Millets - The Sakala

କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଗବେଷଣା, ମରୁଡ଼ି ପରିବେଶରେ ବଞ୍ଚିବ କୋରାପୁଟ ମାଣ୍ଡିଆ
କୋରାପୁଟ: କୋରାପୁଟର ଆଦିବାସୀମାନେ ଚାଷ କରୁଥିବା ପାରମ୍ପରିକ ମାଣ୍ଡିଆ ମରୁଡି ପରିବେଶକୁ ସହ୍ୟ କରିବାର କ୍ଷମତା ଅଛି ବୋଲି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର ଡ ଦେବବ୍ରତ ପଣ୍ଡା ଦର୍ଶାଇଛନ୍ତି । ସେ ଦୀର୍ଘ ୧୦ ବର୍ଷ ହେବ କୋରାପୁଟର ବିଭିନ୍ନ ଦେଶୀ ମାଣ୍ଡିଆର ଜଳବାୟୁ ବିପର୍ଯ୍ୟୟ ସହନଶୀଳତା ଉପରେ ଗବେଷଣା କରି ସେ ଏହି ତଥ୍ୟ ଦର୍ଶାଇଛନ୍ତି। ଉକ୍ତ ଗବେଷଣାରୁ ଜଣାପଡିଛି ଯେ ୬ ପ୍ରକାରର ପାରମ୍ପରିକ ମାଣ୍ଡିଆ ଯଥା ଲଡୁ, ଲାଲା, ବାଟି, ବିରି, ଟୁମୁକା ଓ ଭାଲୁ ମରୁଡି ପରିବେଶକୁ ସହ୍ୟ କରିବାର କ୍ଷମତା ରହିଛି ଏବଂ ଏହି ମାଣ୍ଡିଆ ଚାଷ କମ ପାଣିରେ ମଧ୍ୟ କରାଯାଇପାରିବ। ଏହି ମାଣ୍ଡିଆର ଗୁଣସୂତ୍ରରେ ବିଭିନ୍ନ ପ୍ରକାର ସହନଶୀଳତା ଜିନ ରହିଥିବା ପରୀକ୍ଷାରେ ଜଣାପଡିଛି। ଏହି ତଥ୍ୟଟି ନିକଟରେ ପ୍ଲାଣ୍ଟ ଫିଜିଓଲୋଜୀ ରିପୋର୍ଟ ଜର୍ଣ୍ଣାଲରେ ତାଙ୍କର ରିସର୍ଚ୍ଚ ସ୍କଲାର ଅଲୌକିକା ପଣ୍ଡା ଓ ସ୍ୱାମୀନାଥନ ଫାଉଣ୍ଡଡେସନର ବୈଜ୍ଞାନିକ ଡ. କାର୍ତ୍ତିକ ଚରଣ ଲେଙ୍କାଙ୍କ ସହ ମିଶି ସେ ପ୍ରକାଶ କରିଛନ୍ତି । ସଂପ୍ରତି ଜଳବାୟୁ ପରିବର୍ତ୍ତନ ପାଇଁ ସହନଶୀଳ ମାଣ୍ଡିଆ ମରୁଡି ପ୍ରତିକୂଳ ପରିବେଶରେ ଚାଷ କରିବା ସହିତ ଆଦିବାସୀଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇଦେବ ବୋଲି ଡ.ପଣ୍ଡା ମତ ରଖିଛନ୍ତି । ଏହି ମାଣ୍ଡିଆର ସହନଶୀଳତା ଜିନକୁ ନେଇ ନୂତନ ମାଣ୍ଡିଆ ତିଆରି କରାଯାଇପାରିବ ବୋଲି ସେ ପ୍ରକାଶ କରିଛନ୍ତି। ଯଦି ଏହି ବିରଳ ମାଣ୍ଡିଆକୁ ସରକାରଙ୍କର ମିଲେଟ ମିଶନ ମାଧ୍ୟମରେ ପ୍ରଚାର, ପ୍ରସାର ଓ ସଂରକ୍ଷଣ କରାଗଲା, ଏହା ଖାଦ୍ୟ ଓ ପୁଷ୍ଟିକର ସୁରକ୍ଷା ଦେବା ସହିତ ଆଦିବାସୀଙ୍କ ଆର୍ଥିକ ଉନ୍ନତି ହୋଇପାରିବ ବୋଲି ସେ କହିଛନ୍ତି।

ନିୟମିତ ମିଲେଟ ଜାତୀୟ ଖାଦ୍ୟ ଖାଇଲେ ବଡ଼ ବଡ଼ ରୋଗ ବି ଶରୀରର ପାଖ ମାଡ଼ି ନ ଥାଏ- ଡ. ବଲି
