Union Budget 2023-24 - The Sakala
ସରିଲା ପ୍ରତୀକ୍ଷା : ଲୋକସଭାରେ ବଜେଟ୍‌ ଉଦ୍‌ବୋଧନ ଆରମ୍ଭ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ : ସରିଲା ବଜେଟ୍‌ ୨୦୨୩-୨୪ର ପ୍ରତୀକ୍ଷା। ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ଟା ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରି ଉଦ୍‌ବୋଧନ ଆରମ୍ଭ କରିଛନ୍ତି। ବଜେଟ୍‌ ଉଦ୍‌ବୋଧନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଅମୃତ କାଳର ଏହା ପ୍ରଥମ ବଜେଟ । ଏହି ବଜେଟରେ ମହିଳା, ଚାଷୀ, ପଛୁଆବର୍ଗଙ୍କୁ ଧ୍ୟାନ ଦିଆଯାଇଛି । ଭାରତୀୟ ଅର୍ଥବ୍ୟବସ୍ଥା ଏବେ ସବୁଠୁ ଦ୍ରୁତ ଅଭିବୃଦ୍ଧିର ଅର୍ଥବ୍ୟବସ୍ଥା । କରୋନା ସତ୍ତ୍ବେ ମଧ୍ୟ ସଠିକ ରାସ୍ତାରେ ରହିଛି ଭାରତୀୟ ଅର୍ଥବ୍ୟବସ୍ଥା । ଭାରତ ଚ୍ୟାଲେଞ୍ଜର ସାମ୍ନା କରିଛି, ଅନ୍ୟଙ୍କୁ ସହଯୋଗର ହାତ ବଢାଇଛି । କରୋନା କାଳରେ ୮୦ କୋଟି ଲୋକଙ୍କୁ ମାଗଣାରେ ଚାଉଳ ଯୋଗାଇ ଦିଆଯାଇଛି । ସବକା ପ୍ରୟାସ ମନ୍ତ୍ର ଜରିଆରେ ସମସ୍ତଙ୍କର ଜୀବନରେ ସୁଧାର ଅଣାଯାଇଛି । ଗରିବଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରାଯାଇଛି।
ବିଶ୍ୱରେ ମାନ୍ଦାବସ୍ଥା ସତ୍ତେ୍ୱ ମଧ୍ୟ ଭାରତର ବିକାଶ ଦର ୭ ପ୍ରତିଶତ ରହିଛି। ପ୍ରତ୍ୟେକ ବ୍ୟକ୍ତିଙ୍କ ଆୟ ଦୁଇଗୁଣା ବଢିଛି । ଏବେ ପ୍ରତି ବ୍ୟକ୍ତିଙ୍କ ଆୟ ୧.୯୭ ଲକ୍ଷରେ ପହଞ୍ଚିଛି । ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଜାରି ରହିଛି, କିନ୍ତୁ ଭାରତର ଅର୍ଥବ୍ୟବସ୍ଥା ମଜବୁତ ରହିଛି। ସାରା ବିଶ୍ୱରେ ଭାରତ ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛି । ୧୨୦ କୋଟି ଲୋକଙ୍କୁ ୨୨୦ କୋଟି ଡୋଜ୍ ଟିକା ଦିଆଯାଇଛି । ୯.୬ କୋଟି ଏଲ୍‌ପିଜି କନେକ୍ସନ ଦିଆଯାଇଛି। ୪୭ କୋଟି ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟ ଖୋଲାଯାଇଛି । ଚାଷୀ, ମହିଳା, ଓବିସି, SC/ST, ବଞ୍ଚିତ ସମସ୍ତଙ୍କ ବିକାଶ ପାଇଁ ବଜେଟ ଉପସ୍ଥାପନ କରାଯାଉଛି।
ସୂଚନାଯୋଗ୍ୟ ୨୦୨୩-୨୪ କେନ୍ଦ୍ର ବଜେଟ୍‌ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମେ ଅର୍ଥମନ୍ତ୍ରାଳୟରେ ପହଞ୍ଚିଥିଲେ। ଏହାପରେ ସେ ବଜେଟ୍‌ ଉପସ୍ଥାପନ ଅର୍ଥମନ୍ତ୍ରାଳୟ ସମ୍ମୁଖରେ ଫଟୋ ଉଠାଇବା ପାଇଁ ଅର୍ଥମନ୍ତ୍ରୀ ଲାଲ୍‌ ରଙ୍ଗର ‘ବହିଖାତା’ ଧରି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କ୍ରିଷ୍ଣାରାଓ ଏବଂ ଅର୍ଥମନ୍ତ୍ରାଳୟର ଅନ୍ୟାନ୍ୟ ଅଧିକାରୀମାନଙ୍କ ସହିତ ଠିଆ ହୋଇଥିଲେ।