Flour Price - The Sakala

କର୍ପୋରେଟ୍ ସଂସ୍ଥା ନିୟନ୍ତ୍ରଣରେ ଦେଶର ଖୁଚୁରା ବଜାର; ରକେଟ୍‌ ଭଳି ବଢ଼ୁଛି ଅଟା, ସୁଜି, ମଇଦା ଦର
ଭୁବନେଶ୍ବର: ଦିନକୁ ଦିନ ଅସଡ୍ୟ ହେଉଛି ବଜାର ତାତି। ଏହି ବଜାର ତାତି ଏବେ ଖରା ତାତିକୁ ବଳିଗଲାଣି। ମହଙ୍ଗା ମାଡ଼ରେ ବଜାର ଗରମ। ବଜାରର ଏଭଳି ସ୍ଥିତିରେ ଖାଉଟି ଅସହାୟ। କାରଣ ଖୁଚୁରା ବଜାରରେ ବର୍ତ୍ତମାନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଅଟା ଚୁଡ଼ା, ଚାଉଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦର। ଇତିମଧ୍ୟରେ ଚାଉଳ କିଲୋ ପିଛା ୩୫, ଚୁଡା ୪୦ ଟଙ୍କା ଏବଂ ଅଟା ଅଟା କିଲୋ ୪୫ ଟଙ୍କା ଉପରେ ବିକ୍ରି ହେଉଛି। ଗହମ ଯୋଗାଣ ଜନିତ ସମସ୍ୟା ବଜାରରେ ଏକ ଅସ୍ବଭାବିକ ପରିସ୍ଥିତି ସୃଷ୍ଟି କରିଛି। ଯାହାର ଫଳ ସ୍ବରୂପ ଅଟା ଦର ବଢ଼ି ବଢ଼ି ଚାଲିଛି। ସ୍ଥିତି ଏବେ ଏମିତି ହୋଇଛି ଯେ, କେତେବେଳେ ଗରିବଙ୍କ ତାୱାରୁ ରୁଟି ଉଭାନ୍‌ ହୋଇଯିବ ତାହା କହିବା ମୁସ୍କିଲ୍। ଦେଶର ଖୁଚୁରା ବଜାର ବର୍ତ୍ତମାନ କର୍ପୋରେଟ୍‌ ସଂସ୍ଥାଗୁଡିକର ନିୟନ୍ତ୍ରଣରେ ରହିଛି। ଆହୁରି ଏଥିରେ ଦାଉ ସାଧୁଛି ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ)। ଏଫ୍‌ସିଆଇ ବଜାରକୁ ଚାଉଳ ଏବଂ ଗହମ ଛାଡୁନାହିଁ। ଏହାର ପ୍ରଭାବରେ ବଜାରରେ ରକେଟ୍ ଭଳି ବଢ଼ିବାରେ ଲାଗିଛି ଅଟା, ସୁଜି ଏବଂ ମଇଦା ଦର। ଏଭଳି ବଜାର ସ୍ଥିତିକୁ ଦେଖି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବ୍ୟବସାୟୀ ମହାସଂଘ ସରକାରଙ୍କୁ ଅନୁରୋଧ କରିଛି। ନଚେତ୍‌ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ମହାସଂଘ ଚେତାଇ ଦେଇଛି।

