Budget 2023 - The Sakala
ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ, ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୬ ଯାଏ ଚାଲିବ ଅଧିବେଶନ
ନୂଆଦିଲ୍ଲୀ: ଜାନୁଆରି ୩୧ ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ । ଏହା ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୬ ଯାଏ ଚାଲିବ। ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବେ । ବଜେଟ ଅଧିବେଶର ଦ୍ୱିତୀୟ ଦିନ ଅର୍ଥାତ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଏ ନେଇ ଆଜି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ସାଧାରଣ ବିରତି ଦିନଗୁଡ଼ିକୁ ଛାଡ଼ି ୬୬ ଦିନର ସମୟ ଅବଧିରେ ସମୁଦାୟ ୨୭ଟି ଅଧିବେଶନ ବସିବ ବୋଲି ମଧ୍ୟ ସେ କହିଛନ୍ତି।
ବଜେଟ ଅଧିବେଶନର ପ୍ରଥମ ଦିନରେ ଲୋକସଭା ଓ ରାଜ୍ୟସଭାର ସମସ୍ତ ସଦସ୍ୟଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଣ୍ଟ୍ରାଲ ହଲରେ ସମ୍ବୋଧନ କରିବେ। ଅଗଷ୍ଟ ମାସରେ ଦେଶର ସର୍ବୋଚ୍ଚ ପଦରେ ବସିବା ପରେ ରାଷ୍ଟ୍ରପତି ପ୍ରଥମଥର ମିଳିତ ସଦନକୁ ସମ୍ବୋଧନ କରିବେ।
ପୂର୍ବବର୍ଷ ଭଳି ଚଳିତ ବର୍ଷ ବଜେଟରେ ରାଜକୋଷ କ୍ଷତିକୁ ନିୟନ୍ତ୍ରିତ କରିବା ଓ ବିକାଶ ଉପରେ ଜୋରଦେବା ଲାଗି ପ୍ରୟାସ କରାଯାଉଥିବା କଥା କୁହାଯାଇଛି । କରୋନା ମହାମାରୀ, ଦରବୃଦ୍ଧି ଓ ସୀମା ସଂକଟକୁ ନେଇ ଚଳିତ ବଜେଟରୁ ସାଧାରଣ ଲୋକମାନେ ବହୁତ କିଛି ଆଶା ରଖିଛନ୍ତି । ଏହାସହ ଚାକିରୀଆମାନେ ଆୟକର ଉପରେ ଛାଡ ସୀମା ବୃଦ୍ଧି କରାଯିବା ନେଇ ଆଶା କରିଛନ୍ତି ।
ଜାନୁଆରୀ ୧ରୁ ଆରମ୍ଭ ହେବାକୁ ଥିବା ସଂସଦର ବଜେଟ ଅଧିବେଶ ପ୍ରଥମେ ୧୩ ଫେବୃଆରୀ ଯାଏ ଚାଲିବ। ଏହାପରେ ଫେବୃଆରୀ ୧୪ରୁ ମାର୍ଚ୍ଚ ୧୨ ଯାଏ ବିଭାଗ ସମ୍ପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟିର ବିଭିନ୍ନ କାମ ପାଇଁ ନିୟମିତ ବ୍ରେକ ରହିବ। ଏହାପରେ ମାର୍ଚ୍ଚ ୧୩ରୁ ଏପ୍ରିଲ ୬ ଯାଏ ବଜେଟ ଅଧିବେଶର ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହେବ।
ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ, ଫେବୃଆରୀ ୧ରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ
ନୂଆଦିଲ୍ଲୀ: ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ। ବଜେଟ ଅଧିବେଶନ ଏପ୍ରିଲ ୬ ପର୍ଯ୍ଯନ୍ତ ଚାଲିବା ସମ୍ଭାବନା ରହିଛି। ଫେବୃଆରୀ ୧ରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ। ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଜେଟ ଅଧିବେଶନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ସମ୍ବୋଧନ କରିବେ।  ବଜେଟ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ମିଳିତ ଅଧିବେଶନରେ ନିଜର ଅଭିଭାଷଣ ରଖିବେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୨-୨୩ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ କରିବେ । ଏହାର ଦିନକ ପରେ ଅର୍ଥାତ୍ ଫେବ୍ରୁଆରୀ ୧ରେ ଅର୍ଥମନ୍ତ୍ରୀ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି।
ନୂଆଦିଲ୍ଲୀ : ନୂତନ ବର୍ଷ ୨୦୨୩ ଆରମ୍ଭ ସହିତ ବଜାର ଏବଂ ନିବେଶକଙ୍କ ଆଖି ଏବେ କେନ୍ଦ୍ରର ସାଧାରଣ ବଜେଟ୍ ୨୦୨୩-୨୪ ଉପରେ। ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଏହା ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ପୂର୍ଣ୍ଣ ବର୍ଷର ବଜେଟ୍ ହେବ। ଫେବୃଆରୀ ପହିଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରିବେ। ଇକ୍ୱିଟି ବଜାର ବିଶେଷଜ୍ଞ ଏବଂ ବିଶ୍ଳେଷକମାନେ ବଜେଟରୁ ଆଶା ଅନୁଯାୟୀ ଏବେଠୁ ସେମାନଙ୍କ ସ୍ଥିତି ଆକଳନ କରିବା ଆରମ୍ଭ କରିଦେଇଛନ୍ତ। ୨୦୨୩-୨୪ ଆର୍ଥିକବର୍ଷ ବଜେଟ୍‌ରୁ ବଜାର ସଂସ୍କାର ଏବଂ ଟିକସ ସୁବିଧା ଆଶା କରୁଛି। ବିତ୍ତୀୟ ନିଅଣ୍ଟ ଏବଂ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଥିବାବେଳେ ଅର୍ଥମନ୍ତ୍ରୀ ଅଭିବୃଦ୍ଧିର ଗତିକୁ ବଜାୟ ରଖିବେ ବୋଲି ବଜାର ଆଶା କରିଛି। ବଜେଟ୍‌ରେ ସରକାର ଆୟକର ସ୍ଲାବ୍‌ରେ ବୃଦ୍ଧି ଘଟାଇବେ କି ଲୋକଙ୍କ ଉପରେ ଦ୍ରବ୍ୟ ଏବଂ ସେବା ଟିକସ(ଜିଏସ୍‌ଟି) ଭାର ବଢ଼ାଇବେ। ଏବେ ତାହା ଉପରେ ସମସ୍ତଙ୍କ ନଜର।
ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜ୍ ଏହାର ସଦ୍ୟତମ ରିପୋର୍ଟରେ କହିଛି ଯେ ସରକାର ବଜେଟ୍‌ରେ ଆର୍ଥିକ ଚତୁରତା ପ୍ରଦର୍ଶନ କରିବେ। କାରଣ ସରକାର ବଜେଟ୍‌ରେ କୌଣସି ପ୍ରମୁଖ ମୂଳ ଘୋଷଣା କିମ୍ବା ସଂସ୍କାର ଆଣିନ ପାରନ୍ତି। ଦେଶର ଭିତ୍ତିଭୂମିର ନିରନ୍ତର ବିକାଶ ଉପରେ କେନ୍ଦ୍ର ଧ୍ୟାନ ଦେବ ବୋଲି ଆଶା କରାଯାଉଛି। ସମ୍ପୂର୍ଣ୍ଣ ବର୍ଷରେ ସରକାର ବିତ୍ତୀୟ ନିଅଣ୍ଟକୁ ଜିଡିପିର ୬.୪% ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ସୀମିତ ରଖିବାକୁ ଚେଷ୍ଟା କରିବେ ବୋଲି ବ୍ରୋକରେଜ୍‌ ହାଉସ୍‌ଗୁଡିକୁ ଆଶାପ୍ରକାଶ କରିଛନ୍ତି। ତେବେ ପ୍ରମୁଖ ଉପଭୋକ୍ତା କ୍ଷେତ୍ରଗୁଡିକ ପାଇଁ ପ୍ରତ୍ୟକ୍ଷ ଆର୍ଥିକ ସହାୟତା ବଦଳରେ ନିବେଶ ଦ୍ୱାରା ପରିଚାଳିତ ଅଭିବୃଦ୍ଧି ସରକାରଙ୍କ ମନ୍ତ୍ର ହୋଇ ରହିବ ବୋଲି ଆଶା କରାଯାଉଛି। ଏଚ୍‌ଡିଏଫ୍‌ସିର ସିକ୍ୟୁରିଟିଜ୍‌ର ଆକଳନ ଅନୁଯାୟୀ, ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଚଳିତ ଆର୍ଥିକ ବର୍ଷରେ ମୋଟ ଟିକସ ସଂଗ୍ରହ ୧୬.୧ ଲକ୍ଷ କୋଟି ହୋଇଛି। ଏହା ପୂର୍ବବର୍ଷ ତୁଳନାରେ ୧୮% ଅଧିକ ଯାହା ୨୦୨୨-୨୩ର ବଜେଟ୍ ଆକଳନର ୫୮.୪%। ତେଣୁ ଏହା ଏକ ମଜଭୂତ ସ୍ଥିତି।
