Dark Web - The Sakala

ଡାର୍କ ୱେବରେ ଶିଶୁଙ୍କ ଅଶ୍ଳୀଳ ଭିଡିଓ ବିକ୍ରି କରୁଥିବା ଦମ୍ପତିଙ୍କୁ ଫାଶୀ ଦଣ୍ଡ
ଉତ୍ତରପ୍ରଦେଶର ବାନ୍ଦାରେ ଏକ ଅତି ଲଜ୍ଜାଜନକ ତଥା ହୃଦୟବିଦାରକ ଘଟଣାରେ କୋର୍ଟ ଏକ ଐତିହାସିକ ରାୟ ଶୁଣାଇଛନ୍ତି। ଡାର୍କ ୱେବ୍ ଜରିଆରେ ଛୋଟ ପିଲାଙ୍କ ଅଶ୍ଳୀଳ ଭିଡିଓ ବିଦେଶରେ ବିକ୍ରି କରୁଥିବା ଏକ ଦମ୍ପତିଙ୍କୁ ସ୍ୱତନ୍ତ୍ର ପୋକ୍ସୋ (POCSO) କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଏହି ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି, ଯେଉଁଠାରେ ୫୦ରୁ ଅଧିକ ଶିଶୁଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା ଏବଂ ସେମାନଙ୍କ ଭିଡିଓ ୪୭ଟି ଦେଶରେ ବିକ୍ରି କରାଯାଇଥିଲା।

୫୦ରୁ ଅଧିକ ଶିଶୁଙ୍କ ସହ ଦୁଷ୍କର୍ମ ଓ ଭିଡିଓ ରେକର୍ଡିଂ

ଦୋଷୀ ସାବ୍ୟସ୍ତ ହୋଇଥିବା ରାମ ଭବନ (ଜଳସେଚନ ବିଭାଗର ଜୁନିୟର ଇଞ୍ଜିନିୟର) ଏବଂ ତାଙ୍କ ପତ୍ନୀ ଦୁର୍ଗାବତୀ ଦୀର୍ଘ ବର୍ଷ ଧରି ଏହି ଘୃণ্য କାମରେ ଲିପ୍ତ ଥିଲେ। ସିବିଆଇ (CBI) ତଦନ୍ତରୁ ଜଣାପଡିଛି ଯେ, ଏହି ଦମ୍ପତି ୩ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ଚକୋଲେଟ୍, ମୋବାଇଲ୍ ଏବଂ ଟଙ୍କାର ଲୋଭ ଦେଖାଇ ନିଜ ଜାଲରେ ଫସାଉଥିଲେ। ଏହାପରେ ସେମାନେ ପିଲାମାନଙ୍କୁ ଯୌନ ନିର୍ଯାତନା ଦେଉଥିଲେ ଏବଂ ଏହାର ଭିଡିଓ ରେକର୍ଡ କରୁଥିଲେ। ତଦନ୍ତକାରୀ ସଂସ୍ଥା ଏହି ଦମ୍ପତିଙ୍କ ନିକଟରୁ ପ୍ରାୟ ୨ ଲକ୍ଷରୁ ଅଧିକ ଅଶ୍ଳୀଳ ଭିଡିଓ ଏବଂ ଫଟୋ ଜବତ କରିଛି।

୪୭ଟି ଦେଶକୁ ଲମ୍ବିଥିଲା ଚେର

ଏହି ଘଟଣାର ଗମ୍ଭୀରତା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଜଣାପଡିଲା ଯେ ଏହି ଭିଡିଓଗୁଡିକ କେବଳ ଭାରତରେ ନୁହେଁ, ବରଂ ଡାର୍କ ୱେବ୍ ମାଧ୍ୟମରେ ବିଶ୍ୱର ୪୭ଟି ଦେଶରେ ବିକ୍ରି କରାଯାଉଥିଲା। ଇଣ୍ଟରପୋଲର ସୂଚନା ଆଧାରରେ ସିବିଆଇ ୨୦୨୦ ମସିହାରେ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା ଏବଂ ଚିତ୍ରକୁଟରୁ ଏହି ଦମ୍ପତିଙ୍କୁ ଗିରଫ କରିଥିଲା।

