rss - The Sakala

ବିଜନୌରରେ ଆରଏସଏସ ଜିଲ୍ଲା କାର୍ଯ୍ୟବାହଙ୍କ ଘର ଉପରେ ଅନ୍ୟ ସମ୍ପ୍ରଦାୟର ଆକ୍ରମଣ; ଲୁଟପାଟ ଓ ଗୁଳିମାଡ଼ ପରେ ଉତ୍ତେଜନା
ଉତ୍ତରପ୍ରଦେଶର ବିଜନୌର ଅନ୍ତର୍ଗତ ଧାମପୁର ଅଞ୍ଚଳରେ ଶନିବାର ଦିନ ଏକ ବଡ଼ ଧରଣର ଉତ୍ତେଜନା ଦେଖାଦେଇଛି। ଏଠାରେ ଜଣେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ର ଜିଲ୍ଲା କାର୍ଯ୍ୟବାହଙ୍କ ଘର ଉପରେ ଅନ୍ୟ ସମ୍ପ୍ରଦାୟର କିଛି ଲୋକ ଆକ୍ରମଣ କରିଛନ୍ତି। ଆକ୍ରମଣକାରୀମାନେ ଘରେ ଭଙ୍ଗାରୁଜା କରିବା ସହ ଲକ୍ଷାଧିକ ଟଙ୍କା ଏବଂ ସୁନାଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଆକ୍ରମଣ ଓ ଲୁଟପାଟର ଚିତ୍ର

ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ଆରଏସଏସ ଜିଲ୍ଲା କାର୍ଯ୍ୟବାହ ବିପିନ ଚୌହାନ ଏବଂ ତାଙ୍କ ପଡ଼ୋଶୀ ତଥା ବଜରଙ୍ଗ ଦଳ କର୍ମୀ ଅମିତ ଶର୍ମାଙ୍କ ଘର ଉପରେ ସୋହେବ ନାମକ ଜଣେ ଯୁବକ ଏବଂ ତାଙ୍କର କିଛି ସହଯୋଗୀ ଅତର୍କିତ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଘରର ଆଲମାରୀ ଭାଙ୍ଗି ୫ ଲକ୍ଷ ଟଙ୍କା ଏବଂ ବହୁ ମୂଲ୍ୟବାନ ଅଳଙ୍କାର ଲୁଟି ନେଇଥିଲେ। ଆକ୍ରମଣ ସମୟରେ ଅଭିଯୁକ୍ତମାନେ ଦେଶୀ ବନ୍ଧୁକରୁ ଗୁଳିମାଡ଼ କରିଥିଲେ, ଯାହାଫଳରେ ନିଜ ଜୀବନ ବଞ୍ଚାଇବା ପାଇଁ ସଂଘ ନେତାଙ୍କୁ ଏକ କୋଠରୀ ଭିତରେ ନିଜକୁ ବନ୍ଦ କରିବାକୁ ପଡ଼ିଥିଲା।

ହିନ୍ଦୁ ସଂଗଠନର ଆକ୍ରୋଶ ଓ ପୋଲିସର ପଦକ୍ଷେପ

ଏହି ଘଟଣା ପ୍ରଚାରିତ ହେବା ମାତ୍ରେ ଆରଏସଏସ, ବିଜେପି ଏବଂ ଅନ୍ୟାନ୍ୟ ହିନ୍ଦୁ ସଂଗଠନର ଶତାଧିକ କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ଚି ପ୍ରବଳ ହଙ୍ଗାମା କରିଥିଲେ। ଆକ୍ରୋଶିତ ଲୋକେ ମୁଖ୍ୟ ଅଭିଯୁକ୍ତ ସୋହେବର ଘରେ ପଶି ଭଙ୍ଗାରୁଜା କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଅଟକାଇବାରେ ସଫଳ ହୋଇଥିଲା। ଖବର ପାଇ ବିଜନୌର ଏସପି ଅଭିଷେକ ଝା, ସ୍ଥାନୀୟ ବିଧାୟକ ଅଶୋକ ରାଣା ଏବଂ ଅନ୍ୟ ବରିଷ୍ଠ ନେତାମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ବିଧାୟକ ଅଶୋକ ରାଣା ସ୍ପଷ୍ଟ କରିଛନ୍ତି ଯେ, ଅଭିଯୁକ୍ତମାନଙ୍କ ବିରୋଧରେ 'ମୋଦୀ ଏବଂ ଯୋଗୀ ଷ୍ଟାଇଲ୍‌' ରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବର୍ତ୍ତମାନ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଅନ୍ୟ ସମ୍ପ୍ରଦାୟର ପ୍ରତିକ୍ରିୟା

ଅପରପକ୍ଷରେ, ଅନ୍ୟ ସମ୍ପ୍ରଦାୟର ଲୋକମାନେ ଦାବି କରିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ ସୋହେବ ମାନସିକ ସ୍ତରରେ ଦୁର୍ବଳ ଅଟେ ଏବଂ ପୂର୍ବରୁ ମଧ୍ୟ ସେ ଅନ୍ୟ କିଛି ଘର ଉପରେ ଏଭଳି ଆକ୍ରମଣ କରିସାରିଛି। ପୋଲିସ ଏହି ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଜାରି ରଖିଛି। ତେବେ ସୁରକ୍ଷା ଦୃଷ୍ଟିରୁ ସମଗ୍ର ଧାମପୁର ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ଏବଂ ସ୍ଥିତି ନିୟନ୍ତ୍ରଣରେ ରହିଛି।