ଖୁଚୁରା ବଜାରରେ ଚାଉଳ ଏବଂ ଅଟା ଦର ବଢ଼ିବାରେ ଲାଗିଥିବାବେଳେ ଗୋଦାମରୁ ଏଫସିଆଇ ଏ ଯାଏ ଗହମ ଏବଂ ଚାଉଳ ଖୋଲା ବଜାରକୁ ଛାଡୁନାହିଁ। ଯାହାଫଳରେ ବିଚାରା ଖାଉଟି କଲବଲ ହେଉଛନ୍ତି। ସେପଟେ ବିରୋଧୀ ଦଳଗୁଡିକ ଦରଦାମ ବୃଦ୍ଧିକୁ କେନ୍ଦ୍ରର ଅପରାଗତା ବୋଲି କହୁଛନ୍ତି। ଖୋଲା ବଜାରକୁ ଚାଉଳ ଓ ଗହମ ନ ଆସିଲେ ଦେଶରେ ଖାଦ୍ୟାନ୍ନ ଅଭାବ ଦେଖାଦେବ ବୋଲି ଅର୍ଥନୀତି କ୍ଷେତ୍ରର ବିଶେଷଜ୍ଞ କହିଛନ୍ତି। ବିଶେଷଜ୍ଞମାନଙ୍କ ମତରେ ଏବେ କର୍ପୋରେଟ୍ ସଂସ୍ଥାଗୁଡିକର ହାତରେ ଖୁଚୁରା ବଜାର। ଉତ୍ପାଦନ ଭଲ ହୋଇଥିଲେ ବି କର୍ପୋରେଟ୍ ସଂସ୍ଥାଗୁଡିକ ବଜାର ଦରକୁ ଉପର ତଳ କରୁଛନ୍ତି।

ଅପରପେକ୍ଷ ଘରୋଇ ବଜାରରେ ଦେଖାଦେଉଥିବା ଚାହିଦା ପୂରଣ କରିବା ଲାଗି ପ୍ରତ୍ୟେକ ବର୍ଷ ଜୁନ୍‌ ଓ ଜୁଲାଇରେ ଏଫ୍‌ସିଆଇ ପ୍ରତି ରାଜ୍ୟକୁ ବହୁ ପୂର୍ବରୁ ଗହମ ଓ ଚାଉଳ ଆବଣ୍ଟନ କରି କରିଦେଇଥାଏ। କିନ୍ତୁ ଚଳିତ ବର୍ଷ ସ୍ଥିତି ଓଲଟା। ଗହମ ଅଭାବରୁ ଖୁଚୁରା ବଜାରରେ ଅଟା, ସୁଜି, ମଇଦା ଓ ଗହମଜାତ ସାମଗ୍ରୀଗୁଡିକର ଦର ରକେଟ୍‌ ଭଳି ବଢିଚାଲିଛି। ତଥାପି ଏଫ୍‌ସିଆଇର କମ୍ଭକର୍ଣ୍ଣ ନିଦ ଭାଙ୍ଗୁନାହିଁ। ଏମିତି ନିଲାମି ପ୍ରକ୍ରିୟା କରାଯାଇଛି, ତାହା ବ୍ୟବସାୟୀଙ୍କୁ ଦ୍ବନ୍ଦ୍ବରେ ପକାଇଛି। କେବେ ସରିବ ନିଲାମ ଶେଷ ହେବ ଆଉ ଖୋଲା ବଜାରକୁ ଗହମ ଓ ଚାଉଳ ଆସିବ ତାହା କହି ହେଉନାହିଁ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବଢ଼ିବା ପରେ ଚାଉଳ ଓ ଚୁଡ଼ା ଦର ବି ବଢିଚାଲିଛି। ବଜାରର ଏପରି ସ୍ଥିତି ଦେଖି ରାଜ୍ୟ ବ୍ୟବସାୟୀ ମହାସଂଘ ଉଦବେଗ ପ୍ରକାଶ କରିଛି। ଆଗାମୀ ୧୫ଦିନ ଭିତରେ ଯଦି ଏଫ୍‌ସିଆଇ ଓ କେନ୍ଦ୍ର ସରକାର ଦର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନ ନିଅନ୍ତି ତାହେଲେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦର ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ସଂଘ ଚେତାଇ ଦେଇଛି।