୨୦୨୩-୨୪ ବଜେଟ୍‌ ଅଭିଭାଷଣ ପ୍ରଦାନ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କିଷନ୍‌ରାଓ କରାଡ଼, ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏବଂ ଅର୍ଥମନ୍ତ୍ରାଳୟର ପଦସ୍ଥ ଅଧିକାରୀମାନେ ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଫେରିବା ପରେ ସଂସଦରେ କ୍ୟାବିନେଟ୍‌ ବୈଠକ ବସିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍‌ ଆଜି ‘୨୦୨୩-୨୪ କେନ୍ଦ୍ରୀୟ ବଜେଟ୍‌’କୁ ଅନୁମୋଦନ କରିଥିଲା। ୧୫ ମିନିଟ୍‌ ମଧ୍ୟରେ ଆଜିର ଏହି କ୍ୟାବିନେଟ୍‌ ବୈଠକ ଶେଷ ହୋଇଥିଲା। ଏହାପରେ ଅର୍ଥମନ୍ତ୍ରୀ ପୂର୍ବାହ୍ନ ୧୧ଟା ଲୋକସଭାରେ ବଜେଟ ଉପସ୍ଥାପନ କରୁଛନ୍ତି।
ଭୁବନେଶ୍ବର : ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିବେ।୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ଏହାର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହେବ । ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ମାଧ୍ୟମରେ ସରକାର ସବୁବର୍ଗର ଲୋକଙ୍କ ଆଶାକୁ ପୂରଣ କରିବାକୁ ପ୍ରୟାସ କରିପାରନ୍ତି।ଚଳିତ ବଜେଟରେ ରେଳ ବ୍ୟୟବରାଦ ମଧ୍ୟ ଉପସ୍ଥାପିତ ହେଉଛି । ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ କ’ଣ ମିଳିବ ତାହା ଉପରେ ନଜର । ହେଲେ ରେଳବାଇକୁ ନେଇ ଅନେକ ଆଶା ରଖିଛନ୍ତି ରାଜ୍ୟବାସୀ ।
ନୂଆ କେନ୍ଦ୍ର ବଜେଟରେ ଓଡ଼ିଶା ସରକାର ରେଳାବଇ କ୍ଷେତ୍ର ପାଇଁ ୮୪୦୦ କୋଟି ଟଙ୍କା ଦାବି କରିଛନ୍ତି। ଓଡ଼ିଶାରେ ରେଳବାଇ ନେଟୱାର୍କର ସମ୍ପ୍ରସାରଣ, ଭିତ୍ତିଭୂମି ନିର୍ମାଣ ଜରିଆରେ ରେଳ ସାନ୍ଧ୍ରତା ବୃଦ୍ଧି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ରେଳ ମନ୍ତ୍ରାଳୟ ଓଡ଼ିଶାରୁ ପ୍ରତିବର୍ଷ ୨୦ ହଜାର କୋଟିରୁ ଅଧିକ ଟଙ୍କାର ରାଜସ୍ୱ ପାଉଥିବା ବେଳେ ଚଳିତ ବଜେଟ୍‌‌ରେ ଅତିକମ୍‌‌ରେ ୮୪୦ କୋଟି ଟଙ୍କା ଦେବା ଆବଶ୍ୟକ ବୋଲି କୁହାଯାଇଛି। ଏଥିରେ ବିଭିନ୍ନ ପୁରୁଣା ଓ ନୂଆ ରେଳପଥ ନିର୍ମାଣ, ଷ୍ଟେସନ୍‌‌ ଉନ୍ନତିକରଣ, ପ୍ରଚଳିତ ଟ୍ରେନ୍‌‌ର ସମ୍ପ୍ରସାରଣ, ନୂଆ ଟ୍ରେନ୍‌‌ ଚଳାଚଳ, ଯାତ୍ରୀ ସୁବିଧା, ରେଳ ଆଧାରିତ ଶିଳ୍ପ ପ୍ରତିଷ୍ଠା ଆଦି ପାଇଁ ଅନୁଦାନ ଦାବି କରାଯାଇଛି।
ଅର୍ଥ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗୋପାଳପୁର-ରାଇରାଖୋଲ (୨୫୦କିମି) ପାଇଁ ୨୦୦ କୋଟି, ନୂଆପଡ଼ା-ଗୁଣୁପୁର ନୂଆ ବିଜି ରେଳ ଲିଙ୍କ୍‌‌ ଥେରୁବାଲି ପର୍ଯ୍ୟନ୍ତ ସମ୍ପ୍ରସାରଣ (୭୯ କିମି) ପାଇଁ ୩୦୦ କୋଟି, ପୁରୀ-କୋଣାର୍କ ନୂଆ ଲାଇନ୍‌‌ (୩୮ କିମି) ପାଇଁ ୧୦୦ କୋଟି ଟଙ୍କା ଓଡ଼ିଶା ଦାବି କରିଛି। ସେହିପରି ନୂଆପଡ଼ାରୋଡ଼-ବରଗଡ଼ ରୋଡ଼ ଭାୟା ପଦ୍ମପୁର (୧୪୨ କିମି) ପାଇଁ ୧୦୦ କୋଟି, ଯାଜପୁର କେନ୍ଦୁଝର ରୋଡ-ଧାମରା ବନ୍ଦର ଭୟା ଯାଜପୁର/ଆରଡି (୯୫ କିମି) ପାଇଁ ୧୦୦ କୋଟି, ତାଳଚେର-ଅନୁଗୁଳ ପାଇଁ ୧୦୦ କୋଟି, ପାରାଦ୍ୱୀପ-ଧାମରା ରେଳ ଲିଙ୍କ୍‌‌ (୮୦ କିମି) ପାଇଁ ୫୦ କୋଟି, ବୁଢ଼ାମରା-ଚକୁଳିଆ ଲାଇନ୍‌‌ ପାଇଁ ୧୦୦ କୋଟି, କେନ୍ଦୁଝର-ବାଦାମ ପାହାଡ଼ ପାଇଁ ୧୦୦ କୋଟି, ଖୋର୍ଦ୍ଧା ରୋଡ-ବଲାଙ୍ଗିର ବିଜି ରେଳ ଲିଙ୍କ୍‌‌ ପ୍ରକଳ୍ପ ପାଇଁ ୧୨୦୦ କୋଟି, ତାଳଚେର-ବିମଳାଗଡ଼ (୧୫୪ କିମି) ପାଇଁ ୮୦୦ କୋଟି, ଜଳେଶ୍ୱର-ଦୀଘା (୪୧ କିମି) ୧୦୦ କୋଟି, ଜୁନାଗଡ଼-ନବରଙ୍ଗପୁର (୧୧୮ କିମି) ପାଇଁ ୧୦୦ କୋଟି, ନବରଙ୍ଗପୁର-ଜୟପୁର (୩୮କିମି) ୧୫୦ କୋଟି, ଜୟପୁର-ମାଲକାନଗିରି (୧୩୦ କିମି) ପାଇଁ ୩୦୦ କୋଟି, ମାଲକାନଗିରି-ଭଦ୍ରାଚଳମ ପାଇଁ ୧୦୦ କୋଟି ଟଙ୍କା ଦାବି କରାଯାଇଛି। ଅପରପକ୍ଷେ ରାଜ୍ୟରେ ଜାରି ରହିଥିବା ରେଳ ଲାଇନ୍‌‌ ଦୋହରୀକରଣ ପ୍ରକଳ୍ପ, ତୃତୀୟ ଲାଇନ୍‌‌, ୪ର୍ଥ ଲାଇନ୍‌‌, ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ବାଲେଶ୍ୱର ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ୍‌‌ ପୁନଃନିର୍ମାଣ ପାଇଁ ଓଡ଼ିଶା ସରକାର ୪୫୦୦ କୋଟି ଟଙ୍କା ଦାବି କରିଛନ୍ତି।
ରେଳବାଇ ଓଡ଼ିଶାରୁ ସର୍ବାଧିକ ରାଜସ୍ୱ ପାଉଛି। କିନ୍ତୁ ଓଡ଼ିଶାରେ ରେଳ ସାନ୍ଧ୍ରତା ମାତ୍ର ୧୮ ରହିଛି ଯାହା ଜାତୀୟ ହାର (୨୧) ଏବଂ ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ କମ୍‌‌। ଯଦି ଅନ୍ୟ ରାଜ୍ୟ କଥା ଦେଖାଯାଏ, ତା’ହେଲେ ପଶ୍ଚିମବଙ୍ଗରେ ରେଳ ସାନ୍ଧ୍ରତା ୪୮ ଥିବା ବେଳେ ଝାଡ଼ଖଣ୍ଡରେ ୩୩ ରହିଛି। ରେଳ ଭିତ୍ତିଭୂମିର ବିକାଶ ଦାୟିତ୍ୱ ରେଳ ମନ୍ତ୍ରାଳୟ ଉପରେ ରହିଛି ସତ; କିନ୍ତୁ ଏଥିରେ ଓଡ଼ିଶା ସରକାର ରେଳବାଇକୁ ପୂର୍ଣ୍ଣ ସହଯୋଗ କରୁଛନ୍ତି। ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ଜମି ଅଧିଗ୍ରହଣ କରି ବିନା ମୂଲ୍ୟରେ ରେଳବାଇକୁ ପ୍ରଦାନ କରିବା ସହିତ ପ୍ରକଳ୍ପର ୫୦% ଖର୍ଚ୍ଚ ବହନ କରୁଛନ୍ତି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ବରିଷ୍ଠ ଅଧିକାରୀଙ୍କୁ ଭୂ ଅର୍ଜନ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି।
ସେହିପରି ଓଡ଼ିଶା ସରକାର ରେଳ ପ୍ରକଳ୍ପ ତ୍ୱରାନ୍ୱିତ କରିବା ପାଇଁ ଜଏଣ୍ଟ ଭେନ୍‌‌ଚର୍‌‌/ସ୍ପେଶାଲ ପର୍ପଜ୍‌‌ ଭେହିକଲ୍‌‌ (ଏସ୍‌‌ପିଭି) ପ୍ରତିଷ୍ଠା କରିଛନ୍ତି। ଏଥିରେ ଓଡ଼ିଶା ସରକାର, ରେଳବାଇ ଏବଂ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରାଳୟକୁ ସ୍ଥାନ ଦିଆଯାଇଛି। କିନ୍ତୁ ସବୁ ବର୍ଷ ଆବଶ୍ୟକତା ଠାରୁ କମ୍‌‌ ଅନୁଦାନ ଓଡ଼ିଶାକୁ ମିଳୁଛି। କେବଳ ଗତବର୍ଷ ଆଶାନୁରୂପ ଅନୁଦାନ ମିଳିଥିଲା। ତେବେ ଚଳିତ ବର୍ଷ କେତେ ମିଳୁଛି, ତାହା ଆସନ୍ତାକାଲି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବଜେଟ ପେଡ଼ି ଖୋଲିବା ପରେ ସ୍ପଷ୍ଟ ହେବ।
ଆଜି ସାଧାରଣ ବଜେଟ : ୪୪ଲକ୍ଷ କୋଟି ଛୁଇଁପାରେ ଆକାର