୩ ସ୍ୱୟଂସେବକଙ୍କୁ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ : ବିଷ୍ଣୁ, ମୋହନ ଓ ଭଜନଙ୍କ ଉପରେ ଆସ୍ଥା ପ୍ରକଟ କଲେ ବିଜେପି ହାଇକମାଣ୍ଡ
ନୂଆଦିଲ୍ଲୀ : ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ନେଇ ବିଜେପି ନାଁ ଘୋଷଣା କରିବା ପରେ ଗତ ୯ ଦିନ ଧରି ଲାଗି ରହିଥିବା ରାଜନୈତିକ କଳ୍ପନା ଜଳ୍ପନାର ଅନ୍ତ ଘଟିଲା। ଏହା ସହ ବିଜେପି ପଛରେ ଥିବା ଶକ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶାସନରେ କେତେ ପ୍ରାଧାନ୍ୟ ତାହା ପୁଣି ଥରେ ସାମ୍ନାକୁ ଆସିଛି। କାରଣ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ବହୁମତ ହାସଲ ପରେ ସରକାର ପାଇଁ ବିଜେପି ଘୋଷଣା କରିଥିବା ୩ ମୁଖ୍ୟମନ୍ତ୍ରୀଙ୍କ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ) ସହ ଜଡିତ।

ଛତିଶଗଡ ଏବଂ ମଧ୍ୟପ୍ରଦେଶ ପରେ ବିଜେପି ରାଜସ୍ଥାନରେ ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଭଳି ନାଁକୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି। ମଧ୍ୟପ୍ରଦେଶ ତଥା ଛତିଶଗଡ ଭଳି ରାଜସ୍ଥାନରେ ମଧ୍ୟ ବିଜେପି ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ଜଣେ ବିଧାୟକଙ୍କୁ ଦେଇଛି ଯାହାର ନାମ ଆଲୋଚନା ମଧ୍ୟ ହୋଇନାହିଁ। ରାଜସ୍ଥାନର ଭଜନଲାଲ ଶର୍ମା, ମଧ୍ୟପ୍ରଦେଶର ମୋହନ ଯାଦବ ଏବଂ ଛତିଶଗଡର ବିଷ୍ଣୁଦେବ ସାଏଙ୍କ ମଧ୍ୟରେ ସବୁଠାରୁ ବଡ଼ ସମାନତା ହେଉଛି ଏହି ତିନିଜଣ ହେଉଛନ୍ତି ବିଶ୍ୱର ସର୍ବବୃହତ ଅଣ-ରାଜନୈତିକ ସଂଗଠନ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସ୍ୱେଚ୍ଛାସେବୀ। ଏହି ତିନିଜଣଙ୍କର ସଂଘ ସହିତ ବହୁତ ପୁରୁଣା ସଂଯୋଗ ଅଛି । ଆଉ ଏହି ୩ ଜଣ ହଠାତ ଗଣମାଧ୍ୟମ ଏବଂ ରାଜନୀତିରେ ‘ଡାର୍କ ହର୍ସ’ ଭାବେ ଉଭା ହୋଇଛନ୍ତି। କାରଣ ବିଜେପି ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବହୁମତ ହାସଲ ପରେ କିଏ ମୁଖ୍ୟମନ୍ତ୍ରୀ ହେବ, ଏହାକୁ ନେଇ ହେଉଥିବା ଚର୍ଚ୍ଚାରେ ଏମାନଙ୍କ ନାଁ ନଥିଲା। ନାଁ ଗଣମାଧ୍ୟମ ନାଁ ରାଜନୈତିକ ମହଲ କେଉଁଠି ବି ଏମାନଙ୍କୁ ନେଇ କିଛି ଆଲୋଚନା ହେଉନଥିଲ। ହେଲେ ଏମାନଙ୍କ ଉପରେ ବିଜେପି ହାଇକମାଣ୍ଡ ଆସ୍ଥା ପ୍ରକଟ କରି ବଡ଼ ଦାୟିତ୍ବ ପ୍ରଦାନ କରିଛନ୍ତି।

୩ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଏହି ନେତାମାନଙ୍କ ମଧ୍ୟରୁ ରାଜସ୍ଥାନ ସିଏମ ଭଜନଲାଲ ଶର୍ମା ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ବେଳେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ତୃତୀୟ ଥର ପାଇଁ ବିଧାୟକ ହୋଇଛନ୍ତି। ସେହିପରି ଛତିଶଗଡର ବିଷ୍ଣୁଦେବ ସାଏ ଚାରିଥର ସାଂସଦ, ଦୁଇଥର ବିଧାୟକ, ଦୁଇଥର ରାଜ୍ୟ ସଭାପତି ଏବଂ ଥରେ କେନ୍ଦ୍ର ମନ୍ତ୍ରୀ ହୋଇଛନ୍ତି। ତେବେ ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ୩ ସ୍ୱୟଂସେବକଙ୍କୁ ଉତ୍ତର ଭାରତର ତିନିଟି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରାଯିବା ହେତୁ ବର୍ତ୍ତମାନ ବିଜେପି ଓ ସଂଘର ସମ୍ପର୍କକୁ ନେଇ କେବଳ ପ୍ରଶ୍ନ ଉଠୁନାହିଁ, ଲୋକସଭା ନିର୍ବାଚନ ପାଇଁ ସଂଘର ପରାମର୍ଶ ହିଁ ଚୂଡାନ୍ତ ବୋଲି ଜଣାପଡିଯାଇଛି।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା

