Ayushman Health Card - The Sakala
ସ୍ୱାସ୍ଥ୍ୟସେବାରେ ନୂଆପଡ଼ାକୁ ପ୍ରତାରଣା; ସ୍ୱାସ୍ଥ୍ୟବୀମା ଯୋଜନାରେ ନାହିଁ ଜିଲ୍ଲାର ଗୋଟିଏ ବି ଘରୋଇ ହସ୍‌ପିଟାଲ
ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପ୍ରରିପେକ୍ଷୀରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଏକ ନିର୍ଦ୍ଦେଶନାମା ଜିଲ୍ଲାରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ରକୁ ପଦାରେ ପକାଇ ଦେଇଛି। ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ନେଇ ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ନୂଆପଡ଼ା ଜିଲ୍ଲାରେ ଏହି ଦେୟମୁକ୍ତ ସ୍ୱାସ୍ଥ୍ୟବୀମା ଯୋଜନା ଉପଲବ୍ଧ ନାହିଁ। ଯୋଜନା ଅଧୀନରେ ନୂଆପଡ଼ା ଜିଲ୍ଲା॥େର ଏପରିକି  ପଡେ଼ାଶୀ ରାୟପୁରରେ ଗୋଟିଏ ହେଲେ ବି ବେସରକାରୀ ଅନୁବନ୍ଧିତ ହସ୍ପିଟାଲ ନ ଥିବା ଜଣାପଡ଼ିଛି। ରାଜ୍ୟସାରା ଅନ୍ୟ ଜିଲ୍ଲାମାନଙ୍କରେ ଲୋକେ ଦେୟମୁକ୍ତ ବୀମା ଚିକିତ୍ସା ସୁବିଧା ପାଉଥିବା ବେଳେ ରାଜ୍ୟ ବିଜେପି ସରକାର ନୂଆପଡ଼ାବାସୀଙ୍କୁ ଏଥିରୁ କାହିିଁକି ବଞ୍ଚିତ ରଖିଲେ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଗତ ଅକ୍ଟୋବର ୧୦ ତାରିଖରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସଚିବ ଏବଂ ନୂଆପଡ଼ା ଜିଲ୍ଲାପାଳଙ୍କ ସହ ଭିସି ଯୋଗେ ଏକ ବୈଠକ କରିଥିଲେ। ବୈଠକରେ ଉପ ନିର୍ବାଚନରେ ନିୟୋଜିତ ହେବାକୁ ଥିବା କର୍ମଚାରୀ ଏବଂ ସୁରକ୍ଷାକର୍ମୀଙ୍କୁ ଦେୟମୁକ୍ତ ସ୍ୱାସ୍ଥ୍ୟବୀମା ଚିକିତ୍ସା ସୁବିଧା ଯୋଗାଇ ଦେବା ସମ୍ପର୍କରେ ଆଲୋଚନା ହୋଇଥିଲା। ମାତ୍ର ବୈଠକରେ ସ୍ୱାସ୍ଥ୍ୟ ସଚିବ ନୂଆପଡ଼ା କିମ୍ୱା ପଡେ଼ାଶୀ ରାୟପୁରରେ ରାଜ୍ୟ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ଦେୟମୁକ୍ତ ସ୍ୱାସ୍ଥ୍ୟବୀମା ଯୋଜନା ଅଧୀନରେ କୌଣସି ଘରୋଇ ହସ୍ପିଟାଲ ସହବନ୍ଧିତ ହୋଇ ନ ଥିବା ସୂଚନା ଦେଇଥିଲେ। ଯାହାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଚିନ୍ତାବ୍ୟକ୍ତ କରିବା ସହ ଉପ ନିର୍ବାଚନ ସମୟରେ ନୂଆପଡ଼ାରେ ନିର୍ବାଚନ ଡ୍ୟୁଟିରେ ନିୟୋଜିତ କର୍ମଚାରୀ, ପୁଲିସ ଏବଂ ସିଏପିଏଫ ଯବାନଙ୍କ ସ୍ୱାସ୍ଥ୍ୟସେବାକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜିଲ୍ଲାର ସମସ୍ତ ବେସରକାରୀ ହସ୍ପିଟାଲରେ ଉପଲବ୍ଧ ଥିଲା। ଫଳସ୍ୱରୂପ ଗ୍ରାମାଞ୍ଚଳର ଗରିବ ଲୋକେ ଏହାଦ୍ୱାରା ବିଶେଷ ଭାବେ ଉପକୃତ ହୋଇ ପାରୁଥିଲେ। ତେବେ ନୂଆ ସରକାର କ୍ଷମତାକୁ ଆସିବା ପରେ ବିଏସକେୱାଇକୁ ବନ୍ଦ କରିଦେବା ସହ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କଲେ। ମାତ୍ର ଏହି ଯୋଜନା କାର୍ଯ୍ୟକାରୀ ହେବା ସହ ନୂଆପଡ଼ା ଜିଲ୍ଲାର ସମସ୍ତ ଘରୋଇ ହସ୍ପିଟାଲ ଯୋଜନା ଅନୁବନ୍ଧିତ ତାଲିକାରୁ ବାଦ୍‌ ପଡ଼ିଥିବା ଜଣାପଡ଼ିଛି। ଏପରିକି ପଡେ଼ାଶୀ ରାୟପୁରରେ ମଧ୍ୟ କୌଣସି ଘରୋଇ ହସ୍ପିଟାଲରେ ରାଜ୍ୟ ସରକାରଙ୍କ ବୀମା  ଯୋଜନା କାର୍ଯ୍ୟକାରୀ ହେଉନାହିଁ। ଯାହାଫଳରେ ଉନ୍ନତ ତଥା ଦେୟମୁକ୍ତ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୋଇ ସନ୍ତୁଳି ହେଉଛନ୍ତି ନୂଆପଡ଼ାବାସୀ। କେଉଁ ଅପରାଧ ପାଇଁ ବିଜେପି ସରକାର ଆମକୁ ଉନ୍ନତ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ରଖିଲେ ବୋଲି ନୂଆପଡ଼ାବାସୀ  ପଚାରୁଥିବା ବେଳେ ଏହାର ଉତ୍ତର କିନ୍ତୁ କାହା ପାଖରେ ନାହିଁ।
ଇତିମଧ୍ୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ  ୪ଟି ଆକସ୍ମିକ ଘଟଣା ଯଥା ସାପକାମୁଡା, ହୃଦଘାତ, ଦୁର୍ଘଟଣା କିମ୍ୱା ଅନ୍ୟ କୌଣସି ଜୀବନପ୍ରତି ବିପଦ ଥିବା ଜରୁରୀକାଳୀନ ସ୍ଥିତିରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ନୂଆପଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ  ଦେଇଛନ୍ତି। ସେପରି କୌଣସି ପରିସ୍ଥିତି ସୃଷ୍ଟି ହେଲେ ସେମାନଙ୍କୁ ଓଡ଼ିଶା କିମ୍ୱା ରାୟପୁରରେ ଯେକୌଣସି ସରକାରୀ କିମ୍ୱା ବେସରକାରୀ ହସ୍ପିଟାଲରେ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ଏହାବ୍ୟତୀତ ଅନ୍ୟ କୌଣସି ଘଟଣାରେ ନୂଆପଡ଼ାରେ ଉଭୟ ସରକାରୀ କିମ୍ବା ବେସରକାରୀ ହସ୍ପିଟାଲରେ ଆବଶ୍ୟକସ୍ଥଳେ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କୁ ଚିକିତ୍ସା ସେବା ଯୋଗାଇଦେବାକୁ କୁହାଯାଇଥିବା ବେଳେ ଏହାର ସମସ୍ତ ଖର୍ଚ୍ଚ ପରବର୍ତ୍ତୀ ସମୟରେ ନିର୍ବାଚନ ଖର୍ଚ୍ଚ ବ୍ୟୟ ଅଟକଳରୁ ବହନ କରାଯିବ ବୋଲି ସୂଚନା ମିଳିଛି ।
କାମ ଦେଲାନି ଆୟୁଷ୍ମାନ କାର୍ଡ, ଛଟପଟ ହୋଇ ଜୀବନ ହାରିଲେ ଗରିବ କ୍ୟାନ୍ସର୍‌ ରୋଗୀ...
