DHENKANALA - The Sakala

ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଶ୍ବପ୍ରସିଦ୍ଧ ଜୋରନ୍ଦା ମେଳା
ଢେଙ୍କାନାଳ: ଆସନ୍ତାକାଲି  ଠାରୁ ଆରମ୍ଭ ହେବ ବିଶ୍ବପ୍ରସିଦ୍ଧ ଜୋରନ୍ଦା ମାଘ ମେଳା ।  ଚଳଚଞ୍ଚଳ ହୋଇଉଠିଛି ମହିମା ଧର୍ମର ମୁଖ୍ୟ ପୀଠ । ପ୍ରତିବର୍ଷ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ରେ ଏହି ମେଳା ଅନୁଷ୍ଠିତ ହୋଇଥାଏ । ଆସନ୍ତା ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ପାଳିତ ହେବ ଏହି ମେଳା । ମହିମା ଧର୍ମର ପରମ୍ପରା ମୁତାବକ ଚଳିତ ବର୍ଷ ସେମାନଙ୍କର ୧୫୧ତମ ବାର୍ଷିକ ଉତ୍ସବ ପାଳିବେ ମାହିମା ସାଧୁ । ମହିମା ସାଧୁଙ୍କ ମନ୍ତ୍ରରେ ପ୍ରକମ୍ପିତ ହେବ ମହିମା ପୀଠ । ବିଭିନ୍ନ ନୀତିକାନ୍ତିର ସହିତ ଗାଦୀ ମନ୍ଦିର ପରିସରର ଚାରିଦ୍ୱାରରେ ଅଖଣ୍ଡ ଧୁନୀ ଜାଳିବେ ମହିମା ସାଧୁ । ସାରାବିଶ୍ୱର କଲ୍ୟାଣ ନିମନ୍ତେ ଦୁଇ ଦିନ ଧରି ଜାଳିବ ବିଶାଳକାୟ ଝ।ଡବତୀ ।

ବ୍ୟବସାୟକୁ ଦୃଷ୍ଟିରେ ରଖି ବିଭିନ୍ନ କିସମର ଦୋକାନୀମାନେ ବ୍ୟବସାୟର ପସରା ପାଇଁ ପ୍ରସ୍ତୁତିରେ ଲାଗିପଡିଛନ୍ତି। ଅପରପକ୍ଷରେ ଚଳିତ ବର୍ଷ ମେଳାରେ ଦର୍ଶକମାନଙ୍କର ମନୋରଞ୍ଜନ ପାଇଁ ଯାତ୍ରା, ମୀନା ବଜାର ଓ ବିଭିନ୍ନ ଦୋଳି ଆଦି ପ୍ରସ୍ତୁତି ମେଳାକୁ ଆହୁରି ସରଗରମ କରିବ। ଏହି ଯୋରନ୍ଦା ମେଳାରେ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବାବେଳେ, ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେପଟେ ଟ୍ରାଫିକ୍ ପରିଚାଳନା, ସ୍ୱାସ୍ଥ୍ୟ ପରିମଳ ଓ ପାନୀୟ ଜଳ ଯୋଗାଣ ଆଦି ପ୍ରସ୍ତୁତି ଚାଲିଛି।

