Vijay Diwas - The Sakala

‘ବର୍ଡର-୨’ର ଧମାକାଦାର ପୋଷ୍ଟର ରିଲିଜ୍: ଏହି ଐତିହାସିକ ଦିନ ସାମ୍ନାକୁ ଆସିବ ଟିଜର, ଫ୍ୟାନ୍ସ ଉତ୍ସାହିତ...
ମୁମ୍ବାଇ: ୨୦୨୬ ମସିହାର ସବୁଠାରୁ ବଡ଼ ତଥା ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର "ବର୍ଡର-୨" (Border 2) କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ନିକଟରେ ଫିଲ୍ମର ନିର୍ମାତାମାନେ ଏକ ଦମଦାର ମୋସନ୍ ପୋଷ୍ଟର ଜାରି କରିବା ସହ ଫିଲ୍ମର ଟିଜର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଏହି ଫିଲ୍ମରେ ବଲିଉଡର ଦିଗ୍ଗଜ ଅଭିନେତା ସନ୍ନି ଦେଓଲଙ୍କ ସମେତ ବରୁଣ ଧୱନ, ଦିଲଜିତ ଦୋସାଞ୍ଝ ଏବଂ ଅହାନ ଶେଟ୍ଟୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

କେବେ ଆସିବ ଟିଜର?

ଦେଶଭକ୍ତିର ନିଆରା ପରିଚୟ ବହନ କରୁଥିବା ଏହି ଫିଲ୍ମର ଟିଜର ଆସନ୍ତା ଡିସେମ୍ବର ୧୬ ତାରିଖ (ବିଜୟ ଦିବସ) ଅବସରରେ ଦିନ ୧ଟା ୩୦ ମିନିଟରେ ମୁକ୍ତିଲାଭ କରିବ। ୧୯୭୧ ଯୁଦ୍ଧରେ ଭାରତର ଐତିହାସିକ ବିଜୟ ଏବଂ ଯବାନଙ୍କ ବଳିଦାନକୁ ସମ୍ମାନ ଜଣାଇ ନିର୍ମାତାମାନେ ଏହି ବିଶେଷ ଦିନଟିକୁ ବାଛିଛନ୍ତି।

https://www.instagram.com/p/DSJ8BPQjM8C/

ଜଳ, ସ୍ଥଳ ଓ ଆକାଶରେ ଦେଖିବାକୁ ମିଳିବ ପରାକ୍ରମ

ଜାରି ହୋଇଥିବା ନୂଆ ପୋଷ୍ଟରରେ ଭାରତୀୟ ସେନାର ତିନି ବାହିନୀର ଝଲକ ଦେଖିବାକୁ ମିଳିଛି।

ସନ୍ନି ଦେଓଲ ଓ ବରୁଣ ଧୱନ: ଭାରତୀୟ ସ୍ଥଳସେନା (Indian Army) ବେଶରେ।

ଅହାନ ଶେଟ୍ଟୀ: ନୌସେନା (Indian Navy) ଅଧିକାରୀ ଭାବରେ।

ଦିଲଜିତ ଦୋସାଞ୍ଝ: ବାୟୁସେନା (Indian Air Force) ର ବୀରତ୍ୱ ପ୍ରଦର୍ଶନ କରୁଥିବା ଦେଖାଯାଇଛି।

ରିୟଲ ଲାଇଫ୍ ହିରୋଙ୍କ କାହାଣୀ

୧୯୯୭ର ବ୍ଲକବଷ୍ଟର ଫିଲ୍ମ 'ବର୍ଡର'ର ଏହା ସିକ୍ୱେଲ୍ ଅଟେ। ଏଥିରେ ସନ୍ନି ଦେଓଲ ପୁଣିଥରେ ମେଜର କୁଲଦୀପ ସିଂହ ଚାନ୍ଦପୁରୀଙ୍କ ଭୂମିକାରେ ନଜର ଆସିବେ। ସେହିପରି ଦିଲଜିତଙ୍କ ଚରିତ୍ର ପରମ ବୀର ଚକ୍ର ବିଜେତା ନିର୍ମଳ ଜିତ ସିଂ ସେଖୋନ ଏବଂ ବରୁଣଙ୍କ ଚରିତ୍ର କର୍ଣ୍ଣେଲ ହୋସିୟାର ସିଂ ଦହିୟାଙ୍କ ବୀରତ୍ୱ ଗାଥା ଉପରେ ଆଧାରିତ ହେବ।