ନୂଆପଡ଼ା: କାମ ଦେଲାନି ଆୟୁଷ୍ମାନ କାର୍ଡ। ତେଣୁ, ଚିକିତ୍ସା ବାବଦକୁ ଆଖିବୁଜା ପଇସା ହାଙ୍କି ଚାଲିଲା ହସ୍ପିଟାଲ। ଯେଉଁଠି ଜାଣିଲା ପରିବାରଲୋକ ଆଉ ପଇସା ଦେଇପାରି‌ବେନି, ରୋଗୀଙ୍କ ଜୀବନ ସହ ଖେଳିଲା। ଚିକିତ୍ସାରେ ବିଳମ୍ବ କଲା। ଶେଷରେ କ୍ୟାନ୍ସର୍‌ର ଅସହ୍ୟ ଯନ୍ତ୍ରଣା‌ରେ ଛଟପଟ ହୋଇ ହସ୍ପିଟାଲ ବେଡ୍‌ରେ ଚାଲିଗଲା ଗରିବ ମହିଳାଙ୍କ ଜୀବନ। ଚିକିତ୍ସା ତ ମିଳିଲାନି, ପାଖାପାଖି ସପ୍ତାହେ କାଳ ମାନସିକ, ଆର୍ଥିକ ଚାପରେ ଘାଣ୍ଟି ହୋଇ ନିଜର ପ୍ରିୟ ଲୋକର ଶବ ଧରି ଫେରିଲେ ପରିବାରଲୋକ। ଏପଟେ, ପେଟକୁ କାଟି ଯାହା ଦି’ ପଇସା ସଞ୍ଚୟ କରି ରଖିଥିଲେ ତା’ ବି ଚାଲିଗଲା। ‘ଆୟୁଷ୍ମାନ ଭାରତ ଯୋଜନା’ର ବିଫଳତା ଯୋଗୁଁ ପୁଣି ଜଣେ ଗରିବ ରୋଗୀଙ୍କ ପ୍ରାଣହାନି ଘଟିଥିବା ଅଭିଯୋଗ ହୋଇଛି। ମହିଳାଜଣଙ୍କ ହେଲେ, ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ଦେଓଧର ପଞ୍ଚାୟତର ଧରାଭଟା ଗ୍ରାମର ତୁଳାବାଇ ଜଗତ। ତୁଳାବାଇଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର।
ସୂଚନାନୁଯାୟୀ, ଗତ ୧୪ ତାରିଖରେ କ୍ୟାନ୍ସର୍‌ ଚିକିତ୍ସା ପାଇଁ ଶ୍ରୀମତୀ ଜଗତଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ରାୟପୁର କ୍ୟାନ୍ସର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ପୁଅ ରୂପଧର ଜଗତ ତାଙ୍କୁ ସେଠାକୁ ନେଇ ଚିକିତ୍ସା କରାଇଥିଲେ। ସେଠାରେ ରୂପଧର ହସ୍ପିଟାଲରେ ଆୟୁଷ୍ମାନ କାର୍ଡ ଦେଖାଇବାରୁ କର୍ତ୍ତୃପକ୍ଷ ରୋକଠୋକ୍‌ ମନା କରିଦେଇଥିଲେ। ରୋଗୀ ମଲେ ପଛେ ମରୁ କିନ୍ତୁ ଆୟୁଷ୍ମାନ କାର୍ଡ ଗ୍ରହଣ  କରିବୁ ନାହିଁ ବୋଲି ଶୁଣାଇ ଦେଇଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଏକଥା ଶୁଣି ରପୂଧର ଭାଙ୍ଗି ପଡ଼ିଥିଲେ ହେଁ ମା’କୁ ବଞ୍ଚାଇବା ପାଇଁ ନିଜର ସବୁ ଜମାପୁଞ୍ଜିକୁ  ଖର୍ଚ୍ଚ କରିଥିଲେ। ମାତ୍ର କିଛି ଦିନରେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କଠାରୁ ୧ଲକ୍ଷ ୬୫ ହଜାର ହାଙ୍କିନେଲେ। ଏହା ସତ୍ତ୍ବେ ଚିକିତ୍ସାରେ ବିଳମ୍ବ କରିଥିଲେ। ଶେଷରେ ଅକ୍ଟୋବର ୧୯‌ରେ ତୁଳାବାଇଙ୍କ ମୃତ୍ୟୁ ଘଟିଥିଲା।
ଏହି ଘଟଣାକୁ ନେଇ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ତୀବ୍ର ପ୍ରତିକ୍ରିୟା ଜଣାଇଛନ୍ତି। ଏନେଇ ସେ ବିଜେପି ସରକାରକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ ଏହି ଘଟଣା ହୃଦୟବିଦାରକ ଏବଂ କ୍ଷମା ଯୋଗ୍ୟ ନୁହେଁ। ଜଣେ ଗରିବ ଅନୁସୂଚିତ ଜାତିର ମହିଳା କ୍ୟାନ୍ସର୍‌ ରୋଗୀଙ୍କୁ ଚିକିତ୍ସା ନ ମିଳିବା ଏବଂ ପରିବାରକୁ ଋଣଯନ୍ତାକୁ ଠେଲିବା ବିଜେପି ସରକାରଙ୍କ ଗରିବ, ଆଦିବାସୀ ଦଳିତ ବିରୋଧୀ କାର୍ଯ୍ୟ। ବିଜେପି ସରକାର ଗରିବଙ୍କ ଜୀବନ, ସ୍ୱାସ୍ଥ୍ୟ ସୁରକ୍ଷା ବଞ୍ଚାଇବାରେ ବିଫଳ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କ ପାଇଁ ପ୍ରତିବର୍ଷ ୧୦ଲକ୍ଷ ପର୍ଯ୍ୟନ୍ତ ନିଃଶୁଳ୍କ ଚିକିତ୍ସା ସୁବିଧା ଥିଲା। ତୁଳାବାଇଙ୍କ ଯନ୍ତ୍ରଣା ଓ ମୃତ୍ୟୁ କେବଳ ଗୋଟିଏ ମାତ୍ର ଘଟଣା ନୁହେଁ। ଏହା ରାଜ୍ୟବାସୀଙ୍କ ପାଇଁ ଏକ ଚେତାବନୀ ସଦୃଶ। ନୂଆପଡ଼ାର ଲୋକେ ଏବେ ସତ ଜାଣିସାରିଛନ୍ତି। ଶ୍ରୀ ବିଶି ତୁଳାବାଇଙ୍କ ପରିବାରକୁ ତତ୍କାଳ ଆର୍ଥିକ ସହାୟତା ଦାବି କରିଛନ୍ତି।