ରାଜସ୍ଥାନ ମୁଖ୍ୟମନ୍ତ୍ରୀ  ଭଜନଲାଲ ଶର୍ମା ପ୍ରଥମ ଥର ପାଇଁ ରାଜଧାନୀ ଜୟପୁରର ସାଙ୍ଗାନେରରୁ ଆସନରୁ ବିଧାନସଭା ନିର୍ବାଚିତ ହୋଇଛନ୍ତି। ୫୬ ବର୍ଷୀୟ ଭଜନଲାଲ ଶର୍ମାଙ୍କ ଘର ରାଜସ୍ଥାନର ଭରତପୁରରେ। ସେ ସାଙ୍ଗାନେର ବିଧାନସଭା ଆସନରୁ ଏଥର ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ କଂଗ୍ରେସର ପୁଷ୍ପେନ୍ଦ୍ର ଭରଦ୍ୱାଜଙ୍କୁ ୪୮,୦୮୧ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ତାଙ୍କୁ ୧,୪୫,୧୬୨ ଖଣ୍ଡ ଭୋଟ୍ ମିଳିଥିଲା। ଭଜନଲାଲ ଶର୍ମା ଏବେ ରାଜସ୍ଥାନ ବିଜେପିର ସାଧାରଣ ସଂପାଦକ ଅଛନ୍ତି। ସେ ୪ ଥର ରାଜ୍ୟ ବିଜେପିର ସାଧାରଣ ସଂପାଦକ ହୋଇଛନ୍ତି। ସେ ଆରଏସ୍‌ଏସ୍‌ ଓ ଏବିଭିପି ସହିତ ମଧ୍ୟ ଜଡ଼ିତ ଥିଲେ। ସେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ ମୋହନ ଯାଦବ। ଏହି ସସ୍ପେନ୍ସ ଏପରି ଥିଲା ଯେ ସେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ବୋଲି କେହି ଟେର୍ ପାଇନଥିଲେ । ଏପରିକି ନିଜେ ମୋହନ ଯାଦବ ମଧ୍ୟ ଏହା ଜାଣିନଥିଲେ । ସୋମବାର ହୋଇଥିବା ବିଜେପି ବିଧାୟକ ଦଳ ବୈଠକ ସମୟରେ ମୋହନ ଯାଦବ ପଛ ଧାଡ଼ିରେ ବସିଥିଲେ । ତାଙ୍କ ନାମ ଘୋଷଣା ହେବା ମାତ୍ରେ ସେ ନିଜେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ। ଏକଥା ଆଉ କେହି ନୁହେଁ, ସେ ନିଜେ କହିଛନ୍ତି ।

ମୋହନ ଯାଦବ ମଧ୍ୟପ୍ରଦେଶରେ ବିଜେପିର ଏକ ବଡ଼ ଓବିସି ଚେହେରା। ମୋହନ ଯାଦବଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ପିଏଚଡି। ୫୮ ବର୍ଷୀୟ ମୋହନ ଯାଦବଙ୍କ ରାଜନୈତିକ କ୍ୟାରିୟର ୧୯୮୪ ରେ ଆରମ୍ଭ ହୋଇଥିଲା ଯେତେବେଳେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଯୋଗ ଦେଇଥିଲେ। ସେ ଆରଏସଏସର ଜଣେ ସଦସ୍ୟ ମଧ୍ୟ ଅଟନ୍ତି। ସେ ୨୦୧୩ ରେ ଉଜ୍ଜୟୀନ ଦକ୍ଷିଣରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ କ୍ରମାଗତ ତୃତୀୟ ନିର୍ବାଚନ ପାଇଁ ଏଠାରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ଏଥର ସେ କଂଗ୍ରେସ ପ୍ରାର୍ଥୀ ଚେତନ ପ୍ରେମ ନାରାୟଣ ଯାଦବଙ୍କୁ ୧୨୯୪୧ ଭୋଟରେ ପରାସ୍ତ କରିଛନ୍ତି। ମୋହନ ଯାଦବଙ୍କୁ ୯୫୬୯୯ ଭୋଟ୍ ମିଳିଥିଲା ​।

ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦରୁ ନିଜର ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ, ଏହା ପରେ ସେ ଭାରତୀୟ ଜନତା ପାର୍ଟି ଯୁବା ମୋର୍ଚ୍ଚାକୁ ପ୍ରବେଶ କରିଥିଲେ। ଉଜ୍ଜୟୀନ ଦକ୍ଷିଣର ବିଧାୟକ ତଥା ଶିବରାଜ ସରକାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ କାମ କରିଥିବା ବେଳେ ଏବେ ତାଙ୍କୁ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି।

ଛତିଶଗଡର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ

ଛତିଶଗଡରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବାବେଳେ ମଧ୍ୟ ବିଜେପି ଉପରେ ସଂଘର ପ୍ରଭାବ ସ୍ପଷ୍ଟ ଦେଖାଯାଉଥିଲା। ସଂଘର ଲାବୋରେଟୋରୀରୁ ବାହାରିଥିବା ବିଷ୍ଣୁଦେବ ସାଏ ଆଦିବାସୀ ସମ୍ପ୍ରଦାୟରୁ ଆସିଛନ୍ତି। ଛତିଶଗଡର ଯଶପୁର ଜିଲ୍ଲାର ଆଦିବାସୀ ପ୍ରାଧାନ୍ୟ ବିଷ୍ଣୁଦେବ ସାଏ ନିଜେ ସଂଘରୁ ହିଁ ଜନସାଧାରଣଙ୍କ ସହ ପରିଚିତ ହୋଇଥିଲେ। ବିଷ୍ଣୁଦେବ ସାଏ ଚାରିଥର ସାଂସଦ, ଦୁଇଥର ବିଧାୟକ, ଦୁଇଥର ରାଜ୍ୟ ସଭାପତି ଏବଂ ଥରେ କେନ୍ଦ୍ର ମନ୍ତ୍ରୀ ହୋଇସାରିଛନ୍ତି।

୧୯୬୪ ଫେବ୍ରୁଆରୀ ୨୧ରେ ଯାସପୁର ଜିଲ୍ଲାର ଏକ ଆଦିବାସୀ ପରିବାରରେ ଜନ୍ମ ହୋଇଥିବା ବିଷ୍ଣୁଦେବ ସରପଞ୍ଚରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ।୧୯୯୦ରୁ ୧୯୯୮ ଥିଲେ ମଧ୍ୟପ୍ରଦେଶ ବିଧାୟକ । ୧୯୯୯ରେ ତ୍ରୟୋଦଶ ଲୋକସଭାକୁ ହୋଇଥିଲେ ନିର୍ବାଚିତ ହୋଇଥିଲେ । ୨୦୦୪ରେ ଚତୁର୍ଦ୍ଦଶ ଲୋକସଭାରୁ ଏବଂ ୨୦୦୯ ଓ ୨୦୧୪ରେ ପଞ୍ଚଦଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ବର୍ତ୍ତମାନ ସେ କୁନକୁରୀ ବିଧାନସଭାରୁ ପ୍ରତିନିଧିତ୍ବ କରୁଛନ୍ତି ।

