Pratap Keshari Deb - The Sakala
ଅକ୍ଷୟ ଶକ୍ତିରେ ଆତ୍ମନିର୍ଭର ହେବ ଓଡ଼ିଶା
ଭୁବନେଶ୍ୱର: ରାଜ୍ୟର ଗ୍ରାମାଞ୍ଚଳରେ ଦୈନିକ ହାରାହାରି ବିଦ୍ୟୁତ୍‌ ଯୋଗାଣ ଅବଧି ୨୦୧୮-୧୯ରେ ୨୦.୧୩ ଘଣ୍ଟାରୁ ୨୦୨୧-୨୨ରେ ୨୩.୨୨ ଘଣ୍ଟାକୁ ବୃଦ୍ଧି ପାଇଛି। ଯାହାକି ଜାତୀୟ ସ୍ତର ଦୈନିକ ୨୦.୫୩ ଘଣ୍ଟାଠାରୁ ଅଧିକ ଓ ଏଥିପାଇଁ କେନ୍ଦ୍ର ଶକ୍ତି ମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି। ରାଜ୍ୟରେ ୧୭ ଲକ୍ଷରୁ ଊର୍ଦ୍ଧ୍ବ ଏଲ୍‌‌ଟି ଉପଭୋକ୍ତା ଏବଂ ୭୨ ହଜାରରୁ ଊର୍ଦ୍ଧ୍ବ କୃଷି ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସଂଯୋଗ ପ୍ରଦାନ କରାଯାଇଛି। ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ କ୍ଷତି ୨୦୧୮-୧୯ରେ ୩୦.୫୭ ପ୍ରତିଶତରୁ ୨୦୨୨-୨୩ରେ ୧୮.୧୨ ପ୍ରତିଶତକୁ ହ୍ରାସ ପାଇଛି ବୋଲି ରାଜ୍ୟ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶକ୍ତି ବିଭାଗ ଦ୍ୱାରା ଗତ ୪ ବର୍ଷ ମଧ୍ୟରେ କରାଯାଇଥିବା ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ଓ ସଫଳତାର ସମୀକ୍ଷା ପରେ ମନ୍ତ୍ରୀ ପ୍ରଦାପ ଦେବ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ମନ୍ତ୍ରୀଙ୍କ ସୂଚନା ଅନୁସାରେ ୨୦୧୯ ମସିହାରେ ଓପିଜିସିର ପୂର୍ବ ଉତ୍ପାଦନ କ୍ଷମତା ୪୨୦ ମେଗାୱାଟ ସହ ଅତିରିକ୍ତ ୧୩୨୦ ମେଗାୱାଟ କ୍ଷମତା ଯୋଗ କରାଯାଇ ରାଜ୍ୟର ଶକ୍ତି ନିରାପତ୍ତା ସୁନିଶ୍ଚିତ କରାଯାଇଛି। ଏହି ଅବଧି ମଧ୍ୟରେ ଗ୍ରୀଡ୍‌‌କୋ ଦ୍ୱାରା ୨୨୦୦ ମେଗାୱାଟ୍‌‌ରୁ ଊର୍ଦ୍ଧ୍ବ ଅକ୍ଷୟ ଶକ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଛି (୧୧୫୮ ମେଗାୱାଟ ସୌର ଶକ୍ତି ଏବଂ ପବନ ଶକ୍ତି-୧୦୫୦ ମେଗାୱାଟ)। ଏହା ଦ୍ୱାରା ରାଜ୍ୟରେ ଅକ୍ଷୟ ଶକ୍ତିର ଅଂଶ ୨୦୧୮-୧୯ରେ ୨.୭୪ ପ୍ରତିଶତରୁ ୨୦୨୨-୨୩ରେ ପ୍ରାୟ ୧୦.