ଭୁବନେଶ୍ୱର: ନବୀନ ସରକାରଙ୍କ ସ୍ୱାସ୍ଥ୍ୟ ସଞ୍ଜିବନୀ ବିଏସ୍‌କେୱାଇ ବନ୍ଦ କରି ରାଜ୍ୟ ସରକାର ଆୟୁଷ୍ମାନ କାର୍ଡ ପ୍ରଚଳନ କଲେ। ମାତ୍ର ୧୫ ମାସ ପରେ ବି ରାଜ୍ୟର ୨ କୋଟି ଲୋକ ଏଯାଏ ଆୟୁଷ୍ମାନ କାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି । କୌତୂହଳର କଥା ହେଉଛି ପୂର୍ବ ବିଜେଡି ସରକାରଙ୍କ ବିଏସ୍‌କେୱାଇରେ ବର୍ଷକୁ ସରକାର ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ୩୮୨୭ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ଆୟୁଷ୍ମାନ ଯୋଜନାରେ ଏଯାଏ ରାଜ୍ୟ ସରକାର ଏହାର ଏକ ତୃତୀୟାଂଶରୁ କମ୍‌ ଅର୍ଥାତ୍‌ ମାତ୍ର ୧୧୧୯ କୋଟି ଟଙ୍କା ବ୍ୟୟ କରିବାକୁ ସକ୍ଷମ ହୋଇଛନ୍ତି । ବିଧାନସଭାରେ ବିଧାୟକ ଗୌତମବୁଦ୍ଧ ଦାସଙ୍କ ଏକ ପ୍ରଶ୍ନରେ ଏହି ତଥ୍ୟ ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୂର୍ବ ଯୋଜନାରେ ବିଏସ୍‌କେୱାଇ କାର୍ଡକୁ ଅଚଳ କରିବାର ମୂଲ୍ୟ ବାବଦରେ ରାଜକୋଷରୁ ରାଜ୍ୟ ସରକାର ପ୍ରାୟ ୧୬.୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଆୟୁଷ୍ମାନ୍‌ କାର୍ଡ ଛପା ଏବଂ ବିତରଣ ପାଇଁ ୬ କୋଟି ୨୬ ଲକ୍ଷ ୮୮ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଏହାସହିତ କାର୍ଡ କଭର କିଟ୍‌ ପାଇଁ ୧୦ କୋଟି ୨୫ ଲକ୍ଷ ୯୭ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଏହି ମୋଟ୍‌ ଅର୍ଥକୁ ମିଶାଇଲେ ଏବାବଦକୁ ବର୍ତ୍ତମାନ ସୁଦ୍ଧା ୧୬ କୋଟି ୫୨ ଲକ୍ଷ ୮୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି ବୋଲି ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ବିଡ଼ମ୍ବନା ହେଉଛି ଯେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ୩.୪୭ କୋଟି ହିତାଧିକାରୀଙ୍କ ମଧ୍ୟରୁ ୧.୪୭ କୋଟି ଜଣଙ୍କୁ କାର୍ଡ ବଣ୍ଟନ କରାଯାଇଛି ଓ ଅବଶିଷ୍ଟ ପ୍ରାୟ ୨ କୋଟି ଲୋକଙ୍କୁ କାର୍ଡ ବଣ୍ଟନ କାର୍ଯ୍ୟ ଏବେ ବି ଜାରି ରହିଛି।
ମନ୍ତ୍ରୀଙ୍କ ଏହି ଉତ୍ତର ପରେ ଆୟୁଷ୍ମାନ କାର୍ଡ ବାବଦକୁ କିପରି ପାଣି ଭଳି ଟଙ୍କା ଖର୍ଚ୍ଚ ହୋଇଛି, ତାହା ପଦାକୁ ଆସିଛି। ପୂର୍ବରୁ ବିଏସ୍‌କେୱାଇ ଯୋଜନାର ସ୍ମାର୍ଟ କାର୍ଡ ପ୍ରତି ଲୋକଙ୍କ ନିକଟରେ ରହିଥିଲା। ସରକାର ଏହି ଯୋଜନାର ନାମ ପରିବର୍ତ୍ତନ କରିଥିଲେ ବି ସେହି କାର୍ଡକୁ ମଧ୍ୟ ଆୟୁଷ୍ମାନ କାର୍ଡକୁ ପରିବର୍ତ୍ତନ କରାଯାଇ ପାରିଥାଆନ୍ତା ଓ ଚିପ୍‌ ଲଗା କାର୍ଡଗୁଡ଼ିକ ଅଚଳ ହୋଇ ନ ଥାନ୍ତା। ମାତ୍ର ରାଜ୍ୟ ସରକାର ନୂତନ କାର୍ଡ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ପାଇଁ ରାଜ୍ୟ ରାଜକୋଷ ଉପରେ ବିପୁଳ ବୋଝ ପଡ଼ିଥିଲେ ହେଁ ଏହା ଏଯାଏ ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ ।
ଅନ୍ୟପକ୍ଷରେ ଆୟୁଷ୍ମାନ କାର୍ଡ ବଣ୍ଟନ ପରଠାରୁ ପ୍ରତି ମାସରେ ଘରୋଇ ହସ୍ପିଟାଲଗୁଡ଼ିକୁ କେତେ ଟଙ୍କାର ବିଲ୍‌ ପୈଠ କରିଛନ୍ତି ଓ ସରକାର ୨୦୨୩-୨୦୨୪ରେ ହସ୍ପିଟାଲଗୁଡ଼ିକୁ କେତେ ଟଙ୍କା ବିଲ୍‌ ପ୍ରଦାନ କରିଛନ୍ତି ପ୍ରଶ୍ନରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉତ୍ତର ରାଜ୍ୟବାସୀଙ୍କୁ ନିରାଶ କରିଛି। ଆୟୁଷ୍ମାନ କାର୍ଡ ବଣ୍ଟନ ଆରମ୍ଭ ହେବାଠାରୁ ସରକାର ୪୦୫୦୪୪ ହିତାଧିକାରୀଙ୍କ ଚିକିତ୍ସା ବାବଦରେ ଅଦ୍ୟାବଧି ୧୧୧୯ କୋଟି ଟଙ୍କା ପ୍ରଦାନ କରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଅନୁରୂପ ଭାବରେ ତତ୍‌କାଳୀନ ବିଜେଡି ସରକାର ସମୟରେ ବିଏସ୍‌କେୱାଇ କାର୍ଡରେ ଚିକିତ୍ସା ବାବଦରେ ରାଜ୍ୟ ସରକାର ୨୦୨୩-୨୪ରେ ୨୭୮୨ କୋଟି ଟଙ୍କା ଓ ୨୦୨୪-୨୫ରେ ୩୮୨୭ କୋଟି ଟଙ୍କା ପ୍ରଦାନ କରିଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏହା ସହ ରାଜ୍ୟ ବାହାରେ ଥିବା ପଞ୍ଜିକୃତ ଚିକିତ୍ସାଳୟରେ ୨୧ ହଜାର ୩୯୪ ହିତାଧିକାରୀ ଚିଚିତ୍ସା ସୁବିଧା ବାବଦକୁ ୫୫ କୋଟି ୫୫ ଲକ୍ଷ ୫୩ ହଜାର ଟଙ୍କା ପ୍ରଦାନ କରାଯାଇଥିବା ମନ୍ତ୍ରୀ ତଥ୍ୟ ପ୍ରଦାନ କରିଛନ୍ତି ।
ଅଭିଶାପ ପାଲଟିଛି ‘ଆୟୁଷ୍ମାନ’; ଡାକ୍ତରଖାନାରେ ବନ୍ଧା ପଡ଼ିଛି ପୁଅ, ଫି’ ବଦଳରେ ନିଜ କିଡ୍‌ନୀ ଦେବାକୁ ବାପା କରୁଛି ଗୁହାରି