ନୂଆଦିଲ୍ଲୀ : ଆଜି ୨୦୨୩-୨୪ ଆର୍ଥିକବର୍ଷ ନିମନ୍ତେ ସାଧାରଣ ବଜେଟ ଉପସ୍ଥାପନ ହେବାକୁ ଯାଉଛି। ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦିନ ୧୧ଟା ସମୟରେ ବଜେଟ ଆଗତ କରିବେ। ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଚଳିତବର୍ଷ ବଜେଟ୍‌ର ଆକାର ୪୪ଲକ୍ଷ କୋଟି ଟଙ୍କା ରହିପାରେ। ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଥର ସର୍ବସାଧାରଣଙ୍କୁ ପ୍ରଲୋଭିତ କରିବା ଭଳି ବଜେଟ ଆଣିବାକୁ ଚେଷ୍ଟା କରିପାରନ୍ତି। ସମ୍ପ୍ରତି ସାରା ବିଶ୍ବ ମାନ୍ଦାବସ୍ଥାକୁ ନେଇ ଆଶଙ୍କାରେ ରହିଥିବାବେଳେ, ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧିକୁ ତ୍ବରିତ କରିବା ସରକାରଙ୍କ ଆଗରେ ବଡ଼ ଆହ୍ବାନ ହେବ।
ଏଡାଛଡା ମନ୍ଥର ରୂପ ନେଉଥିବା ଦେଶର ଅର୍ଥନୀତିରେ ଆଗାମୀ ଦିନରେ ଆହୁରି ଅଧିକ ଆୟରେ ହ୍ରାସ ଘଟିପାରେ। ଏଭଳି ପରିସ୍ଥିତିରେ ନିର୍ମଳା ସୀତାରମଣ କିପରି ଦେଶବାସୀଙ୍କ ଆଶା ପୂରଣ କରିବେ ତାହା ଏବେ ଦେଖିବାକୁ ବାକି ରହିଛି। ଏହାବାଦ୍‌ ବଢ଼ିଚାଲିଥିବା ବିତ୍ତୀୟ ନିଅଣ୍ଟ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏତେ ସବୁ ସତ୍ତ୍ବେଏଥର ବଜେଟରୁ କରଦାତା ସରକାରଙ୍କଠାରୁ ବଡ଼ ଆଶା ରଖିଛନ୍ତି, ଯାହା ଉପରେ ସମସ୍ତଙ୍କ ନଜର। ଆହୁରିମଧ୍ୟ ନିର୍ବାଚନୀ ବର୍ଷ ହୋଇଥିବାରୁ ବଜେଟରେ ସରକାର ନିଶ୍ଚିତ ଭାବେ ଟିକସ ସ୍ଲାବ୍‌ରେ ବୃଦ୍ଧି ଘଟାଇବା ସହ କରଦାତାଙ୍କୁ କିଛି ଟିକସ ରିଆତି ପ୍ରଦାନ କରିବା ଭଳି ପଦକ୍ଷେପ ଗ୍ରହଣ କରିବା ସମ୍ଭାବନା ରହିଛି।
ଚଳିତବର୍ଷ ମଧ୍ୟ ରେଳ ବଜେଟ୍‌ କେନ୍ଦ୍ରୀୟ ବଜେଟ୍‌ ସହିତ ଆସିବ। କରୋନା ମାଡ଼ ପରେ ଭାରତୀୟ ଅର୍ଥନୀତି ଅଣ୍ଟା ସଳଖିବାକୁ ଯାଉଥିବାବେଳେ ଏହି ସମୟରେ ଅର୍ଥମନ୍ତ୍ରୀ ଏବଂ ତାଙ୍କ ଟିମ୍‌ ବଜେଟ୍‌ ଉପସ୍ଥାପନ କରବାକୁ ଯାଉଛନ୍ତି। ଗତଥର ଭଳି ଚଳିତଥର ବଜେଟ କପି ପ୍ରିଣ୍ଟ କରାଯିବନାହିଁ ବୋଲି ଜଣାପଡ଼ିଛି।
ଧିମା ଅଭିବୃଦ୍ଧିର ଆଭାସ
ଗତକାଲି ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ସହ ଆସିଛି କେନ୍ଦ୍ର ସରକାରଙ୍କର ବାର୍ଷିକ ରିପୋର୍ଟ କାର୍ଡ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସଂସଦରେ ଉପସ୍ଥାପନ କରିଛନ୍ତି ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୨-୨୩। ତେବେ ସର୍ଭେରେ ଦେଶର ଅଭିବୃଦ୍ଧିକୁ ନେଇ ଯାହା ରିପୋର୍ଟ ଆସିଛି ତାହା ସରକାରଙ୍କ ବୁଦ୍ଧି ବଣାକରିଦେବା ଭଳି ରହିଛି। ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାରକୁ ନେଇ ସର୍ବଦା ବାହାବା ନେଉଥିବା କେନ୍ଦ୍ର ସରକାରଙ୍କୁ ଏଥିରେ ଲାଗିଛି ବଡ଼ ଝଟ୍‌କା।