୭ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୩୦ ସୁଦ୍ଧା ରାଜ୍ୟରେ ପ୍ରାୟ ୧୦ ଗିଗାୱାଟ୍‌‌ ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ନିମନ୍ତେ ଏକ ପ୍ରଗତିଶୀଳ ଅକ୍ଷୟ ଶକ୍ତି ନୀତି ପ୍ରଣୟନ କରାଯାଇଛି। ପ୍ରାୟ ୮୦୬୫ ମେଗାୱାଟ ଚୁକ୍ତିଭିତ୍ତିକ ଉତ୍ପାଦନ କ୍ଷମତା ସହିତ ବର୍ତ୍ତମାନ ରାଜ୍ୟ ନିଜର ସର୍ବୋଚ୍ଚ ହାରାହାରି ବିଦ୍ୟୁତ ଚାହିଦା ୫୪୦୦ ମେଗାୱାଟକୁ ସୁଚାରୁ ରୂପେ ପୂରଣ କରିବାରେ ସକ୍ଷମ ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି।
ସେହିପରି ରାଜ୍ୟରେ ୪୪ଟି ଇଏଚ୍‌‌ଟି ଗ୍ରୀଡ ଯଥା ୧୫ଟି ୨୨୦/୧୩୨ କେଭି ଗ୍ରୀଡ୍‌‌, ୨୮ଟି ୧୩୨/୩୩ କେଭି ଗ୍ରୀଡ୍‌‌ ଏବଂ ୪୦୦ କେଭି ମେରାମୁଣ୍ଡଳି-ବି ଜିଆଇଏସ୍‌‌ ଗ୍ରୀଡ୍‌‌ କାର୍ଯ୍ୟକ୍ଷମ କରାଯାଇଛି ଯାହାକି ରାଜ୍ୟର ପରିବହନ ଭିତ୍ତିଭୂମିକୁ ସୁଦୃଢ଼ କରିଛି। ଓଡିଏସ୍‌‌ଏସ୍‌‌ପି ଯୋଜନା ମାଧ୍ୟମରେ ୨୩୩ ଗୋଟି ନୂତନ ୩୩/୧୧ କେଭି ପ୍ରାଥମିକ ସବ୍‌‌ଷ୍ଟେସନ୍‌‌ କାର୍ଯ୍ୟକ୍ଷମ କରାଯାଇଛି। ପ୍ରାୟ ୧୮୦୦ କୋଟି ଟଙ୍କାର ପ୍ରକଳ୍ପ ମୂଲ୍ୟ ସହ ଓଡିଏସ୍‌‌ଏସ୍‌‌ପି ଯୋଜନାର ଚତୁର୍ଥ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ କରାଯାଇଛି। ୧୭ ଲକ୍ଷରୁ ଊର୍ଦ୍ଧ୍ବ ଏଲ୍‌‌ଟି ଉପଭୋକ୍ତା ଏବଂ ୭୨ ହଜାରରୁ ଊର୍ଦ୍ଧ୍ବ କୃଷି ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସଂଯୋଗ ପ୍ରଦାନ କରାଯାଇଛି। ମୋ ବିଦ୍ୟୁତ୍‌ ମାଧ୍ୟମରେ ୪.୧୧ ଲକ୍ଷ ନୂତନ ବିଦ୍ୟୁତ ସଂଯୋଗ ପ୍ରଦାନ କରାଯାଇଛି ଏବଂ ୫ ହଜାରରୁ ଊର୍ଦ୍ଧ୍ବ ଗ୍ରାହକଙ୍କ ଅଭିଯୋଗ ସମାଧାନ କରାଯାଇଛି। ୧୨୯୧ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମିଟରିଂ, ବିଲିଂ ଏବଂ ଆଦାୟ କାର୍ଯ୍ୟରେ ନିୟୋଜିତ ହୋଇ ସ୍ୱାବଲମ୍ୱ ହୋଇପାରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଦେବ ପ୍ରକାଶ କରିଛନ୍ତି। ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ସହ ବହୁ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଭୁବନେଶ୍ବର: ରାଜ୍ୟରେ ଇଲେକ୍ଟ୍ରିସିଟ ସପ୍ଲାଏର କୌଣସି ଅଭାବ ନାହିଁ । ଅନେକ ଜାଗାରେ ଓଭର ଲୋଡୀଂ ଦ୍ୱାରା ପାୱାର ଲାଇନ ଟ୍ରିପ ହେଇ ଯାଉଛି । ବିଶେଷ କରି ଭୁବନେଶ୍ୱର ଅଞ୍ଚଳରେ ଗୋଟେ ଥର ଲାଇନ ଟ୍ରିପ କରିଗଲେ ୬ ରୁ ୭ ଘଣ୍ଟା ଲାଗୁଛି ତାକୁ ଠିକ କରିବା ପାଇଁ । ଆଉ ଗାଁ ଗହଳିରେ ଏହି ସମୟ ଟିକିଏ ଅଧିକ ନେଉଛି। କେମିତି ନିରବଛିନ୍ନ ବିଜୁଳି ଯୋଗାଇ ଦେଇ ପାରିବୁ ଆମେ ଆମ ସମସ୍ତ ଙ୍କ ତରଫରୁ ଚେଷ୍ଟା କରୁଛୁ । ଯେଉଁଠି ଲାଇନ କଟି ଯାଇଛି, ତାର ଛିଣ୍ଡି ଯାଇଛି କି ଟ୍ରାନ୍ସଫର୍ମର ପୋଡି ଯାଇଛି ଯଦି ସେଠି ଲୋକେ କହିବା ପରେ ବି କେହି ଅଧିକାରୀ ଯାଉ ନାହାନ୍ତି ସେଥିପାଇଁ ଆମେ ଦୁଇ ଦିନ ତଳେ ସବୁ ଅଧିକାରୀଙ୍କୁ ଡାକି ତାଗିଦ କରିଛୁ । ଲୋ ଭୋଲଟେଜ ନେଇ ଯେଉଁ ଅଭିଯୋଗ ଆସୁଛି ସିଧା କଥା କହିବାକୁ ଗଲେ ଟେକ୍ନିକାଲ ତ୍ରୁଟି ରହିଛି । ଯେଉଁଠି ଲାଇନ ଦୂର ବାଟ ରେ ଅଛି , ଟ୍ରାନ୍ସମଫର କାପାସିଟ ଓଭର ଲୋଡ ଅଛି ସେଠି ଲୋ ଭୋଲଟେଜ ହେବ । ପିକ୍ ପିରିୟଡ଼ରେ ରାଜ୍ୟରେ ୫ ହଜାର ୬୦୦ ମେଗାୱାଟର ବିଜୁଳିର ଆବଶ୍ୟକତା ରହୁଛି । ଗତ ବର୍ଷ ଏହା ୫ ହଜାର ୫୦୦ ମେଗାୱାଟ ରହିଥିଲା । ଏ ନେଇ ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ।
ଭୁବନେଶ୍ବର: ଚଳିତ ବର୍ଷ ଖରା ଦିନ ପାୱାର୍‌ କଟ୍‌ର ହେବନି। ଏ ନେଇ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।
ସେ ଆହୁରି ବି କହିଛନ୍ତି ଯେ, ରାଜ୍ୟରେ ଏବର୍ଷ ପାୱାର୍‌ କଟ୍‌ ହେଇନି କି ହେବାର ସମ୍ଭାବନା ବି ନାହିଁ।  ବିଦ୍ୟୁତ କାଟ ନ ହେଉଣୁ ହେବାର ଆଶଙ୍କା କରୁଛନ୍ତି। ଯଦି ବିଜୁଳି କଟୁଛି ତାର ଅର୍ଥ ନୁହଁ କି ପାୱାର୍‌ କଟ୍ ‌ହେଉଛି। ଅନେକ କାରଣରୁ ନେଇ ବିଜୁଳି କଟା ହୋଇଥାଏ। କୋଉଠି କେଉଁ ପ୍ରକାରର ଯାନ୍ତ୍ରିକ ତ୍ରୁଟି ଥାଇପାରେ କାଳବୈଶାଖୀ ପାଇଁ। ଏଥିସହ ଶକ୍ତି ମନ୍ତ୍ରୀ ପ୍ରତାପ ଦେବପ୍ରତିଶ୍ରୁତି ଦେଇଛନ୍ତି ଯେ ଏବର୍ଷ ପ‌ାୱାର୍‌ କଟ୍‌ ହେବନି । ଲୋକଙ୍କ ଦାବି ଅନୁଯାୟୀ ବିଦ୍ୟୁତ ଯୋଗାଇ ଦିଆଯାଉଛି।
ପୁଞ୍ଜିନିବେଶରେ ଜାତୀୟ ହାର ଠାରୁ ଆଗରେ ଓଡ଼ିଶା
ଭୁବନେଶ୍ବର: ପୁଞ୍ଜିନିବେଶରେ ଜାତୀୟ ହାର ଠାରୁ ଓଡ଼ିଶା ଅଧିକ। ଜାତୀୟ ହାର ୨୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ୪୫-୪୭% ରହିଛି।  ରାଜ୍ୟରେ ନୂତନ ଶିଳ୍ପ ନୀତି ୨୦୨୨ ଗତ ଡିସେମ୍ବରରୁ ପ୍ରାଣୟନ ହେଉଛି। ମେକ ଇନ ଓଡ଼ିଶା ୨୦୨୨ ଜରିଆରେ ୭୪୧ ଶିଳ୍ପ ପାଇଁ ଆଗ୍ରହ ପ୍ରସ୍ତାବ ଆସିଛି। ଏହା କାର୍ଯ୍ଯକ୍ଷମ ହେଲେ, ୧୦ଲକ୍ଷ ୪୮ ହଜାର ୮୦୭ କୋଟି ପୁଞ୍ଜି ନିବେଶ ଆସିବ।  