୨୦୧୮ରେ ବିଧାନସଭା ନିର୍ବାଚନରେ ​​ବିଜେପି ହାରିଯିବା ପରେ ମଧ୍ୟ ଛତିଶଗଡର ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସମ୍ପୂର୍ଣ୍ଣ ସକ୍ରିୟ ଥିଲା।  ସଂଘର ମୁଖ୍ୟ ମୋହନ ଭାଗବତ ମଧ୍ୟ ସେହି ସମୟରେ ଛତିଶଗଡ ଗସ୍ତରେ ଆସିଥିଲେ। ସଂଘର କର୍ମକର୍ତ୍ତାମାନେ ପୁଣିଥରେ ରାଜ୍ୟରେ ବିଜେପିର ସ୍ଥିତିକୁ ମଜବୁତ କରିଥିଲେ। ସଂଘର ପରାମର୍ଶରେ ଆଦିବାସୀ ସମ୍ପ୍ରଦାୟର ଜଣେ ପୁରୁଣା ସ୍ୱେଚ୍ଛାସେବୀ ବିଷ୍ଣୁ ଦେବ ସାଏଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦିଆଯାଇଛି।

ଜାତିପ୍ରଥା ଆମ ସମାଜରୁ ବିଲୋପ ହୋଇଯିବା ଉଚିତ୍‌-ଆରଏସଏସ ମୁଖ୍ୟ
ନୂଆଦିଲ୍ଲୀ: ‘ବର୍ଣ୍ଣ’ ଓ ‘ଜାତି’ ପ୍ରଥାକୁ ନେଇ ଆରଏସଏସ ମୁଖ୍ୟ ମୋହନ ଭାଗବତ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ବର୍ଣ୍ଣ ଓ ଜାତି ପରି ଧାରଣାକୁ ସମ୍ପୂର୍ଣ୍ଣ ପରିତ୍ୟାଗ କରାଯିବା ଉଚିତ । ନାଗପୁରରେ ଏକ ପୁସ୍ତିକା ଉନ୍ମୋଚନ ସମୟରେ ସେ ଏହି ମନ୍ତବ୍ଯ ଦେଇଛନ୍ତି ମୋହନ ଭାଗବତ । ସମାଜର କୌଣସି ପାର୍ଥକ୍ୟ ନାହିଁ, ଦେଶରେ ସମସ୍ତେ ସମାନ। ଜାତିପ୍ରଥାକୁ ନେଇ ଦେଶରେ ଏକ ପ୍ରକାର ଭ୍ରମାତ୍ମକ ବାର୍ତ୍ତା ପ୍ରସାରଣ କରାଯାଉଛି। ଏହି ଜାତିପ୍ରଥା ଆମ ସମାଜରୁ ବିଲୋପ ହୋଇଯିବା ଉଚିତ୍‌ ବୋଲି ସେ କହିଛନ୍ତି।

ବର୍ଣ୍ଣ ବ୍ୟବସ୍ଥାରେ ସମସ୍ତଙ୍କୁ ସବର୍ଣ୍ଣ କୁହାଯାଉଥିଲା। କିନ୍ତୁ ଏହି ବର୍ଣ୍ଣ ବ୍ୟବସ୍ଥାରେ ଦଳିତ ଏବଂ ଆଦିବାସୀ ବାଦ ପଡ଼ିଥିଲେ। ଏମାନଙ୍କୁ ଅବର୍ଣ୍ଣ କୁହାଯାଉଥିଲା ବୋଲି ସେ କହିଛନ୍ତି। ସେ କହିଛନ୍ତି ଜାତିଭେଦ ଆଳରେ ଆମ ପୂର୍ବଜମାନେ ଆମରି ଭାଇଭଉଣୀଙ୍କୁ ଅମାନବିକ ନିର୍ଯାତନା ଦେଇ ଯେଉଁ ପାପ କରିଥିଲେ ତାହାର ପ୍ରାୟଶ୍ଚିତ ଆବଶ୍ୟକ। ବର୍ତ୍ତମାନ ସମୟରେ ଜାତି ଓ ବର୍ଣ୍ଣ ବ୍ୟବସ୍ଥା ଅପ୍ରାସଙ୍ଗିକ ବୋଲି କହିଛନ୍ତି। ସେ ଆହୁରି ମଧ୍ଯ କହିଛନ୍ତି ଯେ, ସବୁଆଡେ ପୂର୍ବଜମାନେ ଭୁଲ କରିଥିଲେ। ଭାରତ ମଧ୍ୟ ଏହାର ବ୍ୟତିକ୍ରମ ନୁହେଁ । ସେହି ଭୁଲଗୁଡ଼ିକୁ ଗ୍ରହଣ କରିବାରେ କୌଣସି ଅସୁବିଧା ହେବା ଉଚିତ୍ ନୁହେଁ। ଯଦି ଆପଣ ଭାବୁଥିବେ ଯେ ଆମର ପୂର୍ବପୁରୁଷମାନେ ଭୁଲ୍ କରିଛନ୍ତି ତାହା ଗ୍ରହଣ କଲେ ସେମାନେ କମ୍ ହୋଇଯିବେ, ତାହା ଘଟିବ ନାହିଁ କାରଣ ସମସ୍ତଙ୍କର ପୂର୍ବପୁରୁଷମାନେ ଭୁଲ୍ କରିଥିଲେ ବୋଲି ଆରଏସଏସ ମୁଖ୍ୟ ମୋହନ ଭଗବତ କହିଛନ୍ତି।