କାରଣ ଆଗାମୀ ଦିନରେ ଧିମା ପଡିବ ଦେଶର ଅଭିବୃଦ୍ଧି ହାର, ଯାହାର ସଙ୍କେତ ସର୍ଭେ ରିପୋର୍ଟରୁ ମିଳିଛି। ରିପୋର୍ଟ ଅନୁଯାୟୀ ୨୦୨୨-୨୩ ଆର୍ଥିକବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ୭ ପ୍ରତିଶତ ରହିବାକୁ ଥିବାବେଳେ ଆଗାମୀ ବର୍ଷ ଏହା ୬.୮ ପ୍ରତିଶତ ରହିପାରେ ବୋଲି ଏଥିରେ ଆକଳନ କରାଯାଇଛି। ଅପରପକ୍ଷେ କରୋନା ମହାମାରୀ ପରେ ଦେଶର ଅର୍ଥନୀତି ସୁଧୁରୁଥିବା ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଡ. ଭି. ଅନନ୍ତ ନାଗେଶ୍ବରନ୍‌ କହିଛନ୍ତି।
ରିପୋର୍ଟ ଅନୁଯାୟୀ, ଆସନ୍ତା ଆର୍ଥିକବର୍ଷରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୬.୫ ପ୍ରତିଶତକୁ ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି। ତଥାପି ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇରହିବ। ଏହି ସମୀକ୍ଷା ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି। ତେବେ ଚଳିତ ଆର୍ଥିକବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦର ଅଭିବୃଦ୍ଧି ହାର ୭ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି, ଯାହା ଗତ ବର୍ଷ ୮.୭ ପ୍ରତିଶତ ରହିଥିଲା। ସମଗ୍ର ୟୁରୋପରେ ଦୀର୍ଘ ଦିନ ଧରି ଚାଲିଥିବା ଯୁଦ୍ଧ ଏବଂ ଯୋଗାଣ ଶୃଙ୍ଖଳା ବ୍ୟାଘାତରୁ ଭାରତ ମଧ୍ୟ ବିଶ୍ବ ଆର୍ଥିକ ଆହ୍ବାନର ସମ୍ମୁଖୀନ ହୋଇଛି। ଅପରପକ୍ଷେ ବିଶ୍ବର ଅଧିକାଂଶ ଅର୍ଥନୀତି ଅପେକ୍ଷା ଭାରତ ଏହି ଆହ୍ବାନର କମ୍ ସମ୍ମୁଖୀନ ହୋଇଛି। ପିପିପି (କ୍ରୟ ଶକ୍ତି ସମକକ୍ଷତା) ଦୃଷ୍ଟିରୁ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଏବଂ ବିନିମୟ ମୂଲ୍ୟ ଦୃଷ୍ଟିରୁ ପଞ୍ଚମ ବୃହତ୍ତମ ରାଷ୍ଟ୍ର।
ରିପୋର୍ଟରେ ଏହା ସୂଚାଇ ଦିଆଯାଇଛି ଯେ ସୃଷ୍ଟି ହୋଇଥିବା ମୁଦ୍ରାସ୍ଫୀତି ଜନିତ ପରିସ୍ଥିତି ଏକ ପ୍ରମୁଖ ଚିନ୍ତାର କାରଣ ହୋଇ ନ ପାରେ, ତଥାପି ଏକ ଦୀର୍ଘ ସମୟ ଯାଏ ଋଣ ମହଙ୍ଗା ହେବ। ମହାମାରୀ ପରେ ଅର୍ଥନୀତିରେ ଅଭିବୃଦ୍ଧି ଅପେକ୍ଷାକୃତ ଭାବେ ଦ୍ରୁତ ଗତିରେ ବୃଦ୍ଧି ପାଇବା ସହ ଏହା ଦ୍ରୁତ ଘରୋଇ ଚାହିଦା ଏବଂ ପୁଞ୍ଜି ବିନିଯୋଗକୁ ସମର୍ଥନ କରିଛି, କିନ୍ତୁ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ଦ୍ବାରା ସୁଧ ହାରରେ ଆହୁରି ବୃଦ୍ଧି ଆକଳନ ଭାରତୀୟ ମୁଦ୍ରା ଟଙ୍କା ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି। ଆଗାମୀ ଦିନରେ ଭାରତ ପାଇଁ ଚଳନ୍ତିଖାତା ନିଅଣ୍ଟରେ ଅଧିକ ବୃଦ୍ଧି ଘଟିପାରେ। ସମୀକ୍ଷା ଅନୁଯାୟୀ, ରପ୍ତାନି ଦୃଷ୍ଟିକୋଣରୁ ଚଳିତ ଆର୍ଥିକବର୍ଷର ଦ୍ୱିତୀୟାର୍ଦ୍ଧରେ ଅଭିବୃଦ୍ଧିରେ ହ୍ରାସ ଘଟିଛି। ଆସନ୍ତା ଆର୍ଥିକବର୍ଷରେ ବିଶ୍ବର ଅଧିକାଂଶ ଅର୍ଥନୀତି ତୁଳନାରେ ଭାରତର ଅଭିବୃଦ୍ଧି ହାର ଅଧିକ ଶକ୍ତିଶାଳୀ ହେବ। ବ୍ୟକ୍ତିଗତ ବ୍ୟବହାରରେ ଉନ୍ନତି, ବ୍ୟାଙ୍କଗୁଡିକ ଋଣ ପ୍ରଦାନରେ ତ୍ୱରାନ୍ୱିତ ଏବଂ କମ୍ପାନୀଗୁଡିକ ଦ୍ୱାରା ପୁଞ୍ଜି ବ୍ୟୟରେ ବୃଦ୍ଧି ହେତୁ ଏହା ସମ୍ଭବପର ହେବ। ଭାରତରେ ନିଯୁକ୍ତି ସ୍ଥିତିରେ ଉନ୍ନତି ଘଟିଛି, କିନ୍ତୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଘରୋଇ ପୁଞ୍ଜି ବିନିଯୋଗର ଆବଶ୍ୟକତା ରହିଛି।