ଏହି ସମୟରେ, ଆୟକର ସଂରଚନାରେ କିଛି ପରିବର୍ତ୍ତନ କରିବାକୁ ଡେଲୋଏଟ୍ ଇଣ୍ଡିଆ ମଧ୍ୟ ପରାମର୍ଶ ଦେଇଛି। ଡେଲୋଏଟ୍ ଇଣ୍ଡିଆ କହିବାନୁଯାୟୀ, ୩୦ ପ୍ରତିଶତ ଆୟକରର ସର୍ବୋଚ୍ଚ ଟିକସ ହାରକୁ ୨୫% କୁ ହ୍ରାସ କରାଯିବା ଉଚିତ ଏବଂ ଲୋକଙ୍କ କ୍ରୟ କ୍ଷମତା ବୃଦ୍ଧି ପାଇଁ ବାର୍ଷିକ ଟିକସ ହାର ସୀମାକୁ ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି କରାଯିବା ଜରୁରୀ। ଧାରା ୮୦ ସି ଅଧୀନରେ ବିନିଯୋଗ ପାଇଁ ବର୍ତ୍ତମାନର ୧,୫୦,୦୦୦ ଟଙ୍କା ସୀମା ମଧ୍ୟ ବହୁତ କମ୍ ରହିଛି। ମୁଦ୍ରାସ୍ଫୀତିରେ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏହାର ସୀମା ବୃଦ୍ଧି କରିବାକୁ ଚିନ୍ତା କରିବା ଉଚିତ୍। ଡେଲୋଏଟ୍ ଇଣ୍ଡିଆର ତାପତି ଘୋଷ ଏକ ରିପୋର୍ଟରେ କହିଛନ୍ତି ଯେ ଟିକସଦାତାମାନେ ଅଧିକ ସଞ୍ଚୟ କରିବାକୁ ଏବଂ କମ୍ ଟିକସ ଆଦାୟରୁ ଲାଭ ପାଇବାକୁ ଇଚ୍ଛୁକ ହେବେ, ଯାହା ଦ୍ବାରା ବିଭିନ୍ନ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଇଁ ଆବଶ୍ୟକ ଆୟ ବଢ଼ିବ।
ବଜେଟ୍ ୨୦୨୩ ଏପରି ଏକ ସମୟରେ ଆସିବ ଯେତେବେଳେ ଭୂ-ରାଜନୈତିକ ଅନିଶ୍ଚିତତା ସହିତ ମୁକାବିଲା କରୁଛି। ମନ୍ଥର ଅଭିବୃଦ୍ଧି ହେତୁ ଅର୍ଥନୀତି ଚିନ୍ତିତ। କେନ୍ଦ୍ରୀୟ ବ୍ୟାଙ୍କ ଏବଂ ସରକାରଙ୍କ ଦ୍ୱାରା ନିଆଯାଇଥିବା ବହୁ ପଦକ୍ଷେପ ସତ୍ତ୍ୱେ ମୁଦ୍ରାସ୍ଫୀତି ଅଧିକ ରହିଛି। ବିଶ୍ବ ଆର୍ଥିକ ଅନିଶ୍ଚିତତା ଏବଂ ଏକ ସମ୍ଭାବ୍ୟ ମାନ୍ଦାବସ୍ଥା ଧ୍ୟାନରେ ରଖି ଡେଲୋଏଟ୍ ଇଣ୍ଡିଆ ୨୦୨୨-୨୩ ଆର୍ଥିକବର୍ଷରେ ଜିଡିପି ଅଭିବୃଦ୍ଧି ୬.୫-୫-୭% ଏବଂ ୨୦୨୩-୨୪ ପାଇଁ ୫.୫-୬.୧% ରହିବ ବୋଲି ଆକଳନ କରିଛି। ବଜେଟ୍ ପାଇଁ ନୀତି ପ୍ରସ୍ତୁତ କରୁଥିବାବେଳେ ଅର୍ଥମନ୍ତ୍ରୀଙ୍କୁ ରାଜନତିକ ବାଧ୍ୟତାମୂଳକ ବ୍ୟତୀତ ଦେଶର ଅର୍ଥନୈତିକ ବ୍ୟବସ୍ଥାକୁ ଧ୍ୟାନରେ ରଖିବାକୁ ପଡ଼ିବ। ଅର୍ଥମନ୍ତ୍ରୀ ପ୍ରାକ୍‌ ବଜେଟ୍ ପରାମର୍ଶ ପାଇଁ ଗତ ମାସରେ ଅନେକ ବୈଠକ କରିଥିଲେ। ଏହି ବୈଠକରେ ବହୁ ସଂଖ୍ୟକ ଶିଳ୍ପ ବିଶେଷଜ୍ଞ ଏବଂ ବିଶ୍ଳେଷକ ଯୋଗଦେଇଥିଲେ | ଏହି ବୈଠକରେ ବିଶେଷଜ୍ଞମାନେ ଅର୍ଥମନ୍ତ୍ରୀଙ୍କୁ ବଜେଟ୍ ସମ୍ବନ୍ଧୀୟ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ। ଏହି ବୈଠକଗୁଡିକରେ ହୋଟେଲ ରୁମରେ ସର୍ବାଧିକ ଜିଏସ୍‌ଟି ୧୨% ରଖିବା ପାଇଁ ଅର୍ଥମନ୍ତ୍ରୀଙ୍କୁ ମଧ୍ୟ ଏକ ପରାମର୍ଶ ଦିଆଯାଇଥିଲା।