କେବଳ ପିଏଫ୍‌ଆଇ ଉପରେ କାହିଁକି, ଆର୍‌ଏସ୍‌ଏସ୍‌ ଉପରେ ମଧ୍ୟ ହେଉ କାର୍ଯ୍ୟାନୁଷ୍ଠାନ : ଦିଗବିଜୟ ସିଂହ
ନୂଆଦିଲ୍ଲୀ : ଗତ ସେପ୍ଟେମ୍ବର ୨୨ରେ ଜାତୀୟ ଯାଞ୍ଚ ଏଜେନ୍ସି ଏନ୍‌ଆଇଏ  (NIA) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (PFIର ଅନେକ ସ୍ଥାନରେ ଚଢାଉ କରିଥିଲା। ଏହି ସମୟରେ ପିଏଫ୍‌ଆଇ ସହିତ ଜଡିତ ୧୦୬ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏହି ଚଢାଉରେ ଅନେକ ଖୁଲାସା କରାଯାଇଛି। ସୂଚନାନୁସାରେ ଯାଞ୍ଚ ଏଜେନ୍ସି ସଂଗ୍ରହ କରିଥିବା ପ୍ରମାଣ ଆଧାରରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପିଏଫ୍‌ଆଇ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତି ଚଳାଇଛି।

ତେବେ ଏହାକୁ ନେଇ ଆଜି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ପ୍ରଶ୍ନ ଉଠାଇବା ସହ କେବଳ ପିଏଫ୍‌ଆଇ ଉପରେ କାହିଁକି ଆର୍‌ଏସ୍‌ଏସ୍‌ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉ ବୋଲି କହିଛନ୍ତି।ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏକ ସାମ୍ବାଦିକ ସମ୍ମିଳନୀରେ ପିଏଫ୍‌ଆଇ ଉପରେ ହେଉଥିବା ଚଢ଼ାଉକୁ ନେଇ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ଦିଗବିଜୟ।

କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ କହିଛନ୍ତି ଆର୍‌ଏସ୍‌ଏସ୍‌ ଓ ପିଏଫ୍ଆଇ ଗୋଟିଏ ପ୍ରଜାତିର। ଯଦି ପିଏଫ୍‌ଆଇ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି ତେବେ ଆର୍‌ଏସ୍‌ଏସ୍‌ ଉପରେ କାହିଁକି ହେବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ‘ଯେଉଁମାନେ ହିଂସା ସୃଷ୍ଟି କରୁଛନ୍ତି, ଧାର୍ମିକ ଉନ୍ମାଦନା ସୃଷ୍ଟି କରୁଛନ୍ତି। ସେ ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍। ପିଏଫ୍‌ଆଇ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି ତେବେ ସଂଘ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି। ବିଶ୍ୱ ହିନ୍ଦୁ ପରିଷଦର ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି? ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହେବା ଦରକାର।’

ଦିଗବିଜୟଙ୍କର ଏଭଳି ତୁଳନାକୁ ଦେଖି ଜଣେ ସାମ୍ବାଦିକ ପ୍ରଶ୍ନ କରିଥିଲେ ଯେ କଣ ଆର୍‌ଏସ୍‌ଏସ୍ ଓ ପିଏଫ୍‌ଆଇ ସମାନ ? ଏହାର ଉତ୍ତରରେ ଶ୍ରୀ ସିଂହ କହିଥିଲେ ଯେ, ‘ନିଶ୍ଚିତ ରୁପେ ସମାନ। ଯିଏ ଘୃଣା ଓ ଧାର୍ମିକ ଉନ୍ମାଦ ସୃଷ୍ଟି କରେ ସେମାନେ ସବୁ ଗୋଟିଏ ଥାଳିର ଚଟ୍ଟେ ବଟ୍ଟେ। ଆର୍‌ଏସ୍‌ଏସ୍‌ ଓ ପିଏଫ୍‌ଆଇ ଗୋଟିଏ ଭାଡ଼ିର ପାରା।

ସୂଚନାଯୋଗ୍ୟ ଯେ, ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଣ ଅଭିଯୋଗରେ ବର୍ତ୍ତମାନ ଦେଶରେ ୧୫ଟି ରାଜ୍ୟରେ ପିଏଫ୍‌ଆଇ ସଂଗଠନ ଉପରେ ଚଢ଼ାଉ କରାଯାଇଛି। ସେପ୍ଟେମ୍ବର ୨୨ ତାରିଖରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ ଓ ଇଡି ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତର ପ୍ରଦେଶ, କେରଳ, କର୍ଣ୍ଣାଟକ, ତାମିଲନାଡୁ ଏବଂ ଅନ୍ୟ ରାଜ୍ୟମାନଙ୍କରେ ଥିବା ପିଏଫ୍‌ଆଇ ସଂଗଠନ ଉପରେ ବଡ଼ ଧରଣର ଚଢ଼ାଉ କରିଥିଲା। ଏଥିରେ ଇଡି, ଏନ୍‌ଆଇଏ ଓ ରାଜ୍ୟ ପୁଲିସ ଦ୍ୱାରା ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ସଦସ୍ୟଙ୍କୁ ଗିରଫ କରାଯାଇଛି। ପିଏଫ୍‌ଆଇ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ହେବାକୁ ସେପ୍ଟେମ୍ବର ୧୯ ତାରିଖରେ ନିଷ୍ପତ୍ତି ହୋଇଥିଲା।

ଚଢ଼ାଉ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ, ଏନ୍ଆଇଏ, ଇଡି ଓ ଗୁଇନ୍ଦା ସଂସ୍ଥା ବୈଠକ କରିଥିଲେ। ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଅପରାଧିଙ୍କୁ ଧରିବା ପାଇଁ ରାତିରେ ହିଁ ‘ଅପରେସନ ମିଡ୍‌ନାଇଟ୍‌’ ଆରମ୍ଭ ହୋଇଥିଲା। ସଦସ୍ୟମାନେ ଯେମିତି ହଙ୍ଗାମା ନ କରିବେ ସେଥିପାଇଁ ଅପରେସନକୁ ରାତିରେ ହିଁ କରାଯାଉଥିଲା। ଅଧ ରାତିରେ ଏହି ଅପରେସନ ଆରମ୍ଭ ହୋଇଥିଲା। ଏଥିପାଇଁ ୬ କଣ୍ଟ୍ରୋଲ ରୁମ କରାଯାଇଥିଲା। ଗୃହମନ୍ତ୍ରାଳୟ ପୂରା ଅପରେସନକୁ ପରିଚାଳନା କରୁଥିଲା। ତେବେ ଏହି ଚଢାଉ ପରେ କେରଳରେ ପିଏଫ୍‌ଆଇ କର୍ମୀ ମାନେ ଧର୍ମଘଟ ଡକରା ଦେଇଥିଲେ। ଏହି ସମୟରେ କେତେକ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା ।