ଭୁବନେଶ୍ୱର: ରାଜ୍ୟରେ ରୋଗୀଙ୍କ ପାଇଁ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା କାର୍ଡକୁ ଆଶୀର୍ବାଦ ବୋଲି ପ୍ରଚାର କରାଯାଉଛି; ମାତ୍ର ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷ ଆୟୁଷ୍ମାନ କାର୍ଡକୁ ଗ୍ରହଣ କରିବାକୁ ଅରାଜି। ଅନେକ ସ୍ଥାନରେ ଏହି ସ୍ୱାସ୍ଥ୍ୟ କାର୍ଡ ଆଶୀର୍ବାଦ ବଦଳରେ ରୋଗୀଙ୍କ ପାଇଁ ଅଭିଶାପ ପାଲଟିଛି। ଘରୋଇ ହସ୍ପିଟାଲ ଚିକିତ୍ସା ପାଇଁ ରୋଗୀଙ୍କୁ ଭର୍ତ୍ତି କରି ଦେଉଛନ୍ତି ସିନା, ପରବର୍ତ୍ତୀ ସମୟରେ ଆୟୁଷ୍ମାନ କାର୍ଡକୁ ଗ୍ରହଣ କରୁନାହାନ୍ତି। ଫଳରେ ହସ୍‌ପିଟାଲର ଲମ୍ବା ଡାକ୍ତରୀ ଚିଠା ଓ ମୋଟା ବିଲ୍‌ ସାଧାରଣ ଗରିବ ଲୋକଙ୍କୁ ରାସ୍ତାର ଭିକାରୀ କରି ଦେଉଛି। ଏପରି ସ୍ଥଳରେ ବିଭିନ୍ନ ଡାକ୍ତରଖାନାରେ ରୋଗୀ ଓ ସେମାନଙ୍କ ପରିବାର ନବୀନ ସରକାରଙ୍କ ପ୍ରଚଳିତ ବିଜୁ ସ୍ୱାସ୍ଥ୍ୟ କାର୍ଡ(ବିଏସ୍‌କେୱାଇ)କୁ ଝୁରି ହେଉଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀର ଆପୋଲୋ ହସ୍‌ପିଟାଲରେ। ଦୁର୍ଘଟଣାରେ ପୀଡ଼ିତ ଜଣେ ଯୁବକଙ୍କ ଚିକିତ୍ସା ପାଇଁ ତାଙ୍କ ପରିବାର ଡାକ୍ତରଖାନାରେ ପାଖାପାଖି ୬ ଲକ୍ଷ ଟଙ୍କା ଦେବା ପରେ ଆହୁରି ୧୧ ଲକ୍ଷ ଟଙ୍କା ଡାକ୍ତରଖାନା କର୍ତ୍ତୃପକ୍ଷ ଦାବି କରୁଛନ୍ତି। ଆୟୁଷ୍ମାନ କାର୍ଡରୁ ଅବଶିଷ୍ଟ ଅର୍ଥ ଭରଣା ପାଇଁ ରୋଗୀଙ୍କ ବାପାଙ୍କ ଗୁହାରି କର୍ତ୍ତୃପକ୍ଷ ଶୁଣୁ ନାହାନ୍ତି। ଶେଷରେ ବକେୟା ଫି ବଦଳରେ ତାଙ୍କ କିଡ୍‌ନୀ ନେଇ ପୁଅକୁ ଡାକ୍ତରଖାନାରୁ ମୁକ୍ତି ଦେବାକୁ ବିଚରା ବାପା ଗୁହାରି କରିଛନ୍ତି।
ଗତ ମାସ ୫ ତାରିଖରେ ଆଲୋକ ଜେନା ନାମକ ଜଣେ ବ୍ୟକ୍ତିଙ୍କ ଷ୍ଟୁଡିଓ ଛକ ନିକଟରେ ଦୁର୍ଘଟଣା ହୋଇଥିଲା। ତାଙ୍କର ଗୋଡ, ହାତ ଆଉ କାନ୍ଧ ବି ଭାଙ୍ଗିଯାଇଥିଲା। ଡାହାଣ ପଟ ଆଖି ନଷ୍ଟ ହୋଇଯାଇଥିଲା। ପୁଲିସ ଆଲୋକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତିକରି ସାଙ୍ଗସାଥିଙ୍କୁ ସୂଚନା ଦେଇଥିଲା। ଆଲୋକଙ୍କ ବନ୍ଧୁମାନେ ତାଙ୍କର ଆୟୁଷ୍ମାନ କାର୍ଡ ଥିବା ଜାଣିବା ପରେ ସ୍ଥାନୀୟ ଆପୋଲୋ ହସ୍‌ପିଟାଲରେ ଭର୍ତ୍ତି କରିଦେଲେ। ସେଠାରେ ଚିକିତ୍ସା ଚାଲିଲା। ହେଲେ ପରବର୍ତ୍ତି ସମୟରେ ହସ୍ପିଟାଲ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡକୁ ଗ୍ରହଣ ନ କରିବାରୁ ଆଲୋକଙ୍କ ପରିବାର ଅସହାୟ ମନେ କଲେ। ଆଲୋକଙ୍କ ବାପା ଅମୂଲ୍ୟ ଘରର ସୁନାଗହଣା ବିକ୍ରି କରି ଓ ଅନ୍ୟଠାରୁ ଧାର ଆଣି ବର୍ତ୍ତମାନ ସୁଦ୍ଧା ହସ୍ପିଟାଲରେ ୫ଲକ୍ଷ ୯୩ ହଜାର ଟଙ୍କା ଜମା କରି ସାରିଲେଣି। ଏହା ପରେ ବି ହସ୍ପିଟାଲ କର୍ତ୍ତୃପକ୍ଷ ୧୧ଲକ୍ଷ ଟଙ୍କା ମାଗୁଛନ୍ତି। ସେମାନଙ୍କ ପାଖରେ ଟଙ୍କା ନ ଥିବାରୁ ଆୟୁଷ୍ମାନ କାର୍ଡରେ ସରକାର ଯୋଗାଇ ଦେଉଥିବା ୫ ଲକ୍ଷ ଟଙ୍କା କାଟି ରଖିବାକୁ ସେ ଅନୁରୋଧ କରିଥିଲେ ବି କେହି ତାଙ୍କ କଥା ଶୁଣୁ ନାହାନ୍ତି। ଶେଷରେ ଅମୂଲ୍ୟ ତାଙ୍କ ପାଖରେ ଆୟୁଷ୍ମାନ କାର୍ଡ ଓ ନିଜ କିଡ୍‌ନୀ ଛଡ଼ା ଆଉ କିଛି ନାହିଁ ବୋଲି ଉଲ୍ଲେଖ କରି ବକେୟା ଟଙ୍କା ବଦଳରେ ତାଙ୍କ କିଡ୍‌ନୀ ନେଇଯିବାକୁ ଆପୋଲୋ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଗୁହାରି କରିଛନ୍ତି । ନ ହେଲେ ତାଙ୍କୁ ଜେଲ ପଠାଇ ଦିଅନ୍ତୁ, ହେଲେ ବନ୍ଧା ପଡ଼ିଥିବା ପୁଅକୁ ମୁକୁଳାଇ ଦିଅନ୍ତୁ ବୋଲି ନେହୁରା ହୋଇଛନ୍ତି ।
ଏପଟେ ଟଙ୍କା ଦେଇ ନ ପାରିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ଚିକିତ୍ସାରେ ଅବହେଳା କରୁଥିବା ବାପା ଅଭିଯୋଗ କରିଛନ୍ତି। ଏପରିକି କିଛି ଆବଶ୍ୟକୀୟ ମେଡିସିନ୍‌କୁ ମଧ୍ୟ ବନ୍ଦ କରି ଦିଆଗଲାଣି। ଟଙ୍କା ନ ଦେଇ ନ ପାରିବାରୁ ଫିଜିଓଥେରାପି ବି କରାଯାଉ ନାହିଁ। ମାତ୍ର ପ୍ରତିଦିନ ଡାକ୍ତରଖାନା ବିଲ୍‌ ବଢ଼ି ବଢ଼ି ଚାଲିଛି। ଅମୁଲ୍ୟ କହିଛନ୍ତି ବିଜୁ ସ୍ୱାସ୍ଥ୍ୟ କାର୍ଡରେ ତୁରନ୍ତ ଚିକିତ୍ସା ହେଉଥିଲା। ମାତ୍ର ଏବେ ସରକାର ଏଭଳି ଏକ କାର୍ଡ ଆଣିଲେ ଯେ ତାହାକୁ ହସ୍ପିଟାଲ ଗ୍ରହଣ କରୁନାହିଁ। ଏହି କାର୍ଡ ଥାଇ କିଛି ଲାଭ ନାହିଁ। କାର୍ଡ କାମ କରୁ ନାହିଁ ବୋଲି ଜାଣିଥିଲେ ପୁଅର ସାଙ୍ଗସାଥି ଘରୋଇ ହସ୍ପିଟାଲରେ ଭର୍ତ୍ତି କରି ନ ଥାନ୍ତେ କିମ୍ବା ସେମାନେ ଏତେ ଅବସ୍ଥା ହୋଇ ନ ଥାନ୍ତେ ବୋଲି କୋହଭରା କଣ୍ଠରେ କହିଛନ୍ତି ଅମୂଲ୍ୟ।
