JEE Main 2023 - The Sakala

ଖୁବ୍‌‌ଶୀଘ୍ର ପ୍ରକାଶ ପାଇବ ଜେଇଇ ମେନ୍‌‌ ରେଜଲ୍ଟ, ଜୁନ୍‌‌ ୪ରେ ଜେଇଇ ଆଡଭାନ୍ସଡ୍‌‌
ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ଜେଇଇ (ଯୁଗ୍ମ ପ୍ରବେଶିକା ପରୀକ୍ଷା) ରେଜଲ୍ଟ ଖୁବଶୀଘ୍ର ପ୍ରକାଶ ପାଇବ। ଚଳିତ ମାସ ଶେଷ ସୁଦ୍ଧା ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇବ ବୋଲି ଏନ୍‌ଟିଏ ପକ୍ଷରୁ ସୂଚନା ଦିଆଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ଜେଇଇ ମେନ୍‌‌ ଏପ୍ରିଲ ୬ ତାରିଖଠୁ ଆରମ୍ଭ ହୋଇ ୧୫ ତାରିଖରେ ଶେଷ ହୋଇଥିବା ବେଳେ ଏହି ପର୍ଯ୍ୟାୟରେ ପ୍ରାୟ ୮ଲକ୍ଷ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଛନ୍ତି। ରାଜ୍ୟର ପାଖାପାଖି ୨୦ ହଜାର ଛାତ୍ରଛାତ୍ରୀ ଚଳିତ ପର୍ଯ୍ୟାୟରେ ପ୍ରବେଶିକା ଦେଇଥିବା ସୂଚନା ମିଳିଛି। ଜେଇଇ ମେନ୍‌‌ ଫଳ ପ୍ରକାଶ ପାଇବା ପରେ ମେ’ ୫ ତାରିଖ ସୁଦ୍ଧା ମେଧାବୀ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍‌‌ ପାଇଁ ପଞ୍ଜୀକରଣ କରିବେ। ଜୁନ୍‌‌ ୪ ତାରିଖରେ ଦେଶର ୨୩ଟି ଆଇଆଇଟିରେ ନାମଲେଖା ପାଇଁ ଜେଇଇ ଆଡଭାନ୍ସଡ୍‌‌ ପରୀକ୍ଷା ଅନୁଷ୍ଠିତ ହେବ।

ଦ୍ୱିତୀୟ ପର୍ଯ୍ୟାୟ ଜେଇଇ ମେନ୍‌‌ ଆରମ୍ଭ, ଏପ୍ରିଲ ୧୫ରେ ସରିବ ପ୍ରବେଶିକା
ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ଜେଇଇ(ଯୁଗ୍ମ ପ୍ରବେଶିକା ପରୀକ୍ଷା) ମେନ୍‌‌ ଗୁରୁବାରଠୁ ଆରମ୍ଭ ହୋଇଛି। ଚଳିତ ପର୍ଯ୍ୟାୟରେ ପ୍ରାୟ ୯ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ପ୍ରବେଶିକା ଦେଉଥିବାବେଳେ ଆସନ୍ତା ୧୫ ତାରିଖ ଯାଏଁ ପରୀକ୍ଷା ଚାଲିବ। ଦେଶର ୩୩୦ଟି ସହରରେ ପରୀକ୍ଷା ପାଇଁ ବ୍ୟବସ୍ଥା ହୋଇଥିବାବେଳେ ରାଜ୍ୟର ୨୭ ସହରରେ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଉଛନ୍ତି। ଗୁରୁବାର ଦିନ ପୂର୍ବାହ୍ନ ୯ରୁ ୧୨ଟା ଓ ଅପରାହ୍ଣ ୩ରୁ ୬ଟା ମଧ୍ୟରେ ଦୁଇଟି ସିଫ୍ଟରେ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଛନ୍ତି। ରାଜ୍ୟର ପାଖାପାଖି ୧୫ ହଜାର ଛାତ୍ରଛାତ୍ରୀ ଚଳିତ ପର୍ଯ୍ୟାୟରେ ପ୍ରବେଶିକା ଦେଉଥିବାବେଳେ ପରବର୍ତ୍ତୀ ପରୀକ୍ଷା ଆସନ୍ତା ଏପ୍ରିଲ ୮,୧୦,୧୧,୧୨,୧୩ ଓ ୧୫ତାରିଖରେ ଅନୁଷ୍ଠିତ ହେବ ବୋଲି ଏନଟିଏ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ପ୍ରବେଶିକାର ଦୁଇ ଦିନ ପୂର୍ବରୁ ପିଲାଙ୍କ ପାଇଁ ଆଡ଼ମିଟ କାର୍ଡ ଉପଲବ୍ଧ କରାଯାଉଥିବା ଏନଟିଏ କହିଛି।

ପ୍ରକାଶ ପାଇଲା JEE (ମେନ୍)-୨୦୨୩ ସେସନ୍-୧ ରେଜଲ୍ଟ
ନୂଆଦିଲ୍ଲୀ: ପ୍ରକାଶ ପାଇଲା JEE (ମେନ୍)-୨୦୨୩ ସେସନ୍-୧ ରେଜଲ୍ଟ । ରେଜଲ୍ଟ ପ୍ରକାଶ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି। ଯେଉଁମାନେ ଜାନୁଆରୀରେ ପରୀକ୍ଷା ଦେଇଥିଲେ ରେଜଲ୍ଟ ଦେଖିପାରିବେ। ଅଫିସିଆଲ ୱେବସାଇଟ୍ – http://jeemain.nta.nic.inରେ ରେଜଲ୍ଟ ପ୍ରକାଶ ପାଇଛି।  ପ୍ରାର୍ଥୀମାନେ ସେମାନଙ୍କର ଆପ୍ଲିକେସନ୍‌ ନମ୍ବର ଓ ଜନ୍ମ ତାରିଖ ଦେଇ ରେଜଲ୍ଟ ଚେକ୍‌ କରିପାରିବେ।

ସୂଚନା ଅନୁଯାୟୀ, ଚଳିତ ଥର ୮.୬ ଲକ୍ଷ ପ୍ରାର୍ଥୀ ପେପର୍‌ ୧ ପରୀକ୍ଷା ଦେଇଥିବା ବେଳେ ୦.୪୬ ଲକ୍ଷ ପ୍ରାର୍ଥୀ ପେପର୍‌ ୨ ପରୀକ୍ଷା ଦେଇଥିଲେ।

ପ୍ରକାଶ ପାଇଲା ଜେଇଇ ମେନ୍ ୨୦୨୩ ବିଜ୍ଞପ୍ତି, ଆଜିଠୁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା
ନୂଆଦିଲ୍ଲୀ: ଶିକ୍ଷା ବର୍ଷ ୨୦୨୩-୨୪ ପାଇଁ ଜେଇଇ ମେନ୍ ୨୦୨୩ ପରୀକ୍ଷା ବିଜ୍ଞପ୍ତି ଜାରି ହୋଇଯାଇଛି । ଜେଇଇ ମେନ୍ ୨୦୨୩ ପରୀକ୍ଷା ଦୁଇଟି ପର୍ଯ୍ଯାୟରେ ଆୟୋଜିତ କରାଯିବ । ପ୍ରଥମ ପର୍ଯ୍ଯାୟ ଜାନୁଆରୀ ୨୦୨୩ରେ ଏବଂ ଦ୍ୱିତୀୟ ପର୍ଯ୍ଯାୟ ଏପ୍ରିଲ ୨୦୨୩ରେ ଆୟୋଜିତ ହେବ । ଚଳିତଥର ମଧ୍ୟ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜଏଣ୍ଟ ଏଣ୍ଟ୍ରାନ୍ସ ଏଗଜାମିସନ (ଜେଇଇ)ର ଆୟୋଜନ ଦାୟିତ୍ୱ ନ୍ୟାସନାଲ ଟେଷ୍ଟିଂ ଏଜନ୍ସି (ଏନଟିଏ)କୁ ହସ୍ତାନ୍ତର କରାଯାଇଛି । ଏନଟିଏ ବିଜ୍ଞପ୍ତି ଜାରି କରି କହିଛି ଯେ ପ୍ରଥମ ପର୍ଯ୍ଯାୟ ପରୀକ୍ଷା ଜାନୁଆରୀ ୨୦୨୩ରେ ଆୟୋଜିତ ହେବ । ଏଥିପାଇଁ ଆବେଦନ ପ୍ରକ୍ରିୟା ଆଜିଠୁ ଅର୍ଥାତ ୧୫ ଡିସେମ୍ବରରୁ ଆରମ୍ଭ ହୋଇଯାଇଛି । ଆବେଦନର ଶେଷ ତାରିଖ ୧୨ ଜାନୁଆରୀ ୨୦୨୩ ରହିଛି। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପାଇଁ ଜାନୁଆରୀ ୨୪, ୨୫, ୨୭, ୨୮, ୨୯, ୩୦ ଓ ୩୧ ଧାର୍ଯ୍ୟ କରାଯାଇଛି।

ଇଞ୍ଜିନିୟରିଂ ଆଡମିଶନ ପାଇଁ ଦେଶର ସବୁଠୁ ବଡ଼ ପ୍ରବେଶ ପରୀକ୍ଷାରେ ସାମିଲ ହେବା ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀ ଏନଟିଏ ଜେଇଇ ମେନର ଅଫିସିଆଲ ୱେବସାଇଟ୍ Jeemain.nta.nic.in କୁ ଯାଇ ଆବେଦନ କରିପାରିବେ । ଜେଇଇ ମେନ୍ ୨୦୨୩ ପରୀକ୍ଷାକୁ ୧୩ଟି ଭାଷାରେ ଅର୍ଥାତ ଇଂରାଜୀ, ହିନ୍ଦୀ, ଆସାମିୟା, ବଙ୍ଗାଳି, ଗୁଜୁରାଟୀ, କନ୍ନଡ, ମଲୟାଲମ, ମରାଠି, ଓଡ଼ିଆ, ପଞ୍ଜାବୀ, ତାମିଲ, ତେଲେଗୁ ଏବଂ ଉର୍ଦ୍ଦୁରେ ଆୟୋଜିତ କରାଯିବ ।