ଦୁଇ ଜାତୀୟ ଦଳଙ୍କ ପ୍ୟାଣ୍ଟ-ସାର୍ଟ ରାଜନୀତି : କଂଗ୍ରେସର ‘ଭାରତ ଯୋଡ୍‌’ ଯାତ୍ରା ସମୟରେ ମୁହାଁମୁହିଁ ବିଜେପି ଓ କଂଗ୍ରେସ
ନୂଆଦିଲ୍ଲୀ : ଏବେ କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆରମ୍ଭ କରିଛନ୍ତି ଭାରତ ଯୋଡ ଯାତ୍ରା । ଏହି ଯାତ୍ରାର ଆଜି ସପ୍ତମ ଦିନ ହୋଇଥିବା ବେଳେ ଏହାକୁ ନେଇ ଦେଶର ରାଜନୀତି ସରଗରମ ହେବାରେ ଲାଗିଛି । ସେପଟେ ରାହୁଲଙ୍କ ଭାରତ ଯୋଡ ଯାତ୍ରାରେ ହଜାର ହଜାର ଦଳୀୟ କର୍ମୀ ଯୋଗ ଦେଉଥିବା ବେଳେ ଏହାକୁ ବିଜେପି ତରଫରୁ କାଟାକ୍ଷ କରାଯାଉଛି । ରାହୁଲଙ୍କ ଯାତ୍ରାକୁ ନେଇ ପ୍ରତିଦିନ ବିଜେପିର ବିଭିନ୍ନ ନେତା ବିଭିନ୍ନ ପ୍ରକାର ମନ୍ତବ୍ୟ ପ୍ରଦାନ କରି ଗଣାମାଧ୍ୟମର ଶିରୋନାମା ପାଲଟୁଛନ୍ତି। ଏହାରି ମଧ୍ୟରେ ଦେଶରେ ସବୁଠୁ ବଡ ଚର୍ଚ୍ଚାର ବିଷୟ ପାଲଟିଛି ଦୁଇ ଜାତୀୟ ଦଳ କଂଗ୍ରେସ ଓ ବିଜେପିର ପୋଷାକ ରାଜନୀତି।

ଦେଶରେ ଦରଦାମ ବୃଦ୍ଧି, ଦାରିଦ୍ର୍ୟ ଏବଂ ବେକାରୀ ଭଳି ପ୍ରସଙ୍ଗ ରହିଥିବା ବେଳେ ବର୍ତ୍ତମାନର ରାଜନୀତିରେ ସବୁଠାରୁ ବଡ ପ୍ରସଙ୍ଗ ହେଉଛି ବିରୋଧୀଙ୍କ ପୋଷାକ ପତ୍ର ଏବଂ ଜୋତା। ଦରଦାମ ବୃଦ୍ଧି, ଦାରିଦ୍ର୍ୟ ଏବଂ ବେକାରୀ ଭଳି ପ୍ରସଙ୍ଗ ନାମରେ ଆରମ୍ଭ ହୋଇଥିବା ରାଜନୀତି ବର୍ତ୍ତମାନ ପୋଷାକ ପରିଚ୍ଛଦ ପାଖରେ ପହଞ୍ଚିଛି।

ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରା ସମୟରେ ପିନ୍ଧିଥିବା ଟି-ସାର୍ଟକୁ ନେଇ ପ୍ରଥମେ ରାଜନୀତି ଆରମ୍ଭ କରିଥିଲା ବିଜେପି। ବରବରୀ କମ୍ପାନୀର ଏକ ଟି-ସାର୍ଟ ରାହୁଲ ପିନ୍ଧିଥିବା ଏକ ଫଟୋକୁ ବିଜେପି ସୋସିଆଲ ମିଡିଆରେ ଶେୟାର କରି ‘ଭାରତ ଦେଖୋ’ ବୋଲି ଲେଖିଥିଲା। ଏହି ଟି-ସାର୍ଟର ଦାମ ୪୧ ହଜାର ବୋଲି ବିଜେପି କହିଥିଲା। କେବଳ ଏତିକି ନୁହେଁ ବିଜେପିର ଏହି ସୋସିଆଲ ପୋଷ୍ଟ ପରେ ନିଆଁରେ ଘିଅ ଢାଳିଥିଲେ।କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା।ଗତ ୧୦ ତାରିଖରେ ରାଜସ୍ଥାନ ଗସ୍ତ ସମୟରେ ଶାହା  ଏବେ ଏବେ ରାହୁଲ ବାବା ବିଦେଶୀ ଟି-ସାର୍ଟ ପିନ୍ଧି ଭାରତ ଯୋଡ ଯାତ୍ରାରେ ବାହାରିଛନ୍ତି ବୋଲି କହିଥିଲେ।