ଗରିବ ରୋଗୀମାନଙ୍କ ପାଇଁ ବରଦାନ ପାଲଟିଛି BSKY: ସୁସ୍ଥ ହେଲେ କଙ୍କଡାହାଡର ସୁଶାନ୍ତ ସାହୁ ଓ ଅସ୍ତରଙ୍ଗ ଅଞ୍ଚଳର ପ୍ରକାଶ କୁମାର
କାମାକ୍ଷାନଗର: ମୁଖ୍ୟମନ୍ତ୍ରୀଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ଗରିବ ଅସହାୟଲୋକଙ୍କ ପାଇଁ ଆର୍ଶିବାଦ ପାଲଟିଛି। ରାଜ୍ୟରେ ଯେ କୌଣସି ଗରିବ ଲୋକ ଯେପରି ଜଟିଳରୁ ଜଟିଳ ରୋଗର ଚିକିତ୍ସା ସୁବିଧାରେ ପାଇପାରିବ ସେନେଇ ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ। ଯାହାର ସୁଫଳ ପାଇ ନୂଆ ଜୀବନ ପାଇଛନ୍ତି ଢେଙ୍କାଳନାଳ ଜିଲ୍ଲା କଙ୍କଡାହାଡ ବ୍ଲକର ସୁଶାନ୍ତ ସାହୁ ଓ କଟକ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ପ୍ରକାଶ କୁମାର ନାୟକ । ବିଏସ୍‌‌କେୱାଇ ସ୍ମାର୍ଟକାର୍ଡ ବ୍ୟବହାର କରି ସମସ୍ତ ଚିକିତ୍ସା ସେବା ପାଇ ପାରିଥିବାରୁ ଉଭୟଙ୍କ ପରିବାର ଲୋକେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

କଙ୍କଡାହାଡ଼ ବ୍ଲକ ରାଇବୋଲ ପଞ୍ଚାୟତ ଅନ୍ତର୍ଗତ ରାଇବୋଲ ଗ୍ରାମର ସୁଶାନ୍ତ ସାହୁ ପେଶାରେ ଜଣେ କାଠମିସ୍ତ୍ରୀ। ତେବେ ଅନେକ ଦିନ ଧରି ସେ ଛାତିରେ ଯନ୍ତ୍ରଣା ଭୋଗୁଥିଲେ। ଅନେକ ସ୍ଥାନରେ ଡାକ୍ତରଙ୍କୁ ଦେଖାଇବା ପରେ ହାର୍ଟରେ ସମସ୍ୟା ଥିବାରୁ ଅପରେସନ କରିବାକୁ ପରାମର୍ଶ ଦେଇଥିଲେ। ବ୍ୟୟବହୁଳ ହାର୍ଟ ଅପରେସନ ପାଇଁ ଜଣେ କାଠମିସ୍ତ୍ରୀ ଭାବରେ ଟଙ୍କା ଯୋଗାଡ଼ କରିବା ସୁଶାନ୍ତଙ୍କ ପାଇଁ ଅସମ୍ଭବ ମନେ ହେଉଥିଲା। କିନ୍ତୁ ଏହି ବିପଦ ସମୟରେ ସହା ହେଲା ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ। ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡର ଲାଭ ଉଠାଇ ସୁଶାନ୍ତ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମାଗଣାରେ ହାର୍ଟ ଅପରେସନ କରିଛନ୍ତି। ଯାହା ତାଙ୍କୁ ଦେଇଛି ଏକ ନୂଆ ଜୀବନ। ଏଥିପାଇଁ ସୁଶାନ୍ତ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିବା ବେଳେ ଏହି ଯୋଜନାରେ ବହୁ ଗରିବ ଓ ଅଭାବୀ ଲୋକ ନୂଆ ଜୀବନ ପାଉଥିବା ପ୍ରକାଶ କରିଛନ୍ତି।