ଏ ସମ୍ପର୍କରେ ଓଡ଼ିଶା ରାଜ୍ୟ ବ୍ୟବସାୟୀ ମହସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ, ମହଙ୍ଗା ବଜାର ଦର ଯୋଗୁ ବର୍ତ୍ତମାନ ଖାଉଟି ସୂଚକାଙ୍କ ଏବେ ୬ପ୍ରତିଶତ ଓ ପାଇକାରୀ ସୂଚକାଙ୍କ ୧୨ ପ୍ରତିଶତ ଟପିଲାଣି। ଦରଦାମ ବୃଦ୍ଧିର କାରଣ ନେଇ ସରକାରୀ ରିପୋର୍ଟକୁ କେନ୍ଦ୍ର ସରକାର ଜାଣିଶୁଣି ପ୍ରକାଶ କରୁନାହାନ୍ତି। ଏଫ୍‌ସିଆଇ ଓଡ଼ିଶାକୁ ଲଗାତର ଅବହେଳା କରିଆସିଛି। ଯଦି ଓଡ଼ିଶା ପାଇଁ ଆବଣ୍ଟନ ନେଇ ପ୍ରେସ୍‌ ଇସ୍ତାହାରରେ ଉଲ୍ଲେଖ ରହୁଛି। କିନ୍ତୁ ସମ୍ପୃକ୍ତ ପୋର୍ଟାଲରେ କାହିଁକି ଗହମ ଓ ଚାଉଳ ପରିମାଣ ଉଲ୍ଲେଖ କରୁନାହିଁ ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି।

ଗହମ ଟନ୍‌ ପିଛା ବୃଦ୍ଧି ହେବ ୨୦୦୦ ଟଙ୍କା; ଖାଉଟିଙ୍କ ଉପରେ ବଢ଼ିବ ଚାପ
ନୂଆଦିଲ୍ଲୀ: ଉଚ୍ଚ ଦରଦାମ୍‌ ସହ ଯୁଝୁଥିବା ସାଧାରଣ ଖାଉଟିଙ୍କ ପାଇଁ ଖରାପ ଖବର। କାରଣ ଆସନ୍ତା ଜାନୁୟାରୀ ମାସରେ ଦେଶରେ ଅଟା ଦର ଆହୁରି ମହଙ୍ଗା ହେବ। ଏହାର ମୁଖ୍ୟ କାରଣ ହେଉଛି ଆଗାମୀ ଦିନରେ ଗହମ ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିବାର ସମ୍ଭାବନା ରହିଛି। ଜାନୁଆରୀ ମାସରେ ଗହମ ଟନ୍ ପିଛା ୨୦୦୦ ଟଙ୍କା ବୃଦ୍ଧି ହୋଇପାରେ। ଘରୋଇ କ୍ଷେତ୍ରରେ ଷ୍ଟକ୍‌ରେ ଅଭାବ ଯୋଗୁ ଗହମ ମୂଲ୍ୟରେ ଏଭଳି ବୃଦ୍ଧି ଘଟିବାକୁ ଯାଉଛି। ରଏଟର୍ସ ରିପୋର୍ଟ ଅନୁଯାୟୀ, ଡିସେମ୍ବର ମାସରେ ଭାରତରେ ଗହମ ଷ୍ଟକ୍ ୬ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ସବୁଠାରୁ ଆଶଙ୍କାର ବିଷୟ ହେଉଛି ଯେ, ଆଗାମୀ ଦିନରେ ଗହମର କୌଣସି ନୂତନ ଯୋଗାଣ ହେବାର ସମ୍ଭାବନା ନାହିଁ। ଏସବୁ ଦୃଷ୍ଟିରୁ ଆଗାମୀ ଦିନରେ ଦେଶରେ ଗହମ ମୂଲ୍ୟରେ ବୃଦ୍ଧି ଦେଖାଦେଇପାରେ। ଏଥିଯୋଗୁୂ ବଜାରରେ ଅଟା ମହଙ୍ଗା ହେବ। ଅପରପକ୍ଷେ କେନ୍ଦ୍ରୀୟ ପୁଲରେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ଶସ୍ୟ ମହଜୁଦ ରହିଥିବା ନେଇ ଆଜି କେନ୍ଦ୍ର ସରକାର କହିଛନ୍ତି। ବାସ୍ତବ ଚିତ୍ର ଭିନ୍ନ ରହିଛି। ଗହମ ଷ୍ଟକ୍‌ରେ ହ୍ରାସ ଦେଶରେ ଦର ବୃଦ୍ଧି ଭଳି ପରିସ୍ଥିତି ସୃଷ୍ଟି କରୁଥିବା ଏଥିରୁ ସ୍ପଷ୍ଟ।