ଏ ସମ୍ପର୍କରେ ଆପୋଲୋ ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯିବାରେ ସେ ଡାକ୍ତରଖାନାରେ ଆୟୁଷ୍ମାନ କାର୍ଡ ଗ୍ରହଣ କରାଯାଉଥିବା ପ୍ରକାଶ କରିଛନ୍ତି। ମାତ୍ର ବେଡ୍‌ ନ ଥିବାରୁ ଲୋକେ ପ୍ରଥମରୁ କ୍ୟାସ (ନଗଦ ଅର୍ଥ)ରେ ଚିକିତ୍ସା ହେବେ ବୋଲି ସ୍ୱୀକୃତି ଦେଉଥିବା କ୍ଷେତ୍ରରେ ଆୟୁଷ୍ମାନ କାର୍ଡ ଗ୍ରହଣ କରାଯାଉ ନାହିଁ ବୋଲି କର୍ତ୍ତୃପକ୍ଷଙ୍କ ଉତ୍ତର ଅନେକ ପ୍ରଶ୍ନକୁ ଜନ୍ମ ଦେଇଛି। ଯଦି ଡାକ୍ତରଖାନାରେ ଶଯ୍ୟା ଖାଲି ନାହିଁ, ତେବେ ନଗଦ ଅର୍ଥ ଦେଉଥିବା ରୋଗୀଙ୍କୁ କିପରି ଭର୍ତ୍ତି କରାଯାଉଛି, ସେମାନଙ୍କ ପାଇଁ ଶଯ୍ୟା କେଉଁଠୁ ଆସୁଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ରୋଗୀଙ୍କ ପାଇଁ ଅଭିଶାପ ପାଲଟିଛି ‘ଆୟୁଷ୍ମାନ’; ଝିଅର ମୃତ୍ୟୁ ହେଲେ ଦାୟୀ ରହିବେ ସରକାର: ପରିବାର
ଭୁବନେଶ୍ୱର: ଆୟୁଷ୍ମାନ କାର୍ଡକୁ ନେଇ ପ୍ରତିଦିନ ବଢ଼ିବାରେ ଲାଗିଛି ଅଭିଯୋଗ। ପୂର୍ବରୁ ବିଏସ୍‌କେୱାଇରେ ବିନା ଦ୍ୱିଧାରେ ଚିକିତ୍ସା ପାଉଥିବା ଗରିବ ରୋଗୀମାନଙ୍କ ପାଇଁ ବିଜେପି ସରକାରଙ୍କ ‘ଆୟୁଷ୍ମାନ’ ଅଭିଶାପ ପାଲଟିଛି। ଚିକିତ୍ସା ସୁବିଧାସୁଯୋଗରୁ ବଞ୍ଚିତ ରୋଗୀମାନେ ଏବେ ନବୀନ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଏସ୍‌କେୱାଇକୁ ଝୁରୁଛନ୍ତି। କୋରାପୁଟ, ରାୟଗଡ଼ାର ରୋଗୀମାନେ ବିଶାଖାପାଟଣାରେ ଚିକିତ୍ସା ନ ପାଇ ହନ୍ତସନ୍ତ ହୋଇଥିବାବେଳେ ଏବେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଅନୁରୂପ ଘଟଣା ଦେଖିବାକୁ ମିଳିଛି। ବିଏସ୍‌କେୱାଇରେ ବିନା ମୂଲ୍ୟରେ ହୃଦରୋଗର ଚିକିତ୍ସା କରିଥିବା ଗରିବ ଝିଅଟି ଏବେ ଅନ୍ୟଏକ ବ୍ୟାଧିରେ ମୃତ୍ୟୁସହ ସଂଘର୍ଷ କରୁଥିଲେ ହେଁ ଆୟୁଷ୍ମାନ ଯୋଜନାରେ ଚିକିତ୍ସା ସୁଯୋଗ ପାଇପାରୁ ନାହିଁ। ଯାହାକୁ ନେଇ ପରିବାର ଲୋକମାନେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ଆୟୁଷ୍ମାନ କାର୍ଡ ସେମାନଙ୍କ ଚିକିତ୍ସାରେ ଲାଗି ପାରୁ ନ ଥିବା ଅଭିଯୋଗ କରି ଯଦି ତାଙ୍କ ଝିଅର କିଛି ହୋଇଯାଏ ତେବେ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ପରିବାର ସଦସ୍ୟମାନେ ଚେତାବନୀ ଦେଇଛନ୍ତି ।
ସାଲିଆ ସାହିର ଝିଅ ରାଧିକା (ଛଦ୍ମନାମ)ର ପରିବାର ଅତ୍ୟନ୍ତ ଗରିବ। ପୂର୍ବରୁ ବିଏସ୍‌କେୱାଇରେ ନିଜର ହୃଦ୍‌ରୋଗର ଚିକିତ୍ସା କରି ସୁସ୍ଥ ହୋଇଥିଲେ। ମାତ୍ର ଏବେ ସେ ଆଉଏକ ଦୂରାରୋଗ୍ୟ ବ୍ୟାଧିରେ ପୀଡ଼ିତ ଓ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ମାତ୍ର ପୂର୍ବରୁ ବିଏସ୍‌କେୱାଇରେ ସେ ଘରୋଇ ହସ୍ପିଟାଲ୍‌ରେ ଯେଉଁ ଚିକିତ୍ସା ସେବା ପାଇଥିଲେ, ଏବେ ଆୟୁଷ୍ମାନ୍‌ର ତାହା ପାଉନାହାନ୍ତି। ତେଣୁ ଝିଅଟି ଏବେ ଜୀବନ-ମରଣ ସହ ସଂଘର୍ଷ କରୁଛି। ତାଙ୍କ ପରିବାର ମଧ୍ୟ ଏହାକୁ ନେଇ ବେଶ୍‌ ଚିନ୍ତିତ। ଆୟୁଷ୍ମାନ କାର୍ଡ ତାଙ୍କ ପାଇ ଅଭିଶାପ ପାଲଟିଛି ବୋଲି ଉଲ୍ଲେଖ କରି ସରକାରଙ୍କୁ ନିନ୍ଦା କରିଛନ୍ତି । ଚିକିତ୍ସା ନ ପାଇ ତାଙ୍କ ଝିଅ ଯଦି ମୃତ୍ୟୁବରଣ କରେ ତେବେ ସରକାର ଦାୟୀ ରହିବେ ବୋଲି ରାଧିକାର ବାପା କହିଛନ୍ତି। ଆୟୁଷ୍ମାନ ଯୋଜନାରେ ବିଭିନ୍ନ ରୋଗ ପାଇଁ ଅପେକ୍ଷାକୃତ କମ୍‌ ଅର୍ଥ ବରାଦ ଯୋଗୁଁ ଚିକିତ୍ସା ସେବା ବ୍ୟାହତ ହେଉଛି। ଏତେ କମ୍‌ ଅର୍ଥ ବରାଦରେ ବଡ଼ ରୋଗର ଚିକିତ୍ସା କରାଯାଇ ପାରିବ ନାହିଁ ବୋଲି ଘରୋଇ ଡାକ୍ତରଖାନା ଗୁଡ଼ିକ ସଫା ସଫା ଶୁଣାଇ ଦେଇଛନ୍ତି। ଯାହାକୁ ନେଇ ଅକଳରେ ପଡ଼ିଛନ୍ତି ରାଜ୍ୟ ସରକାର। ଏ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ମଧ୍ୟ କୌଣସି ସ୍ପଷ୍ଟ ଉତ୍ତର ଦେଇପାରୁନାହାନ୍ତି। ସାରା ଦେଶରେ ଆୟୁଷ୍ମାନ ଭାରତର ଗୋଟିଏ ପ୍ୟାକେଜ୍‌ ଲାଗୁ କରାଯାଇଛି। ବିଏସ୍‌କେୱାଇ ପ୍ୟାକେଜ୍‌ ଓ ସାମ୍ପ୍ରତିକ ବଜାର ଚିକିତ୍ସା ମୂଲ୍ୟ ତୁଳନାରେ ଆୟୁଷ୍ମାନ ଭାରତର ଚିକିତ୍ସା ପ୍ୟାକେଜ୍‌ ବହୁତ କମ୍‌ ରହିଛି। ବିଏସ୍‌କେୱାଇରେ ସରକାର ଦେଉଥିବା ଚିକିତ୍ସା ପ୍ୟାକେଜ୍‌କୁ ନେଇ ଘରୋଇ ଡାକ୍ତରଖାନା କେବେ ଅଭିଯୋଗ ଆଣି ନ ଥିଲେ। ବଜାର ମୂଲ୍ୟ ବୃଦ୍ଧି ହେତୁ ପ୍ୟାକେଜ୍‌ ଗୁଡିକରେ ଅନ୍ୟୂନ ୨୦ ପ୍ରତିଶତ ବୃଦ୍ଧି କରାଯାଉ ବୋଲି ସ୍ୱାସ୍ଥ୍ୟ ବିଭାଗ ପାଖରେ ଦାବି କରୁଥିଲେ; କିନ୍ତୁ ଆୟୁଷ୍ମାନ ଭାରତରେ ଶତାଧିକ ରୋଗକୁ ଚିକିତ୍ସା ତାଲିକାରୁ ବାଦ୍‌ ଦିଆଯାଇ ଥିବା ବେଳେ ପ୍ୟାକେଜ୍‌ ୫୦ ପ୍ରତିଶତକୁ ଖସି ଆସିଛି।