ସେହପରି, ଅସ୍ତରଙ୍ଗ ଅଞ୍ଚଳର ପ୍ରକାଶ କୁମାର ନାୟକ(୩୦)ଙ୍କର  ଏକ ଜଟିଳ ଅସ୍ତ୍ରୋପଚାର ସଫଳ ହୋଇଛି। ବିଏସ୍‌‌କେୱାଇ ସ୍ମାର୍ଟକାର୍ଡ ବ୍ୟବହାର କରି ସମସ୍ତ ଚିକିତ୍ସା ସେବା ପାଇ ପାରିଥିବାରୁ ପ୍ରକାଶ ଏବଂ ତାଙ୍କ ପରିବାର ଲୋକେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଅସ୍ତରଙ୍ଗ କୁହୁଡି ଗ୍ରାମର ଅଖିଳ କୁମାର ନାୟକ ଏବଂ ଟୁନି ନାୟକଙ୍କ ବଡ ପୁଅ ପ୍ରକାଶ। ପରିବାରର ଆର୍ଥିକ ବୋଝ ପ୍ରକାଶଙ୍କ ଉପରେ। ଗାଁରେ ଏକ ଦୋକାନ କରି ସେ ପରିବାର ପ୍ରତିପୋଷଣ କରନ୍ତି। ଦୁଇ ବର୍ଷ ପୂର୍ବେ ଏକ ବରଯାତ୍ରୀ ଯାଇଥିବା ବେଳେ ସେଠାରେ ଅଘଟଣ ଘଟିଥିଲା। ପ୍ରକାଶଙ୍କ ଡାହାଣ ଗୋଡରେ ଆଘାତ ଲାଗିଥିଲା। ହେଲେ ଆଭ୍ୟନ୍ତରୀଣ ଆଘାତ ଯୋଗୁଁ ପ୍ରଥମେ ସେ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିନଥିଲେ। ମାତ୍ର କିଛି ଦିନ ପରେ ପ୍ରକାଶଙ୍କର ଚଲାବୁଲା ବନ୍ଦ ହୋଇଯାଇଥିଲା। ପରୀକ୍ଷାନିରୀକ୍ଷା କରିବାରୁ ତାଙ୍କର ଇଣ୍ଟରିଅର କ୍ରୁସିଏଟ ଲିଗାମେଣ୍ଟ(ଏସିଏଲ) ଜନିତ ସମସ୍ୟା ଥିବା ଜଣାପଡ଼ିଥିଲା। ଚିକିତ୍ସାରେ ବିଳମ୍ବ ହେତୁ ସ୍ୱାସ୍ଥ୍ୟଗତ ସମସ୍ୟା ଜଟିଳ ହୋଇ ସାରିଥିଲା। ୨ବର୍ଷ ଧରି ସେ ଯନ୍ତ୍ରଣା ସହିବା ପରେ କିଛି ଦିନ ପୂର୍ବେ ଭୁବନେଶ୍ୱର ୟୁନିଟ-୬ ସ୍ଥିତ ସରକାରୀ ହସ୍ପିଟାଲକୁ ଯାଇଥିଲେ। ଅସ୍ତ୍ରୋପଚାରର ଆବଶ୍ୟକତା ଥିବା ତାଙ୍କୁ କୁହାଯାଇଥିଲା। ମାତ୍ର ପ୍ରକାଶଙ୍କ ପୂର୍ବରୁ ଅନେକ ରୋଗୀ ଅସ୍ତ୍ରୋପଚାର ନିମନ୍ତେ ତାଲିକାରେ ରହିଥିଲେ। ଏଣୁ ଅସ୍ତ୍ରୋପଚାରରେ ବିଳମ୍ବ ହୋଇପାରେ ବୋଲି ଆଶଙ୍କା କରି ସେ କଟକ ଆସିଥିଲେ। ବିଏସ୍‌‌କେୱାଇ କାର୍ଡଧାରୀ ହୋଇଥିବାରୁ ତାଙ୍କୁ ସମସ୍ତ ଚିକିତ୍ସା ସହଜରେ ମିଳି ପାରିବ ବୋଲି ନିଶ୍ଚିତ ଥିଲେ। ଶ୍ରଦ୍ଧାସବୁରୀ ନର୍ସିଂହୋମରେ ତାଙ୍କୁ ପରିବାର ଲୋକେ ଭର୍ତ୍ତି କରିଥିଲେ। ଗତ ସପ୍ତାହରେ ତାଙ୍କର ଏଠାରେ ଅସ୍ତ୍ରୋପଚାର ହୋଇଥିଲା। ପ୍ରାୟ ୨ ଘଣ୍ଟା ଧରି ଅସ୍ତ୍ରୋପଚାର କରାଯାଇଥିଲା। ଏବେ ତାଙ୍କ ଡାକ୍ତରମାନେ ସ୍ୱତନ୍ତ୍ର ନିରୀକ୍ଷଣରେ ରଖିଛନ୍ତି। ଅସ୍ତ୍ରୋପଚାର ସଫଳ ହୋଇଥିବା ବେଳେ ସେ ପୂର୍ବଭଳି ଚଲାବୁଲା କରିବାକୁ ସକ୍ଷମ ହେବେ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

