Subsidy - The Sakala

LPG ଉପଭୋକ୍ତାଙ୍କ ପାଇଁ ଜରୁରୀ ସୂଚନା: ଶେଷ ହେଉଛି e-KYC ଅବଧି, ନଚେତ୍ ମିଳିବନି ଗ୍ୟାସ ସିଲିଣ୍ଡର
ଦେଶର ଲକ୍ଷ ଲକ୍ଷ ଏଲପିଜି (LPG) ଗ୍ରାହକଙ୍କ ପାଇଁ ଏକ ଜରୁରୀ ସୂଚନା। ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଗ୍ୟାସ କନେକ୍ସନର ଇ-କେୱାଇସି (e-KYC) ପ୍ରକ୍ରିୟା ଶେଷ କରିନାହାଁନ୍ତି, ତେବେ ତୁରନ୍ତ ଏହି କାମଟି କରିନିଅନ୍ତୁ। ପେଟ୍ରୋଲିୟମ ମନ୍ତ୍ରଣାଳୟ ଏବଂ ଗ୍ୟାସ କମ୍ପାନୀଗୁଡ଼ିକ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସମୟସୀମା ଖୁବଶୀଘ୍ର ଶେଷ ହେବାକୁ ଯାଉଛି। ତେଣୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଏହି ପ୍ରକ୍ରିୟା ପୂରଣ ନକଲେ ଆପଣଙ୍କୁ ଗ୍ୟାସ ସିଲିଣ୍ଡର ବୁକିଂ କରିବାରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।

କାହିଁକି ଜରୁରୀ e-KYC?

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଇଣ୍ଡେନ ଗ୍ୟାସ (Indane Gas), ଏଚପି ଗ୍ୟାସ (HP Gas) ଏବଂ ଭାରତ ଗ୍ୟାସ (Bharat Gas) ର ସମସ୍ତ ଘରୋଇ ଉପଭୋକ୍ତାଙ୍କ ପାଇଁ ଆଧାର-ଆଧାରିତ ଇ-କେୱାଇସି ବାଧ୍ୟତାମୂଳକ କରାଯାଇଛି। ସରକାରୀ ସବସିଡି ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା, ଏକାଧିକ କନେକ୍ସନ ରଖିଥିବା ନକଲି ଉପଭୋକ୍ତାଙ୍କୁ ଚିହ୍ନଟ କରିବା ଏବଂ ଗ୍ୟାସର କଳାବଜାରୀ ରୋକିବା ହେଉଛି ଏହାର ମୂଳ ଲକ୍ଷ୍ୟ।

ନକଲେ କ'ଣ ହେବ ଅସୁବିଧା?

ସୂଚନା ଅନୁଯାୟୀ, ଅଗଷ୍ଟ ମାସର ଶେଷ ଆଡ଼କୁ ଅନେକ ଗ୍ୟାସ ବିତରକ କମ୍ପାନୀ ସେମାନଙ୍କର e-KYC ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି କୌଣସି ଗ୍ରାହକ ଧାର୍ଯ୍ୟ ଡେଡଲାଇନ୍ ମଧ୍ୟରେ ନିଜର କେୱାଇସି ଅପଡେଟ୍ ନକରନ୍ତି, ତେବେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସୁଥିବା ସବସିଡି ରାଶି ବନ୍ଦ ହୋଇଯାଇପାରେ। କେବଳ ସେତିକି ନୁହେଁ, ପରବର୍ତ୍ତୀ ସମୟରେ ନୂଆ ସିଲିଣ୍ଡର ବୁକିଂ କରିବାରେ ମଧ୍ୟ ବାଧା ଉପୁଜିପାରେ। ତେଣୁ କୌଣସି ପ୍ରକାର ଅସୁବିଧାରୁ ବର୍ତ୍ତିବା ପାଇଁ ତୁରନ୍ତ ଏହାକୁ ସମ୍ପୂର୍ଣ୍ଣ କରିବା ଆବଶ୍ୟକ।

କିପରି କରିବେ e-KYC?

ଏହି ପ୍ରକ୍ରିୟାକୁ ଗ୍ରାହକମାନେ ନିଜ ମୋବାଇଲ୍ ଫୋନ୍ ଜରିଆରେ ଘରେ ବସି ସହଜରେ କରିପାରିବେ:

* ପ୍ରଥମେ ନିଜ ଗ୍ୟାସ କମ୍ପାନୀର ଅଫିସିଆଲ୍ ଆପ୍ (ଯେପରିକି ଇଣ୍ଡିଆନଅଏଲ ୱାନ୍ ବା IndianOil One) ଏବଂ ଆଧାର ଫେସ୍ ଆରଡି (AadhaarFaceRD) ଆପ୍ ଡାଉନଲୋଡ୍ କରନ୍ତୁ।