ଏଥିରେ ୧୦ଲକ୍ଷ ୩୭ହଜାର ୮୦୧ନିଯୁକ୍ତି ସୃଷ୍ଟି ହେବ। ଏ ଯାଏ ୧୫୬ ବୃହତ ଶିଳ୍ପ ଆଂଶିକ ଓ ପୂର୍ଣ୍ଣ କାର୍ୟ୍ୟକ୍ଷମ ହୋଇଛି। ୭ ଟି ବୃହତ ଶିଳ୍ପ ଡାଉନଷ୍ଟ୍ରିମ ଆଲୁମିନିୟନ କାର୍ଯ୍ଯକାରୀ ହେଉଛି। ପ୍ଲାଣ୍ଟ ଲେବେଲ ପରାମର୍ଶଦାତା କମିଟି ଜରିଆରେ ଜିଲ୍ଲା ସ୍ତରରେ ଅନୁମୋଦନ ମିଳୁଛି।
ମେକ ଇନ ଓଡ଼ିଶା ୨୦୧୬ ରେ ୮୪ଶିଳ୍ପ ପ୍ରସ୍ତାବ ଆସିଥିଲା । ଯାହା ୨ଲକ୍ଷ୩୨ହଜାର୩୫ କୋଟିର ପୁଞ୍ଜି ନିବେଶ ଲକ୍ଷ୍ୟ ଥିଲା। ୫୮ ଶିଳ୍ପକୁ ଅନୁମୋଦନ ମିଳିଥିଲା ।  ୨୭ ଶିଳ୍ପ କାମ ଚଳାଇଛନ୍ତି। ୪ ଶିଳ୍ପ ଉତ୍ପାଦନ ଆରମ୍ଭ କରିଥିବାବେଳେ ୮ ଟି ଖୁବ ଶୀଘ୍ର ଉତ୍ପାଦନ ଆରମ୍ଭ କରିବେ। ସେହିପରି ମେକ ଇନ ଓଡ଼ିଶା ୨୦୧୮ ରେ ୨୦୨ ଶିଳ୍ପ ପ୍ରସ୍ତାବ ଆସିଥିଲା ।  ଯାହା ୪ ଲକ୍ଷ ୨୩ହଜାର ୧୧୫କୋଟିର ନିବେଶ ଲକ୍ଷ୍ୟ ଥିଲା। ୧୦ଶିଳ୍ପକୁ ଅନୁମୋଦନ ମିଛି।  ୭୧ ଶିଳ୍ପର କାମ ଚାଲିଛି। ୧୧ ଶିଳ୍ପ ଉତ୍ପାଦନ ଆରମ୍ଭ କରିଛନ୍ତି।
ତେବେ କ୍ୟାପିଟାଲ ଇଣ୍ଡଷ୍ଟ୍ରିରେ ନିଯୁକ୍ତି କମିବାର କାରଣ ହେଉଛି ଯେ ବଡ଼ ବଡ଼ ଶିଳ୍ପ ସଂସ୍ଥା ଟେକନୋଲୋଜି ବ୍ୟବହାରକୁ ଗୁରୁତ୍ୱ ଦେଉଛନ୍ତି। କାରଣ ସେମାନେ କୋଟି କୋଟି ଟଙ୍କା ନିବେଶ କରିଛନ୍ତି। ଏପରି ସ୍ଥିତିରେ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରି ଆବଶ୍ୟକ। ଏଥିପାଇଁ ୩୬ ଶିଳ୍ପ ସଂସ୍ଥା ସହ ଚୁକ୍ତି ହୋଇଛି। ଯେଉଁଥିରେ ଅଧିକାଂଶ ଟାଟା କମ୍ପାନୀର। ସେମାନଙ୍କୁ କଳିଙ୍ଗନଗରରେ ଜାଗା ଦିଆଯାଇଛି ଓ ସେମାନେ କାମ ଆରମ୍ଭ କରିଥିବା ନେଇ ଗୃହରେ ଉତ୍ତର ରଖିଲେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ। ସେହିପରି ପାରାଦ୍ୱୀପକୁ ପେଟ୍ରୋକେମିକାଲ ହବ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ୨୦% ଓଡ଼ିଶାବାସୀଙ୍କୁ ଓଡ଼ିଶାର ଶିଳ୍ପ ସଂସ୍ଥାରେ ନିଯୁକ୍ତି ଦେବାର ନିୟମ ରଖିଛନ୍ତି ରାଜ୍ୟ ସରକାର। ସେହପରି ଯେଉଁ ଔଷଧ କମ୍ପାନୀ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ଦେଖାଇବେ ସେ ଗୁଡ଼ିକୁ ସର୍ବାଧିକ ପ୍ରୋତ୍ସାହନ ଦେବା ନେଇ ଗୃହକୁ ଅବଗତ କରିଛନ୍ତି ଶିଳ୍ପ ମନ୍ତ୍ରୀ ।