ସୂଚନାଯୋଗ୍ୟ ଯେ, 'ବର୍ଡର-୨' ଆସନ୍ତା ୨୩ ଜାନୁଆରୀ ୨୦୨୬ରେ ସିନେମା ଘରେ ମୁକ୍ତିଲାଭ କରିବ।

ଦେଶ ପାଳୁଛି ବିଜୟ ଦିବସ: ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୫୨ତମ ବିଜୟ ଦିବସ। ଏହି ଅବସରରେ ଆଜି ନ୍ୟାସନାଲ ଓ୍ବାର ମେମୋରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଆର୍ମି ମୁଖ୍ୟ ଜେନେରାଲ ଅନୀଲ ଚୌହାନ, ସେନା କର୍ମଚାରୀ ଜେନେରାଲ ମନୋଜ ପାଣ୍ଡେ, ନାଭାଲ ସେନା ମୁଖ୍ୟ ଆର ହରି କୁମାର ଏବଂ ବାୟୁସେନା ଉପାଧ୍ୟକ୍ଷ ଏୟାର ମାର୍ଶଲ ଅମର ପ୍ରୀତ ସିଂ ମଧ୍ୟ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।

Today, on Vijay Diwas, we pay heartfelt tributes to all the brave heroes who dutifully served India in 1971, ensuring a decisive victory. Their valour and dedication remain a source of immense pride for the nation. Their sacrifices and unwavering spirit will forever be etched in…

— Narendra Modi (@narendramodi) December 16, 2023

୧୯୭୧ ମସିହା ଡିସେମ୍ବର ୧୬ ତାରିଖରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିଲା ଯୁଦ୍ଧ । ଆଉ ଏହି ଯୁଦ୍ଧରେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଥିଲା ଭାରତ। ଅନେକ ବୀର ସହିଦ ହୋଇଥିଲେ । ଯୁଦ୍ଧ ୧୩ ଦିନ ଚାଲିଲା। ପାଖାପାଖି ୯୩ ହଜାର ପାକିସ୍ତାନୀ ସୈନିକ ଶେଷରେ ଭାରତୀୟ ସେନାଙ୍କ ପାଖରେ ଆତ୍ମସମର୍ପଣ କରିଥିଲେ। ଏହି ଯୁଦ୍ଧର ଫଳାଫଳରେ ଗଠନ ହୋଇଥିଲା ବାଂଲାଦେଶ। ଯାହା ଭାରତୀୟ ସେନା ପାଇଁ କୌଣସି ଉତ୍ସବଠାରୁ କମ୍ ନ ଥିଲା। ଏହି ବିଜୟ ଭାରତୀୟ ସେନାର ସାହସିକତାର ସାକ୍ଷୀ । ଯୁଦ୍ଧର ଆରମ୍ଭ ୩ ଡିସେମ୍ବର ୧୯୭୧ରେ ଆରମ୍ଭ ହୋଇ ୧୬ ତାରିଖ ଯାଏଁ ଚାଲିଥିଲା। ସେହି ଯୁଦ୍ଧରେ ସହିଦ ହୋଇଥିବା ବୀର ଯବାନଙ୍କ ବଳିଦାନକୁ ମନେ ରଖିବା ଉଦ୍ଦେଶ୍ୟରେ ‘ବିଜୟ ଦିବସ’ ପାଳନ କରାଯାଉଛି। ଏହି ଦିନକୁ ବାଂଲାଦେଶ ମଧ୍ୟ ବିଜୟ ଦିବସ ଭାବେ ପାଳନ କରୁଛି।

