ ।

ତୋଷଖାନା ମାମଲାରେ ଇମ୍ରାନ ଖାନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନ୍‌
ଇସଲାମବାଦ୍: ତୋଷଖାନା ଦୁର୍ନୀତି ମାମଲାରେ ଇମ୍ରାନ ଖାନ୍‌ଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କୁ ଇସ୍‌ଲାମାବାଦ ହାଇକୋର୍ଟ ଆଶ୍ୱସ୍ତି ପ୍ରଦାନ କରିବାକୁ ଯାଇ ତାଙ୍କୁ ଜେଲ୍‌ରୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି। ହାଇକୋର୍ଟ ନିମ୍ନ ଅଦାଲତଙ୍କ ନିଷ୍ପତ୍ତି ଉପରେ ରୋକ୍‌ ଲଗାଇ ଦେଇଛନ୍ତି। ସେପଟେ ପିଟିଆଇ ତରଫରୁ ଏହାକୁ ସମ୍ବିଧାନର ବିଜୟ ବୋଲି କୁହାଯାଇଛି।

ତୋଷଖାନା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ
ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଜେଲ୍‌ । ତୋଷଖାନା ମାମଲାରେ ଇମ୍ରାନ ଖାଁଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ ଇସଲାମାବାଦ ଟ୍ରାଏଲ କୋର୍ଟ । ଜେଲ ସହ ୧ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଯାଇଛି । ଏହା ସହ ୫ ବର୍ଷ ଯାଏ କୌଣସି ନିର୍ବାଚନ ଲଢ଼ି ପାରିବେନି ଇମ୍ରାନ ଖାଁ । ରାୟ ପ୍ରକାଶ ପରେ ଇସଲାମାବାଦ ପୁଲିସ ତାଙ୍କ ବିରୋଧରେ ଗିରଫଦାରୀ ୱାରେଣ୍ଟ ଜାରିକରିଛି ।

ସୂଚନାଯୋଗ୍ୟ, ୨୦୨୨ ଅଗଷ୍ଟରେ ଯେତେବେଳେ ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମଏଲ-ଏନ)ଙ୍କ ମିଳିତ ସରକାର ଇମ୍ରାନଙ୍କ ବିରୋଧରେ ମାମଲା ଦାୟର କରିଥିଲା, ସେହି ସମୟରେ ତୋଷଖାନା ବିବାଦ ସାମ୍ନାକୁ ଆସିଥିଲା। ଏଥିରେ ଦାବି କରାଯାଇଥିଲା ଯେ ଇମ୍ରାନ ଖାନ ତୋଷଖାନାକୁ ଦିଆଯାଇଥିବା ଉପହାରଗୁଡ଼ିକ ବିଷୟରେ ତଥ୍ୟ ଖୁଲାସା କରି ନାହାନ୍ତି ଏବଂ କିଛି ଉପହାରର ବେଆଇନ ବିକ୍ରୟରୁ ସେ ଆୟ କରିଛନ୍ତି।

ଦେଶ ଛାଡି ଯାଇପାରିବେନି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମେତ ପିଟିଆଇର ୮୦ଜଣ ସଦସ୍ୟ
ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମେତ ପତ୍ନୀ ବୁଶ୍ରା ଓ ୮୦ ଦଳୀୟ କର୍ମୀଙ୍କୁ ନୋ ଫ୍ଲାଏ ତାଲିକା ଭୁକ୍ତ କରିଛି ପାକିସ୍ତାନ ସରକାର । ଅର୍ଥାତ ଏମାନେ ନିଜ ଦେଶ ଛାଡ଼ି ବାହାରକୁ ଯାଇପାରିବେ ନାହିଁ । ସାମରିକ ପ୍ରତିଷ୍ଠାନ ଉପରେ ତାଙ୍କ ସମର୍ଥକଙ୍କ ଆକ୍ରମଣ ପରେ ଏହି ପ୍ରତିକ୍ରିୟା ସାମ୍ନାକୁ ଆସିଛି । ପାକିସ୍ତାନର ବିଭିନ୍ନ ପ୍ରାନ୍ତରେ ଆର୍ଟିକିଲ୍ ୨୪୫ ଲଗାଇବା ନେଇ ସରକାରଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଇମ୍ରାନ । ଏଥିସହ ଦେଶରେ ଅଘୋଷିତ ମାର୍ସଲ ଲାଗୁ ହୋଇଥିବା ଇମ୍ରାନ କହିଛନ୍ତି ।