'ବିରଳରୁ ଅତି ବିରଳ' ମାମଲା

ବାନ୍ଦା ପୋକ୍ସୋ କୋର୍ଟର ବିଚାରପତି ଏହି ମାମଲାକୁ 'ବିରଳରୁ ଅତି ବିରଳ' (Rarest of Rare) ବୋଲି ଅଭିହିତ କରିଛନ୍ତି। କୋର୍ଟ କହିଛନ୍ତି ଯେ ସମାଜରେ ଏଭଳି ଅପରାଧର କୌଣସି ସ୍ଥାନ ନାହିଁ। ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ମୃତ୍ୟୁଦଣ୍ଡ ଦେବା ସହ ପୀଡିତ ପିଲାମାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଡାର୍କ ୱେବ୍‌ରେ ଅଙ୍ଗପ୍ରତ୍ୟଙ୍ଗ- ବ୍ଲଡ୍‌ ଗ୍ରୁପ୍‌ ତଥ୍ୟ ବିକି କୋଟି କୋଟି ଟଙ୍କା କମାଉଛନ୍ତି ହ୍ୟାକର୍ସ
ନୂଆଦିଲ୍ଲୀ(ଏଜେନ୍ସି): ହ୍ୟାକର୍ସଙ୍କ ଠିକଣା ପାଲଟିଛି ଡାର୍କ ୱେବ୍‌। ହ୍ୟାକିଂ କରି ହାସଲ କରାଯାଇଥିବା ତଥ୍ୟ ସେମାନେ ଏଠାରେ ବିକ୍ରି କରୁଛନ୍ତି। ଏହି ଡାର୍କ ୱେବ୍‌ରେ କେବଳ ଡାଟା ନୁହେଁ, ସମସ୍ତ ବେଆଇନ କାର୍ଯ୍ୟକଳାପ ଚାଲିଛି। ଅଙ୍ଗପ୍ରତ୍ୟଙ୍ଗ, ଦେହ ବେପାର, ନିଶା ବ୍ୟବସାୟ, ଅସ୍ତ୍ରଶସ୍ତ୍ର କାରବାରଠାରୁ ଆରମ୍ଭ କରି ସମସ୍ତ ଗୋରଖ ଧନ୍ଦାର ଆସର ପାଲଟିଛି ଏହି ଡାର୍କ ୱେବ୍‌।

ଗତ ୨୩ ତାରିଖରେ ହ୍ୟାକର୍ସ ଦିଲ୍ଲୀ ଏମ୍ସ ସର୍ଭରରେ ଆଟାକ୍‌ କରିଥିଲେ। ଏହି ସର୍ଭରକୁ ଠିକ୍‌ କରିବା ପାଇଁ ସେମାନେ ୨୦୦ କୋଟି ଟଙ୍କା ମାଗିଥିଲେ। ଏହି ଅର୍ଥକୁ କ୍ରିପ୍ଟୋ କରେନ୍ସିରେ ପୈଠ କରିବାକୁ କହିଥିଲେ। ହ୍ୟାକିଂ ବିଷୟରେ ଜଣାପଡିବା ପୂର୍ବରୁ ହ୍ୟାକର୍ସ ଏମ୍ସର ୬ ହଜାରରୁ ଅଧିକ କମ୍ପ୍ୟୁଟର ହ୍ୟାକ କରି ପ୍ରାୟ ୪ କୋଟି ରୋଗୀଙ୍କ ତଥ୍ୟ ଚୋରି କରି ନେଇଥିଲେ। ଏଥିରେ ଅଟଳ ବିହାରୀ ବାଜପେୟୀ, ମନମୋହନ ସିଂହଙ୍କ ସମେତ ଅନେକ ପୂର୍ବତନ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଚିକିତ୍ସା ତଥ୍ୟ ସାମିଲ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମ୍ସରେ ଟିକା ନେଇଥିଲେ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଚିକିତ୍ସା ମଧ୍ୟ ଏଠାରେ ହୋଇଥିଲା। ଏମ୍ସ ଡାଟାବେସ୍‌ରେ ବରିଷ୍ଠ ଅଧିକାରୀ, ସ୍ବାସ୍ଥ୍ୟ କର୍ମଚାରୀ, ରୋଗୀଙ୍କ ବ୍ୟକ୍ତିଗତ ସୂଚନା, ରକ୍ତଦାତା, ଆମ୍ବୁଲାନ୍ସ, ଟିକାକରଣ, ରକ୍ଷଣାବେକ୍ଷଣ କରୁଥିବପା କର୍ମଚାରୀଙ୍କ ମଧ୍ୟ ସୂଚନା ଥିଲା।

ଆଇଟି କମ୍ପାନୀ ନର୍ଡଭିପିନର ଅଧ୍ୟୟନରୁ ଜଣାପଡିଛି ଯେ ୬ ଲକ୍ଷ ଭାରତୀୟଙ୍କ ଡାଟା ସହିତ ବିଶ୍ବର ପ୍ରାୟ ୫୦ ଲକ୍ଷ ଲୋକଙ୍କ ସମ୍ବେଦନଶୀଳ ତଥ୍ୟ ହ୍ୟାକ କରି ବଟ୍‌ ମାର୍କେଟରେ ବିକ୍ରି କରାଯାଇଛି। ଏ ପର୍ଯ୍ୟନ୍ତ ଏହି ବଜାରରେ ବିକ୍ରି କରାଯାଇଥିବା ତଥ୍ୟରେ ଭାରତୀୟଙ୍କ ୧୨ ପ୍ରତିଶତ ବ୍ୟକ୍ତିଗତ ସୂଚନା ସାମିଲ ରହିଛି। ଜଣେ ବ୍ୟକ୍ତିଙ୍କ ଡାଟା ୫.୯୫ ଡଲାର ଅର୍ଥାତ୍‌ ୪୯୦ ଟଙ୍କାରେ ବିକ୍ରି କରାଯାଇଛି। ବଟ୍‌ ମାର୍କେଟରେ ଅନ୍‌ଲାଇନରୁ ଚୋରି କରାଯାଇଥିବା ଡାଟା ବିକ୍ରି କରାଯାଇଥାଏ। ଏହି ତଥ୍ୟରେ ବ୍ୟକ୍ତିଙ୍କ ଲଗିନ ସୂଚନା, କୁକିଜ, ଡିଜିଟାଲ ଫିଙ୍ଗରପ୍ରିଣ୍ଟ ଏବଂ ଅନ୍ୟ ସୂଚନା ସାମିଲ ରହିଛି।