* ନିଜର ପଞ୍ଜୀକୃତ ମୋବାଇଲ୍ ନମ୍ବର ଦେଇ ଆପ୍‌ରେ ଲଗଇନ୍ କରନ୍ତୁ।

* ଏହାପରେ ଆପ୍‌ରେ ଥିବା e-KYC ବିକଳ୍ପକୁ ଚୟନ କରି ନିଜର ଆଧାର କାର୍ଡ ପ୍ରମାଣୀକରଣ (ଫେସ୍ ସ୍କାନ୍ କିମ୍ବା ଓଟିପି ମାଧ୍ୟମରେ) ସମ୍ପୂର୍ଣ୍ଣ କରନ୍ତୁ।

ଯଦି ଅନଲାଇନ୍ ମାଧ୍ୟମରେ ଏହା କରିବାରେ କୌଣସି ଅସୁବିଧା ହେଉଛି, ତେବେ ଆପଣ ନିଜର ଆଧାର କାର୍ଡ ଓ ଗ୍ୟାସ ପାସବୁକ୍ ନେଇ ନିକଟସ୍ଥ ଗ୍ୟାସ ଏଜେନ୍ସି ବା ଡିଷ୍ଟ୍ରିବ୍ୟୁଟରଙ୍କ ଅଫିସକୁ ଯାଇ ବାୟୋମେଟ୍ରିକ୍ ମାଧ୍ୟମରେ ମଧ୍ୟ ଅଫଲାଇନରେ ନିଜର ଇ-କେୱାଇସି ପୂରଣ କରିପାରିବେ।

ପ୍ରଦୂଷଣ ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଏଣିକି ଇଲେକ୍ଟ୍ରିକ ଯାନ କ୍ରୟ ଉପରେ ମିଳିବ ଅଧିକ ସବସିଡି
ଭୁବନେଶ୍ବର: ପ୍ରଦୂଷଣ ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଇଲେକ୍ଟ୍ରିକ ଯାନର କାରବାରକୁ ଦିଆଯାଉଛି ଅଧିକ ପ୍ରୋତ୍ସାହନ। କ୍ୟାବିନେଟ ବୈଠକରେ ନିଷ୍ପତ୍ତି ପରେ ଇଲେକ୍ଟ୍ରିକ ଯାନ କ୍ରୟ ଉପରେ ଅଧିକ ସବସିଡି ଦେବାକୁ ନିଆଯାଇଛି ନିଷ୍ପତ୍ତି।

ପୂର୍ବରୁ ଦୁଇଚକିଆ ଯାନ କ୍ରୟ ଉପରେ ୫ହଜାର, ତିନି ଚକିଆ ଯାନରେ ୧୨ହଜାର ଓ ଚାରି ଚକିଆ ଯାନରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ଼ ଦିଆଯାଉଥିଲା। ବର୍ତ୍ତମାନ କ୍ୟାବିନେଟ ବୈଠକ ନିଷ୍ପତ୍ତି ପରେ ଦୁଇ ଚକିଆ ଯାନରେ ୨୦ହଜାର, ତିନି ଚକିଆ ଯାନରେ ୩୦ହଜାର ଓ ୪ ଚକିଆ ଯାନରେ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ଼ ମିଳିବ।

ଇଲେକ୍ଟ୍ରିକ ଯାନରେ ସବସିଡି ଦେଇ ଶତକଡା ୨୦ପ୍ରତିଶତ ଗାଡି ବିକ୍ରି କରିବାକୁ ଲକ୍ଷ୍ୟ ରଖିଥିଲା ପରିବହନ ବିଭାଗ। ଦୁଇ ଚକିଆ ଯାନରେ ୪ଗୁଣ ଓ ତିନି ଚକିଆ ଯାନରେ ଦେଢ଼ ଗୁଣ ଏବଂ ଚାରି ଚକିଆ ଯାନରେ ଅଧିକ ୫୦ହଜାର ଛାଡ଼ ପରେ ଇଲେକ୍ଟ୍ରିକ ଯାନର ବ୍ୟବହାର ଅଧିକ ହେବା ସହ ପ୍ରଦୂଷଣ ହ୍ରାସ କରିବାରେ ଏହା ସହାୟକ ହେବ। ପ୍ରଦୂଷଣ ରୋକିବା ନେଇ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ସଡକ ସୁରକ୍ଷା ସମିତି ସଦସ୍ୟଙ୍କ ସମେତ ବୁଦ୍ଧିଜୀବୀ ସ୍ୱାଗତ କରିଛନ୍ତି।