ପ୍ରକାଶ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଏହି ଯୋଜନା ଗରିବ ରୋଗୀମାନଙ୍କ ନିମନ୍ତେ ବରଦାନ ପାଲଟିଛି। ଟଙ୍କା ଟିଏ ବି ଖର୍ଚ୍ଚ ନକରି ଉନ୍ନତ ସ୍ୱାସ୍ଥ୍ୟ ସେବା ମିଳି ପାରୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସରକାରଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।

ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ବୃଦ୍ଧ ମୃତ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କୁମୁରି ସିଙ୍ଗା ଗ୍ରାମରରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧଙ୍କ ନାଁ କାଳିଆ ସାହୁ ବୋଲି ଜଣାପଡିଛି। କାଳିଆ ଆଜି ଭୋରରୁ ଆମ୍ବ ଗୋଟାଇବା ପାଇଁ ପାଖ ଜଙ୍ଗଲକୁ ଯାଇଥିଲେ। ସେଠାରେ ସେ ହାତୀ ହାବୁଡର ପଡିଯାଇଥିଲେ। ହାତୀ ଆକ୍ରମଣରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ଭିଜିଲାନ୍ସ ଜାଲରେ ଶିକ୍ଷାଧିକାରୀ, ଦରମା ବୃଦ୍ଧି ପାଇଁ ନେଉଥିଲେ ଲାଞ୍ଚ
ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ କୁମାର ମଲ୍ଲିକ । ହିନ୍ଦୋଳ ବ୍ଲକ ବ୍ରହ୍ମପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଦ୍ୱୈତ ସାମଲଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରିଲା ଭିଜିଲାନ୍ସ। ଏହାପରେ ଏକକାଳୀନ ୩ଟି ଜାଗାରେ ଚଢ଼ାଉ କରିଛି ଭିଜିଲାନ୍ସ। ଭଦ୍ରକ ସ୍ଥିତି ଘର ,ହି ନ୍ଦୋଳ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟ ଓ ଖଜୁରିଆକଟା ଭଡା ଘରେ ରେଡ କରିଛି ଭିଜିଲାନ୍ସ । ମହଙ୍ଗା ଭତ୍ତା ଓ ମାସିକ ଦରମା ବୃଦ୍ଧି ପାଇଁ ଲାଞ୍ଚ ନେଉଥିଲେ ବିଇଓ । ବିଇଓଙ୍କ ପାଖରୁ ନଗଦ ୯୧ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ।

ପରୀକ୍ଷା ସାରି ଫେରୁଥିବା ବେଳେ ବାଇକକୁ ଧକ୍କା ଦେଲା ଆମ୍ବୁଲାନ୍ସ: ଦଶମ ଶ୍ରେଣୀ ଛାତ୍ର ସମେତ ୩ ଗୁରୁତର
କାମାକ୍ଷାନଗର:  ଆମ୍ବୁଲାନ୍ସ ଧକ୍କାରେ ଦଶମ ଶ୍ରେଣୀ ସ୍କୁଲ ଛାତ୍ରଙ୍କ ସମେତ ୩ଜଣ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ମୁକ୍ତାପଶି କେନାଲ ଛକ ନିକଟରେ । ଗୁରୁତର ମାନେ ହେଲେ ପରଜଙ୍ଗ ଥାନା କଙ୍କିଳି ଗାଁର ଦଶମ ଶ୍ରେଣୀ ଛାତ୍ର ଅମିତ ଦାସ ପ୍ରଧାନ ଏବଂ ତାଙ୍କ ବାପା କ୍ଷୀରୋଦ ପ୍ରଧାନ ଓ ସହଯୋଗୀ ପବିତ୍ର ସାହୁ । ସମସ୍ତେ ଏକ ବାଇକ ଯୋଗେ ମୁକ୍ତାପଶି ପରୀକ୍ଷା କେନ୍ଦ୍ରରୁ ଘରକୁ ଫେରୁଥିବା ବେଳେ ଜଡ଼ାପାଳ-ବଡ଼ଝରା ରାସ୍ତାର ମୁକ୍ତାପଶି କେନାଲ ନିକଟରେ ଏକ ଆମ୍ବୁଲାନ୍ସ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ପ୍ରଥମେ କାମାକ୍ଷାନଗର ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆମ୍ବୁଲାନ୍ସଟି ରାଉରକେଲାରୁ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲକୁ ରୋଗୀ ଆଣିବା ପାଇଁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଖବର ପାଇ କାମାକ୍ଷାନଗର ପୁଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।