ରାଜ୍ୟରେ ବ୍ୟାପକ ପୁଞ୍ଜି ନିବେଶ ହେଲେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ବେକାରୀ ସମସ୍ୟା ଦୂର ହେବ : ପ୍ରତାପ ଦେବ
ଭୁବନେଶ୍ବର : ଚଳିତ ବର୍ଷ ନଭେମ୍ବର ମାସ ୩୦ ତାରିଖରୁ ଡିସେମ୍ବର ମାସ ୪ ତାରିଖ ଯାଏଁ ରାଜ୍ୟ ସରକାରଙ୍କ ପକ୍ଷରୁ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ ଅନୁଷ୍ଠିତ ହେବାକୁ ଯାଉଛି। ଏହି କନକ୍ଲେଭକୁ ସଫଳ କରିବା ପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚଳାଇଛନ୍ତି। ଏହି କ୍ରମରେ ଆସନ୍ତା ୩୧ ତାରିଖରେ ନୂଆଦିଲ୍ଲୀ ନିବେଶକ ସମ୍ମେଳନ କରୁଛି ଓଡ଼ିଶା। ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଶକ ସମ୍ମେଳନରେ ୧୬ଟି ଦେଶର ପ୍ରତିନିଧିଙ୍କ ସହ କଥା ହେବେ। ଓଡିଶାରେ ପୁଞ୍ଜି ନିବେଶ କଲେ କଣ କଣ ସୁବିଧା ପ୍ରଦାନ କରାଯାଉଛି ସେ ନେଇ ନିବେଶକାରୀଙ୍କୁ ବିସ୍ତୃତ ଭାବରେ ମୁଖ୍ୟମନ୍ତ୍ରୀ ଜଣାଇବେ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ।
ଆମେରିକା, ୟୁଏଇ, କାତାର, ଓମାନ, ବାହାରିନ୍‍,ସାଉଦି ଆରବ, ୟୁକେ, ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ଲକ୍ସେମବର୍ଗ, ବେଲଜିୟମ, ସିଙ୍ଗାପୁର, ଜାପାନ, ଦକ୍ଷିଣ କୋରିଆ ଏବଂ ଅଷ୍ଟ୍ରେଲିଆ ଭଳି ଦେଶର ପ୍ରତିନିଧିମାନଙ୍କ ସହ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ପ୍ରତିନିଧିଗଣ ସିଧାସଳଖ ଆଲୋଚନା କରିବେ । ଏହି କାର୍ଯ୍ୟକ୍ରମରେ ଉପରୋକ୍ତ ଦେଶଗୁଡ଼ିକର ଶିଳ୍ପପତିଙ୍କୁ ଆଗାମୀ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରାଯିବ। କରୋନା କାରଣରୁ ୨ ବର୍ଷ ପରେ ଏହି ନଭେମ୍ବର ମାସ ୩୦ ତାରିଖରୁ ଡିସେମ୍ବର ମାସ ୪ ତାରିଖ ଯାଏଁ ଭୁବନେଶ୍ବରରେ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ ଅନୁଷ୍ଠିତ ହେବାକୁ ଯାଉଛି।