ରାଜ୍ୟରେ ବୈଦ୍ୟୁତିକ ଯାନ ସବ୍‍ସିଡି ବିତରଣ ହେବ ତ୍ୱରାନ୍ୱିତ, ୨୫ରୁ କାର୍ଯ୍ୟ କରିବ ନୂତନ ଅପଗ୍ରେଡ୍ ଇଭି ପୋର୍ଟାଲ
କଟକ: ଇଲେକ୍ଟ୍ରିକ୍‍ (ବୈଦ୍ୟୁତିକ) ଯାନ କ୍ରେତାଙ୍କୁ ସରକାର ପ୍ରୋତ୍ସାହନ ଯୋଗାଇ ଆସୁଥିବାବେଳେ ସେମାନେ ପାଉଥିବା ସବ୍‍ସିଡି ଅର୍ଥ ବିତରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଇଭି ପୋର୍ଟାଲର ନବୀକରଣ କରାଯାଉଛି। ଏଥିପାଇଁ ବର୍ତ୍ତମାନ ଥିବା ଇଭି(ଇଲେକ୍ଟ୍ରିକ୍‍ ଭେହିକ୍ଲି) ପୋର୍ଟାଲରେ ଆବେଦନ ଗ୍ରହଣକୁ ସାମୟିକ ଭାବେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଏହି ପୋର୍ଟାଲକୁ ଅଧିକ ବିକଶିତ କରାଯାଉଥିବାବେଳେ ଆସନ୍ତା ୨୫ ତାରିଖରୁ ଏହା ନୂତନ ରୂପରେ କାର୍ଯ୍ୟ କରିବ। ଏହି ପୋର୍ଟାଲରେ ଅଟୋ ସବ୍‍ସିଡି ଡିଷ୍ଟ୍ରିବୁସନର ବ୍ୟବସ୍ଥା ଉପଲବ୍ଧ ହେବ। ଫଳରେ ଇଲେକ୍ଟ୍ରିକ୍‍ ଯାନବାହନ କ୍ରେତାଙ୍କ ବ୍ୟାଙ୍କ ଜମାଖାତାକୁ ସିଧାସଳଖ ସବ୍‍ସିଡି ବାବଦ ଅର୍ଥରାଶି ଯାହା ସରକାର ସ୍ଥିର କରିଛନ୍ତି ତାହା ସ୍ଥାନାନ୍ତର ହେବ।

ରାଜ୍ୟ ପରିବହନ ବିଭାଗର ଯୁଗ୍ମ କମିଶନର ଦୀପ୍ତି ରଞ୍ଜନ ପାତ୍ରଙ୍କ କହିବାନୁସାରେ, ବ୍ୟାଙ୍କଗୁଡ଼ିକର ଫଣ୍ଡ୍‍ ଟ୍ରାନ୍ସଫର୍‍ ପାର୍ଟାଲ ସହ ଏହି ପୋର୍ଟାଲକୁ ସଂଯୋଗ କରାଯିବ। ଯାହା ଫଳରେ ଗାଡ଼ିର ଆର୍‍ସିରେ ରହିଥିବା ନାମାନୁସାରେ ପ୍ରଦତ୍ତ ସମ୍ପୃକ୍ତ ଯାନକ୍ରେତାଙ୍କ ପ୍ରାମାଣିକ ବ୍ୟାଙ୍କ ଜମା ଖାତାକୁ ସବ୍‍ସିଡି ଅର୍ଥ ସ୍ଥାନାନ୍ତର ହେବ। ହେଲେ ଆର୍‍ସିରେ ଥିବା ନାମ ଓ ବ୍ୟାଙ୍କ ଜମା ଖାତା ନାମରେ ଯେପରି ଅମେଳ ରହୁ ନ ଥିବ। ସେହିପରି ହିତାଧିକାରୀଙ୍କ ବ୍ୟାଙ୍କ ଖାତା ପ୍ରମାଣିକରଣ ନ୍ୟାସ୍‍ନାଲ ପେମେଣ୍ଟ କର୍ପୋରେସନ ଅଫ୍‍ ଇଣ୍ଡିଆ ଜରିଆରେ କରାଯିବ। ବୈଦ୍ୟୁତିକ ଯାନ ବା ଇଲେକ୍ଟ୍ରିକ୍‍ ଭେହିକ୍ଲିର ମାଲିକମାନେ ଆସନ୍ତା ୨୫ ତାରିଖଠାରୁ ସବ୍‍ସିଡି ଆବେଦନ କରି ଏହାକୁ ପାଇପାରିବେ। ତେବେ ସମ୍ପୃକ୍ତ ଯାନର ବିବରଣୀ ବାହାନ ପୋର୍ଟାଲରୁ ସଂଗ୍ରହ ହେବାର ବ୍ୟବସ୍ଥା ରହିଛି। ଗାଡ଼ି ମାଲିକ ବ୍ୟାଙ୍କ ବିବରଣୀ ଦେବା ପରେ ସବ୍‍ସିଡି ସମ୍ବନ୍ଧରେ ଏସ୍‍ଏମ୍‍ଏସ୍‍ ମାଧ୍ୟମରେ ସୂଚନା ପାଇପାରିବେ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।