ଡିସେମ୍ବର ପାଇଁ ସରକାରୀ ଗୋଦାମରେ ରଖାଯାଇଥିବା ଭାରତୀୟ ଗହମ ଷ୍ଟକ୍ ୬ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସିଆସିଛି। ଚଳିତ ମାସ ପ୍ରାରମ୍ଭରେ କେନ୍ଦ୍ରୀୟ ଭଣ୍ଡାରରେ ଥିବା ମୋଟ ଗହମ ଷ୍ଟକ୍ ୧୯ ନିୟୁତ ଟନ୍ରେନ୍‌ରେ ପହଞ୍ଚିଥିଲା, ଯାହା ୨୦୨୧ ଡିସେମ୍ବର ୧ ସୁଦ୍ଧା ୩୭.୮୫ ନିୟୁତ ଟନ୍ ରହିଲା। ଡିସେମ୍ବର ପାଇଁ ବର୍ତ୍ତମାନରଗହମ ଷ୍ଟକ୍ ୨୦୧୬ଠାରୁ ମଧ୍ୟ କମ୍‌ ରହିଛି। ୨୦୧୪ ଏବଂ ୨୦୧୫ ରେ ମରୁଡ଼ି ଯୋଗୁ ଗହମ ଉତ୍ପାଦନ ହ୍ରାସ ଘଟିଥିଲା ​​ଏବଂ ଭଣ୍ଡାରଗୁଡିକରେ ଷ୍ଟକ୍‌ ପରିମାଣ ୧୬.୫ ନିୟୁତ ଟନ୍‌କୁ ଖସି ଆସିଥିଲା। ନୂତନ ଫସଲର ଯୋଗାଣ ଚାରି ମାସ ପରେ ଆରମ୍ଭ ହେବ। ମୂଲ୍ୟ ସ୍ଥିର ରଖିବା ପାଇଁ ସରକାରଙ୍କ କାର୍ଯ୍ୟ ପ୍ରତି ମାସରେ ଅଧିକ କଠିନ ହେଉଛି। ମୂଲ୍ୟ ହ୍ରାସ କରିବାକୁ ସରକାର ଗୋଟିଏ ମାସରେ ୨ ନିୟୁତ ଟନ୍‌ରୁ ଅଧିକ ଗହମ ବଜାରକୁ ଛାଡି ପାରିବେନାହିଁ। ଚାଷୀଙ୍କ ଯୋଗାଣ ପ୍ରାୟ କମିବାରେ ଲାଗିଛି।

ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ)ର ତଥ୍ୟ ଅନୁଯାୟୀ ନଭେମ୍ବରରେ ସରକାରୀ ଷ୍ଟକ୍‌ରେ ପ୍ରାୟ ୨ ନିୟୁତ ଟନ୍ ହ୍ରାସ ଘଟିଛି। ମେ’ ମାସରେ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଯିବା ସତ୍ତ୍ୱେ ଦେଶରେ ଗହମ ମୂଲ୍ୟ ବୃଦ୍ଧି ପାଇଛି। ଯଦି ଗହମ ମୂଲ୍ୟରେ ବୃଦ୍ଧି ଘଟେ ତେେବ ଖୁଚୁରା ବଜାରରେ ଅଟା ସୁଜି ଏବଂ ମଇଦା ଆଦି ମୂଲ୍ୟ ବଢ଼ିବ। ବର୍ତ୍ତମାନ ବଜାରରେ ଅଟା କିଲୋ ପିଛା ୪୫ ଟଙ୍କା ରହିଥିବାବେଳେ ଗହମ ମୂଲ୍ୟ ବଢ଼ିଲେ ଅଟା ଦର ଆହୁରି ବଢ଼ିବ, ଯାହା ଖାଉଟିଙ୍କ ମୁଣ୍ଡା ବିନ୍ଧାର କାରଣ ହେବ।