ସର୍ଭେରେ ଗ୍ରାମାଞ୍ଚଳ ବିକାଶ ଉପରେ ଗୁରୁ‌ତ୍ୱ ପ୍ରଦାନ କରାଯାଇଛି। ସର୍ଭେରେ କୁହାଯାଇଛି ଯେ ଦେଶର ୬୫% ଜନସାଧାରଣ (୨୦୨୧ତଥ୍ୟ) ଗ୍ରାମାଞ୍ଚଳରେ ବସବାସ କରନ୍ତି। ଏହାଛଡା କୃଷି ଉପରେ ନିର୍ଭର କରୁଥିବା ଲୋକଙ୍କ ସଂଖ୍ୟା ୪୭ଶତାଂଶ। ତେଣୁ ଗ୍ରାମାଞ୍ଚଳଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା ପାଇଁ ସରକାର ବିଶେଷ ଗୁରୁତ୍ୱ ଦେଇଛନ୍ତି। ବିଭିନ୍ନ ଯୋଜନାରେ ଗ୍ରାମାଞ୍ଚଳରେ ରୋଜଗାର ବୃଦ୍ଧି ଏବଂ ଲୋକଙ୍କ ଜୀବନ ଧାରଣରର ମାନରେ ଉନ୍ନତି ଆଣିବାକୁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି।
ବଜେଟ୍ ୨୦୨୩-୨୪: ଟିକସଦାତାଙ୍କୁ ମିଳିପାରେ ବଡ ଉପହାର, ୫ ଲକ୍ଷକୁ ବୃଦ୍ଧି ହୋଇପାରେ ଟିକସ ଛାଡ଼ ସୀମା
ନୂଆଦିଲ୍ଲରୀ: ପାଖେଇ ଆସୁଛି ସାଧାରଣ ବଜେଟ୍‌ ୨୦୨୩-୨୪। ଆସନ୍ତାବର୍ଷ ଫେବୃଆରୀ ପହିଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୩-୨୪ ଆର୍ଥିକବର୍ଷ ପାଇଁ ବଜେଟ୍‌ ଆଗତ କରିବେ। ଆଗାମୀ ବଜେଟରେ ସରକାର ଟିକସଦାତାଙ୍କୁ ଏକ ବଡ ଉପହାର ଦେଇପାରନ୍ତି। ଏଥିରେ ନୂତନ ଟିକସ ବ୍ୟବସ୍ଥାକୁ କରଦାତାଙ୍କ ପାଇଁ ଅଧିକ ଆକର୍ଷଣୀୟ କରିବା ପାଇଁ ବଜେଟରେ ଏହାର ବ୍ୟବସ୍ଥାରେ ପ୍ରମୁଖ ପରିବର୍ତ୍ତନ ଘୋଷଣା କରାଯାଇପାରେ। ଏହି ଅନୁଯାୟୀ, ବର୍ତ୍ତମାନ ଥିବା ଟିକସ ଛାଡ ସୀମାକୁ ସରକାର ୨.୫ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାର ଯଥେଷ୍ଟ ସମ୍ଭାବନା ରହିଛି।
ବର୍ତ୍ତମାନ, ଟିକସଦାତାମାନଙ୍କୁ ବାର୍ଷିକ ୨.୫ ଲକ୍ଷ ଟଙ୍କାର ଆୟ ଉପରେ କୌଣସି ଟିକସ ଦେବାକୁ ପଡୁନାହିଁ। ତେଣୁ ୨.୫ରୁ ୫ ଲକ୍ଷ ଟଙ୍କା ସ୍ଲାବ୍‌ରେ ଟିକସଦାତାଙ୍କୁ ୫% ଟିକସ ଦେବାକୁ ପଡିବ। ଆଗାମୀ ବଜେଟ୍‌ରେ ଆୟକରର ନୂତନ ବ୍ୟବସ୍ଥା ଅନୁଯାୟୀ ଟିକସ ଛାଡ ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ବିଚାର କରାଯାଉଛି। ଯାହାଦ୍ୱାରା ନୂତନ କର ବ୍ୟବସ୍ଥା କରଦାତାମାନଙ୍କ ମଧ୍ୟରେ ଲୋକପ୍ରିୟ ହୋଇପାରିବ। ଯଦି ଟିକସ ଛାଡ ସୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଏ, ତେବେ ଏହା ଟିକସଦାତାଙ୍କ ଉପରେ ଟିକସ ବୋଝ ହ୍ରାସ କରିବାରେ ସାହାଯ୍ୟ କରିବ, ଯାହାଦ୍ବାରା ସେମାନେ ଅଧିକ ଅର୍ଥ ବିନିଯୋଗ କରିପାରିବେ। ତେବେ ନୂତନ ଟିକସ ବ୍ୟବସ୍ଥା ଅନୁଯାୟୀ ଟିକସଦାତାମାନେ ଧାରା ୮୦ ସି ଏବଂ ୮୦ ଡି ଅନୁଯାୟୀ ଟିକସ ଛାଡ ସୁବିଧା ପାଇବେନାହିଁ। ଏହି ଟିକସ ବ୍ୟବସ୍ଥାରେ ଅନେକ ପ୍ରକାରର ରିହାତି ରଦ୍ଦ କରାଯାଇଛି। ଯେଉଁ କାରଣରୁ ଟିକସଦାତାମାନେ ନୂତନ ଟିକସ ବ୍ୟବସ୍ଥା ଗ୍ରହଣ କରିବାଠାରୁ ଦୂରେଇ ଯାଉଛନ୍ତି। ମୋଟ ଟିକସଦାତାଙ୍କ ମଧ୍ୟରୁ କେବଳ ୧୦ରୁ ୧୨ ପ୍ରତିଶତ ଟିକସଦାତା ନୂତନ ବ୍ୟବସ୍ଥା ଆପଣାଇଛନ୍ତି। କାରଣ ଏଥିରେ ଅଧିକ ଟିକସ ଦେବାକୁ ପଡିବ ଏବଂ ଟିକସ ଛାଡର ଲାଭ ମଧ୍ୟ ଉପଲବ୍ଧ ନାହିଁ।