କିଛି ରୋଗର ପ୍ୟାକେଜ୍‌ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି। ସିଟି ସ୍କାନ, ଏମ୍‌ଆରଆଇ, ପିଏଫ୍‌ଟି, ଏନ୍‌ସିଭି, ଇଏମ୍‌ଜି ଭଳି ବ୍ୟୟବହୁଳ ନିଦାନ ବ୍ୟବସ୍ଥା ଚିକିତ୍ସା ପ୍ୟାକେଜରେ ନାହିଁ। ହୃଦରୋଗୀଙ୍କ ଜୀବନ ରକ୍ଷା ପାଇଁ ପ୍ରତିରୋପଣ ହେଉଥିବା ପେସ୍‌ ମେକର୍‌ ଦାମ୍‌ ଦେଢ଼ ଲକ୍ଷ ଟଙ୍କା। ମାତ୍ର ଆୟୁଷ୍ମାନରେ ମାତ୍ର ୭୫ ହଜାର ଟଙ୍କା ଦିଆଯାଉଛି। ସେହିପରି କାର୍ଡିଓଟୋକୋଗ୍ରାଫୀ (ସିଟିଜି), ମେରୁଦଣ୍ଡ ଚିକିତ୍ସା, ମସ୍ତିଷ୍କ ରୋଗ, କିଡ୍‌ନୀ ରୋଗ, ସ୍ନାୟୁ ରୋଗ, ବିଭିନ୍ନ ପ୍ରକାର ଅସ୍ତ୍ରୋପଚାର ଭଳି ଗୁରୁତର ମାମଲାରେ ଚିକିତ୍ସା ଖର୍ଚ୍ଚ ବହୁତ କମ୍‌ ରହିଛି।  ଗୋଟିଏପଟେ ଆୟୁଷ୍ମାନ ପ୍ୟାକେଜ୍‌ ବୃଦ୍ଧି କରାଯାଇ ପାରୁନି। ଅନ୍ୟପକ୍ଷରେ ରୋଗୀଙ୍କ ପାଇଁ ଆବଶ୍ୟକ ଅତିରିକ୍ତ ଖର୍ଚ୍ଚକୁ ରାଜ୍ୟ ସରକାର ବହନ କରିବାକୁ ଚାହୁନାହାନ୍ତି। ଏଥିରେ କେବଳ ସାଧାରଣ ଗରିବ ରୋଗୀ ଦହଗଞ୍ଜ ହେଉଛି। ଗତ କିଛି ବର୍ଷ ହେଲା ରାଜ୍ୟବାସୀ ମାଗଣା ସ୍ୱାସ୍ଥ୍ୟ ସେବା ପାଇଁ ବେଶ ଉପକୃତ ହେଉଥିବାବେଳେ ଏବେ ଚିକିତ୍ସା ପାଇଁ ସେମାନଙ୍କୁ ଜମି ଘର ବିକିବାକୁ ପଡ଼ୁଛି।
ବଲାଙ୍ଗିର: ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବନ୍ଦ କରି ଆୟୁଷ୍ମାନ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ରୋଗୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତୁଳନାରେ ଅଧିକ ସୁବିଧା ମିଳିବ ବୋଲି ଘୋଷଣା କରିଛନ୍ତି। ମାତ୍ର ବାସ୍ତବିକତା ହେଉଛି ଭିନ୍ନ, ଆୟୁଷ୍ମାନରେ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିବା ଓଡ଼ିଆ ରୋଗୀ କିପରି ହଇରାଣ ହରକତ ହୋଇଛନ୍ତି ତାହା ଶୁଣିବା ପରେ ଆୟୁଷ୍ମାନକୁ ଲୋକମାନେ ଅଭିଶାପ କହିବା ଆରମ୍ଭ କରିଛନ୍ତି । ଆୟୁଷ୍ମାନ ଯୋଜନା ଦ୍ୱାରା ପ୍ରଭାବିତ ହୋଇଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମୁମ୍ବାଇରୁ ଭିଡିଓ ଜରିଆରେ ନିଜର କ୍ଷୋଭ ବ୍ୟକ୍ତ କରିଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସ୍‌କେୱାଇ ଯୋଜନାରେ ପୂର୍ବରୁ ସେମାନେ ଅଧିକ ସୁବିଧା ପାଉଥିବାବେଳେ ବର୍ତ୍ତମାନ ଆୟୁଷ୍ମାନ ଯୋଜନାରେ ତାହା ମିଳୁ ନ ଥିବା ଅଭିଯୋଗ କରିଛନ୍ତି।
କଟକ ଜିଲ୍ଲାର କର୍କଟ ରୋଗୀ ସୁକାନ୍ତ କୁମାର ସାହୁ। ରୋଗରେ ଆକ୍ରାନ୍ତ ହେବା ପରେ ବିଏସ୍‌କେୱାଇ ଯୋଜନା ଜରିଆରେ ମୁମ୍ବାଇରେ ଚିକିତ୍ସିତ ହୋଇଥିଲେ। ଏହି କାର୍ଡକୁ ବ୍ୟବହାର କରି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷାଠାରୁ ଆରମ୍ଭ କରି ଅପରେସନ ପର୍ଯ୍ୟନ୍ତ ସବୁତକ ଖର୍ଚ୍ଚ ତତ୍‌କାଳୀନ ରାଜ୍ୟ ସରକାର ବହନ କରିଥିଲେ। ଅପରେସନ ପରେ ନିୟମିତ ଚିକିତ୍ସା ମଧ୍ୟ କାର୍ଡ ଦ୍ୱାରା କରୁଥିଲେ। କିନ୍ତୁ ଏହା ଆୟୁଷ୍ମାନ କାର୍ଡ ହେବା ପରେ ମୁମ୍ବାଇରେ ଆଉ ପୂର୍ବ ଭଳି ସେବା ମିଳୁ ନ ଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ଭଦ୍ରକ ଜିଲ୍ଲାର ଦୀପକ କୁମାର ସେନାପତି ନିଜର କର୍କଟ ପୀଡ଼ିତ ସ୍ତ୍ରୀଙ୍କୁ ମୁମ୍ବାଇରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ତାଙ୍କ କହିବା ଅନୁସାରେ ବିଏସ୍‌କେୱାଇ ଯୋଜନାରେ ମୁମ୍ବାଇକୁ ଆସି ସବୁପ୍ରକାର ପରୀକ୍ଷାଠାରୁ ଆରମ୍ଭ କରି ଅପରେସନ, ଔଷଧ ସବୁ ମାଗଣାରେ ମିଳୁଥିଲା କିନ୍ତୁ ଆଉ ତାହା ମିଳୁନାହିଁ। ଆୟୁଷ୍ମାନ କାର୍ଡ କେବଳ ଅପରେସନ, କେମୋ ଓ ଲାଇଟ୍‌ ପାଇଁ ବ୍ୟବହାର ହେଉଛି। ବାକି ସବୁ ପରୀକ୍ଷା, ଔଷଧ ପାଇଁ ଥରେ ଆସିଲେ ବହୁ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବା ସେ ଅଭିଯୋଗ କରିଛନ୍ତି। ଆଉ ଜଣେ ରୋଗୀ ସମ୍ପର୍କୀୟ ମଧ୍ୟ ଆୟୁଷ୍ମାନ କାର୍ଡର ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପୂର୍ବରୁ ବିଏସ୍‌କେୱାଇ କାର୍ଡ ନେଇ ଗଲା ଚିକିତ୍ସା ହେବାସହ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁ ନ ଥିଲା। କେବଳ ରହିବା ପାଇଁ ଖର୍ଚ୍ଚ ହେଉଥିଲା। କିନ୍ତୁ ଏବେ ଆୟୁଷ୍ମାନ ଯୋଜନାରେ ହୋଇଥିବା ପରିବର୍ତ୍ତନ ଅନୁସାରେ ମୁମ୍ବାଇରେ ଥିବା ଡାକ୍ତରଖାନା ମାନଙ୍କରେ ସବୁ ସୁବିଧା ଦିଆଯାଉନାହିଁ। ଏହିଭଳି ଅନେକ ରୋଗୀ ମୁମ୍ବାଇ ନିୟମିତ ଯାଇ ଚିକିତ୍ସିତ ହେଉଥିବା ବେଳେ ଆୟୁଷ୍ମାନ ଯୋଜନା କାର୍ଡ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହୋଇଛି। ଏଦିଗରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।
ରାଜ୍ୟ ବିଜେପି ସାଂସଦଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନବାଚୀ; ‘ଆବାସ’, ‘ଉଷୁନା’, ‘ରୟାଲଟି’, ‘ଏମ୍‍ଏସ୍‍ପି’ ପ୍ରସଙ୍ଗରେ ନିରବ କାହିଁକି
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ନେତୃତ୍ୱରେ ଓଡ଼ିଶାରୁ ନିର୍ବାଚିତ ବିଜେପିର ଲୋକସଭା ସାଂସଦମାନେ ଗୁରୁବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମନସୁଖ ମାଣ୍ଡଭୀୟଙ୍କୁ ଭେଟି ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ଦାବି କରିଛନ୍ତି। ଓଡ଼ିଶା ଏହି ଯୋଜନା ଲାଗୁ କରୁ ନ ଥିବା ଯୋଗୁଁ ଓଡ଼ିଆ ଲୋକେ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଥିବା ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ମାତ୍ର ବିଜେପି ସାଂସଦ ଓ କେନ୍ଦ୍ରମନ୍ତ୍ରୀମାନଙ୍କ ଅଭିଯୋଗକୁ ନେଇ ଏବେ ରାଜ୍ୟର ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ଼ ଜରିଆରେ ରାଜ୍ୟବାସୀଙ୍କ ମାଗଣା ସେବା ନିଶ୍ଚିତ କରିଥିବା ବେଳେ ବିଜେପି ‘ଆୟୁଷ୍ମାନ’ କାର୍ଯ୍ୟକାରିତାକୁ ଗୁରୁତ୍ୱ ଦେବା ପଛରେ ରହିଥିବା ଉଦ୍ଦେଶ୍ୟକୁ ନେଇ ସନ୍ଦେହ କରିବାକୁ ଆରମ୍ଭ କରିଛନ୍ତି ରାଜ୍ୟବାସୀ। ବିଜେପି ପାଇଁ ରାଜ୍ୟ ସ୍ୱାର୍ଥ କ’ଣ କେବଳ ‘ଆୟୁଷ୍ମାନ’ରେ ସୀମିତ? ଧାନର ସହାୟକ ମୂଲ୍ୟ ବୃଦ୍ଧି, କୋଇଲା ରାଜଭାଗ ପ୍ରସଙ୍ଗ, ଉଷୁନା ଉଠାଣ, ଆବାସ ଯୋଗାଣ, ରାଜ୍ୟର ୧୬୦ ବର୍ଗର ଲୋକଙ୍କୁ ଆଦିବାସୀ ମାନ୍ୟତା, ବିଭିନ୍ନ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ, ବିପର୍ଯ୍ୟୟ ପ୍ରତିରୋଧୀ ପ୍ରକଳ୍ପ, ଫୋକସ ରାଜ୍ୟ ପରି ପ୍ରସଙ୍ଗରେ କାହିଁକି ବିଜେପି ନେତାମାନେ କେନ୍ଦ୍ରରେ ଦାବି କରୁନାହାନ୍ତି ବୋଲି ମଧ୍ୟ ସ୍ୱାଭାବିକ ପ୍ରଶ୍ନ ଉଠିଛି।
ରାଜ୍ୟ ସ୍ୱାର୍ଥ ସଂକ୍ରାନ୍ତ ଗଦା ଗଦା ପ୍ରସଙ୍ଗକୁ କେନ୍ଦ୍ର ସରକାର ଲଗାତାର ଭାବେ ଅଣଦେଖା କରି ଆସୁଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡିର ସାଂସଦମାନେ କେନ୍ଦ୍ର ପାଖରେ ବିଭିନ୍ନ ସମୟରେ ଦାବି କରିଛନ୍ତି। ମାତ୍ର ରାଜ୍ୟ ସ୍ୱାର୍ଥ ପୂରଣ ପାଇଁ କେନ୍ଦ୍ର ପାଖରେ ମୁହଁ ଖୋଲିବାକୁ ବିଜେପି ସାଂସଦଙ୍କ ଜୁ’ ପାଉନାହିଁ। ଅପରପକ୍ଷେ ଆୟୁଷ୍ମାନ ଭାରତଠାରୁ ସବୁ କ୍ଷେତ୍ରରେ ଶ୍ରେଷ୍ଠ କୁହାଯାଉଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରି ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରଦାନ କରିଆସୁଛନ୍ତି। ଏପରିସ୍ଥଳେ ବିଜେପି ସାଂସଦମାନେ ରାଜ୍ୟସ୍ୱାର୍ଥକୁ ପଛକରି କଣ ପାଇଁ କେବଳ ଆୟୁଷ୍ମାନ ସପକ୍ଷରେ ଓକିଲାତି କରିବାକୁ ବାହାରିଲେ ତାହାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।