ରାସ୍ତା କଡରେ ଥିବା ଗଛରେ ପିଟି ହେଲା କାର , ଚାଳକ ମୃତ
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କାମାକ୍ଷାନଗର-କଙ୍କଡାହାଡ଼ ପୂର୍ତ୍ତ ବିଭାଗ ରାସ୍ତାର ତଣ୍ଡିମୁଣ୍ଡା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କାମାକ୍ଷାନଗର ଥାନା ମହୁଲପାଳ ଗାଁର ସନ୍ତୋଷ ସାସମାଲ । ସେ କୌଣସି କାମରେ ଘରୁ କଙ୍କଡାହାଡ଼ ଯାଉଥିବା ବେଳେ ତଣ୍ଡିମୁଣ୍ଡା ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛରେ ପିଟି ହୋଇ ଯାଇଥିଲେ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ତେବେ ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଗାଡିଟି ସମ୍ପୂର୍ଣ୍ଣ ଚୁନମାର ହୋଇ ଯାଇଥିଲା । ଏ ନେଇ କଙ୍କଡାହାଡ଼ ପୋଲିସ ମୃତ ଦେହ ଉଦ୍ଧାର କରି ଅଧିକ ତଦନ୍ତ ଚଳାଇଛି ।

ବୋମା ଓ ଗୁଳିରେ ଗର୍ଜିଲା କାମାକ୍ଷାନଗର: ୧ମୃତ ଓ ୨ ଗୁରୁତର
କାମାକ୍ଷାନଗର: ବୋମା ଆଉ ଗୁଳିରେ ଥରିଲା କାମାକ୍ଷାନଗର ସହର । ବୁଧବାର ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଫୁଟିଲା ୬ ରାଉଣ୍ଡ ଗୁଳି ଆଉ ବୋମା । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣେ ଆହତ ହୋଇଥିବା ଜଣାପଡ଼ିଛି । ମୃତକ ଜଣଙ୍କ ହେଲେ କାମାକ୍ଷାନଗର ଅନନ୍ତପୁର କଲୋନୀ ସାହିର ତୋଫାନ ପାତ୍ର। ୨ଜଣ ଗୁରୁତର ହେଲେ ସେହି ସହିର ଆକାଶ ନାୟକ ଏବଂ ରାଜକିଶୋର ନାୟକ। ତେବେ ତୋଫାନ ଓ ଆକାଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟେଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ତେବେ ତୋଫାନଙ୍କର ଆଜି କଟକ ମେଡିକାଲରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଗୁଳି ଓ ବୋମା ମାଡ଼ ପକୃତ କାରଣ ଜଣାପଡିନାହିଁ । ତେବେ କିଏ ଏପରି ଗୁଳି ଓ ବୋମା ମାଡ଼ କରିଛି ତାହା ମଧ୍ୟ ଅସ୍ପଷ୍ଟ ରହିଛି । କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ନିକଟରେ ଅନ୍ଧକାର ରାତିରେ ଘଟିଛି ଏଭଳି ରକ୍ତ ରଞ୍ଜିତ ଘଟଣା । ଏକ ଗାଡି ଉପରକୁ ୬ ରାଉଣ୍ଡ ଗୁଳି ସହ ବୋମା ମାଡ଼ ହୋଇଛି । ଗୁରୁତର ଆହତଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ତୋଫାନ ଓ ଆକାଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟେଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର ପୁଲିସ  ପହଞ୍ଚି ତଦନ୍ତ ଆରମ୍ଭ କରିଛି।