Bharat, dekho! pic.twitter.com/UzBy6LL1pH

— BJP (@BJP4India) September 9, 2022

ବିଜେପିର ଟି-ସାର୍ଟ ପୋଷ୍ଟକୁ ନେଇ କଂଗ୍ରେସ ବି ଚୁପ୍‌ ବସି ନଥିଲା। ବର୍ତ୍ତମାନ ରାହୁଲଙ୍କ ନେତୃତ୍ବରେ ଚାଲିଥିବା ଭାରତ ଯୋଡ଼ ଯାତ୍ରାରେ ଲୋକଙ୍କ ସମର୍ଥନକୁ ଦେଖି ବିଜେପି ବିଚଳିତ ହୋଇପଡ଼ିଛି। ତେଣୁ ଦଳକୁ ଆଉ କିଛି ଦେଖାଯାଉ ନାହିଁ ବୋଲି କଂଗ୍ରେସ କହିବା ସହ ଯେଉଁଠି ପ୍ରଧାନମନ୍ତ୍ରୀ ମୋଦୀ ୧୦ ଲକ୍ଷ ଟଙ୍କାର ସୁଟ୍‌ ପିନ୍ଧୁଛନ୍ତି ତାହା କ’ଣ ବିଜେପିକୁ ଦେଖାଯାଉ ନାହିଁ କି ବୋଲି କଂଗ୍ରେସ ପ୍ରଶ୍ନ କରିଥିଲା। ବର୍ତ୍ତମାନ ସାରା ଦେଶରେ ଦରଦାମ ବୃଦ୍ଧି ସାଙ୍ଗକୁ ବେକାରୀ ସମସ୍ୟା ଲୋକଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି। ବିଜେପି ଏସବୁ ପ୍ରସଙ୍ଗରେ ଆଲୋଚନା ନ କରି କିଏ କ’ଣ ପରିଧାନ କରୁଛି ତାହାକୁ ଦେଖୁଛି। କିନ୍ତୁ ପରିଧାନ କଥା ଉଠିଲେ ଆମ ନିକଟରେ ମଧ୍ୟ ବହୁତ କିଛି କହିବାକୁ ଅଛି। ବିଶେଷକରି ମୋଦୀଙ୍କ ୧୦ ଲକ୍ଷ ଟଙ୍କାର ସୁଟ୍‌ ସେ ପିନ୍ଧୁଥିବା ଦେଢ଼ ଲକ୍ଷ ଟଙ୍କାର ଚଷମା କଥା କହିଲେ ବିଜେପି ମୁହଁ ବନ୍ଦ ହୋଇଯିବ ବୋଲି କଂଗ୍ରେସ କହିଥିଲା।

ଏହାପରେ କଂଗ୍ରେସ ପୁଣିଥରେ  ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ଜରିଆରେ ଏକ ଖାକି ପ୍ୟାଣ୍ଟ  ଫଟୋ ପୋଷ୍ଟ କରିଥିଲା। ଯେଉଁଥିରେ ହାଫ ଖାକି ପ୍ୟାଣ୍ଟ ଗୋଟିଏ ପାର୍ଶ୍ୱରୁ ଜଳୁଥିବାର ଦେଖିବାକୁ ମିଳିଛି। ଏହି ଫଟୋ ତଳେ ଲେଖା ହୋଇଛି ଯେ ଆହୁରି ୧୪୫ ଦିନ ବାକି ରହିଛି। କଂଗ୍ରେସ ମଧ୍ୟ ଏହି ଫଟୋ ସହିତ ଏକ କ୍ୟାପସନ୍ ମଧ୍ୟ ଲେଖିଛି। ଯେଉଁଥିରେ କୁହାଯାଇଛି ଆମେ ଧୀରେ ଧୀରେ ଦେଶକୁ ଘୃଣା କବଳରୁ ମୁକ୍ତ କରିବା ଏବଂ ବିଜେପି-ଆରଏସଏସ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଭରଣା କରିବା।

To free the country from shackles of hate and undo the damage done by BJP-RSS.

Step by step, we will reach our goal.#BharatJodoYatra 🇮🇳 pic.twitter.com/MuoDZuCHJ2

— Congress (@INCIndia) September 12, 2022

ବର୍ତ୍ତମାନ ଯେଉଁ ଜଳୁଥିବା ଖାକି ପ୍ୟାଣ୍ଟ କଥା କୁହାଯାଉଛି ଯେ, ରାଷ୍ଟ୍ରିୟ ସ୍ୱୟଂସେବକ ସଙ୍ଗଠନର  ପରିଚୟ। ସଂଘ ସ୍ୱେଚ୍ଛାସେବୀ ଏଭଳି ହାଫ୍ ପ୍ୟାଣ୍ଟ ପିନ୍ଧିଥାନ୍ତି। କଂଗ୍ରେସ ପକ୍ଷରୁ କରାଯାଇଥିବା ଏହି ଟ୍ୱିଟ ଏବେ ବିବାଦାର କାରଣ ପାଲଟିଛି। ଏହି ଫୋଟ ସହିତ ଆରଏସଏସ କଂଗ୍ରେସ ବିରୋଧରେ ବର୍ଷିଛି। ସଙ୍ଗଠନର ସହ ସର କାର୍ଯ୍ୟବାହ ଡ.ମନମୋହନ ବୈଦ୍ୟ କହିଛନ୍ତି ଯେ କଂଗ୍ରେସ ଲୋକଙ୍କୁ ଘୃଣା ସହିତ ଯୋଡିବାକୁ ଚାହୁଁଛି। ସେମାନେ ଦୀର୍ଘ ଦିନ ଧରି ଆମ ପ୍ରତି ଘୃଣା ମନୋଭାବ ରଖିଛନ୍ତି। ତଥାପି ଆମଙ୍କୁ ଲୋକଙ୍କ ଭଲ ପାଇବା ମିଳିଛି। ରାହୁଲ ଗାନ୍ଧୀଙ୍କବାପା ଏବଂ ଜେଜେ ବାପା ମଧ୍ୟ ସଂଘକୁ ଘୃଣା କରିଥିଲେ। ସେମାନେ ସେମାନଙ୍କର ସମସ୍ତ ଶକ୍ତି ସହିତ ସଂଘକୁ ରୋକିବାକୁ ଚେଷ୍ଟା କରିଥଲେ। ସଂଘ ଉପରେ ନିଷେଧାଦେଶ ଜାରି କରାଯାଇଥିଲା। ହେଲେ ସଂଘ ବନ୍ଦ ହୋଇନଥିଲା। ଏହା ଆଗକୁ ଜାରି ରହିଲା। ଜୀବନବ୍ୟାପୀ ସଂଘ ନୀତି ଅନୁସରଣ କରୁଥିବା କାର୍ୟ୍ୟକର୍ତ୍ତା ଅଛନ୍ତି। ସଂଘରେ ତ୍ୟାଗ ଏବଂ ପରିଶ୍ରମୀ କରିବା ଭଳି ଲୋକ ଅଛନ୍ତି। ଆମେ ସମାଜର ଲୋକଙ୍କ ଠାରୁ ନିରନ୍ତର ସମର୍ଥନ ପାଇ ଆସୁଛୁ।