ଟିକସ ବିଶେଷଜ୍ଞମାନଙ୍କ କହିବାନୁଯାୟୀ, ଯଦି ପୁରୁଣା ଏବଂ ନୂତନ ଟିକସ ବ୍ୟବସ୍ଥାରେ ଟିକସ ଭାର ସମାନ ହୋଇଯାଏ, ତେବେ ଟିକସଦାତାମାନେ ନୂତନ ବିକଳ୍ପ ଗ୍ରହଣ କରିପାରିବେ କାରଣ ଏଥିରେ ରିଟର୍ଣ୍ଣ ଦାଖଲ କରିବା ସହଜ ହେବ ଏବଂ ଅନୁପାଳନର ଭାର କମିବ। ନିକଟରେ ପୂର୍ବତନ ରାଜସ୍ୱ ସଚିବ ତରୁଣ ବଜାଜ କହିଛନ୍ତି ଯେ ନୂତନ ଆୟକର ବ୍ୟବସ୍ଥାରେ ୨.୫ ଲକ୍ଷ ଟଙ୍କା ଆକାରୀଙ୍କୁ କୌଣସି ଟିକସ ଦେବାକୁ ପଡିବନାହିଁ, କିନ୍ତୁ ପୁରୁଣା ଟିକସ ବ୍ୟବସ୍ଥାରେ ୭.୫ ଲକ୍ଷ ଟଙ୍କା ଆୟ କରୁଥିବା ଲୋକ ଟିକସ ଦେବାରୁ ବଞ୍ଚିଯାଉଛନ୍ତି।
ନୂଆଦିଲ୍ଲୀ : ନୂତନ ବର୍ଷ ୨୦୨୩ ଆରମ୍ଭ ସହିତ ବଜାର ଏବଂ ନିବେଶକଙ୍କ ଆଖି ଏବେ କେନ୍ଦ୍ରର ସାଧାରଣ ବଜେଟ୍ ୨୦୨୩-୨୪ ଉପରେ। ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଏହା ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ପୂର୍ଣ୍ଣ ବର୍ଷର ବଜେଟ୍ ହେବ। ଫେବୃଆରୀ ପହିଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରିବେ। ଇକ୍ୱିଟି ବଜାର ବିଶେଷଜ୍ଞ ଏବଂ ବିଶ୍ଳେଷକମାନେ ବଜେଟରୁ ଆଶା ଅନୁଯାୟୀ ଏବେଠୁ ସେମାନଙ୍କ ସ୍ଥିତି ଆକଳନ କରିବା ଆରମ୍ଭ କରିଦେଇଛନ୍ତ। ୨୦୨୩-୨୪ ଆର୍ଥିକବର୍ଷ ବଜେଟ୍‌ରୁ ବଜାର ସଂସ୍କାର ଏବଂ ଟିକସ ସୁବିଧା ଆଶା କରୁଛି। ବିତ୍ତୀୟ ନିଅଣ୍ଟ ଏବଂ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଥିବାବେଳେ ଅର୍ଥମନ୍ତ୍ରୀ ଅଭିବୃଦ୍ଧିର ଗତିକୁ ବଜାୟ ରଖିବେ ବୋଲି ବଜାର ଆଶା କରିଛି। ବଜେଟ୍‌ରେ ସରକାର ଆୟକର ସ୍ଲାବ୍‌ରେ ବୃଦ୍ଧି ଘଟାଇବେ କି ଲୋକଙ୍କ ଉପରେ ଦ୍ରବ୍ୟ ଏବଂ ସେବା ଟିକସ(ଜିଏସ୍‌ଟି) ଭାର ବଢ଼ାଇବେ। ଏବେ ତାହା ଉପରେ ସମସ୍ତଙ୍କ ନଜର।
ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜ୍ ଏହାର ସଦ୍ୟତମ ରିପୋର୍ଟରେ କହିଛି ଯେ ସରକାର ବଜେଟ୍‌ରେ ଆର୍ଥିକ ଚତୁରତା ପ୍ରଦର୍ଶନ କରିବେ। କାରଣ ସରକାର ବଜେଟ୍‌ରେ କୌଣସି ପ୍ରମୁଖ ମୂଳ ଘୋଷଣା କିମ୍ବା ସଂସ୍କାର ଆଣିନ ପାରନ୍ତି। ଦେଶର ଭିତ୍ତିଭୂମିର ନିରନ୍ତର ବିକାଶ ଉପରେ କେନ୍ଦ୍ର ଧ୍ୟାନ ଦେବ ବୋଲି ଆଶା କରାଯାଉଛି। ସମ୍ପୂର୍ଣ୍ଣ ବର୍ଷରେ ସରକାର ବିତ୍ତୀୟ ନିଅଣ୍ଟକୁ ଜିଡିପିର ୬.୪% ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ସୀମିତ ରଖିବାକୁ ଚେଷ୍ଟା କରିବେ ବୋଲି ବ୍ରୋକରେଜ୍‌ ହାଉସ୍‌ଗୁଡିକୁ ଆଶାପ୍ରକାଶ କରିଛନ୍ତି। ତେବେ ପ୍ରମୁଖ ଉପଭୋକ୍ତା କ୍ଷେତ୍ରଗୁଡିକ ପାଇଁ ପ୍ରତ୍ୟକ୍ଷ ଆର୍ଥିକ ସହାୟତା ବଦଳରେ ନିବେଶ ଦ୍ୱାରା ପରିଚାଳିତ ଅଭିବୃଦ୍ଧି ସରକାରଙ୍କ ମନ୍ତ୍ର ହୋଇ ରହିବ ବୋଲି ଆଶା କରାଯାଉଛି। ଏଚ୍‌ଡିଏଫ୍‌ସିର ସିକ୍ୟୁରିଟିଜ୍‌ର ଆକଳନ ଅନୁଯାୟୀ, ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଚଳିତ ଆର୍ଥିକ ବର୍ଷରେ ମୋଟ ଟିକସ ସଂଗ୍ରହ ୧୬.