ଅନ୍ୟପଟେ ନିଜ ଦଳ ‘ପିଟିଆଇ’କୁ ନେଇ ବଢୁଛି ଇମ୍ରାନଙ୍କ ସଙ୍କଟ । ପାକିସ୍ତାନ ତେହରିକ-ଇ-ଇନସାଫ ଛାଡୁଛନ୍ତି ନେତା । ଫଓ୍ବାଦ ଚୌଧୁରୀ, ଶିରିନ ମଜାରୀ, ଅସଦ ଉମର, ଅମିନ ଅସଲମଙ୍କ ପରି ନେତା ପିଟିଆଇରୁ ଇସ୍ତଫା ଦେଇଛନ୍ତି ।

ଦଳ ଛାଡ଼ିବା ପରେ ରାଜନୀତିରୁ ବ୍ରେକ୍ ନେଇଥିବା କହିଛନ୍ତି ଇମ୍ରାନଙ୍କ ଘନିଷ୍ଟ ଫଓ୍ବାଦ ଚୌଧୁରୀ । ଇମ୍ରାନଙ୍କ ଗିରଫଦାରୀ ପରେ ମେ ୯ ତାରିଖରେ ପାକିସ୍ତାନରେ ହୋଇଥିବା ହିଂସା ପରେ ପିଟିଆଇ ଛାଡୁଛନ୍ତି ବରିଷ୍ଠ ନେତା । ସେନା ଚାପରେ ପୋଲିସ କାର୍ଯ୍ୟାନୁଷ୍ଠାନରୁ ରକ୍ଷା ପାଇବା ପାଇଁ ଦଳରୁ ଇସ୍ତଫା ଦେଉଥିବା କୁହାଯାଉଛି । ପିଟିଆଇରୁ ନେତାଙ୍କର ଜୋରଜବରଦସ୍ତ ତଲାକ ହେଉଥିବା ଇମ୍ରାନ ଖାନ୍ କହିଛନ୍ତି । ଏପରିକି ପିଟିଆଇକୁ ବ୍ୟାନ କରିବା ପାଇଁ ପାକିସ୍ତାନ ସରକାର ଚିନ୍ତା କରୁଥିବା ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ କହିଛନ୍ତି ।

ସୂଚନାଯୋଗ୍ୟ, ମେ ୯ ତାରିଖରେ ପାରାମିଲିଟାରି ରେଞ୍ଜର୍ସଙ୍କ ଦ୍ୱାରା ଇମ୍ରାନ ଖାନ୍‌ ଗିରଫ ହେବା ପରେ ପାକିସ୍ତାନରେ ହିଂସା ସୃଷ୍ଟି ହୋଇଥିଲା। ପୂରା ଦେଶରେ ଜଳାପୋଡ଼ା ହେବା ସହ ଭଙ୍ଗାରୁଜା ହୋଇଥିଲା। ଏଥିରେ ପାକିସ୍ତାନ ଆର୍ମି ଓ ଏହାର ବରିଷ୍ଠ କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ ପିଟିଆଇ ୱାର୍କର। ଏଥିରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା।

ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମୁକ୍ତ କରିବାକୁ ପାକିସ୍ତାନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳିଛି ବଡ ଆଶ୍ବସ୍ତି । ଇମ୍ରାନ ଖାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ । ପୂର୍ବରୁ ଇମ୍ରାନଙ୍କ ଗିରଫଦାରୀ ବେଆଇନ ଓ ଅବୈଧ ବୋଲି କହିଥିଲେ ସୁପ୍ରିମକୋର୍ଟ ।

ଇମ୍ରାନ ଖାନଙ୍କ ଗିରଫକୁ ଅବୈଧ କହିବା ସହ ଘଣ୍ଟାକ ମଧ୍ୟରେ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ ପାକିସ୍ତାନ ସୁପ୍ରିମକୋର୍ଟ । ଏହାକୁ ଏନବିଏ ବିରୋଧ କରିବା ସହ କାଲି ଯାଏ ସମୟ ମାଗିଥିଲା। କିନ୍ତୁ ସର୍ବୋଚ୍ଚ ଅଦାଲତ କିଛି ବି ଶୁଣି ନଥିଲେ। ଏହାପରେ ଇମ୍ରାନଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ କୋର୍ଟରେ ହାଜର କରାଯାଇଥିଲା। ଇମ୍ରାନ କୋର୍ଟରେ ପହଞ୍ଚିବା ପରେ ଖଣ୍ଡପୀଠ କହିଥିଲେ ଯେ ଇମ୍ରାନ ଖାନଙ୍କ ଗିରଫଦାରୀ ବେଆଇନ। ତାଙ୍କ ସହ ଅନ୍ୟାୟ ହୋଇଛି। ତାଙ୍କୁ ତୁରନ୍ତ ମୁକ୍ତ କରାଯାଉ।” ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଇମ୍ରାନଙ୍କୁ ମୁକ୍ତ କରାଯିବା ପକ୍ରିୟୁା ଆରମ୍ଭ ହୋଇ ଯାଇଛି।

