Sabyasachi panda - The Sakala

ମାଓବାଦୀ ନେତା ସବ୍ୟସାଚୀଙ୍କ ଉପରେ ନିର୍ମାଣ ହେବ ଓଡ଼ିଆ ଚଳଚ୍ଚିତ୍ର ! ମୁଖ୍ୟ ଭୂମିକାରେ ଅଭିନୟ କରିବେ ବାବୁସାନ୍‍
ବ୍ରହ୍ମପୁର : ଓଡ଼ିଆ ଫିଲ୍ମ ଦମନର ଅଭୂତପୂର୍ବ ସଫଳତା ପରେ ବର୍ତ୍ତମାନ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସତ ଓ ପ୍ରକୃତ ଘଟଣାକୁ ନେଇ ଫିଲ୍ମ ନିର୍ମାଣ କଲେ ଲୋକଙ୍କ ଭିତରେ ଆଦୃତ ହୋଇପାରୁଥିବା ସ୍ପଷ୍ଟ ହୋଇଛି। ଓଡ଼ିଆ ଫିଲ୍ମ ସୁପରଷ୍ଟାର ତଥା ତଥା ଦମନ୍‍ ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବାବୁସାନ୍‍ ମହାନ୍ତି ଏବେ ସେହିପରି ଆଉ ଏକ ପ୍ରକୃତ ଘଟଣା ଉପରେ ଆଧାରିତ ଫିଲ୍ମ ନିର୍ମାଣ କରିବା ପାଇଁ ଚିନ୍ତା କରୁଛନ୍ତି। ବାବୁସାନ୍‍ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ଉପରେ ଆଧାରିତ ଏକ ଫିଲ୍ମ ନିର୍ମାଣ କରିବା ପାଇଁ ସବ୍ୟସାଚୀଙ୍କ ଓକିଲ ତଥା ଗଞ୍ଜାମ ଓକିଲ ସଂଘ ସଦସ୍ୟ ଦୀପକ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି।

ଏଥିରେ ବାବୁସାନ୍‍ ନିଜେ ସବ୍ୟସାଚୀଙ୍କ ଭୂମିକାରେ ଅଭିନୟ କରିବେ ବୋଲି ମଧ୍ୟ ଆଇନଜୀବୀ ଶ୍ରୀ ପଟ୍ଟନାୟକଙ୍କକୁ କହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଚଳଚ୍ଚିତ୍ର ନିର୍ମାତାଙ୍କୁ ଜେଲ୍‍ ଭିତରେ ସବ୍ୟସାଚୀଙ୍କ ସହ ଫିଲ୍ମ ସମ୍ପର୍କରେ ଆଲୋଚନା କରିବା ପାଇଁ କୋର୍ଟ ପକ୍ଷରୁ ଅନୁମତି ମିଳିବ କି ନାହିଁ ତାହା ଆଉ ଏକ ପ୍ରସଙ୍ଗ ରହିଛି।

ସବ୍ୟସାଚୀ ମଧ୍ୟ ଏନେଇ ସବୁଜ ସଙ୍କେତ ଦେଇଥିବା ଆଇନଜୀବୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ଜେଲ ମଧ୍ୟରେ ସବ୍ୟସାଚୀ ନିଜର ପୂରା ଇତିହାସ ଉପରେ କିଛି ଲେଖିଥିବା ବେଳେ ସେହି ଲେଖାକୁ ଆଧାର କରି ଏହି ଚଳଚ୍ଚିତ୍ର ନିର୍ମାଣ ହେବ ବୋଲି ଜଣାପଡ଼ିଛି। ସବ୍ୟସାଚୀଙ୍କ ସହ ବାବୁସାନ୍‍ଙ୍କ ଆଲୋଚନା ପାଇଁ କୋର୍ଟଙ୍କ ଅନୁମତିର ଆବଶ୍ୟକତା ରହିଛି। ବ୍ରହ୍ମପୁର କୋର୍ଟରେ ସବ୍ୟସାଚୀଙ୍କ ସମସ୍ତ ମାମଲା ସରିଯାଇଥିବାରୁ ମାମଲା ବିଚାରାଧୀନ ଥିବା ଅନ୍ୟ କୋର୍ଟଗୁଡ଼ିକରେ ତାଙ୍କ ଓକିଲଙ୍କ ପକ୍ଷରୁ ଏ ନେଇ ଆବେଦନ କରାଯିବା ସମ୍ଭାବନା ରହିଛି।