ଅନ୍ୟପଟେ ଗୋଆର ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ପ୍ରମୋଦ ସାୱନ୍ତ କହିଛନ୍ତି କି ଦେଶକୁ ବିଭାଜିତ କରିବା ହେଉଛି କଂଗ୍ରେସର ମୂଳ ଅଭ୍ୟାସ । ହେଲେ ବିଜେପି ଓ ଆରଏସଏସ ସର୍ବଦା ଦେଶକୁ ଯୋଡିବା ପାଇଁ ପ୍ରୟାସ କରୁଛି। ଏହାର ଉଦାହରଣ ଦେବାକୁ ଯାଇ ସେ ସ୍ୱାଧୀନତା ସମୟରେ ପାକିସ୍ତାନ କଥା କହିଛନ୍ତି । ସେ କହିଛନ୍ତି କି ଦେଶର ପ୍ରଥମ ବିଭାଜନ କଂଗ୍ରେସ ଦଳ କରିଥିଲା । ସେପଟେ ବିଜେପି ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ସେ କଂଗ୍ରେସର ଏକ ଟ୍ୱିଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । କଂଗ୍ରେସ ଏକ ଟ୍ୱିଟରେ ଖାକି ପ୍ୟାଣ୍ଟରେ ନିଆଁ ଲାଗିଥିବାର ଚିତ୍ର ପୋଷ୍ଟ କରିଥିଲା । ଏହା ଉପରେ ପ୍ରତିକ୍ରିୟା ରଖି ହିମନ୍ତ କହିଛନ୍ତି କି ଏହା କଂଗ୍ରେସର ଏକ ଲଜ୍ଜାଜନକ ଟ୍ୱିଟ୍ । କଂଗ୍ରେସ ଭାରତ ଯୋଡିବା ଯାତ୍ରା ନାମରେ ଭାରତକୁ ଖଣ୍ଡ ଖଣ୍ଡ କରିବାକୁ ଯାତ୍ରା ଆରମ୍ଭ କରିଛି ।

ଦତ୍ତାତ୍ରେୟ ହୋସବାଲେ ହେଲେ ଆରଏସଏସର ସାଧାରଣ ସମ୍ପାଦକ
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ ବଡ଼ ଧରିଣର ପରିବର୍ତ୍ତନ ହୋଇଛି । ୧୨ ବର୍ଷ ହେଲା ଆରଏସଏସର ସରକାର୍ଯ୍ଯବାହକ (ସାଧାରଣ ସମ୍ପାଦକ) ଭୈୟାଜୀ ଯୋଶୀଙ୍କ ସ୍ଥାନରେ ଦତ୍ତାତ୍ରେୟ ହୋସବାଲେଙ୍କୁ ନିଯୁକ୍ତି ମିଳିଛି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ)ର ଅଖିଳ ଭାରତୀୟ ପ୍ରତିନିଧି ସଭା ବୈଠକରେ ଦତ୍ତାତ୍ରେୟଙ୍କୁ ନୂଆ ସରକାର୍ଯ୍ଯବାହକ ଭାବେ ମନୋନୀତ କରାଯାଇଛି ।

ସଂଘ ଇତିହାସରେ ଆଜି ଯାଏ କେବେ ଭୋଟିଂ ହୋଇନାହିଁ । ପ୍ରତ୍ୟେକ ଥର ସରକାର୍ଯ୍ଯବାହକ ନିର୍ବାଚନ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ହୋଇଛି । ଏଥର ବି ସେମିତି ହୋଇଛି । ଓଁ ଉଚ୍ଚାରଣ ସହିତ ଦତ୍ତାତ୍ରେୟ ହୋସବାଲେଙ୍କ ନାମ ଉପରେ ଅଖିଳ ଭାରତୀୟ ପ୍ରତିନିଧି ସଭା ମୋହର ମାରିଛି ।

କର୍ଣ୍ଣାଟକର ସିମୋଗା ନିବାସୀ ଦତ୍ତାତ୍ରେୟ ହୋସବାଲେ । ସେ ୧୯୭୩ରେ ଆରଏସ୍ଏସ୍ ସମ୍ପର୍କରେ ଆସିଥିଲେ । ବେଙ୍ଗଳୁରୁ ବିଶ୍ୱବିଦ୍ୟାଳୟରେ ଦତ୍ତାତ୍ରେୟ ଇଂରାଜୀରେ ସ୍ନାତକୋତ୍ତର ହାସଲ କରିଛନ୍ତି । ଏହା ଛଡ଼ା ସେ ଏବିଭିପି କର୍ଣ୍ଣାଟକ ରାଜ୍ୟରେ ସଂଗଠନ ମନ୍ତ୍ରୀ ଥିଲେ । ଏହାପରେ ସେ ଏବିଭିପିର ରାଷ୍ଟ୍ରୀୟ ମନ୍ତ୍ରୀ ଏବଂ ସହ ସଂଗଠନ ମନ୍ତ୍ରୀ ଥିଲେ । ପ୍ରାୟ ୨ ଦଶନ୍ଧି ଧରି ଏବିଭିପି ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ରହିବା ପରେ ୨୦୦୨-୦୩ରେ ସଂଘର ଅଖିଳ ଭାରତୀୟ ସହ ବୌଦ୍ଧିକ ପ୍ରମୁଖ ଭାବେ ନିଯୁକ୍ତ ହୋଇଥିଲେ । ୨୦୦୯ରୁ ସହ ସରକାର୍ୟ୍ୟବାହକ ଥିଲେ ।