ଇମ୍ରାନଙ୍କ ଗିରଫଦାରୀ ବିରୋଧରେ ହୋଇଥିବା ଆବେଦନ ଶୁଣାଣି କରିବା ବେଳେ ସୁପ୍ରିମକୋର୍ଟ ସୁରକ୍ଷାକର୍ମୀଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଇସଲାମାବାଦ ଆଇଜି ଓ କୋର୍ଟ ରେଜିଷ୍ଟ୍ରାରଙ୍କୁ ମଧ୍ୟ ସୁପ୍ରିମକୋର୍ଟ ସମନ କରିଛନ୍ତି।

ଅଲ-କାଦିର ଟ୍ରଷ୍ଟ ମାମଲାରେ ମଙ୍ଗଳବାର ଦିନ ଇମ୍ରାନ ଖାନଙ୍କୁ ପାକିସ୍ତାନ ରେଞ୍ଜର୍ସ ଗିରଫ କରିଥିଲା । ଇସଲାମାବାଦ କୋର୍ଟ ପରିସରରୁ ତାଙ୍କୁ ଜୋର ଜବରଦସ୍ତ ଗିରଫ କରାଯାଇଥିଲା । ଏହି ମାମଲାରେ ସୁପ୍ରିମକୋର୍ଟ କହିଥିଲେ କି କୋର୍ଟ ପରିସରରୁ ଜଣେ ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରିବା ଅପମାନଜନକ । ଏଣୁ ନ୍ୟାସନାଲ ଆକାଉଣ୍ଟବିଲିଟି ବ୍ୟୁରୋକୁ କୋର୍ଟ ଆଦେଶ ଦେଇଥିଲେ କି ତୁରନ୍ତ ଇମ୍ରାନ ଖାନଙ୍କୁ ଖଲାସ କରାଯାଉ ।

ଇମ୍ରାନ ଖାନଙ୍କ ଗିରଫକୁ ଅବୈଧ କହିଲେ ପାକିସ୍ତାନ ସୁପ୍ରିମକୋର୍ଟ, ଘଣ୍ଟାକ ମଧ୍ୟରେ କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ
ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫକୁ ଅବୈଧ କହିଲେ ପାକିସ୍ତାନ ସୁପ୍ରିମକୋର୍ଟ । ଘଣ୍ଟାକ ମଧ୍ୟରେ ଇମ୍ରାନଙ୍କୁ ହାଜର ପାଇଁ ନିର୍ଦ୍ଦେଶ ଦେଲେ ପାକିସ୍ତାନ ସୁପ୍ରିମକୋର୍ଟ । ଏହା ସହ ଆହୁରି ସୁପ୍ରିମକୋର୍ଟ କହିଛନ୍ତି କି, ଯାଞ୍ଚ ଏଜେନ୍ସି ଏନଏବି ଦେଶକୁ ବହୁତ ବର୍ବାଦ କରିଦେଲାଣି । ଇମ୍ରାନଙ୍କ ଗିରଫଦାରୀ ବିରୋଧରେ ହୋଇଥିବା ଆବେଦନ ଶୁଣାଣି କରିବା ବେଳେ ସୁପ୍ରିମକୋର୍ଟ ସୁରକ୍ଷାକର୍ମୀଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏଥିସହ ଇସଲାମାବାଦ ଆଇଜି ଓ କୋର୍ଟ ରେଜିଷ୍ଟ୍ରାରଙ୍କୁ ମଧ୍ୟ ସୁପ୍ରିମକୋର୍ଟ ସମନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧ କରି ଏନବିଏ ଆସନ୍ତାକାଲି ଇମ୍ରାନ ଖାନଙ୍କୁ ହାଜର କରିବା ପାଇଁ ଅନୁମତି ମାଗିଥିଲା। କିନ୍ତୁ ଏହାକୁ ସର୍ବୋଚ୍ଚ ଅଦାଲତ ଶୁଣି ନାହାନ୍ତି। ମଙ୍ଗଳବାର ଇସଲାମାବାଦ ହାଇକୋର୍ଟ ପରିସରରୁ ନାଟକୀୟ ଢଙ୍ଗରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିଥିଲା ପାକ୍‌ ରେଞ୍ଜର୍ସ ।