ମେକ୍ ଇନ୍ ଓଡିଶାର ପ୍ରଥମ ସଂସ୍କରଣ ଦୁବାଇରେ ହୋଇଥିବା ବେଳେ ଦ୍ବିତୀୟ ସଂସ୍କରଣ ଅହମ୍ମଦାବାଦରେ ହୋଇଥିଲା । ଏବେ ତୃତିୟ ସଂସ୍କରଣ ଦିଲ୍ଲୀରେ ହେବାକୁ ଯାଉଛି । ଏହି ନିବେଶ ସଂସ୍କରଣରେ ଦିଲ୍ଲୀ ଆଖପାଖର ଶିଳ୍ପପତିଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ଏହି ନିବେଶ ସମାବେଶର ବିଜିନେସ ପାର୍ଟନର ହୋଇଛି FICCI । ଅନ୍ୟପଟେ ଦୁବାଇରେ ହୋଇଥିବା ଇନଭେଷ୍ଟର୍ସ ମିଟ୍‌ରେ ଓଡ଼ିଶା ପାଇଁ ୨୧,୦୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ନେଇ ବାଟ ଫିଟିଛି। ମଧ୍ୟ ପ୍ରାଚ୍ୟଏବଂ ଅନ୍ତର୍ଜାତୀୟ ଶିଳ୍ପ ସଂସ୍ଥା ମେକ ଇନ୍‍ କନକ୍ଲେଭରେ ଅଂଶଗ୍ରହଣ କରିବା ନେଇ ସେ ସମୟରେ ସମ୍ମତି ପ୍ରଦାନ କରିଥିଲେ। ଆଗାମୀ ଦଶନ୍ଧିରେ ରାଜ୍ୟରେ ମେଟାଲ ଏବଂ ମେଟାଲ ଡାଉନଷ୍ଟ୍ରିମ୍‍, କେମିକାଲ ଏବଂ ପେଟ୍ରୋକେମିକାଲ୍ସ, ଟେକ୍ସଟାଇଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ଇଲେକଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍‍ ଓ ବିପଣନ ଏବଂ ଲଜିଷ୍ଟିକ୍‍ ଓ କ୍ଲିନ ଏନର୍ଜି ଆଦି କ୍ଷେତ୍ରରେ ରାଜ୍ୟରେ ନିବେଶ ସୁଯୋଗ ସୃଷ୍ଟି କରାଯିବ। ଓଡିଶାରେ ବ୍ୟାପକ ପୁଞ୍ଜି ନିବେଶ ହେଲେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ବେକାରୀ ସମସ୍ୟା ଦୂର ହେବ ବୋଲି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି।
ପିପିଲି ଉପ-ନିର୍ବାଚନ ନେଇ ବିଜେପି ରାଜନୈତିକ ଷ୍ଟଣ୍ଟ ଖେଳୁଛି- ପ୍ରତାପ ଦେବ
ଭୁବନେଶ୍ୱର: ପିପିଲି ଉପ-ନିର୍ବାଚନ ନେଇ ବିଜେପି ରାଜନୈତିକ ଷ୍ଟଣ୍ଟ ଖେଳୁଛି । କେନ୍ଦ୍ରୀୟ ଫୋର୍ସ ମୁତୟନ ପାଇଁ ବିଜେପି ଯେଉଁ ଦାବି କରୁଛି ତାହା ରାଜନୈତିକ ଅଭିସନ୍ଧି ମୂଳକ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ନିର୍ବାଚନୀ ବାତାବରଣକୁ ଭଣ୍ଡୁର କରିବାକୁ ବିଜେପି ଏପରି ରାଜନୈତିକ ଚାଲ୍ ଚଳାଇଛି । ଦୀର୍ଘ ଦିନ ଧରି ପିପିଲିରେ ନିର୍ବାଚନୀ ପ୍ରକ୍ରିୟା ଜାରି ରହିଥିବା ବେଳେ ହଠାତ୍ ବିଜେପିକୁ ହୃଦୟଙ୍ଗମ ହୋଇଛି ଯେ, ପିପିଲିରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ଯସ୍ତ । ଯାହା ସମ୍ପୂର୍ଣ୍ଣ ଭିତ୍ତିହୀନ । ଗତକାଲି ରାତିରେ ବିଜେପି କର୍ମକର୍ତ୍ତା ପିପିଲି ବିଜେପି ପାର୍ଟି ଅଫିସରେ ବମ୍ ପକାଇଛନ୍ତି । ଏନେଇ କାହିଁକି ଥାନାରେ ବିଜେପି ଏତଲା ଦେଇନି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ ।