ଆୟୁଷ୍ମାନ ଭାରତକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସବୁବେଳେ ରାଜ୍ୟର ମତ ସ୍ପଷ୍ଟ କରି ଆସିଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବାର୍ଷିକ ମହିଳାମାନଙ୍କ ପାଇଁ ୧୦ ଲକ୍ଷ ଏବଂ ପୁରୁଷମାନଙ୍କ ପାଇଁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସହାୟତା ପ୍ରଦାନ କରାଯାଇଛି। ମାତ୍ର ଆୟୁଷ୍ମାନ ଭାରତରେ ମହିଳାମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୯୬ ଲକ୍ଷ ପରିବାରକୁ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଆୟୁଷ୍ମାନ ଭାରତରେ ମାତ୍ର ୬୦ ଲକ୍ଷ ପରିବାରକୁ ଅନ୍ତର୍ଭୁକ୍ତ କରାଯିବାକୁ ପ୍ରସ୍ତାବ ରହିଛି। ସେହିପରି ଆୟୁଷ୍ମାନ ଭାରତରେ ଆଇପିଡି ଏବଂ ଓପିଡି ସୁବିଧା ନାହିଁ। କିନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀ ନିଜ କାର୍ଡକୁ ନେଇ ଡାକ୍ତରଖାନାରେ ସିଧାସଳଖ ଚିକିତ୍ସା ସୁବିଧା ପାଇବାର ବ୍ୟବସ୍ଥା କରାଯାଇଥିବା ବେଳେ ଆୟୁଷ୍ମାନ ଭାରତ ଯୋଜନା ବ୍ୟବହାର କରିବାରେ ବହୁ ଜଟିଳତା ରହିଛି। ଏହି ଯୋଜନାରେ ଖର୍ଚ୍ଚ ହେବାକୁ ଥିବା ଅର୍ଥ ବୀମା କମ୍ପାନୀ ବହନ କରିବାକୁ ବ୍ୟବସ୍ଥା ରହିଛି। ତେଣୁ ଏତେ ସବୁ ଜଟିଳତା ପାଇଁ ରାଜ୍ୟ ଏହି ଯୋଜନାକୁ ଆପଣାଉ ନାହିଁ। ଅତଏବ ବିଜେପି ସାଂସଦମାନେ ଦୁଇଟି ଯୋଜନାରେ ଥିବା ବିଭେଦକୁ କାହିଁକି ବୁଝିପାରୁ ନାହାନ୍ତି ଓ ଅଧିକ ଲୋକ ଉପକୃତ ହେବା ପରି ରାଜ୍ୟର ବିଏସ୍‍କେୱାଇକୁ କାହିଁକି ଗ୍ରହଣ ନ କରି ଆୟୁଷ୍ମାନ ପାଇଁ ଯୁକ୍ତି ବାଢ଼ୁଛନ୍ତି ତାକୁ ନେଇସାଧାରଣରେ ପ୍ରଶ୍ନ ଉଠିଛି।
ଅନ୍ୟପଟେ କେନ୍ଦ୍ର ସରକାର ରାଜ୍ୟର ବିଭିନ୍ନ ଦାବିକୁ ଲଗାତାର ଭାବେ ଉପେକ୍ଷା କରି ଆସିଛନ୍ତି। ରାଜ୍ୟର ୧୬୦ ସମ୍ପ୍ରଦାୟକୁ ଜନଜାତି ମାନ୍ୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ନିକଟରେ ବାରମ୍ବାର ଦାବି କରି ଆସୁଛନ୍ତି। ମାତ୍ର କେନ୍ଦ୍ର ସରକାର ଏନେଇ ନିରବଦ୍ରଷ୍ଟା ସାଜି ବସିଛନ୍ତି। କେନ୍ଦୁପତ୍ର ପରି ଲଘୁ ବନ୍ୟଜାତ ସାମଗ୍ରୀ ଉପରେ ୧୮ ପ୍ରତିଶତ ଜିଏସ୍‍ଟି ନେଇ କେନ୍ଦ୍ର ସରକାର ରାଜ୍ୟର ଲକ୍ଷଲକ୍ଷ ଗରିବ କେନ୍ଦୁପତ୍ର ତୋଳାଳି ଓ ଏହି କାର୍ଯ୍ୟ ସହ ଜଡ଼ିତ ଶ୍ରମିକମାନଙ୍କୁ ପରୋକ୍ଷରେ ଶୋଷଣ କରୁଛନ୍ତି। କୋଇଲା ରାଜଭାଗକୁ ୧୪ ପ୍ରତିଶତରୁ ୨୦ପ୍ରତିଶତକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର କ୍ରମାଗତ ଭାବେ ଦାବି କରି ଆସୁଛନ୍ତି। ଓଡ଼ିଶାର ଉଷୁନା ଚାଉଳକୁ ଏଫ୍‍ସିଆଇ ଉଠାଉ ନଥିବା ବେଳେ ସାର ପ୍ରଦାନରେ ପ୍ରତିବର୍ଷ ଚାଷୀଙ୍କୁ ହନ୍ତସନ୍ତ କରୁଛି। ଲଗାତାର ଦାବି ସତ୍ତ୍ବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କେନ୍ଦ୍ର ସରକାର ବୃଦ୍ଧି କରୁ ନଥିବା ବେଳେ ବିଭିନ୍ନ ଯୋଜନାରେ ଓଡ଼ିଶାର ଅର୍ଥ ଏବଂ ସବ୍‍ସିଡିକୁ ସଠିକ୍‍ ସମୟରେ ପ୍ରଦାନ କରୁନାହାନ୍ତି। ଏବେ ବି କେନ୍ଦ୍ର ଉପରେ ହଜାର ହଜାର କୋଟି ଟଙ୍କା ବକେୟା ଭାବେ ଗଡ଼ୁଛି।
ସେହିପରି ଅନେକ କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ର ସରକାର ନିଜ ଅଂଶକୁ ୬୦-୪୦କୁ ହ୍ରାସ କରିଥିବା ବେଳେ ଏସ୍‍, ଏସ୍‍ଟି ଛାତ୍ରଛାତ୍ରୀଙ୍କ ବୃତ୍ତି ବାବଦରେ ଅର୍ଥ ଠିକ୍‍ ସମୟରେ ମିଳୁନାହିଁ। ସେହିପରି ଜଳ ବିବାଦ, ସୀମା ବିବାଦ କ୍ଷେତ୍ରରେ କେନ୍ଦ୍ର ଚୁପ୍‍ ରହୁଥିବା ବେଳେ ଶିକ୍ଷା କ୍ଷେତ୍ରରେ ରୁଷା ପାଣ୍ଠି, ମଧ୍ୟାହ୍ନ ଭୋଜନରେ କେନ୍ଦ୍ର ପକ୍ଷରୁ ମିଳୁଥିବା ଅର୍ଥ ମଧ୍ୟ ସଠିକ୍‍ ସମୟରେ ରାଜ୍ୟକୁ ମିଳୁନାହିଁ। ଏସବୁ ପ୍ରସଙ୍ଗକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କ ପାଖକୁ କେବେ ବିଜେପି ସାଂସଦମାନେ ଯାଇଛନ୍ତି କି ବୋଲି ସାଧାରଣ ଲୋକେ ପ୍ରଶ୍ନ କରିବା ଆରମ୍ଭ କଲେଣି।