ଭୁବନେଶ୍ୱର: ମିଲେଟ କେବଳ ଏକ ପୁଷ୍ଟିକର ଶସ୍ୟ ନୁହେ; ଏହା ସମସ୍ତ ରୋଗର ସଞ୍ଜୀବନୀ। ନିୟମିତ ମିଲେଟ୍‍ ଜାତୀୟ ଖାଦ୍ୟ ଖାଇଲେ ମଧୁମେହ, ରକ୍ତହୀନତା, ରକ୍ତଚାପ ଠାରୁ ଆରମ୍ଭ କରି କ୍ୟାନ୍‍ସର ପର୍ଯ୍ୟନ୍ତ କୌଣସି ରୋଗ ଶରୀରର ପାଖ ମାଡ଼ି ନ ଥାଏ। ଏଥିପାଇଁ ପ୍ରତ୍ୟେକଙ୍କ ଖାଇବା ଥାଳିରେ ମିଲେଟ୍‍ ରହିବା ଜରୁରୀ ବୋଲି କହିଛନ୍ତି ଭାରତର ମିଲେଟ୍‍ ମ୍ୟାନ୍‍ ଭାବେ ପରିଚିତ କର୍ଣ୍ଣାଟକର ବୈଜ୍ଞାନିକ ଡ. ଖାଦର ବଲି। ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ଜୀବନଶୈଳୀରେ ମିଲେଟ୍‍ର ଭୂମିକା ସମ୍ପର୍କରେ ବର୍ଣ୍ଣନା କରିବା ସହ ଜାତୀୟ ଶସ୍ୟ ମିଲେଟ୍‍ ଖାଇବାକୁ ପରାମର୍ଶ ଦେଇଛନ୍ତି।

ସ୍ୱାସ୍ଥ୍ୟ ସମସ୍ୟା ଉପରେ ୩୦ବର୍ଷ ଧରି କାମ କରି ଆସୁଥିବା ମହୀଶୂରର ସ୍ୱାସ୍ଥ୍ୟ ବିଶେଷଜ୍ଞ ଡ. ବଲି କହିଛନ୍ତି, ଜନସ୍ୱାସ୍ଥ୍ୟ ଜନିତ ସମସ୍ୟାର ମୂଳ କାରଣ ହେଉଛି ଆମେ ସ୍ୱାସ୍ଥ୍ୟକୁ ଆମେ ରୋଷେଇ ଘରେ ହଜେଇ ଦେଇଛୁ ଏବଂ ନିଜ ସ୍ୱାସ୍ଥ୍ୟକୁ ଆମେ ଡାକ୍ତରଖାନାରେ ଖୋଜୁଛୁ। ଆମେ ଆମର ପ୍ରକୃତ ଖାଦ୍ୟକୁ ହଜାଇ ଦେବା ଯୋଗୁଁ ଆଜି ସାରା ବିଶ୍ୱରେ ଡାଇବେଟିସ୍‍ (ମଧୁମେହ) ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବିଶେଷ କରି ଭାରତ ମଧୁମେହ ରୋଗର ରାଜଧାନୀ ହେବାକୁ ବସିଲାଣି। ଆଧୁନିକତାର ପ୍ରଭାବରେ ବିଭିନ୍ନ ପ୍ୟାକେଟ୍‍ ଖାଦ୍ୟ ନୂତନ ପିଢ଼ି ପାଇଁ ଆକର୍ଷଣ ପାଲଟିଛି। ରାସାୟନିକ ସାରର ବହୁଳ ବ୍ୟବହାରରେ ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ(ଏନ୍‍ଏଚ୍‍ଏଫ୍‍ଏସ୍‍) ରିପୋର୍ଟ ଅନୁସାରେ, ଭାରତର ଅନେକ ନାଗରିକ କୁପୋଷଣର ଶିକାର ହୋଇଥା’ନ୍ତି। ଏହି ସମସ୍ୟାକୁ ସଠିକ୍‍ ଭାବେ ମୁକାବିଲା କରିପାରିଲେ ମାତୃ ମୃତ୍ୟୁହାର ଏବଂ ଶିଶୁ ମୃତ୍ୟୁହାର ନିୟନ୍ତ୍ରଣ ହୋଇପାରିବ। ଏହାସହ ବିଭିନ୍ନ ରୋଗକୁ ନିୟନ୍ତ୍ରଣ କରିବାକୁ ହେଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼଼ାଇବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ଡ. ବଲି