ପିପିଲିରେ ଆଇନ ଶୃଙ୍ଖଳା ପରିସ୍ଥିତି ଭଲ ନାହିଁ ବୋଲି ବାର୍ତ୍ତା ଦେବାକୁ ଏପରି ଡ୍ରାମା କରୁଛି ବିଜେପି । ଏହା ବିଜେପିର ନିନ୍ଦନୀୟ କାର୍ଯ୍ଯକ୍ରମ । ନିର୍ବାଚନ ପ୍ରକ୍ରିୟା ବହୁ ଦିନ ଧରି ଚାଲିଛି । ହେଲେ ୪୮ ଘଣ୍ଟାରେ ପିପିଲିରେ ଆଇନଶୃଙ୍ଖଳା ବିପର୍ଯ୍ଯସ୍ତ ହେଉଥିବା ବିଜେପି ଦାବି କରୁଛି । ଯାହା ସମ୍ପୂର୍ଣ୍ଣ ଭିତ୍ତିହୀନ । ନିର୍ବାଚନରେ ବିଜେପିର ପରାଜୟ ନିଶ୍ଚିତି, ଯାହାକୁ ସେମାନେ ମଧ୍ୟ ହୃଦୟଙ୍ଗମ କଲେଣି ଏଣୁ ନିର୍ବାଚନୀ ବାତାବରଣକୁ ଭଣ୍ଡୁର କରିବାକୁ ବିଜେପି ଏଭଳି କରୁଥିବା ଅଭିଯୋଗ କରିଛନ୍ତି ଶ୍ରୀ ଦେବ । ବିଜେପିର ଏଭଳି କାର୍ଯ୍ଯକୁ ଶ୍ରୀ ଦେବ ଦୃଢ଼ ନିନ୍ଦା କରିବା ସହ ବିଜେପିର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସୂଚନା ଯୋଗ୍ୟ ଗତକାଲି ସନ୍ଧ୍ୟାରେ କେନ୍ଦ୍ରୀୟ ଫୋର୍ସ ମୁତୟନ ପାଇଁ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲା ବିଜେପି । ଯାହାର କଡା ଜବାବ ଦେଇଛି ବିଜେଡି ।
ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ନେଇ ଗୁଜବ ପ୍ରଚାର କରାଯାଉଛି- ପ୍ରତାପ ଦେବ
ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ନେଇ ଗୁଜବ ପ୍ରଚାର କରାଯାଉଥିବା ବେଳେ ବିଧାନସଭାରେ ଏନେଇ ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ ବିବୃତି ରଖିଛନ୍ତି । ମହାପ୍ରଭୁଙ୍କ ଜମି ବିକ୍ରି ନେଇ ଗୁଜବ ପ୍ରଚାର କରାଯାଉଛି । ଗଣମାଧ୍ୟମରେ ମିଥ୍ୟା ଖବର ପ୍ରଚାର କରାଯାଉଛି ବୋଲି ପ୍ରତାପ ଦେବ କହିଛନ୍ତି ।
ଏଥିସହ ସେ ବିଜେପିକୁ କଡ଼ା ସମାଲୋଚନା କରିବା ସହ ବିଜେପି ପ୍ରହେଳିକା ସୃଷ୍ଟି କରୁଛି । ପୁରୀ ସହରର ଅଧିକାଂଶ ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର। ମହାପ୍ରଭୁଙ୍କ ଜମି ବିକ୍ରି ନେଇ ଯେଉଁ ଖବର ପ୍ରଚାର କରାଯାଉଛି, ତାହା ସମ୍ପୂର୍ଣ୍ଣ ମିଛ ବୋଲି ବିଜେଡି ବିଧାୟକ ପ୍ରତାପ ଦେବ ସ୍ପଷ୍ଟ କରିଛନ୍ତି ।