ଆଜି ବିଜୟ ଦିବସ: ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରିଥିଲା ପାକିସ୍ତାନ, ସ୍ବାଧିନ ହୋଇଥିଲା ବାଂଲାଦେଶ
ଭାରତ ଇତିହାସରେ ଯେଉଁ କେତୋଟି ସ୍ମରଣୀୟ ଦିବସ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି ତନ୍ମଧ୍ୟରୁ ‘ବିଜୟ ଦିବସ’ ଅନ୍ୟତମ । ଡିସେମ୍ବର ୧୬ ତାରିଖକୁ ଭାରତ ‘ବିଜୟ ଦିବସ’ ଭାବେ ପାଳନ କରିଥାଏ। ଏହା ସେହି ଯୁଦ୍ଧ ଥିଲା, ଯେଉଁଥିରେ ବିଶ୍ୱ ମାନଚିତ୍ରରେ ବାଂଲାଦେଶ ନାମକ ଏକ ଦେଶ ଜନ୍ମ ନେଇଥିଲା । ୧୯୭୧ ପୂର୍ବରୁ ବାଂଲାଦେଶ ପାକିସ୍ତାନର ଏକ ଅଂଶ ଥିଲା, ଯାହାକୁ ପୂର୍ବ ପାକିସ୍ତାନ କୁହାଯାଉଥିଲା। ପୂର୍ବ ପାକିସ୍ତାନର ଲୋକମାନଙ୍କୁ ପାକିସ୍ତାନୀ ସେନା ଦ୍ୱାରା ମାଡ଼ ମାରିବା, ଶୋଷଣ, ଦୁଷ୍କର୍ମ ଓ ହତ୍ୟା ଭଳି ଅତ୍ୟାଚାର କରାଯାଉଥିଲା। ଡିସେମ୍ବର ୩, ୧୯୭୧ରେ, ଭାରତ ସରକାର ପୂର୍ବ ପାକିସ୍ତାନର ଲୋକଙ୍କୁ ବଞ୍ଚାଇବା ପାଇଁ ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବାକୁ ଭାରତୀୟ ସେନାକୁ ନିର୍ଦ୍ଦେଶ ଦେଇଥିଲେ। ଫିଲ୍ଡ ମାର୍ଶଲ ସାମ ମାନେକ୍‌ଶାଙ୍କ ନେତୃତ୍ୱରେ ଏହି ଯୁଦ୍ଧ ହୋଇଥିଲା |

ଏହି ଯୁଦ୍ଧରେ ପାକିସ୍ତାନକୁ ସବକ୍‌ ଶିଖାଇଥିଲା ଭାରତ । ୧୯୭୧ ଯୁଦ୍ଧରେ ପାକିସ୍ତାନର ୯୩,୦୦୦ ସୈନିକ ଯୁଦ୍ଧ ସମୟରେ ଧଳାପତାକା ଦେଖାଇ ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରିଥିଲେ । ଏହି ଯୁଦ୍ଧ ବାଂଲାଦେଶ ମୁକ୍ତି ପାଇଁ ଥିଲା । ଭାରତୀୟ ଯୋଦ୍ଧାଙ୍କ ବଳିଦାନ ସ୍ୱରୂପ ବାଂଲାଦେଶ ସ୍ୱାଧୀନ ହୋଇଥିଲା । ଯାହା ଭାରତୀୟ ସେନା ପାଇଁ କୌଣସି ଉତ୍ସବରୁ କମ୍ ନ ଥିଲା। ଏଥିପାଇଁ ପ୍ରତ୍ୟେକ ବର୍ଷ ଡିସେମ୍ବର ୧୬କୁ ‘ବିଜୟ ଦିବସ’ ଭାବେ ପାଳନ କରାଯାଉଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କୌଣସି ଦେଶର ଏତେ ସଂଖ୍ୟକ ସୈନ୍ୟଙ୍କ ଆତ୍ମସମର୍ପଣ ବିରଳ ଥିଲା । ଏହି ଯୁଦ୍ଧ ୩ ଡିସେମ୍ବର ୧୯୭୧ରୁ ଆରମ୍ଭ ହୋଇ ୧୬ ତାରିଖ ଯାଏଁ ଚାଲିଥିଲା। ଏହି ବିଜୟ ଭାରତୀୟ ସେନାର ସାହସିକତାର ସାକ୍ଷୀ। ସେବେଠାରୁ ପ୍ରତିବର୍ଷ ୧୬ ଡିସେମ୍ବରରେ ‘ବିଜୟ ଦିବସ’ ପାଳନ କରାଯାଏ । ସେହି ଯୁଦ୍ଧରେ ସହିଦ ହୋଇଥିବା ବୀର ଯବାନଙ୍କ ବଳିଦାନକୁ ମନେ ରଖିବା ଉଦ୍ଦେଶ୍ୟରେ ‘ବିଜୟ ଦିବସ’ ପାଳନ କରାଯାଉଛି।