କହିଛନ୍ତି। ଓଡ଼ିଶାରେ ମିଲେଟ୍‌ ମିଶନ୍‌ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାର ବହୁବିଧ ଯୋଜନା କାର୍ଯ୍ୟକାରୀ କରିଥିବାରୁ ଏହାକୁ ଡ. ବଲି ଉଚ୍ଚପ୍ରଶଂସା କରିଥିଲେ। କ୍ୱାଲିସନ୍‍ ଫର୍‍ ଚେଞ୍ଜ୍‍ ଇନ୍‍ ଓଡ଼ିଶା ଏବଂ ନ୍ୟାସନାଲ କ୍ୱାଲିସନ୍‍ ଫର୍‍ ନାଚୁରାଲ ଫାର୍ମିଂର ମିଳିତ ଉଦ୍ୟମରେ ରବିବାର ସିୱାଇଏସ୍‍ଡି ସଭାକକ୍ଷରେ ଆୟୋଜିତ ‘ପୁଷ୍ଟି ଶସ୍ୟ ସମ୍ପର୍କିତ ଆଲୋଚନାଚକ୍ରରେ’ ଅଂଶଗ୍ରହଣ କରି ଡ. ବଲି ମାଣ୍ଡିଆ କିଭଳି ସାରା ଦିନର ପୋଷଣକୁ ମେଣ୍ଟାଇଥାଏ ସେ ବିଷୟରେ ବିଶଦ ଭାବେ ଆଲୋଚନା କରିଥିଲେ। ମାଛ, ମାଂସ, ଅଣ୍ଡା ଆଦି ଆମିଷ ଭୋଜନ ବଦଳରେ ମାଣ୍ଡିଆ ଜାତୀୟ ଶାସ୍ୟରୁ କିଭଳି ଆବଶ୍ୟକ ପୋଷଣ ମିଳିଥାଏ ସେ ବିଷୟରେ ବକ୍ତବ୍ୟ ରଖି ଡ. ବଲି କହିଥିଲେ, ଆମର ଦୈନନ୍ଦିନ ଖାଦ୍ୟରେ ଧାନ, ଗହମ, ମକା, ଭଳି ପ୍ରଧାନ ଖାଦ୍ୟର ବିକଳ୍ପ ହିସାବରେ ପୁଷ୍ଟି ଖାଦ୍ୟକୁ ପ୍ରମୁଖ ଖାଦ୍ୟ ଭାବେ ଗ୍ରହଣ କରିବାର ଅବାଶ୍ୟକତା ବଢ଼଼ିଯାଇଛି। ଆମ ଦେଶରେ ବାଜରା, ମାଣ୍ଡିଆ, କାଙ୍ଗୁ, ସୁଆଁ, ଯଅ ଭଳି ବିଭିନ୍ନ ପ୍ରକାର ପୁଷ୍ଟିଶସ୍ୟ ଚାଷ ହୋଇଥାଏ। ପୁଷ୍ଟିଶସ୍ୟ ଜାତୀୟ ଖାଦ୍ୟରେ ପୁଷ୍ଟିସାର, ଜୀବନିକା, ଖଣିଜଲବଣ, ଲୌହ ଏବଂ କ୍ଷୀର ଠାରୁ ଦୁଇଗଣ ଅଧିକ ସ୍ନେହସାର ରହିଛି ବୋଲି ଡ. ବଲି କହିଛନ୍ତି।

ରଞ୍ଜନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦୋଳଗୋବିନ୍ଦ ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ କୃଷି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଅଂଶୁମାନ ପଟ୍ଟନାୟକ ଯୋଗଦେଇ ଓଡ଼ିଶା ସରକାରଙ୍କ ମିଲେଟ୍‍ ମିଶନ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବେ ବିଶେଷଜ୍ଞ ଡ. ନବକିଶୋର ମହାପୁଡ଼, ଜାଭିୟର ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ସୁତପା ପତି ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ମହମ୍ମଦ ଇମ୍ରାନ ଅଲ୍ଲି ସଞ୍ଚାଳନ କରିଥିଲେ।