ସେପଟେ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ଗୃହଯୁଦ୍ଧ ସ୍ଥିତି । ସୁଧୁରୁନି ପାକିସ୍ତାନ ସ୍ଥିତି । ବିଭିନ୍ନ ସ୍ଥାନରେ ସ୍ଥିତି ନିୟନ୍ତ୍ରଣରୁ ବାହାରେ । ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାରେ ପ୍ରାଣ ହରାଇଲେଣି ୮ ଜଣ । ବର୍ତ୍ତମାନ ସୁଦ୍ଧା ୧୯୦୦ ଗିରଫ ହୋଇସାରିଲେଣି । ପୂରା ଦେଶରେ ହିଂସା ଉଗ୍ର ରୂପ ଧାରଣ କରିଥିବା ବେଳେ ସରକାରୀ ସମ୍ପତ୍ତି ପୋଡ଼ାଜଳା କରିଛନ୍ତି ଇମ୍ରାନଙ୍କ ସମର୍ଥକ ।

ଇମ୍ରାନ ଖାନ୍‌ଙ୍କ ଗିରଫ ପରେ ସେନା ମୁଖ୍ୟାଳୟରେ ଧସେଇ ପଶିଲେ ସମର୍ଥକ
ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ତାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଅନେକ ସ୍ଥାନରୁ ହିଂସାର ଚିତ୍ର ସାମ୍ନାକୁ ଆସିଛି। ପିଟିଆର କର୍ମକର୍ତ୍ତା ମାନେ ଦେଶରେ ବିଭିନ୍ନ ସ୍ଥାନରେ ପୋଡାଜଳା କରିଛନ୍ତି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସାରା ଦେଶରେ ୧୪୪ ଧାରା ଲାଗୁ କରାଯାଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆନ୍ଦୋଳନକାରୀମାନେ ରାଓ୍ବଲପିଣ୍ଡିଠାରେ ଥିବା ସେନା ମୁଖ୍ୟାଳୟ ( ଜିଏଚକ୍ୟୁ) ଗେଟ୍ ଭାଙ୍ଗି ଭିତରେ ପଶି ଭଙ୍ଗାରୁଜ୍ଜା କରିଛନ୍ତି। ସେହିପରି ଲାହୋର, କ୍ବେଟା, ପେଶାଓ୍ବର, ଗୁଜରନଓ୍ବାଲାରେ ଥିବା ସେନାର କ୍ୟାଣ୍ଟନମେଣ୍ଟଗୁଡ଼ିକରେ ଆନ୍ଦୋଳନକାରୀମାନେ ପ୍ରବେଶ କରି ଭଙ୍ଗାରୁଜ୍ଜା କରିଛନ୍ତି।

ଇମ୍ରାନ ଖାନ ଗିରଫ ହେବା ପରେ, ଇସଲାମାବାଦ ହାଇକୋର୍ଟ ବାହାରେ ଉତ୍ତେଜନା ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ଏହା ଧୀରେ ଧୀରେ ସାରା ପାକିସ୍ତାନରେ ଏହା ଖେଳିବାରେ ଲାଗିଛି। ପୋଲିସ ଫୋର୍ସ ଏହି ଉତ୍ତେଜନାକୁ ନିୟନ୍ତ୍ରଣ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି। ପୋଲିସ ଇମ୍ରାନ ଖାନଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହା ସହିତ ଇମ୍ରାନଙ୍କ ଓକିଲଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି, ଯେଉଁଥିରେ ଅନେକ ଓକିଲ ମଧ୍ୟ ଆହତ ହୋଇଛନ୍ତି।

ଇମ୍ରାନ ଖାନଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି
ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିରୋଧରେ ଜାମିନ ବିହୀନ ଗିରଫ ୱାରେଣ୍ଟ ଜାରି କରାଯାଇଛି। ଜଣେ ମହିଳା ବିଚାରପତିଙ୍କୁ ଧମକ ଦେବା ଅଭିଯୋଗରେ କୋର୍ଟ ଏହି ଓ୍ବାରେଣ୍ଟ ଜାରି କରିଛନ୍ତି। ମାଜିଷ୍ଟ୍ରେଟ୍‌ ମଲିକ ଅମାନ ଶୁଣାଣି ସମୟରେ ଇମ୍ରାନଙ୍କୁ ବ୍ୟକ୍ତିଗତ ଭାବେ ହାଜିର ନେଇ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ମାର୍ଚ୍ଚ ୩୦ରେ ହାଜିର ନେଇ ଇମ୍ରାନ ଖାନଙ୍କ ଓକିଲ କରିଥିବା ଆବେଦନକୁ ଶୁଣାଣି ସମୟରେ ଖାରଜ କରିଛନ୍ତି କୋର୍ଟ । ଏଥିସହିତ ତାଙ୍କ ନାଁରେ ଜାମିନ ବିହୀନ ଗିରଫ ୱାରେଣ୍ଟ ଜାରି କରିବା ସହ ଏପ୍ରିଲ୍ ୧୮ରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।