୧ ଲକ୍ଷ କୋଟି ହୋଇଛି। ଏହା ପୂର୍ବବର୍ଷ ତୁଳନାରେ ୧୮% ଅଧିକ ଯାହା ୨୦୨୨-୨୩ର ବଜେଟ୍ ଆକଳନର ୫୮.୪%। ତେଣୁ ଏହା ଏକ ମଜଭୂତ ସ୍ଥିତି।
ଏହି ସମୟରେ, ଆୟକର ସଂରଚନାରେ କିଛି ପରିବର୍ତ୍ତନ କରିବାକୁ ଡେଲୋଏଟ୍ ଇଣ୍ଡିଆ ମଧ୍ୟ ପରାମର୍ଶ ଦେଇଛି। ଡେଲୋଏଟ୍ ଇଣ୍ଡିଆ କହିବାନୁଯାୟୀ, ୩୦ ପ୍ରତିଶତ ଆୟକରର ସର୍ବୋଚ୍ଚ ଟିକସ ହାରକୁ ୨୫% କୁ ହ୍ରାସ କରାଯିବା ଉଚିତ ଏବଂ ଲୋକଙ୍କ କ୍ରୟ କ୍ଷମତା ବୃଦ୍ଧି ପାଇଁ ବାର୍ଷିକ ଟିକସ ହାର ସୀମାକୁ ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି କରାଯିବା ଜରୁରୀ। ଧାରା ୮୦ ସି ଅଧୀନରେ ବିନିଯୋଗ ପାଇଁ ବର୍ତ୍ତମାନର ୧,୫୦,୦୦୦ ଟଙ୍କା ସୀମା ମଧ୍ୟ ବହୁତ କମ୍ ରହିଛି। ମୁଦ୍ରାସ୍ଫୀତିରେ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏହାର ସୀମା ବୃଦ୍ଧି କରିବାକୁ ଚିନ୍ତା କରିବା ଉଚିତ୍। ଡେଲୋଏଟ୍ ଇଣ୍ଡିଆର ତାପତି ଘୋଷ ଏକ ରିପୋର୍ଟରେ କହିଛନ୍ତି ଯେ ଟିକସଦାତାମାନେ ଅଧିକ ସଞ୍ଚୟ କରିବାକୁ ଏବଂ କମ୍ ଟିକସ ଆଦାୟରୁ ଲାଭ ପାଇବାକୁ ଇଚ୍ଛୁକ ହେବେ, ଯାହା ଦ୍ବାରା ବିଭିନ୍ନ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଇଁ ଆବଶ୍ୟକ ଆୟ ବଢ଼ିବ।
ବଜେଟ୍ ୨୦୨୩ ଏପରି ଏକ ସମୟରେ ଆସିବ ଯେତେବେଳେ ଭୂ-ରାଜନୈତିକ ଅନିଶ୍ଚିତତା ସହିତ ମୁକାବିଲା କରୁଛି। ମନ୍ଥର ଅଭିବୃଦ୍ଧି ହେତୁ ଅର୍ଥନୀତି ଚିନ୍ତିତ। କେନ୍ଦ୍ରୀୟ ବ୍ୟାଙ୍କ ଏବଂ ସରକାରଙ୍କ ଦ୍ୱାରା ନିଆଯାଇଥିବା ବହୁ ପଦକ୍ଷେପ ସତ୍ତ୍ୱେ ମୁଦ୍ରାସ୍ଫୀତି ଅଧିକ ରହିଛି। ବିଶ୍ବ ଆର୍ଥିକ ଅନିଶ୍ଚିତତା ଏବଂ ଏକ ସମ୍ଭାବ୍ୟ ମାନ୍ଦାବସ୍ଥା ଧ୍ୟାନରେ ରଖି ଡେଲୋଏଟ୍ ଇଣ୍ଡିଆ ୨୦୨୨-୨୩ ଆର୍ଥିକବର୍ଷରେ ଜିଡିପି ଅଭିବୃଦ୍ଧି ୬.୫-୫-୭% ଏବଂ ୨୦୨୩-୨୪ ପାଇଁ ୫.୫-୬.୧% ରହିବ ବୋଲି ଆକଳନ କରିଛି। ବଜେଟ୍ ପାଇଁ ନୀତି ପ୍ରସ୍ତୁତ କରୁଥିବାବେଳେ ଅର୍ଥମନ୍ତ୍ରୀଙ୍କୁ ରାଜନତିକ ବାଧ୍ୟତାମୂଳକ ବ୍ୟତୀତ ଦେଶର ଅର୍ଥନୈତିକ ବ୍ୟବସ୍ଥାକୁ ଧ୍ୟାନରେ ରଖିବାକୁ ପଡ଼ିବ। ଅର୍ଥମନ୍ତ୍ରୀ ପ୍ରାକ୍‌ ବଜେଟ୍ ପରାମର୍ଶ ପାଇଁ ଗତ ମାସରେ ଅନେକ ବୈଠକ କରିଥିଲେ। ଏହି ବୈଠକରେ ବହୁ ସଂଖ୍ୟକ ଶିଳ୍ପ ବିଶେଷଜ୍ଞ ଏବଂ ବିଶ୍ଳେଷକ ଯୋଗଦେଇଥିଲେ | ଏହି ବୈଠକରେ ବିଶେଷଜ୍ଞମାନେ ଅର୍ଥମନ୍ତ୍ରୀଙ୍କୁ ବଜେଟ୍ ସମ୍ବନ୍ଧୀୟ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ। ଏହି ବୈଠକଗୁଡିକରେ ହୋଟେଲ ରୁମରେ ସର୍ବାଧିକ ଜିଏସ୍‌ଟି ୧୨% ରଖିବା ପାଇଁ ଅର୍ଥମନ୍ତ୍ରୀଙ୍କୁ ମଧ୍ୟ ଏକ ପରାମର୍ଶ ଦିଆଯାଇଥିଲା।